ଏକାଠି ଜଳିଲା ଜୁଇ । କାନ୍ଦବୋବାଳି ଭିତରେ କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ।

କନକ ବ୍ୟୁରୋ: ଦେବୀ ଦର୍ଶନ ପାଇଁ ଯାଉଥିବା ମଣିଷର ଜୁଇ ଜଳିଛି । ଘରେ କାନ୍ଦବୋବାଳି ପଡିଛି । ପରିବାର ସହ ହସଖୁସିରେ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ଦୁଇ ସଙ୍ଗାତ ଶବ ହୋଇ ଗାଁକୁ ଫେରିଛନ୍ତି । କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଗାଁରେ ପହଞ୍ଚିଥିଲା । ପ୍ରିୟଜନଙ୍କ ଶବ ଦେଖି ଅବାକ ହୋଇଯାଇଛନ୍ତି ସମସ୍ତେ । କାନ୍ଦବୋବାଳିରେ ଫାଟି ପଡୁଥିଲା ପରିବେଶ । ସ୍ତବ୍ଧ ହୋଇଯାଇଛି ପୂରା ଗାଁ । ଗାଁ ମଶିଣିରେ ଜଳିଛି ଏକାଧିକ ଜୁଇ । ଗଂଜାମ ସାନଖେମୁଣ୍ଡି ବ୍ଲକ୍ ପୋଡାମାରି ଓ ବତାଗଡ ଗାଁ ମଶାଣିରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗୋଟିଏ ଗୋଟିଏ ଘରୁ ୩-୪ଟି ଲେଖାଏଁ କୋକେଇ ଉଠିଛି ।

ଘଟଗାଁ ତାରିଣୀ ଦର୍ଶନ ପାଇଁ  ଦୁଇ ସଙ୍ଗାତ ପୋଡାମରି ଗାଁର ଆକାଶ ପ୍ରଧାନ ଓ ବତାଗଡ଼ ଗାଁର ମଦନ ଗୌଡ଼ଙ୍କ ପରିବାର ବାହାରିଥିଲେ ।  ୨୪ଜଣ ଏକାଠି ହୋଇ ଗୁରୁବାର ରାତିରେ ଏକ ମିନିବସ୍ରେ କେନ୍ଦୁଝର ଯାଉଥିଲେ । ଶୁକ୍ରବାର ସକାଳୁ ତାରିଣୀ ଦର୍ଶନ କରି ପୁରୀ ଅଭିମୁଖେ ଯିବାର ଯୋଜନା ରହିଥିଲା । ହେଲେ ତାରିଣୀ ପୀଠ ଠାରୁ ଅଳ୍ପ ଦୂରରେ ରାସ୍ତାରେ ଅଟକି ରହିଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ସେମାନଙ୍କ ଟ୍ରାଭେଲର । ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ମଦନଙ୍କ ବାପା, ଭଉଣୀ, ଭିଣୋଇ ଓ ଭଣଜାଙ୍କର ମୃତ୍ୟୁ ହୋଇଛି । ସେହିପରି ଆକାଶଙ୍କ ମାଆ ଓ ପତ୍ନୀଙ୍କର ମଧ୍ୟ ଜୀବନ ଯାଇଛି ।

The post ଏକାଠି ଜଳିଲା ଜୁଇ । କାନ୍ଦବୋବାଳି ଭିତରେ କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ  । first appeared on Kanak News.

from Kanak News
via <a href="https://ifttt.com/?

ଟ୍ରକକୁ ପିଟିଲା କାର୍, ୨ ମୃତ, ଜଣେ ଗୁରୁତର । କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା କାର୍ । 

କନକ ବ୍ୟୁରୋ: ଭୁବନେଶ୍ୱର ପାହାଳ ନିକଟରେ ସଡ଼କ ଦୁର୍ଘଟଣା । ଛିଡା ହୋଇଥିବା ଟ୍ରକ୍କୁ ପଛରୁ ପିଟିଲା କାର । କାରରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରାତି ପାଖାପାଖି ୨ଟା ୨୫ରେ ଏହି ଦୁର୍ଘଟଣା ଘଟିଛି । କାରଟି କଟକରୁ ଭୁବନେଶ୍ୱର ଯାଉଥିଲା । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଂଚି କାରରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ହସ୍ପିଟାଲରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଗୁରୁତରଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

The post ଟ୍ରକକୁ ପିଟିଲା କାର୍, ୨ ମୃତ, ଜଣେ ଗୁରୁତର । କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା କାର୍ ।  first appeared on Kanak News.

from Kanak News
via <a href="https://ifttt.com/?

ଅଲିଭ ରିଡଲେଙ୍କ ପାଇଁ ସଚେତନତା ଶିବିର । ସମୁଦ୍ର କୂଳ ଠାରୁ ୧୦ କିଲୋମିଟର ଭିତରେ ମାଛ ମାରି ପାରିବେ ନାହିଁ ମତ୍ସ୍ୟଜୀବୀ ।

କନକ ବ୍ୟୁରୋ: ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ନେଇ ସଚେତନତା ଶିବିର । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ବ୍ରାହ୍ମଣଦେଓ ଉଚ୍ଚ ବିଦ୍ୟାଳୟ ଠାରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଲିଭ ରିଡଲେ କଇଁଛଙ୍କୁ ମାରିବା ନାହିଁ ବରଂ ସେମାନଙ୍କର ସୁରକ୍ଷା କରିବା । ଏଥିରେ ଏଭଳି ବାତ୍ତା ଦିଆଯାଇଛି ।

ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ସମୁଦ୍ର କୂଳ ଠାରୁ ୧୦ କିଲୋମିଟର ଭିତରେ ମାଛ ମାରି ପାରିବେ ନାହିଁ ମତ୍ସ୍ୟଜୀବୀ । ଅଲିଭ ରିଡଲେଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରିଛି ବନ ବିଭାଗ । ଏସବୁ ବିଷୟରେ ରମ୍ଭା ବନ୍ୟପ୍ରାଣୀ ବନାଂଚଳ ତରଫରୁ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିରର ଆୟୋଜନ କରାଯାଇଥିଲା । ସମୁଦ୍ର କୂଳକୁ ଆସୁଥିବା ଅଲିଭ ରିଡଲେଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ଏନେଇ ଛାତ୍ରଛାତ୍ରୀଙ୍କୁ ବନାଂଚଳ ଅଧିକାରୀ ନରସିଂହ ବେହେରା ବୁଝାଇଥିଲେ । ସଚେତନତା ଶିବିରରେ ଛାତ୍ରଛାତ୍ରୀଙ୍କସହ ବନକର୍ମଚାରୀ ଓ ଗାଁ ଲୋକମାନେ ସାମିଲ ହୋଇଥିଲେ ।

The post ଅଲିଭ ରିଡଲେଙ୍କ ପାଇଁ ସଚେତନତା ଶିବିର । ସମୁଦ୍ର କୂଳ ଠାରୁ ୧୦ କିଲୋମିଟର ଭିତରେ ମାଛ ମାରି ପାରିବେ ନାହିଁ ମତ୍ସ୍ୟଜୀବୀ । first appeared on Kanak News.

from Kanak News
via <a href="https://ifttt.com/?

ଜମୁଛି ମାଲକାନଗିରି ମାଲ୍ୟାବନ୍ତ ମହୋତ୍ସବ । ମୁଖ୍ୟ ଆକର୍ଷଣ ପାଲଟିଲା ଘୋଡା ଦୌଡ ।

କନକ ବ୍ୟୁରୋ: ଚିତ୍ରକୋଣ୍ଡାରେ ବ୍ଲକ ସ୍ତରିୟ ମାଲକାନଗିରି ମାଲ୍ୟାବନ୍ତ ମହୋତ୍ସବ । ଏହି ମହୋସ୍ରବରେ ସବୁଠୁ ଆକର୍ଷଣିୟ ପାଲଟିଥିଲା ସ୍ୱାଭିମାନ ଅଞ୍ଚଳର ଘୋଡା ଦୌଡ ପ୍ରତିଯୋଗିତା । ଗତ ଦୁଇ ବର୍ଷ ଧରି ପ୍ରତିଯୋଗିତାର ଆୟୋଜନ କରି ଆସୁଛି ମାଲକାନଗିରି ଜିଲ୍ଲା ପ୍ରସାଶନ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଅନେକ ଗ୍ରାମରେ ରାସ୍ତା ପହଞ୍ଚିିଛି, ଫଳରେ ଲୋକେ ଘୋଡା ବ୍ୟବହାର କମାଇ ଦେଲେଣି । ଏବେ ମାତ୍ର କିଛି ଗ୍ରାମରେ ହିଁ ଘୋଡା ଦେଖିବାକୁ ମିଳୁଛି । ନିଜର ପରମ୍ପରାକୁ ନଭୁଲି ଲୋକେ କିଭଳି ଘୋଡ଼ାର ବ୍ୟବହାର ବଜାୟ ରଖିବେ ଓ ଘୋଡ଼ା ମାନଙ୍କର ସଠିକ ଯନô୍ ନେବେ, ସେବିଷୟରେ ଏହି ପ୍ରତିଯୋଗିତା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ।

ସ୍ଥାନୀୟ ଅଞ୍ଚଳର ଲୋକମାନେ ପୁର୍ବରୁ ଏଭଳି ଘୋଡା ଦୌଡ଼ ଟିଭି ମାଧ୍ୟମରେ ଦେଖିଥିଲେ । ବର୍ତମାନ ନିଜ ଅଞ୍ଚଳରେ  ଘୋଡ଼ା ଦୌଢ଼ ଦେଖିବାକୁ ପାଇ ଲୋକଙ୍କ ମନରେ ଉସô୍ାହ ଭରିଯାଇଛି । ଘୋଡ଼ାଦୌଡ଼ର ମଜା ନେଇଛନ୍ତି ସ୍ଥାନୀୟ ଲୋକ ।

The post ଜମୁଛି ମାଲକାନଗିରି ମାଲ୍ୟାବନ୍ତ ମହୋତ୍ସବ । ମୁଖ୍ୟ ଆକର୍ଷଣ ପାଲଟିଲା ଘୋଡା ଦୌଡ । first appeared on Kanak News.

from Kanak News
via <a href="https://ifttt.com/?

ଚାଷ ପାଇଁ ଗାଁରେ ବାଜିଲା ଡେଙ୍ଗୁରା । ଧରାକୋଟ ବ୍ଲକରେ ମରୁଡି ଘୋଷଣା ସହ କ୍ଷତିପୂରଣ ଦାବି କରିବାକୁ ଏକାଠି ହେଲେ ଚାଷୀ ।

କନକ ବ୍ୟୁରୋ: ଗାଁ ଗାଁରେ ମେଳି ବାନ୍ଧିଳେଣି ଚାଷି । ଡେଙ୍ଗୁରା ଦେଇ ଏକାଠି ହେଉଛନ୍ତି । ଅଭାବି ବର୍ଷା ସାଙ୍ଗକୁ ଜଳ ସେଚନର ଅବ୍ୟବସ୍ଥା ଉଜାଡି ଦେଇଛି ଚଳିତ ବର୍ଷର ଧାନ ଚାଷ । ବର୍ଷ ସାରା ଖାଇବେ କଣ ଆଉ ଚାଷ ପାଇଁ ଆଣିଥିବା ରୁଣ ପରିଷୋଧ କରିବେ କିପରି ତାହାକୁ ନେଇ ଚାଷୀ ଆତଙ୍କିତ ହୋଇପଡିଛନ୍ତି । ଗଂଜାମ

ଧରାକୋଟ ବ୍ଲକ ଝାଡବନ୍ଧ ଗାଁରେ ଚାଷୀ ଆନ୍ଦୋଳନ କରିବାକୁ ଏକାଠି ହେଲେଣି । କ୍ଷତି ପୁରଣ ପାଇଁ ଦାବିରେ ଆନ୍ଦୋଳନ ପାଇଁ ସବୁ ଚାଷୀ ଏକାଠି ହେବାକୁ ଢେଣ୍ଡୁରା ଦିଆଯାଉଛି । ଚାଷୀମାନେ ଗାଁରେ ସଭା କରି ଆଲୋଚନା କରିଛନ୍ତି । ବାରମ୍ବାର ଧାନ ଫସଲ ନଷ୍ଟ ନେଇ ଗୁହାରି କରିଥିଲେ ବି କେହିଁ ସୁଣୁ ନାହାନ୍ତି । ତେଣୁ ଗାଁ ଲୋକେ କମିଟି ଗଠନ କରି ଗାଁର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଛନ୍ତି । କ୍ଷତି ହୋଇଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରି ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏହାସହ ପଂଚାୟତକୁ ମରୁଡି ଘୋଷଣା ସହ କୃଷି ଛାଡ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

The post ଚାଷ ପାଇଁ ଗାଁରେ ବାଜିଲା ଡେଙ୍ଗୁରା । ଧରାକୋଟ ବ୍ଲକରେ ମରୁଡି ଘୋଷଣା ସହ କ୍ଷତିପୂରଣ ଦାବି କରିବାକୁ ଏକାଠି ହେଲେ ଚାଷୀ । first appeared on Kanak News.

from Kanak News
via <a href="https://ifttt.com/?

ମୟୂରଭଞ୍ଜ ବେଢ଼ାକୁଦର ଗାଁରେ ନାହିଁନଥିବା ଉତ୍ସାହ । ଘରେ ପହଞ୍ଚିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକ ।

କନକ ବ୍ୟୁରୋ: ମୟୂରଭଞ୍ଜ ବେଢ଼ାକୁଦ ଗାଁରେ ପହଞ୍ଚିିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକ । ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ଉତ୍ସାହିତ ଅଛନ୍ତି ପରିବାର ଲୋକ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଫେରିଛନ୍ତି ୪ ଶ୍ରମିକ ।

ଭଗବାନ ଭତ୍ରା, ଧୀରେନ ନାୟକ, ରାଜୁ ନାୟକ ଏବଂ ବିଶ୍ୱେଶ୍ୱର ନାୟକ ଗତକାଲି ଓଡ଼ିଶା ଫେରିଛନ୍ତି । ଗତକାଲି ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ସ୍ୱାଗତ କରାଯାଥିଲା । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ପହଁଚାଇବାର ଦାୟିତ୍ୱ ନେଇଛନ୍ତି ସରକାର । ବିମାନ ବନ୍ଦରରୁ ଶ୍ରମିକମାନଙ୍କୁ ସର୍କିଟ ହାଉସକୁ ନିଆଯାଇଥିଲା । ସେଠାରେ ଶ୍ରମିକମାନେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ଶ୍ରମିକମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହ ପ୍ରତିଟି ଶ୍ରମିକଙ୍କୁ ହିରୋ ବୋଲି କହିଛନ୍ତି । ପ୍ରତିକୂଳ ପରିସ୍ଥିତିରେ କିପରି ସେମାନେ ନିଜର ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି, ତାହା ପ୍ରେରଣାଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟେକ ଶ୍ରମିକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।

ଉତ୍ତରକାଶୀ ଟନେଲରେ କାମ କରୁଥିବା ବେଳେ ୪୧ ଜଣ ଶ୍ରମିକ ଫସି ରହିଥିଲେ । ତେବେ ୧୭ ଦିନ ପରେ ସେମାନଙ୍କୁ ଏଠାରୁ ଉଦ୍ଧାର କରାଯାଇଥିଲା । ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଏହି ୫ ଜଣ ଶ୍ରମିକ ଥିଲେ ।

The post ମୟୂରଭଞ୍ଜ ବେଢ଼ାକୁଦର ଗାଁରେ ନାହିଁନଥିବା ଉତ୍ସାହ । ଘରେ ପହଞ୍ଚିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକ । first appeared on Kanak News.

from Kanak News
via <a href="https://ifttt.com/?

ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ୍ ପଛରେ କିଏ? ଗନ୍ତବ୍ୟସ୍ଥଳ ଓଡ଼ିଶା ନା ଡେନମାର୍କ?କ୍ର୍ୟୁ ସଦସ୍ୟ ଓ କ୍ୟାପଟେନକୁ ଜେରା ।

କନକ ବ୍ୟୁରୋ: ପାରାଦୀପରେ ଜାହାଜରୁ ଜବତ ୨୨୦ କୋଟି ଟଙ୍କାର କୋକେନ ପଛରେ କିଏ? କୋକେନର ଗନ୍ତବ୍ୟ ସ୍ଥଳ ଡେନ୍ମାର୍କ ନା ଓଡ଼ିଶା? ଏଭଳି ନିଶା କେମିତି ଏତେ ଯାଂଚ ପ୍ରକ୍ରିୟା ପାର କରି ଓଡ଼ିଶା ପର୍ଯ୍ୟନ୍ତ ଆସିଲା ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ଏପରିକି ଓଡ଼ିଶା ବଜାରରେ ଏହାର ପ୍ରବେଶ ଲାଗି ଭିତିରି ଯୋଜନା ଚାଲିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏବେ ଏହାର ତଦନ୍ତ କଷ୍ଟମ୍ସ ବିଭାଗ କରୁଥିବା ବେଳେ ଆଗକୁ ଏନସିବି କିମ୍ବା ଏନ୍ଆଇଏକୁ ଦିଆଯାଇପାରେ ।

ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଡେନମାର୍କକୁ ଜାହାଜରେ ଚୋରା ଚାଲାଣ ହେଉଥିଲା ନିଷିଧ ଡ୍ରଗ୍ସ କୋକେନ । ଏମଭି ଦେବୀ ନାମକ ଜାହାଜଟି ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଛିଡା ହୋଇଥିବାବେଳେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଚଢ଼ାଉ କରିଥିଲେ କଷ୍ଟମ ବିଭାଗ ଅଧିକାରୀ । ଆଉ ଚଢ଼ାଉ ପରେ ଜାହାଜରୁ ମିଳିଥିଲା ୨୨ଟି ସନ୍ଦିଗ୍ଧ ପ୍ୟାକେଟ୍ । ଏହା ପରେ କ୍ର୍ୟୁ ସଦସ୍ୟ ଓ କ୍ୟାପ୍ଟେନ୍ଙ୍କୁ ଜେରା କରାଯାଇଛି । ସନ୍ଧାନୀ କୁକୁର ସହାୟତାରେ ଯାଂଚ କରାଯାଇଛି ।

The post ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ୍ ପଛରେ କିଏ? ଗନ୍ତବ୍ୟସ୍ଥଳ ଓଡ଼ିଶା ନା ଡେନମାର୍କ?କ୍ର୍ୟୁ ସଦସ୍ୟ ଓ କ୍ୟାପଟେନକୁ ଜେରା । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ । କାଲି ସୃଷ୍ଟି ହୋଇପାରେ ବାତ୍ୟା । ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ଆଶଙ୍କା ।

କନକ ବ୍ୟୁରୋ: ଆଜି ଗଭୀର ଅବପାତର ରୂପ ନେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ଏହା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେରୋଲ ଓ ମଛଲିପଟନମ୍ ଅତିକ୍ରମ କରିବା ସମ୍ଭାବନା ରହିଛି । ଗତ ୬ ଘଂଟା ହେଲା ଏହା ୯ କିଲୋମିଟର ବେଗରେ ଗତି କରୁଛି ।

ବାତ୍ୟା ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ଆସନ୍ତାକାଲି ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୪ତାରିଖରେ ସେହିପରି ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୭ରୁ ୧୧ ସେଂଟିମିଟର ବର୍ଷା ହୋଇପାରେ । ସେହିପରି ୫ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୬ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ରୁ ୨୦ ସେଂଟିମିଟର ପର୍ଯ୍ୟନ୍ତ ହୋଇପାରେ ବର୍ଷା । ନବରଙ୍ଗପୁର, କଳାହାଣ୍ଡି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

The post ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ । କାଲି ସୃଷ୍ଟି ହୋଇପାରେ ବାତ୍ୟା । ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ଆଶଙ୍କା । first appeared on Kanak News.

from Kanak News
via <a href="https://ifttt.com/?

ମୁହାଁମୁହିଁ ହେଲେ ରଣପୁର ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । କାର୍ଯ୍ୟକ୍ରମକୁ ନଡାକିବାରୁ କଳାପତାକା ଦେଖାଇଲେ ବ୍ଲକ ଅଧକ୍ଷ୍ୟା,ଗୋ ବ୍ୟାକ୍ ନାରା ଦେଲେ ସମର୍ଥକ ।

କନକ ବ୍ୟୁରୋ: ମୁହାଁମୁହିଁ ହେଲେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । ନୟାଗଡ଼ ଜିଲ୍ଲା ରଣପୁର ନି ର୍ବାଚନୀ ମଣ୍ଡଳୀର କନ୍ଧନୟାଗଡ଼ ପଂଚାୟତରେ ପ୍ରକଳ୍ପ ଉଦଘାଟନକୁ ନେଇ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ମୁହାଁମୁହିଁ ହୋଇଛନ୍ତି । ଏପରିକି ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଓ ତାଙ୍କ ସମର୍ଥକ କଳପତାକା ଦେଖାଇନ୍ତି । ବିଧାୟକ ସତ୍ୟନାରାୟଣ ପ୍ରଧାନ ଶୁକ୍ରବାର ଏକ ନୂତନ ଉପସ୍ୱାସ୍ଥ୍ୟକେନ୍ଦ୍ର ଗୃହକୁ ଉଦଘାଟନ କରିବାକୁ ଆସିଥିଲେ । ଏହି ସମୟରେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, କିଛି ୱାର୍ଡମେମ୍ବର ଓ ସମର୍ଥକ ତାଙ୍କୁ କଳାପତାକା ଦେଖାଇଥିଲେ । ଏହାସହ ଗୋ ବ୍ୟାକ୍ ନାରା ମଧ୍ୟ ଦେଇ

The post ମୁହାଁମୁହିଁ ହେଲେ ରଣପୁର ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । କାର୍ଯ୍ୟକ୍ରମକୁ ନଡାକିବାରୁ କଳାପତାକା ଦେଖାଇଲେ ବ୍ଲକ ଅଧକ୍ଷ୍ୟା,ଗୋ ବ୍ୟାକ୍ ନାରା ଦେଲେ ସମର୍ଥକ । first appeared on Kanak News.

from Kanak News
via <a href="https://ifttt.com/?

ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଆଗୁଆ । ଦମ୍ ଦେଖାଇଲେ ଅକ୍ଷର ପଟେଲ ।

କନକ ବ୍ୟୁରୋ: ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦ ରନ୍ରେ ହରାଇଲା ଭାରତ । ବିଜୟ ସହ ଭାରତ ପାଂଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଆଗୁଆ ଜିତି ନେଇଛି । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ କରିଥିଲା ୧୭୪ ରନ୍ । ଦଳ ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୪୬ ରନ୍ର ଇନିଂସ୍ ଖେଳିଥିଲେ । ସେହିପରି ଯଶସ୍ୱୀ ଜୈସୱାଲ ୩୭ ରନ୍, ଋତୁରାଜ ଗାଏକ୍ୱାଡ୍ ୩୨ ରନ୍, ଜିତେଶ ଶର୍ମା ୩୫ ରନ୍ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଡେନ୍ ଡ୍ୱାରସୁଇସ୍ ୩ଟି ୱିକେଟ୍ ନେଇଥିବା ବେଳେ ଜାସନ୍ ବେହରନ୍ଡର୍ଫ ଓ ତନବୀର ସାଂଘା ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ୧୭୫ ରନ୍ର ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା । କିନ୍ତୁ ଓପନିଂ ଯୋଡ଼ି ଭାଙ୍ଗିବା ପରେ ଦଳ ବ୍ୟାକ୍ଫୁଟ୍କୁ ଚାଲିଆସିଥିଲା । ଭାରତ ମ୍ୟାଚ୍କୁ ପ୍ରତ୍ୟାବର୍ତନ ସହ ଭ୍ରମଣକାରୀ ଦଳକୁ ୧୫୪ ରନ୍ରେ ରୋକିଥିଲା । କଙ୍ଗାରୁ ଦଳ ପକ୍ଷରୁ ଅଧିନାୟକ ମାଥ୍ୟୁ ୱେଡ୍ ୩୬ ରନ୍, ଟ୍ରାଭିସ ହେଡ୍ ୩୧ ରନ୍ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି ଏବଂ ଦୀପକ ଚହର ୨ଟି ୱିକେଟ୍ ନେଇଥିଲେ ।

The post ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଆଗୁଆ । ଦମ୍ ଦେଖାଇଲେ ଅକ୍ଷର ପଟେଲ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started