ଫଳାଫଳ ଘୋଷଣା ପୂର୍ବରୁ ବିଜେପି ସାଂସଦ ଦେଲେ ସଂକେତ । କହିଲେ, ଟୋଙ୍କରୁ ବିଜୟୀ ହୋଇପାରନ୍ତି ସଚିନ ପାଇଲଟ ।

କନକ ବ୍ୟୁରୋ : ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ପରାଜୟ ସ୍ୱୀକାର କରିଛନ୍ତି ବିଜେପି ସାଂସଦ ସୁଖବୀର ଜୋନପୁରିଆ । ଚଳିତ ବିଧାନସଭା ନିର୍ବାଚନରେ ଟୋଙ୍କ ଆସନରୁ କଂଗ୍ରେସ ପ୍ରାର୍ଥୀ ସଚିନ ମୈଦାନକୁ ଓହ୍ଳାଇଥିଲେ । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ପରାଜୟ ନେଇ ସଂକେତ ଦେଇଛନ୍ତି ସୁଖବୀର । ସେ କହିଛନ୍ତି, ଟୋଙ୍କରେ ଅଳ୍ପସଂଖ୍ୟକଙ୍କ ଭୋଟ ବହୁତ ଅଧିକ । ସେମାନେ ଅନ୍ୟ କାହାକୁ ଭୋଟ ତ ଦେବାର ସମ୍ଭାବନା ନାହିଁ । ଟୋଙ୍କରେ ମୁସଲିମ୍ ଭୋଟ କଂଗ୍ରେସ ପକ୍ଷରେ ଥିବାରୁ ପାଇଲଟଙ୍କ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ସୁଖବୀର ।

ଟୋଙ୍କ ଆସନ ସଚିନ ପାଇଲଟଙ୍କ ପାରମ୍ପରିକ ଆସନ । ଏଠାରେ ଗୁଜ୍ଜର ଓ ଅଳ୍ପସଂଖ୍ୟକ ଭୋଟର କଂଗ୍ରେସର ସବୁଠୁ ବଡ ଭୋଟବ୍ୟାଙ୍କ । ଗୁଜ୍ଜରଙ୍କ ସହ ସଚିନଙ୍କର ବହୁତ ଭଲ ସମ୍ପର୍କ । ତେଣୁ ବିଜେପି ପାଇଁ ଏହି ଆସନ ସବୁବେଳେ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି କରେ । କାରଣ ଏଠାରେ ଥିବା ଧାର୍ମିକ ଓ ଜାତିଗତ ସମୀକରଣ ବିଜେପି ସପକ୍ଷରେ ରୁହେନି । ଚଳିତ ନିର୍ବାଚନରେ ସଚିନ ପାଇଲଟଙ୍କ ବିପକ୍ଷରେ ବିଜେପି ଅଜିତ୍ ସିଂ ମେହେଟ୍ଟାଙ୍କୁ ମୈଦାନକୁ ଓହ୍ଳାଇଥିଲା । ନିର୍ବାଚନ ପ୍ରଚାର ସମୟରେ ସଚିନଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ଛାଡିନଥିଲେ ଅଜୟ । ଟୋଙ୍କର ସ୍ଥାନୀୟ ବାସିନ୍ଦା ଭାବେ ତାଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ ଅଜିତ । ଏହାସହ ସଚିନଙ୍କୁ ବାହାର ଅଞ୍ଚଳର ଲୋକ ବୋଲି କହିଥିଲେ । ଏହାସହ ଅଜୟ କହିଛନ୍ତି, ଗତଥର ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚିତ୍ରଣ କରାଯାଇଥିବାରୁ ଟୋଙ୍କ ବାସିନ୍ଦା ଭୋଟ ଦେଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ସେ ଲାଭ ସଚିନଙ୍କୁ ମିଳିବ ନାହିଁ ।

ଗତ ନିର୍ବାଚନରେ ସଚିନ ପାଇଲଟ ବିଜେପି ପ୍ରାର୍ଥୀ ୟୁନିସ ଖାନଙ୍କୁ ୫୪୧୭୯ ଭୋଟରେ ମାତ୍ ଦେଇଥିଲେ । ଟୋଙ୍କ ଆସନରେ ଅଧିକ ସଂଖ୍ୟକ ମୁସଲିମ, ଗୁଜ୍ଜର, ଓ ଅନୁସୂଚିତ ଜନଜାତି ଭୋଟର ରହିଛନ୍ତି । ଯେଉଁମାନେ କଂଗ୍ରେସର ସବୁଠୁ ବଡ ଭୋଟ ବ୍ୟାଙ୍କ୍ । ସେହିଭଳି ଚଳିତ ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଥିବା ଅଶୋକ ବୈରବା ମଧ୍ୟ ସଚିନ ପାଇଲଟଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ । ଏପରିକି ତାଙ୍କ ପ୍ରଚାର କରିବାକୁ ମଧ୍ୟ ଘୋଷଣା କରିଥିଲେ । ନାମାଙ୍କନପତ୍ର ପ୍ରତ୍ୟାହାର କରିବାର ସମୟ ଶେଷ ହୋଇ ଯାଇଥିବାରୁ ଅଶୋକ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିନଥିଲେ ।

The post ଫଳାଫଳ ଘୋଷଣା ପୂର୍ବରୁ ବିଜେପି ସାଂସଦ ଦେଲେ ସଂକେତ । କହିଲେ, ଟୋଙ୍କରୁ ବିଜୟୀ ହୋଇପାରନ୍ତି ସଚିନ ପାଇଲଟ । first appeared on Kanak News.

from Kanak News
via <a href="https://ifttt.com/?

ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି । ଘଣ୍ଟା ପ୍ରତି ୧୦୦ କିଲୋମିଟରରେ ବେଗରେ ବହିବ ପବନ । ୨୪ଘଣ୍ଟାରେ ନେବ ବାତ୍ୟାର ରୂପ ।

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତି ଅଂଚଳ ପାଇଁ ବାତ୍ୟା ସତର୍କତା ଜାରି କଲା ପାଣିପାଗ ବିଭାଗ । ଉପକୂଳବର୍ତି ଜିଲ୍ଲାଗୁଡିକ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ଧିରେ ଧିରେ ଉତର ପଶ୍ଚିମ ଦିଗରେ ଗତିକରୁଛି । ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତର ତାମିଲନାଡୁ ଉପକୂଳରେ ପହଂଚିବ । ଏହା ପରେ ଉତର ପଶ୍ଚିମ ଦିଗରେ ଗତି କରି ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେଲୋର ଓ ମଛଲିପଟନମ୍ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଗତ ୬ ଘଣ୍ଟା ହେଲା ଏହା ୧୮ କିଲୋମିଟର ବେଗରେ ଗତି କରୁଛି । ବାତ୍ୟାର ପିକ ସମୟରେ ଘଂଟା ୧୦୦ କିଲୋମିଟର ବେଗର ପବନ ବହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳ ସମେତ ୧୫ରୁ ଅଧିକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ଆସନ୍ତାକାଲି ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୪ତାରିଖରେ ସେହିପରି ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୭ରୁ ୧୧ ସେଂଟିମିଟର ବର୍ଷା ହୋଇପାରେ । ସେହିପରି ୫ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୬ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ରୁ ୨୦ ସେଂଟିମିଟର ପର୍ଯ୍ୟନ୍ତ ହୋଇପାରେ ବର୍ଷା । ନବରଙ୍ଗପୁର, କଳାହାଣ୍ଡି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

The post ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି । ଘଣ୍ଟା ପ୍ରତି ୧୦୦ କିଲୋମିଟରରେ ବେଗରେ ବହିବ ପବନ । ୨୪ଘଣ୍ଟାରେ ନେବ ବାତ୍ୟାର ରୂପ । first appeared on Kanak News.

from Kanak News
via <a href="https://ifttt.com/?

ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ । ବାରିପଦା ଜ୍ୟୋତିପୁର ମାଝିସାହିରେ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ଖସିଗଲା ଗୋଡ ।

କନକ ବ୍ୟୁରୋ: ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ । ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ମାଝିସାହି ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକ ମାନେ ହେଲେ ୬ ବର୍ଷର ଝିଅ ମାଲ୍ଲ ମାଝୀ ଏବଂ ୨ ବର୍ଷର ପୁଅ କାର୍ତ୍ତିକ ମାଝୀ । ଘରପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ିଯାଇଥିଲେ ଭାଇ-ଭଉଣୀ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିି ଶବ ଉଦ୍ଧାର କରିଛି ।

The post ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ । ବାରିପଦା ଜ୍ୟୋତିପୁର ମାଝିସାହିରେ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ଖସିଗଲା ଗୋଡ । first appeared on Kanak News.

from Kanak News
via <a href="https://ifttt.com/?

‘ଟୁ ଷ୍ଟେଟ’ ଥିଓରି ଉପରେ ପୁଣି ଜୋର ଦେଲେ ମୋଦି । ଇସ୍ରାଏଲ ରାଷ୍ଟ୍ରପତିଙ୍କୁ କହିଲେ ଏମିତି କଥା

 

ସମସ୍ତେ ଜାଣିଛନ୍ତି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଅହିନକୁଳ ସମ୍ପର୍କ । ସୀମା ବିବାଦକୁ ନେଇ ବର୍ଷ ବର୍ଷ ଧରି ଯୁଦ୍ଧ ଲାଗିରହିଛି ।  ଦୁଇ ପକ୍ଷରୁ ହଜାର ହଜାର ଲୋକ ମୃତ୍ଯୁବରଣ କରିଛନ୍ତି । ଗତ ଅକ୍ଟୋବର ମାସରୁ ଆରମ୍ଭ ହେଇଥିବା ଯୁଦ୍ଧ ଏ ପାର୍ଜୟତଂ ଥମିବାର ନାଁ ନେଉନାହିଁ ।

ଯୁଦ୍ଧବିରତି ନେଇ ଅନେକ ଆଲୋଚନା ଚାଲିଛି । କିଛି ଫଳପ୍ରଦ ହେଉନାହିଁ । ଏହି ସମୟରେ ଦୁବାଇରେ ଚାଲିଥିବା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ COP28 ପାଇଁ ସଂଯୁକ୍ତ ଆରବ ଏମିରେଟ୍ସରେ ଦୁବାଇରେ ପହଞ୍ଚିଛନ୍ତି ।  ଜଳବାୟୁ ଉପରେ ବିଶ୍ୱସ୍ତରୀୟ ନେତାଙ୍କ ସହ ଏଠାରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ଏହା ବ୍ୟତୀତ ସେ ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କୁ ଭେଟିଥିଲେ। ସେ ‘ଟୁ ଷ୍ଟେଟ’ ଥିଓରି ଉପରେ ଆଗକୁ ବଢିବା ପାଇଁ ତାଙ୍କୁ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ରାଷ୍ଟ୍ରପତିଙ୍କୁ ଦୁବାଇରେ ଅନୁଷ୍ଠିତ ସମ୍ମିଳନୀ COP28 ସମ୍ମିଳନୀରେ ଭେଟିଛନ୍ତି । ହାମାସ ସହିତ ଯୁଦ୍ଧ ପରେ ପ୍ରଥମ ଥର ପାଇଁ  ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କୁ ଭେଟିଥିଲେ। ଜଳବାୟୁ ପରିବର୍ତ୍ତନ ଉପରେ ଆୟୋଜିତ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଦୁବାଇରେ ପହଞ୍ଚିଥିଲେ। ସେ ଏହି ବୈଠକରେ ଟୁ ଷ୍ଟେଟ ଥିଓରି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଅସ୍ତ୍ରବିରତି ଉଲ୍ଲଂଘନ ବିଷୟରେ ଉଲ୍ଲେଖ କରିନାହାଁନ୍ତି କିନ୍ତୁ ଗାଜାକୁ ନିରନ୍ତର ମାନବିକ ସହାୟତା ପଠାଇବାକୁ ନିବେଦନ କରିଛନ୍ତି ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଅକ୍ଟୋବର ୭ ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ୍ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ଦୁଃଖପ୍ରକାଶ କରିଛନ୍ତି । ହମାସ ଦ୍ୱାରା ବନ୍ଧକ ମୁକ୍ତ ହେବା ଭଳି ପଦକ୍ଷେପକୁ ମଧ୍ୟ ସ୍ୱାଗତ କରିଛନ୍ତି ।  ତେବେ ବନ୍ଧକମାନଙ୍କର ମୁକ୍ତି ପ୍ରକ୍ରିୟା ବର୍ତ୍ତମାନ ବନ୍ଦ ହୋଇଯାଇଛି । ଅସ୍ତ୍ରବିରତି ଶେଷ ହେବା ପରଠାରୁ ଇସ୍ରାଏଲ ପୁଣିଥରେ ଗାଜା ଉପରେ ଆକ୍ରମଣ ଜାରିରଖିଛି ।  ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ଇତି ମଧ୍ୟରେ ହଜାର ହଜାର ଶିଶୁଙ୍କ ସମେତ ମୋଟ ୧୫,୦୦୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ।

 

 

 

The post ‘ଟୁ ଷ୍ଟେଟ’ ଥିଓରି ଉପରେ ପୁଣି ଜୋର ଦେଲେ ମୋଦି । ଇସ୍ରାଏଲ ରାଷ୍ଟ୍ରପତିଙ୍କୁ କହିଲେ ଏମିତି କଥା first appeared on Kanak News.

from Kanak News
via <a href="https://ifttt.com/?

ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା  କଲେ  ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ମଠ ଗୁଡିକର ପୁନଃରୁଦ୍ଧାର ଉପରେ ଦେଲେ  ଗୁରୁତ୍ୱ । 

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପରୁ ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଆଜି ଭୋରୁ ଭୋରୁ ଶ୍ରୀକ୍ଷେତ୍ରରେ ପହଞ୍ଚି ଯାଇଥିଲେ ପାଣ୍ଡିଆନ୍ । ସକାଳ ୫ରୁ ୭ ଟା ଯାଏଁ ୨ ଘଣ୍ଟା ଧରି ପୁରୀ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଦକ୍ଷ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି । ମଠ ଗୁଡିକର ପୁନଃରୁଦ୍ଧାର ଓ ଶ୍ରୀମନ୍ଦିରର ଉତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାର ଲ୍ୟାଣ୍ଡସ୍କାପିଂ କାମ ଡିସେମ୍ବର ୯ ତାରିଖ ସୁଦ୍ଧା ସରିବାକୁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ୍ ।

ଏହାସହ ଦୋଳବେଦୀ ଅଞ୍ଚଳର ତ୍ୱରିତ୍ ବିକାଶ, ଅଧିକ ଦକ୍ଷ କାରିଗର ନିଯୁକ୍ତ କରି ଏମାର ମଠ, ପଞ୍ଜାବୀ ମଠ ଆଦିର ପୁନଃରୁଦ୍ଧାର କରିବା ସହ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ରଙ୍ଗ କାମ ଆଗେଇ ନେବାକୁ କୁହାଯାଇଛି । ଏହାସହ ପୁରୀରେ ହେବାକୁ ଥିବା ଏସି ଟନେଲ ପାଇଁ ରାସ୍ତା କଡକୁ ଉଠା ଦୋକାନ ହଟେଇ, ଅନ୍ୟତ୍ର ଥଇଥାନ କରିବାକୁ ପରାମର୍ଶ ଦେଇଛନ୍ତି । ସିଂହଦ୍ୱାରରୁ ମରିଚି କୋର୍ଟ ପର୍ଯ୍ୟନ୍ତ ରାସ୍ତା ସଫା କରିବାକୁ କହିଛନ୍ତି । ଏହାସହ ମେଘନାଦ ପାଚେରୀ ନିକଟରେ ଥିବା ପୁରୁଣା ଐତିହାସିକ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ସହ ବିଦ୍ୟୁତ୍ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ପରିକ୍ରମା ପ୍ରକଳ୍ପର ପରିଦର୍ଶନ ବେଳେ ପୁରୀରେ ପରିମଳ ବ୍ୟବସ୍ଥା ଉପରେ ଗୁୁରୁତ୍ୱ ଦେଇଛନ୍ତି ।

The post ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା  କଲେ  ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ମଠ ଗୁଡିକର ପୁନଃରୁଦ୍ଧାର ଉପରେ ଦେଲେ  ଗୁରୁତ୍ୱ ।  first appeared on Kanak News.

from Kanak News
via <a href="https://ifttt.com/?

ବୈପାରୀଗୁଡା ଆଇଆଇସି ବହିଷ୍କୃତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ।

କନକ ବ୍ୟୁରୋ: ବହିଷ୍କୃତ ହେଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ । ଏ ପୁଲିସ ଅଧିକାରୀଙ୍କର ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ବୈପାରୀଗୁଡା କାର୍ଯ୍ୟାଳୟରୁ ବସ୍ ଯୋଗେ ଘରକୁ ଯାଉଥିବାବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଯେଉଁ ସମୟରେ ତାଙ୍କ ପାଖରୁ ପାଖାପାଖି ୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏବଂ ପରେ ତାଙ୍କ ଘରେ ଚଢଉ ବେଳେ  କଟକ ଘରୁ ପାଖାପାଖି ୨୭ ଲକ୍ଷ ଓ ବୈପାରୀଗୁଡା ଘରୁ ପାଖାପାଖି ୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏ ବିଷୟରେ ପଚାରିବାରୁ ସେ କୌଣସି ଉତ୍ତର ଦେଇପାରିନଥିଲେ । ଫଳରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁଲିସ ଡିଜି । ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।

The post ବୈପାରୀଗୁଡା ଆଇଆଇସି ବହିଷ୍କୃତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ । first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ୨ଜଣ ସିଆରପିଏଫ ଯବାନ ଆହତ । ସର୍ଚ୍ଚ ଅପରେସନ୍ ଜାରି ।

କନକ ବ୍ୟୁରୋ: ଛତିଶଗଡ଼ ଦାନ୍ତେୱାଡାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ଏଥିରେ ଦୁଇ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ସାତଧାର ବ୍ରିଜ ନିକଟରେ ଏହି ବିସ୍ଫୋରଣ ହୋଇଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିର୍ କରାଯାଇଛି ।

ଦାନ୍ତେୱାଡା ପୋଲିସର ସୂଚନା ଅନୁସାରେ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଏହି ବିସ୍ଫୋରଣ ପରେ ପୂରା ଅଂଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ପିଏଲ୍ଜିଏ ସପ୍ତାହ ଚାଲିଥିବା ବେଳେ ସାତଧାର ଅଂଚଳକୁ ପୋଷ୍ଟର ହଟାଇବା ପାଇଁ ଯବାନମାନେ ଯାଇଥିଲେ । ଏହି ସମୟରେ ନକ୍ସଲମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା ।

The post ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ୨ଜଣ ସିଆରପିଏଫ ଯବାନ ଆହତ । ସର୍ଚ୍ଚ ଅପରେସନ୍ ଜାରି । first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶା ଘରେ ଆନ୍ଧ୍ର ଅଫିସ୍ । ସ୍ଥିତି ଅନୁଧ୍ୟାନ ପରେ ଆନ୍ଧ୍ର ଫଳକ ଖୋଲିଲେ ପଟାଙ୍ଗୀ ତହସିଲଦାର ।

କନକ ବ୍ୟୁରୋ: ଓଡିଶା ସରକାରଙ୍କ ପକ୍କା ବିଜୁ ଘରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଡାକଘର । ବାରମ୍ବାର ପ୍ରତିବାଦ ସତ୍ୱେ କୋରାପୁଟ ପଟ୍ଟାଙ୍ଗି ବ୍ଲକର କୋଟିଆରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର । ସ୍କୁଲ, ଅଙ୍ଗନବାଡି କେନ୍ଦ୍ର କରିଥିବା ପଡୋଶୀ ପ୍ରଶାସନ ଉପରସେମ୍ବି ଗାଁରେ ବିଜୁ ପକ୍କା ଘରେ ପୋଷ୍ଟ ଅଫିସ ଖୋଲିଛି । ଘରର କାନ୍ଥରେ ବିଜୁ ବାବୁଙ୍କ ଫଟୋ ରହିଛି । କିନ୍ତୁ ସେହି ଘରକୁ ଜବରଦଖଲ କରି ଲାଲ ରଙ୍ଗ ଲଗାଇ ତେଲୁଗୁ ଭାଷାରେ ଲେଖି ପୋଷ୍ଟ ଅଫିସ ଖୋଲିଛି ଆନ୍ଧ୍ର ।

ଏହା ଜଣାପଡିବା ପରେ ପଟାଙ୍ଗୀ ତହସିଲଦାର, କୋଟିଆ ରାଜସ୍ୱ ନୀରିକ୍ଷକ, ଥାନା ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆନ୍ଧ୍ର ପ୍ରଶାସନ ଲଗାଇଥିବା ଫଳକକୁ ହଟାଇବା ସହ ନାଲି ରଙ୍ଗ ଉପରେ ପୁଣି ଧଳା ରଙ୍ଗ ଲଗାଇ ଦେଇଛନ୍ତି । ତେବେ କୋଟିଆ ବିବାଦ କୋର୍ଟରେ ରହିଥିବା ବେଳେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁପ୍ରବେଶ ପ୍ରକ୍ରିୟା ଜାରି ରହିଛି ।

The post ଓଡ଼ିଶା ଘରେ ଆନ୍ଧ୍ର ଅଫିସ୍ । ସ୍ଥିତି ଅନୁଧ୍ୟାନ ପରେ ଆନ୍ଧ୍ର ଫଳକ ଖୋଲିଲେ ପଟାଙ୍ଗୀ ତହସିଲଦାର । first appeared on Kanak News.

from Kanak News
via <a href="https://ifttt.com/?

ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ବିଶ୍ୱ ନେତାଙ୍କ ଫଟୋକୁ ନେଇ ଚର୍ଚ୍ଚା । ଆଗରେ ମୋଦୀ ପଛ ଧାଡିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ବିଶ୍ୱ ନେତା ଉଠାଇଥିବା ଫଟୋକୁ ନେଇ ଚର୍ଚ୍ଚା । ଏହି ଫଟୋର ସବା ଆଗରେ ଛିଡା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ସବୁଠୁ ପଛରେ ଛିଡା ହୋଇଛନ୍ତି ପାକିସ୍ତାନ ପ୍ରଧନମନ୍ତ୍ରୀ ଅନୱାର-ଉଲ୍-ହକ୍ କକ୍କର । ଧାଡିର ସବୁଠୁ ଆଗରେ ଛିଡା ହେବାକୁ ନେଇ ଭାରତର ଗୁରୁତ୍ୱକୁ ଦର୍ଶାଉଛି । ଆଉ ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି ।

ଦୁବାଇର ଏକ୍ସପୋ ସିଟିରେ ଆରମ୍ଭ ହୋଇଛି ଜାତିସଂଘ ଜଳବାୟୁ ପରିବର୍ତନ ଶିଖର ସମ୍ମିଳନୀ । ପ୍ରଥମ ଦିନରେ ସବୁ ବିଶ୍ୱ ନେତା ଛିଡା ହୋଇ ଏକାଠି ଫଟୋ ଉଠାଇଥିଲେ । ଆଉ ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି । ଏହି ସସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନିଙ୍କୁ ଭେଟିଛନ୍ତି । ଏହା ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମଧ୍ୟ ଆଲୋଚନା କରିଛନ୍ତି । ଯୁଦ୍ଧର ତୁରନ୍ତ ପରିସମାପ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ।

The post ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ବିଶ୍ୱ ନେତାଙ୍କ ଫଟୋକୁ ନେଇ ଚର୍ଚ୍ଚା । ଆଗରେ ମୋଦୀ ପଛ ଧାଡିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୨୪ଘଣ୍ଟାରେ ନେବ ବାତ୍ୟାର ରୂପ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ । ଏହା ଉତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତର ତାମିଲନାଡୁ ଉପକୂଳରେ ପହଂଚିବ । ଏହା ପରେ ଉତର ପଶ୍ଚିମ ଦିଗରେ ଗତି କରି ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେରୋଲ ଓ ମଛଲିପଟନମ୍ ଅତିକ୍ରମ କରିବା ସମ୍ଭାବନା ରହିଛି । ଗତ ୬ ଘଂଟା ହେଲା ଏହା ୯ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି ।

ଆସନ୍ତାକାଲି ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୪ତାରିଖରେ ସେହିପରି ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୭ରୁ ୧୧ ସେଂଟିମିଟର ବର୍ଷା ହୋଇପାରେ । ସେହିପରି ୫ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୬ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ରୁ ୨୦ ସେଂଟିମିଟର ପର୍ଯ୍ୟନ୍ତ ହୋଇପାରେ ବର୍ଷା । ନବରଙ୍ଗପୁର, କଳାହାଣ୍ଡି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

The post ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୨୪ଘଣ୍ଟାରେ ନେବ ବାତ୍ୟାର ରୂପ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started