ଛତିଶଗଡ଼ ବିଧାନସଭାକୁ ଏକମାତ୍ର ଓଡିଆ ଭାବେ ନିର୍ବାଚିତ ପୁରନ୍ଦର ମିଶ୍ର: ରାୟପୁର ନଗର ଉତର ଆସନରୁ ହୋଇଛନ୍ତି ନିର୍ବାଚିତ

କନକ ବ୍ୟୁରୋ: ଛତିଶଗଡ଼ରେ ନିର୍ବାଚନ ଜିତିଲେ ଓଡ଼ିଆ ପ୍ରୁଅ ପୁରନ୍ଦର । ଛତିଶଗଡ଼ର ବୃହତ ଓଡ଼ିଆ ସମାଜର ସଭାପତି ପୁରନ୍ଦର ମିଶ୍ର ରାୟପୁର ନଗର ଉତର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିରୁ ପ୍ରାର୍ଥୀ ହୋଇଥିବା ପୁରନ୍ଦର ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀ କୁଳଦୀପ ସିଂହଙ୍କୁ ହରାଇଛନ୍ତି । ଛତିଶଗଡ଼ ନବନିର୍ବାଚିତ ବିଧାନସଭାରେ ପୁରନ୍ଦର ଏକମାତ୍ର ଓଡ଼ିଆ ବିଧାୟକ ହେବେ ବୋଲି ଜଣାପଡ଼ିଛି । ରାୟପୁରର ଗାୟତ୍ରୀ ନଗରଠାରେ ସେ ଛତିଶଗଡ଼ର ସବୁଠାରୁ ବଡ଼ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ।

The post ଛତିଶଗଡ଼ ବିଧାନସଭାକୁ ଏକମାତ୍ର ଓଡିଆ ଭାବେ ନିର୍ବାଚିତ ପୁରନ୍ଦର ମିଶ୍ର: ରାୟପୁର ନଗର ଉତର ଆସନରୁ ହୋଇଛନ୍ତି ନିର୍ବାଚିତ first appeared on Kanak News.

from Kanak News
via <a href="https://ifttt.com/?

୩ ରାଜ୍ୟର ଫଳାଫଳକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ । ମନମୋହନ କହିଲେ, ମୋଦୀଙ୍କ ଗ୍ୟାରେଣ୍ଟିକୁ ଲୋକେ କଲେଣି ବିଶ୍ୱାସ, ୨୦୨୪ରେ ବିଜେପିକୁ ଦେବେ ଭୋଟ୍ ।

କନକ ବ୍ୟୁରୋ : ୩ ରାଜ୍ୟରେ ବିଜେପି ବିଜୟୀ ହେବା ପରେ ଉତ୍ସାହିତ ରାଜ୍ୟ ବିଜେପି । ୩ ରାଜ୍ୟରେ ଯେପରି ବିଜେପି ବିଜୟୀ ହେଲା ସେହିପରି ଭାବେ ଓଡିଶାରେ ବିଜୟୀ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅଧିକ ରହିଛି । ଏଥିସହ ଲୋକଙ୍କ ଆଶୀର୍ବାଦ ମଧ୍ୟ ରହିଛି । ତେଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ବେଳେ ଓଡିଶାବାସୀ ବିଜେପିକୁ ଭୋଟ୍ ଦେବେ ।

ରାଜ୍ୟରେ ଭ୍ରଷ୍ଟାଚାର ସରକାର ଚାଲିଛି ବୋଲି ମନମୋହନ କହିବା ସହ ଏହା ବିରୋଧରେ ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି । ଓଡ଼ିଶାରେ କେବଳ ଘୋଷଣା ସର୍ବସ୍ୱ ସରକାର ଚାଲିଛି । ଭୁଲ ତଥ୍ୟ ଦେଲେ ଲୋକେ ଭୋଟ ଦେବେନି । ଏକଥା ଲୋକେ ଗତକାଲିର ଭୋଟରେ ପ୍ରମାଣିତ କରିଛନ୍ତି । ଓଡ଼ିଶାରେ ଆଖି, କାନ ନଥିବା ସରକାର ଚାଲିଛି । ଓଡ଼ିଆ ଲୋକଙ୍କ ହୃଦୟର କଥା ବୁଝୁନଥିବା ସରକାର ଏଠାରେ ଚାଲିଛି । ବିକାଶ ବହୁତ ପଛରେ ରହିଛି, କେନ୍ଦ୍ରରୁ ଆସୁଥିବା ଅର୍ଥକୁ ସଠିକ୍ ଢଙ୍ଗରେ ଖର୍ଚ୍ଚ ହୋଇପାରୁନି । କୋଟି କୋଟି ଓଡ଼ିଆ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାର ଅସ୍ମିତା, ଜଗନ୍ନାଥ ସଂସ୍କୃତି ଓ ଲୋକଙ୍କ ଭାବନାକୁ ବିଜେଡି ବୁଝିପାରୁନି । ରତ୍ନଭଣ୍ଡାର ଖୋଲାଯାଉନି, ଲୋକଙ୍କ ମନ ଆନ୍ଦୋଳିତ ହେଉଛି । ଯାହା ଆଗାମୀ ଦିନରେ ବିସ୍ଫୋରଣ ହେବ । ମୋଦୀ ଗ୍ୟାରେଣ୍ଟିକୁ ଲୋକ ଗ୍ରହଣ କଲେଣି । ଯାହା ବିଜେପି କହୁଛି ତାହା କାର୍ଯ୍ୟକାରୀ ହେଉଛି ଯେଉଁଥିପାଇଁ ୩ ରାଜ୍ୟରେ ବିଜେପି ସରକାର ଗଢିଲା । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଢିବ ବୋଲି କହିଛନ୍ତି ମନମୋହନ ।

The post ୩ ରାଜ୍ୟର ଫଳାଫଳକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ । ମନମୋହନ କହିଲେ, ମୋଦୀଙ୍କ ଗ୍ୟାରେଣ୍ଟିକୁ ଲୋକେ କଲେଣି ବିଶ୍ୱାସ, ୨୦୨୪ରେ ବିଜେପିକୁ ଦେବେ ଭୋଟ୍ । first appeared on Kanak News.

from Kanak News
via <a href="https://ifttt.com/?

ଖୋର୍ଦ୍ଧା ଟାଙ୍ଗୀରେ ଅଭାବନୀୟ ଘଟଣା: ବାତ୍ୟା ଆଶଙ୍କାରେ ବିଲକୁ ଯାଇଥିବା ବେଳେ ଦୁଇ ଚାଷୀଙ୍କୁ ଦଳିଦେଲା ହାତୀ

କନକ ବ୍ୟୁରୋ: ବାତ୍ୟା ଆଶଙ୍କାରେ ବିଲକୁ ଯାଇଥିଲେ ଚାଷୀ । ହେଲେ ଦନ୍ତା ହାତୀ ହାବୁଡରେ ପଡିଯିବାରୁ ୨ ଚାଷୀଙ୍କ ଜୀବନ ଯାଇଛି । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରିଓରଡ ପଂଚାୟତ ଜରିଟାପୁ ଗାଁର କୃଷ୍ଣ ପ୍ରଧାନ ଏବଂ ଲଖ୍ମୀଧର ବେହେରା । ସିଦେ୍ଧଶ୍ୱର ମନ୍ଦିର ନିକଟ ବିଲରେ ହାତୀ ଦଳିଦେଇଥିବା ଜଣାପଡିଛି । ଏବେ ଶବ ଦୁଇଟି ପଡି ରହିଛି । ସ୍ଥାନୀୟ ଲୋକେ ଏବେ ଟାଙ୍ଗି ବନ ବିଭାଗ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି ।

The post ଖୋର୍ଦ୍ଧା ଟାଙ୍ଗୀରେ ଅଭାବନୀୟ ଘଟଣା: ବାତ୍ୟା ଆଶଙ୍କାରେ ବିଲକୁ ଯାଇଥିବା ବେଳେ ଦୁଇ ଚାଷୀଙ୍କୁ ଦଳିଦେଲା ହାତୀ first appeared on Kanak News.

from Kanak News
via <a href="https://ifttt.com/?

୩ ରାଜ୍ୟରେ ବିଜେପିର ବିଜୟ ଉପରେ ସେୟାର ବଜାରରେ ପ୍ରବଳ ଉତ୍ସାହ: କାରବାର ଆରମ୍ଭରୁ ବିଏସଇ ସୂଚକାଙ୍କରେ ହଜାରେ ପଏଂଟ ବୃଦ୍ଧି

କନକ ବ୍ୟୁରୋ: ତିନି ରାଜ୍ୟରେ ବିଜେପିର ବିଜୟ ଉପରେ ସେୟାର ବଜାରରେ ପ୍ରବଳ ଉତ୍ସାହ । ସପ୍ତାହର ପ୍ରଥମ ଦିନରେ ଷ୍ଟକ୍ ମାର୍କେଟ୍ ରେକର୍ଡ ଉଚ୍ଚା ରହିଛି । ବଜାର ଖୋଲିବା ସହିତ ସେନସେକ୍ସ ଏବଂ ନିଫ୍ଟି ସେମାନଙ୍କର ସର୍ବକାଳୀନ ରେକର୍ଡ ଉଚ୍ଚରେ ଖୋଲିଛି । ବିଏସଏ ସେନସେକ୍ସ ୧,୦୪୯.୩୧ କିମ୍ବା ୧.୫୫ ପ୍ରତିଶତ ଲାଭ ସହିତ ୬୮,୫୩୦.୫୦ ପଏଂଟରେ ଏବଂ ନିଫ୍ଟି ୩୧୬.୭୦ ପଏଂଟ କିମ୍ବା ୧.୫୬ ପ୍ରତିଶତ ବୃଦ୍ଧି ସହିତ ୨୦,୫୮୪.୬୦ ପଏଂଟରେ ଖୋଲିଛି । ସେହିପରି ନିଫ୍ଟିରେ ଆଦାନୀ ଏଂଟରପ୍ରାଇଜେସ୍ ଏବଂ ଆଦାନୀ ବନ୍ଦରର ସେୟାର ୪-୭% ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ, ବଜାର ଖୋଲିବାର ୧୫ ମିନିଟ ମଧ୍ୟରେ ବିଏସଇ ୪ ଲକ୍ଷ କୋଟି ଟଙ୍କା ରୋଜଗାର କରିଛି । ସୋମବାର ଷ୍ଟକ୍ ମାର୍କେଟ ଖୋଲିବାର ୧୫ ମିନିଟ୍ ମଧ୍ୟରେ, ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ କ୍ୟାପ୍ ୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୩୪୧.୭୬ ଲକ୍ଷ କୋଟିରେ ପହଂଚିଛି । ଅର୍ଥାତ୍ ବଜାର ଖୋଲିବାର ୧୫ ମିନିଟ୍ ମଧ୍ୟରେ ବିଏସ୍ଇ ୪ ଲକ୍ଷ କୋଟି ଟଙ୍କା ରୋଜଗାର କରିଛି । ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ୪ ଟି ରାଜ୍ୟର ନିର୍ବାଚନ ଫଳାଫଳ ଯୋଗୁଁ ବଜାରରେ ସକରାତ୍ମକ ପ୍ରତିକ୍ରିୟା ଦେଖାଯାଉଛି ।

The post ୩ ରାଜ୍ୟରେ ବିଜେପିର ବିଜୟ ଉପରେ ସେୟାର ବଜାରରେ ପ୍ରବଳ ଉତ୍ସାହ: କାରବାର ଆରମ୍ଭରୁ ବିଏସଇ ସୂଚକାଙ୍କରେ ହଜାରେ ପଏଂଟ ବୃଦ୍ଧି first appeared on Kanak News.

from Kanak News
via <a href="https://ifttt.com/?

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି

କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ଘର ଭିତରେ ପଶି ଗଲାଣି ବର୍ଷା ପାଣି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି । ବଡ଼ ବଡ଼ ଗାଡି ସହ କାର ଓ ଅଟୋ ମଧ୍ୟ ବୁଡିଯାଇଥିବାର ଦେଖିବାକୁ ମିଳିଛି । ବର୍ଷା ସହ ପବନ ମଧ୍ୟ ହେଉଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି । ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି ।

The post ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି first appeared on Kanak News.

from Kanak News
via <a href="https://ifttt.com/?

ନିଆଳିରୁ ଶ୍ରୀମନ୍ଦିର ଅଭିମୁଖେ ପୋଢୁଆଁ ଭାର: ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଗଲା ନବବସ୍ତ୍ର ଓ ଅଷ୍ଟମୀଭାର

କନକ ବ୍ୟୁରୋ: ନିଆଳିରୁ ଶ୍ରୀମନ୍ଦିରକୁ ଯିବ ପୋଢୁଅଁ ଭାର । ନିଆଳିର ମାଧବାନନ୍ଦ ଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ନବବସ୍ତ୍ର ଓ ଅଷ୍ଟମୀଭାର । ଏବେ ପୂଜାର୍ଚ୍ଚନା ଚାଲିଛି । ଅଳ୍ପ ସମୟ ମଧ୍ୟରେ ପୋଢୁଅଁ ଭାର ଶ୍ରୀମନ୍ଦର ଅଭିମୁଖେ ବାହାରିବେ । ନିଆଳି ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର । ସେଥô୍ପାଇଁ କଟକ ଜିଲ୍ଲା ନିଆଳି ମାଧବାନନ୍ଦଜୀଉ ମନ୍ଦିର ଚଳଚଚଂଳ । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥô୍ରେ କାଳିଆ ଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆବସ୍ତ୍ର, ଲାଗିହେବ ସ୍ୱତନ୍ତ୍ର ଭୋଗ ।

The post ନିଆଳିରୁ ଶ୍ରୀମନ୍ଦିର ଅଭିମୁଖେ ପୋଢୁଆଁ ଭାର: ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଗଲା ନବବସ୍ତ୍ର ଓ ଅଷ୍ଟମୀଭାର first appeared on Kanak News.

from Kanak News
via <a href="https://ifttt.com/?

ମିଜୋରାମରେ ଭୋଟ ଗଣତି ଆରମ୍ଭ: ୪୦ଟି ବିଧାନସଭା ଆସନରେ ଚାଲିଛି ଭୋଟ ଗଣତି

କନକ ବ୍ୟୁରୋ: ଆରମ୍ଭ ହୋଇଛି ମିଜୋରାମ ନିର୍ବାଚନର ଭୋଟ୍ ଗଣତି । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ କିଏ ସରକାର ଗଢିବ ତା ଉପରେ ନଜର ରହିଛି । ମିଜୋରାମରେ ଏବେ ସରକାରରେ ଅଛି ଏମ୍ଏନ୍ଏଫ ବା ମିଜୋ ନେସନାଲ ଫ୍ରଂଟ । ହେଲେ ଏଗଜିଟ୍ ପୋଲ ଅନୁସାରେ ଜୋରାମ୍ ପିପୁଲ୍ସ ଫ୍ରଂଟକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ୧୮ ମହିଳାଙ୍କ ସମେତ ୧୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମିଜୋରାମ୍ରେ ଏମ୍ଏନ୍ଏଫ, ଜେଡ୍ପିଏଫ୍ ଓ କଂଗ୍ରେସ ୪୦ଟି ଲେଖାଏଁ ଆସନରେ ଲଢିଛନ୍ତି । ବିଜେପି ୧୩ଟି ଆସନରେ ପ୍ରାଥୀ ଛିଡା କରିଥିଲା । ସେହିପରି ପ୍ରଥମ ଥର ଆପ୍ ୪ଟି ଆସନରେ ପ୍ରାର୍ଥୀ ଛିଡା କରିଥିଲା । ଏହା ସହ ୧୭ ଜଣ ନିର୍ଦଳୀୟ ପ୍ରାର୍ଥୀଙ୍କ ମଧ୍ୟ ଭାଗ୍ୟ ନିର୍ଦ୍ଧାରଣ ହେବ ।

The post ମିଜୋରାମରେ ଭୋଟ ଗଣତି ଆରମ୍ଭ: ୪୦ଟି ବିଧାନସଭା ଆସନରେ ଚାଲିଛି ଭୋଟ ଗଣତି first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ଫଳାଫଳ ପରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ । ଜାଣନ୍ତୁ କେଉଁଠ କାହାକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ରାଜସ୍ଥାନରେ ବିଜେପିର ବିଜୟ ପରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଦୌଡରେ ୪ ଜଣ ପ୍ରମୁଖ ନେତା ଆଗରେ ଅଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । ବସୁନ୍ଧରା ରାଜେ ଦୁଇ ଦୁଇଥରର ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ଝାଲରପତ୍ତନ ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ରାଜସ୍ଥାନର ବିଜୟ ପାଇଁ ସେ ମୋଦିଙ୍କୁ ଶ୍ରେୟ ଦେଇଛନ୍ତି । ତେବେ ବିଜେପି ନେତୃତ୍ୱ ରାଜେଙ୍କ ସପକ୍ଷରେ ନଥିବା ଜଣାପଡିଛି ।

ଦିଆକୁମାରୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରେସରେ ଆଉ ଜଣେ ମହିଳା ଦିଆକୁମାରୀ ଆଗରେ ଅଛନ୍ତି । ସେ ବର୍ତମାନ ସାଂସଦ ଅଛନ୍ତି । ତାଙ୍କୁ ବସୁନ୍ଧରା ରାଜେଙ୍କ ବିକଳ୍ପ ଭାବେ ଦେଖାଯାଉଛି । ସେ ବି ରାଜପରିବାରରୁ ଆସିଛନ୍ତି ଓ ବସୁନ୍ଧରାଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା । ରାଜସ୍ଥାନର ଲୋକପ୍ରିୟ ରାଣୀ ଗାୟତ୍ରୀ ଦେବୀଙ୍କ ସେ ହେଉଛନ୍ତି ନାତୁଣୀ । ନିଜ ଅଂଚଳର ବିକାଶ କାମ ଯୋଗୁଁ ରାଜସ୍ଥାନରେ ତାଙ୍କର ଲୋକପ୍ରିୟତା ବଢିଛି ।

ଗଜେନ୍ଦ୍ର ସିଂ ଶେଖାୱତ—ରାଜସ୍ଥାନ ବିଜେପିର ଜଣେ ଜଣାଶୁଣା ନେତା । ଗଜେନ୍ଦ୍ର ସିଂ ଶେଖାୱତ ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେ ମୁଖ୍ୟମନ୍ତ୍ରୀ ରେସରେ ଥିବା ଚର୍ଚ୍ଚା ହେଉଛି । ଅଶୋକ ଗେହଲଟଙ୍କ ପ୍ରମୁଖ ବିରୋଧୀ ଭାବେ ଜଣାଶୁଣା

ବାଲକ ନାଥ–ଅଲୱାରରୁ ଏବେ ସାଂସଦ ଅଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ୟୁପି ଷ୍ଟାଇଲ ରାଜନୀତି ଅନୁସାରେ ବାଲକ୍ ନାଥଙ୍କୁ ବାଛିପାରେ ବିଜେପି । ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥାଆନ୍ତି ବାଲକ ନାଥ ।

ଛତିଶଗଡ଼ରେ ବିଜେପି ସରକାର ଗଢ଼ିବା ନିଶ୍ଚିତ ହେବା ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ୪ ଜଣଙ୍କ ନାଁ ସବୁଠୁ ଆଗରେ ରହିଛି ।ରମଣ ସିଂ, ବିଷ୍ଣୁ ଦେଓ ସାଇ, ରାମ ବିଚାର ନେତମ ଓ ରେଣୁକା ସିଂ । ଲଗାତର ୩ଥର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରହିଥିବା ରମଣ ସିଂ ଅଭିଜ୍ଞତା ଦୃଷ୍ଟିରୁ ଆଗରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଛତିଶଗଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଗତକାଲି ରାତିରେ ରାଜଭବନ ଯାଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟିଛନ୍ତି । ୨୦୨୩ ବିଧାନସଭା ନିର୍ବାଚନ ଫଳାଫଳକୁ ଆଖିରେ ରଖି ଭୁପେଶ ବଘେଲ ଇସ୍ତଫା ପତ୍ର ଦେଇଛନ୍ତି । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଏଥିସହ ନୂଆ ସରକାର ଗଠନ ଯାଏଁ ଦାୟିତ୍ୱ ତୁଳାଇବାକୁ କହିଛନ୍ତି ।

The post ନିର୍ବାଚନ ଫଳାଫଳ ପରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ । ଜାଣନ୍ତୁ କେଉଁଠ କାହାକୁ ନେଇ ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ବୋଲର ଦେଲେ ଜବରଦସ୍ତ ବିଜୟ । ଶେଷ ଟ୍ୱି-ଟ୍ୱେଂଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ । ୪-୧ରେ ସିରିଜ କବଜା ।

କନକ ବ୍ୟୁରୋ: ପୁଣି ବାଜି ପଲଟାଇଲେ ବୋଲର । ଶେଷ ଟି-୨୦ ମ୍ୟାଚ୍ ଜିତିଲା ଭାରତ । ବେଙ୍ଗାଲୁରୁରେ ଖେଳାଯାଇଥିବା ପଂଚମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ବିଜୟ ସହ ପ୍ରଥମଥର ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ପାଂଚ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୪-୧ରେ ଜିତି ନେଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ କରିଥିଲା ୧୬୦ ରନ୍ । ଜବାବରେ କଙ୍ଗାରୁ ଦଳ ୮ ୱିକେଟ୍ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଛି ।

ବୋଲିଂରେ ଭାରତ ପକ୍ଷରୁ ମୁକେଶ କୁମାର ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ସଫଳତା ପାଇଥିଲେ । ବ୍ୟାଟିଂରେ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ମାରିଥିବା ବେଳେ ଅକ୍ଷର ପଟେଲ ଓ ଜିତେଶ ଶର୍ମା ଉପଯୋଗୀ ଇନିଂସ୍ ଖେଳିଥିଲେ । ଆୟର ମାତ୍ର ୩୭ ବଲ୍ରେ କରିଥିଲେ ୫୩ ରନ୍ । ଅକ୍ଷର ୩୧ ରନ୍, ଜିତେଶ ଶର୍ମା ୨୪ ରନ୍ ଏବଂ ଯଶସ୍ୱୀ ଜୈସୱାଲ ୨୧ ରନ୍ କରିଥିଲେ । ୧୬୧ ରନ୍ର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ପକ୍ଷରୁ ବେନ୍ ମ୍ୟାକଡରମଟ୍ ସର୍ବାଧିକ ୫୪ ରନ୍ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୨୮ ରନ୍ ଏବଂ ଅଧିନାୟକ ମାଥ୍ୟୁ ୱେଡ୍ ୨୨ ରନ୍ କରିଥିଲେ ।

The post ପୁଣି ବୋଲର ଦେଲେ ଜବରଦସ୍ତ ବିଜୟ । ଶେଷ ଟ୍ୱି-ଟ୍ୱେଂଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ । ୪-୧ରେ ସିରିଜ କବଜା । first appeared on Kanak News.

from Kanak News
via <a href="https://ifttt.com/?

ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ନିଆରା ପଦକ୍ଷେପ । ଡ୍ରୋନ କ୍ୟାମେରା ଉଡାଇ ରଖୁଛି ନଜର ।

କନକ ବ୍ୟୁରୋ: ଚିଲିକାରେ ବିଦେଶୀ ପ କ୍ଷୀଙ୍କୁ ଜଗିବ ଡ୍ରୋନ କ୍ୟାମେରା । ପ୍ରଥମ ଥର ପାଇଁ ବନ ବିଭାଗ ପକ୍ଷରୁ ଚିଲିକାରେ ପକ୍ଷୀଙ୍କ ପାଇଁ ନିଆରା ପଦକ୍ଷେପ ହାତକୁ ନେଇଛି । ସମଗ୍ର ଚିଲିକା ଉପରେ ପଇଁତରା ମାରୁଛି ବନ ବିଭାଗର ଡ୍ରୋନ କ୍ୟାମେରା । ବିଦେଶୀରୁ ଆସିଥିବା ଅତିଥୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଖୋଦ ଚିଲିକା ବାଲୁଗାଁ ଡିଏଫଓ ଅଣ୍ଟା ଭିଡିଛନ୍ତି । ପ୍ରତ୍ୟେକ ଦିନ ନିଜେ ଚିଲିକାକୁ ଯାଇ ଡ୍ରୋନ କ୍ୟାମେରା ଉଡାଉଛନ୍ତି । ଚିଲିକାରେ ପକ୍ଷୀ ଶିକାର ରୋକିବାକୁ ସୁରକ୍ଷା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୨୧ଟି ଟିମ ମୁତୟନ ହୋଇଛନ୍ତି । ଲ୍ୟାଣ୍ଡ ମୋବାଇଲ ଏବଂ ୱାଟର ମୋବାଇଲ ଟିମ ଗଠନ କରାଯାଇଛି । ଏହାଛଡା ପକ୍ଷୀଙ୍କ ସୁରକ୍ଷା ଯୋଗାଇଦେବାକୁ ସ୍ଥାନୀୟ ଲୋକଙ୍କ ବନବିଭାଗ ପକ୍ଷରୁ ସଚେତନ କରାଯାଉଛି ।

The post ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ନିଆରା ପଦକ୍ଷେପ । ଡ୍ରୋନ କ୍ୟାମେରା ଉଡାଇ ରଖୁଛି ନଜର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started