ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ: ବିଡିଓଙ୍କ ଆଗରେ ଆଣ୍ଠେଇଲେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ୱାର୍ଡ ମେମ୍ବର

କନକ ବ୍ୟୁରୋ: ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବା । ନିଜ ଦାବି ନେଇ ବିଡିଓଙ୍କ ଆଗରେ ଆଣ୍ଠେଇଲେ ମହିଳା ୱାଡ ମେମ୍ବର । ଅଭିଯୋଗ କଲେ ସେମାନଙ୍କୁ କୌଣସି ବିକାଶମୂଳକ କାର୍ଯ୍ୟରେ ଡକାଯାଇନି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଏଣ୍ଡାର ବ୍ଲକ ଜିପିରେ ଦେଖିବାକୁ ମିଳିଛି ଏହି ଘଟଣା । ପୂର୍ବରୁ ଏନେଇ ସେମାନେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ । ହେଲେ ସେମାନଙ୍କ କଥା ଶୁଣା ନଯିବାରୁ ଆଜି ନିଆରା ପ୍ରତିବାଦ କରିଛନ୍ତି ମହିଳା ୱାଡ ମେମ୍ବର ।

The post ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ: ବିଡିଓଙ୍କ ଆଗରେ ଆଣ୍ଠେଇଲେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ୱାର୍ଡ ମେମ୍ବର first appeared on Kanak News.

from Kanak News
via <a href="https://ifttt.com/?

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି

କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ଘର ଭିତରେ ପଶି ଗଲାଣି ବର୍ଷା ପାଣି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି । ଆମ୍ବୁଲାନ୍ସ ମଧ୍ୟ ଯିବାରେ ଅସୁବିଧା ସୃଷତ୍ଟି ହୋଇଛି । ବଡ଼ ବଡ଼ ଗାଡି ସହ କାର ଓ ଅଟୋ ମଧ୍ୟ ବୁଡିଯାଇଥିବାର ଦେଖିବାକୁ ମିଳିଛି । ଚେନ୍ନାଇ ଏୟାରପୋର୍ଟ ରନ୍ୱେ ମଧ୍ୟ ବର୍ଷା ପାଣିରେ ବୁଡିଯାଇଛି । ବର୍ଷା ସହ ପବନ ମଧ୍ୟ ହେଉଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି । ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି । ବାତ୍ୟା ପ୍ରଭାବରେ ବର୍ଷା ହେଉଥିବାରୁ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

The post ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି first appeared on Kanak News.

from Kanak News
via <a href="https://ifttt.com/?

୪ ରାଜ୍ୟର ନିର୍ବାଚନ ଫଳାଫଳର ପ୍ରଭାବ ପଡିବ କି ଓଡିଶାରେ? ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ଉପରେ ବିଜେପି ଏବଂ କଂଗ୍ରେସର ନଜର ରଖିଥିବା ସୂଚନା

କନକ ବ୍ୟୁରୋ: ଛତିଶଗଡ ବିଧାନସଭାରେ ବିଜେପି ବାଜିମାତ କରିବା ପରେ ଉତ୍ସାହିତ ରାଜ୍ୟ ବିଜେପି ଶିବିର । ପଶ୍ଚିମ ଓଡିଶାକୁ ଲାଗି କରି ରହିଛି ଏହି ପଡୋଶୀ ରାଜ୍ୟ । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । କାରଣ ପଶ୍ଚିମ ଓଡିଶାରେ ନିର୍ବାଚନ ବେଳେ ଛତିଶଗଡ ନେତା ପ୍ରଚାରକୁ ଆସୁଥିବା ବେଳେ ଛତିଶଗଡ ନିର୍ବାଚନ ବେଳେ ଓଡିଆ ନେତା ଯାଇ ପ୍ରଚାର କରନ୍ତି । ଅନ୍ତିମ ସାଧାରଣ ନିର୍ବାଚନ ବେଳେ ବିଜେପି ପଶ୍ଚିମ ଓଡିଶାର ୫ ଲୋକସଭା ଆସନ ଜିତିିଥିଲା । ସେହିପରି ୩୫ ବିଧାୟକ ଆସନରୁ ୨୩ଟି ବିଜେଡି ଜିତିଥିବା ବେଳେ ବିଜେପି ୯ଟି ଏବଂ କଂଗ୍ରେସ ୩ଟିରେ ବିଜୟୀ ହୋଇଥିଲା । ଓଡିଶାର ପଶ୍ଚିମରେ ବିଜେପି ଅନ୍ୟ ସ୍ଥାନ ତୁଳନାରେ ଅଧିକ ପ୍ରଭାବ ରଖିଛି ବୋଲି କୁହାଯାଏ । ତେଣୁ ଛତିଶଗଡ ନିର୍ବାଚନର ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ସେହିପରି ଛତିଶଗଡରେ ପ୍ରଧାନମନ୍ତ୍ରୀଙ୍କୁ ଚେହେରା କରି ଆଦିବାସୀଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛି ବିଜେପି । ରାଜ୍ୟରେ ବିଜେପି ଉଭୟ ଲୋକସଭା ଏବଂ ବିଧାନସଭା ଆସନ ଉପରେ ନଜର ରଖିଛି । ମୁଖ୍ୟତଃ ଲୋକସଭା ଆସନ ପାଇଁ ଅଧିକ ଆଗ୍ରେସିଭ୍ ରହିଛି ବିରୋଧୀ ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଯେଉଁଠି ଦୁର୍ନୀତି ହୋଇଛି ସେଠାରେ ବିଜେପି ବିଜୟୀ ହୋଇଛି । ଆଗାମୀ ଦିନରେ ଏହାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀଙ୍କ ଉପରେ ଓଡିଶାବାସୀଙ୍କ ଆଶୀର୍ବାଦ ରହିଛି ।

ତେଲେଙ୍ଗାନାରେ କଂଗ୍ରେସ ପ୍ରଥମ ଥର ପାଇଁ ସରକାର ଗଢିବାରେ ସଫଳ ହୋଇଛି । ନୂଆ ରାଜ୍ୟ ଭାବେ ତିଆରି ହେବା ପରେ ବିଆରଏସ ମୁଖ୍ୟ କେସିଆର ସରକାର ଗଢିବାରେ ସଫଳ ହୋଇଥିଲେ । ଏବେ କିନ୍ତୁ ହ୍ୟାଟ୍ରିକ ବିଜୟ ରଖିଥିବା ଏହି ଦଳ କ୍ଷମତାଚ୍ୟୁତ ହୋଇଛି । ତେଣୁ ଏକଦା ଦକ୍ଷିଣ ଓଡିଶାରେ ନିଜର ପ୍ରଭାବ ବିସ୍ତାର କରିଥିବା କଂଗ୍ରେସ ଏଠାରେ ପୁଣି ସକ୍ରିୟ ହେବ ବୋଲି କୁହାଯାଉଛି । ଦକ୍ଷିଣ ଓଡିଶାରେ ଅନେକ ତେଲୁଗୁ ଭେଟର ରହିଛନ୍ତି । ଯେଉଁମାନଙ୍କୁ କଂଗ୍ରେସ ନିଜ ପଟକୁ ଆଣିବାକୁ ସକ୍ଷମ ହେବ ବୋଲି କୁହାଯାଉଛିା ଏବେ ଦକ୍ଷିଣ ଓଡିଶାର ୪ ଲୋକସଭା ଆସନରୁ କଂଗ୍ରେସ ଗୋଟିଏ ଜିତିଥିବା ବେଳେ ଅନ୍ୟ ୩ଟି ବିଜେଡି ପାଖରେ ରହିଛି । ସେହିପରି ୨୮ ବିଧାୟକଙ୍କ ମଧ୍ୟରୁ ସିଂହଭାଗ ବିଜେଡି ପାଖରେ ରହିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ତେଲେଙ୍ଗାନାରେ ବିଆରଏସ ଏବଂ ବିଜେପି ଭିତିରିଆ ସଂପର୍କ ରଖିଥିଲେ । ତେଣୁ ଲୋକେ ପ୍ରତ୍ୟାଖ୍ୟାନ କଲେ । ରାଜ୍ୟରେ ବିଜେଡି ଓ ବିଜେପି ଏକାଠି ଅଛନ୍ତି । ଯାହାକୁ ଆଗାମୀ ଦିନରେ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି ପିସିସି ସଭାପତି କହିଛନ୍ତି ।

The post ୪ ରାଜ୍ୟର ନିର୍ବାଚନ ଫଳାଫଳର ପ୍ରଭାବ ପଡିବ କି ଓଡିଶାରେ? ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ଉପରେ ବିଜେପି ଏବଂ କଂଗ୍ରେସର ନଜର ରଖିଥିବା ସୂଚନା first appeared on Kanak News.

from Kanak News
via <a href="https://ifttt.com/?

୩ ରାଜ୍ୟରେ ବାଜିମାରିଲା ବିଜେପି, ମୋଦିଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଲେ ନବୀନ । 

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିର ବିଜୟ ପାଇଁ ଆଜି ସକାଳୁ ଫୋନ୍ ଯୋଗେ କଥା ହେବା ସହ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ।

ଗତକାଲି ୪ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିଥିବା ବେଳେ ୩ଟି ରାଜ୍ୟରେ ବିଜେପି ବହୁମତ ହାସଲ କରିଛି । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ବଡ ବିଜୟ ହାସଲ କରିଛି । ଗତ ୨୦୧୮ ନିର୍ବାଚନରେ ଏହି ୩ ରାଜ୍ୟରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ୨୦୨୩ ନିର୍ବାଚନରେ ଫଳାଫଳ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାବେଳେ ୩ ରାଜ୍ୟରେ ବିଜୟକୁ ନେଇ ବିଜେପି କର୍ମୀ ବେଶ ଉତ୍ସାହିତ ଅଛନ୍ତି ।

The post ୩ ରାଜ୍ୟରେ ବାଜିମାରିଲା ବିଜେପି, ମୋଦିଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଲେ ନବୀନ ।  first appeared on Kanak News.

from Kanak News
via <a href="https://ifttt.com/?

ନବଜାତକ ଶିଶୁକୁ ମୁହଁରେ ଧରି ବୁଲୁଥିଲା କୁକୁର । ଦେଖଣାହାରୀ ଭୟରେ ଦୌଡିଲେ

ବିହାରର ଭାଗଲପୁରରେ ଏକ ହୃଦୟ ବିଦାରକ ଫଟୋ  ସାମ୍ନାକୁ ଆସିଛି । ଏଠାରେ ଗୋଟିଏ କୁକୁର ଏକ ନବଜାତ ଝିଅର ମୃତଦେହ ପାଟିରେ ଧରି ବୁଲୁଥିଲା । ଯିଏ ଏହି ଦୃଶ୍ୟ ଦେଖିଲା ଭୟରେ ଥରି ଉଠିଲା । ବହୁ କଷ୍ଟରେ ଲୋକମାନେ ଝିଅର ମୃତ ଶରୀରକୁ କୁକୁରର ମୁହଁରୁ ଛଡାଇ  କରି ପୋଲିସକୁ ଜଣାଇଥିଲେ ।

ବିହାରର ଭାଗଲପୁରରେ ମନକୁ ବିବ୍ରତ କଲାପରି ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଏକ କୁକୁର ନବଜାତ ଶିଶୁର ମୃତଦେହକୁ ନିଜ ମୁହଁରେ ନେଇ ବୁଲୁଥିଲା । ଯିଏ ଏହି ଦୃଶ୍ୟ ଦେଖିଲା ଭୟଭୀତ ହୋଇ ଥରି ଉଠିଲା । ଏହା ପରେ ଲୋକମାନେ ବହୁ କଷ୍ଟରେ କୁକୁରର ମୁହଁରୁ ମୃତଦେହକୁ ବାହାର କରି ପୋଲିସକୁ ଜଣାଇଥିଲେ ।  ମୃତ ଦେହଟି ଏକ କନ୍ୟା ସନ୍ତାନର ଥିଲା ବୋଲି ଜଣାପଡିଛି ।  ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ବିହାରର ନାଭଗାଚିଆ ପୋଲିସ ଜିଲ୍ଲାର ପୋଲିସ ଷ୍ଟେସନ ଛକ ନିକଟରେ ଏହି ଘଟଣା ଘଟିଛି । ନାଭଗାଚିଆ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।ଝିଅଟି କିଏ? ସେ କେଉଁଠାରେ ଏବଂ କିପରି ମୃତ୍ଯୁବରଣ କଲା ?  କୁକୁର କେଉଁଠାରୁ ତାଙ୍କ ମୃତଦେହ ଆଣିଲା ଏହିପରି ତଥ୍ୟ ଜାଣିବାପାଇଁ ପୋଲିସ ତଦନ୍ତ କରୁଛି । ଝିଅଟିର ପିତାମାତାଙ୍କ ବିଷୟରେ ମଧ୍ୟ ପୋଲିସ ଜାଣିବାକୁ ଚେଷ୍ଟା କରୁଛି । ଝିଅଟିର ମୃତଦେହ ଏହିପରି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଛି । ଲୋକମାନେ ମଧ୍ୟ ସେହି ଝିଅର ମା’ଙ୍କୁ ଗାଳି ଦେଉଛନ୍ତି । ଯେଉଁ ମା’ ନିଜ ସନ୍ତାନକୁ ଜନ୍ମ ଦେବା ପରେ ତାକୁ ମୃତ କିମ୍ବା ଜୀବନ୍ତ ଫିଙ୍ଗି ଦେଇଥିଲେ ଯେଉଥିପାଇଁ କୁକୁର ତା ଶବକୁ ଧରି ବୁଲୁଥିଲା । କିଛି ଲୋକ ଏହାକୁ ମା’ର କିଛି ଅସୁବିଧା ଥାଇପାରେ ବୋଲି ମଧ୍ୟ କହୁଛନ୍ତି ।  ଏହି ମାମଲାରେ ନାଭଗାଚିଆ ପୋଲିସ ଷ୍ଟେସନ ଅଧିକାରୀ  ଗୋଟେ ଝିଅର ଶବ ମିଳିଛି ବୋଲି କହିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । କୁକୁରଟି ନବଜାତ ଶିଶୁର ଶବ କେଉଁଠୁ ପାଇଲା ଏବଂ ମୃତଦେହ କାହାର ଥିଲା ? ଏ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ ।

The post ନବଜାତକ ଶିଶୁକୁ ମୁହଁରେ ଧରି ବୁଲୁଥିଲା କୁକୁର । ଦେଖଣାହାରୀ ଭୟରେ ଦୌଡିଲେ first appeared on Kanak News.

from Kanak News
via <a href="https://ifttt.com/?

ବାୟୁସେନାର ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ପ୍ରାଣ ହରାଇଲେ ୨ ପାଇଲଟ, ଶୋକବ୍ୟକ୍ତ କଲେ ପ୍ରତିରକ୍ଷା ମନ୍ତ୍ରୀ ।

କନକ ବ୍ୟୁରୋ : ତେଲେଙ୍ଗାନାରେ ବାୟୁସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ । ଯେଉଁଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନାର ଅଧିକାରୀଙ୍କ ସୂଚନା ଅନୁଯାୟୀ, ସକାଳ ୮ଟା ୫୫ରେ ତେଲେଙ୍ଗାନାର ଡେଣ୍ଡିଗୁଲରେ ଏହି ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ପ୍ରାଣ ହରାଇଥିବା ଦୁଇ ପାଇଲଟଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଓ ଜଣେ ବାୟୁସେନାର କ୍ୟାଡେଟ ଥିଲେ । ନିୟମିତ ଟ୍ରେନିଂ ଉଡାଣ ଭରୁଥିବା ବେଳେ ହିଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି ।

https://platform.twitter.com/widgets.jsଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦୁଇ ପାଇଲଟଙ୍କ ମୃତ୍ୟୁକୁ ନେଇ ଅଧିକ ଦୁଃଖୀ ଥିବା କଥା କହିଛନ୍ତି ରାଜନାଥ । ଏହାସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଦୁର୍ଘଟଣା ପରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସେହିଭଳି ଏୟାରକ୍ରାଫ୍ଟଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ପିଲାଟସ ଏୟାରକ୍ରାପ୍ଟ ଜରିଆରେ ବାୟୁସେନାର ପାଇଲଟଙ୍କୁ ଟ୍ରେନିଂ ଦିଆଯାଇଥାଏ ।

The post ବାୟୁସେନାର ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ପ୍ରାଣ ହରାଇଲେ ୨ ପାଇଲଟ, ଶୋକବ୍ୟକ୍ତ କଲେ ପ୍ରତିରକ୍ଷା ମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ଟ୍ରେନିଂ ବେଳେ ଖସିପଡ଼ି ଜଳିଗଲା ବିମାନ, ୨ ପାଇଲଟଙ୍କ ମୃତ୍ୟୁ

କନକ ବ୍ୟୁରୋ: ତେଲେଙ୍ଗାନାରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ । ବାୟୁସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ ଜଣ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବିମାନଟି ହୁତୁ ହୁତୁ ହୋଇ ଜଳିଯାଇଥିଲା । ବିମାନଟି ଜଳୁଥିବାରୁ ଭିଡିଓ ସାମ୍ନାକୁ ଆସିଛି । ଭାରତୀୟ ବାୟୁସେନାର ସୂଚନା ଅନୁସାରେ, ବିମାନରେ ଦୁଇ ଜଣ ପାଇଲଟ୍ ଉପସ୍ଥିତ ଥିଲେ । ଏଥିରେ ଥିବା ଜଣେ ଟ୍ରେନର ଟ୍ରେନିଂ ଦେଉଥିଲେ । ସକାଳ ୮ଟା ୫୫ରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଦୁର୍ଘଟଣା ହେବା ପରେ ବିମାନଟି ଜଳି ଯାଇଥିଲା । ଗତ ୮ ମାସ ଭିତରେ ଭାରତୀୟ ବାୟୁସେନାର ଏହା ହେଉଛି ତୃତୀୟ ଟ୍ରେନିଂ ବିମାନ ଦୁର୍ଘଟଣା ।

The post ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ଟ୍ରେନିଂ ବେଳେ ଖସିପଡ଼ି ଜଳିଗଲା ବିମାନ, ୨ ପାଇଲଟଙ୍କ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ସମ୍ଭାବ୍ୟ ବାତ୍ୟା ବଢ଼ାଇଲା ଚାଷୀର ଚିନ୍ତା: ବର୍ଷା ଆଶଙ୍କାରେ ଫସଲ ଅମଳରେ ଲାଗିପଡ଼ିଛନ୍ତି ଚାଷୀ

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ତରବରିଆ ଭାବେ ଫସଲ କାଟି ସୁରକ୍ଷିତ କରିବାକୁ ଚେଷ୍ଟା କରୁଛି ଚାଷୀ । ଧାନ ଅମଳ ସମୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ତରବରିଆ ହୋଇ ଧାନ କାଟୁଛନ୍ତି ଚାଷୀ । କଟା ଯାଇଥିବା ଧାନ କିପରି ସୁରକ୍ଷିତ ରହିବ ସେନେଇ ବିଭିନ୍ନ ଉପାୟ କରୁଛି ଚାଷୀ । କିଏ କଟା ଯାଇଥିବା ଧାନ ଉଂଚ୍ଚା ସ୍ଥାନରେ ରଖୁଛି ଆଉ ଏକ ଧାନ ମଳି ଘରକୁ ନେବାକୁ ଚେଷ୍ଟା କରୁଛନ୍ତି । ଗଂଜାମ ଜିଲ୍ଲା ଖଲିକୋଟ ଅନେକ ଜାଗାରେ ଚାଷୀ କଂଚା ଧାନ କାଟି ନେଉଛି । ସେପଟେ ଖଲ୍ଲିକୋଟ ଅଂଚଳରେ ପ୍ରାୟ ଆହୁରି ୬୦ରୁ ୭୦ ଭାଗ ଜମିରେ ଧାନ ଫସଲ ରହିଥିବାରୁ ପବନରେ ଧାନ ଗଛ ନଷ୍ଟ ହେବାର ଆଶଙ୍କା ମଧ୍ୟ ରଖିଛନ୍ତି ଚାଷୀ ।

The post ସମ୍ଭାବ୍ୟ ବାତ୍ୟା ବଢ଼ାଇଲା ଚାଷୀର ଚିନ୍ତା: ବର୍ଷା ଆଶଙ୍କାରେ ଫସଲ ଅମଳରେ ଲାଗିପଡ଼ିଛନ୍ତି ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରେ କେବଳ ନବୀନ ମଡେଲ କାମ କରିବ, କେଉଁଠି କିଏ ଜିତିଲେ ତାହାର ପ୍ରଭାବ ପଡିବନି । ମନମୋହନଙ୍କ ବୟାନର କଡା ଜବାବ ରଖିଲା ବିଜେଡି ।

କନକ ବ୍ୟୁରୋ : ୩ ରାଜ୍ୟରେ ବିଜୟୀ ବାନା ଉଡାଇବା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ବଡ ବୟାନ ଦେଇଛନ୍ତି । ୩ ରାଜ୍ୟରେ ଫଳାଫଳ ଯେମିତି ହେଲା ତାହାର ପୁନରାବୃତ୍ତି ଓଡ଼ିଶାରେ ଦେଖିବାକୁ ମିଳିବ ବୋଲି ମନମୋହନ କହିଛନ୍ତି । ଯାହାର ଜବାବ ରଖିଛି ବିଜେଡି । ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ କେଉଁ ମଡେଲ କାମ କରିନି । ଓଡ଼ିଶାରେ କେବଳ ନବୀନ ମଡେଲ ହିଁ କାମ କରିଛି । ଆଗାମୀ ଦିନରେ ବି କରିବ । ନବୀନ ମଡେଲ ହେଉଛି ବିକାଶର ମଡେଲ । ଦିଲ୍ଲୀଠୁ ନେଇ ଦୌଲତାବାଦ ଯାଏଁ ଓଡ଼ିଶାର ମଡେଲକୁ ସବୁ ଅନୁକରଣ କରିଛନ୍ତି । ସବୁ ରାଜ୍ୟ ମଧ୍ୟ ଓଡିଶାକୁ ପ୍ରଶଂସା କରିଛନ୍ତି । ନବୀନ ମଡେଲକୁ କେହି ବି ଛୁଇଁ ପାରିବେନି । କେଉଁଠି କିଏ ଜିତିଲେ ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ ।

ଏହାଛଡା ଅତନୁ କହିଛନ୍ତି, କୌଣସି ଯୋଜନାରେ ଓଡିଶା କେବେ ବାଧକ ହୋଇନି । ଆମର ବିକାଶର ଧାରା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଛି । ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଲୋକଙ୍କ ବିକାଶ ପାଇଁ କାମ କରୁଛି । ଯେତେ ମନ୍ତ୍ରୀ ଆସିଛନ୍ତି ଯେତେ ଟିମ ଆସିଛନ୍ତି ଆମକୁ ପ୍ରଶଂସା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କେମିତି ଓଡ଼ିଶାରେ କେମିତି କାମ କରୁଛି ତାହା ଅନ୍ୟ ରାଜ୍ୟରୁ ଲୋକ ଆସୁଛନ୍ତି ଦେଖିବା ପାଇଁ । ମୁକ୍ତା ଯୋଜନାକୁ କେରଳ ଭଳି ରାଜ୍ୟ ନେବା ପାଇଁ ଆଗ୍ରହୀ । ତେଣୁ ଆମେ କୌଣସି ଯୋଜନାରେ ବାଧକ ସାଜିନୁ ବରଂ ଲୋକଙ୍କ ବିକାଶ ପାଇଁ କାମ କରୁଛୁ ବୋଲି ଅତନୁ କହିଛନ୍ତି ।

The post ଓଡ଼ିଶାରେ କେବଳ ନବୀନ ମଡେଲ କାମ କରିବ, କେଉଁଠି କିଏ ଜିତିଲେ ତାହାର ପ୍ରଭାବ ପଡିବନି । ମନମୋହନଙ୍କ ବୟାନର କଡା ଜବାବ ରଖିଲା ବିଜେଡି । first appeared on Kanak News.

from Kanak News
via <a href="https://ifttt.com/?

ତିନୋଟି ରାଜ୍ୟରେ ବିଜେପିର ବିଜୟରେ ଗଦଗଦ୍ ଆମେରିକୀୟ ଗାୟିକା । ମୋଦୀଙ୍କୁ କହିଲେ ସର୍ବଶ୍ରେଷ୍ଠ ନେତା

ଭାରତୀୟ ଜାତୀୟ ସଂଗୀତ ପରିବେଷଣ ତଥା ଭକ୍ତି ଭଜନ ‘ଓମ୍ ଜୟ ଜଗଦୀଶ ହରେ’ ପାଇଁ ଆମେରିକୀୟ ଗାୟିକା ମିଲବେନ୍ ଭାରତରେ ଖୁବ ଲୋକପ୍ରିୟ । ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଏକ କାର୍ଯ୍ୟକ୍ରମରେ ସେ ଭାରତର ଜାତୀୟ ସଂଗୀତ ‘ଜନ ଗଣ ମନ’ ଗାଇଥିଲେ । ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନେକ ଥର ପ୍ରଶଂସା କରିଛନ୍ତି ।

ପ୍ରସିଦ୍ଧ ଆଫ୍ରିକୀୟ-ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମେରି ମିଲବେନ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଚମତ୍କାର ​​ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ଟ୍ୱିଟରରେ କହିଛନ୍ତି ମୋଦି ଜଣେ ଅଦ୍ଵିତୀୟ ଏବଂ ଅପରାଜେୟ ନେତା । ମିଲବେନ ତାଙ୍କ ପୂର୍ବ ପୋଷ୍ଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଭାବରେ ଭାରତର ପ୍ରଥମ ପସନ୍ଦ ହେଉଛି ନରେନ୍ଦ୍ର ମୋଦୀ । ସେ ମଧ୍ୟ ଆମେରିକା-ଭାରତ ସମ୍ପର୍କ ପାଇଁ ସର୍ବୋତ୍ତମ ନେତା ।

https://platform.twitter.com/widgets.js

ଆପଣଙ୍କୁ କହିରଖୁଛୁ ଯେ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ରବିବାର ଦିନ ବିଜେପି ଚମତ୍କାର ପ୍ରଦର୍ଶନ କରିଛି । ଅନ୍ୟପକ୍ଷରେ ତେଲେଙ୍ଗାନାରେ ହୋଇଥିବା ବଡ଼ ବିଜୟରୁ କଂଗ୍ରେସ କିଛିଟା ସାନ୍ତ୍ୱନା ପାଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା ଏହାପୂର୍ବରୁ ସେପ୍ଟେମ୍ବର ୭ ରେ ଆଫ୍ରିକୀୟ-ଆମେରିକୀୟ ଗାୟିକା ପ୍ରଧାନମନ୍ତ୍ରୀ ମୋଦୀ ଆଫ୍ରିକୀୟ ସଂଘକୁ ଙ୍କୁ ଜି -20ର ସମ୍ପୂର୍ଣ୍ଣ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ । ମିଲବେନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଆଫ୍ରିକୀୟ ୟୁନିଅନକୁ ଜି -20 ର ସମ୍ପୂର୍ଣ୍ଣ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବକୁ ପ୍ରଶଂସା କରୁଛି। ଗ୍ଲୋବାଲ୍ ସାଉଥ୍ ବର୍ତ୍ତମାନ ଆମ ବିଶ୍ୱକୁ  ପ୍ରଭାବିତ କରୁଥିବା ନୀତି ଗଠନ କରିପାରିବ ।

ଭାରତର ଜାତୀୟ ସଂଗୀତ ‘ଜନ ଗଣ ମନ’ ଗାଇଥିଲେ

ଜାତୀୟ ସଂଗୀତ ପରିବେଷଣ ତଥା ଭକ୍ତି ଭଜନ ‘ଓମ୍ ଜୟ ଜଗଦୀଶ ହରେ’ ପାଇଁ ୪୧ ବର୍ଷିୟ ମିଲବେନ୍ ଭାରତରେ ଖୁବ ଲୋକପ୍ରିୟ । ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଏକ କାର୍ଯ୍ୟକ୍ରମରେ ସେ ଭାରତର ଜାତୀୟ ସଂଗୀତ ‘ଜନ ଗଣ ମନ’ ଗାଇଥିଲେ । ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନେକ ଥର ପ୍ରଶଂସା କରିଛନ୍ତି ।

 

The post ତିନୋଟି ରାଜ୍ୟରେ ବିଜେପିର ବିଜୟରେ ଗଦଗଦ୍ ଆମେରିକୀୟ ଗାୟିକା । ମୋଦୀଙ୍କୁ କହିଲେ ସର୍ବଶ୍ରେଷ୍ଠ ନେତା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started