ପୁଣି ଚାଲିଲା ମୋଦୀ ମ୍ୟାଜିକ । ଏବେ ବି ଅକ୍ଷୂର୍ଣ୍ଣ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା, ପଛରେ ପଡିଲା କଂଗ୍ରେସ

କନକ ବ୍ୟୁରୋ : ୫ ବର୍ଷ ତଳେ ଯେଉଁ ତିନି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଠନ କରିଥିଲା, ଆଜି ସେହି ରାଜ୍ୟରେ କଂଗ୍ରେସକୁ ଲାଗିଛି ଗ୍ରହଣ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କର ନଜର ଥିଲା । ବିଶେଷକରି ଚଳିତ ବର୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିବା ପରେ କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ମଧ୍ୟ ବିଜୟୀ ହେବ ବୋଲି ଏକପ୍ରକାର ଭାବି ନେଇଥିଲା । ଏମିତିକି କଂଗ୍ରେସ ତିନୋଟି ଯାକ ରାଜ୍ୟରେ ସରକାର ଗଠନ କରିବା ନେଇ କିଛି ଏଗଜିଟ୍ ପୋଲ ଆକଳନ କରିଥିଲା । କିନ୍ତୁ ମତଦାନ ଗଣନାରେ ସବୁ ଓଲଟପାଲଟ ହୋଇଯାଇଛି । ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ତିନି ରାଜ୍ୟରେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି ।

୫ ବର୍ଷ ପୂର୍ବରୁ ଯେଉଁଠି ସମସ୍ତଙ୍କୁ ପଛରେ ପକାଇ ବିଜୟ ଲାଭ କରିଥିଲା, ଆଜି ସେସବୁ ଆସନରେ ପରାଜୟର ସ୍ୱାଦ ଚାଖିଛି କଂଗ୍ରେସ । ଦଳ ଜିତିବା ପରେ ଯଦି ଏହାର କାରଣ ଖୋଜାଯାଏ, ପରାଜୟ ପଛର ମଧ୍ୟ କାରଣ ଖୋଜାଯାଇଥାଏ । ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ଜାତି ଗଣନାକୁ ବଡ଼ ପ୍ରସଙ୍ଗ କରିଥିଲା ଦଳ । ଆଉ ଏହାକୁ ଆଧାର କରି ଦଳ ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିଲା । କିନ୍ତୁ ଦଳର ସବୁ ପ୍ରୟାସ ଫେଲ୍ ମାରିଛି । ଆସନ୍ତୁ ନଜର ପକାଇବା ତିନି ରାଜ୍ୟରେ କଂଗ୍ରେସ ପରାଜୟର ପ୍ରମୁଖ କାରଣ ।

ମଧ୍ୟପ୍ରଦେଶ
ଅତ୍ୟଧିକ ଆତ୍ମବିଶ୍ୱାସ ହୋଇପଡ଼ିଥିଲା ଦଳ
କାମ ଦେଲାନି କୋମଳ ହିନ୍ଦୁତ୍ୱ
ତୃଣମୂଳ ସ୍ତରରେ ବିଫଳ
ବିଜେପି ବିରୋଧରେ ସ୍ପଷ୍ଟ ରଣନୀତିର ଅଭାବ
ବଡ଼ ଚେହେରା ବିନା ମଇଦାନକୁ ଓହ୍ଲାଇବା
କମଳନାଥ ଓ ଦିଗବିଜୟ ସିଂହଙ୍କ ବିରୋଧରେ ଟଣାଓଟରା

ରାଜସ୍ଥାନ
ପଦାରେ ପଡ଼ିଥିଲା ଅନ୍ତଃ କନ୍ଦଳ
ଚର୍ଚ୍ଚାରେ ଗେହଲଟ୍-ପାଇଲଟ୍ ଲଢ଼େଇ
ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପଡ଼ିଲା ମହଙ୍ଗା

ଛତିଶଗଡ଼
ବଡ଼ ପ୍ରସଙ୍ଗ ଥିଲା ମଦ ବନ୍ଦ ନିଷ୍ପତ୍ତି
ଦୁର୍ନୀତି ଅଭିଯୋଗ ବିଗାଡ଼ି ଦେଲା ଖେଳ
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମହାଦେବ ଆପ୍ ଦୁର୍ନୀତି ଅଭିଯୋଗ
ବର୍ଷ ତମାମ ଲାଗି ରହିଥିଲା ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ବିବାଦ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପରାଜୟ କଂଗ୍ରେସ ପାଇଁ ବଡ଼ ଝଟ୍କା କୁହାଯାଉଛି । କାରଣ ନିର୍ବାଚନକୁ ଆଉ ମାତ୍ର ୫ମାସରୁ କମ୍ ସମୟ ବାକି ରହିଲା । ଯଦି କଂଗ୍ରେସର ଏଭଳି ସ୍ଥିତି ଲାଗି ରୁହେ, ତାହେଲେ ଏହା ଇଣ୍ଡିଆ ମେଂଟ ପାଇଁ ମଧ୍ୟ ସତର୍କର ଘଂଟି କହିଲେ ଅତ୍ୟୁକ୍ତି ହେବ ନାହିଁ ।

The post ପୁଣି ଚାଲିଲା ମୋଦୀ ମ୍ୟାଜିକ । ଏବେ ବି ଅକ୍ଷୂର୍ଣ୍ଣ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା, ପଛରେ ପଡିଲା କଂଗ୍ରେସ first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନାରେ ଚାଲିଲା ନାହିଁ କେସିଆରଙ୍କ ଯାଦୁ । ବିଆରଏସକୁ ଚକମା ଦେଇ ପୂର୍ଣ୍ଣ ବହୁମତ ଅଭିମୁଖେ କଂଗ୍ରେସ

କନକ ବ୍ୟୁରୋ : ତେଲେଙ୍ଗାନା କଂଗ୍ରେସରେ ଉତ୍ସବ । ବାଜା ବଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ମନାଉଛନ୍ତି ତେଲେଙ୍ଗାନା କଂଗ୍ରେସର ଦଳୀୟ ନେତା ଓ କର୍ମୀ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାସ୍ତାକୁ ବାହାରି ଖୁସି ମନାଉଛନ୍ତି କଂଗ୍ରେସ କର୍ମୀ ।

ହାଇଦ୍ରାବାଦରୁ ଆସୁଥିବା ଦୃଶ୍ୟ କହୁଛି, ଦୀର୍ଘ ୧୦ବର୍ଷ ହେଲାଣି ଏହି ଦିନକୁ ଯେମିତି ଅପେକ୍ଷା କରି ରହିଥିଲେ ତେଲେଙ୍ଗାନାର କଂଗ୍ରେସ ନେତା ଓ କର୍ମୀ । ଆଉ ଯେତେବେଳେ ଜନାଦେଶ କଂଗ୍ରେସ ସପକ୍ଷରେ ଯାଇଛି, ବହୁମତ ପାଇ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି, ସେହି ସମୟକୁ କେହି ହାତ ଛଡା କରିନାହାନ୍ତି । ୨୦୧୩ରେ ତେଲେଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ଗଠନ ହେବା ପରଠାରୁ ପ୍ରଥମ ଥର ପାଇଁ କଂଗ୍ରେସଦଳ ବିଜୟୀ ହୋଇଥିବାରୁ ସବୁଠି ଜୋଶ୍ ।

ତେଲେଙ୍ଗାନାରେ ସ୍ପଷ୍ଟ ବହୁମତ ମିଳିବା ପରେ ହାଇଦ୍ରାବାଦରେ ପହଁଚିଛନ୍ତି କଂଗ୍ରେସରେ ହେଭିୱେଟ୍ । ଆଉ ଆଗାମି ପଦକ୍ଷେପ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନିର୍ବାଚିତ ବିଧାୟକମାନଙ୍କୁ ଏକାଠି ରଖିବାକୁ ଯୋଜନା କରାଯାଇଥିବା ସୂଚନା ମିଳିଛି ।

ଗୋଟିଏ ପଟେ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବ ଲାଗି ରହିଥିବାବେଳେ ଆଉ ଗୋଟିଏ ପଟେ ଖାଁ ଖାଁ ହୋଇଯାଇଛି ବିଆରଏସ କାର୍ଯ୍ୟାଳୟ  । ସକାଳ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ଭିଡ ଲାଗିଥିଲା, ଏବେ ସେଠି କାହାର ଦେଖା ନାହିଁ । ସବୁବେଳେ ଗହଳି ରହୁଥିବା ବିଆରଏସ କାର୍ଯ୍ୟାଳୟର ଏହି ଦୃଶ୍ୟ କହୁଛି, କେସିଆରଙ୍କ ଦଳ, ଦଳର ନେତା ଓ କର୍ମୀଙ୍କ କେତେ ବଡ ଝଟକା ଲାଗିଛି ।

ରାଜସ୍ଥାନ ଓ ଛତିଶଗଡ କଂଗ୍ରେସ ହାତରୁ ଖସି ଯାଇଥିଲେ ବି ତେଲେଙ୍ଗାନା କଂଗ୍ରେସ ପାଇଁ ନୂଆ ସମ୍ଭାବନା ଆଣିଛି । ଦଳ ପୁଣି ଥରେ ପ୍ରତ୍ୟାବର୍ତନ କରିପାରିବ ବୋଲି ସଂକେତ ଦେଇଛି ।

The post ତେଲେଙ୍ଗାନାରେ ଚାଲିଲା ନାହିଁ କେସିଆରଙ୍କ ଯାଦୁ । ବିଆରଏସକୁ ଚକମା ଦେଇ ପୂର୍ଣ୍ଣ ବହୁମତ ଅଭିମୁଖେ କଂଗ୍ରେସ first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ: ରାଜସ୍ଥାନ ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା

କନକ ବ୍ୟୁରୋ: ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ଗେହଲଟ । ଆଜି ସେ ରାଜ୍ୟପାଳ କଲରାଜ ମିଶ୍ରାଙ୍କ ବାସଭବନରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୧୧ ଘଣ୍ଟାର ଭୋଟ ଗଣତି ପରେ ବିଜେପି ବହୁମଚ ପାଇଥିଲା । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି ।

ରାଜସ୍ଥାନରେ ୧୯୯ ସିଟରେ ବିଧାନସଭା ନିର୍ବାଚନ ହେଉଥିଲା । ଏଠାରେ ବର୍ତ୍ତମାନ ସୁଦ୍ଧା ବିଜେପି ୧୧୫ ଓ କଂଗ୍ରେସ ୭୦, ବିଏସପି ୨ ଓ ଅନ୍ୟାନ୍ୟ ଦଳ ୧୨ ସିଟ ପାଇଛନ୍ତି । ତେବେ ଆଜି ଏକ୍ସରେ ଏକ ପୋଷ୍ଟ କରି ଅଶୋକ ଗେହଲଟ ଲେଖିଥିଲେ, ରାଜସ୍ଥାନ ଜନତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ମୁଁ ବିନମ୍ର ଭାବେ ସ୍ୱୀକାର କରୁଛି । ଏହା ଏକ ଅପ୍ରତ୍ୟାଶିତ ପରିଣାମ ।

The post ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ: ରାଜସ୍ଥାନ ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା first appeared on Kanak News.

from Kanak News
via <a href="https://ifttt.com/?

ସବୁ ଆକଳନକୁ ଭୁଲ ପ୍ରମାଣିତ କରି ସମସ୍ତଙ୍କୁ ଚକମାଇ ଦେଲା ଛତିଶଗଡ । ଭୂପେଶ ବାଘେଲଙ୍କ ସରକାରକୁ ପ୍ରତ୍ୟାଖାନ କଲେ ଜନତା

କନକ ବ୍ୟୁରୋ : କିଛି କଥା ସହଜରେ ବିଶ୍ୱାସ କରି ହୁଏନି । ଠିକ୍ ଯେମିତି ଏହି ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ । ଫଳାଫଳ ନଆସିବା ଯାଏଁ ଲାଗୁଥିଲା, କଂଗ୍ରେସ ଜିତିବ । ଶେଷ ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ରିପୋର୍ଟ ମଧ୍ୟ ସେଇଆ କହୁଥିଲା । ହେଲେ ନିର୍ବାଚନ ଫଳାଫଳ ଯେତେବେଳେ ଆସିଲା, ଯେତେବେଳେ କେବଳ କଂଗ୍ରେସ ନିର୍ବାଚନ ହାରିଲା ତାହା ନୁହେଁ, ବରଂ କଂଗ୍ରେସ ସରକାରରେ ବଡ଼ ବଡ଼ ମନ୍ତ୍ର ଥିବା ପ୍ରାର୍ଥୀ ମଧ୍ୟ ନିଜ ଆସନ ବଂଚାଇପାରିଲେ ନାହିଁ । ଛତିଶଗଡ଼ରେ କଂଗ୍ରେସ ସହ କିଛି ଏଭଳି ଘଟିଲା, ଯେମିତି ବିଶ୍ୱକପରେ ଭାରତୀୟ ଦଳର ସହ ଘଟିଥିଲା । ପ୍ରଥମ ୧୦ ମ୍ୟାଚ ଜିତିବା ପରେ ଫାଇନାଲରେ  ଭାରତ ବିଜୟୀ ହୋଇଯିବ, ଏକଥା ଏକ ପ୍ରକାର ସମସ୍ତେ ଧରି ନେଇଥିଲେ । ଠିକ୍ ଯେମିତି, ମାଳ ମାଳ ମନଲୋଭା ଯୋଜନା, ଧାନରେ ବୋନସ୍, ବେକାରୀଙ୍କୁ ଭତା ଏବଂ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ କଂଗ୍ରେସ ଧରି ନେଇଥିଲା, ଏଥର ପୁଣି ବାଜି ମାରି ନେବେ ବାଘେଲ । ହେଲେ କଂଗ୍ରେସକୁ ନିରାଶ କରିଦେଲା ଭାରତୀୟ ଜନତା ପାର୍ଟି ।

ପ୍ରତି ସଫଳତା ପଛରେ ଯେମିତି କାରଣ ଥାଏ, ପ୍ରତି ବିଫଳତା ପଛରେ ମଧ୍ୟ କିଛି ନା’ କିଛି କାରଣ ଥାଏ । ମହାଦେବ ବେଟିଂ ଆପ୍ ଦୁର୍ନୀତି ପ୍ରସଙ୍ଗକୁ ବିଜେପି ଏମିତ ଉଠାଇଲା । ଯେମିତି ଏହି ଦୁର୍ନୀତିରେ କଂଗ୍ରେସର ହାତ ଅଛି । ଏହି ଦୁର୍ନତୀରେ ସରକାରଙ୍କ ସଂପୃକ୍ତି ଥିବା ହୁଏତ, ବିଜେପି ଲୋକଙ୍କୁ ବୁଝାଇ ଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ମଧ୍ୟ ବାଛି ବାଛି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ । ସେହିପରି ଆଦିବାସୀଙ୍କୁ ଅବହେଳା ଏବଂ କେନ୍ଦ୍ର ଯୋଜନାକୁ ଛତିଶଗଡ଼ ସରକାର ଲାଗୁ ନକରିବା ପଛରେ ଷଡ଼ଯନ୍ତ୍ର ଥିବା ନିର୍ବାଚନୀ ପ୍ରଚାରରେ କହି ବୁଲିଥିଲା ବିଜେପି । କେବଳ ଯେତିକି ନୁହେଁ କଂଗ୍ରେସ ପାଇଁ ଭୁପେଶ ବାଘେଲ ଏବଂ ଟିଏସ୍ ସିଂଦେଓଙ୍କ ମତାନ୍ତର ମହଙ୍ଗା ପଡ଼ିଛି । ଭୁପେଶ ବଘେଲଙ୍କ ଅତ୍ୟଧିକ ଆତ୍ମବିଶ୍ୱାସ କଂଗ୍ରେସକୁ ଆଡୁଆ ସ୍ଥିତିରେ ପକାଇ ଦେଲା ବୋଲି କୁହାଯାଉଛି ।

ଛତିଶଗଡ଼ରେ ବିଜେପି ସରକାର ଗଢ଼ିବା ନିଶ୍ଚିତ ହେବା ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ୪ ଜଣଙ୍କ ନାଁ ସବୁଠୁ ଆଗରେ ରହିଛି ।
୧- ରମଣ ସିଂ
୨- ବିଷ୍ଣୁ ଦେଓ ସାଇ
୩- ରାମ ବିଚାର ନେତମ
୪- ରେଣୁକା ସିଂ
ଲଗାତର ୩ଥର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରହିଥିବା ରମଣ ସିଂ ଅଭିଜ୍ଞତା ଦୃଷ୍ଟିରୁ ଆଗରେ ଅଛନ୍ତି ବୋଲି

The post ସବୁ ଆକଳନକୁ ଭୁଲ ପ୍ରମାଣିତ କରି ସମସ୍ତଙ୍କୁ ଚକମାଇ ଦେଲା ଛତିଶଗଡ । ଭୂପେଶ ବାଘେଲଙ୍କ ସରକାରକୁ ପ୍ରତ୍ୟାଖାନ କଲେ ଜନତା first appeared on Kanak News.

from Kanak News
via <a href="https://ifttt.com/?

୨୪ ପୂର୍ବରୁ ସେମିଫାଇନାଲରେ ବଡ଼ ବିଜୟ ଅଭିମୁଖେ ବିଜେପି । ପ୍ରମାଣିତ ହେଲା ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପଦ୍ମ ଦଳର ପ୍ରଭାବ

କନକ ବ୍ୟୁରୋ : ଆସିଛି ୪ ରାଜ୍ୟର ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ବଡ ବିଜୟ ଆଡକୁ ଅଗ୍ରସର ହୋଇଛି । ତେଲେଙ୍ଗାନାରେ କେସିଆରଙ୍କ ୧୦ ବର୍ଷର ଶାସନ ଶେଷ ହୋଇଛି । କଂଗ୍ରେସ ଏଠାରେ କେସିଆରଙ୍କଠାରୁ କ୍ଷମତା ଛଡାଇଆଣିଛି । ଏବେ ଆସନ୍ତୁ ଦେଖିବା କଣ ରହିଛି ୪ ରାଜ୍ୟରେ ସ୍ଥିତି ।

୨୦୨୪ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି । ମଧ୍ୟପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ ପୁଣି ଥରେ କ୍ଷମତାକୁ ଫେରିବାକୁ ଯାଉଥିବାବେଳେ, ସମସ୍ତଙ୍କ ଚମକାଇ, ରାଜସ୍ଥାନ ଓ ଛତିଶଗଡକୁ କଂଗ୍ରେସ ହାତରୁ ଛଡାଇ ନେଇଛି । ତିନି ରାଜ୍ୟରେ ବିଜୟ ପରେ ବିଜେପି ଶିବିରରେ ଉତ୍ସାହ ଦେଖାଦେଇଛି ।

The post ୨୪ ପୂର୍ବରୁ ସେମିଫାଇନାଲରେ ବଡ଼ ବିଜୟ ଅଭିମୁଖେ ବିଜେପି । ପ୍ରମାଣିତ ହେଲା ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପଦ୍ମ ଦଳର ପ୍ରଭାବ first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର ବିଜୟୀ । ରାୟପୁର ଉତ୍ତରରୁ ପୁରେନ୍ଦ୍ରଙ୍କୁ ମୈଦାନକୁ ଓହ୍ଲାଇଥିଲା ବିଜେପି । 

କନକ ବ୍ୟୁରୋ : ଛତିଶଗଡରେ ଫୁଟିଛି ପଦ୍ମ । ପୁଣିଥରେ ସରକାର ଗଢିବ ବିଜେପି । ଛତିଶଗଡରେ କଂଗ୍ରେସକୁ ଝଟକା ଲାଗିଥିବା ବେଳେ ବିଜେପି ବିଜୟୀ ବାନା ଉଡାଇଛି । ଏହି ବିଜୟୀ ବିଧାୟକଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି । ରାୟପୁର ଉତ୍ତରରୁ ବିଜେପି ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର ୨୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ କୁଳଦୀପ ଜୁନେଜାଙ୍କୁ ମାତ୍ ଦେଇଛନ୍ତି ପୁରେନ୍ଦ୍ର ।  ପୁରେନ୍ଦ୍ର ଦୀର୍ଘବର୍ଷ ଛତିଶଗଡରେ ବିଜେପି ସଙ୍ଗଠନ ସହ ଜଡିତ ରହିବା ସହ ବିଭିନ୍ନ ଦାୟିତ୍ୱ ତୁଲାଇଛନ୍ତି । ପ୍ରଥମଥର ପାଇଁ ପୁରେନ୍ଦ୍ରଙ୍କୁ ବିଜେପି ଟିକେଟ ଦେଇଥିବା ବେଳେ ବିଜୟୀ ହୋଇ ନିଜର ସାଙ୍ଗଠନିକ ଦକ୍ଷତା ଦେଖାଇଛନ୍ତି ପୁରେନ୍ଦ୍ର ।

ପୁରେନ୍ଦ୍ର ପେଶାରେ ଜଣେ ଓକିଲ । ପଦ୍ମପୁରରେ ପୁରେନ୍ଦ୍ରଙ୍କର ପୈତୃକ ଘର । ଦୀର୍ଘଦିନ ହେବ ରାୟପୁରରେ ବିଜେପିର ସଙ୍ଗଠନ ସହ ଜଡିତ ଥିଲେ ପୁରେନ୍ଦ୍ର । ପ୍ରଥମ ଥର ଜଣେ ଓଡ଼ିଆଙ୍କୁ ଛତିଶଗଡ଼ରେ ପ୍ରାର୍ଥୀ କରିଥିଲା ବିଜେପି । ପୂରା ଛତିଶଗଡ଼ରେ ୩୫ ଲକ୍ଷ ଓଡ଼ିଆ ରହିଥିବା ବେଳେ କେବଳ ରାୟପୁରରେ ୪ ଲକ୍ଷରୁ ଅଧିକ ଓଡ଼ିଆ ରହିଛନ୍ତି । ଛତିଶଗଡ଼ ରାୟପୁରରେ ଜଣାଶୁଣା ଓଡ଼ିଆ ଚେହେରା ତଥା ଛତିଶଗଡ଼ର ସର୍ବ ଓଡ଼ିଆ ସମାଜର ଅଧ୍ୟକ୍ଷ, ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ସଭାପତି ପୁରେନ୍ଦ୍ର ମିଶ୍ର । ଏଥର ଦଳ ରାୟପୁର ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ନିଜେ ବିଜୟୀ ହେବା ସହ ବିଜେପି ଏଥର ପୂର୍ଣ୍ଣ ବହୁମତ ପାଇବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ ପୁରେନ୍ଦ୍ର ମିଶ୍ର ।

The post ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର ବିଜୟୀ । ରାୟପୁର ଉତ୍ତରରୁ ପୁରେନ୍ଦ୍ରଙ୍କୁ ମୈଦାନକୁ ଓହ୍ଲାଇଥିଲା ବିଜେପି ।  first appeared on Kanak News.

from Kanak News
via <a href="https://ifttt.com/?

କଟପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ । ଏକାସଙ୍ଗରେ କେସିଆର ଓ ରେବନ୍ତଙ୍କୁ ଦେଲେ ମାତ୍, କାମାରେଡ୍ଡୀ ଆସନକୁ ଅକ୍ତିଆର କଲା ବିଜେପି ।

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିଛି କଂଗ୍ରେସ । କ୍ଷମତାସୀନ ବିଆରଏସର ହ୍ରାଟିକ ବିଜୟ ସ୍ୱପ୍ନକୁ ଧୂଳିସାତ କରିଛି କଂଗ୍ରେସ । ପ୍ରଥମଥର ପାଇଁ ତେଲେଙ୍ଗାନାରେ ସରକାର ଗଢିବ କଂଗ୍ରେସ । ଅନ୍ୟପଟେ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜୟ ହାସଲ କରିଥିବା ବିଜେପି ତେଲେଙ୍ଗାନାରେ ନିଜର ମ୍ୟାଜିକ ଦେଖାଇ ପାରିନାହିଁ । ତେଲେଙ୍ଗାନାରେ ମାତ୍ର ୮ଟି ବିଜେପି ଆସନରେ ବିଜୟ ହାସଲ କରିଛି । ତେବେ ଏହି ଆସନ ମଧ୍ୟରୁ କାମାରେଡ୍ଡୀ ଆସନ ଉପରେ ସଭିଙ୍କର ନଜର ଥିଲା । କାରଣ ଏହି ଆସନରେ ମୁଖ୍ୟମନ୍ତ୍ରୀ କେସିଆର ଓ କଂଗ୍ରେସ ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ ମୈଦାନକୁ ଓହ୍ଲାଇଥିଲେ । କିନ୍ତୁ ଏହି ହାଇପ୍ରୋଫାଇଲ ଆସନରେ କେସିଆର ଓ ରେବନ୍ତଙ୍କୁ ମାତ୍ ଦେଇ ବାଜି ମାରି ନେଇଛନ୍ତି ବିଜେପି ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ । ଦୁଇ ହେଭିୱେଟଙ୍କୁ ମାତ୍ ଦେଇଛନ୍ତି କଟିପଲ୍ଲୀ । ଏହି ଆସନରେ କେସିଆର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ରେବନ୍ତ ରେଡ୍ଡୀ ତୃତୀୟ ସ୍ଥାନରେ ରହିଛନ୍ତି ।

କଂଗ୍ରେସର ଏହି ମହାବିଜୟର ଶ୍ରେୟ ଦଳର ରାଜ୍ୟ ସଭାପତି ରେବନ୍ତ ରେଡ୍ଡୀଙ୍କୁ ଦେଇଛନ୍ତି କର୍ମୀ । ଏପରିକି ରେବନ୍ତଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି କର୍ମୀ । ରେବନ୍ତ କାମାରେଡ୍ଡି ଆସନରୁ ପରାଜିତ ହୋଇଥିଲେ ମଧ୍ୟ କୋଣ୍ଡଗଲ ଆସନରୁ ବିଜୟୀ ହୋଇଛନ୍ତି ।

The post କଟପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ । ଏକାସଙ୍ଗରେ କେସିଆର ଓ ରେବନ୍ତଙ୍କୁ ଦେଲେ ମାତ୍, କାମାରେଡ୍ଡୀ ଆସନକୁ ଅକ୍ତିଆର କଲା ବିଜେପି । first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ଫଳାଫଳ ପୂର୍ବରୁ ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ପଡିଲା ମହଙ୍ଗା । ତେଲେଙ୍ଗାନା ଡିଜିପିଙ୍କୁ ସସପେଣ୍ଡ କଲେ ନିର୍ବାଚନ ଆୟୋଗ

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ତେଲେଙ୍ଗାନାରେ ବିଆରଏସକୁ ହରାଇ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି  । ଏହାକୁ ନେଇ କଂଗ୍ରେସ ଶିବିରରେ ଉତ୍ସବର ମାହୋଲ ତ ସେପଟେ ଭୋଟିଂ କ୍ରମରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ଡିଜିପିଙ୍କ ପାଇଁ ମହଙ୍ଗା ପଡିଛି । ସୂତ୍ର ସୂଚନା ମୁତାବକ ନିର୍ବାଚନ ଆୟୋଗ ଆଦର୍ଶ ଆଚାର ସଂହିତ ଉଲଙ୍ଘନ ଅଭିଯୋଗରେ ତେଲେଙ୍ଗାନାର ପୋଲିସ ଡିଜିପି ଅଞ୍ଜନୀ କୁମାରଙ୍କୁ ସସପେଣ୍ଡ କରିଛନ୍ତି ।

ନିର୍ବାଚନ ଆୟୋଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାରଙ୍କୁ ଛଟେଇ କରିବାକୁ ସୁପାରିଶ କରିଛନ୍ତି । ଏବେ ମୁଖ୍ୟ ସଚିବ ଡିଜିପିଙ୍କୁ ଛଟେଇ କରିବା ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।

https://platform.twitter.com/widgets.js

ସୂଚନା ମୁତାବକ ରବିବାର ସକାଳେ ଡିଜିପି ଅଞ୍ଜନୀ କୁମାର ରାଜ୍ୟ ପୋଲିସର ନୋଡାଲ ଅଧିକାରୀ ସଂଜୟ ଜୈନ ଓ ନୋଡାଲ ଅଧିକାରୀ ମହେଶ ଭାଗବତଙ୍କୁ ସାଥିରେ ନେଇ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ରେବନ୍ତ ରେଡ୍ଡୀଙ୍କୁ ଭେଟିଥିଲେ ଓ ଫୁଲ ଉପହାର ଦେଇଥିଲେ । ଏହି ଭେଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିର୍ବାଚନ ଆୟୋଗ ତଥ୍ୟ ଯୋଗାଡ କରିଥିଲେ । ଏହାପରେ ନିର୍ବାଚନ ଆୟୋଗ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଡିଜିପିଙ୍କୁ ଛଟେଇ କରିବାକୁ ସୁପାରିଶ କରିଛନ୍ତି ।

The post ନିର୍ବାଚନ ଫଳାଫଳ ପୂର୍ବରୁ ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ପଡିଲା ମହଙ୍ଗା । ତେଲେଙ୍ଗାନା ଡିଜିପିଙ୍କୁ ସସପେଣ୍ଡ କଲେ ନିର୍ବାଚନ ଆୟୋଗ first appeared on Kanak News.

from Kanak News
via <a href="https://ifttt.com/?

୪ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । କହିଲେ, ଜାରି ରହିବ ବିଚାରଧାରାର ଲଢେଇ

କନକ ବ୍ୟୁରୋ : ୪ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ୪ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପି ଓ ଗୋଟିଏ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ହାତରୁ କ୍ଷମତା ଛଡାଇ ନେଇଛି ବିଜେପି । ସେହିଭଳି ତେଲେଙ୍ଗାନାରେ କେସିଆରଙ୍କ ହାତରୁ କ୍ଷମତା ଛଡାଇ ନେଇଛି କଂଗ୍ରେସ । ଏସବୁ ଭିତରେ ଉଭୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି କି, ନିର୍ବାଚନରେ ବିଜୟ ଓ ପରାଜୟ ରହିଛି । ହେଲେ ବିଜେପି ବିରୋଧରେ ଚାଲିଥିବା ବିଚାରଧାରାର ଲଢେଇ ଉପରେ ଏହି ପରାଜୟର ପ୍ରଭାବ ପଡିବ ନାହିଁ । ଦେଶକୁ ସାଂପ୍ରଦାୟିକତାବାଦରୁ ରକ୍ଷା କରିବା ପାଇଁ ବିଜେପି ବିରୋଧରେ ବିଚାରଧାରାର ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡର ଭୋଟରମାନଙ୍କୁ ଧନ୍ୟବାଦ ଦେବା ସହ ପରାଜୟକୁ ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି । ତେଲେଙ୍ଗାନା ଉର୍ଦ୍ଦେଶ୍ୟରେ ରାହୁଲ ଗାନ୍ଧୀ କହିଛନ୍ତି କି, ତେଲେଙ୍ଗାନାବାସୀଙ୍କୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ଖୁବଶୀଘ୍ର ପାଳନ କରାଯିବ । ତେଲେଙ୍ଗାନା କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ରାହୁଲ ଗାନ୍ଧୀ କୃତଜ୍ଞତା ଜଣାଇଛନ୍ତି ।

The post ୪ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । କହିଲେ, ଜାରି ରହିବ ବିଚାରଧାରାର ଲଢେଇ first appeared on Kanak News.

from Kanak News
via <a href="https://ifttt.com/?

‘ନୈରାଶ୍ୟଜନକ ମାତ୍ର…’ ନିର୍ବାଚନ ଫଳାଫଳ ଆସିବା ପରେ ଖଡଗେଙ୍କ ପ୍ରଥମ ପ୍ରତିକ୍ରିୟା । ଜାଣନ୍ତୁ ‘ଇଣ୍ଡିଆ’ ମେଣ୍ଟକୁ କଣ ଦେଲେ ବାର୍ତ୍ତା

କନକ ବ୍ୟୁରୋ : ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଛି । ୩ଟିରେ କଂଗ୍ରେସ ନୈରାଶ୍ୟଜନକ ସ୍ଥିତିରେ ରହିଥିିବା ବେଳେ କେବଳ ତେଲେଙ୍ଗାନାରେ କଂଗ୍ରେସ ଭଲ କରିଛି । ଏହାକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ତେଲେଙ୍ଗାନା ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି ଖଡଗେ । ଏହାସହ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସର ପରାଜୟକୁ ସ୍ୱୀକାର କରିବା ସହ କଂଗ୍ରେସକୁ ଭୋଟ ଦେଇଥିବା ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଖଡଗେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି କି, ତେଲେଙ୍ଗାନାରେ ଭୋଟର କଂଗ୍ରେସକୁ ଭୋଟ ଦେଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଏହାସହ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଭୋଟରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଖଡଗେ । ପରାଜୟର କାରଣ ଖୋଜିବା ସହ ଦଳ ଆଗକୁ ନିଶ୍ଚିତ ଭାବେ ବିଜୟୀ ହେବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି ।

https://platform.twitter.com/widgets.js

କେବଳ ସେତିକି ନୁହେଁ , କଂଗ୍ରେସ ପାର୍ଟି ପୁରା ଦମରେ ୪ଟି ରାଜ୍ୟରେ ନିର୍ବାଚନ ଲଢିଥିଲା । ଏନେଇ ସେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କୁ ନେଇ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ସେ ଦଳର କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

The post ‘ନୈରାଶ୍ୟଜନକ ମାତ୍ର…’ ନିର୍ବାଚନ ଫଳାଫଳ ଆସିବା ପରେ ଖଡଗେଙ୍କ ପ୍ରଥମ ପ୍ରତିକ୍ରିୟା । ଜାଣନ୍ତୁ ‘ଇଣ୍ଡିଆ’ ମେଣ୍ଟକୁ କଣ ଦେଲେ ବାର୍ତ୍ତା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started