ଛତିଶଗଡରେ କଂଗ୍ରେସ ଫେଲ୍, ବିଜେପି ପାସ୍ । ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବରଠୁ ବହୁ ଆଗରେ ଭାରତୀୟ ଜନତା ପାର୍ଟି ।

କନକ ବ୍ୟୁରୋ: “ଛତିଶଗଡର ଲୋକମାନେ ଭୂପେଶ ବଘେଲ ସରକାରକୁ ରିଜେକ୍ଟ କରିଛନ୍ତି । ଆଉ ଭାରତୀୟ ଜନତା ପାର୍ଟିକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ମୋଦୀଙ୍କ ନାମ ଏବଂ କାମକୁ ନେଇ ନିର୍ବାଚନ ଲଢିଥିଲା, ଆଉ ତାର ଫଳାଫଳ ଦଳକୁ ମିଳିଛି । ଜନତାଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟିଂକୁ ବିଶ୍ୱାସ କରିଛନ୍ତି ”, ରବିବାର ଛତିଶଗଡରେ ବିଜେପି ଟ୍ରେଣ୍ଡରେ ଆଗୁଆ ରହିବା ପରେ ଏପରିି କହିଛନ୍ତି ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ।

https://platform.twitter.com/widgets.js

ଛତିଶଗଡରେ ଏଥର ପୁଣିଥରେ ବିଜେପି କମବ୍ୟାକ୍ କରୁଥିବା ଦେଖିବାକୁ ମିଳୁଛି । ୯୦ ବିଧାନସଭା ଆସନରୁ ବିଜେପି ଏଠାରେ ୫୩ ସିଟରେ ଆଗୁଆ ରହିଛି । ଅନ୍ୟପଟେ କଂଗ୍ରେସ ଶାସନ କ୍ଷମତାରେ ଥିଲେ ବି ମାତ୍ର ୩୫ ସିଟରେ ଆଗୁଆ ରହିଛି । ତେଣୁ ଛତିଶଗଡରେ ପୁଣିଥରେ ବିଜେପି ଶାସନ କ୍ଷମତାକୁ ଫେରୁଥିବା ଦେଖିବାକୁ ମିଳୁଛି ।

୨୦୧୮ରେ କଂଗ୍ରେସ ୬୮ଟି ସିଟ୍ ଜିତି ଛତିଶଗଡର କ୍ଷମତାକୁ ଫେରିଥିଲା । ସେ ସମୟରେ ୧୫ ବର୍ଷର ବିଜେପି ସରକାରକୁ ପଛରେ ପକାଇ ଦେଇଥିଲା ହାତ । ଏହାପରେ ଭୂପେଶ ବାଘେଲ ହେଇଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ତେବେ ୨୦୧୮ରୁ ୨୦୨୩ ଭିତରେ ପୁଣିଥରେ ସରକାର ପରିବର୍ତ୍ତନ କରୁଛନ୍ତି ଛତିଶଗଡ ଭୋଟର । ପୁଣିଥରେ ମୋଦୀ ମ୍ୟାଜିକ୍ ଛତିଶଗଡରେ କାମ କରିବା ସହ ବିଜେପି ପୁଣି ଶାସନ କ୍ଷମତାରେ ବସୁଥିବା ଦେଖିବାକୁ ମିଳୁଛି ।

The post ଛତିଶଗଡରେ କଂଗ୍ରେସ ଫେଲ୍, ବିଜେପି ପାସ୍ । ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବରଠୁ ବହୁ ଆଗରେ ଭାରତୀୟ ଜନତା ପାର୍ଟି । first appeared on Kanak News.

from Kanak News
via <a href="https://ifttt.com/?

ବଙ୍ଗୋପସାଗରରେ ବାତ୍ୟା ‘ମିଗଜାଉମ୍’ । ୫ କିମି ବେଗରେ ଗତି କରୁଛି ବାତ୍ୟା

କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢୁଛି ବାତ୍ୟା ‘‘ମିଗଜାଉମ୍’ । ୬ ଘଣ୍ଟା ହେବ ୫ କିଲୋମିଟର ବେଗରେ ଗତି କରୁଛି । ପାଣିପାଗ ବିଭାଗର ତଥ୍ୟ ମୁତାବକ, ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟନମ୍ ଉପକୂଳ ଦେଇ ଅତିକ୍ରମ କରିବ ।

ସୂଚନା ମୁତାବକ, ବାତ୍ୟା ପ୍ରଭାବରେ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ପବନ ବୋହିବ । ଏହାସହ ଆନ୍ଧ୍ରର ପୁଦୁକୋଟୋଇ, ଜଞ୍ଜାବୁର, ତିରୁବରୁତ, ନାଗପଟ୍ଟିନମ୍, ତିରୁବଲ୍ଲୁର, ଚେନ୍ନାଇ, କାଞ୍ଚିପୁରମ୍, ରାନୀପେଟ, ଚେଙ୍ଗଲପଟ୍ଟୁ, ବିଲ୍ଲୁପୁରମ୍, କୁଡ୍ଡାଲୋର ଅ୍ରାଦି ଜିଲ୍ଲାରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ଶନିବାର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାର ପ୍ରଭାବ ରେଲୱେ ଉପରେ ବି ପଡିବାର ସମ୍ଭାବନା ଥିବାରୁ ୩ରୁ ୭ ଡିସେମ୍ବର ଯାଏଁ ଦୂରଗାମୀ ଟ୍ରେନ ଗୁଡିକୁ ବାତିଲ କରାଯାଇଛି । ବାତ୍ୟା ଯୋଗୁଁ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

The post ବଙ୍ଗୋପସାଗରରେ ବାତ୍ୟା ‘ମିଗଜାଉମ୍’ । ୫ କିମି ବେଗରେ ଗତି କରୁଛି ବାତ୍ୟା first appeared on Kanak News.

from Kanak News
via <a href="https://ifttt.com/?

୨୪ ଫାଇନାଲ ପୂର୍ବରୁ ୨୩’ର ସେମିଫାଇନାଲରେ ବିଜେପିର ଜଲୱା । ୩ ରାଜ୍ୟରେ ଆଗୁଆ ଭାରତୀୟ ଜନତା ପାର୍ଟି । କାମ ଦେଲା ମୋଦୀଙ୍କ ମ୍ୟାଜିକ୍…

କନକ ବ୍ୟୁରୋ: ୨୪’ ଫାଇନାଲ ପୂର୍ବରୁ ୨୩’ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ରବିବାର ଆସୁଥିବା ୪ଟି ରାଜ୍ୟର ନିର୍ବାଚନୀ ଫଳାଫଳରୁ ୩ଟି ରାଜ୍ୟରେ ବିଜେପି ଆଗୁଆ ରହିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାରକୁ ଫେରୁଥିବା ଦେଖିବାକୁ ମିଳୁଥିବାବେଳେ, ଛତିଶଗଡରେ କଂଗ୍ରେସକୁ ଟକ୍କର ଦେଇ ଆଗୁଆ ରହିଛି ବିଜେପି ।

ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ମଧ୍ୟପ୍ରଦେଶର ୨୩୦ ଆସନରୁ ୧୪୦ ସିଟରେ ଆଗୁଆ ରହିଛି ବିଜେପି । ସେହିପରି ଛତିଶଗଡର ୯୦ ଆସନରୁ ୫୧ ଆସନ ଏବଂ ରାଜସ୍ଥାନର ୧୯୯ ଆସନରୁ ୧୦୯ ସିଟରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି । ତେବେ ୪ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପିକୁ ସଫଳତା ମିଳିବା ପରେ ଦଳୀୟ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ୩ଟି ରାଜ୍ୟରେ ମୋଦୀ ମ୍ୟାଜିକ୍ କାମ କରିଥିବା କୁହାଯାଉଛି ।

ଏଥର ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି କ୍ଷମତା ଅକ୍ତିଆର କରୁଥିବା ଦେଖିବାକୁ ମିଳୁଛି । ବିରୋଧୀଙ୍କୁ ଚକମା ଦେଇ ଶିବରାଜ ସିଂ ଚୌହାନ ଏଠି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ପକ୍କା ହେବା ଅନୁମାନ କରାଯାଉଛି । ଅନ୍ୟପଟେ ରାଜସ୍ଥାନରେ ପରମ୍ପରା ବଜାୟ ରହିଥିବାବେଳେ, କଂଗ୍ରେସକୁ ହଟେଇ ପୁଣିଥରେ କ୍ଷମତାକୁ ଫେରୁଛି ବିଜେପି । ସେହିପରି ଛତିଶଗଡରେ ବଘେଲ ସରକାରକୁ ଚକମା ଦେଇ ବିଜେପିି ଏଠାରେ ମଧ୍ୟ ଆଗୁଆ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଛତିଶଗଡରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୪୫ ଥିବାବେଳେ, ଏଠାରେ ବିଜେପି ୫୧ ସିଟରେ ଆଗୁଆ ରହିଛି ।

ତେବେ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନକୁ ଛାଡିଦେଲେ, କେବଳ ତେଲେଙ୍ଗାନାରେ ବର୍ତମାନ କଂଗ୍ରେସ ଆଗୁଆ ରହିଛି । ତେଲେଙ୍ଗାନାରେ ବିଆରଏସକୁ ପଛରେ ପକାଇ କଂଗ୍ରେସ କ୍ଷମତା ଅକ୍ତିଆର କରୁଥିବା ଦେଖିବାକୁ ମିଳୁଛି । ତେବେ ବିଜେପି ତେଲେଙ୍ଗାନାରେ ମଧ୍ୟ ଫାଇଦାରେ ରହିଛି । ଗତ ନିର୍ବାଚନରେ ତେଲେଙ୍ଗାନାରେ ବିଜେପି ମାତ୍ର ଗୋଟିଏ ସିଟ୍ ଜିତିବାକୁ ସକ୍ଷମ ହେଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ୭ଟି ସିଟରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ।

The post ୨୪ ଫାଇନାଲ ପୂର୍ବରୁ ୨୩’ର ସେମିଫାଇନାଲରେ ବିଜେପିର ଜଲୱା । ୩ ରାଜ୍ୟରେ ଆଗୁଆ ଭାରତୀୟ ଜନତା ପାର୍ଟି । କାମ ଦେଲା ମୋଦୀଙ୍କ ମ୍ୟାଜିକ୍… first appeared on Kanak News.

from Kanak News
via <a href="https://ifttt.com/?

ଯାତ୍ରୀବାହୀ ବସ୍ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ୮ ମୃତ, ୨୬ଯାତ୍ରୀ ଆହତ

କନକ ବ୍ୟୁରୋ: ଚଳନ୍ତା ବସ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ଫଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୨୬ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି କାଶ୍ମୀରର ଗିଲଗିତ୍ ବାଲତିସ୍ତାନ ନିକଟରେ । ବସଟି ଗିଲଗିତରୁ ରାଓଲପିଣ୍ଡି ଯାଉଥିବାବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ ।

ଚିଲାସର ଡେପୁଟି କମିସନର୍‌ ଆରିଫ୍‌ ଅହମଦ୍‌ କହିଛନ୍ତି, ୮ଜଣ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଏଯାବତ୍‌ ୫ଜଣଙ୍କର ପରିଚୟ ମିଳିଛି। ଆହତ ହୋଇଥିବା ୨୬ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିଲାସର ଡେପୁଟି କମିସନର୍‌ ଆରିଫ୍‌ ଅହମଦ୍‌ କହିଛନ୍ତି, ୮ଜଣ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଏଯାବତ୍‌ ୫ଜଣଙ୍କର ପରିଚୟ ମିଳିଛି। ଆହତ ହୋଇଥିବା ୨୬ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

The post ଯାତ୍ରୀବାହୀ ବସ୍ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ୮ ମୃତ, ୨୬ଯାତ୍ରୀ ଆହତ first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନାରେ କଂଗ୍ରେସର ଖୁସି, କେସିଆର ଦୁଃଖୀ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ‘ହାତ’ । ଭାଙ୍ଗିଯିବ କେ. ଚନ୍ଦ୍ରଶେଖରଙ୍କ ହାଟ୍ରିକ ସ୍ୱପ୍ନ!

କନକ ବ୍ୟୁରୋ: ଭାଙ୍ଗିବାକୁ ଯାଉଛି କେସିଆରଙ୍କ ହାଟ୍ରିକ ସ୍ୱପ୍ନ । ତେଲେଙ୍ଗାନାରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିଥିବା କେ ଚନ୍ଦ୍ରଶେଖର ରାଓଙ୍କ ସ୍ୱପ୍ନକୁ ଭାଙ୍ଗିରୁଜି ଚୁରମାର କରିଦେଇଛି କଂଗ୍ରେସ । ବର୍ତ୍ତମାନ ତେଲେଙ୍ଗାନାରୁ ଆସୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ, ଏଠି କଂଗ୍ରେସ କ୍ଷମତା ଅକ୍ତିଆର କରୁଥିବା ଦେଖିବାକୁ ମିଳୁଥିବାବେଳେ, କେସିଆରଙ୍କ କ୍ଷମତାଶୀନ ବିଆରଏସ୍ ବହୁ ପଛରେ ପଡିଯାଇଛି ।

ଦିନ ୧୧ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ କଂଗ୍ରେସ ତେଲେଙ୍ଗାନାରେ ୬୬ଟି ଆସନରେ ଆଗୁଆ ଥିବାବେଳେ, ବିଆରଏସ୍ ୪୨ଟି ଆସନରେ ଆଗୁଆ ରହିଛି । ସେହିପରି ତେଲେଙ୍ଗାନାରେ ବିଜେପି ମଧ୍ୟ ୭ଟି ଆସନରେ ଆଗୁଆ ରହିଛି । ତେବେ ତେଲେଙ୍ଗାନାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୬୦ ରହିଥିବାବେଳେ, ଏହାଠୁ ୬ଟି ଆସନ ଆଗରେ ରହିଛି କଂଗ୍ରେସ ।

କାହିଁକି ପଛରେ ପଡିଲା କେସିଆରଙ୍କ ବିଆରଏସ୍?

ତେଲେଙ୍ଗାନା ରାଜନୀତିରେ ଏଥର ଏକାଧିକ ପ୍ରସଙ୍ଗ କେସିଆରଙ୍କ ପାଇଁ ଭାରିପଡିଛି । କ୍ଷମତା ବିରୋଧୀ ହାୱା ସହ ଭ୍ରଷ୍ଟାଚାର, ବଂଶବାଦ ରାଜନୀତି ଏବଂ ତୁଷ୍ଟୀକରଣ ରାଜନୀତି ବିଆରଏସକୁ ଭାରିପଡିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସକୁ ବଡ ଫାଇଦା ଦେଇଛି ରାହୁଲଙ୍କ ଭାରତ ଯୋଡ ଯାତ୍ରା । ତା ସହିତ ପ୍ରଦେଶ କଂଗ୍ରେସ ସଭାପତି ରେଭାନ୍ତ ରେଡ୍ଡୀଙ୍କର ନେତୃତ୍ୱକୁ ମଧ୍ୟ ଭରସା କରିଛନ୍ତି ତେଲେଙ୍ଗାନା ଭୋଟର ।

ତେଲେଙ୍ଗାନାର କାମାରେଡ୍ଡୀ ବିଧାନସଭା ଆସନରେ ଦେଖିବାକୁ ମିଳିଛି ରେଭନ୍ତ ଏବଂ କେସିଆର ଜୋରଦାର ଲଢେଇ । ରାଜ୍ୟର ଏହି ବହୁଚର୍ଚ୍ଚିତ ଆସନରେ ବିଆରଏସ୍ ପ୍ରମୁଖ କେସିଆରଙ୍କୁ ପଛରେ ପକାଇ ଦେଇଛନ୍ତି ରେଭନ୍ତ । ଅନ୍ୟପଟେ କେସିଆରଙ୍କ ପାରମ୍ପରିକ ଆସନ ଗେଜୱେଲରେ ମଧ୍ୟ ସେ କଡ୍ଡା ଟକ୍କରର ସାମ୍ନା କରୁଛନ୍ତି । ଏହି ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେପଟେ କିନ୍ତୁ ରେଭନ୍ତ ନିଜ ପାରମ୍ପରିକ ଆସନରେ ଆଗୁଆ ଚାଲୁଛନ୍ତି ।

କେସିଆରଙ୍କ ହାଟ୍ରିକ ସ୍ୱପ୍ନ ଅଧୁରା!

କେ ଚନ୍ଦ୍ରଶେଖର ରାଓଙ୍କ ନେତୃତାଧୀନ ଭାରତ ରାଷ୍ଟ୍ର ସମିତି ୨୦୧୪ ମସିହାରୁ ତେଲେଙ୍ଗାନାର କ୍ଷମତାରେ ରହିଛି । ଯେବେଠୁ ଆନ୍ଧ୍ରପ୍ରଦେଶଠାରୁ ତେଲେଙ୍ଗାନା ଅଲଗା ହେଇଛି, ସେବେଠୁ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି କେସିଆର । ୨୦୧୪ ସହ ୨୦୧୮ରେ ତେଲେଙ୍ଗାନାର ଭୋଟର କେସିଆରଙ୍କୁ ଭରସା କରିଥିଲେ । ହେଲେ ୨୦୨୩ରେ କିନ୍ତୁ ହାଟ୍ରିକର ସ୍ୱପ୍ନ ଦେଖିଥିବା କେସିଆରଙ୍କ ସ୍ୱପ୍ନ ଭାଙ୍ଗୁଥିବା ଦେଖିବାକୁ ମିଳୁଛି ।

ସତ ହେଲା ଏକଜିଟ୍ ପୋଲ

ଅଧିକାଂଶ ଏକଜିଟ୍ ପୋଲ୍ ସର୍ଭେରେ ଏଥର ତେଲେଙ୍ଗାନାରେ କଂଗ୍ରେସ କ୍ଷମତା ଅକ୍ତିଆର କରିବ ବୋଲି କୁହାଯାଇଥିଲା । ସର୍ଭେ ମୁତାବକ ଏଠାରେ ଫଳାଫଳ ବି ସମାନ ହେଉଥିବା ଦେଖିବାକୁ ମିଳୁଛି । କେସିଆର ଏଥର ତେଲେଙ୍ଗାନାର କ୍ଷମତା ଦାୟିତ୍ୱରୁ ହଟୁଥିବାବେଳେ, କଂଗ୍ରେସ ଏଠି କ୍ଷମତା ଅକ୍ତିଆର କରୁଛି ।

The post ତେଲେଙ୍ଗାନାରେ କଂଗ୍ରେସର ଖୁସି, କେସିଆର ଦୁଃଖୀ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ‘ହାତ’ । ଭାଙ୍ଗିଯିବ କେ. ଚନ୍ଦ୍ରଶେଖରଙ୍କ ହାଟ୍ରିକ ସ୍ୱପ୍ନ! first appeared on Kanak News.

from Kanak News
via <a href="https://ifttt.com/?

କାହାର ହେବ ଛତିଶ ’ଗଡ’ ? ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ନିଜ ଆସନରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପଛୁଆ ।

କନକ ବ୍ୟୁରୋ: ଛତିଶଗଡ ଛାତିରେ କିଏ ଉଡାଇବ ବିଜୟ ବାନା ? କାହାର ହେବ ଛତିଶ ’ଗଡ’? ଏ ଚର୍ଚ୍ଚା ଆଲୋଚନା ଭିତରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ଏହି ଟ୍ରେଣ୍ଡ ଦେଖି ଛତିଶଗଡ ନେତାଙ୍କ ଛାତିରେ ଛନକା ପଶିଛି । କାରଣ ଛତିଶଗଡରେ ବିଜେପି- କଂଗ୍ରେସ ମଧ୍ୟରେ କଣ୍ଟେ କା ଟକ୍କର ଚାଲିଛି ।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଯଦିଓ କଂଗ୍ରେସ ଆଗେଇ ଚାଲିଥିଲା ମାତ୍ର ପରେ ଏହି ସଂଖ୍ୟାରେ ପରିର୍ତ୍ତନ ଆସିଛି । ମୋଟ୍ ୯୦ଟି ଆସନ ପାଇଁ ଲଢେଇ ଜାରି ରହିଥିବା ବେଳେ ଗଣତିରେ ଏବେ ବିଜେପି ଆଗରେ ରହିଛି । ଦିନ ୧୧ଟା ସୁଦ୍ଧା ବିଜେପି ୪୧ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ୩୬ଟି ଆସନରେ ପଛୁଆ ଅଛି । ଯଦିଓ ଏହା ଘଡିକେ ଘୋଡା ଛୁଟିଲା ପରି ବଦଳୁଛି । କିନ୍ତୁ ଏବେ ଟ୍ରେଣ୍ଡ ଯାହା କହୁଛି ତାହା ହେଲା ବଘେଲଙ୍କ ହାତରୁ କ୍ଷମତା ଛଡାଇ ଆଣିପାରେ ବିଜେପି ?

ଏକଜିଟ୍ ପୋଲର ଆକଳନ ଅନୁସାରେ ଏଥର ଛତିଶଗଡରେ କଂଗ୍ରେସ ପୁଣି ଥରେ ଆସିପାରେ । ଭୂପେଶ ସରକାରଙ୍କ ପ୍ରତି ଲୋକଙ୍କ ବହୁମତ ଥିବାରୁ ପୁଣି ଏଥର କାକା ଛତିଶଗଡରେ ଛକା ମାରିପାରନ୍ତି । ମାତ୍ର ଏବେ ଏବେ ମିଳିଥିବା ଟ୍ରେଣ୍ଡ ଅନୁସାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ତାଙ୍କର ୭ ମନ୍ତ୍ରୀ ନିଜ ନିଜ ଆସନରେ ପଛରେ ରହିଛନ୍ତି । ତେଣୁ ଟ୍ରେଣ୍ଡ ସମ୍ପୂର୍ଣ୍ଣ ହେବା ପରେ ଚିତ୍ର ସ୍ପଷ୍ଟ ହେବ କି ଛତିଶଗଡରେ ଏଥର କାହାର ହେବ ସରକାର । କଂଗ୍ରେସ କରିବ ନା ବିଜେପି ।

The post କାହାର ହେବ ଛତିଶ ’ଗଡ’ ? ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ନିଜ ଆସନରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପଛୁଆ । first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶରେ ସରକାର ଗଢିବ ବିଜେପି! ଟ୍ୱିଟ୍ କରି ଶିବରାଜ କହିଲେ ଜନତାଙ୍କ ଆଶୀର୍ବାଦରୁ ରାଜ୍ୟକୁ ପୁଣି ଫେରିବ ପଦ୍ମ ।

କନକ ବ୍ୟୁରୋ: ଏବେଯାଏଁ ହୋଇଥିବା ଭୋଟ ଗଣତିରୁ ଯାହା ଜଣାପଡୁଛି । ମଧ୍ୟପ୍ରଦେଶରେ ପୁଣି ସରକାର ଗଢିପାରେ ବିଜେପି । କାରଣ ଏଠାରେ ବହୁମତରେ ଆଗେଇ ଚାଲିଛି ବିଜେପି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରିବା ସହ ଟ୍ୱିଟ୍ କରି ରାଜ୍ୟର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିବରାଜ ।

ଶିବରାଜ କହିଛନ୍ତି ଯେ, ରାଜ୍ୟର ଜନତାଙ୍କ ଆଶୀର୍ବାଦ ଓ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱକୁ ନେଇ ମଧ୍ୟପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢିବାକୁ ଯାଉଛି । ଏହାସହ ସେ ବିଜେପିର ସମସ୍ତଙ୍କ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମଧ୍ୟପ୍ରଦେଶରେ ୨୩୦ ଲୋକସଭା ଆସନ ପାଇଁ ଭୋଟିଂ ହୋଇଥିଲା । ଆଜି ଗଣତିରେ ବିଜେପି ଭାରୀ ସଂଖ୍ୟାରେ ଆଗୁଆ ଚାଲିଛି ।  ମଧ୍ୟପ୍ରଦେଶରେ ବିଜେପିର ଶିବରାଜ ସିଂ ଚୌହାନ୍ ଗତ ୨୦ ବର୍ଷ ଧରି ଶାସନ ମଙ୍ଗ ଧରିଛନ୍ତି । ୨୦୧୮ରେ କମଲନାଥ ମାତ୍ର ୧୫ ମାସ ପାଇଁ ଶାସନକୁ ଆସିଥିଲେ ପୁଣି ଶାସନ ଗାଦିକୁ ଫେରିଥିଲେ ଶିବରାଜ ।

The post ମଧ୍ୟପ୍ରଦେଶରେ ସରକାର ଗଢିବ ବିଜେପି! ଟ୍ୱିଟ୍ କରି ଶିବରାଜ କହିଲେ ଜନତାଙ୍କ ଆଶୀର୍ବାଦରୁ ରାଜ୍ୟକୁ ପୁଣି ଫେରିବ ପଦ୍ମ । first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନରେ ବଜାୟ ରହିବ ପରମ୍ପରା! ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ପଛରେ ପଡିଲା ‘ହାତ’ । 

କନକ ବ୍ୟୁରୋ: ରାଜସ୍ଥାନରେ କିଏ ଗଢିବ ସରକାର? କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ? ରାଜସ୍ଥାନର ପୁଣି ବଜାୟ ରହିବ ପଟ୍ଟ ପରିବର୍ତ୍ତନ ପରମ୍ପରା । ଏସବୁ ଚର୍ଚ୍ଚା ଭିତରେ ଏବେ ଆସୁଛି ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ । ଟ୍ରେଣ୍ଡ ଅନୁସାରେ ବିଜେପି ଏଠି କ୍ଷମତାକୁ ଫେରୁଥିବା ଦେଖିବାକୁ ମିଳୁଥିବାବେଳେ, ଶାସକ କଂଗ୍ରେସ ପଛରେ ପଡିଯାଇଛି । ଦିନ ସାଢେ ୧୦ଟା ସୁଦ୍ଧା ରାଜସ୍ଥାନରେ ବିଜେପି ୧୨୦ ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୬୬ ଆସନରେ ଆଗୁଆ ରହିଛି ।

କାହିଁକି ପଛରେ ପଡିଲା କଂଗ୍ରେସ?

ରାଜସ୍ଥାନ ରାଜନୀତିରେ କଂଗ୍ରେସକୁ ଭାରିପଡିବାକୁ ଯାଉଛି ଗୋଷ୍ଠୀ କନ୍ଦଳ । କ୍ଷମତା ଅକ୍ତିଆର କରିବାକୁ ନେଇ ଅଧିକାଂଶ ସମୟରେ ରାଜସ୍ଥାନରୁ କଂଗ୍ରେସ ନେତାଙ୍କ ଗୋଷ୍ଠୀ କନ୍ଦଳର ଖବର ସାମ୍ନାକୁ ଆସେ । ଏହି ଗୋଷ୍ଠୀ କନ୍ଦଳର ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଥିବାବେଳେ, ଅନ୍ୟପଟେ ରହିଥିଲେ ସଚିନ ପାଇଲଟ । ତେବେ ରାଜସ୍ଥାନର ଏହି ଦୁଇ ବଡ ନେତାଙ୍କ ଭିତରେ ଥିବା ଶୀତଳ ଯୁଦ୍ଧର ପରିଣାମ ଦଳ ଉପରେ ପଡିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଏଥର ନିର୍ବାଚନରେ ମୋଦୀ ବନାମ ଗେହଲଟ ଲଢେଇରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଭାରି ପଡିଥିବା କୁହାଯାଉଛି । ଗେହଲଟଙ୍କ ଲୋକପ୍ରିୟତାକୁ ପଛରେ ପକାଇ ରାଜସ୍ଥାନରେ ଏଥର ମୋଦୀ ମ୍ୟାଜିକ୍ କମାଲ କରିଥିବା ରାଜନୈତିକ ପଣ୍ଡିତମାନେ ଅନୁମାନ କରୁଛନ୍ତି । ତେବେ ଏଥର ରାଜସ୍ଥାନରେ ଜୋରଦାର ପ୍ରଚାର ଅଭିଯାନ ଚଳାଇଥିଲେ ପିଏମ୍ ମୋଦୀ । ଯାହାର ଫଳସ୍ୱରୂପ ରାଜସ୍ଥାନରେ ପୁଣିଥରେ ପଦ୍ମ ଫୁଟିବାକୁ ଯାଉଛି ବୋଲି କୁହାଯାଉଛି ।

ରାଜସ୍ଥାନରେ ପଟ୍ଟ ପରିବର୍ତ୍ତନ ପରମ୍ପରା

ରାଜସ୍ଥାନର ରାଜନୀତିକୁ ପାଖରୁ ଦେଖିଲେ ଜଣାପଡେ ଯେ, ଏଠାରେ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନର ପରମ୍ପରା ରହିଆସିଛି । ଲଗାତାର ଏଠାରେ ବିଜେପି ଏବଂ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳିଥାଏ । ତେଣୁ ୫ ବର୍ଷର କଂଗ୍ରେସ ସରକାର ପରେ ଏଠାରେ ପୁଣିଥରେ ବିଜେପି କ୍ଷମତାକୁ ଫେରୁଥିବା ଦେଖାଯାଉଛି ।

The post ରାଜସ୍ଥାନରେ ବଜାୟ ରହିବ ପରମ୍ପରା! ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ପଛରେ ପଡିଲା ‘ହାତ’ ।  first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ଭୀଷଣ ଦୁର୍ଘଟଣା । ଡମଣା ପେଟ୍ରୋଲ ପମ୍ପ ନିକଟରେ ବସକୁ ପିଟିଲା କାର୍, ଜଣଙ୍କ ମୃତ୍ୟୁ, ୩ ଗୁରୁତର ।

କନକ ବ୍ୟୁରୋ: ରାଜଧାନୀରେ ଭୀଷଣ ଦୁର୍ଘଟଣା ଘଟିଛି । ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ କାର୍ ଡିଭାଇଡର ଉପରକୁ ମାଡ଼ିଯାଇ ଅପରପାର୍ଶ୍ୱରେ ଥିବା ବସକୁ ପିଟିଥିଲା। ଏହାଫଳରେ ବଡ଼ ଧରଣର ଦୁର୍ଘଟଣା ଘଟିଛି ।

ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଛିଡା ହୋଇଥିବା ବସକୁ କାଟି ଏଭଳି ପିଟିଥିଲା ଯେ, କାରଟି ବସ ସହ ମାଡ ହେବା ପରେ ଉପରକୁ ଉଠି ତଳେ କଚାଡି ହୋଇପଡିଥିଲା । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି ।

The post ରାଜଧାନୀରେ ଭୀଷଣ ଦୁର୍ଘଟଣା । ଡମଣା ପେଟ୍ରୋଲ ପମ୍ପ ନିକଟରେ ବସକୁ ପିଟିଲା କାର୍, ଜଣଙ୍କ ମୃତ୍ୟୁ, ୩ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶରେ ପୁଣି ଫୁଟିବ କି ପଦ୍ମ? ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଗରେ ଚାଲୁଛି ବିଜେପି । ଛତିଶଗଡ, ତେଲେଙ୍ଗାନାରେ କଂଗ୍ରେସର ଦବଦବା ।

କନକ ବ୍ୟୁରୋ: ୪ଟି ରାଜ୍ୟରେ ଏବେ ସୁଦ୍ଧା ଭୋଟ ଗଣତି ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ବହୁମତ ନେଇ ବହୁ ଆଗରେ ରହିଛି । ଅନ୍ୟପଟେ ଛତିଶଗଡରେ କଂଗ୍ରେସ ଆଗରେ ରହିଛି । ବର୍ତ୍ତମାନର ଗଣନା ଅନୁସାରେ ବାଘେଲ ସରକାର ପୁଣି ଫେରିବା ନେଇ ଆଶା କରାଯାଉଛି । ତେଲେଙ୍ଗାନା ପଛରେ ପଡିଛି ବିଆରଏସ୍, ଭାରୀ ସଂଖ୍ୟାରେ ଆଗେଇ ଚାଲିଛି କଂଗ୍ରେସ ।

The post ମଧ୍ୟପ୍ରଦେଶରେ ପୁଣି ଫୁଟିବ କି ପଦ୍ମ? ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଗରେ ଚାଲୁଛି ବିଜେପି । ଛତିଶଗଡ, ତେଲେଙ୍ଗାନାରେ କଂଗ୍ରେସର ଦବଦବା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started