ଜଣେ ୩୦ ବର୍ଷ ବୟସ୍କା ମହିଳା ଏହି ଅଜବ ଚୋରି କରିଛନ୍ତି । ସେ ୨୨ ଲକ୍ଷ ମୂଲ୍ୟର ଡୋନେଟ୍ସ (ମିଠା) ଚୋରୀ କରିଛନ୍ତି । ମହିଳା ଜଣକ ଏକ ସର୍ଭିସ ଷ୍ଟେସନରେ ଏହି ଘଟଣା ଘଟାଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ମହିଳାଙ୍କୁ ଖୋଜିବା ଆରମ୍ଭ କରିଛି ।
ଚୋରିର ଏହି ଅଜବ ଘଟଣା ଅଷ୍ଟ୍ରେଲିଆର ସିଡନୀରେ ଘଟିଛି ।
ଆପଣ ଅନେକ ବଡ ଚୋରି ବିଷୟରେ ଶୁଣିଥିବେ ନିଶ୍ଚୟ, କିନ୍ତୁ ଚୋରିର ଏପରି ଏକ ଅନନ୍ୟ ଘଟଣା ଅଷ୍ଟ୍ରେଲିଆର ସିଡନୀରେ ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏଠାରେ ଚୋର ଘରୁ କୌଣସି ମୂଲ୍ୟବାନ ସାମଗ୍ରୀ ଚୋରି କରିନଥିଲା, ବରଂ ୧୦ ହଜାରରୁ ଅଧିକ ତାଜା ତିଆରି ଡୋନାଟସ୍ ଚୋରି କରିଥିଲା । ଏହି ଡୋନାଟ୍ସର ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।
ସ୍ଥାନୀୟ ଖବରକାଗଜ ନାଇପୋଷ୍ଟ ଅନୁଯାୟୀ, ମିଠାର ଶୌକୀନ ଥିବା ଜଣେ ମହିଳା ତାଜା ଡୋନେଟ୍ସ ଭର୍ତି ହୋଇଥିବା ଏକ ଭ୍ୟାନ୍ ଲୁଟି ନେଇଥିବା ଜଣାଯାଇଛି । ମହିଳାଙ୍କ ବୟସ ପ୍ରାୟ ୩୦ ବୋଲି କୁହାଯାଉଛି । ସେ ଏକ ସର୍ଭିସ ଷ୍ଟେସନରେ ପାର୍କିଂ ହୋଇଥିବା ଏକ ଭ୍ୟାନରେ ପ୍ରବେଶ କରି ତାକୁ ନେଇ ଚମ୍ପଟ ମାରିଥିଲେ । ଭ୍ୟାନରେ ପ୍ରାୟ ୧୦ ହଜାର ସତେଜ ନିର୍ମିତ ଡୋନେଟ୍ସ ଥିଲା, ଯାହାର ମୂଲ୍ୟ ୪୦ ହଜାର ଅଷ୍ଟ୍ରେଲିୟ ଡଲାର (୨୨ ଲକ୍ଷରୁ ଅଧିକ ଭାରତୀୟ ମୁଦ୍ରା) ବୋଲି କୁହାଯାଉଛି ।
ଏହି ଚୋରି ଘଟଣା ନ୍ୟୁ ସାଉଥ ୱେଲ୍ସର ନ୍ୟୁକେଲସ ଅଞ୍ଚଳରେ ସକାଳ ପ୍ରାୟ ୩ଟା ସମୟରେ ଘଟିଥିଲା । ଭ୍ୟାନ ଡ୍ରାଇଭର ସେବା ଷ୍ଟେସନରେ ଦେୟ ଦେଉଥିବା ବେଳେ ଏହା ଘଟିଥିଲା । ବର୍ତ୍ତମାନ ସିସିଟିଭି ଫୁଟେଜ ଆଧାରରେ ପୋଲିସ ମହିଳା ଚୋରକୁ ଖୋଜିବା ଆରମ୍ଭ କରିଛି ।
ଏକ ସ୍ପେଶାଲ କଲେକ୍ଶନ ଲଞ୍ଚ କରିବାକୁ ପ୍ରସ୍ତୁତି ଚାଲିଥିଲା
ଚୋରି ହୋଇଥିବା ମିଠାଗୁଡ଼ିକରେ ଏକ ସ୍ୱତନ୍ତ୍ର ଥିମ୍ ଖ୍ରୀଷ୍ଟମାସ କଲେକ୍ଶନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଯାହା ଆଗାମୀ ପାର୍ବଣ ଋତୁରେ ‘କ୍ରିସ୍ପି କ୍ରେମ’ ବେକରୀ ଆରମ୍ଭ କରିବାକୁ ଯୋଜନା କରିଥିଲା । ଖ୍ରୀଷ୍ଟମାସ ଡୋନାଟ୍ ସହିତ, ଭ୍ୟାନ୍ ରେ କିଛି ନିୟମିତ ଡୋନେଟ୍ସ ମଧ୍ୟ ଥିଲା, ଯାହା ବିତରଣ ପାଇଁ ରଖାଯାଇଥିଲା । ତେବେ ଏହା ଗ୍ରାହକଙ୍କୁ ନିରାଶ କରିବ ନାହିଁ ବୋଲି ବେକେରୀ ନିଶ୍ଚିତ କରିଛି । ସେମାନେ ସେମାନଙ୍କର ଡୋନେଟ୍ସ ନିଶ୍ଚିତ ସମୟ ଭିତରେ ପାଇବେ ।
ଚୋରି ଘଟଣା ବିଷୟରେ ବେକେରୀ କ’ଣ କହିଲା ?
କମ୍ପାନୀ ଏହି ଘଟଣାର ଜବାବ ଦେଇ କହିଛି ଯେ ଆମେ ଖୁଶିର ସହିତ ଘୋଷଣା କରୁଛୁ ଯେ ଗ୍ରାହକ ଯେଉଁମାନେ କି କ୍ରୟ କରିବାକୁ କ୍ରିସପି କ୍ରେମ ଚାର୍ଲଷ୍ଟାଉନରେ ଅର୍ଡର ଦେଇଛନ୍ତି କିମ୍ବା କିଣିବାକୁ ଭାବୁଛନ୍ତି ସେମାନେ ସେମାନଙ୍କର ଡୋନେଟ୍ସ ଠିକ ସମୟରେ ପାଇବେ । ଆମେ ପୂର୍ବରୁ ଷ୍ଟକ୍ କରି ରଖିସାରିଛୁ । ଏଥିସହ ବେକେରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ପୋଲିସକୁ ମଧ୍ୟ କୃତଜ୍ଞତା ଜଣାଇଛି ।
The post ଏକ ଅଜବ ଚୋରି : ଚୋର ୨୨ ଲକ୍ଷ ଟଙ୍କା ମୂଲ୍ୟର ମିଠା ନେଇଗଲା : ପୋଲିସ ବି ଚିନ୍ତାରେ first appeared on Kanak News.
from Kanak News
via <a href="https://ifttt.com/?