ଘଟଗାଁ ବାଲିଯୋଡି ଦୂର୍ଘଟଣା ମାମଲା : ଏନଏଚଏଆଇକୁ ଦାୟୀ କଲା ପରିବହନ ବିଭାଗ

କନକ ବ୍ୟୁରୋ : ଶୁକ୍ରବାର ସଡକ ଦୁର୍ଘଟଣାରେ ଘଟଗାଁ ଯାଉଥିବା ୮ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାକୁ ନେଇ ଏନଏଚଆଇ କର୍ତୃପକ୍ଷଙ୍କ ନାଁରେ ମାମଲା ରୁଜୁ କରିଛି କେନ୍ଦୁଝର ପରିବହନ ବିଭାଗ । ରାସ୍ତା କାମ ଶେଷ କରିନଥିବା ଓ ଠିକରେ ପାଟ୍ରୋଲିଂ ହେଉନଥିବା ଅଭିଯୋଗ ଆଣି ଏତଲା ଦିଆଯାଇଛି । ସବୁଠୁ ବଡ କଥା ହେଉଛି ଶୂନ୍ୟ ମୃତାହତ ସପ୍ତାହ ପାଳନ ସମୟରେ ଘଟୁଛି ଅଧିକ ଦୁର୍ଘଟଣା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ସଚେତନ କରାଯାଉଛି । କିନ୍ତୁ ସଡକ ଦୁର୍ଘଟଣା କମିବାର ନାଁ ଧରୁନି ।

ଶୂନ୍ୟ ମୃତାହତ ସପ୍ତାହ ପାଳନ ଅବସରରେ ପରିବହନ ବିଭାଗ ପକ୍ଷରୁ ଏସଓପି ମଧ୍ୟ ଜାରି ହୋଇଛି । ଏସଓପିରେ ଦୁର୍ଘଟଣାକୁ ଏଡାଇବା, ଦୁର୍ଘଟଣା ପରେ ଜୀବନ ବଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ପରିବହନ, ପୋଲିସ, ସ୍ୱାସ୍ଥ୍ୟ, ଶିକ୍ଷା ବିଭାଗ, ରୋଡ ୱିଙ୍ଗ ଏଜେନ୍ସୀ, ଓଏସଆରଟିସି ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ପରିବହନ ବିଭାଗର ତଥ୍ୟ ଅନୁସାରେ
୨୦୨୩ ( ଜାନୁୟାରୀରୁ- ସେପ୍ଟେମ୍ବର ସୁଦ୍ଧା) ୮,୯୩୮ ସଡକ ଦୁର୍ଘଟଣାରେ ୪,୧୭୮ ଜଣଙ୍କ ମୃତ୍ୟୁ
୨୦୨୨ – ୧୧, ୬୬୩ ସଡକ ଦୁର୍ଘଟଣାରେ ୫,୪୬୭ ଜଣଙ୍କ ଜୀବନ ଯାଇଛି
୨୦୨୧- ୧୦, ୯୮୩ ସଡକ ଦୁର୍ଘଟଣାରେ ୫,୦୮୧ ଜଣଙ୍କ ମୃତ୍ୟୁ
ଅର୍ଥାତ ୨୦୨୨ ମସିହା ତୁଳନାରେ ୨୦୨୩ରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୪.୮୯ ପ୍ରତିଶତ ବୃଦ୍ଧି ପାଇଛି ।

The post ଘଟଗାଁ ବାଲିଯୋଡି ଦୂର୍ଘଟଣା ମାମଲା : ଏନଏଚଏଆଇକୁ ଦାୟୀ କଲା ପରିବହନ ବିଭାଗ first appeared on Kanak News.

from Kanak News
via <a href="https://ifttt.com/?

ଜାହାଜରେ କୋକେନ ଚାଲଣର ଖୋଳତାଡ଼ । କଷ୍ଟମ ବିଭାଗ, ଏନସିବି ଓ ଏସଟିଏଫର ଖୋଳତାଡ଼ । ସ୍ନିଫର ଡଗ୍ ସହାୟତାରେ ଚାଲିଛି ଯାଞ୍ଚ

କନକ ବ୍ୟୁରୋ : ପାରାଦୀପ ବନ୍ଦରରେ ପଣ୍ୟ ଲୋଡିଂ କରୁଥିବା ଏମ ଭି ଦେବୀ ନାମକ ଜାହାଜରୁ ୨୨୦ କୋଟି ଟଙ୍କାର, କୋକେନ ଜବତ ପରେ, ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ ପରିମାଣର କୋକେନ ପ୍ରକୃତରେ କେଉଁଠୁ ଆସୁଥିଲା, କେଉଁଠିକୁ ଯାଉଥିଲା? ଏହାର ଓଡିଶା କନେକ୍ସନ ରହିଛି କି ନାହିଁ? ଏ ସବୁର ସତ ଖୋଜୁଛନ୍ତି କଷ୍ଟମ ବିଭାଗ ସମେତ ଦେଶର ବଡ ବଡ ତଦନ୍ତକାରୀ ସଂସ୍ଥା ।

ବିପୁଳ ପରିମାଣର କୋକେନ ଜବତ ପରେ, ପାରାଦୀପ ବନ୍ଦରରେ ଛିଡା ହୋଇଥିବା ଜାହାଜରେ ସ୍ନିପର ଡଗ ସହାୟତାରେ ଚାଲିଛି ସର୍ଚ୍ଚ ଅପରେସନ । ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ କରୁଛନ୍ତି କଷ୍ଟମ ବିଭାଗ, ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ, ଇଣ୍ଟେଲିଜେନ୍ସ ଓ ଏସଟିଏଫର ସ୍ୱତନ୍ତ୍ର ଟିମ୍ । ଜାହାଜରେ ଆଉ ଡ୍ରଗ୍ସ ଅଛି କି ନାହିଁ ତଦନ୍ତକାରୀ ଅଧିକାରୀମାନେ ତନ ତନ କରି ଯାଞ୍ଚ କରୁଛନ୍ତି । ଏଥିସହ ଜାହାଜର କ୍ୟାପଟେନଙ୍କ ସମେତ ୨୧ କ୍ରୁ ମେମ୍ବରଙ୍କୁ ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ପଚରାଉଚୁରା କରୁଛନ୍ତି ।

ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁଥିବାବେଳେ, ଭାଇରାଲ ହେଉଥିବା ଜାହାଜ ଭିତର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି, ଯାହାଜ ଭିତରେ କେହି ଜଣେ କିଛି ଜିନିଷ ଅତି ଗୋପନୀୟ ଭାବେ ଲୁଚାଇ ଦେଉଛନ୍ତି । କଣ ଲୁଚାଉଛନ୍ତି ତାହା ଜଣାପଡିନଥିଳେ ବି ଏହି ଦୃଶ୍ୟ ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ତେବେ ସବୁ ଦିଗରୁ ତଦନ୍ତ କରାଯାଉଛି ବୋଲି କଷ୍ଟମ ବିଭାଗର ଅଧିକାରୀ କହିଛନ୍ତି ।

ଜବତ ହୋଇଥିବା କୋକେନ ପଛର ସତ କଣ ତାହା ତଦନ୍ତକାରୀ ସଂସ୍ଥାମାନେ ଖୋଜୁଥିଲେ ବି ସନ୍ଦେହ ସୃଷ୍ଟି ହୋଇଛି । ବିଶେଷକରି ଓଡିଶାର ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଡ୍ରଗ୍ସ କାରବାର ବଢ଼ି ଚାଲିଥିବାରୁ, ଏହାର କଣ ଲିଙ୍କ ରହିଛି ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ତେବେ ପୂର୍ବତନ ପୋଲିସ ଡିଜିଙ୍କ କହିବା କଥା, ଭାରତ ମହାସାଗର ଦେଇ ଅନ୍ତର୍ଜାତୀୟ ନିଶା କାରବାର ହୋଇଥାଏ । ଏହି ବାଟ ଦେଇ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଡ୍ରଗ୍ସ ଯାଇଥାଏ ।

ତେବେ ବିଭିନ୍ନ ପ୍ରକାର ଯାଞ୍ଚ ସତ୍ୱେ ଇଣ୍ଡୋନେସିଆରୁ ପାରାଦୀପ ପର୍ଯ୍ୟନ୍ତ କୋକେନ ଆସିଲା କେମିତି? ତାହା ସବୁଠୁ ବଡ ପ୍ରଶ୍ନ

The post ଜାହାଜରେ କୋକେନ ଚାଲଣର ଖୋଳତାଡ଼ । କଷ୍ଟମ ବିଭାଗ, ଏନସିବି ଓ ଏସଟିଏଫର ଖୋଳତାଡ଼ । ସ୍ନିଫର ଡଗ୍ ସହାୟତାରେ ଚାଲିଛି ଯାଞ୍ଚ first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ପୂର୍ବରୁ ବିଜେଡି ଓ ବିଜେପିରେ ନେଇଥିଲେ ନେତୃତ୍ୱ

କନକ ବ୍ୟୁରୋ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳକୁ ସାରାଦେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ଓଡିଶାର ବି ନଜର ରହିଛି । କିନ୍ତୁ ଏହା ଭିତରେ ଚଳଚଞ୍ଚଳ ହୋଇଛନ୍ତି ଓଡିଶାର ପ୍ରମୁଖ ରାଜନୈତିକ ଦଳ । ଜୋରଦାର ହୋଇଛି ମିଶ୍ରଣ ପର୍ବ । ଯାହା ରାଜ୍ୟ ରାଜନୀତିକୁ ସରଗମ କରିଛି ।
୫ ରାଜ୍ୟର ନିର୍ବାଚନ ଫଳାଫଳକୁ ଅପେକ୍ଷା ଭିତରେ, ରାଜଧାନୀ ଭୁବନେଶ୍ୱରରୁ ଆସିଥିବା ଦୃଶ୍ୟ ଭିନ୍ନ ବାର୍ତା ଦେଉଛି । ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ଣ ହେଲାଣି ବୋଲି ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି । ବିଜେଡି, ବିଜେପି ଓ କଂଗ୍ରେସ ଶିବିରରେ ଲାଗିଥିବା ଭିଡ ଓ ମିଶ୍ରଣ ପର୍ବ, ରାଜନୈତିକ ଦଳମାନଙ୍କର ଆଗାମି ନିର୍ବାଚନ ପ୍ରସ୍ତୁତି ତାହାର ସଂକେତ ଦେଉଛି । ନବୀନ ନିବାସରେ ଭି.କେ.ପାଣ୍ଡିଆନଙ୍କୁ ଭେଟିବାକୁ ଭିଡ ଲାଗିଥିବାବେଳେ, କଂଗ୍ରେସ କାର୍ଯ୍ୟାଳୟରେ ହାତ ଧରିଛନ୍ତି ଦକ୍ଷିଣ ଓଡିଶାର ଟାଣୁଆ ନେତା ଜୟରାମ ପାଙ୍ଗୀ । ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି କଂଗ୍ରେସ ନେତା କିଶୋର ଚନ୍ଦ୍ର ପଣ୍ଡା ।

କେବଳ ଏତିକି ନୁହେଁ ଆଗକୁ ବିଜେଡି ସୁପ୍ରିମୋ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେଡି ରଣନୀତି ପ୍ରସ୍ତୁତ କରୁଛି । ଡିସେମ୍ବର ୨୬ ପ୍ରତିଷ୍ଠା ଦିବସକୁ ବଡ ଧରଣର ଆୟୋଜନ କରିବା ପାଇଁ ଦଳ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇପାରେ । ଏଥିପାଇଁ ଦଳ ପକ୍ଷରୁ ମାରାଥନ ବୈଠକ ଚାଲିଛି । କଂଗ୍ରେସ ମଧ୍ୟ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଛି । ପିସିସି ସଭାପତି ପ୍ରଚାର ବସରେ ସାରା ଓଡିଶା ବୁଲିବା ପାଇଁ ନିଷ୍ପତି ନେଇଛି ଦଳ । ଅନ୍ୟପଟେ ବିଜେପି ଜାରି ରଖିଛି ଜନ ସମ୍ପର୍କ କାର୍ଯ୍ୟକ୍ରମ । ତେବେ ୫ରାଜ୍ୟର ନିର୍ବାଚନୀ ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତି ଆହୁରି ସରଗରମ ହେବ ବୋଲି କୁହାଯାଉଛି ।

The post କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ପୂର୍ବରୁ ବିଜେଡି ଓ ବିଜେପିରେ ନେଇଥିଲେ ନେତୃତ୍ୱ first appeared on Kanak News.

from Kanak News
via <a href="https://ifttt.com/?

ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ ! ମାଇକ ଯୋଗେ ସଚେତନ କଲା କୃଷି ବିଭାଗ

କନକ ବ୍ୟୁରୋ : ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟା ମାଡ଼ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ବି ଓଡ଼ିଶାର ଦକ୍ଷିଣ ଉପକୂଳବର୍ତି ଜିଲ୍ଲା ସମେତ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିବାରେ ଲାଗି ପଡ଼ିଛନ୍ତି ଗୁଣୁପୁର ଚାଷୀ । କୃଷି ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଗାଁଗାଁ ବୁଲି ଚାଷୀଙ୍କୁ ସଚେତନ କରାଯାଉଛି  । କଟା ହୋଇଥିବା ଧାନକୁ ସୁରକ୍ଷିତ ରଖିବା, ୪ ତାରିଖ ପୂର୍ବରୁ ଅମଳ ସାରିଦେବା,  ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଂଚନ ସାମୟିକ ବନ୍ଦ ରଖିବା ତଥା ପନିପରିବା ଓ ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୃଷିବିଭାଗ ପକ୍ଷରୁ ସଚେତନ କରାଯାଉଛି  ।

ବାତ୍ୟା ଆଶଙ୍କାକୁ ନେଇ ନବରଙ୍ଗପୁର ଚାଷୀଙ୍କ ମଧ୍ୟରେ ଭାଳେଣୀ ପଡିଛି । ଅମଳ ଫସଲକୁ କିପରି ସୁରକ୍ଷିତ ଭାବେ ସାଇତି ରଖିବେ ଏହି ଚିନ୍ତାରେ ଚାଷୀ । ଧାନ, ମକା ଓ ମାଣ୍ଡିଆ ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବର୍ଷା ହୋଇ ଫସଲ ନଷ୍ଟ ହୋଇଗଲେ କିଭଳି ଋଣ  ଶୁଝିବେ ଓ ବର୍ଷ ପାଇଁ ଖାଇବା ସାଇତି ରଖିବେ ସେହି ଚିନ୍ତା ଘାରିଛି ଚାଷୀଙ୍କୁ  ।

The post ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ ! ମାଇକ ଯୋଗେ ସଚେତନ କଲା କୃଷି ବିଭାଗ first appeared on Kanak News.

from Kanak News
via <a href="https://ifttt.com/?

କାଲି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ତେଲେଙ୍ଗାନା, ଛତିଶଗଡ଼ରେ ଆସିପାରେ କଂଗ୍ରେସ

କନକ ବ୍ୟୁରୋ : କାଲି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ ବିଧାନସଭାର ରେଜଲ୍ଟ । ତା ପୂର୍ବରୁ ପୂଜାର୍ଚ୍ଚନା କଲେଣି ନେତା । ସାରା ଦେଶର ନଜର ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ଫଳାଫଳ ଉପରେ ରହିଛି । ଆଉ ତାପୂର୍ବରୁ ଭାରତୀୟ ଜନତା ପାର୍ଟିର ବିଜୟ କାମନା କରି ଗୁଜରାଟର ସୋମନାଥ ମନ୍ଦିରରେ ପୂଜାପାଠ କରିଛନ୍ତି ଶାହା । ମଧ୍ୟପ୍ରଦେଶ ବିଜେପି ନେତା କୈଳାଶ ବିଜୟବର୍ଗୀୟ ମଧ୍ୟ ପୂଜାର୍ଚ୍ଚନା କରି ଦଳର ବିଜୟ କାମନା କରିଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଦୌସା ଜିଲ୍ଲାର ମେହନ୍ଦିପୁର ବାଲାଜୀ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବାଲାଜୀ ମନ୍ଦିରରେ ପହଁଚିଥିଲେ ବସୁନ୍ଧରା ରାଜେ ।

ଛତିଶଗଡ ଓ ତେଲେଙ୍ଗାରେ ଏଥର କଂଗ୍ରେସ ଜିତିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି । ବିଭିନ୍ନ ଏକଜିଟ ପୋଲ ଅନୁସାରେ, ଛତିଶଗଡରେ ଦ୍ୱିତୀୟ ଥର ଲାଗି ଭୂପେଶ ବାଘେଲ କଂଗ୍ରେସକୁ ବିଜୟ ଦେବେ । ତେବେ ତେଲେଙ୍ଗାରେ ଏଥର କେ.ଚନ୍ଦ୍ରଶେଖର ରାଓଙ୍କୁ କଂଗ୍ରେସ କଡା ଟକ୍କର ଦେଉଛି ବୋଲି ଅଧିକାଂଶ ଏକଜିଟ ପୋଲ ଆକଳନ କରିଛନ୍ତି । ଏଭଳି ହେଲେ ଦୀର୍ଘ ଦଶ ବର୍ଷ ପରେ ତେଲେଙ୍ଗାର ପଟ୍ଟ ପରିବର୍ତନ ହେବ ।

କାଲି ସକାଳ ୭ଟାରୁ ୪ ରାଜ୍ୟର ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହେବ । ଏହି ଫଳାଫଳକୁ ୨୦୨୪ ପୂର୍ବର ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି ।

The post କାଲି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ତେଲେଙ୍ଗାନା, ଛତିଶଗଡ଼ରେ ଆସିପାରେ କଂଗ୍ରେସ first appeared on Kanak News.

from Kanak News
via <a href="https://ifttt.com/?

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ସମ୍ଭାବ୍ୟ ବର୍ଷାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବା ପରେ ପଶ୍ଚିମ ଓ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଆହୁରି ଘନିଭୂତ ହୋଇ ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ ନେବ । ୪ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ତତସଂଲଗ୍ନ ଉତର ତାମିଲନାଡୁ ଉପକୂଳ ମୁହାଁ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଏହା ପରେ ଦକ୍ଷିଣ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଉତର ଦିଗରେ ଗତି କରିବା ଆଶଙ୍କା ରହିଛି । ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେଲୋର ଓ ମଛିଲିପଟନମ୍ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେବେ ଘଂଟା ପ୍ରତି ୧୦୦ କିଲୋମିଟର ବେଗର ଝଟକା ଦେଇପାରେ ପବନ

ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତି ଅଳ ପାଇଁ ବାତ୍ୟା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବାତ୍ୟାର ସିଧାପ୍ରଭାବ ଓଡ଼ିଶା ଉପରେ ପଡିବା ଆଶଙ୍କା କମ୍ ରହିଥିଲେ ବି ପ୍ରଭାବରେ ଓଡ଼ିଶାର ଉପକୂଳ ସମେତ ୧୫ରୁ ଅଧିକ ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୪ ତାରିଖରେ ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି ୫ ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୬ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ନବରଙ୍ଗପୁର, କଳାହାଣ୍ଡି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି

ସାମ୍ଭବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ମାର୍ଗଦର୍ଶିକା ଜାରି କରିଛି କୃଷି ବିଭାଗ । ପ୍ରବଳ ବର୍ଷା ଆଶଙ୍କା ଥିବା ୫ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏସବୁ ଜିଲ୍ଲାଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ । ଡିସେମ୍ବର ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି ।
କଟା ହୋଇଥିବା ଧାନକୁ ତୁରନ୍ତ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି । ଧାନ ଅମଳ ସମ୍ଭବ ନହେଲେ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖିବାକୁ କୁହାଯାଇଛି ।

The post ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ସମ୍ଭାବ୍ୟ ବର୍ଷାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ first appeared on Kanak News.

from Kanak News
via <a href="https://ifttt.com/?

୧୩୬ ଜଣ ବନ୍ଧକ ଏବେ ମଧ୍ୟ ହମାସ କବଜାରେ । ୩ ଜଣଙ୍କୁ ହତ୍ୟା କରିଛି ହମାସ

ଇସ୍ରାଏଲ୍ ସେନା ଦାବି କରିଛି ଯେ ଏହାର ଯୁଦ୍ଧ ବିମାନ ଗତ କିଛି ଘଣ୍ଟା ମଧ୍ୟରେ ଗାଜା ଷ୍ଟ୍ରିପ୍ ଦେଇ ହମାସ୍ ର ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ କମାଣ୍ଡ ସେଣ୍ଟର, ଟନେଲ ଏବଂ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ବ୍ୟବହାର କରିବା ପାଇଁ ବ୍ୟବହୃତ ସ୍ଥାନ ଅନ୍ତର୍ଭୁକ୍ତ ।

ହମାସ୍ ଏବଂ ଇସ୍ରାଏଲ ମଧ୍ୟରେ ୭ ଦିନର ଅସ୍ତ୍ରବିରତି ସମାପ୍ତ ହେବା ମାତ୍ରେ ଯୁଦ୍ଧ ପୁଣି ଆରମ୍ଭ ହୋଇଛି । ପ୍ରଥମେ ହମାସ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିଥିଲା । ଏହାର ଜବାବରେ ଇସ୍ରାଏଲ ପୁଣିଥରେ ହମାସ୍ ଏବଂ ହିଜବୁଲ୍ଲା  ଉପରେ ବୋମା ବର୍ଷଣ ଆରମ୍ଭ କରିଦେଇଛି ।  ଇସ୍ରାଏଲ ରାତିସାରା ଗାଜା ଉପରକୁ ରକେଟ୍ ମାଡ଼ କରିଛି ।

ଗାଜା ସହିତ ହିଜବୁଲ୍ଲା ମଧ୍ୟ ଇସ୍ରାଏଲର ଟାର୍ଗେଟ।

ଆଇଡିଏଫ୍ ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ଯୋଗେ ଲେବାନନରେ ହିଜବୁଲ୍ଲା ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ହିଜବୁଲ୍ଲା ଟାର୍ଗେଟ ବିରୋଧରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଇସ୍ରାଏଲ-ହମାସ ଯୁଦ୍ଧର ଅପଡେଟ୍ –

ଆଇଡିଏଫ୍ ଦାବି କରିଛି ଯେ ୧୩୬ ଜଣ ବନ୍ଧକ ବର୍ତ୍ତମାନ ସୁଦ୍ଧା ହମାସଙ୍କ କବଳରେ ଅଛନ୍ତି। ଏଥିରେ ୧୭ ଜଣ ମହିଳା ଏବଂ ଶିଶୁ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ହତ୍ୟା କରାଯାଇଥିବା ଜଣେ ଇସ୍ରାଏଲିଙ୍କ ମୃତଦେହକୁ ଇସ୍ରାଏଲକୁ ଅଣାଯାଇଥିଲା । ଗୁରୁବାର ତାଙ୍କ ମୃତ୍ୟୁ ଖବର ନିଶ୍ଚିତ ହୋଇଛି । ତାଙ୍କୁ କେବେ ଓ କେଉଁଠାରେ ହତ୍ୟା କରାଯାଇଥିଲା ଆମେ ଜାଣି ନାହୁଁ ବୋଲି ଇସ୍ରାଏଲ ସେନା କହିଛି ।

– ଏହା ବ୍ୟତୀତ ଗାଜାରେ ୩ ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ହତ୍ୟା କରାଯାଇଥିବା ଖବର ମଧ୍ୟ ରହିଛି । ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ତାଙ୍କୁ ବନ୍ଧକ କରି ନିଆଯାଇଥିଲା । ମୃତକମାନଙ୍କ ମଧ୍ୟରେ ୭୦ ବର୍ଷ ବୟସ୍କା ଅଫ୍ରାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି ।

–  ଇସ୍ରାଏଲ-ହାମାସ ଯୁଦ୍ଧ ବିଷୟରେ ୬୧ ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି। ସିପିଜେ ଅନୁଯାୟୀ ୫୪ ପାଲେଷ୍ଟାଇନ, ୪  ଇସ୍ରାଏଲ ଏବଂ ୩  ଲେବାନନ  ସାମ୍ବାଦିକ ନିହତ ହୋଇଛନ୍ତି ।

–  ଆମେରିକା ମଧ୍ୟ ହମାସକୁ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି । ହ୍ଵାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ବର୍ତ୍ତମାନର ପରିବେଶ ପାଇଁ ହମାସ ଦାୟୀ ।

– ଗତ କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲର ସେନା ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପରେ ହମାସର ଆଡ୍ଡା ଉପରେ ଆକାଶମାର୍ଗାରୂ ପ୍ରବଳ ଆକ୍ରମଣ କରିଛି । ଯେଉଁଥିରେ ହମାସର ବହୁତ କ୍ଷୟକ୍ଷତି  ହୋଇଛି ବୋଲି ଇସ୍ରାଏଲ ସେନା ଦାବି କରିଛି ।

– ଆଇଡିଏଫ୍ କହିଛି ଯେ ଗାଜାରେ ଡିଭିଜନ୍ ମନିଟରିଂ ସୈନ୍ୟଙ୍କ ରାଡାରରେ ଆସିଥିବା ଅନେକ ହମାସ ଟାର୍ଗେଟ ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଗାଜାରେ ଦୁଇଟି ମୋର୍ଟାର ଲଞ୍ଚ ସ୍କାଡ ବିରୋଧରେ ଏୟାର ଷ୍ଟ୍ରାଇକ ମଧ୍ୟ କରାଯାଇଛି ବୋଲି ଆଇଡିଏଫ ଦାବି କରିଛି ।

– ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୧୪,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ଅଲରାଉଣ୍ଡ ଗ୍ରାଉଣ୍ଡ ଏବଂ ଗାଜାରେ ବାୟୁ ଆକ୍ରମଣରେ କୃତ୍ରିମ ବୁଦ୍ଧିମତା ମଧ୍ୟ ବ୍ୟବହାର କରାଯାଉଛି। ଅକ୍ଟୋବର ୭ ରେ ହୋଇଥିବା ମାରାତ୍ମକ ରକେଟ୍ ଆକ୍ରମଣ ପରେ ଇସ୍ରାଏଲ ହମାସକୁ ଶେଷ କରିବାକୁ ଶପଥ ନେଇଛି। ଏହି ଆକ୍ରମଣରେ ଅତି କମରେ ୧୪୦୦ ଲୋକ ପ୍ରାଣ ହରାଇଥିଲେ।

– ଏକ ସପ୍ତାହ ଧରି ଚାଲିଥିବା ଅସ୍ତ୍ରବିରତି ଉଲ୍ଲଂଘନ ସମୟରେ ହମାସ୍ ଗାଜାରେ ୧୦୦ ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଇସ୍ରାଏଲ୍ ଥିଲେ। ଏହାର ଜବାବରେ ଇସ୍ରାଏଲ ମଧ୍ୟ ୨୪୦ ପାଲେଷ୍ଟାଇନ୍ ଲୋକଙ୍କୁ ମୁକ୍ତ କରିଛି ।

The post ୧୩୬ ଜଣ ବନ୍ଧକ ଏବେ ମଧ୍ୟ ହମାସ କବଜାରେ । ୩ ଜଣଙ୍କୁ ହତ୍ୟା କରିଛି ହମାସ first appeared on Kanak News.

from Kanak News
via <a href="https://ifttt.com/?

ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ଫୁଲବାଣୀ ପୁତୁଡି ଜଳପ୍ରପାତ । ଘାଟିଦେଇ ବିପଦ ପୁର୍ଣ୍ଣ ରାସ୍ତାରେ ଯାଉଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : ପ୍ରାକୃତିକ ମନୋରମ ପରିବେଶରେ ରହିଛି ପର୍ଯ୍ୟଟନସ୍ଥଳୀ । ଫୁଲବାଣୀ ଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ  ପୁତୁଡି ଜଳପ୍ରପାତ । ଅତି ମନୋରମ ପରିବଶେରେ ଥିବା ବେଳେ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏହି ଜଳପ୍ରପାତକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନସ୍ଥଳୀର ମାନ୍ୟତା ବି ମିଳିସାରିଛି । ହେଲେ ପର୍ଯ୍ୟଟନସ୍ଥଳୀ ବିକାଶ କଥା ଭୁଲି ଯାଇଛନ୍ତି ସବୁ । ଯାହା ଫଳରେ ଅତି ସୁନ୍ଦର ପରିବେଶରେ ଥିବା ପୁତୁଡି ଜଳପ୍ରପାତକୁ ପର୍ଯ୍ୟଟକ ମାନେ ପହଂଚିବା ବହୁ କଷ୍ଟକର ହୋଇଥିବା ବେଳେ ଆସିବା ମଧ୍ୟ କମିଗଲାଣି । ଳପ୍ରାପତ ପର୍ଯ୍ୟନ୍ତ ପହଂଚିବା ପୂର୍ବରୁ ୬ ରୁ ୭ କିଲୋମିଟର ଜଙ୍ଗଲ ଓ ଘାଟି ରାସ୍ତା ଦେଇ ଯିବାକୁ ହୁଏ । ତାପୁଣି ଅତି ଶୋଚନୀୟ ଅବସ୍ଥାରେ ରହିଛି । ପର୍ଯ୍ୟଟନସ୍ଥଳୀରେ କିଛି ଯୋଜନାର କରାଯାଇଥିଲା । ହେଲେ ତାହାବି ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ପର୍ଯ୍ୟଟକ ଏହି ସ୍ଥାନର ମୁହଁ ଫେରାଇ ନେଲେଣି ।

ଘଂଚ ଜଙ୍ଗଲ ପାହାଡ ଘେରା ପରିବେଶ ମଧ୍ୟରେ ରହିଛି ପୁତୁଡି ଜଳପ୍ରପାତ । ହେଲେ ସମସ୍ୟା ଯୋଗୁ ବିପର୍ଯ୍ୟସ୍ତ ହୋଇପଡିଛି ଏହି ପର୍ଯ୍ୟଟନସ୍ଥଳୀ । ପୁତୁଡି ଜଳପ୍ରପାତ ନିକଟରେ ବିଗତ ବର୍ଷ ଗୁଡିକରେ ଆମ ଗାଁ ଆମ ବିକାଶ ଯୋଜନା ରେ କିଛି କିଛି ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲା । କିନ୍ତୁ ସେ ସବୁ ମଧ୍ୟ ବର୍ତମାନ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି । ତେଣୁ ପୁତୁଡି ପର୍ଯ୍ୟଟନସ୍ଥଳୀ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ବହୁବାର ସମସ୍ୟା ନେଇ ଜଣାଯାଇଛି । ହେଲେ ଏପର୍ଯ୍ୟନ୍ତ ସମସ୍ୟା ପ୍ରତି କାହାର ନଜର ନାହିଁ । ବିକାଶ ପ୍ରତି କହାର ନଜର ପଡୁନଥିବା ବେଳେ ଅସନ୍ତୋଷ ବଢିଚାଲିଛି ।

ସମସ୍ୟା ଭିତରେ ରହିଥିବା ଏହି ପର୍ଯ୍ୟଟନସ୍ଥଳୀ ପୁତୁଡି ଜଳପ୍ରପାତ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦିଆଯାଇପାରିଲେ ବହୁ ପର୍ଯ୍ୟଟକଙ୍କ ଭିଡ ଲାଗିବ ।

The post ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ଫୁଲବାଣୀ ପୁତୁଡି ଜଳପ୍ରପାତ । ଘାଟିଦେଇ ବିପଦ ପୁର୍ଣ୍ଣ ରାସ୍ତାରେ ଯାଉଛନ୍ତି ପର୍ଯ୍ୟଟକ first appeared on Kanak News.

from Kanak News
via <a href="https://ifttt.com/?

ଶାଗ ମାଛ ଦରରେ ଆଦିବାସୀଙ୍କ ଜମି ଅଧିଗ୍ରହଣ । ମାଲକାନଗିରିରେ ଜମିହରାଙ୍କୁ ବଜାର ଦରଠୁ କମ୍ ମୂଲ୍ୟ ପ୍ରଦାନ ଅଭିଯୋଗ

କନକ ବ୍ୟୁରୋ : ଶାଗ ମାଛ ଦରରେ ଜମି ଅଧିଗ୍ରହଣ । ସରକାରୀ ମୁଲ୍ୟ ୩ କୋଟି ୩୦ ଲକ୍ଷ । ଅଧିଗ୍ରହଣ ହେଉଛି ୬ ଲକ୍ଷ ଟଙ୍କା ଏକର ପିଛା ଦରରେ । ଏ ହେଉଛି ମାଲାକନଗିରି ଜିଲ୍ଲାରେ ଜାତୀୟ ରାଜପଥ ଲାଗି ଚାଲିଥିବା ଭୁମି ଅଧିଗ୍ରହଣର ବାସ୍ତବ ଚିତ୍ର । ମାଲକାନଗିରି ଜିଲ୍ଲା ଦେଇ ଯାଇ ଥିବା ୩୨୬ ନଂ ଜାତୀୟ ରାଜପଥରେ ଥିବା ୯ ଟି ତଳିଆ ପୋଲ ନିକଟରେ ସୁ-ଉଚ୍ଚ ପୋଲ ନିର୍ମାଣ ଚାଲିଛି । ମାଲକାନଗିରି ସିଖପାଲି ପଂଚାୟତ ଅନ୍ତର୍ଗତ ପାଲକୋଣ୍ଡା ଓ ଏମଭି-୧୯ ଗାଁ ନିକଟରେ ମଧ୍ୟ ଗୋଟିଏ ପୋଲ ନିର୍ମାଣ କାମ ଆଗେଇ ଚାଲି ଥିବାବେଳେ ଗରିବଙ୍କ ଜମିକୁ ଶାଗ ମାଛ ଦରରେ ଅଧିଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି । ପାଲକୋଣ୍ଡା ଗାଁରେ ମଧ୍ୟ ୧୯ ସେନ୍ଟ ଜାଗା ଅଧିଗ୍ରହଣ କରାଯାଉ ଥିବାବେଳେ ଏକ କୋଟି ୮୭ ଲକ୍ଷ ଟଙ୍କା ହିସାବରେ ଜମିର ସରକାରୀ ମୁଲ୍ୟ ୩୫ ଲକ୍ଷ ୫୩ ହଜାର ଚଙ୍କା ହବା କଥା । ତେବେ ସରକାରୀ ଦରର ତିନି ଗୁଣ କହି ମାତ୍ର ୩ ଲକ୍ଷ ୫୯ ହଜାର ୯୯୫ ଟଙ୍କା ଦେବା ଲାଗି ନୋଟିସ ପ୍ରଦାନ କରିଛି ଭୁମି ଅଧିଗ୍ରହଣ ବିଭାଗ ।

ଜମି ହରାଙ୍କୁ କମ ଦର ପ୍ରଦାନ ପଛରେ ଅଜବ ଯୁକ୍ତି ସାମନାକୁ ଆସୁଛି । ଭୁଲ ବଶତ ଦର ସଂଖ୍ୟା ପଡି ଯାଇଥିବା କଥା ଏବେ ଭୁମି ଅଧିଗ୍ରହଣ କାର୍ଯ୍ୟାଳୟରୁ ଆସୁ ଥିବାବେଳେ ସେଠାକାର ଜମିର ପ୍ରକୃତ ମୁଲ୍ୟ କଣ ତାହାର ତର୍ଜମା କରାଯିବ । ଏହାପରେ ଯାଇ ଜମି ହରାଙ୍କୁ ମୁଲ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ।

ସେପଟେ ଜମି ଅଧିଗ୍ରହଣ ପ୍ରକ୍ରିୟା ନସରୁଣୁ ଠିକା କାମ କରୁଥିବା କମ୍ପାନୀ ଏକ ପାଖିଆ ଭାବେ ଲୋକଙ୍କ ଜମି ଉପରେ କାମ ଆରମ୍ଭ କରା ଯାଇଥିବା ଅଭିଯୋଗ ହୋଇଛି । ତେଣୁ ଜମି ହରାଙ୍କୁ ଉଚିତ ମୁଲ୍ୟ ପ୍ରଦାନ କରା ଯାଇ କାମ ଆରମ୍ଭ ନ କଲେ ଆଗାମି ଦିନରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ।

The post ଶାଗ ମାଛ ଦରରେ ଆଦିବାସୀଙ୍କ ଜମି ଅଧିଗ୍ରହଣ । ମାଲକାନଗିରିରେ ଜମିହରାଙ୍କୁ ବଜାର ଦରଠୁ କମ୍ ମୂଲ୍ୟ ପ୍ରଦାନ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ପାଣି ଅଭାବ ସାଙ୍ଗକୁ ଜଳସେଚନରେ ଅବ୍ୟବସ୍ଥା । ଫସଲ ନଷ୍ଟ ସହ ଧାନରୁ ବାହାରୁନି ଥୋଡ, ଗାଁରେ ଡେଙ୍ଗୁରା ବଜାଇ ଚାଷୀଙ୍କ ମେଳି

କନକ ବ୍ୟୁରୋ : ଅଭାବି ବର୍ଷା ସାଙ୍ଗକୁ ଜଳ ସେଚନର ଅବ୍ୟବସ୍ଥା ଉଜାଡି ଦେଇଛି ଚଳିତ ବର୍ଷର ଧାନ ଚାଷ । ବର୍ଷ ସାରା ଖାଇବେ କଣ ଆଉ ଚାଷ ପାଇଁ ଆଣିଥିବା ରୁଣ ପରିଷୋଧ କରିବେ କିପରି ତାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ କୁଳ । ସ୍ୱଳ୍ପ ବୃଷ୍ଟିପାତ ଚଳିତ ବର୍ଷର ଖରିଫ ଫସଲ ଧାନକୁ ପୁରା ଉଜାଡି ଦେଇଛି । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ଅନେକ ଜମିର ଧାନ ଗଛ ପୋଡି ଯାଇଛି । ପୁଣି ଯେଉଁ କେତକ ଜମିରେ ଧାନ ଗଛ ବଂଚିଛି ସେଥିରେ ଧାନ କେଣ୍ଡାଏ ବି ନାହିଁ । ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡବନ୍ଧରେ ଚାଷୀ ଆନ୍ଦୋଳନପାଇଁ ସଜବାଜ ହେଲେଣି । କ୍ଷତି ହୋଇଥିବା ଚାଷିଙ୍କ ତାଲିକା ପ୍ରସ୍ତୁତ କରି ଆଗାମି ଦିନରେ ବଡ ଧରଣର ଆନ୍ଦୋଳ କରିବା ପାଇଁ ପ୍ରସ୍ତୁତ ହେଲେଣି ଚାଷୀ । ଏହା ସହ ପଂଚାୟତକୁ ମରୁଡି ଘୋଷଣା ସହ ବ୍ୟାଙ୍କରୁ ଆଣିଥିବା କୃଷି ରୁଣ ଛାଡ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ଭଂଜନଗର ଉପଖଣ୍ଡରେ ଦୁଇ ମାସରୁ ଅଧିକ ଦିନ ହେଲା ବର୍ଷା ନାହିଁ । ପଂଳରେ ଚାଷଜମି ଫାଟି ଆଁ କରିଛି । ଧାନ କେଣ୍ଡା ଧରବିା ସମୟରେ ଜମିରେ ଧାନ ଗଛ ମରିଗଲାଣି । ସେପଟେ ଚାଷୀ ମାନେ ଗାଇ ଗୋରୁ ଚରିବାକୁ ଛାଢ଼ିଦେଇଛନ୍ତି ଧାନ କ୍ଷେତରେ । ଭଂଜନଗର ବ୍ଳକର ବିଭିନ୍ନ ସ୍ଥାନରଏହି ସମସ୍ୟା ଦେଖିବାକୁ ମିିଳିଛି । ସେହିଭଳି ତିନି ତିନିଟି ଜଲସେଚନ ପ୍ରକଳ୍ପ ରହିଥିଲେ ବି ଚାଷୀଙ୍କୁ ପାଣି ମିଳୁନି । ପ୍ରକଳ୍ପର ସାମଗ୍ରୀ ଚୋରିଯାଇଥିବାରୁ କାମ ଅଧା ହୋଇ ପଡ଼ିରହିଛି । କେବଳ ଭଂଜନଗର ନୁହଁ ଜଗନ୍ନାଥପ୍ରସାଦ, ସୋରଡ଼ାରୁ ନେଇ ବେଲଗୁଣ୍ଠାରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଉପୁଜିଛି । ଖୁବଶିଘ୍ର ଏହି ଅଂଚଳକୁ ମରୁଡି ଘୋଷଣା କରିବାକୁ ଦାବି ହୋଇଛି । ନଚେତ୍ ଆଗକୁ ଆନେଦାଳନ କରାଯିବାର ଚେତବାନୀ ଦେଇଛନ୍ତି ଚାଷୀ ମାନେ ।

ବର୍ଷା ଅଭାବ ଯୋଗୁ ମରୁଡି ପରିସ୍ଥିତି ଉପୁଜିଛି । ଏନେଇ ମରୁଡି ଘୋଷଣା ସହ ଚାଷୀଙ୍କୁ ସହାୟତା ଦିଆଯାଇପାରିଲେ ଚାଷୀ ମାନେ ଉପକୃତ ହୋଇପାରିବେ ।

The post ପାଣି ଅଭାବ ସାଙ୍ଗକୁ ଜଳସେଚନରେ ଅବ୍ୟବସ୍ଥା । ଫସଲ ନଷ୍ଟ ସହ ଧାନରୁ ବାହାରୁନି ଥୋଡ, ଗାଁରେ ଡେଙ୍ଗୁରା ବଜାଇ ଚାଷୀଙ୍କ ମେଳି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started