ଏଗଜିଟ୍ ପୋଲ ରିପୋର୍ଟ ଆସିବା ପରେ ରାଜସ୍ଥାନ ରାଜନୀତି ସରଗରମ । ରିପୋର୍ଟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର, ଜାଣନ୍ତୁ କଣ ରହିଛି ସମିକରଣ

କନକ ବ୍ୟୁରୋ : ରାଜସ୍ଥାନରେ ଏବେ କଂଗ୍ରେସ ସରକାର ରହିଛି । କିନ୍ତୁ ଚଳିତ ବିଧାନସଭା ନିର୍ବାଚନର ଫଳାଫଳ ନିର୍ଣ୍ଣୟ କରିବ କି, କଂଗ୍ରେସର ସରକାର ରହିବ ନା ବିଜେପି କ୍ଷମତାକୁ ଫେରିବ । ଏସବୁ ଭିତରେ ଆସନ୍ତା କାଲି ନିର୍ବାଚନ ଫଳାଫଳ ଆସିବ । କିନ୍ତୁ ଏଗଜିଟ୍ ପୋଲ ରିପୋର୍ଟ ଯାହା ରହିଛି ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।

ଏଗଜିଟ୍ ପୋଲର ରିପୋର୍ଟ ମୁତାବକ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏଗଜିଟି ପୋଲ ରିପୋର୍ଟ ।

ଇଣ୍ଡିଆ ଟୁଡେ ରିପୋର୍ଟ ମୁତାବକ କଂଗ୍ରେସକୁ ୮୬-୧୦୬ ଓ ବିଜେପିକୁ ୮୦-୧୦୦ ଆସନ ମିଳିପାରେ । ଜନ୍ କି ବାତ ରିପୋର୍ଟ ମୁତାବକ କଂଗ୍ରେସକୁ ୬୨-୮୫ ଓ ବିଜେପିକୁ ୧୦୦-୧୨୨ ଆସନ ମିଳିପାରେ । ସେହିଭଳି ପୋଲଷ୍ଟାର୍ଟ ରିପୋର୍ଟ ମୁତାବକ କଂଗ୍ରେସକୁ ୯୦ ରୁ ୧୦୦ ଓ ବିଜେପିକୁ ୧୦୦-୧୧୦ ଆସନ ମିଳିପାରେ । ଅନ୍ୟପଟେ ଟୁଡେଜ ଚାଣକ୍ୟ ରିପୋର୍ଟ କହୁଛି କଂଗ୍ରେସକୁ ୮୯-୧୧୩ ଓ ବିଜେପିକୁ ୭୭-୧୦୧ ଆସନ ମିଳିପାରେ । ମାଟ୍ରିଜ୍ ରିପୋର୍ଟ ମୁତାବକ କଂଗ୍ରେସକୁ ୬୫-୭୫ ଓ ବିଜେପିକୁ ୧୧୫-୧୩୦ ଆସନ ମିଳିବ । ସି ଭୋଟର ସର୍ଭେ ରିପୋର୍ଟ ମୁତାବକ କଂଗ୍ରେସକୁ ୭୧-୯୧ ଓ ବିଜେପିକୁ ୯୪-୧୧୪ ଆସନ ମିଳିପାରେ । ଅର୍ଥାତ ଅଧିକାଂଶ ଏଗଜିଟ୍ ପୋଲ ରିପୋର୍ଟରେ ରାଜସ୍ଥାନରେ କଂଗ୍ରେସ ସରକାର କ୍ଷମତାଚ୍ୟୁତ ହେଉଛି ।

ଯଦି ଆମେ ୨୦୧୮ ନିର୍ବାଚନକୁ ନଜର କରିବା ତେବେ ୨୦୧୮ରେ କଂଗ୍ରେସ ୧୦୦ଟି ଆସନରେ ବିଜୟୀ ହୋଇଥିଲା । ବିଏସପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥରେ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୨୦ ବେଳକୁ ଗେହଲଟଙ୍କ ସମସ୍ୟା ବଢାଇଥିଲେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ସେ ୧୮ ଜଣ ବିଧାୟକଙ୍କୁ ସାଥିରେ ଧରି ହରିଆଣା ପଳାଇଯାଇଥିଲେ । ଏହି କାରଣରୁ କଂଗ୍ରେସ ତାଙ୍କୁ ରାଜ୍ୟ ସଭାପତି ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲା । ଚଳିତ ନିର୍ବାଚନରେ ଉଭୟ ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଥିବା ବିବାଦ ତୁଟିଥିଲେ ବି ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡିଛି ବୋଲି ଏଗଜିଟି ପୋଲ ରିପୋର୍ଟରୁ ଅନୁମାନ କରାଯାଉଛି ।

ପ୍ରତି ରାଜ୍ୟର ବିଧାନସଭା ନିର୍ବାଚନରେ ବି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ । ଏହାକୁ ନଜର କଲେ ବିଜେପି ତାର ସମସ୍ତ ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରାରେ ଲଢୁଛି । ଏହି କ୍ରମରେ ରାଜସ୍ଥାନରେ ୨୦୧୪ ରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୫୧ ପ୍ରତିଶତ ରହିଥିବା ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୨୩ ପ୍ରତିଶତ ଥିଲା । ୨୦୧୯ରେ ରାଜସ୍ଥାନରେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ୬୪ ପ୍ରତିଶତ ରହିଥିବା ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୧୮ ପ୍ରତିଶତ ଥିଲା ।

ସେପଟେ ଯଦି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଦଳର ଭୋଟ ପ୍ରତିଶତକୁ ନଜର କରିବା ତେବେ ୨୦୦୩ରେ ଅଶୋକ ଗେହଲଟଙ୍କ ଲୋକପ୍ରିୟତା ୩୫ ପ୍ରତିଶତ ରହିଥିଲା ଓ ଦଳକୁ ୩୬ ପ୍ରତିଶତ ଭୋଟ ମିଳିଥିଲା । ୨୦୦୮ ରେ ବିଜେପି ସରକାର ଗଠନ କରିଥିଲା ଓ ବସୁନ୍ଧରା ରାଜେ ସିନ୍ଧିଆ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ରାଜ୍ୟରେ ବସୁନ୍ଧରାଙ୍କ ଲୋକପ୍ରିୟତା ୪୦ ପ୍ରତିଶତ ଥିବା ବେଳେ ବିଜେପିର ଭୋଟ ହାର ୩୪ ପ୍ରତିଶତ ଥିଲା । ୨୦୧୩ ରେ ପୁଣି କଂଗ୍ରେସ କ୍ଷମତା ଦଖଲ କରିଥିଲା ଓ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ତାଙ୍କର ଲୋକପ୍ରିୟତା ୩୭ ପ୍ରତିଶତ ଥିବା ବେଳେ କଂଗ୍ରେସକୁ ୩୩ ପ୍ରତିଶତ ଭୋଟ ମିଳିଥିଲା । ପୁଣି ୨୦୧୮ ରେ ବିଜେପି ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିଥିଲା । ସେତେବେଳେ ବସୁନ୍ଧରାଙ୍କର ଲୋକପ୍ରିୟତା ୨୮ ପ୍ରତିଶତ ଥିବା ବେଳେ ଦଳକୁ ୩୯ ପ୍ରତିଶତ ଭୋଟ ମିଳିଥିଲା  ।

ଚଳିତ ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟର ଭୋଟରମାନଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ପ୍ରତିଶ୍ରୁତି ବାବଦରେ
ରାଜସ୍ଥାନ କଂଗ୍ରେସ
– ମହିଳା ସୁରକ୍ଷା ପାଇଁ ସିସିଟିଭିି ସ୍ଥାପନ
– ପୋଲିସ ବିଭାଗରେ ମହିଳାଙ୍କ ପାଇଁ ୩୩% ସ୍ଥାନ
– ଯୌନ ଶୋଷଣ ମାମଲାର ତ୍ୱରିତ ବିଚାର
– ପରିବାରର ମହିଳା ମୁରବୀଙ୍କୁ ୧୦ ହଜାର ଟଙ୍କା

ରାଜସ୍ଥାନ ବିଜେପି
– ମହିଳା ସୁରକ୍ଷା ପାଇଁ ସିସିଟିଭିି ଲଗାଇବାକୁ ପ୍ରତିଶ୍ରୁତି
– ମହିଳାଙ୍କ ପାଇଁ ପୋଲିସ ବିଭାଗରେ ୩୩% ସ୍ଥାନ ସଂରକ୍ଷଣ
– ଯୌନ ଉତ୍ପୀଡ଼ନ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟ
– ନୂଆ ‘ଲାଡୋ ପ୍ରୋତ୍ସାହନ ଯୋଜନା’ ଲାଗୁ
– କନ୍ୟା ସନ୍ତାନଙ୍କ ପାଇଁ ୨ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍

The post ଏଗଜିଟ୍ ପୋଲ ରିପୋର୍ଟ ଆସିବା ପରେ ରାଜସ୍ଥାନ ରାଜନୀତି ସରଗରମ । ରିପୋର୍ଟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର, ଜାଣନ୍ତୁ କଣ ରହିଛି ସମିକରଣ first appeared on Kanak News.

from Kanak News
via <a href="https://ifttt.com/?

ରାତି ପାହିଲେ ନିର୍ବାଚନ ଫଳାଫଳ । ଜାଣନ୍ତୁ ମଧ୍ୟପ୍ରଦେଶ ରାଜନୀତିରେ କିଏ ମାରିବ ବାଜି

କନକ ବ୍ୟୁରୋ : ଦେଶର ପ୍ରମୁଖ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ ଗ୍ରହଣ ସରିଛି । ଡିସେମ୍ବର ୩ତାରିଖ ଅର୍ଥାତ ଆସନ୍ତା କାଲି ୪ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବ । ନିର୍ବାଚନ ଫଳାଫ ଆସିବା ପୂର୍ବରୁ ଏଗଜିଟ୍ ପୋଲ ବା ପୂର୍ବ ଆକଳନ ରିପୋର୍ଟ ପ୍ରକାଶ କରିଛନ୍ତି ବିଭିନ୍ନ ସର୍ଭେ ସଂସ୍ଥା । ସଭେ ଆକଳନକୁ ନଜର କଲେ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଗୋଟିଏ ପଟେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କମଳ ନାଥ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଦାବି କରୁଥିବା ବେଳେ କ୍ଷମତାରେ ଥିବା ବିଜେପି ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ବିଜେପି ପୁଣିଥରେ କ୍ଷମତାକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ କହୁଛି ମଧ୍ୟପ୍ରଦେଶରେ ବିଜେପି ୧୪୦-୧୬୨ ଆସନରେ ବିଜୟୀ ହେବ ଓ କଂଗ୍ରେସକୁ ୬୮-୯୦ଟି ଆସନ ମିଳିବ । ସେହିଭଳି ଜନ୍ କି ବାତର ରିପୋର୍ଟ ମୁତାବକ ବିଜେପିକୁ ୧୦୦-୧୨୩ ଓ କଂଗ୍ରେସକୁ ୧୦୨-୧୨୫ ଆସନ ମିଳିପାରେ । ପୋଲଷ୍ଟାର୍ଟର ସର୍ଭେ ରିପୋର୍ଟ କହୁଛି ବିଜେପି ୧୦୬-୧୧୬ ଓ କଂଗ୍ରେସ ୧୧୧-୧୨୧ ଆସନରେ ବିଜୟୀ ହେବ । ମାଟ୍ରିଜ ତାର ସର୍ଭେ ରିପୋର୍ଟରେ କହିଛି ବିଜେପିକୁ ୧୧୮-୧୩୦ ଓ କଂଗ୍ରେସକୁ ୯୭-୧୦୭ ଆସନ ମିଳିପାରେ । ଟୁଡେ ଚାଣକ୍ୟ ସର୍ଭେ ରିପୋର୍ଟରେ ବିଜେପିକୁ ୧୩୬-୧୬୩ ଓ କଂଗ୍ରେସକୁ ୬୨-୮୬ ଆସନ ମିଳିବ । ସେହିଭଳି ସି ଭୋଟର ସର୍ଭେ ମୁତାବକ ବିଜେପିକୁ ୮୮-୧୧୨ ଓ କଂଗ୍ରେସକୁ ୧୦୨-୧୨୫ ଆସନ ମିଳିପାରେ ।

ମଧ୍ୟପ୍ରଦେଶ ବିଧାନସଭାର ମୋଟ ୨୩୦ ଆସନ । ୧୧୬ ହେଉଛି ମ୍ୟାଜିକ୍ ନମ୍ବର । ସର୍ଭେ ରିପୋର୍ଟ ଯଦି ସତ୍ୟ ହୁଏ ତେବେ ବିଜେପି ଓ କଂଗ୍ରେସ ମଧ୍ୟରେ ସଂଖ୍ୟା ଗଣିତରେ କଡା କଡି ଟକ୍କର ହେବାକୁ ଯାଉଛି । ଏହା ମଧ୍ୟରେ ନିର୍ଦ୍ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀ ହୁଏତ କିଙ୍ଗ୍ ମେକର ସାଜିପାରିନ୍ତି ।

ଯଦି ଆମେ ୨୦୧୮ ବିଧାନସଭା ନିର୍ବାଚନକୁ ଦେଖିବା ତେବେ ରାଜ୍ୟରେ କଂଗ୍ରେସକୁ ମଧ୍ୟ ବହୁମତ ମିଳିନଥିଲା । କଂଗ୍ରେସକୁ ୧୧୪ ଟି ଆସନ ମିଳିଥିଲା ଓ ବିଏସପିର ୨, ଏସପିର ୧ ଏବଂ ୪ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ସରକାର ଗଠନ କରିଥିଲା ଓ କମଳନାଥ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । କମଳନାଥଙ୍କ ସରକାର ୧୫ ମାସ ଚାଲିବା ପରେ ଦଳର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୨ ଜଣ ବିଧାୟକଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହାପରେ ଶିବରାଜ ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସେପଟେ ଚଳିତ ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ନୁହେଁ ବରଂ ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଚେହେରାକୁ ଭରସା କରିଛି । ୨୦୧୪ ରେ ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୪୭ ପ୍ରତିଶତ ଥିବା ବେଳେ ୨୦୧୯ ବେଳକୁ ତାହା ବୃଦ୍ଧିପାଇ ୫୩ ପ୍ରତିଶତରେ ପହଂଚିଥିଲା । ସେହିଭଳି କଂଗ୍ରେସ ମଧ୍ୟ କମଳନାଥଙ୍କ ସହ ରାହୁଲ ଗାନ୍ଧୀଙ୍କ ଚେହେରାକୁ ନିର୍ବାଚନରେ ପ୍ରୟୋଗ କରିଛି । ୨୦୧୪ ରେ ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୨୨ ପ୍ରତିଶତ ଥିବା ବେଳେ ୨୦୧୯ ବେଳକୁ ଏହା ୩୫ ପ୍ରତିଶତରେ ପହଂଚିଥିଲା ।

ଅନ୍ୟପଟେ ଯଦି ଭୋଟ ପ୍ରତିଶତ କଥା ଲକ୍ଷ୍ୟ କରିବା ତେବେ ୨୦୦୩ ରେ କଂଗ୍ରେସର ଭୋଟ ପ୍ରତିଶତ ୩୧ ଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଦିଗବିଜୟ ସିଂଙ୍କ ଲୋକପ୍ରିୟତା ୩୫ ପ୍ରତିଶତ ରହିଥିଲା । ୨୦୦୮ ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜେପିରୁ ଶିବରାଜ ସିଂ ଚୌହାନ । ସେତେବେଳେ ତାଙ୍କର ଲୋକପ୍ରିୟତା ୪୭ ପ୍ରତିଶତ ଥିବା ବେଳେ ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିଥିଲା । ୨୦୧୩ ରେ ଶିବରାଜସିଂଙ୍କ ଲୋପ୍ରିୟତା ୪୭ ପ୍ରତିଶତ ଥିବାବେଳେ ବିଜେପିକୁ ୪୫ ପ୍ରତିଶତ ଭୋଟ ମିଳିଥିଲା । ୨୦୧୮ ରେ ଶିବରାଜ ସିଂଙ୍କ ଲୋକପ୍ରିୟତା ୪୧ ପ୍ରତିଶତ ଥିବା ବେଳେ ବିଜେପିକୁ ୪୧ ପ୍ରତିଶତ ଭୋଟ ମିଳିଥିଲା ।

ପାଖାପାଖି ୪.୫ ବର୍ଷ ଶାସନ କରିବା ପରେ ଯେବେ ନିର୍ବାଚନ ଆସିଲା ସେତେବେଳେ ବିଜେପି ଶିବରାଜଙ୍କ ଉପରେ ଭରଶା କରିପାରିଲା ନାହିଁ । ଶିବରାଜଙ୍କ କାମ ଓ ଶାସନ କରିବାର ପ୍ରଣାଳୀ ବୋଧହୁଏ ମଧ୍ୟପ୍ରଦେଶ ଭୋଟରଙ୍କୁ ଆକର୍ଷିତ କରିବାରେ ବିଫଳ ହେଲା । ଯାହା ବିଜେପିର କେନ୍ଦ୍ରୀୟ ନେତାମାନେ ଅନୁଭବ କରିପାରିଲେ । ତେଣୁ ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଶିବରାଜଙ୍କୁ ଆଗକୁ ଆଣିଲା ନାହିଁ । ଏହାସହ ଏକ ନୂଆ ତରିକାରେ ବିଜେପି ପ୍ରାର୍ଥୀ ଘୋଷଣା କଲା । ଭୋଟରଙ୍କୁ ଆକୃଷ୍ଟ ଓ ଦୁର୍ବଳ ନିର୍ବାଚନ ମଣ୍ଡଳୀ ଗୋଡିକରେ ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଓ କିଛି ସାଂସଦଙ୍କୁ ପ୍ରାର୍ଥୀ କରି ପୁଣି କ୍ଷମତା ହାତେଇବାକୁ ପ୍ରୟାସ କରିଛି । ହେଲେ ଦେଖିବାକୁ ବାକି ରହିଲା ବିଜେପିର ଏହି ନିର୍ବାଚନ ଫର୍ମଲା କେତେ ସଫଳ ହେଉଛି ।

The post ରାତି ପାହିଲେ ନିର୍ବାଚନ ଫଳାଫଳ । ଜାଣନ୍ତୁ ମଧ୍ୟପ୍ରଦେଶ ରାଜନୀତିରେ କିଏ ମାରିବ ବାଜି first appeared on Kanak News.

from Kanak News
via <a href="https://ifttt.com/?

ଦମଦାର ଚରିତ୍ର ସହ ବଡ ପରଦାକୁ ଫେରିବେ ପ୍ରଭାସ । ସାଉଥ ସୁପରଷ୍ଟାରଙ୍କ ନୂଆ ସିନେମା ସାଲାରର ପ୍ରଥମ ଟ୍ରେଲର ରିଲିଜ

କନକ ବ୍ୟୁରୋ : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର ରିଲିଜ । ୩ମିନିଟ୍ ୪୭ ସେକେଣ୍ଡର ଏହି ଟ୍ରେଲରରେ ପ୍ରଭାସଙ୍କ ଦମଦାର ଆକ୍ସନର ଝଲକ ଦେଖିବାକୁ ମିଳିଛି । ମାଫିଆରାଜକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରଭାସ । ଛୋଟ ବେଳର ଦୁଇ ସାଙ୍ଗ ପରବର୍ତୀ ସମୟରେ କିଭଳି ନିଜ ନିଜର ଶତ୍ରୁ ପାଲଟି ଯାଇଛନ୍ତି ଫିଲ୍ମରେ ଏହାକୁ ଚିତ୍ରଣ କରାଯାଇଛି । ଆକ୍ସନ ସାଙ୍ଗକୁ ଥ୍ରୀଲରରେ ଭରପୁର ‘ସାଲାର’ରେ ପ୍ରଭାସଙ୍କ ଜବରଦସ୍ତ ଡାଏଲଗ ସାଙ୍ଗକୁ ଦମଦାର ଫାଇଟିଂ ସିନ୍ ସବୁ ଦେଖିବାକୁ ମିଳିଛି । ଆଦିପୁରୁଷ ପରେ ଫିଲ୍ମ ‘ସାଲାର’ ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି ପ୍ରଭାସ । ପ୍ରଶାନ୍ତ ନୀଲ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ସମେତ ଶ୍ରୁତି ହାସନ, ଜଗପତି ବାବୁ, ଇଶ୍ୱରୀ ରାଓ ଏବଂ ଶ୍ରୀୟା ରେଡ୍ଡି ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ୪୦୦କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଫିଲ୍ମ ‘ସାଲାର’ ବାହୁବଳୀ ଏବଂ କେଜିଏଫ ଭଳି ବ୍ଲକବ୍ଲଷ୍ଟର ମୁଭିକୁ ମଧ୍ୟ ଟପିଯିବ ବୋଲି ସୀନେ ସମୀକ୍ଷକ ମାନେ ଆକଳନ କରିଛନ୍ତି । ଡିସେମ୍ବର ୨୨ରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଅଭିନୀତ ‘ଡଙ୍କି’ ଟକ୍କର ଦେବାକୁ ଆସୁଛି ପ୍ରଭାସଙ୍କ ‘ସାଲାର’ । ତେବେ ବକ୍ସ ଅଫିସରେ ‘ସାଲାର’ ନା ‘ଡଙ୍କି’ କିଏ ସୁପରହିଟ୍ ସାବ୍ୟସ୍ତ ହେଉଛି ଦେଖିବାକୁ ବାକି ।

The post ଦମଦାର ଚରିତ୍ର ସହ ବଡ ପରଦାକୁ ଫେରିବେ ପ୍ରଭାସ । ସାଉଥ ସୁପରଷ୍ଟାରଙ୍କ ନୂଆ ସିନେମା ସାଲାରର ପ୍ରଥମ ଟ୍ରେଲର ରିଲିଜ first appeared on Kanak News.

from Kanak News
via <a href="https://ifttt.com/?

କାଲି ଆସିବ ଅଗ୍ନିପରୀକ୍ଷା ଫଳାଫଳ, ନେତାଙ୍କ ଛାତି ଧଡପଡ । ବିଜୟ ପାଇଁ ଇଶ୍ୱରଙ୍କ ଶରଣରେ ନେତା,ମନ୍ତ୍ରୀ, ପ୍ରାର୍ଥୀ

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ବିଜେପିର ନେତ୍ରୀ ତଥା ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଦୌସା ଜିଲ୍ଲାର ମେହନ୍ଦିପୁର ବାଲାଜୀ ମନ୍ଦିରରେ ପହଁଚି ବ୍ୟାପକ ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବାଲାଜୀ ମନ୍ଦିରରେ ପହଁଚିଥିଲେ ବସୁନ୍ଧରା ରାଜେ । । ତାଙ୍କ ସହ ବିଜେପିର ଅନ୍ୟ ସାଂସଦ ବିଧାୟକ ଏବଂ ପ୍ରାର୍ଥୀ ଉପସ୍ଥିତ ରହି ସେମାନେ ବି ଭଗବାନଙ୍କ ଆଶିର୍ବାଦ ନେଇଛନ୍ତି । ନିର୍ବାଚନ ଫଳାଫଳ ପୂର୍ବରୁ ବସୁନ୍ଧରା ରାଜେଙ୍କ ଏଭଳି ଦେବ ଦର୍ଶନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରବିବାର ୪ ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇବ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା । ଏହାର ଦିନକ ପରେ ମିଜୋରାମରେ ହେବ ଭୋଟ ଗଣତି । ଏହା ପୂର୍ବରୁ ଭଗବନାଙ୍କ ଦ୍ୱାରରେ ପହଁଚୁଛନ୍ତି ନେତା । ସୋମନାଥ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତୀୟ ଜନତା ପାର୍ଟିର ବିଜୟ କାମନା କରି ଗୁଜରାଟର ସୋମନାଥ ମନ୍ଦିରରେ ପୂଜାପାଠ କରିଛନ୍ତି ଶାହା । ସେପଟେ ମଧ୍ୟପ୍ରଦେଶ ବିଜେପି ନେତା କୈଳାଶ ବିଜୟବର୍ଗୀୟ ମଧ୍ୟ ପୂଜାର୍ଚ୍ଚନା କରି ଦଳର ବିଜୟ କାମନା କରିଛନ୍ତି । ସେହପରି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନିଜ ଦଳର ବିଜୟ କାମନା କରି ପୂଜାର୍ଚ୍ଚନା କରିଛନ୍ତି ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ ୫ ରାଜ୍ୟ ବିଧାନସଭା ନିର୍ବାଚନ ବେଶ ଗୁରୁତ୍ୱବହନ କରୁଛି । ଏହି ୫ ରାଜ୍ୟରେ ମୋଟ ୨୦ କୋଟି ଭୋଟର ଅଛନ୍ତି । ଆଉ ଏମାନଙ୍କ ମତଦାନ ବହୁ ଗୁରୁତ୍ୱ ବହନ କରୁଛି । କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ବିଧାନସଭା ଫଳାଫଳ ଏକ ପ୍ରକାର ନିର୍ଣ୍ଣାୟକ ହୋଇପାରେ । ଫାଇନାଲ ମ୍ୟାଚ୍ ପୂର୍ବରୁ ଏହା ସେମିଫାଇନାଲ ବୋଲି କୁହାଯାଉଛି । ଏଥିରେ ଯେଉଁ ଦଳେ ବାଜି ମାରିବ, ୨୪ରେ ତାର ପଲ୍ଲା ଭାରି ରହିବ ବୋଲି କୁହାଯାଉଛି ।

The post କାଲି ଆସିବ ଅଗ୍ନିପରୀକ୍ଷା ଫଳାଫଳ, ନେତାଙ୍କ ଛାତି ଧଡପଡ । ବିଜୟ ପାଇଁ ଇଶ୍ୱରଙ୍କ ଶରଣରେ ନେତା,ମନ୍ତ୍ରୀ, ପ୍ରାର୍ଥୀ first appeared on Kanak News.

from Kanak News
via <a href="https://ifttt.com/?

ଆମେରିକାକୁ ଉତରକୋରିଆର ଧମକ । ସ୍ପେଶ ମିଶନରେ ବାଧା ନଦେବାକୁ କିମ ଜଙ୍ଗ ଉନ ଦେଲେ ଚେତାବନୀ

କନକ ବ୍ୟୁରୋ : ଆମେରିକାକୁ ଉତରକୋରିଆର ଧମକ । ଆମେରିକା ଯଦି ଉତରକୋରିଆର ମହାକାଶ ମିଶନ ଉପରେ କ୍ରୁର ଦୃଷ୍ଟି ପକାଏ ତେବେ ଏହାର କଡ଼ା ଜବାବ ଦିଆଯିବ ବୋଲି ଖୋଲା ଧମକ ଦେଇଛନ୍ତି ଏକଛତ୍ରବାଦ ଶାସକ କିମଜଙ୍ଗଉନ । କେବଳ ଜବାବ ନୁହେଁ ଏହା ଏକପ୍ରକାର ଯୁଦ୍ଧ ଡାକରା ବୋଲି ମାନି ସେହି ଅନରୂପ ଆକ୍ରମଣ କରାଯିବ ବୋଲି ଉତରକୋରିଆ ଧମକ ଦେଇଛି । ନିକଟରେ ମହାକାଶକୁ ପ୍ରଥମ ମିଲିଟାରି ଆଇ ବା ଗୁପ୍ତଚର ସାଟେଲାଇଟ ପଠାଇଛି । ଉତରକୋରିଆର ଏହା ଏକ ସିକ୍ରେଟ ସ୍ପେଶ ମିଶନ । ଯଦି ଏହା ଉପରେ ଆମେରିକା କୌଣସି ବାଧା ଆଣେ ତେବେ ଆମେରିକାର ସବୁ ସ୍ପାଏ ସାଟେଲାଇଟକୁ ଧ୍ୱଂସ କରିଦବୁ ବୋଲି ଉତରକୋରିଆ କହିଛି ।

The post ଆମେରିକାକୁ ଉତରକୋରିଆର ଧମକ । ସ୍ପେଶ ମିଶନରେ ବାଧା ନଦେବାକୁ କିମ ଜଙ୍ଗ ଉନ ଦେଲେ ଚେତାବନୀ first appeared on Kanak News.

from Kanak News
via <a href="https://ifttt.com/?

ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ଆତଙ୍କୀ ସଂଗଠନର ଟପକମାଣ୍ଡରଙ୍କୁ ମାରିବା ପାଇଁ ଆଇଡିଏଫର ନୂଆ ଯୋଜନା

କନକ ବ୍ୟୁରୋ : ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ହମାସର ଟପକମାଣ୍ଡରଙ୍କୁ ମାରିବା ପାଇଁ ଇସ୍ରାଏର ଆରମ୍ଭ କରିଛି ନୂଆ ଯୋଜନା । ୧୯୭୨ ମସିହାରେ ‘ରାଥ ଅଫ ଗଡ’ ରାସ୍ତାକୁ ପୁଣି ଆପଣାଇବାକୁ ଯାଉଛି ଇସ୍ରାଏଲ । ଗାଜାରେ ଅପରେସନ ଶେଷ କରିବା ପରେ ଇସ୍ରାଏଲ ହମାସ ଟପ କମାଣ୍ଡରଙ୍କ ହତ୍ୟା କରିବା ପାଇଁ ଯୋଜନା କରୁଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ସହ ବୈଠକ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ । ମୁଖ୍ୟତ ତୁର୍କୀ, ଲେବନାନ ଓ କତରରେ ଟାର୍ଗେଟ ଶତ୍ରୁଙ୍କୁ ନିପାତ କରିଛି ମୋସାଦ ଏଂଜେଟ । ଛଦ୍ମବେଶରେ ଏମାନେ ଶତ୍ରୁଙ୍କ ନିକଟରେ ପହଁଚିଥାନ୍ତି ଓ ହତ୍ୟା କରିଥାନ୍ତି ।

The post ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ଆତଙ୍କୀ ସଂଗଠନର ଟପକମାଣ୍ଡରଙ୍କୁ ମାରିବା ପାଇଁ ଆଇଡିଏଫର ନୂଆ ଯୋଜନା first appeared on Kanak News.

from Kanak News
via <a href="https://ifttt.com/?

ବିଦେଶରେ ପୁଣୀ ଜୀବନ ହାରିଲେ ଭାରତୀୟ ଛାତ୍ର । ନିଖୋଜର ୪ଦିନ ପରେ ଥେମସ ନଦୀରୁ ମିଳିଲା ୨୧ବର୍ଷୀୟ ମିତଲ କୁମାର ପଟେଲ ମୃତଦେହ

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ବସିଛି ସର୍ବଦଳୀୟ ବୈଠକ । କିଭଳି ସଂସଦର ଉଭୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଦଳମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇଛି । ସରକାର କହିଛନ୍ତି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ବିରୋଧୀଙ୍କୁ ସୂଚରାରୂପେ ଗୃହକାର୍ଯ୍ୟ କରିବାକୁ ଅପିଲ କରିଛନ୍ତି ସରକାର । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୩ଦଳର ୩୦ ସାଂସଦ ଯୋଗ ଦେଇଥିଲେ । ଡିସେମ୍ବର ୪ରୁ ୨୨ ତରେିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଶୀତକାଳୀନ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ଚର୍ଚ୍ଚା କରାଯିବ । ସେପଟେ ବିଏସପି ଜାତିଗତ ଜନଗଣନା ଦାବି କରି ଏହା ଉପରେ ଚର୍ଚ୍ଚା କରିବାକୁ କହିଛି ବିଏସପି ।

The post ବିଦେଶରେ ପୁଣୀ ଜୀବନ ହାରିଲେ ଭାରତୀୟ ଛାତ୍ର । ନିଖୋଜର ୪ଦିନ ପରେ ଥେମସ ନଦୀରୁ ମିଳିଲା ୨୧ବର୍ଷୀୟ ମିତଲ କୁମାର ପଟେଲ ମୃତଦେହ first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ମସାଜ ନାଁରେ ଚାଲିଥିଲା ସେକ୍ସ ରାକେଟ । ସାଧା ପୋଷାକରେ ଚଢ଼ାଉ କରି ପର୍ଦ୍ଦାଫାସ କଲା ପୋଲିସ

କନକ ବ୍ୟୁରୋ : ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ପ୍ରସ୍ତୁତ ହୋଇଥିଲା ବ୍ୟୁଟି ସ୍ପାର ମେନ୍ୟୁ । ହଜାରେ ଟଙ୍କାରୁ ଆରମ୍ଭ ୧୨ ହଜାର ୫ଶହରୁ ଶେଷ । ସାଧାରଣ ବଡି ମସାଜଠୁ ଆରମ୍ଭ କରି ହ୍ୟାପି ଏଣ୍ଡିଂ । ସବୁ ସୁବିଧା ମିଳୁଥିଲା ଏହି ଶିବାନୀ ୱେଲନେସ ବ୍ୟିୁଟି ସ୍ପାରେ । ମେନ୍ୟୁ କାର୍ଡରେ ଅଛି ମସାଜର ଦାମ କେତେ ଟଙ୍କା । ଗ୍ରାହକ ଯାହା ଚାହିଁବେ ତାହା ମିଳିବ । ଅର୍ଥାତ ସ୍ପା ନାଁରେ ଏଠାରେ ଏକ ପ୍ରକାର ଦେହ ବ୍ୟବସାୟ ଚାଲିଥିଲା ବୋଲି ପୁଲିସ କହିଛି । ଏଥିପାଇଁ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ବି ଦେହଜୀବୀ ଆସିଥିଲେ । ଫିଜିଓଥେରାପି ଓ ଆୟୁର୍ବେଦିକ ମେଡିସିନ ବିକିବା ନାଁରେ ଚାଲିଥିଲା ଖୁଲମଖୁଲ୍ଲା ଦେହ ବେପାର ।

ରାଜଧାନୀର ଛାତି ଉପରେ ଚାଲିଥିଲା ର୍ୟାକେଟ । ଅନଲାଇନ ବିଜ୍ଞାପନ ଦେଖି ଆସୁଥିଲେ ଗ୍ରାହକ । ସବୁଠାରୁ ବଡକଥା ହେଲା, ରାଜଧାନୀର ଛାତି ଉପରେ ଦୀର୍ଘଦିନ ଧରି ସତ୍ୟନଗର ଅଞ୍ଚଳରେ ଏହି ସେକ୍ସ କାରବାର ଚାଲୁଥିଲା । ଲୋକେ ଔଷଧ ଓ ଫିଜିଓଥେରାପି ନେବା ବାହାନାରେ ଆସି ଟଙ୍କ ଉଡାଇ ଖୁବ୍ ଅଏସ କରୁଥିଲେ । ଦୀର୍ଘ ବର୍ଷ ଧରି ସତ୍ୟନଗରରେ ଏହି କାରବାର ଚାଲଥିଲା । ଶୁକ୍ରବାର ରାତିରେ ପୁଲିସ ଗ୍ରାହକ ବେଶରେ ଯାଇ ଏଭଳି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି । ଦୁଇଜଣ ଦଲାଲଙ୍କୁ ଗିରଫ କରିଛି ପୁଲିସ । ଆପତ୍ତିଜନକ ସାମଗ୍ରୀ ବି ଜବତ ହୋଇଛି । ଅନଲାଇନରେ ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରାଯାଉଥିଲା । ଆଉ ଏତେ ସବୁ ଚାଲିଥିଲେ ବି ଘର ମାଲିକ କିଛି ଜାଣିନଥିବା କହିଛନ୍ତି ।

ସ୍ପାକୁ ଗରାଖ ଆସୁଥିଲେ । ଆଉ ସ୍ପା ମାଲିକ ମାଲାମାଲ ହେଉଥିଲେ । କିନ୍ତୁ ଘରମାଲିକ ୪ ମାସ ହେଲା ଭଡା ପାଇନଥିଲେ । ପ୍ରଶ୍ନ ଉଠୁଛି, କାହା ଛତ୍ରଛାୟା ତଳେ ଚାଲିଥିଲା ର୍ୟାକେଟ? ଏତେ ଦିନ ହେଲା ସେକ୍ସ ର୍ୟାକେଟ ଚାଲିଥିଲେ ବି କେମିତି ଜାଣପାରିନଥିଲା ପୁଲିସ? ଥାନାରୁ ମାତ୍ର ଅଳ୍ପଦୂରରେ କିଭଳି ଏହି କାରବାର ଚାଲିଥିଲା? କେବଳ ୨ ଜଣ ନା ଅନ୍ୟମାନେ ବି ଏହି ସେକ୍ସ ର୍ୟାକେଟରେ ସଂଶ୍ଲିଷ୍ଟ ଅଛନ୍ତି ?

The post ରାଜଧାନୀରେ ମସାଜ ନାଁରେ ଚାଲିଥିଲା ସେକ୍ସ ରାକେଟ । ସାଧା ପୋଷାକରେ ଚଢ଼ାଉ କରି ପର୍ଦ୍ଦାଫାସ କଲା ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ସୁରୁଖୁରରେ ଗୃହକାର୍ଯ୍ୟ ଚଳାଇବାକୁ ସମସ୍ତ ଦଳଙ୍କୁ ସରକାରଙ୍କ ଅପିଲ

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ବସିଛି ସର୍ବଦଳୀୟ ବୈଠକ । କିଭଳି ସଂସଦର ଉଭୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଦଳମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇଛି । ସରକାର କହିଛନ୍ତି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ବିରୋଧୀଙ୍କୁ ସୂଚରାରୂପେ ଗୃହକାର୍ଯ୍ୟ କରିବାକୁ ଅପିଲ କରିଛନ୍ତି ସରକାର । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୩ଦଳର ୩୦ ସାଂସଦ ଯୋଗ ଦେଇଥିଲେ । ଡିସେମ୍ବର ୪ରୁ ୨୨ ତରେିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଶୀତକାଳୀନ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ଚର୍ଚ୍ଚା କରାଯିବ । ସେପଟେ ବିଏସପି ଜାତିଗତ ଜନଗଣନା ଦାବି କରି ଏହା ଉପରେ ଚର୍ଚ୍ଚା କରିବାକୁ କହିଛି ବିଏସପି ।

The post ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ସୁରୁଖୁରରେ ଗୃହକାର୍ଯ୍ୟ ଚଳାଇବାକୁ ସମସ୍ତ ଦଳଙ୍କୁ ସରକାରଙ୍କ ଅପିଲ first appeared on Kanak News.

from Kanak News
via <a href="https://ifttt.com/?

ବିଆରଏସ ଗଡ଼ରେ କଂଗ୍ରେସର ହେବ କି ଏଟ୍ରିଂ ? କେସିଆରଙ୍କ ହ୍ୟାଟ୍ରିକରେ ଲାଗିବ କି ବ୍ରେକ୍ ?

କନକ ବ୍ୟୁରୋ : ତେଲେଙ୍ଗାନାରେ କିଏ ଗଢ଼ିବ ସରକାର । ଚାଲିଛି ତର୍କ-ବିର୍ତକ ଓ ଆକଳନ । ଦଳମାନେ ବିଜୟ ନେଇ ନିଜ ନିଜର ଦାବି କରୁଥିବାବେଳେ ଏଗ୍ଜିଟ୍ ପୋଲ ରିପୋର୍ଟ କହୁଛି କିଛି ଭିନ୍ନ କଥା । ୧୦ବର୍ଷର ଲଗାତାର ଶାସନ ପରେ ଏଥରକ କୁଆଡେ କେସିଆରଙ୍କ ବାଜି ପଲଟିପାରେ । ବିଆରଏସ ଗଡ଼ରେ ହୋଇପାରେ କଂଗ୍ରେସର ଜବରଦସ୍ତ ଏଟ୍ରିଂ । କେ.ଚନ୍ଦ୍ରଶେଖର ରାଓ ହ୍ୟାଟ୍ରିକ୍ ମାରିବା ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ସାବ୍ୟସ୍ତ ହୋଇପାରେ ଗେମଚେଂଜର । ପୋଲ ରିପୋର୍ଟ କହୁଛି….
ତେଲେଙ୍ଗାନାରେ ବଦଳିବ ସମୀକରଣ!
– ତେଲେଙ୍ଗାନାରେ ରହିଛି ମୋଟ ୧୧୯ ବିଧାନସଭା ଆସନ
– କଂଗ୍ରେସକୁ ମିଳିପାରେ ୪୯ରୁ ୫୬ଟି ଆସନ
– ବିଆରଏସକୁ ୪୮ରୁ ୫୮ଟି ଆସନ ମିଳିପାରେ
– ବିଜେପିକୁ ୫ରୁ ୧୦ଟି ଆସନ ମିଳିପାରେ ବୋଲି ଆକଳନ
– ଏଆଇଏମ୍ଆଇଏମକୁ ମିଳିପାରେ ୬ରୁ ୮ଟି ଆସନ

ଯଦିଓ ଦୁଇ ଦୁଇ ଥର ତେଲେଙ୍ଗାନାର ଶାସନ ଡୋରି ବିଆରଏସ ନିକଟରେ ରହିଛି ତଥାପି ଦୁର୍ନୀତି ଓ ପରିବାରବାଦ ବିବାଦରେ ଛନ୍ଦି ହୋଇ ଦଳର ଲୋକପ୍ରିୟତା କମିଥିବା କୁହାଯାଉଛି । ଅନ୍ୟପଟେ ଭାରତ ଯୋଡ ଯାତ୍ରା ପରେ ସାଉଥ ବେଲ୍ଟରେ କଂଗ୍ରେସକୁ ଅଧିକ ସକ୍ରିୟ କରିଛି । ଏହା ପଛରେ ରାଜ୍ୟ ସଭାପତି କେ. ରେବନ୍ତ ରେଡ୍ଡୀଙ୍କ ପଦଯାତ୍ରା ଓ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ଶ୍ରେୟ ଦିଆଯାଉଛି । ଯାହାର ସିଧା ଫାଇଦା ଦଳକୁ ଏଥରକର ନିର୍ବାଚନରେ ମିଳିବା ସମ୍ଭାବନା ରହିଛି । ଏପଟେ ବିଜେପି ଓ ଏଆଇଏମଆଇଏମ ମଧ୍ୟ ଜୋରଦାର ପ୍ରଚାର କରି ଭୋଟ ହାତେଇବାକୁ ପ୍ରୟାସ କରିଥିଲେ ବି ତେଲେଙ୍ଗାନା ଜନତାଙ୍କ ଆସ୍ଥା ଓ ପ୍ରିୟଭାଜନ ହେବା ସହଜ ନୁହେଁ । ଯଦିଓ ଏଠାରେ ଏଆଇଏମଆଇଏମ ଭଳି ଦଳ ଅଳ୍ପ ସଂଖ୍ୟକ ଭୋଟରଙ୍କ ମୁଖପାତ୍ର କିନ୍ତୁ ହିନ୍ଦୁ ମାନଙ୍କ ମଧ୍ୟରେ ଥିବା ଓବିସି ଏବଂ ଅଳ୍ପ ସଂଖ୍ୟକ କଂଗ୍ରେସକୁ ଭରସା କରିଥିବା ଏକଜିଟ ପୋଲରୁ ଜଣାପଡିଛି ।

ନିର୍ବାଚନ ଫଳାଫଳ ବାହାରିପୂର୍ବରୁ ସରଗରମ ରହିଛି ତେଲେଙ୍ଗାନା ରାଜ୍ୟରାଜନୀତି । କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଚର୍ଚ୍ଚା ହେଉଛି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କେ. ରେବନ୍ତା ରେଡ୍ଡୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରାଭାବେ ଛିଡା କରିପାରେ । କଂଗ୍ରେସ ମୁଖ୍ୟାଳୟରେ ଆଜି ଘନଘନ ବୈଠକ ବସିବା ସହ ରେବନ୍ତାଙ୍କ ନାଁରେ କର୍ମୀ ବିଜୟସୂଚକ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି ।

ଫଳାଫଳ ବାହାରିବା ପୂର୍ବରୁ ଚାଲିଛି ଏଗ୍ଜିଟ୍ ପୋଲ ରିପୋର୍ଟ ବନାମ ଦଳମାନଙ୍କ ଦୃଢୋକ୍ତିର ଲଢେଇ । କାହା ଆକଳନ ସତ ହେଉଛି? କାହା ଦାବି ଠିକ୍ ହେଉଛି? ସେକଥା ଡିସେମ୍ବର ୩ରେ ଜଣାପଡିବ । କାହାକୁ ମିଳିବ ଗୁଡନ୍ୟୁଜ କିଏ କରିବ ଗୁଡବାୟ ରବିବାର ଫଳାଫଳରୁ ସ୍ପଷ୍ଟ ହେବ ।

The post ବିଆରଏସ ଗଡ଼ରେ କଂଗ୍ରେସର ହେବ କି ଏଟ୍ରିଂ ? କେସିଆରଙ୍କ ହ୍ୟାଟ୍ରିକରେ ଲାଗିବ କି ବ୍ରେକ୍ ? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started