ଶେଖ ହସିନା ବନାମ ଖଲିଦା ଜିଆ: ବିରୋଧୀ ଜେଲରେ ବନ୍ଦ : ପ୍ରଧାନମନ୍ତ୍ରୀ ପ୍ରଚାରରେ ବ୍ୟସ୍ତ :  କେମିତି ଚାଲିଛି ବାଂଲାଦେଶ ନିର୍ବାଚନ ?

ଆସନ୍ତା ବର୍ଷ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନୀ ହିଂସା ପରେ ବର୍ତ୍ତମାନ ବିରୋଧୀ ଦଳର  ବହୁ ତୁଙ୍ଗ ନେତା  ଜେଲରେ ଅଛନ୍ତି। ଯେଉଁଠାରେ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏହି ନିର୍ବାଚନ ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଭୟ ଦଳ ସେମାନଙ୍କର ରାଜନୈତିକ ଅସ୍ତିତ୍ୱ ପାଇଁ ଲଢେଇ କରୁଛନ୍ତି ।

ଆସନ୍ତା ବର୍ଷ ବାଂଲାଦେଶରେ ମତଦାନ ହେବାକୁ ଯାଉଛି

ନଭେମ୍ବର ୧୬ ରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଥିଲେ

ଜାନୁଆରୀ ୭ ରେ ବାଂଲାଦେଶରେ ମତଦାନ ଅନୁଷ୍ଠିତ ହେବ

ଢାକା: ଆସନ୍ତା ବର୍ଷ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୧୬ ନଭେମ୍ବରରେ, ବାଂଲାଦେଶର ନିର୍ବାଚନ ଆୟୋଗ ୭ ଜାନୁଆରୀ ୨୯୨୪ ରେ ଭୋଟ୍ ତାରିଖ ଭାବରେ ଘୋଷଣା କରିଥିଲେ । କିନ୍ତୁ ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଏଥିରେ ଯେପରି ଭାଗ ନେଇପାରିବ ନାହିଁ ସେପରି ନିର୍ବାଚନ ପାଇଁ ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇଛି ।

୨୩ ଅକ୍ଟୋବରରେ, ବାଂଲାଦେଶ ସରକାର ଅନସର ବାଟାଲିୟନ ବିଲ୍ ୨୦୨୩ ପ୍ରଣୟନ କରିଥିଲେ । ଏହି ବିଲ୍ ପାରାମିଲିଟାରୀ ସହାୟକ ବଳ ଅନ୍ସରଙ୍କୁ ସନ୍ଦିଗ୍ଧ ଘରେ ପ୍ରବେଶ କରିବା, ଗିରଫ କରିବା ଏବଂ ଅଭିଯୁକ୍ତ ଅପରାଧୀଙ୍କୁ ପୋଲିସକୁ ହସ୍ତାନ୍ତର କରିବାକୁ କ୍ଷମତା ପ୍ରଦାନ କରିଛି । ତେବେ ଏହି ବିଲ୍ କାର୍ଯ୍ୟକାରୀ କରିବାର ସମୟ ଉପରେ ପ୍ରଶ୍ନ ଉଠିଛି ।

ସରକାର କ୍ଷମତାକୁ ଆସିବା ପାଇଁ ସମସ୍ତ କୌଶଳ  ବ୍ୟବହାର କରିବେ ବୋଲି ଅନୁମାନ କରାଯାଉଛି । ଯଦି ଏପରି ହୁଏ ତେବେ ଏହା ଆୱାମୀ ଲିଗର ଚତୁର୍ଥ ପାଳି ହେବ । ଏହି ସମୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କର ଶେଷ ତିନୋଟି କାର୍ଯ୍ୟକାଳର ଆର୍ଥିକ ସଫଳତାକୁ ପ୍ରୋତ୍ସାହିତ କରିବାରେ ଏବଂ ଅନେକ ପ୍ରକଳ୍ପର ଉଦଘାଟନ କରିବାରେ ବ୍ୟସ୍ତ ଅଛନ୍ତି ।

ରୁପପୁରରେ ଥିବା ୨୪୦୦  ମେଗାୱାଟ ଆଣବିକ ଶକ୍ତି କେନ୍ଦ୍ର ପାଇଁ ରୁଷରୁ ପ୍ରଥମ ପର୍ଯ୍ୟାୟ ୟୁରାନିୟମ୍ ଆଣୁଛନ୍ତି ବୋଲି ପ୍ରଚାର କରୁଛନ୍ତି । ଏହା ବ୍ୟତୀତ ଜାପାନ ଆନ୍ତର୍ଜାତୀୟ ସହଯୋଗ ଏଜେନ୍ସି ଦ୍ୱାରା ନିର୍ମିତ ଆନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲର ଉଦଘାଟନୀ ଉତ୍ସବରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ ।

ଆୱାମୀ ଲିଗ୍ ନିର୍ବାଚନକୁ ଭୟ କରୁଛି

ଗତ କିଛି ମାସ ମଧ୍ୟରେ ସେ ଅନେକ ସଡକ, ରେଳବାଇ, ବ୍ରିଜ ଏବଂ ପାୱାର ପ୍ଲାଣ୍ଟ ସମ୍ବନ୍ଧୀୟ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ଶେଖ ହସିନା ଏହାକୁ ପ୍ରତ୍ୟେକ ପରିବାରକୁ ଜଣାଇବାକୁ ଚାହୁଁଛନ୍ତି ଯେ ତାଙ୍କ ନେତୃତ୍ୱରେ ବାଂଲାଦେଶ ଅନେକ ଅର୍ଥନୈତିକ ପ୍ରଗତି କରିଛି । ତେବେ ଏସବୁ ସତ୍ତ୍ବେ ଆୱାମୀ ଲିଗ୍ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଡରୁଛି । ହାସିନା ସଂସଦରେ ଅଭିଯୋଗ କରିଛନ୍ତି ଯେ ଆମେରିକା ତାଙ୍କୁ ହଟାଇବାକୁ ଚାହୁଁଛି । କାରଣ ନିର୍ବାଚନ ପୂର୍ବରୁ ବାଇଡେନ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବାଂଲାଦେଶରେ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ ଦୁର୍ବଳ କରୁଥିବା ବ୍ୟକ୍ତିବିଶେଷଙ୍କ ଭିସା ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ଆମେରିକା ଘୋଷଣା କରିଛି ।

ବଙ୍ଗଳାଦେଶ ଜେଲ ଗୁଡିକ ଭରି ଗଲାଣି

୧୯୭୫ ରେ ତାଙ୍କ ପିତା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ହତ୍ୟା ପରେ ହସିନା ଆମେରିକା ଏବଂ ବାଂଲାଦେଶରେ ତା’ର ଉଦ୍ଦେଶ୍ୟ ନେଇ ସନ୍ଦେହ କରୁଛନ୍ତି ।  ଭିସା ପ୍ରତିବନ୍ଧକ ଘୋଷଣା ସନ୍ଦେହକୁ ଆହୁରି ବଢାଇ ଦେଇଛି ।  ଏହା ବ୍ୟତୀତ ହାସିନା ଅଭିଯୋଗ କରିଛନ୍ତି ଯେ ଦଳର ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ଉପରେ  ଆମେରିକା ପ୍ରଭାବ ପକାଇଛି ।  ଯେଉଁଥିପାଇଁ ବିଶ୍ୱ ବ୍ୟାଙ୍କରୁ ପଦ୍ମ ବ୍ରିଜ ପାଇଁ ଅର୍ଥ ବନ୍ଦ ହୋଇଯାଇଥିଲା । ଏହା ପଛର କାରଣ ଦୁର୍ନୀତି ବୋଲି କୁହାଯାଇଥିଲା। ଏହାର ପ୍ରତିବାଦରେ ୨୮ ଅକ୍ଟୋବରରେ ଢାକାରେ ବିରୋଧୀ ଦଳ ବିଏନପି ଦ୍ୱାରା ଏକ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲି ସମୟରେ ହୋଇଥିବା ହିଂସାରେ ଜଣେ ପୋଲିସ କର୍ମଚାରୀ ଏବଂ NNPP କର୍ମୀଙ୍କ ମୃତ୍ୟୁ ଘଟିଛି । ଏହା ପରେ ହଜାର ହଜାର ରାଜନୈତିକ କର୍ମୀଙ୍କୁ  ଗିରଫ କରାଯାଇଥିଲା । ବାଂଲାଦେଶର ସମସ୍ତ ୬୮ ଟି କାରାଗାର ଭର୍ତ୍ତି ହୋଇଯାଇଛି । ସବୁ ଜେଲରେ ଏବେ କ୍ଷମତାଠୁ କୁ ଦୁଇଗୁଣ କଏଦୀ ଅଛନ୍ତି ।

The post ଶେଖ ହସିନା ବନାମ ଖଲିଦା ଜିଆ: ବିରୋଧୀ ଜେଲରେ ବନ୍ଦ : ପ୍ରଧାନମନ୍ତ୍ରୀ ପ୍ରଚାରରେ ବ୍ୟସ୍ତ :  କେମିତି ଚାଲିଛି ବାଂଲାଦେଶ ନିର୍ବାଚନ ? first appeared on Kanak News.

from Kanak News
via <a href="https://ifttt.com/?

ଏନସିଆରବି ରିପୋର୍ଟରେ ଉଦବେଗଜନକ ତଥ୍ୟ । ଦୁଷ୍କର୍ମ, ହତ୍ୟା ଏବଂ ଅସଦାଚରଣରେ ଦେଶରେ ଚତୁର୍ଥ ସ୍ଥାନରେ ଓଡ଼ିଶା

କନକ ବ୍ୟୁରୋ : ଓଡ଼ିଶାରେ ବଢ଼ୁଛି ସାଇବର ଅପରାଧ । ୨୦୨୨ ଏନସିଆରବି ବାର୍ଷିକ ରିପୋର୍ଟରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ୨୦୨୨ରେ ଦେଶ ସହ ରାଜ୍ୟରେ ଅପରାଧିକ ମାମଲା ସହ ଦୁର୍ନୀତି ଓ ସାଇବର ଅପରାଧ ବୃଦ୍ଧି ପାଇଛି । ଓଡ଼ିଶାରେ ୨୦୨୦ରେ ୧୯ଶହରୁ ଅଧିକ ସାଇବର ଅପରାଧ ମାମଲା ଘଟିଥିବା ବେଳେ ୨୦୨୧ରେ ୨ହଜାରରୁ ଅଧିକ ଏବଂ ୨୦୨୨ରେ ୧୯ଶହ ୮୩ଟି ସାଇବର ଅପରାଧ ଘଟିଛି । ସେହିପରି ୨୦୨୧ ଓଡ଼ିଶାରେ ଦେଢ଼ ଲକ୍ଷରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ୧ଲକ୍ଷ ୭୮ ହଜାରକୁ ବୃଦ୍ଧି ପାଇଛି ।

ରିପୋର୍ଟ ଅନୁସାରେ, ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷେ ଲୋକରୁ ୩ଜଣ ହତ୍ୟାର ଶିକାର ହୋଇଛନ୍ତି । ସେହିପରି ରାଜ୍ୟରେ ଶିଶୁ ବିରୋଧୀ ମଧ୍ୟ ବଢ଼ିଛି । ୨୦୨୧ରେ ରାଜ୍ୟରେ ୭ହଜାର ୮୯୯ ଶିଶୁ ବିରୋଧୀ ଅପରାଧ ଘଟିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୮ହଜାର ୨୪୦ରେ ପହଂଚିଛି ।

ସାଇବର ଅପରାଧରେ ଲାଗୁନି ଲଗାମ

– ଏନସିଆରବି ରିପୋର୍ଟରେ ସାଂଘାତିକ ତଥ୍ୟ
– ଦେଶ ସହ ରାଜ୍ୟରେ ଅପରାଧ, ଦୁର୍ନୀତି ଓ ସାଇବର ଅପରାଧ ବୃଦ୍ଧି
– ଓଡ଼ିଶାରେ ୨୦୨୨ରେ ଘଟିଛି ୧୯୮୩ ସାଇବର ଅପରାଧ
– ରାଜ୍ୟରେ ସାଇବର ଅପରାଧ ହାର ୪.୩ ପ୍ରତିଶତ
– କମ୍ପ୍ୟୁଟର ସମ୍ପର୍କିତ ଅପରାଧ ମାମଲା ୧୫୨ ରହିଛି
– ମହିଳା ଅସଦାଚରଣରେ ଦେଶରେ ଚତୁର୍ଥ ସ୍ଥାନରେ ଓଡ଼ିଶା
– ୨୦୨୨ରେ ୭,୩୨୭ ମହିଳା ଅସଦାଚରଣ ମାମଲା
– ରାଜ୍ୟରେ ଯୌତୁକଜନିତ ୨୬୩ ମାମଲା
– ମହିଳା ବିରୋଧୀ ଅପରାଧ ମାମଲାରେ ଦେଶରେ ସପ୍ତମ ଓଡ଼ିଶା
– ରାଜ୍ୟରେ ବାର୍ଷିକ ଲକ୍ଷେ ଲୋକରୁ ୩ଜଣ ହତ୍ୟାର ଶିକାର

The post ଏନସିଆରବି ରିପୋର୍ଟରେ ଉଦବେଗଜନକ ତଥ୍ୟ । ଦୁଷ୍କର୍ମ, ହତ୍ୟା ଏବଂ ଅସଦାଚରଣରେ ଦେଶରେ ଚତୁର୍ଥ ସ୍ଥାନରେ ଓଡ଼ିଶା first appeared on Kanak News.

from Kanak News
via <a href="https://ifttt.com/?

ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ ଡ୍ରୋନ୍ । ବଙ୍କର ଭିତରେ ଶତ୍ରୁଙ୍କୁ ନିପାତ କରିବା ପାଇଁ ବ୍ୟବହାର କରୁଛି ‘ବଷ୍ଟର ବମ୍’

କନକ ବ୍ୟୁରୋ : ଜାରି ରହିଛି ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଯୁଦ୍ଧ । ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ସମୟ ସରିବା ପରେ ଗାଜ୍ଜା ପଟି ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ୍ । ବୋମା ମାଡରେ ସବୁକିଛି ଛାରଖାର ହେବାକୁ ବସିଛି । ମିଳିଥିବା ତାଜା ସୂଚନା ଅନୁସାରେ, ଗାଜା ସହର ଓ ତାର ଆଖପାଖ ଅଞ୍ଚଳରେ ବୋମା ମାଡରେ ଏକାଧୀକ ଲୋକଙ୍କ ଜୀବନ ଚାଲିଯାଇଛି । ଆଉ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଇସ୍ରାଏଲ୍ ସେନା ହମାସ ଆତଙ୍କବାଦୀଙ୍କୁ ଡ୍ରୋନ୍ ସାହାଯ୍ୟରେ ଖୋଜି ଖୋଜି ଗୋଟି ଗୋଟି କରି ନିପାତ କରୁଛି । ଡ୍ରୋନ୍ ସାହାଯ୍ୟରେ ହମାସ ଆତଙ୍କୀ ଠିକଣା ଉପରେ ଜୋରଦାର ଆକ୍ରମଣ ଜାରି ରହିଛି ।

ପାଲେଷ୍ଟାଇନଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ କହିବା ଅନୁସାରେ, ସିଜଫାୟାର୍ ହଟିବା ପରେ ଇସ୍ରାଏଲ ଆକ୍ରମଣରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି । ସେପଟେ ଗାଜା ପଟିରେ ଥିବା ହମାସର ବଙ୍ଗର ଉପରେ ଆମେରିକାର ‘ବଷ୍ଟର ବମ୍’ ସାହାଯ୍ୟରେ ଇସ୍ରାଏଲ୍ ଆକ୍ରମଣ କରିଛି । ଏହି ବଷ୍ଟର ବମର ଓଜନ ୯୦୭କେଜି ରହିଛି । ପୂର୍ବରୁ ଆମେରିକା ଏହି ବୋମାର ବ୍ୟବହାର ଆଫଗାନିସ୍ଥାନ୍, ଇରାକ୍ ଓ ଶିରିଆରେ କରିଥିଲା । ଏହି ବମ୍ ମାଟି ଭିତରକୁ ଯାଇ ବଡ ବିସ୍ଫୋରଣ ଘଟାଇଥାଏ । ଯାହା ଫଳରେ ଶତ୍ରୁର ବଙ୍କର ବି ମାଟିରେ ମିଶିଯାଇଥାଏ । ଏହି ବମ୍ ସାହାଯ୍ୟରେ ଏବେ ଇସ୍ରାଏଲ୍ ହମାସ ଉପରେ ଆକ୍ରମଣ କରୁଛି ।

The post ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ ଡ୍ରୋନ୍ । ବଙ୍କର ଭିତରେ ଶତ୍ରୁଙ୍କୁ ନିପାତ କରିବା ପାଇଁ ବ୍ୟବହାର କରୁଛି ‘ବଷ୍ଟର ବମ୍’ first appeared on Kanak News.

from Kanak News
via <a href="https://ifttt.com/?

ସଂସଦରେ ଶୁଭିଲା ମୋଦି ମୋଦି ନାରା । ୩ ରାଜ୍ୟରେ ବିଜୟକୁ ନେଇ ଉତ୍ସାହିତ ବିଜେପି ସଂସଦ, ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ… ।

କନକ ବ୍ୟୁରୋ : ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଶାସକ ଦଳ ଉତ୍ସାହିତ । ଗୃହ ଭିତରେ ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ଆଉ ନାରା ଦେଇଛନ୍ତି ତୃତୀୟ ଥର ମୋଦୀ ସରକାର, ବାରମ୍ବାର ମୋଦୀ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକାଠି ବସିଥିବା ବେଳେ ଏଭଳି ନାରା ଦେଇଛନ୍ତି ବିଜେପି ସଦସ୍ୟ ।
ଗତକାଲି ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନିଜ ଦବଦବା ଜାହିର ରଖିଛି । କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ଼ ଖସିଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟ ହିଁ ୨୪ରେ ହ୍ୟାଟ୍ରିକ ପାଇଁ ସଂକେତ ।

https://platform.twitter.com/widgets.jsଏହାସହ ଆଜି ସଂସଦ ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି. ଗତକାଲି ୪ ରାଜ୍ୟରୁ ଆସିଥିବା ଫଳାଫଳ ବେଶ ଉତ୍ସାହଜନକ । ଦେଶ ନକରାତ୍ମକକୁ ପ୍ରତ୍ୟାଖାନ କରିଛି । ଏହି ଅଧିବେଶନରେ ପରାଜୟର ରାଗ ସୁଝାଇବା ପରିବର୍ତ୍ତେ ସକାରାତ୍ମକ ଦିଗରେ ଆଗରେ ବଢନ୍ତୁ । ଯାହାଦ୍ୱାରା ଲୋକଙ୍କର ବିରୋଧୀଙ୍କ ପ୍ରତି ଥିବା ଦୃଷ୍ଟିକୋଣ ବଦଳିବ । ଯାହାଦ୍ୱାରା ସେମାନଙ୍କ ପାଇଁ ନୂଆ ଅଧ୍ୟାୟ ଖୋଲିବ । ଏହି ଅଧିବେଶନରେ ସକରାତ୍ମକ ଚିନ୍ତାଧାରା ସହ ଆସନ୍ତୁ । ଶାସକ ଦଳ ଯଦି ୧୦ ପାଦ ଆଗକୁ ବଢୁଛି, ତେବେ ବିରୋଧୀ ୧୨ ପାଦ ଆଗକୁ ବଢାନ୍ତୁ । ନିର୍ବାଚନ ଫଳାଫଳର ରାଗ ଗୃହ ଭିତରକୁ ନ ଆଣନ୍ତୁ ।

The post ସଂସଦରେ ଶୁଭିଲା ମୋଦି ମୋଦି ନାରା । ୩ ରାଜ୍ୟରେ ବିଜୟକୁ ନେଇ ଉତ୍ସାହିତ ବିଜେପି ସଂସଦ, ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ… । first appeared on Kanak News.

from Kanak News
via <a href="https://ifttt.com/?

କଲେଜ କ୍ୟାମ୍ପସରେ ତେଜିଲା ପୋଷ୍ଟର ପଲିଟିକ୍ସ । ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ସେଲ୍ଫି ପଏଣ୍ଟ୍ କରିବାକୁ କୁଳପତିଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଂଟ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଏହି ଥ୍ରିଡି ସେଲଫି ପଏଂଟ କଲେଜ କ୍ୟାମ୍ପସରେ ଳଗାଯିବ । ସେଲଫି ପଏଣ୍ଟ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଭାରତ ପାଇଥିବା ସଫଳତା ସଂପର୍କରେ ଅବଗତ କରାଇବା ହେବ ମୁଖ୍ୟ ଉଦ୍ଦେଶ୍ୟ । ନୂତନ-ଶିକ୍ଷାନୀତି ଅନ୍ତର୍ଗତ ନିଆଯାଇଥିବା ପଦକ୍ଷେପ ଓ ଯୋଜନା, ଏକ ଭାରତ ଶ୍ରେଷ୍ଠ ଭାରତ, ନୂତନ ଶିକ୍ଷାନୀତିର ବିଭିନ୍ନ ବିଷୟ ଏଥିରେ ସ୍ଥାନ ପାଇବ ।
ସେପଟେ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଆୟୋଜନ କରାଯାଉଛି । ନୂଆ ଓଡିଶା ନାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଫ୍ଲେକ୍ସ ଲଗାଇ କାର୍ଯ୍ୟକ୍ରମ କରିବା ପାଇଁ କଲେଜଗୁଡିକୁ କୁହାଯାଇଛି ।

The post କଲେଜ କ୍ୟାମ୍ପସରେ ତେଜିଲା ପୋଷ୍ଟର ପଲିଟିକ୍ସ । ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ସେଲ୍ଫି ପଏଣ୍ଟ୍ କରିବାକୁ କୁଳପତିଙ୍କୁ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

ଜେଲରୁ ବାହାରିବେ ଅର୍ଚ୍ଚନା ନାଗ ! ହାଇକୋର୍ଟରୁ ମିଳିଲା ଜାମିନ । 

କନକ ବ୍ୟୁରୋ : ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଇଡି କରିଥିବା ମାମଲାରେ ମିଳିଲା ଜାମିନ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଛନ୍ତି ଅର୍ଚ୍ଚନା । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା । ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଅର୍ଚ୍ଚନା ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି ।

ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଇଡି ।  ମନି ଲଣ୍ଡରିଂର ଖୋଳତାଡ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ପ୍ରମାଣ ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

The post ଜେଲରୁ ବାହାରିବେ ଅର୍ଚ୍ଚନା ନାଗ ! ହାଇକୋର୍ଟରୁ ମିଳିଲା ଜାମିନ ।  first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଲୋହିତ ସାଗରରେ ଏକ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ମାଲବାହୀ ଜାହାଜ ଉପରେ ଆକ୍ରମଣ

ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଚଳାଚଳ କରୁଥିବା ଜାହାଜ ମାନଙ୍କ  ଉପରେ ଆକ୍ରମଣ କରୁଛନ୍ତି । ବିଦ୍ରୋହୀମାନେ ଇସ୍ରାଏଲକୁ ଟାର୍ଗେଟ କରି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମଧ୍ୟ ଗୁଳି ଚଳାଉଛନ୍ତି । ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ୟେମେନର ସାନାଠାରେ ରବିବାର ଦିନ ପ୍ରାୟ ୧୦ ଟା ବେଳେ ଏହି ଆକ୍ରମଣ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ଧରି ଚାଲିଥିଲା । ରବିବାର ଦିନ ଲୋହିତ ସାଗରରେ ଆମେରିକାର ଯୁଦ୍ଧ ଜାହାଜ ଏବଂ ଅନେକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା । ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟ ପେଣ୍ଟାଗନ୍ ଏହି ସୂଚନା ଦେଇଛି ।

ୟେମେନର ହୁତି ବିଦ୍ରୋହୀମାନେ ଦୁଇଟି ଜାହାଜ ଉପରେ ଆକ୍ରମଣ ଦାବି କରିଥିଲେ ଯାହା ସେମାନେ ଇସ୍ରାଏଲର ବୋଲି ଭାବିଥିଲେ। ତେବେ ବିଦ୍ରୋହୀମାନେ ଆମେରିକାର ନୌସେନା ଜାହାଜକୁ ଟାର୍ଗେଟ କରିବାକୁ ସ୍ୱୀକାର କରିନାହାଁନ୍ତି ।ମଧ୍ୟ ପୂର୍ବରେ ଇସ୍ରାଏଲ୍-ହାମାସ୍ ଯୁଦ୍ଧ ସହିତ ଜଡିତ ସାମୁଦ୍ରିକ ଆକ୍ରମଣ ବୃଦ୍ଧି ପାଉଛି । ପେଣ୍ଟାଗନ୍ କହିଛି ଯେ ଲୋହିତ ସାଗରରେ USS କାର୍ନି ଏବଂ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଆମେ ଅବଗତ ଅଛୁ ଏବଂ ଏହା ଉପଲବ୍ଧ ହେବାପରେ ବିସ୍ତୃତ ସୂଚନା ପ୍ରଦାନ କରିବୁ ।

ଡ୍ରୋନ୍ ଆକ୍ରମଣ ଏବଂ ବିସ୍ଫୋରଣ

ଏହାପୂର୍ବରୁ ବ୍ରିଟିଶ ସେନା ଲୋହିତ ସାଗରରେ ଡ୍ରୋନ୍ ଆକ୍ରମଣ ଏବଂ ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଥିଲା। ଏହି ଆକ୍ରମଣ ପଶ୍ଚିମ ଏସିଆରେ ଇସ୍ରାଏଲ୍-ହମାସ୍ ଯୁଦ୍ଧ ସହ ଜଡିତ ସାମୁଦ୍ରିକ ଆକ୍ରମଣର ଏକ ଉଦାହରଣ ଭାବରେ ଦେଖାଯାଉଛି । ଲାଲ ସମୁଦ୍ରରେ ଜାହାଜ ଉପରେ ଆକ୍ରମଣ ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଜାହାଜ ଉପରେ ଆକ୍ରମଣ କରୁଛନ୍ତି । ବିଦ୍ରୋହୀମାନେ ଇସ୍ରାଏଲକୁ ଟାର୍ଗେଟ କରି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରୁଛନ୍ତି । ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ୟେମେନର ସାନାଠାରେ ରବିବାର ଦିନ ପ୍ରାୟ ୧୦ ଟା ବେଳେ ଏହି ଆକ୍ରମଣ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ଧରି ଚାଲିଥିଲା ।

ଆମେରିକା ନୌସେନାର ପଞ୍ଚମ ଜାହାଜ ମଧ୍ୟପୂର୍ବରେ ନିୟୋଜିତ ହୋଇଛି

ଆମେରିକାର ନୌସେନାର ପଞ୍ଚମ ଜାହାଜ ମଧ୍ୟପୂର୍ବରେ ନିୟୋଜିତ ହୋଇଛି । ମଧ୍ୟପୂର୍ବର ଅନେକ ଦେଶରେ ସାମରିକ ଆମେରିକାର ବେସ ଅଛି । ସମ୍ପ୍ରତି ଇସ୍ରାଏଲ୍-ହାମାସ୍ ଯୁଦ୍ଧ ସମୟରେ ମଧ୍ୟ ଆମେରିକାର ନୌସେନା  ଏହାର ଦୁଇଟି ଯୁଦ୍ଧବିମାନ ବାହକ ଷ୍ଟ୍ରାଇକ୍ ଗୃପକୁ ଏହି ଅଞ୍ଚଳରେ ନିୟୋଜିତ କରିଛି  ଏହା ବ୍ୟତୀତ ନାଟୋ ଦେଶର କିଛି ଯୁଦ୍ଧଜାହାଜ ମଧ୍ୟପୂର୍ବରେ ନିରନ୍ତର ପାଟ୍ରୋଲିଂ କରୁଛି ।

 

The post ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଲୋହିତ ସାଗରରେ ଏକ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ମାଲବାହୀ ଜାହାଜ ଉପରେ ଆକ୍ରମଣ first appeared on Kanak News.

from Kanak News
via <a href="https://ifttt.com/?

ମିଜୋରାମରେ ବଦଳିବ ସରକାର । ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରମାଥାଙ୍ଗା ।

କନକ ବ୍ୟୁରୋ : ମିଜୋରାମରେ ବଦଳିବ ସରକାର । ଭୋଟ୍ ଗଣତିର ଟ୍ରେଣ୍ଡ ଅନୁଯାୟୀ ଆଗରେ ରହିଛି ବିରୋଧୀ ଦଳ ଜେଡପିଏମ୍ । ପଛରେ ପଡିଛି ଶାସକ ଦଳ ଏମଏନଏଫ । ୪୦ ବିଧାନସଭା ଆସନରୁ ୨୭ରୁ ଅଧିକ ଆସନରେ ଜେଡପିଏମ୍ ବା ଜୋରାମ ପିପୁଲ ମୁଭମେଂଟ ଆଗରେ ରହିଥିବା ବେଳେ ଏମଏନଏଫ ୧୦ଟି ଆସନରେ ଆଗୁଆ ରହିଛି । ସେହିପରି ବିଜେପି ୨ଟି ଆସନରେ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି ।

ବଡ କଥା ହେଉଛି ଏବେ ମିଜୋରାମର ମୁଖ୍ୟମନ୍ତ୍ରୀ ଥିବା ଜୋରମାଥାଙ୍ଗା ନିର୍ବାଚନରେ ହାରିଯାଇଛନ୍ତି । ଏବେ ସେ ଅପରାହ୍ୱରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ଆଇଜଲ ଇଷ୍ଟରୁ ଜୋରମାଥାଙ୍ଗା ନିର୍ବାଚନ ହାରିଯାଇଛନ୍ତି ।

The post ମିଜୋରାମରେ ବଦଳିବ ସରକାର । ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରମାଥାଙ୍ଗା । first appeared on Kanak News.

from Kanak News
via <a href="https://ifttt.com/?

ଆଜି ନୁହେଁ କାଲି ସରିବ କଟକ ବାଲିଯାତ୍ରା । ଗୋଟିଏ ଦିନ ବାଲିଯାତ୍ରା ବଢାଇବାକୁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ : ଆଜି ନୁହେଁ କାଲି ସରିବ କଟକ ବାଲିଯାତ୍ରା । ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି.

ସୂଚନା ଯୋଗ୍ୟ ଯେ, ବାଲିଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି ଓ ଏଥିରେ ବିପୁଳ ଜନ ସମାଗମ ହେଉଛି। କାର୍ତ୍ତିକ ପୂର୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାର ଥିଲା । କିନ୍ତୁ ଏହାକୁ ଗୋଟିଏ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ କଟକ ବାଲିଯାତ୍ରାକୁ ୨ ଦିନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଟକ ମେୟର ସୁବାସ ସିଂ । ତେବେ ୨ ଦିନ ବଦଳରେ ଗୋଟିଏ ଦିନ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

The post ଆଜି ନୁହେଁ କାଲି ସରିବ କଟକ ବାଲିଯାତ୍ରା । ଗୋଟିଏ ଦିନ ବାଲିଯାତ୍ରା ବଢାଇବାକୁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ମାତିଛନ୍ତି ରୟାଲ ଚୋର: ୩ ବାଇକ୍ ଲୁଟେରାଙ୍କୁ ଧରିଲା ଖଣ୍ଡଗିରି ପୋଲିସ, ଲୁଟେରାଙ୍କ ଠାରୁ ଜବତ ୨୩ଟି ବାଇକ୍

କନକ ବ୍ୟୁରୋ: ରୟାଲ ଏନଫିଲଡ ବୁଲେଟ ପଛରେ ଲୁଟେରା । ଯେଉଁଠି ରୟାଲ ବୁଲେଟ୍ ଗାଡି ଦେଖୁଛନ୍ତି ତାକୁ ଚୋରି କରୁଛନ୍ତି । ରାଜଧାନୀରେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । କେବଳ ବୁଲେଟ ନୁହଁ ଅନ୍ୟ କମ୍ପାନୀର ଦାମୀ ଗୁଡିକୁ ମଧ୍ୟ ଚୋରି କରିଥିବାର ଜଣାପଡିଛି । ଯାହାକୁ ପୋଲିସ ଜବତ କରିଛି । ସାଧାରଣତଃ ରାତି ଅଧରେ ଘର ବାହାରେ ଛିଡା ହୋଇଥିବା ଗାଡିକୁ କିମ୍ବା ସୁନସାନ ରାସ୍ତାରେ ଗାଡି ଛିଡା ହୋଇଥିଲେ ତାକୁ ଟାର୍ଗେଟ କରନ୍ତି ଏହି ଲୁଟେରା ଗ୍ୟାଙ୍ଗ୍ । ହ୍ୟାଣ୍ଡେଲ ଲକ୍ ଭାଙ୍ଗିବା ପରେ ଗାଡିକୁ ନେଇ ଚମ୍ପଟ ମାରନ୍ତି । ପରେ ଏହିସବୁ ଗାଡିକୁ ବିକ୍ରି କରି ମାଲାମାଲ ହୁଅନ୍ତି । ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଛି । ପୋଲିସ ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରିଛି ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

The post ରାଜଧାନୀରେ ମାତିଛନ୍ତି ରୟାଲ ଚୋର: ୩ ବାଇକ୍ ଲୁଟେରାଙ୍କୁ ଧରିଲା ଖଣ୍ଡଗିରି ପୋଲିସ, ଲୁଟେରାଙ୍କ ଠାରୁ ଜବତ ୨୩ଟି ବାଇକ୍ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started