ପ୍ରେମିକକୁ ପାଇବାକୁ ବାଲେଶ୍ୱର ଆସିଲା ବାଂଲାଦେଶୀ ଯୁବତୀ । ହେଲେ ପ୍ରେମିକ କରିସାରିଲେଣି ଦ୍ୱିତୀୟ ବିବାହ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ।

କନକ ବ୍ୟୁରୋ: ସ୍ୱାମୀକୁ ଖୋଜି ଖୋଜି ବାଲେଶ୍ୱରରେ ପହଞ୍ଚିଛନ୍ତି ବାଂଲାଦେଶୀ ଝିଅ । ଫେସବୁକରେ ବନ୍ଧୁତା, ବନ୍ଧୁତାରୁ ସଂପର୍କ ଆଗକୁ ବଢି ପ୍ରେମ ଓ ପରେ ବିବାହ । ହେଲେ ବାଂଲାଦେଶରୁ ବାଲେଶ୍ୱର ଫେରିଆସି ସ୍ୱାମୀ ଏବେ ଦ୍ୱିତୀୟ ବିବାହ କରି ଚିହ୍ନିବାକୁ ରାଜି ନୁହଁନ୍ତି । ଏଭଳି ପ୍ରତାରଣାର ଶିକାର ହୋଇଥିବା କହିଛନ୍ତି ବାଂଲାଦେଶ କୁଆକଟା ଅଂଚଳର ଝିଅ ରୁମା ମାରିଆମ୍ । ବାଲେଶ୍ୱରର କମରଦା ଥାନା ଅଂଚଳର ଭୁଦକୁସମୀ ଗାଁର ରାଜ ଓରଫ ପ୍ରତାପ ଭଞ୍ଜ ତାଙ୍କୁ ବିବାହ କରି ପ୍ରତାରଣା କରିଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ପ୍ରତାପଙ୍କ ପରିବାର ଲୋକେ ତାଙ୍କୁ ଘରୁ ତଡି ଦେଇଥିବାରୁ ସେ ଏବେ ଆଇନର ଆଶ୍ରୟ ନେଇଛନ୍ତି । ପ୍ରତାପଙ୍କ ଅନ୍ତରଙ୍ଗ ମୂହୂର୍ତର ଫୋଟ, ଭିଡିଓ ଦେଖାଇ ସ୍ତ୍ରୀ ଅଧିକାର ପାଇବାକୁ ସେ ଦାବି କରୁଛନ୍ତି ।

ପୁରା କାହାଣୀ ଏହି ପରି ଫେସବୁକରେ ଭୁଦକୁସମୀ ଗାଁର ପ୍ରତାପ ଭଞ୍ଜଙ୍କ ସହ ୨୦୧୮ରେ ରୁମାଙ୍କ ବନ୍ଧୁତା ହୋଇଥିଲା । କିଛି ଦିନର ବନ୍ଧୁତା ପରେ ଦୁହେଁ ପ୍ରେମରେ ପଡିଥିଲେ । ଏହାପରେ ପ୍ରତାପ ବାଂଲାଦେଶ ଯାଇ ସେଠାକାର ଏକ ମସଜିଦରେ ମୌଲାନଙ୍କ ଉପସ୍ଥିତିରେ ରୁମାଙ୍କୁ ବିବାହ କରିଥିଲେ । କିଛି ଦିନ ବାଂଲାଦେଶରେ ରହି ପ୍ରତାପ ପୁଣି ବାଲେଶ୍ୱର ଫେରି ଆସିଥିଲେ । ଏପଟେ ପ୍ରତାପ ଘରକୁ ଫେରି ଦ୍ୱିତୀୟ ବିବାହ କରିଥିଲେ । ଏହି ଖବର ପାଇବା ପରେ ଭିସା ନଥିବାରୁ ତୁରନ୍ତ ଆସିନପାରିନଥିଲେ ରୁମା । ଏପଟେ ପୁଣି ପ୍ରତାପ ରୁମାଙ୍କୁ ଦୀଘାକୁ ଡାକିବାରୁ ୬ ମାସର ଭିସା ନେଇ ଆସିଥିଲେ । ଦୀଘାର ଏକ ହୋଟେଲ ରୁମାଙ୍କୁ ସ୍ତ୍ରୀର ପରିଚୟ ଦେଇ ପ୍ରତାପ କିଛି ଦିନ ରଖି ଘରକୁ ଫେରିଯିବାକୁ କହିଥିବା ଅଭିଯୋଗ ହୋଇଛି ।

The post ପ୍ରେମିକକୁ ପାଇବାକୁ ବାଲେଶ୍ୱର ଆସିଲା ବାଂଲାଦେଶୀ ଯୁବତୀ । ହେଲେ ପ୍ରେମିକ କରିସାରିଲେଣି ଦ୍ୱିତୀୟ ବିବାହ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ସଂସଦର ଶୀତ ଅଧିବେଶନ । ୩ ରାଜ୍ୟରେ ନିର୍ବାଚନରେ ବିଜୟ ପରେ ଜୋସରେ ଅଛି ବିଜେପି । ୨୧ ବିଧେୟକ ହେବ ଆଗତ

କନକ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି । ୩ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବୃହତ ବିଜୟ ପରେ ଆରମ୍ଭ ହେଉଛି ଶୀତ ଅଧିବେଶନ । ନିର୍ବାଚନ ଫଳାଫଳକୁ ନେଇ ବିଜେପି ଉତ୍ସାହିତ ଥିବା ବେଳେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ବିରୋଧୀ । ବିଶେଷ କରି ମଣିପୁରରେ ଯାଂଚ କମିଟିର ଦୁରୁପଯୋଗ ପ୍ରସଙ୍ଗ ବିରୋଧୀ ଉଠାଇ ପାରନ୍ତି ।

ମୋଟ ୧୯ ଦିନ ଚାଲିବାକୁ ଥିବା ଏହି ଅଧିବେଶନ ବେଶ ସରଗରମ ରହିବ । ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆଜି ମହୁଆ ମୈତ୍ରା ମାମଲାରେ ଲୋକସଭା ଏଥିକ୍ସ କମିଟି ନିଜ ରିପୋର୍ଟ ଉପସ୍ଥାପିତ କରିବ । ଏଥିକ୍ସ କମିଟି ଲାଂଚ ନେଇ ପ୍ରଶ୍ନ କରିବା ମାମଲାରେ ମହୁଆ ମୈତ୍ରାଙ୍କୁ ସଂସଦରୁ ବହିଷ୍କାର କରିବାକୁ ସୁପାରିଶ କରିଛି । ତେଣୁ ବାଚସ୍ପତି ମହୁଆଙ୍କୁ ବହିଷ୍କାର କରିବାକୁ ନିଷ୍ପତି ନେଇପାରନ୍ତି । ସେହିପରି ଆଇପିସି ଓ ସିଆରପିସି ସଂଶୋଧନ ବିଧେୟକ ସଂସଦରେ ଉପସ୍ଥାପିତ ହୋଇପାରେ । ଚଳିତ ଅଧିବେଶନରେ ମୋଟ ୨୧ଟି ବିଧେୟକ ଆଗତ କରିବାକୁ ସୂଚୀବଦ୍ଧ ହୋଇଥିବା ସୂଚନା ମିଳିଛ

The post ଆଜିଠୁ ସଂସଦର ଶୀତ ଅଧିବେଶନ । ୩ ରାଜ୍ୟରେ ନିର୍ବାଚନରେ ବିଜୟ ପରେ ଜୋସରେ ଅଛି ବିଜେପି । ୨୧ ବିଧେୟକ ହେବ ଆଗତ first appeared on Kanak News.

from Kanak News
via <a href="https://ifttt.com/?

ସେମିଫାଇନାଲରେ ବିଜେପିର ବଡ଼ ବିଜୟ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଗଢ଼ିବ ସରକାର । ତେଲେଙ୍ଗାନାରେ ଚାଲିବ କଂଗ୍ରେସ ରାଜ୍ ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲରେ ସମସ୍ତଙ୍କୁ ଚମକାଇ ଦେଲା ବିଜେପି । ୪ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୩-୧ରେ ବାଜିମାତ କରିଛି । ହିନ୍ଦି ହାର୍ଟଲ୍ୟାଣ୍ଡରେ ବିଜେପି ତିନି ତିନିଟି ରାଜ୍ୟରେ ଚମକ୍ରାର ବିଜୟ ହାସଲ କରିଛି । ମଧ୍ୟପ୍ରଦେଶର କ୍ଷମତା ବଜାୟ ରଖିଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ ଛଡାଇ ନେଇଛି । ତେଲେଙ୍ଗାନାରେ କେବଳ କଂଗ୍ରେସ କ୍ଷମତାକୁ ଫେରିଛି । ମଧ୍ୟପ୍ରଦେଶରେ ମୋଟ ୨୩୦ ଆସନରୁ ବିଜେପି ୧୬୩ଟିରେ ବିଜୟୀ ବୃହତ ଦଳ ଭାବେ ଉଭା ହୋଇଛି । କଂଗ୍ରେସ ୬୬ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

ସେହିପରି ରାଜସ୍ଥାନର ୧୯୯ ଆସନରୁ ବିଜେପି ୧୧୫ ଆସନରେ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ୭୦ ଆସନ ଓ ଅନ୍ୟାନ୍ୟ ୧୪ ଆସନରେ ବିଜୟୀ ହୋଇଛନ୍ତି । ଛତିଶଗଡରେ ମୋଟ ୯୦ ବିଧାନସଭା ଆସନରୁ ବିଜେପି ୫୪ ଆସନ, କଂଗ୍ରେସ ୩୫ ଆସନ ଓ ଅନ୍ୟାନ୍ୟ ଗୋଟିଏ ଆସନ ପାଇଛନ୍ତି । ତେଲାଙ୍ଗାନାରେ ମୋଟ ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୫ରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ ଆସନ, ବିଜେପି ୮ଟି ଆସନ ଓ ଏଆଇଏମଆଇଏମ ୭ଟି ଆସନରେ ବିଜୟୀ ହୋଇଛି । ସବୁ ଏଗଜିଟପୋଲର ଆକଳନକୁ ଭୁଲ ପ୍ରମାଣିତ କରି ବିଜେପି ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବୃହତ ବିଜୟ ହାସନ କରି ସରକାର ଗଢିବାକୁ ଯାଉଛି । ସେପଟେ କଂଗ୍ରେସ ହାତରୁ ୨ଟି ରାଜ୍ୟ ଛତିଶଗଡ ଓ ରାଜସ୍ଥାନରୁ କ୍ଷମତା ଡୋରି ବିଜେପି ଛଡାଇ ନେଇଛି । କେବଳ ତେଲେଙ୍ଗାନାରେ
କଂଗ୍ରେସକୁ ଶାନ୍ତ୍ୱନାମୂଳକ ବିଜୟ ମିଳିଛି ।

The post ସେମିଫାଇନାଲରେ ବିଜେପିର ବଡ଼ ବିଜୟ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଗଢ଼ିବ ସରକାର । ତେଲେଙ୍ଗାନାରେ ଚାଲିବ କଂଗ୍ରେସ ରାଜ୍ । first appeared on Kanak News.

from Kanak News
via <a href="https://ifttt.com/?

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ଆହୁରି ଘନିଭୂତ ହୋଇ ନେଇପାରେ ଭୀଷଣ ବାତ୍ୟାର ରୂପ । ଚେନ୍ନାଇଠୁ ୧୫୦ କିମି ଦୂରେ ମିଗଜମ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ । ଏବେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ମିଗଜମ କେନ୍ଦ୍ରୀଭୂତ ହୋଇ ଉତର- ଉତର-ପଶ୍ଚିମ ଦିଗରେ ଗତି କରୁଛି । ପୁଡୁଚେରି ଠାରୁ ବାତ୍ୟା ଏବେ ୨୧୦ କିଲୋମିଟର ଉତର-ପୂବ ର୍ ଦିଗରେ ରହିଛି । ଚେନ୍ନାଇ ଠାରୁ ୧୫୦ କିମି ଦୂରେ ରହିଛି ।ଆସନ୍ତାକାଲି ପୂର୍ବାହ୍ନରେ ଏହା ଆନ୍ଧ୍ରର ନେଲୋର ଓ ମଚ୍ଛିଲିପଟ୍ଟନମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି ଅଂଚଳରେ ପାଗ ବଦଳିଛି । ଆସନ୍ତାକାଲି ଓ ମଙ୍ଗଳବାର ଦିନ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲିକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ ।

The post ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ଆହୁରି ଘନିଭୂତ ହୋଇ ନେଇପାରେ ଭୀଷଣ ବାତ୍ୟାର ରୂପ । ଚେନ୍ନାଇଠୁ ୧୫୦ କିମି ଦୂରେ ମିଗଜମ । first appeared on Kanak News.

from Kanak News
via <a href="https://ifttt.com/?

ଶେଷ ମ୍ୟାଚରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ହରାଇ ୪-୧ରେ ସିରିଜ ଜିତିଲା ଭାରତ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-୨୦ ମ୍ୟାଚ୍ ଜିତି ସିରିଜକୁ ୪-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଶେଷ ଟି-୨୦ ମ୍ୟାଚରେ କଙ୍ଗାରୁ ଟିମକୁ ୬ ରନରେ ମାତ୍ ଦେଇ ସିରିଜକୁ ନିଜ ନାଁରେ କରିଛି ସୂର୍ଯ୍ୟ ବାହିନୀ । ଶେଷ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୦ ରନ୍ କରିଥିଲା । ଶ୍ରେୟସଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଅନ୍ୟପଟେ ୧୬୧ ରନର ଟାର୍ଗେଟକୁ ନେଇ ମୈଦାନକୁ ଓହ୍ଳାଇଥିବା ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲା । ଶେଷ ଓଭରରେ ବିଜୟୀ ପାଇଁ ୧୦ ରନ୍ ଆବଶ୍ୟକ ଥିବା ବେଳେ ଅର୍ଶଦୀପ ସିଂ ମାତ୍ର ୩ ରନ୍ ଦେଇଥିଲେ । ଏହାସହ ଭାରତ ଏହି ମ୍ୟାଚକୁ ୬ ରନରେ ବାଜି ମାରି ନେଇଥିଲା । ଭାରତ ପକ୍ଷରୁ ମୁକେଶ କୁମାର ୩ଟି ୱିକେଟ ହାତେଇଥିବା ବେଳେ ଅର୍ଶଦୀପ ଓ ରବି ବିଷ୍ଣୋୟୀ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

The post ଶେଷ ମ୍ୟାଚରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ହରାଇ ୪-୧ରେ ସିରିଜ ଜିତିଲା ଭାରତ । first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭା ନା ବିଧାନସଭା : ନିର୍ବାଚନ ଜିତିଥିବା ବିଜେପି ସାଂସଦଙ୍କୁ ୧୪ ଦିନ ମଧ୍ୟରେ ନେବାକୁ ହେବ ନିଷ୍ପତ୍ତି

କନକ ବ୍ୟୁରୋ : ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଖାପାଖି ସ୍ପଷ୍ଟ ହେବାରେ ଲାଗିଛି । ଏହା ମଧ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଛି ଓ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବ । ୨୦୧୮ ନିର୍ବାଚନରେ ବିଜେପି ଏହି ୩ଟି ରାଜ୍ୟରେ ପରାଜିତ ହୋଇଥିଲା ।

ବିଜୟୀ ହୋଇଥିବା ୩ଟି ରାଜ୍ୟରେ ବିଜେପି ଏକ ନୂଆ ପ୍ରୟୋଗ କରିଥିଲା । ଏଥିରେ ଦଳ ୨୧ ଜଣ ସାଂସଦଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା । ରାଜସ୍ଥାନରେ ୭ ସାଂସଦ, ମଧ୍ୟପ୍ରଦେଶରେ ୭ ସାଂସଦ ଓ ଛତିଶଗଡରେ ୪ ସାଂସଦ ଏବଂ ତେଲେଙ୍ଗାନାରେ ୩ ଜଣ ସାଂସଦଙ୍କୁ ବିଧାୟକ ଭାବେ ନିର୍ବାଚନ ଉବଦାନକୁ ଉହ୍ଲାଇଥିଲା ବିଜେପି । ଏହି ସାଂସଦମାନଙ୍କ ମଧ୍ୟରେ ମୁଖ୍ୟତ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ପ୍ରହ୍ନଲାଦ ସିଂ ପଟେଲ ଓ ଫଗନ କୁଲସ୍ତେ । ଏଥିରୁ ବିଧାନସଭାରେ ବିଜୟୀ ହୋଇଥିବା ସାଂସଦମାନେ ବିଧାୟକ ରହିବେ ନା ସାଂସଦ ରହିବେ ତାହା ୧୪ ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡିବ । ସମ୍ବିଧାନ ବିଶେଷଜ୍ଞ ତଥା ଲୋକସଭାର ପୂର୍ବତନ ମହାସଚିବ ପିଡିଟି ଆଚାରୀ କହିଛନ୍ତି କି ଏମାନେ ଯଦି ୧୪ ଦିନ ମଧ୍ୟରେ ଗୋଟିଏ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ସେମାନଙ୍କୁ ସାଂସଦ ପଦ ହରାଇବାକୁ ପଡିବ ।

ସମ୍ବିଧାନର ଅନୁଛେଦ ୧୦୧(୨) ମୁତାବକ ଯଦି କୌଣସି ଲୋକସଭା ସଦସ୍ୟ ବିଧାନସଭା ନିର୍ବାଚନ ଲଢନ୍ତି ଓ ବିଜୟୀ ହୁଅନ୍ତି ତେବେ ତାଙ୍କୁ ନୋଟିଫିକେସନ ଜାରି ହେବାର ୧୪ ଦିନ ମଧ୍ୟରେ ବିଧାନସଭା କିମ୍ବା ଲୋକସଭା ପଦ ମଧ୍ୟରୁ ଗୋଟିଏ ପଦରୁ ଇସ୍ତଫା ଦେବାକୁ ପଡିବ ।

ନିର୍ବାଚନ ଶେଷ ହେବା ପରେ ନିର୍ବାଚନ ଆୟୋଗ ବିଜୟୀ ପ୍ରାର୍ଥୀଙ୍କୁ ନୋଟିଫିକେସନ ଜାରି କରିଥାଏ । ପରମ୍ପରା ମୁତାବକ ଲୋକସଭା ସଦସ୍ୟ ଥିବା ବେଳେ କେହି ବିଧାୟକ ଭାବେ ଶପଥ ନେଇପାରିବେ ନାହିଁ । ଯଦି ଏଭଳି କରନ୍ତି ତେବେ ତାଙ୍କୁ ପ୍ରଥମେ ଲୋକସଭା ବାଚସ୍ପତିଙ୍କୁ ସୂଚନା ଦେବାକୁ ପଡିଥାଏ ।

The post ଲୋକସଭା ନା ବିଧାନସଭା : ନିର୍ବାଚନ ଜିତିଥିବା ବିଜେପି ସାଂସଦଙ୍କୁ ୧୪ ଦିନ ମଧ୍ୟରେ ନେବାକୁ ହେବ ନିଷ୍ପତ୍ତି first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କହିଲେ, ଆମ ପାଇଁ ଐତିହାସିକ ଦିନ

କନକ ବ୍ୟୁରୋ: ରାଜନୈତିକ ଦୃଷ୍ଟିକୋଣରୁ ଦେଶର ୩ୟ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବିଜୟ ଏକ ଐତିହାସିକ ବିଜୟ । ଏହା ସୁଶାସନର ବିଜୟ, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ।

ସେ କହିଛନ୍ତି ଯେ ଦେଶର ୪ଟି ଜାତିର ବିକାଶ ହେଲେ ଦେଶର ବିକାଶ ହେବ । ଏହି ୪ଟି ଜାତି ହେଲେ ନାରୀ, ଯୁବଗୋଷ୍ଠୀ,କୃଷକ ଓ ଗରିବ । ମୁଁ ମୋ ମାଆ, ଭଉଣୀ, ଝିଅମାନଙ୍କ ଆଗରେ ପ୍ରଣାମ କରୁଛି, ମୁଁ ମୋର ଯୁବ ବନ୍ଧୁମାନଙ୍କ ସମ୍ମୁଖରେ ଅଛି, ମୁଁ ମୋର କୃଷକ ସହକର୍ମୀଙ୍କ ସମ୍ମୁଖରେ ଅଛି, ସେମାନଙ୍କ ନିଷ୍ପତ୍ତି ଆଗରେ ମୁଁ ମୋର ଗରିବ ପରିବାର ଆଗରେ ପ୍ରଣାମ କରୁଛି । ଏହି ନିର୍ବାଚନ ଫଳାଫଳ ଆଉ ଏକ କଥା ସ୍ପଷ୍ଟ କରିଛି ଯେ ଦେଶର ଯୁବବର୍ଗ କେବଳ ବିକାଶ ଚାହୁଁଛନ୍ତି। ସେ ରାଜସ୍ଥାନ ହେଉ, ଛତିଶଗଡ଼ ହେଉ କି ତେଲେଙ୍ଗାନା, ଯେଉଁଠି ସରକାର ଯୁବକଙ୍କ ବିରୋଧରେ କାମ କରିଛନ୍ତି, ସେମାନେ କ୍ଷମତାରୁ ଦୂରେଇ ଯାଇଛନ୍ତି। ଏହି ତିନୋଟି ରାଜ୍ୟରେ କ୍ଷମତାରେ ଥିବା ଦଳ ଏବେ କ୍ଷମତାରୁ ଦୂରେଇ ଯାଇଛନ୍ତି। ସେ କହିଛନ୍ତି, ଯେ ଏହି ନିର୍ବାଚନ ଫଳର ପ୍ରଭାବ କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସୀମିତ ରହିବ ନାହିଁ । ଏହା ଦୂର ପର୍ୟ୍ୟନ୍ତ ଯିବ ।

The post ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କହିଲେ, ଆମ ପାଇଁ ଐତିହାସିକ ଦିନ first appeared on Kanak News.

from Kanak News
via <a href="https://ifttt.com/?

ବଙ୍ଗୋପସାଗରରେ ବାତ୍ୟା । ନେଇପାରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ, ୫ ତାରିଖରେ କରିପାରେ ସ୍ଥଳଭାଗ ଅତିକ୍ରମ

କନକ ବ୍ୟୁରୋ : ସମୁଦ୍ର ଭିତରେ ବଳ ଗୋଟାଉଛି ବାତ୍ୟା ମିଗ୍ଜମ୍ । ୪ ତାରିଖ ପୂର୍ବାହ୍ଣ ସୁଦ୍ଧା ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଆନ୍ଧ୍ର ଓ ତତ୍ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଁଚିବ । ଏହାପରେ ଉତ୍ତର ଦିଗରେ ଦକ୍ଷିଣ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଗତି କରିବ ।
ଆହୁରି ଘନିଭୂତ ହୋଇ ନେଇପାରେ ଭୀଷଣ ବାତ୍ୟାର ରୂପ
୫ ତାରିଖ ପୂର୍ବାହ୍ଣରେ ଆନ୍ଧ୍ରର ନେଲୋର ଓ ମଚ୍ଛିଲିପଟନମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା
ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ବଢ଼ିବ
ଦେଇପାରେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଝଟ୍କା

ଯଦିଓ ଉତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଛି ବାତ୍ୟା, ତେବେ ଓଡ଼ିଶାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ର୍ପୂବାନୁମାନ କରିଛି ପାଣିପାଗ ବିଭାଗ । ଆଜିଠାରୁ ରାଜ୍ୟର କିଛି ଅଂଚଳରେ ପାଗ ବଦଳିଛି । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
୪ ତାରିଖରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲିକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
୫ ତାରିଖରେ ଏହି ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି
ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ଆଶଙ୍କା

ଅତି ପ୍ରବଳ ବର୍ଷା ଆଶଙ୍କା ଥିବା ଜିଲ୍ଲାରେ ଅମଳ ହେବାକୁ ଥିବା ଫସଲକୁ ନେଇ ସତର୍କ କରାଯାଇଛି । ତଳି ଅଂଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବା ସହ କଚ୍ଚା ଘର ଭାଙ୍ଗିଯିବା ଆଶଙ୍କା ରହିଛି । ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

The post ବଙ୍ଗୋପସାଗରରେ ବାତ୍ୟା । ନେଇପାରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ, ୫ ତାରିଖରେ କରିପାରେ ସ୍ଥଳଭାଗ ଅତିକ୍ରମ first appeared on Kanak News.

from Kanak News
via <a href="https://ifttt.com/?

୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ । ବଦଳିବ କି ଓଡିଶାର ରାଜନୀତି ?

କନକ ବ୍ୟୁରୋ : ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରାଦେଶ ସମେତ ଓଡିଶାର ବି ନଜର ରହିଥିଲା । ଆଉ ଫଳାଫଳ ଆସିବା ପରେ ଆରମ୍ଭ ହୋଇଯାଇଛି ଆଲୋଚନା । ବିଶେଷକରି ପଡୋଶୀ ରାଜ୍ୟ ଛତିଶଗଡରେ ବିଜେପି ବିଜୟୀ ହେବା ଓ ତେଲେଙ୍ଗାନାରେ କଂଗ୍ରେସକୁ ବହୁ ମତ ମିଳିବା ରାଜ୍ୟ ରାଜନୀତିକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ତିନି ରାଜ୍ୟରେ ବିଜେପି ବିଜୟୀ ହେବା ପରେ, ଓଡିଶା ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜୟର ପର୍ବ । ଉତ୍ସବ ମନାଉଛନ୍ତି ଭାରତୀୟ ଜନତା ପାର୍ଟିର ସାଂସଦ, ବିଧାୟକ, ନେତା ଓ କର୍ମୀ । ବାଜା ବଜାଇ ନାଚିବା ସହ ପରସ୍ପରକୁ ମିଠା ଖୁଆଇ ଶୁଭେଛା ଜଣାଇଛନ୍ତି ।

ତିନି ରାଜ୍ୟରେ ବିଜୟୀ ହେବା ପରେ ବିଜେପି ନେତା ଓ କର୍ମୀଙ୍କ ମନୋବଳ କେମିତି ଅଛି ଏହି ଦୃଶ୍ୟ ତାର ସଂକେତ ଦେଉଛି । ତେବେ ଓଡିଶା ରାଜନୀତିକୁ ବିଜେପିର ଏହି ବିଜୟ ଓ ବିଜେପି ନେତା କର୍ମୀଙ୍କ ଜୋଶ, କେତେ ପ୍ରଭାବିତ କରିବ ତାହା ସ୍ପଷ୍ଟ ହୋଇନଥିଲେ ବି ଆରମ୍ଭ ହୋଇଯାଇଛି ଆଳୋଚନା । ଆଉ ଓଡିଶା ଉପରେ ଏହାର ପ୍ରଭାବ ପଡିବ ବୋଲି ବିଜେପି ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସେହିପରି ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ବିଆରଏସକୁ କଂଗ୍ରେସ ପରାଜିତ କରିବା, ଭିନ୍ନ ବାର୍ତା ଦେଉଛି । ଜାତୀୟ ଦଳ କଂଗ୍ରେସ ତେଲେଙ୍ଗାନା ଆନ୍ଦୋଳନରୁ ଆରମ୍ଭ ହୋଇଥିବା ଦଳକୁ ହରାଇବା ପରେ, ରାଜନୀତିରେ ସବୁକିଛି ସମ୍ଭବ ବୋଲି କୁହାଯାଉଛି । ତେବେ ଓଡିଶା ଉପରେ ଏହି ନିର୍ବାଚନର କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ବିଜେଡି ବିଧାୟକ ।

ଦୀର୍ଘ ୨୩ବର୍ଷ ହେଲା ଓଡିଶାର ଅପରାଜେୟ ନେତା ହୋଇ ରହି ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାରମ୍ବାର ଲୋକପ୍ରିୟତାର ପ୍ରମାଣ ଦେଇ କ୍ଷମତା ଦଖଲ କରିଛନ୍ତି । ଆଗାମି ୨୦୨୪ ନିର୍ବାଚନରେ ମଧ୍ୟ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ନବୀନ ପ୍ରସ୍ତୁତି ଚଳାଇଛନ୍ତି । ହେଲେ, ଆଗକୁ ରାଜ୍ୟରେ ନୂଆ ସମୀକରଣ ସୃଷ୍ଟି ହେବା ନେଇ ଆଶା ବାନ୍ଧିଛନ୍ତି ବିରୋଧୀ ।

The post ୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ । ବଦଳିବ କି ଓଡିଶାର ରାଜନୀତି ? first appeared on Kanak News.

from Kanak News
via <a href="https://ifttt.com/?

ମୋଦୀ-ଶାହଙ୍କ ରଣନୀତିକୁ ନେଇ ବଢ଼ିଲା ଚର୍ଚ୍ଚା । ୨୦୨୪ରେ ପଡିବ କି ବିଧାନସଭା ନିର୍ବାଚନ ଫଳାଫଳର ପ୍ରଭାବ

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପିର ବଡ ଓ ଏକପାଖିଆ ବିଜୟ ପରେ ଜୋସରେ ଏବେ ଦଳୀୟ କର୍ମୀ । କୁହାଯାଉଛି, ୨୦୨୪ ପୂର୍ବରୁ ଏହା ଥିଲା ସେମିଫାଇନାଲ  । ଏବେ ବିଜେପିର ବଡ ବିଜୟ ପରେ ୨୦୨୪ରେ ଏହାର ପ୍ରଭାବ ନେଇ ଆଲୋଚନା ଆରମ୍ଭ ହୋଇଛି । ୩ଟି ଯାକ ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିନଥିଲା ବିଜେପି । ମୋଦିଙ୍କ ନାଁ ରେ ଦଳ ନିର୍ବାଚନ ଲଢିଥିଲା । ଏବେ ରେଜଲ୍ଟ ଆସିବା ପରେ ମୋଦି-ଶାହଙ୍କ ହାତମୁଠା ଆହୁରି ଟାଣ ହୋଇଛି
-୨୦୨୪ ପାଇଁ ନିଜ ସପକ୍ଷରେ ମାହୋଲ କରିପାରିଛି ବିଜେପି
-ମୋଦୀଙ୍କ ଲୋକପ୍ରିୟତା ଏବେ ବି ଅକ୍ଷୂର୍ଣ୍ଣ  ବୋଲି ପ୍ରମାଣିତ ହୋଇଛି
– ଏନଡିଏରେ ବିଜେପି ଆହୁରି ପ୍ରଭାବଶାଳୀ ହୋଇପାରିଛି
-ବିଜେପି ବିକାଶର ସପକ୍ଷବାଦୀ ବୋଲି ସନ୍ଦେଶ ଦେଇଛି
ବାଇଟ-ସ୍ମୃତି ଇରାନୀ, ବରିଷ୍ଠ ବିଜେପି ନେତ୍ରୀ
ବାଇଟ-ମୁକ୍ତାବ ଆବାସ ନକ୍ଭି, ବରିଷ୍ଠ ବିଜେପି ନେତା
ଭିଓ୨- ରାହୁଲଙ୍କ ରଣନୀତି ଉପରେ ପୁଣି ଉଠିଲା ପ୍ରଶ୍ନ?
ବିଜେପିକୁ ଟକ୍କର ଦେଇପାରିବ କି ‘ଇଣ୍ଡିଆ’ ମେଂଟ?

ହିନ୍ଦୀ ଭାଷାଭାଷୀ ଅଂଚଳରେ ଏବେ ବି କଂଗ୍ରେସ ଯେ ଦୁର୍ବଳ ତାହା ପୁଣି ଥରେ ପ୍ରମାଣିତ କରିଛି ନିର୍ବାଚନ ଫଳାଫଳ । ଛତିଶଗଡରେ ନିଜ ସପକ୍ଷରେ ମାହୋଲ ସତ୍ୱେ ଦଳ ହାରିବା କଂଗ୍ରେସ ପାଇଁ ବଡ ଝଟକା ହୋଇଛି ।

-୨୦୨୪ ପାଇଁ କଂଗ୍ରେସ ନୂଆ ରଣନୀତି ଆବଶ୍ୟକ କରୁଛି
-ଇଣ୍ଡିଆ ମେଂଟରେ କଂଗ୍ରେସର ଦବଦବା କମିବା ସମ୍ଭାବନା
-ଆସନ ଭାଗବଂଟାରେ କଂଗ୍ରେସକୁ ହୋଇପାରେ କ୍ଷତି
-ଠିକ ରଣନୀତି ନ କଲେ ଇଣ୍ଡିଆ ମେଂଟ ଓ କଂଗ୍ରେସ ପଛରେ ପଡିବା ସମ୍ଭାବନା

ଆଉ ଦୁଇମାସ ପରେ ସାଧାରଣ ନିର୍ବାଚନ ବିଗୁଲ ବାଜିବ । ଆଉ ୩ ରାଜ୍ୟର ରେଜଲ୍ଟ ବିଜେପିକୁ ନୂଆ ଜୋସ ଦେଇଥିବା ବେଳେ କଂଗ୍ରେସ ଓ ବିରୋଧୀଙ୍କୁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ବାଧ୍ୟ କରିଛି ।

The post ମୋଦୀ-ଶାହଙ୍କ ରଣନୀତିକୁ ନେଇ ବଢ଼ିଲା ଚର୍ଚ୍ଚା । ୨୦୨୪ରେ ପଡିବ କି ବିଧାନସଭା ନିର୍ବାଚନ ଫଳାଫଳର ପ୍ରଭାବ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started