ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଚିନ୍ତା । ଚିଲିକା ଉପରେ ଉଡୁଛି ଡ୍ରୋନ୍ କ୍ୟାମେରା । ସଜାଗ ବନବିଭାଗ

କନକ ବ୍ୟୁରୋ : ବଢୁଛି ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଚିନ୍ତା । ଚିଲିକାରେ ପକ୍ଷୀଙ୍କ ସୁରକ୍ଷା ପାଇଁ ନିଆଯାଇଛି ନିଆରା ପଦକ୍ଷେପ । ଏବେଠୁ ଚିଲିକାରେ ଅତିଥି ପକ୍ଷୀଙ୍କୁ ଜଗିବ ଡ୍ରୋନ୍ କ୍ୟାମେରା । ଏନେଇ ଚିଲିକା ପକ୍ଷୀ ସୁରକ୍ଷା ପାଇଁ ନିଆରା ପଦକ୍ଷେପ । ଶୀତର ଆଗମନରେ ବିଦେଶୀ ପକ୍ଷୀଙ୍କ ଲାଗିଛି ଭିଡ । ହେଲେ ଲକ୍ଷାଧିକ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଶିିକାରୀ ମଧ୍ୟ ସକ୍ରିୟ ହେବାରେ ଲାଗିଛନ୍ତି । ପକ୍ଷୀ ଶିକାର ରୋକିବା ସହ ସେମାନଙ୍କୁ ସୁରକ୍ଷା ଦେବାକୁ ଏହି ପଦକ୍ଷେପ ନିଆଯାଇଛି । ପ୍ରତିଦିନ ଚିଲିକା ଉପରେ ଏହି ଡ୍ରୋନ୍ କ୍ୟାମେରା ଉଡାଯାଉଛି । ସୁରକ୍ଷା ଦିଗରେ ଚିଲିକାରେ ୨୧ଟି ଟିମ୍ ଗଠନ କରାଯାଇଛି । ଲ୍ୟାଣ୍ଡ ମୋବାଇଲ , ୱାଟର ମୋବାଇଲ ଟିମ୍ ଦୁଇଟି ମଧ୍ୟ ରହିଛି । ବାଲୁଗାଁ-୪ ,ଟାଙ୍ଗୀ-୧୧, ରମ୍ଭା-୨, ନୂଆପଡା -୨, ସାତପଡା -୨ ଟିମ୍ ମଧ୍ୟ ଗଠନ କରାଯାଇଛି । ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ଯେମିତି ବନବିଭାଗର ନିଦ ହଜିଯାଇଛି ।

ପକ୍ଷୀଙ୍କ ସୁରକ୍ଷା ପାଇଁ ପ୍ରତିଦିନ ଚିଲିକା ଉପରେ ଉଡୁଛି ଡ୍ରୋନ୍ କ୍ୟାମେରା । ଲକ୍ଷାଧିକ ପକ୍ଷୀଙ୍କ ସୁରକ୍ଷା ପାଇଁ ଘୁରିବୁଲୁଛି ଡ୍ରୋନ୍ । ପ୍ରତିଦିନ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ଅତିଥି ମାନଙ୍କ ସୁରକ୍ଷା ଆମ କର୍ତବ୍ୟ ଏମାନଙ୍କ ସୁରକ୍ଷା ଓ ସମ୍ମାନ ଆମର ଦାୟିତ୍ୱ । ଏହି ଆଧାରରେ ଘରେ ଘରେ ସଚେତନତାର ବାର୍ତା ପହଞ୍ଚାଯାଉଛି । ସମସ୍ତ ଦାୟିତ୍ୱ ନେଇଛି ବନ ବିଭାଗ ।
ବିଦେଶରୁ ଆସିଥିବା ପକ୍ଷୀ ମାନଙ୍କ ସୁରକ୍ଷା ଦାୟିତ୍ୱ ବନବିଭାଗ ନେଇଥିବା ବେଳେ ଡ୍ରୋନ୍ ମାଧ୍ୟମରେ ଦେଉଛି ଏହି ପକ୍ଷୀଙ୍କୁ ସୁରକ୍ଷା । ଯାହାକି ବେଶ ପ୍ରଶଂସା ଯୋଗ୍ୟ ହୋଇପାରିଛି ।

The post ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଚିନ୍ତା । ଚିଲିକା ଉପରେ ଉଡୁଛି ଡ୍ରୋନ୍ କ୍ୟାମେରା । ସଜାଗ ବନବିଭାଗ first appeared on Kanak News.

from Kanak News
via <a href="https://ifttt.com/?

ଓଭରବ୍ରିଜ୍ ପାଇଁ ଚାହିଁବସିଛନ୍ତି ରାଜଗାଙ୍ଗପୁର ବାସୀ । କାମ ଆରମ୍ଭ ନହେଉଣୁ ବିବାଦ

କନକ ବ୍ୟୁରୋ : ରାଜଗାଙ୍ଗପୁର ବହୁ ପ୍ରତିକ୍ଷୀତ ବ୍ରିଜ୍ ପାଇଁ ଚାହିଁବସିଛନ୍ତି ଲୋକେ । ହେଲେ ବ୍ରିଜ୍ କାମ ନେଇ ଦେଖାଦେଇଛି ଅନିଶ୍ଚିତତା । ଓଭରବ୍ରିଜ କାମ ନେଇି ବିବାଦ ଆରମ୍ଭ ହୋଇଛି । କାମ ଖୁବ ଶିଘ୍ର ଶେଷ ହୋଇଯିବାର ଅଧୀକ୍ଷଣ ଯନ୍ତ୍ରୀ କହୁଥିବା ବେଳେ ଏବେ ସୁଦ୍ଧା ଜମି କ୍ରୟ ହୋଇପାରିନି । ଅନ୍ୟପଟେ ସରକାରୀ ଘରେ ରହୁଥିବା ଲୋକଙ୍କ ଥଇଥାନ କରିବାପାଇଁ ନିର୍ଦ୍ଦେଶ କରାଯାଇସାରିଲାଣି । ଯାହକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ସହର ମଧ୍ୟ ଭାଗରେ ଥିବା ଦକ୍ଷିଣ ପୂର୍ବ ରେଳପଥ ପାଓଡା-ମୁମ୍ବାଇର ମୁଖ୍ୟ ରାସ୍ତା ଥିବାରୁ ରେଳପଥର ଅଧିକ ଗୁରୁତ୍ୱ ରହିଛି । ସେହିଭଳି ଟ୍ରେନ୍ ଚଳାଚଳ ମଧ୍ୟ ଏଠାର ବୃଦ୍ଧି ପାଇଛି । ଯାହାଫଳରେ ରେଳ ଫାଟକ ପାଖରେ ଲାଗୁଛି ଭିଡ । ପାଖରେ ବିଦ୍ୟାଳୟ ଥିବାରୁ ପିଲାଙ୍କୁ ମଧ୍ୟ ଏହି ଭିଡ ଭିତରେ ରେଳଫାଟକ ପାର ହୋଇ ଯିବାକୁ ପଡୁଛି । ହେଲେ ଏଠି ସମ୍ପୁର୍ଣ୍ଣ ଜମିକ୍ରୟ ହୋଇପାରିନଥିବା ବେଳେ କାମ ବି ଆରମ୍ଭ ହୋଇନପାରି ଦ୍ୱନ୍ଦ ବଢିଚାଲିଛି ।

ଏବେ ସୁଦ୍ଧା ସମ୍ପୁର୍ଣ୍ଣ ଜମି କିଣାଯାଇନାହିଁ । ହେଲେ ବ୍ରିଜ ତିଆରି ପାଇଁ ଘର ଓ ବିଦ୍ୟୁତ ସବଷ୍ଟେସନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଅଯାଇସାରିଲାଣି । ପରିବାର ଲୋକଙ୍କୁ ଉଚ୍ଛଦ ପୂର୍ବରୁ ଥଇଥାନ କରାଯିବାର ନିର୍ଦ୍ଦେଶ ବି ଦିଆଯାଇଛି । ତେବେ ବ୍ରିଜ ତିଆରି ହେଲେ ଜମି ତ ହରାଇବେ ନିଜନିଜ ବ୍ୟବସାୟ ହରାଇବେ ବହୁ ପରିବାର । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଓଭରବ୍ରିଜ କାମ ନେଇ ମାମଲା ଚାଲିଥିବା ବେଳେ ଏହାର ଶୁଣାଣି ନସରିବା ଯାଏ କାର୍ଯ୍ୟ ନିର୍ଦ୍ଧରେିତ ସମୟରେ ସରିବ କି ନାହିଁ ତାକୁ ନେଇ ଉପୁଜିଛି ଦ୍ୱନ୍ଦ ।

The post ଓଭରବ୍ରିଜ୍ ପାଇଁ ଚାହିଁବସିଛନ୍ତି ରାଜଗାଙ୍ଗପୁର ବାସୀ । କାମ ଆରମ୍ଭ ନହେଉଣୁ ବିବାଦ first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଗମ ଅଞ୍ଚଳର ଦେବଦୂତ ଡାକ୍ତର ଶ୍ରୀକାନ୍ତ ପାଢୀ । ଧରାକୋଟର ବିଭିନ୍ନ ବ୍ଳକରେ ବୁଲି ବୁଲି କରୁଛନ୍ତି ଚିକିତ୍ସା । ନିସ୍ୱାର୍ଥପର ସେବା ପାଇଁ ମିଳୁଛି ପ୍ରଶଂସା

କନକ ବ୍ୟୁରୋ : ବଣପାହାଡ ଘେରା ଅଞ୍ଚଳରେ ଦେବଦୂତ ପାଲଟିଛନ୍ତି ଡାକ୍ତର । ଯେଉଁଠି ସ୍ୱାସ୍ଥ୍ୟସେବା ଅପହଞ୍ଚ ଯେଉଁଠି ଚିକତ୍ସା ପାଇଁ ଲୋକେ ଡହଳ ବିକଳ ହୁଅନ୍ତି ସେଠି ପହଞ୍ଚିଯାନ୍ତି ଡାକ୍ତର ଜଣକ । ଗଞ୍ଜାମ ଜିଲ୍ଲାର ଶେରଗଡର ହୋମିଓପ୍ୟାଥିକ ଡାକ୍ତର ଶ୍ରୀକାନ୍ତ କୁମାର ପାଢି ଉପାନ୍ତ ଅଞ୍ଚଳରେ ଲୋକଙ୍କ ପାଇଁ ଦେବ ଦୂତ ସାଜିଛନ୍ତି । ଧରାକୋଟ ବ୍ଲକର ସାଆବା, ମାଣିକ୍ୟପୁରରୁ ନେଇ ବଳରାମପୁର ଆଦି ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ଚକିତ୍ସା କରୁଛନ୍ତି । ସେଠାରେ ହେଲଥ କ୍ୟାମ୍ପ କରିବା ସହିତ ଲୋକଙ୍କୁ ମାଗଣା ଔଷଧ ଦେଇଥାନ୍ତି । କେବଳ ଧରାକୋଟ ନୁହେଁ ସୋରଡା, ବଡଗଡ ଓ ସାନଖେମୁଣ୍ଡି ଆଦି ଅଞ୍ଚଳର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଲୋକଙ୍କ ପାଖେ ବେଶ୍ ପରିଚିତ ଡାକ୍ତର । ପ୍ରତି ସପ୍ତାହରେ ନିଜ ଷ୍ଟାଫ୍ ମାନଙ୍କୁ ନେଇ ଉପାନ୍ତ ଅଞ୍ଚଳ ଯାଇ ବୁଲି ବୁଲି ଚିକତ୍ସା କରିଥାନ୍ତି । ସେଠାରେ ସେମାଙ୍କ ସେବା କରିବା ସହ ରୋଗ ବିଷୟରେ ସଚେତନ ମଧ୍ୟ କରିଥାନ୍ତି ।

ଶେରଗଡରେ ଡାକ୍ତର ପାଢିଙ୍କର ଗୋଟିଏ ହୋମିଓପ୍ୟାଥିକ୍ କ୍ଳିନିକ୍ ରହିଛି । ସେଠାରେ ସେ ଲୋକଙ୍କୁ ସେବା ଯୋଗାଇବା ସହ ଉପାନ୍ତ ଅଞ୍ଚଳରେ ମଧ୍ୟ ଲୋକଙ୍କୁ ଚିକତତ୍ସା ସହ ମାଗଣାରେ ଓøଷଧ ବାଣ୍ଟିଛନ୍ତି । ଯେଉଁ ଗାଁକୁ ଚାଲିଯିବାକୁ ମଧ୍ୟ ଭଲ ରାସ୍ତା ଖଣ୍ଡେ ନଥାଏ ସେହି ଗାଁକୁ ପାଦରେ ଚାଲି ଚାଲି ପାହାଡ ଚଢି ସାଙ୍ଗରେ ସମସ୍ତ ପ୍ରକାର ମେଡିସିନ୍ ଓ ଅନନ୍ୟ ସରଞାମ ନେଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥାନ୍ତି । ଆଦିବାସି ଆଧୁସିତ ଅଞ୍ଚଳରେ ଦିର୍ଘ ୨୪ ବର୍ଷ ହେଲା ମାଗଣା ସେବା ଯୋଗାଇ ଆସୁଛନ୍ତି ଡାକ୍ତର । । ସେଥି ପାଇଁ ସେ ବହୁ ସମ୍ନାନର ଅଧିକାରି ବି ହୋଇଛନ୍ତି ।
କୋଭିଡ୍ ସମୟରେ ମଧ୍ୟ ଡକ୍ତର ଜଣକ ମଗଣା ସେବା ଯୋଗାଇଥିବା ବେଳେ ଗାଁ ଲୋକଙ୍କ ଅତିପ୍ରିୟ ହୋଇପାରିଛନ୍ତି ।

The post ଦୁର୍ଗମ ଅଞ୍ଚଳର ଦେବଦୂତ ଡାକ୍ତର ଶ୍ରୀକାନ୍ତ ପାଢୀ । ଧରାକୋଟର ବିଭିନ୍ନ ବ୍ଳକରେ ବୁଲି ବୁଲି କରୁଛନ୍ତି ଚିକିତ୍ସା । ନିସ୍ୱାର୍ଥପର ସେବା ପାଇଁ ମିଳୁଛି ପ୍ରଶଂସା first appeared on Kanak News.

from Kanak News
via <a href="https://ifttt.com/?

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର । ଦୀର୍ଘ ୬ ବର୍ଷ ହେଲା ପାଇଖାନା ଘରେ ଜୀବନ ବିତାଉଛନ୍ତି ନୀଳଗିରୀ ଗୁଜୁଡିହାର ୮୦ ବର୍ଷୀୟା ବୃଦ୍ଧା

କନକ ବ୍ୟୁରୋ : ଠିକାଦାରଙ୍କ ଠକାମିର ଶିକାର ୮୦ ବର୍ଷିୟ ବୃଦ୍ଧା । ୬ବର୍ଷ ହେଲା ପାଇଖାନାରେ କଟୁଛି ବୃଦ୍ଧାଙ୍କ ଜୀବନ । ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାନ ପର୍ଯ୍ୟନ୍ତ ସମସ୍ତଙ୍କ ଗୁହାରି ହେଲେ ବି ମିଳୁନି କୌଣସି ସହାୟତା । ଶେଷରେ ଭାଗ୍ୟକୁ ଆଦରି ପାଇଖାନାରେ ଜୀବନ ବିତାଉଛନ୍ତି ବାଲୋଶ୍ୱ ଜିଳ୍ଲା ନୀଳଗିରିର ଆଶାମଣି ।

ଅସହାୟ ବୃଦ୍ଧାଙ୍କ ପାଇଁ ପାଇଖାନା ପାଲଟିଛି, ବେଡରୁମ, କିଚେନ ଓ ଡାଇନିଂ ରୁମ । ୮ଫୁଟ ଉଚ୍ଚ ଓ ୪ଫୁଟ ଚଉଡାର ପାଇଖାନା, ଯେଉଁଠି ଜଣେ ବୁଲିବା କଷ୍ଟକର, ସେଇଠି ବୃଦ୍ଧା ଜଣଙ୍କ, ଶୋଇବାଠାରୁ ଆରମ୍ଭ କରି ଖାଇବା, ବସିବା ସବୁକିଛି କରୁଛନ୍ତି । ଖରାବର୍ଷା, ଶୀତରୁ ରକ୍ଷା ପାଇବା ପାଇଁ ଏହି ପାଇଖାନା ପାଲଟିଛି ଆଶ୍ରୟସ୍ଥଳ । ତେବେ ଖରା ଓ ଶୀତ ଦିନରେ କଷ୍ଟେ ମଷ୍ଟେ ଚଳିଯାଉଥିଲେବେଳେ, ବର୍ଷା ଆସିଲେ ଦୁଃଖ ବଢ଼ିଯାଏ । ବାହାରା ଥିବା ଚୁଲିରେ ପାଣି ପଶି ଯାଉଥିବାରୁ ଅଧା ଦିନ ଉପାସରେ ରହିଥାନ୍ତି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ପ୍ରାୟ ୬ବର୍ଷ ହେବ, ଏମିତି ଜୀବନ କାଟୁଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗୁଜୁଡିହା ଗାଁର ୮୦ବର୍ଷିୟା ବୃଦ୍ଧା ଆଶାମଣି ନାୟକ ।

ଆଶାମଣୀ ଏମିତି ଜୀବନ କାଟିବା ପଛରେ ଯେଉଁ ସାଂଘାତିକ ଅଭିଯୋଗ ଆସିଛି, ତାହା ଚିନ୍ତାଜନକ । ବୃଦ୍ଧାଙ୍କ କହିବା ଅନୁସାରେ, ୨୦୧୭ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଥିଲା । ହେଲେ, ନିଜର କେହି ନଥିବାରୁ ନିକଟସ୍ଥ ଠିକାଦାରଙ୍କୁ ଘର କରିବାକୁ ଦେଇଥିଲେ । କିନ୍ତୁ, ଠିକାଦାର ଘର ଅଧପନ୍ତରିଆ କରି ଟଙ୍କା ହଡପ କରି ଧରାଛୁଆଁ ଦେଉନାହିଁ । ଯାହାଫଳରେ ସ୍ୱଛ ଭାରତ ମିଶନ ଜରିଆରେ ମିଳିଥିବା ପାଇଖାନା ଆଶାମଣୀଙ୍କୁ ଆଶ୍ରୟ ସ୍ଥଳୀ ପାଲଟିଛି ।

ତେବେ ଅଧାଗଢ଼ା ଘରକୁ ପୂର୍ଣ୍ଣ କରିବା ପାଇଁ ଆଶାମଣୀ ପ୍ରଶାସନଠାରୁ ଆରମ୍ଭ ସ୍ଥାନୀୟ ନେତାଙ୍କୁ ବାରମ୍ବାର ଗୁହାରି କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିନି । ଏବେ ଅପେକ୍ଷା ଆଶାମଣୀଙ୍କ ଆଶା କେବେ ପୂରଣ ହେଉଛି ।

The post ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର । ଦୀର୍ଘ ୬ ବର୍ଷ ହେଲା ପାଇଖାନା ଘରେ ଜୀବନ ବିତାଉଛନ୍ତି ନୀଳଗିରୀ ଗୁଜୁଡିହାର ୮୦ ବର୍ଷୀୟା ବୃଦ୍ଧା first appeared on Kanak News.

from Kanak News
via <a href="https://ifttt.com/?

ଆଇପିଏସରୁ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ, ଲାଲଦୁହୋମାଙ୍କ ରାଜନୈତିକ କ୍ୟାରିୟର ।

କନକ ବ୍ୟୁରୋ: ମିଜୋରାମରେ ବଦଳିବ ସରକାର । ଭୋଟ୍ ଗଣତିର ଟ୍ରେଣ୍ଡ ଅନୁସାରେ ଏଠାରେ ଆଗରେ ରହିଛି ବିରୋଧୀ ଦଳ ଜେଡପିଏମ୍ । ପୂର୍ବରୁ ମିଜୋରାମରେ ଶାସନ କରୁଥିବା ଏମଏନଏଫକୁ ପଛରେ ପକାଇ ଲାଲଦୁହୋମାଙ୍କ ଜୋରାମ ପିପୁଲ ମୁଭମେଣ୍ଟ ଆଗରେ ରହିଛି । ତେବେ ଜନମତର ଏହି ଟ୍ରେଣ୍ଡ ପରେ ଲାଲଦୁହୋମା ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହେଇଛି । ତେବେ ଜଣେ ପ୍ରଶାସନିକ ଅଧିକାରୀରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାବିଦାର ହେବା ପର୍ଯ୍ୟନ୍ତ ଲାଲଦୁହୋମାଙ୍କ ଯାତ୍ରା କିଛି ଏଭଳି ଥିଲା…

୧୯୭୭ରେ ବନିଥିଲେ ଆଇପିଏସ୍

ଲାଲଦୁହୋମା ମିଜୋରାମର ଯୁବବର୍ଗଙ୍କ ଭିତରେ ଜଣେ ପରିଚିତ ନାମ । ଗତ କିଛି ବର୍ଷ ଧରି ସେ ମିଜୋରାମର ବିକାଶ ପାଇଁ ରାଜ୍ୟକୁ କଂଗ୍ରେସ ଏବଂ ଏମଏନଏଫ କବଳରୁ ମୁକ୍ତି କରିବାକୁ ନାରା ଦେଇଥିଲେ । ତେବେ ଲାଲଦୁହୋମା ୧୯୭୭ ମସିହାରେ ଆଇପିଏସ୍ ଭାବେ ଗୋଆରେ ନିଯୁକ୍ତ ହେଇଥିଲେ । ସେଠାରେ ସେ ଜଣେ ସ୍କ୍ୱାର୍ଡ ଲିଡର ଭାବେ କାମ କରିଥିଲେ । ତେବେ ଏହି ସମୟରେ ସେ ବିଭିନ୍ନ ତସ୍କରୀ ଉପରେ ଛାପା ମାରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ, ଯାହା ପରେ ଜାତୀୟ ଗଣମାଧ୍ୟମରେ ତାଙ୍କୁ ନେଇ ଚର୍ଚ୍ଚା ହେଇଥିଲା । ଏହାପରେ ତାଙ୍କ କାମକୁ ଦେଖି ୧୯୮୨ ମସିହାରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସୁରକ୍ଷା ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା ।

୧୯୮୪ ମସିହାରେ ସାଂସଦ

ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବାର ୨ ବର୍ଷ ପରେ ଲାଲଦୁହୋମା ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା କରିଥିଲେ । ଆଉ ୧୯୮୪ ମସିହାରେ ସେ ସାଂସଦ ଭାବେ ନିର୍ବାଚିତ ହେଇଥିଲେ । ତେବେ ଏହାର ୪ ବର୍ଷ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇ ଦେଇଥିଲେ । ଆଉ ତା ପରେ ତାଙ୍କୁ ଲୋକସଭାରୁ ମଧ୍ୟ ଅଯୋଗ୍ୟ କରିଦିଆଯାଇଥିଲା ।

କଂଗ୍ରେସ ଛାଡିବା ପରେ ଲାଲଦୁହୋମା ଜୋରାମ ନ୍ୟାସନାଲିଷ୍ଟ୍ ପାର୍ଟିର ସ୍ଥାପନା କରିଥିଲେ । ଏହାପରେ ୨୦୧୮ ବିଧାନସଭା ନିର୍ବାଚନରେ ସେ ବିରୋଧୀ ଦଳ ନେତା ଭାବେ କାମ କରିଥିଲେ । ହେଲେ ୨୦୨୦ ମସିହାରେ ଦଳ ବିରୋଧୀ କାନୁନର ଉଲ୍ଲଘଂନ ପାଇଁ ତାଙ୍କ ବିଧାନସଭା ସଦସ୍ୟତା ପଦ ବି ରଦ୍ଦ ହେଇଯାଇଥିଲା । ହେଲେ ଏବେ ସେହି ନେତା ମିଜୋରାମର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

The post ଆଇପିଏସରୁ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ, ଲାଲଦୁହୋମାଙ୍କ ରାଜନୈତିକ କ୍ୟାରିୟର । first appeared on Kanak News.

from Kanak News
via <a href="https://ifttt.com/?

ତିନି ରାଜ୍ୟରେ ବିଜେପିର ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଚାଲିଛି ଅଙ୍କକଷା 

କନକ ବ୍ୟୁରୋ : ସରିଲା ନିର୍ବାଚନ, ୩ ରାଜ୍ୟରେ ସତାକୁ ଆସିଲା ବିଜେପି । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଜାରି ରହିଛି ଅଙ୍କକଷା । ବିଶେଷକରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ସସପେନ୍ସ ଦେଖାଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଯଦିଓ ଏହି ଦୌଡ଼ରେ ଆଗରେ ଥିବା କୁହାଯାଉଛି, କିନ୍ତୁ ୨୦୧୮ରେ ବିବାଦ ଦେଖା ଦେବାରୁ ବିଜେପି କ୍ଷମତାଚ୍ୟୁତ ହୋଇଥିଲା । ସେହିପରି ଛତିଶଗଡ଼ରେ ବିଜେପି ସରକାର ଗଢ଼ିବା ନିଶ୍ଚିତ ହେବା ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ୪ ଜଣଙ୍କ ନାଁ ସବୁଠୁ ଆଗରେ ରହିଛି । ରମଣ ସିଂ, ବିଷ୍ଣୁ ଦେଓ ସାଇ, ରାମ ବିଚାର ନେତମ ଓ ରେଣୁକା ସିଂ । ସେପଟେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ପ୍ରଥମ ପସନ୍ଦର ମୁଖ୍ୟମନ୍ତ୍ରୀ । କିନ୍ତୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏଥର ବିଧାନସଭାରେ ଲଢ଼ିଥିବାରୁ ତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଏସବୁ ଭିତରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନିଷ୍ପତି କେନ୍ଦ୍ରୀୟ ନେତୃତ୍ୱ ନେବେ ।

ରାଜସ୍ଥାନ: ମୁଖ୍ୟମନ୍ତ୍ରୀ ଦୌଡ଼ରେ କିଏ?

ବସୁନ୍ଧରା ରାଜେ

ରାଜସ୍ଥାନର ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ । ଚଳିତ ଥର ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି । ହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କ ଶୁଭ ଦୃଷ୍ଟିରେ ଅଛନ୍ତି ତ?

ଦିୟା କୁମାରୀ

ଜୟପୁରର ରାଜକୁମାରୀ । ୨୦୦୩ରେ ବିଜେପିରେ ହୋଇଥିଲେ ସାମିଲ । ରାଜସମନ୍ଦରର ସାଂସଦ । ବସୁନ୍ଧରା ଫ୍ୟାକ୍ଟରୁ କାଉଣ୍ଟର କରିପାରିବେ ବୋଲି କୁହାଯାଉଛି ।

ଗଜେନ୍ଦ୍ର ସିଂ ଶେଖାୱତ

କେନ୍ଦ୍ରମନ୍ତ୍ରୀ । ୨୦୨୦ରେ ଗେହଲଟ୍ ସରକାରକୁ ଭାଙ୍ଗିବାରେ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।

ବାବା ବାଲକନାଥ

ରାଜ୍ୟସ୍ଥାନର ରାଜନୀତିରେ ଯୋଗୀ ଭାବେ ପରିଚିତ ବାବା ବାଲକନାଥ । ଅଲୁୱାରରୁ ସାଂସଦ ଅଛନ୍ତି । ଯାହାଙ୍କ ନାଁକୁ ନେଇ ବର୍ତମାନ ସବୁଠୁ ଚର୍ଚ୍ଚାରେ ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡରେ ଅଛିନ୍ତି

ଶିବରାଜ ସିଂ ଚୌହ୍ୱାନ

ନରେନ୍ଦ୍ର ସିଂ ତୋମାର

ଜ୍ୟୋତିରାଦିତ୍ୟ ସିନ୍ଧିଆ

ପ୍ରହଲ୍ଲାଦ ପଟେଲ

ଛତିଶଗଡ଼: ପୁରୁଣା ନା ନୂଆ? ଚର୍ଚ୍ଚାରେ ଏହି ୩ଜଣଙ୍କ ନାଁ 

ରମଣ ସିଂ: ପୂର୍ବତନ ମୁଖ୍ୟମନ୍ତ୍ରୀ

ବିଷ୍ଣୁ ଦେଓ ସାଏ: ପୂର୍ବତନ କେନ୍ଦ୍ରମନ୍ତ୍ରୀ

ରେଣୁକା ସିଂ: କେନ୍ଦ୍ରମନ୍ତ୍ରୀ

The post ତିନି ରାଜ୍ୟରେ ବିଜେପିର ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଚାଲିଛି ଅଙ୍କକଷା  first appeared on Kanak News.

from Kanak News
via <a href="https://ifttt.com/?

ଇଣ୍ଡୋନେସିଆରେ ଆଗ୍ନେୟଗିରି ଲାଭା ଉଦ୍‌ଗୀରଣ । ୧୧ ଜଣ ଲୋକ ପୋଡି ପାଉଁଶ ହୋଇଗଲେ

 

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଥିବା ଆଗ୍ନେୟଗିରିରେ  ଭୟଙ୍କର ଲାଭା ଉଦ୍‌ଗୀରଣ ; ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟଗିରିରେ  ଲାଭା ଉଦ୍‌ଗୀରଣ ହୋଇଛି । ଏଥିରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।  ଏଥିସହ ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି ବୋଲି ସୂତ୍ରରୁ ପ୍ରକାଶ । ସେମାନଙ୍କୁ ଖୋଜିବାକୁ ସେନା ମୃତୟନ ହୋଇଛନ୍ତି ।  ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।

ସୂଚନା ଅନୁଯାୟୀ, ଆଗ୍ନେୟଗିରି ନିକଟରେ ତିନି ଜଣ ପର୍ବତାରୋହୀଙ୍କ ମୃତଦେହ ମିଳିଥିବା ଉଦ୍ଧାରକାରୀ ଦଳ କହିଛି । ସେହିପରି ଅନ୍ୟ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି । ସୁମାତ୍ରା ଦ୍ୱୀପରେ ଥିବା ମାଉଣ୍ଟ ମେରାପିରେ ରବିବାର ଦିନ ଆଗ୍ନେୟଗିରିରୁ ଲାଭା  ଉଦ୍‌ଗୀରଣ ହେବାରୁ ଆକାଶକୁ ୩,୦୦୦ ମିଟର୍‌ ଉଚ୍ଚର ପ୍ରବଳ କଳା ଧୂଆଁ ଉଠିଥିଲା । ଫଳରେ ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦ୍‌ଗୀରଣଜନିତ ଭଗ୍ନାଂଶ ଖସିବା ସହିତ ଚାରିଆଡେ ପାଉଁଶ ବିଛାଡି ହେଇ ପଡ଼ିଛି।

ଉଦ୍ଧାରକାରୀ ଦଳର  ମୁଖ୍ୟ ଅବ୍‌ଦୁଲ୍‌ ମଲିକ କହିଛନ୍ତି, ସପ୍ତାହର ଶେଷ ଦିନ ହେଇଥିବାରୁ ସେଠାକୁ ଅନେକ ପର୍ବତାରୋହୀ ଯାଇଥିଲେ ।  ସେଠାରେ ୭୫ରୁ ଅଧିକ ପର୍ବତାରୋହୀ ଥିଲେ। ବିସ୍ପୋରଣ ପରେ ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ସ୍ଥାନାନ୍ତର କରାଯାଇ ପାରି ନଥିଲା । ୨୬ଜଣଙ୍କ ମଧ୍ୟରୁ ଆମେ ୧୪ଜଣଙ୍କୁ ଉଦ୍ଧାର କରିଛି ।  ୧୪ଜଣଙ୍କ ମଧ୍ୟରୁ ଏଗାର ଜଣଙ୍କୁ ମୃତ ଏବଂ  ତିନି ଜଣଙ୍କୁ ଜୀବିତ  ଅବସ୍ଥାରେ ଉଦ୍ଧାର କରାଯାଇଛି । ୧୨ ଜଣ ଏବେବ ନିଖୋଜ ଅଛନ୍ତି ।

ଘଟଣାସ୍ଥଳରେ ସୃଷ୍ଟି ହୋଇଥିବା ଗୋଟାଏ ବଡ଼ ଖାଲ ନିକଟରୁ ଉଦ୍ଧାର ହୋଇଥିବା ୩ ଜୀବନ୍ତ ବ୍ୟକ୍ତିଙ୍କ ଦେହରେ ‌ପୋଡ଼ାକ୍ଷତ ରହିଛି। ଏଥିସହ ସେମାନେ ଦୁର୍ବଳିଆ ଦିଶୁଛନ୍ତି। ଉଦ୍ଧାରକାରୀ ଟିମ୍‌ ସେମାନଙ୍କୁ ପର୍ବତ ଉପରୁ ତଳକୁ ଆଣିଛନ୍ତି। ଆଗ୍ନେୟଗିରିରୁ ଗଳିତଧାତୁ ବା ଲାଭା ଉଦ୍‌ଗୀରଣ ହେବାର ଆଶଙ୍କା ଥିବାରୁ ଗ୍ରାମବାସୀଙ୍କୁ ୩ କିଲୋମିଟର୍‌ ଦୂ‌ରରେ ରହିବାକୁ ସରକାରୀ ଅଧିକାରୀମାନେ କହିଛନ୍ତି। ଚାରିଆଡେ ପାଉଁଶ ଉଡୁଥିବାରୁ ଲୋକଙ୍କୁ ଚଷମା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

 

The post ଇଣ୍ଡୋନେସିଆରେ ଆଗ୍ନେୟଗିରି ଲାଭା ଉଦ୍‌ଗୀରଣ । ୧୧ ଜଣ ଲୋକ ପୋଡି ପାଉଁଶ ହୋଇଗଲେ first appeared on Kanak News.

from Kanak News
via <a href="https://ifttt.com/?

ରାସ୍ତାରେ ଥିବା ସବୁ ନନଭେଜ୍ ଷ୍ଟଲକୁ ହଟାଅ । ଆସୁ ଆସୁ ଆକ୍ସନ ମୋଡରେ ବିଜେପି ବିଧାୟକ ବାଲମୁକୁନ୍ଦ

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି । ସରକାର ଗଢିବା ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିର୍ବାଚନ ଫଳାଫଳ ଆସିବାର ୨୪ଘଣ୍ଟା ନବିତୁଣୁ ଆକ୍ସନ ମୋଡକୁ ଆସିଯାଇଛନ୍ତି ନବନିର୍ବାଚିତ ବିଧାୟକ ବାଲମୁକୁନ୍ଦ ।

ବିଜେପି ବିଧାୟକ ବାଲମୁକୁନ୍ଦ ଜଣେ ସରକାରୀ ଅଧିକାରୀଙ୍କୁ ଫୋନ୍ କରି ରାସ୍ତା କଡରେ ଥିବା ସମସ୍ତ ନନଭେଜ୍ ଷ୍ଟଲକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସଂଧ୍ୟା ସୁଦ୍ଧା ରାସ୍ତା କଡରେ ଥିବା ସମସ୍ତ ନିରାମିଶ ଫାଷ୍ଟଫୁଡ୍ ଦେକାନକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବା ପାଇଁ ମଧ୍ୟ କହିଛନ୍ତି ।

ତେବେ ବାଲମୁକୁନ୍ଦଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ରଡା ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ୍ ଓୱେଶୀ । ସେ କହିଛନ୍ତି, ଏପରି କରିବା ସମ୍ପୁର୍ଣ୍ଣ ଭୁଲ୍ । କେହିବି ଏହାକୁ ରୋକିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନନଭେଜ୍ ଷ୍ଟଲ ଲଗାଇବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ କେମିତି ରୋକିବେ । ଏହା ଆଦ୍ୱଂ ଠିକ୍ ନୁହେଁ

The post ରାସ୍ତାରେ ଥିବା ସବୁ ନନଭେଜ୍ ଷ୍ଟଲକୁ ହଟାଅ । ଆସୁ ଆସୁ ଆକ୍ସନ ମୋଡରେ ବିଜେପି ବିଧାୟକ ବାଲମୁକୁନ୍ଦ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ବିପକ୍ଷ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ । ଏଡେନ୍ ମାର୍କରମଙ୍କୁ ମିଳିଲା ଦିନିକିଆ ଏବଂ ଟି-୨୦ରେ ଅଧିନାୟକ ଦାୟିତ୍ୱ ।

କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ୧୦ ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ ତିନୋଟି ଟି-୨୦, ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଥିବାବେଳେ, ଏହି ସିରିଜ୍ ପାଇଁ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ । ତେବେ ଏହାପୂର୍ବରୁ ଭାରତୀୟ ଦଳ ନିଜର ଦଳ ଘୋଷଣା କରିସାରିଥିବାବେଳେ, ଆଜି ନିଜର ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ବିପକ୍ଷ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳରେ ବଡ ପରିବର୍ତ୍ତନ ଘଟିଛି । ଟେମ୍ବା ବାଭୁମା ଏବଂ ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ସୀମିତ ଓଭର ଫର୍ମାଟରୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଏଡେନ୍ ମାର୍କରମ ସୀମିତ ଓଭରରେ ଦଳର ଅଧିନାୟକ ନିଯୁକ୍ତ ହେଇଛନ୍ତି । ଅନ୍ୟପଟେ ବାଭୁମା ଏବଂ ରାବାଡା ଟେଷ୍ଟ ସିରିଜ୍ ପାଇଁ ଉପଲବ୍ଧ ରହିବେ ଏବଂ ବାଭୁମା ଟେଷ୍ଟ ଫର୍ମାଟରେ ଦଳର ଅଧିନାୟକ ରହିବେ ବୋଲି ମଧ୍ୟ କୁହାଯାଇଛି ।

ନଜର ପକାନ୍ତୁ, ଦକ୍ଷିଣ ଆଫ୍ରିକା ଦଳ ଉପରେ…

The post ଭାରତ ବିପକ୍ଷ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ । ଏଡେନ୍ ମାର୍କରମଙ୍କୁ ମିଳିଲା ଦିନିକିଆ ଏବଂ ଟି-୨୦ରେ ଅଧିନାୟକ ଦାୟିତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଆଶ୍ୱସ୍ତି । ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ୍

କନକ ବ୍ୟୁରୋ : ଅର୍ଚ୍ଚନା ନାଗଙ୍କୁ ବଡ଼ ଆଶ୍ୱସ୍ତି । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ପକ୍ଷରୁ ମିଳିଛି ଜାମିନ୍ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ମିଳିସାରିଛି । ସମସ୍ତ ୩ଟି ମାମମଲାରେ ଜାମିନ୍ ମିଳିଥିବାରୁ ଖୁବଶୀଘ୍ର ଅର୍ଚ୍ଚନା ନାଗ ଜେଲକୁ ମୁକୁଳିପାରନ୍ତି । ପୂର୍ବରୁ ନୟାପଲ୍ଲୀ ଥାନା ମାମଲା ଓ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତିର ମାଲି ହୋଇଥିବା ଅଭିଯୋଗ ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା ।

The post ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଆଶ୍ୱସ୍ତି । ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ୍ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started