ଏଯାଏଁ ଭୋଟ ଗଣତିରେ ରାଜସ୍ଥାନରେ କଡା ଟକ୍କର । ମଧ୍ୟପ୍ରଦେଶରେ ବିଜେପି ଆଗରେ, ଛତିଶଗଡରେ କଂଗ୍ରେସ ଆଗୁଆ । ତେଲେଙ୍ଗାନାରେ ପଛରେ ଆସୁଛି କାର୍

କନକ ନ୍ୟୁଜ୍: ୪ ଟି ରାଜ୍ୟର ଲୋକସଭା ଆସନ ପାଇଁ ହୋଇଥିବା ଭୋଟ ଗଣତି ଚାଲିଛି । ସବୁଠି ପାଖାପାଖି ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଂଝା ଚାଲିଥିବା ଦେଖିବାକୁ ମିଳୁଛି ।

ଏବେଯାଏଁ ହୋଇଥିବା ଭୋଟ ଗଣତି ଅନୁସାରେ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଡା ଟକ୍କର । ସେହିପରି ମଧ୍ୟପ୍ରଦେଶରେ ବିଜେପି ଆଗୁଆ ଚାଲିଛି । ଛତିଶଗଡରେ କିନ୍ତୁ କଂଗ୍ରେସ ଆଗୁଆ ରହିଛି । ଅନ୍ୟପଟେ ତେଲେଙ୍ଗାନାରେ ବିଆରଏସର କାର ପଛରେ ପଡିଯାଇଛି । ଏଠାରେ କଂଗ୍ରେସ ଆଗୁଆ ରହିଛି ।

The post ଏଯାଏଁ ଭୋଟ ଗଣତିରେ ରାଜସ୍ଥାନରେ କଡା ଟକ୍କର । ମଧ୍ୟପ୍ରଦେଶରେ ବିଜେପି ଆଗରେ, ଛତିଶଗଡରେ କଂଗ୍ରେସ ଆଗୁଆ । ତେଲେଙ୍ଗାନାରେ ପଛରେ ଆସୁଛି କାର୍ first appeared on Kanak News.

from Kanak News
via <a href="https://ifttt.com/?

ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି । ସୁଶାନ୍ତ ନାଁରେ ରହିଛି ୫୦ରୁ ଅଧିକ ଅପରାଧିକ ମାମଲା ।

କନକ ବ୍ୟୁରୋ: ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ପୋଲିସ ଏନକାଉଣ୍ଟର କରିଛି । ଶନିବାର ବିଳମ୍ବିତ ରାତିରେ ତାକୁ ନିଶ୍ଚିତକୋଇଲି ଥାନା ପକ୍ଷରୁ ଅସୁରେଶ୍ଵର ଖେଳ ପଡିଆ ଠାରେ ଏନକାଉଣ୍ଟର କରାଯାଇଛି।ସୁଶାନ୍ତ ନା ରେ ବିଭିନ୍ନ ଜିଲ୍ଲା ର ଏକାଧିକ ଥାନାରେ ୫୦ ଉର୍ଦ୍ଧ୍ୱ ମାମଲା ରହିଛି।ତେବେ ସୁଶାନ୍ତ ର ଗୋଡ଼ରେ ଗୁଳି ବାଜିବା ପରେ ତାକୁ ଏବେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

The post ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି । ସୁଶାନ୍ତ ନାଁରେ ରହିଛି ୫୦ରୁ ଅଧିକ ଅପରାଧିକ ମାମଲା । first appeared on Kanak News.

from Kanak News
via <a href="https://ifttt.com/?

ଘର ଭିତରେ ଭାଲୁ । ଗାଁ ଲୋକଙ୍କ ଘରେ ପଶିଯାଉଛି ଭାଲୁ । ଧର୍ମଗଡ଼ ବଡ଼ଘୁମର ଗାଁ ଚାଉଲିଆ ପଡ଼ାରେ ଆତଙ୍କ ।

କନକ ବ୍ୟୁରୋ: ଘର ଭିତରେ ଭାଲୁ । ଫଳରେ ଗାଁ ଲୋକ ଭୟଭୀତ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ଘୁମର ଗାଁ ଚାଉଲିଆ ପଡ଼ାରେ ଭାଲୁ ଆତଙ୍କ । କାରଣ ଭାଲୁ ଲୋକଙ୍କ ଘରେ ପଶିଯାଇଛି ।

ଲୋକଙ୍କ ଘର ଭିତରେ ପଶିଯାଉଛି ଭାଲୁ । ଫଳରେ ଗାଁ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଶୁକ୍ରବାର ଭାଲୁ ମେହରପଡ଼ାରେ ଜଣଙ୍କ ଘରେ ପଶିଥିଲା । ପୁଣି ଶନିବାର ମଧ୍ୟ ଗାଁ ମୁହାଁ ହୋଇଥିଲା ଭାଲୁ । ସ୍ଥାନୀୟ କୁମୁଡ଼ି ଡଙ୍ଗରରୁ ଭାଲୁ ଗାଁ ଆଡ଼କୁ ପଳାଇ ଆସୁଥିବା କୁହାଯାଉଛି । ସେହି ଡଙ୍ଗରରେ ଗୋଟିଏ ଭାଲୁ ପଲ ରହୁଛନ୍ତି । ଏଥିରେ ୧୦ଟି ଭାଲୁ ଅଛନ୍ତି, ଆଉ ସେଥିରୁ କେତୋଟି ଭାଲୁ ଗାଁ ଆଡ଼କୁ ପଳାଇଆସୁଥିବା ଗାଁ ଲୋକ କହିଛନ୍ତି । ସେପଟେ ବନବିଭାଗ ଭାଲୁଙ୍କ ଉପରେ ନଜର ରଖିଛି ।

The post ଘର ଭିତରେ ଭାଲୁ । ଗାଁ ଲୋକଙ୍କ ଘରେ ପଶିଯାଉଛି ଭାଲୁ । ଧର୍ମଗଡ଼ ବଡ଼ଘୁମର ଗାଁ ଚାଉଲିଆ ପଡ଼ାରେ ଆତଙ୍କ । first appeared on Kanak News.

from Kanak News
via <a href="https://ifttt.com/?

ଆସିଲା ରାମମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ରର ଫଟୋ । ସାରା ଦେଶରୁ ୬ ହଜାର ଲୋକଙ୍କୁ କରାଯିବ ନିମନ୍ତ୍ରଣ । ସୋସିଆଲ ମିଡିଆରେ ନିମନ୍ତ୍ରଣ ପତ୍ରର ଫଟୋ ଭାଇରାଲ ।

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପବିତ୍ର ଭୂମି ପୂଜନ ସମାରୋହ ଅଗଷ୍ଟ ୫ତାରିଖରେ ଅନୁଷ୍ଠିତ ହେବ। ଆଉ ଏଥିପାଇଁ ନିମନ୍ତ୍ରଣ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଗାଢ ହଳଦିଆ ରଙ୍ଗର ଏହି ନିମନ୍ତ୍ରଣ କାର୍ଡକୁ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ପ୍ରାୟ ୨୦୦ ନିମନ୍ତ୍ରିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କାର୍ଡ ପଠାଯିବ। ସାରା ଦେଶରୁ ପାଖାପାଖି ୬ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବାର ସୂଚନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଶିଳାନ୍ୟାସ କରିବେ । ଏହି ଐତିହାସିକ କାର୍ୟ୍ୟକ୍ରମରେ ଅନେକ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ସାଧୁ ସନ୍ଥମାନେ ଯୋଗ ଦେବାର ସମ୍ଭାବନା ରହିଛି । ଅଯୋଧ୍ୟା ଜମି ବିବାଦ ମାମଲାର ଅନ୍ୟତମ ପକ୍ଷବାଦୀ ଇକବାଲ ଅନସାରୀଙ୍କୁ ସୋମବାର ରାମ ମନ୍ଦିର ଶିଳାନ୍ୟାସ ସମାରୋହ ପାଇଁ ପ୍ରଥମ ନିମନ୍ତ୍ରଣ ମିଳିଛି।

The post ଆସିଲା ରାମମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ରର ଫଟୋ । ସାରା ଦେଶରୁ ୬ ହଜାର ଲୋକଙ୍କୁ କରାଯିବ ନିମନ୍ତ୍ରଣ । ସୋସିଆଲ ମିଡିଆରେ ନିମନ୍ତ୍ରଣ ପତ୍ରର ଫଟୋ ଭାଇରାଲ । first appeared on Kanak News.

from Kanak News
via <a href="https://ifttt.com/?

ଫିଲିଫାଇନ୍ସରେ  ବଡ ଧରଣର ଭୂକମ୍ପ  । ରିକ୍ଟର ସ୍କେଲରେ ୭.୫ ତୀବ୍ରତାର ଝଟକା । ଫିଲିପାଇନ୍ସ ଓ ଜାପାନ ଉପକୂଳରେ ସୁନାମୀ ଆଶଙ୍କା ନେଇ ଆଲର୍ଟ ।

କନକ ବ୍ୟୁରୋ: ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂକମ୍ପ ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଛି । କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଭୂକମ୍ପ ପ୍ରଭାବରେ ଫିଲିପାଇନ୍ସ ଉପକୂଳ ଓ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ଆସିବା ଆଶଙ୍କା କରାଯାଉଛି । ଏ ନେଇ ହାଇଆଲର୍ଟ କରାଯାଇଛି । ଗଭୀର ସମୁଦ୍ରରେ ରହିଥିବା ଜାହାଜଗୁଡିକୁ ପରବର୍ତ୍ତୀ  ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେହିଠାରେ ରହିବାକୁ କୁହାଯାଇଛି । ଉପକୂଳ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନ ଖାଲି କରି ଦୂରକୁ ଚାଲିଯିବାକୁ କୁହାଯାଇଛି ।

ସେପଟେ ୟୁଏସ୍ ସୁନାମୀ ୱାର୍ଣ୍ଣିଂ ସିଷ୍ଟମ୍ ଆକଳନ କରିଛି ଫିଲିପାଇନ୍ସ ଉପକୂଳର କିଛି ସ୍ଥାନରେ ୩ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା ରହିଛି । ଜାପାନ ସରକାର ମଧ୍ୟ ଉପକୂଳ ଅଂଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁରୋପୀୟ ସିସମୋଲୋଜିକାଲ୍ ସେଂଟର ଦକ୍ଷରୁ କୁହାଯାଇଛି, ଭୂଗର୍ଭର ୬୩ କିଲୋମିଟର ତଳେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।

The post ଫିଲିଫାଇନ୍ସରେ  ବଡ ଧରଣର ଭୂକମ୍ପ  । ରିକ୍ଟର ସ୍କେଲରେ ୭.୫ ତୀବ୍ରତାର ଝଟକା । ଫିଲିପାଇନ୍ସ ଓ ଜାପାନ ଉପକୂଳରେ ସୁନାମୀ ଆଶଙ୍କା ନେଇ ଆଲର୍ଟ । first appeared on Kanak News.

from Kanak News
via <a href="https://ifttt.com/?

ସମୁଦ୍ରରେ ଦାନା ବାନ୍ଧୁଛି ବାତ୍ୟା । ଆଜି ନେଇପାରେ ବାତ୍ୟାର ରୂପ । ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ପଟ ଦେଇ ଅତିକ୍ରମ ଆଶଙ୍କା । ଓଡ଼ିଶାରେ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ଦାନାବନ୍ଧୁଛି ବାତ୍ୟା ।ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବା ପରେ ପଶ୍ଚିମ ଓ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଆହୁରି ଘନିଭୂତ ହୋଇ ଆଜି ବାତ୍ୟାର ରୂପ ନେଇପାରେ । ଏହା ଆସନ୍ତାକାଲି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ତତ୍ସଂଲଗ୍ନ ଉତର ତାମିଲନାଡୁ ଉପକୂଳ ମୁହାଁ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଏହା ପରେ ଦକ୍ଷିଣ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଉତର ଦିଗରେ ଗତି କରିବାର ଆଶଙ୍କା ରହିଛି । ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେଲୋର ଓ ମଛିଲିପଟନମ୍ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନ ଘଂଟା ପ୍ରତି ୧୦୦ କିଲୋମିଟର ବେଗର ଝଟକା ଦେଇପାରେ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତି ଅଂଚଳ ପାଇଁ ବାତ୍ୟା ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ସମ୍ଭାବ୍ୟ ବାତ୍ୟା ପାଇଁ ୫୪ଟି ଟ୍ରେନ ବାତିଲ କରାଯାଇଛି । ୫ ତାରିଖ ପୂର୍ବାହ୍ଣରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟା ମାଡ଼ ହେବା ଆଶଙ୍କା ଥିବାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରେଳସେବା ପ୍ରଭାବିତ ହେବ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଡୁଚେରୀ, ତାମିଲନାଡୁ, ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ ଦେଇ ଯାଉଥିବା ଟ୍ରେନ ବାତିଲ କରିବାକୁ ନିଷ୍ପତି ନେଇଛି ରେଳ ବିଭାଗ । ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବତଟ ରେଳବାଇ ଅଂଚଳରୁ ଯାତ୍ରା ଆରମ୍ଭ କରୁଥିବା ୧୨ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ଏହି ଅଂଚଳ ଦେଇ ଯାଉଥିବା ୪୨ଟି ଟ୍ରେନ୍ର ଚଳାଚଳ ପ୍ରଭାବିତ ହେବ । ପୁରୀ-ଚେନ୍ନାଇ ଏକ୍ସପ୍ରେସ, ଭୁବନେଶ୍ୱର-ତିରୁପତି ଓ ଭୁବନେଶ୍ୱର-ବାଙ୍ଗାଲୋର ଏକ୍ସପ୍ରେସ୍ ବାତିଲ କରାଯାଇଛି । ହାୱଡ଼ା-ଚେନ୍ନାଇ ଏକ୍ସ୍ରପ୍ରେସ୍, ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାୱଡ଼ା-ପୁଡୁଚେରୀ ଏକ୍ସପ୍ରେସ, ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ ଆଦି ବାତିଲ କରିବାକୁ ନିଷ୍ପତି ନିଆଯାଇଛି ।

The post ସମୁଦ୍ରରେ ଦାନା ବାନ୍ଧୁଛି ବାତ୍ୟା । ଆଜି ନେଇପାରେ ବାତ୍ୟାର ରୂପ । ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ପଟ ଦେଇ ଅତିକ୍ରମ ଆଶଙ୍କା । ଓଡ଼ିଶାରେ ବର୍ଷା ସମ୍ଭାବନା । first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନାରେ ବିଆରଏସକୁ ପରାଜିତ କରିବ କଂଗ୍ରେସ ! ଏଗଜିଟ୍ ପୋଲ ରିପୋର୍ଟ ପରେ ହତାସ କେସିଆର

କନକ ବ୍ୟୁରୋ : ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ସରିଛି । ବାକି ରହିଛି ଫଳାଫଳ । ଫଳାଫଳ ଆସିବା ପୂର୍ବରୁ ଏଗଜିଟ୍ ପୋଲ ରିପୋର୍ଟ ସମସ୍ତଙ୍କ ନିଦ ହଜାଇ ଦେଇଛି । ଯଦି ଏଗଜିଟ୍ ପୋଲ ରିପୋର୍ଟ ସତ୍ୟ ହୁଏ ତେବେ ତେଲେଙ୍ଗାନାରେ ବିଆରଏସ ବା ଭାରତ ରାଷ୍ଟ୍ରସମିତି କ୍ଷମତଚ୍ୟୁତ ହେବାକୁ ଯାଉଛି ।

ଯଦି ଏଗଜିଟ୍ ପୋଲ ରିପୋର୍ଟକୁ ଦେଖିବା ତେବେ ମୋଟ ୧୧୯ ଆସନ: ଇଣ୍ଡିଆ ଟୁଡେ ସର୍ଭେ ମୁତାବକ ବିଆରଏସକୁ ୩୪-୪୪ , କଂଗ୍ରେସକୁ ୬୩-୭୩ ଓ ବିଜେପିକୁ ୪-୮ଟି ଆସନ ମିଳିବ । ପୋଲଷ୍ଟାର୍ଟ ରିପୋର୍ଟ ମୁତାବକ ବିଆରଏସକୁ ୪୮-୫୮, କଂଗ୍ରେସକୁ ୪୯-୫୬ ଓ ବିଜେପିକୁ ୫-୧୦ ଆସନ ମିଳିବ । ଅନ୍ୟପଟେ ଟୁଡେଜ ଚାଣକ୍ୟ ରିପୋର୍ଟ ମୁତାବକ ବିଆରଏସକୁ ୨୪-୪୨, କଂଗ୍ରେସକୁ ୬୨-୮୦ ଓ ବିଜେପିକୁ ୨-୧୨ ଆସନ ମିଳିବ । ମାଟ୍ରିଜର ରିପୋର୍ଟ ମୁତାବକ ବିଆରଏସକୁ ୪୬-୫୬, କଂଗ୍ରେସକୁ ୫୮-୬୮ ଓ ବିଜେପିକୁ ୪-୯ ଆସନ ମିଳିବ । ସେହିଭଳି ଜନ କି ବାତର ରିପୋର୍ଟ କହୁଛି ବିଆରଏସକୁ ୪୦-୫୫, କଂଗ୍ରେସକୁ ୪୮-୬୪ ଓ ବିଜେପିକୁ ୭-୧୩ ଆସନ ମିଳିପାରେ ।

ତେଲେଙ୍ଗାନା ରାଜ୍ୟ ଗଠନ ଠାରୁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି କେସିଆର । ୨୦୧୮ରେ ଆଗୁଆ ବିଧାନସଭାକୁ ଭଙ୍ଗ କରି ୮୮ ଆସନ ସହ ଦ୍ୱିତୀୟ ଥର ସରକାର ଗଠନ କରିଥିଲା ଟିଆରଏସ । ଜାତୀୟ ରାଜନୀତିରେ ପ୍ରବେଶ ପାଇଁ ଟିଆରଏସର ନାମ ବଦଳାଇ ବିଆରଏସ କରିଥିଲେ କେସିଆର । ଯଦି ତୃତୀୟ ଥର ବିଆରଏସ ସଂଖ୍ୟା ଗରିଷ୍ଠତା ହାସଲ କରେ ତେବେ ଜାତୀୟ ରାଜନୀତିରେ କେସିଆରଙ୍କ ପ୍ରଭାବ ବଢିବ ବୋଲି ଆଲୋଚନା ହେଉଛି ।

ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ହେଲେ ଆଞ୍ଚଳିକ ନେତାଙ୍କ ବ୍ୟତୀତ କେନ୍ଦ୍ରୀୟ ନେତାଙ୍କର ମଧ୍ୟ ପ୍ରଭାର ପଡିଥାଏ । ଏହି କ୍ରମରେ ବିଜେପି ସବୁବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦଳୀୟ ଚେହେରା ଭାବେ ଉପସ୍ଥାପନ କରିଥାଏ ଓ କଂଗ୍ରେସ ଭିନ୍ନ ଭିନ୍ନ କ୍ଷେତ୍ରରେ ରାହୁଲ ଗାନ୍ଧୀଙ୍କ ଚେହେରାକୁ ଭରସା କରେ । ଏହାକୁ ଯଦି ନଜର କରିବା ତେବେ ତେଲେଙ୍ଗାନା କ୍ଷେତ୍ରରେ ୨୦୧୪ରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୩୩ ପ୍ରତିଶତ ଓ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୧୯ ପ୍ରତିଶତ ଥିଲା । ହେଲେ ୨୦୧୯ ରେ ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ୩୯ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୨୫ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

ସେପଟେ ୨୦୧୪ ନିର୍ବାଚନ ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓଙ୍କ ଲୋକପ୍ରିୟତା ୪୬ ପ୍ରତିଶତ ଥିବା ବେଳେ ତାଙ୍କ ନେତୃତ୍ୱାଧୀନ ପାର୍ଟି ଟିଆରଏସକୁ ୩୪ ପ୍ରତିଶତ ଭୋଟ ମିଳିଥିଲା । ସେହିଭଳି ୨୦୧୮ ମସିହାରେ ତେଲେଙ୍ଗାନାରେ କେସିଆରଙ୍କ ଲୋକପ୍ରିୟତା ୪୬ ପ୍ରତିଶତ ଥିବା ବେଳେ ଟିଆରଏସକୁ ୪୭ ପ୍ରତିଶତ ଭୋଟ ମିଳିଥିଲା ।

ଚଳିତ ବିଧାନସଭା ନିର୍ବାଚନରେ ଏକ ବଡ ଫେକ୍ଟର ଉପରେ ସମସ୍ତ ରାଜନୈତିକ ଦଳ ଗୁରୁତ୍ୱ ଦେଇଛନ୍ତି । ତା ମଧ୍ୟରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ତେଲେଙ୍ଗାନାରେ ବିଆରଏସ କ୍ଷମତାରେ ରହିଛି । ହେଲେ କ୍ଷମତା ହାତେଇବାକୁ ବିଜେପି ଓ କଂଗ୍ରେସ ମହିଳା ଭୋଟରଙ୍କ ପାଇଁ ପ୍ରତିଶ୍ରୁତିର ପେଡି ଖୋଲିଦେଇଛନ୍ତି ।

ପ୍ରତିଶ୍ରୁତି :
ତେଲେଙ୍ଗାନା କଂଗ୍ରେସ
– ସରକାରୀ ବସରେ ମହିଳାଙ୍କ ମାଗଣା ଯାତ୍ରା
– ୧୮ ବର୍ଷରୁ ଉଦ୍ଧ୍ୱର୍ ଯୁବତୀଙ୍କୁ ମାଗଣା ଇ-ସ୍କୁଟର୍
– ଗରିବ ଝିଅଙ୍କୁ ବିବାହ ସମୟରେ ୧୦ ଗ୍ରାମ୍ ସୁନା ଓ ୧ ଲକ୍ଷ ଟଙ୍କା
– ମହିଳାଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର
– ରାଜ୍ୟ ପୋଲିସ ଫୋର୍ସରେ ମହିଳାଙ୍କୁ ଅଧିକ ପ୍ରତିନିଧିତ୍ୱ

ତେଲେଙ୍ଗାନା ବିଜେପି
– ଜନ୍ମ ହେବା ମାତ୍ରେ ଝିଅଟିଏ ନାଁରେ ଫିକ୍ସ ଡିପୋଜିଟ୍
– ୨୧ ବର୍ଷ ହେବା ପରେ ଟଙ୍କା ଉଠାଇ ପାରିବେ
– ମହିଳାଙ୍କ ପାଇଁ ୧୦ ଲକ୍ଷ ଚାକିରି ସୃଷ୍ଟି
– ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧%ରେ ଋଣ
– ମହିଳା ଚାଷୀଙ୍କ ପାଇଁ ‘ମହିଳା ରାଇଥୁ କର୍ପୋରେସନ୍’ ଗଠନ

The post ତେଲେଙ୍ଗାନାରେ ବିଆରଏସକୁ ପରାଜିତ କରିବ କଂଗ୍ରେସ ! ଏଗଜିଟ୍ ପୋଲ ରିପୋର୍ଟ ପରେ ହତାସ କେସିଆର first appeared on Kanak News.

from Kanak News
via <a href="https://ifttt.com/?

ଆଜି ୪ ରାଜ୍ୟର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ।

କନକ ବ୍ୟୁରୋ: ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ । ବିଧାନସଭା ଫଳାଫଳ କଂଗ୍ରେସ ଓ ବିଜେପି ପାଇଁ ଏସିଡ ଟେଷ୍ଟ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି । ତେଲେଙ୍ଗାନାରେ ଦୁଇ ଦୁଇ ଥରର ଶାସକ ଦଳ ବିଆରଏସକୁ କଡା ଟକ୍କର ଦେଉଛି କଂଗ୍ରେସ । ସକାଳ ୭ଟାରୁ ୪ ରାଜ୍ୟର ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହେବ । ଏହି ଫଳାଫଳକୁ ୨୦୨୪ ପୂର୍ବର ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି ।

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏଥର ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ତେଣୁ ଏବେଠାରୁ ଉଭୟ ରାଜ୍ୟରେ ସ୍ୱାଧୀନ ଓ ଅନ୍ୟ ଛୋଟ ଦଳର ସମର୍ଥନ ଉପରେ ବିଚାରବିମର୍ଷ ଆରମ୍ଭ କରିଦେଇଛନ୍ତି ଉଭୟ ଦଳ । ଛତିଶଗଡ ଓ ତେଲେଙ୍ଗାନାରେ ଏଥର କଂଗ୍ରେସ ଜିତିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି । ବିଭିନ୍ନ ଏକଜିଟ ପୋଲ ଅନୁସାରେ, ଛତିଶଗଡରେ ଦ୍ୱିତୀୟ ଥର ଲାଗି ଭୂପେଶ ବଘେଲ କଂଗ୍ରେସକୁ ବିଜୟ ଦେବେ । ତେବେ ତେଲେଙ୍ଗାରେ ଏଥର କେ.ଚନ୍ଦ୍ରଶେଖର ରାଓଙ୍କୁ କଂଗ୍ରେସ କଡା ଟକ୍କର ଦେଉଛି ବୋଲି ଅଧିକାଂଶ ଏକଜିଟ ପୋଲି ଆକଳନ କରିଛନ୍ତି । ଏଭଳି ହେଲେ ଦୀର୍ଘ ଦଶ ବର୍ଷ ପରେ ତେଲେଙ୍ଗାର ପଟ୍ଟ ପରିବର୍ତନ ହେବ । ଏହି ୪ ରାଜ୍ୟର ଫଳାଫଳ ଏକ ବଡ଼ ସନ୍ଦେଶ ଦେବ । ରାଜ୍ୟ ପ୍ରସଙ୍ଗକୁ ନେଇ ବିଧାନସଭା ନିର୍ବାଚନ ହୋଇଥାଏ ।

ତେବେ ଉଭୟ କଂଗ୍ରେସ ଓ ବିଜେପି ସର୍ବଭାରତୀୟ ଦଳ । ତେଣୁ ୪ ରାଜ୍ୟର ଫଳାଫଳ ଜନମତ କାହା ସପକ୍ଷରେ, ତାକୁ ଇଶାରା କରିବ । ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋରଦାର ପ୍ରଚାର କରିଥିଲେ । ସେପଟେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ସମେତ ଏହାର ସବୁ ହେଭିୱେଟଙ୍କୁ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଥିଲା । ତେଣୁ ଏହି ସବୁ ରାଜ୍ୟରେ ମୋଦୀଙ୍କ ମ୍ୟାଜିକ କେତେ ଜାରି ରହିଛି, ତାର ପ୍ରମାଣ ଆଜିର ଫଳାଫଳରୁ ଜଣାପଡ଼ିଯିବ । ସେପଟେ କଂଗ୍ରେସ ମଧ୍ୟ ଲୋକଙ୍କ ଦ୍ୱାରା କେତେ ଗ୍ରହଣୀୟ ହେଉଚି, ତାର ପ୍ରମାଣ ମିଳିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଏକ ବଡ଼ ବାର୍ତା ପ୍ରଦାନ କରିବ । ଆଜି ୪ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଉଥିବା ବେଳେ ମିଜୋରାମରେ ଆସନ୍ତାକାଲି ଅର୍ଥାତ୍ ୪ ଡିସେମ୍ବରରେ ଫଳ ପ୍ରକାଶ ପାଇବ । ଭୋଟ୍ ଗଣନା କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

The post ଆଜି ୪ ରାଜ୍ୟର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା । first appeared on Kanak News.

from Kanak News
via <a href="https://ifttt.com/?

ଆଜିି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କ’ଣ ରହିଛି ଜନତାଙ୍କ ମୁଡ୍, ସାରା ଦେଶର ନଜର ।

କନକ ବ୍ୟୁରୋ: ୨୪ ପୂର୍ବର ସେମିଫାଇନାଲ । ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ । ବିଧାନସଭା ଫଳାଫଳ କଂଗ୍ରେସ ଓ ବିଜେପି ପାଇଁ ଏସିଡ ଟେଷ୍ଟ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି ।

ତେଲେଙ୍ଗାନାରେ ଦୁଇ ଦୁଇ ଥରର ଶାସକ ଦଳ ବିଆରଏସକୁ କଡା ଟକ୍କର ଦେଉଛି କଂଗ୍ରେସ । ସକାଳ ୭ଟାରୁ ୪ ରାଜ୍ୟର ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହେବ । ଏହି ଫଳାଫଳକୁ ୨୦୨୪ ପୂର୍ବର ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ,  ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏଥର ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ତେଣୁ ଏବେଠାରୁ ଉଭୟ ରାଜ୍ୟରେ  ସ୍ୱାଧୀନ ଓ ଅନ୍ୟ ଛୋଟ ଦଳର ସମର୍ଥନ ଉପରେ ବିଚାରବିମର୍ଷ ଆରମ୍ଭ କରିଦେଇଛନ୍ତି ଉଭୟ ଦଳ ।

ଛତିଶଗଡ ଓ ତେଲେଙ୍ଗାନାରେ ଏଥର କଂଗ୍ରେସ ଜିତିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି । ବିଭିନ୍ନ ଏକଜିଟ ପୋଲ ଅନୁସାରେ, ଛତିଶଗଡରେ ଦ୍ୱିତୀୟ ଥର ଲାଗି ଭୂପେଶ ବଘେଲ କଂଗ୍ରେସକୁ ବିଜୟ ଦେବେ । ତେବେ ତେଲେଙ୍ଗାରେ ଏଥର କେ.ଚନ୍ଦ୍ରଶେଖର ରାଓଙ୍କୁ କଂଗ୍ରେସ କଡା ଟକ୍କର ଦେଉଛି ବୋଲି ଅଧିକାଂଶ ଏକଜିଟ ପୋଲି ଆକଳନ କରିଛନ୍ତି ।  ଏଭଳି ହେଲେ ଦୀର୍ଘ ଦଶ ବର୍ଷ ପରେ ତେଲେଙ୍ଗାର ପଟ୍ଟ ପରିବର୍ତନ ହେବ । ଏହି ୪ ରାଜ୍ୟର ଫଳାଫଳ ଏକ ବଡ଼ ସନ୍ଦେଶ ଦେବ । ରାଜ୍ୟ ପ୍ରସଙ୍ଗକୁ ନେଇ ବିଧାନସଭା ନିର୍ବାଚନ ହୋଇଥାଏ । ତେବେ ଉଭୟ କଂଗ୍ରେସ ଓ ବିଜେପି ସର୍ବଭାରତୀୟ ଦଳ । ତେଣୁ ୪ ରାଜ୍ୟର ଫଳାଫଳ ଜନମତ କାହା ସପକ୍ଷରେ, ତାକୁ ଇଶାରା କରିବ । ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଜୋରଦାର ପ୍ରଚାର କରିଥିଲେ ।

ସେପଟେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ସମେତ ଏହାର ସବୁ ହେଭିୱେଟଙ୍କୁ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଥିଲା । ତେଣୁ ଏହି ସବୁ ରାଜ୍ୟରେ ମୋଦୀଙ୍କ ମ୍ୟାଜିକ କେତେ ଜାରି ରହିଛି, ତାର ପ୍ରମାଣ ଆଜିର ଫଳାଫଳରୁ ଜଣାପଡ଼ିଯିବ । ସେପଟେ କଂଗ୍ରେସ ମଧ୍ୟ ଲୋକଙ୍କ ଦ୍ୱାରା କେତେ ଗ୍ରହଣୀୟ ହେଉଚି, ତାର ପ୍ରମାଣ ମିଳିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଏକ ବଡ଼ ବାର୍ତା ପ୍ରଦାନ କରିବ । ଆଜି ୪ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଉଥିବା ବେଳେ ମିଜୋରାମରେ ଆସନ୍ତାକାଲି ଅର୍ଥାତ୍ ୪ ଡିସେମ୍ବରରେ ଫଳ ପ୍ରକାଶ ପାଇବ । ଭୋଟ୍ ଗଣନା କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

The post ଆଜିି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କ’ଣ ରହିଛି ଜନତାଙ୍କ ମୁଡ୍, ସାରା ଦେଶର ନଜର  । first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡରେ କିଏ ଗଢିବ ସରକାର । ଫେରିବେ ରମଣ ସିଂ ନା ପଦ ବଜାୟ ରଖିବେ ଭୂପେଶ ବଘେଲ?

କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏବେ ଫଳାଫଳକୁ ଅପେକ୍ଷା ।  କିଏ ବିଜେପି ସରକାର ଗଢିବ ବୋଲି ଆଶା ବାନ୍ଧି ବସିଛି ତ କଂଗ୍ରେସ ଶିବିରକୁ ମିଠାର ପ୍ୟାକେଟ ପହଂଚିଗଲାଣି । ତେବେ ଆସନ୍ତୁ ଜାଣିବା ଏଗଜିଟ ପୋଲ ରିପୋର୍ଟ କଣ ଥିଲା ।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ ଛତିଶଗଡରେ କଂଗ୍ରେସକୁ ୪୦-୫୦ ଓ ବିଜେପିକୁ ୩୬-୪୬ ଆସନ ମିଳିପାରେ । ଜନ୍ କି ବାତର ରିପୋର୍ଟ ମୁତାବକ କଂଗ୍ରସକୁ ୪୨-୫୩ ଓ ବିଜେପିକୁ ୩୪-୪୫ ଆସନ ମିଳିପାରେ । ସି ଭୋଟର ସର୍ଭେ ମୁତାବକ କଂଗ୍ରେସକୁ ୪୧-୫୩ ଓ ବିଜେପିକୁ ୩୬-୪୮ ଆସନ ମିଳିପାରେ । ସେହିଭଳି ଟୁଡେଜ ଚାଣକ୍ୟ ରିପୋର୍ଟ କହୁଛି କଂଗ୍ରେସକୁ ୪୯-୬୫ ଓ ବିଜେପିକୁ ୨୫-୪୧ସେହିଭଳି ମାଟ୍ରିଜର ରିପୋର୍ଟ ମୁତାବକ କଂଗ୍ରେସକୁ ୪୨-୫୨ ଓ ବିଜେପିକୁ ୩୪-୪୨ । ପୋଲଷ୍ଟାର୍ଟ ରିପୋର୍ଟ ମୁତାବକ କଂଗ୍ରେସକୁ ୪୦-୫୦ ଓ ବିଜେପିକୁ ୩୫-୪୫ ।

ଯଦି ୨୦୧୮ ନିର୍ବାଚନକୁ ଦେଖିବା ତେବେ ଛତିଶଗଡ ବିଧାନସଭାର ମୋଟ ୯୦ ଟି ଆସନ ମଧ୍ୟରୁ ୨୦୧୮ ରେ ସର୍ବାଧିକ ୬୮ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା । ୨୦୦୩ ରୁ କ୍ରମାଗତ ଭାବେ କ୍ଷମତା ଦଖଲ କରୁଥିବା ବିଜେପି ରମଣ ସିଂଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲେ ବି ମାତ୍ର ୧୫ ଟି ଆସନରେ ବିଜୟୀ ହେବାକୁ ସମର୍ଥ ହୋଇଥିଲା । ୬୮ ଟି ଆସନ ଜିତି କଂଗ୍ରେସ ସରକାର ଗଠନ କରିଥିଲା ଓ ମୁଖ୍ୟମନ୍ତ୍ରୀ ହୋଇଥିଲେ ଭୂପେଶ ବଘେଲ । ହେଲେ କିଛିମାସ ତଳେ ଦଳ ଭିତରେ କନ୍ଦଳ ଦେଖାଦେବାରୁ ଦଳୀୟ ନେତା ଟିଏସ ସିଂଦେଓଙ୍କୁ ସନ୍ତୁଷ୍ଟ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଆସନରେ ନିଯୁକ୍ତ କରିଥିଲା ।

ପ୍ରତିଟି ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଦଳମାନେ କେନ୍ଦ୍ରୀୟ ନେତୃତ୍ୱଙ୍କ ଚେହେରାକୁ ପ୍ରାଥମିକତା ଦେଇଥାନ୍ତି । ଏହି କ୍ରମରେ ବିଜେପି ମଧ୍ୟ ଚିରାଚରିତ ଢଙ୍ଗରେ ଛତିଶଗଡରେ ଆଞ୍ଚଳିକ ନେତାଙ୍କ ଚେହେରାକୁ ଗୁରୁତ୍ୱ ନଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରାକୁ ଗୁରୁତ୍ୱ ଦେଇଥିଲା । ସେହିଭଳି କଂଗ୍ରେସ ପାଇଁ ମଧ୍ୟ ରାହୁଲ ଗାନ୍ଧୀ ଜୋରଦାର ପ୍ରଚାର କରିଥିଲେ । ତେବେ ଆସନ୍ତୁ ଜାଣିବା ଏହି ଦୁଇନେତାଙ୍କର ଲୋକପ୍ରିୟତା ଛତିଶଗଡରେ କେତେ ରହିଛି ।

୨୦୧୪ ସାଧାରଣ ନିର୍ବାଚନ ବେଳେ ଛତିଶଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ୩୮ ପ୍ରତିଶତ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୧୩ ପ୍ରତିଶତ ଥିଲା । ସେହିଭଳି ୨୦୧୯ ସାଧାରଣ ନିର୍ବାଚନ ବେଳେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ୪୨ ପ୍ରତିଶତ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୨୭ ପ୍ରତିଶତ ଥିଲା ।

ଛତିଶଗଡର ରାଜନୈତିକ ଇତିହାସ ଦେଖିଲେ ୨୦୦୩ ରେ କଂଗ୍ରେସ ସରକାର କରିଥିଲା ଓ ଅଜିତ ଯୋଗୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି ସମୟରେ ଅଜିତ ଯୋଗୀଙ୍କ ଲୋକପ୍ରିୟତା ୨୮ ପ୍ରତିଶତ ଥିବା ବେଳେ କଂଗ୍ରେସକୁ ୩୭ ପ୍ରତିଶତ ଭୋଟ ମିଳିଥିଲା । ସେହିଭଳି ୨୦୦୮ରେ ବିଜେପିର ରମଣ ସିଂ ସରକାର ଗଠନ କରିଥିଲେ । ଏହି ସମୟରେ ରମଣ ସିଂଙ୍କ ଲୋକପ୍ରିୟତା ୩୮ ପ୍ରତିଶତ ଥିବା ବେଳେ ବିଜେପିକୁ ୪୦ ପ୍ରତିଶତ ଭୋଟ ମିଳିଥିଲା । ୨୦୧୩ ରେ ପୁଣି ରମଣ ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି ସମୟରେ ରମଣ ସିଂଙ୍କ ଲୋକପ୍ରିୟତା ୪୬ ପ୍ରତିଶତ ଥିବା ବେଳେ ବିଜେପିକୁ ୪୧ ପ୍ରତିଶତ ଭୋଟ ମିଳିଥିଲା । ହେଲେ ୨୦୧୮ ନିର୍ବାଚନରେ ରମଣ ସିଂ ଲୋକପ୍ରିୟତା କମି ୨୯ ପ୍ରତିଶତରେ ପହଂଚିଥିଲା ଓ ବିଜେପିକୁ ମାତ୍ର ୩୮ ପ୍ରତିଶତ ଭୋଟ ମିଳିଥିଲା । ଭୂପେଶ ବଘେଲଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଓ ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ପ୍ରତିଶ୍ରୁତି
ଛତିଶଗଡ଼ କଂଗ୍ରେସ
– ମହିଳାଙ୍କୁ ମାସିକ ୧୫ ହଜାର ଟଙ୍କା ଭତ୍ତା
– କ୍ୱିଂଟାଲ୍ ପିଛା ୩,୨୦୦ ଟଙ୍କାରେ ଧାନ ସଂଗ୍ରହ
– ଏକର ପିଛା ୨୦ କୁଇଂଟାଲ୍ ଧାନ ସଂଗ୍ରହ
– ୨୦୧୮ରେ କୃଷି ଋଣ ଛାଡ଼ କରିଥିଲା କଂଗ୍ରେସ

ଛତିଶଗଡ଼ ବିଜେପି
– ବିବାହିତ ଗରିବ ମହିଳାଙ୍କୁ ୧୨ ହଜାର ଟଙ୍କା ସହାୟତା
– ରାଣୀ ଦାଗବତୀ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି
– ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସ୍ୟୁରାନ୍ସ ସାର୍ଟିଫିକେଟ୍

The post ଛତିଶଗଡରେ କିଏ ଗଢିବ ସରକାର । ଫେରିବେ ରମଣ ସିଂ ନା ପଦ ବଜାୟ ରଖିବେ ଭୂପେଶ ବଘେଲ? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started