ସରପଞ୍ଚଙ୍କୁ ମିଳିଲା ନ୍ୟାୟ । ପାଠ ପଢ଼ିନଥିବା ଅଭିଯୋଗ କରି କୋର୍ଟରେ ମାମଲା କରିଥିଲେ ପରାଜିତ ପ୍ରାର୍ଥୀ ।

କନକ ବ୍ୟୁରୋ: ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଏବେ ନାନା ତର୍କବିତର୍କ ଚାଲିଛି । ନେତା କେତେ ପାଠ ପଢ଼ିବା ଉଚିତ୍, ପାଠ ପଢ଼ିନଥିବା ଲୋକ ନେତା ହେବା ଊଚିତ୍ କି ନୁହେଁ, ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି । ହେଲେ ଏସବୁ ଭିତରେ ପାଠ ପଢ଼ିଥିଲେ ବି ତାଙ୍କ ବିରୋଧରେ ପାଠ ପଢ଼ିନଥିବାର ଅଭିଯୋଗ ହୋଇଥିଲା । ଫଳରେ ତାଙ୍କୁ ହଇରାଣ ହରକତ ହେବାକୁ ପଡ଼ିଥିଲା । ହେଲେ ଏବେ ସତ ସାମ୍ନାକୁ ଆସିଛି ।

ଢେଙ୍କାନାଳ ସଦର ବ୍ଲକ  ଗେଙ୍ଗୁଟିଆ ସରପଞ୍ଚ ହେଉଛନ୍ତି କୈଳାସ ଚନ୍ଦ୍ର ଦେହୁରୀ । ତାଙ୍କ ନାମରେ ପରାଜିତ ସରପଞ୍ଚ ପ୍ରାର୍ଥୀ ପୁରୁଷୋତମ ଦେହୁରୀ ଅଭିଯୋଗ ଆଣିଥିଲେ ଯେ, କୈଳାସ ବିଲକୁଲ ପାଠ ପଢ଼ିନାହାନ୍ତି, ଲେଖାପଢ଼ା ଜାଣି ନାହାନ୍ତି । ଏହାକୁ ନେଇ ତାଙ୍କ ବିରୋଧରେ ସିଭିଲ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏନେଇ କନକ ନ୍ୟୁଜ୍ ଖବର ପ୍ରସାରଣ କରିଥିଲା, ଆଉ କୈଳାସ ଲେଖାପଢ଼ା କରିପାରୁଥିବା ମଧ୍ୟ ଜାଣିବାକୁ ପାଇଥିଲା । ଏବେ ଢେଙ୍କାନାଳ ସିଭିଲ କୋର୍ଟ ସରପଞ୍ଚ କୈଳାସ ଚନ୍ଦ୍ର ଦେହୁରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି । ତାଙ୍କ ବିରୋଧରେ ହୋଇଥିବା ମାମଲା ଖାରଜ ହୋଇଛି । ଏହାପରେ ପଞ୍ଚାୟତବାସୀ କୈଳାସଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି ।

The post ସରପଞ୍ଚଙ୍କୁ ମିଳିଲା ନ୍ୟାୟ । ପାଠ ପଢ଼ିନଥିବା ଅଭିଯୋଗ କରି କୋର୍ଟରେ ମାମଲା କରିଥିଲେ ପରାଜିତ ପ୍ରାର୍ଥୀ  । first appeared on Kanak News.

from Kanak News
via <a href="https://ifttt.com/?

ରାଜନୀତିରେ ମହୁମାଛି ଆକ୍ରମଣ । ନବରଙ୍ଗପୁର ରାଇଘରରେ ବିଜେପି ଶୋଭାଯାତ୍ରା ବେଳେ କାମୁଡ଼ିଲା ମହୁମାଛି । ବିଧାୟକଙ୍କ ସମେତ ଶହେରୁ ଅଧିକ ସାମାନ୍ୟ ଆହତ ।

କନକ ବ୍ୟୁରୋ: ରାଜନୈତିକ ରାଲିରେ ମହୁମାଛି ଆକ୍ରମଣ । ଫଳରେ ଶହେରୁ ଅଧିକ ସାମାନ୍ୟ ଆହତ । ଏଭଳି ଦୃଶ୍ୟ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘରରୁ । ଶୁକ୍ରବାର ରାଇଘର ଠାରେ ବିଜେପି ପକ୍ଷରୁ ଏକ ରାଲି କରାଯାଇଥିଲା । ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିଜେପି ପକ୍ଷରୁ ଏହି ରାଲି କରାଯାଇଥିଲା । ଏହାସହ ଶୋଭାଯାତ୍ରାକାରୀମାନେ ବିଡିଓଙ୍କୁ ଏକ ଦାବିପତ୍ର ଦେବାକୁ ଯାଇଥିଲେ । ଏହି ସମୟରେ ମହୁମାଛି ଆକ୍ରମଣ କରିଥିଲା । ଫଳରେ ଶହେରୁ ଅଧିକ ଆହତ ହୋଇଥିଲେ । ସେମାନଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରେରେ ଚିକିତ୍ସା କରାଯାଇଛି ।

ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତେବେ ଏହି ମହୁମାଛି ଆକ୍ରମଣକୁ ନେଇ ରାଜନୀତି ତେଜିଛି । କାରଣ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶୋଭାଯାତ୍ରା ଉପରେ କୌଶଳ କ୍ରମେ ବିଜେଡି ପକ୍ଷରୁ ଏହି ମହୁମାଛି ଆକ୍ରମଣ କରାଯାଇଛି । ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

The post ରାଜନୀତିରେ ମହୁମାଛି ଆକ୍ରମଣ । ନବରଙ୍ଗପୁର ରାଇଘରରେ ବିଜେପି ଶୋଭାଯାତ୍ରା ବେଳେ କାମୁଡ଼ିଲା ମହୁମାଛି । ବିଧାୟକଙ୍କ ସମେତ ଶହେରୁ ଅଧିକ ସାମାନ୍ୟ ଆହତ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ନିଜ ଘର-ପରିବାର ପାଖକୁ ଫେରିବେ ଶ୍ରମିକ । ବଖାଣିଲେ ୧୭ ଦିନର ସଂଘର୍ଷ କାହାଣୀ । ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଆଜି ନିଜ ଘରକୁ ଫେରିବେ ଉତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥବା ୪ ଓଡ଼ିଆ ଶ୍ରମିକ । ସେମାନେ ଶୁକ୍ରବାର ଠାରୁ ଓଡ଼ିଶା ଫେରିଥିବା ବେଳେ ଆଜି ନିଜ ଘରେ ପହଂଚିବେ ।  ପ୍ରଥମ ପର୍ଯ୍ୟାୟରେ  ଭଗବାନ ଭତ୍ରା, ଧୀରେନ ନାୟକ, ରାଜୁ ନାୟକ ଏବଂ ବିଶ୍ୱେଶ୍ୱର ନାୟକ ଓଡ଼ିଶା ଫେରିଥିବା ବେଳେ ଭଦ୍ରକର ତପନ ମଣ୍ଡଳ ପରବର୍ତୀ ସମୟରେ ଓଡ଼ିଶା ଫେରିବେ । ଶ୍ରମ ମନ୍ତ୍ରୀ ସାରଦା ନାୟକ ସମସ୍ତ ଶ୍ରମିକଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ସ୍ୱାଗତ କରାଯାଥିଲା ।

ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ପହଁଚାଇବାର ଦାୟିତ୍ୱ ନେଇଛନ୍ତି ସରକାର । ବିମାନ ବନ୍ଦରରୁ ଶ୍ରମିକମାନଙ୍କୁ ସର୍କିଟ ହାଉସକୁ ନିଆଯାଇଥିଲା । ସେଠାରେ ଶ୍ରମିକମାନେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ଶ୍ରମିକ ମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହ ପ୍ରତିଟି ଶ୍ରମିକଙ୍କୁ ହିରୋ ବୋଲି କହିଛନ୍ତି । ପ୍ରତିକୂଳ ପରିସ୍ଥିତିରେ କିପରି ସେମାନେ ନିଜର ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି, ତାହା ପ୍ରେରଣାଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟେକ ଶ୍ରମିକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଉତରକାଶୀ ଟନେଲରେ କାମ କରୁଥିବା ବେଳେ ୪୧ ଜଣ ଶ୍ରମିକ ଫସିରହିଥିଲେ । ତେବେ ୧୭ ଦିନ ପରେ ସେମାନଙ୍କୁ ଏଠାରୁ ଉଦ୍ଧାର କରାଯାଇଥିଲା । ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଏହି ୫ ଜଣ ଶ୍ରମିକ ଥିଲେ । ଏବେ ସେମାନଙ୍କୁ ସ୍ୱାଗତ କରିବାକୁ ପରିବାର ଲୋକ ଅନାଇ ବସିଛନ୍ତି ।

The post ଆଜି ନିଜ ଘର-ପରିବାର ପାଖକୁ ଫେରିବେ ଶ୍ରମିକ । ବଖାଣିଲେ ୧୭ ଦିନର ସଂଘର୍ଷ କାହାଣୀ । ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର ।ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ନୂଆ ଭୋଟର ।

କନକ ବ୍ୟୁରୋ: ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର । ଗତ ଅକ୍ଟୋବର ୨୭ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏକ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୫ ଲକ୍ଷ ୫୧ ହଜାର ୨୩୭ ଜଣ ନୂଆ ଭୋଟର ତାଲିକାରେ ସାମିଲ ହୋଇଛନ୍ତି ।

ସର୍ବାଧିକ ନୂଆ ଭୋଟର ଖୋର୍ଦ୍ଧା ଜିଲ୍ଲାରେ ସାମିଲ ହୋଇଛନ୍ତି । ଏହା ପଛକୁ ରହିଛି କଟକ ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରେ ୪୫ ହଜାର ୩୯୮ ଜଣ ନୂଆ ମତଦାତା ସାମିଲ ହୋଇଥିବା ବେଳେ କଟକ ଜିଲ୍ଲାରେ ୪୪ ହଜାର ୭୩୨ ଜଣ ନୂଆ ମତଦାତା ସାମିଲ ହୋଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାରେ ୪୧ ହଜାର ୫୧୩ ଜଣ, ଗଞ୍ଜାମ ଜିଲ୍ଲାରେ ୩୯ ହଜାର ୨୯୭ ଜଣ, ବାଲେଶ୍ୱର ଜିଲ୍ଲାରେ ୩୧ ହଜାର ୬ ଜଣ ଓ ବରଗଡ଼ ଜିଲ୍ଲାରେ ୨୩ ହଜାର ୬୮୨ ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି । ତେବେ ବୌଦ୍ଧରେ ସବୁଠୁ କମ୍ ନୂଆ ଭୋଟର ସାମିଲ ହୋଇଛନ୍ତି । ବୌଦ୍ଧରେ ୪ ହଜାର ୬୧୦ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେପଟେ ସଂଶୋଧିତ ଭୋଟର ତାଲିକାରୁ ୧ ଲକ୍ଷ ୮୭ ହଜାର ୪୦୫ ଜଣ ବାଦ୍ ପଡ଼ିଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକା ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ।

The post ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର ।ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ନୂଆ ଭୋଟର । first appeared on Kanak News.

from Kanak News
via <a href="https://ifttt.com/?

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ । ଡିସେମ୍ବର ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି ।

କନକ ବ୍ୟୁରୋ: ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ । ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି । ମିଜୋରାମ ନିର୍ବାଚନ ଫଳାଫଳ ତାରିଖ ବଦଳାଇବାକୁ ପୂର୍ବରୁ ଦାବି ହୋଇଆସୁଥିଲା । ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ହୋଇ ଥିବାରୁ ଏହିଦିନ ମତଗଣନା ନକରିବାକୁ ଦାବି ହୋଇଥିଲା ।

ବିଜେପି, କଂଗ୍ରେସ ଏବଂ କ୍ଷମତାସୀନ ଏମଏନଏଫ୍ ସମେତ ସବୁ ରାଜନୈତିକ ଦଳ ଏଥିରେ ସହମତ ହୋଇଥିଲେ । ସବୁ ରାଜନୈତିକ ଦଳ ଏନେଇ ନିର୍ବାଚନ କମିଶନଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ସବୁ ଦଳର ହସ୍ତାକ୍ଷର ମଧ୍ୟ ଥିଲା । ଚିଠିରେ ଲେଖାଯାଇଛି ଯେ, ରବିବାର ମିଜୋରାମରେ କୌଣସି ଆନୁଷ୍ଠାନିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନାହିଁ । ନଭେମ୍ବର ୭ ତାରିଖରେ ୪୦ ଆସନ ପାଇଁ ମିଜୋରାମରେ ଭୋଟ୍ ପଡ଼ିଥିଲା । ମିଜୋରାମ ନିର୍ବାଚନ ଫଳାଫଳର ତାରିଖ ବଦଳିଥିଲେ ବି ବାକି ୪ ରାଜ୍ୟର ଫଳାଫଳ ଡିସେମ୍ବର ୩ ତାରିଖରେ ହେବ ।

The post ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ । ଡିସେମ୍ବର ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି । first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ । ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍ ଦେଇଥିଲେ। ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଣିଥିଲେ। ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ୍ ପ୍ରେରଣା ଦାୟକ ବୋଲି ସେ କହିଥିଲେ।

ଯେଉଁ ଶ୍ରମିକ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେମାନେ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧିରେନ୍ ନାୟକ ଓ ବିଶେଶ୍ୱର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା। ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଶ୍ରୀ ପାଣ୍ଡିଆନ ଗତ କାଲି ସେମାନଙ୍କ ସହ ଭିଡ଼ିଓ ଜରିଆରେ ଆଲୋଚନା କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ।

ଏହି ସାକ୍ଷାତ ସମୟରେ ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ନାୟକ ସେମାନଙ୍କ ଉଦ୍ଧାର କାର୍ୟ୍ୟ ସମ୍ପର୍କରେ ଖବର ରଖିବା ପାଇଁ ଉତ୍ତରାଖଣ୍ଡ ଯାଇ ଥିଲେ ଓ ସମସ୍ତଙ୍କୁ ଧରି ଓଡ଼ିଶା ଫେରି ଥିଲେ।

The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ । ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ବଡ଼ପରଦାରେ ବିଗ୍ ଫାଇଟ୍ । ଆନିମଲ ବନାମ ସାମ୍ ବାହାଦୂର

କନକ ବ୍ୟୁରୋ : ବଡ ପରଦାକୁ ଓହ୍ଲାଇଛନ୍ତି ଦୁଇଟି ବହୁ ପ୍ରତିକ୍ଷିତ ସିନେମା । ରଣବୀର କପୁରଙ୍କ ଆନିମଲ ସହ ବଡ ପରଦାରେ ଟକ୍କର ଦେଉଛି ବାୟୋପିକ ସିନେମା ସାମ ବାହାଦୂର । ଦୁଇଟି ଯାକ ସିନେମା ପରସ୍ପରଠୁ ସମ୍ପୂର୍ଣ୍ଣ ଅଲଗା ମନୋରଞ୍ଜର ସ୍ୱାଦ ନେଇ ଦର୍ଶକଙ୍କ ନିକଟରେ ପହଁଚିଛନ୍ତି । ପ୍ରଥମେ ଆସନ୍ତୁ ଜାଣିବା ଆନିମଲରେ କ’ଣ ରହିଛି ନୂଆ । ରଣବୀର କପୁରଙ୍କ ଅଭିନୟ ଶୈଳୀଠୁ ଦମଦାର ଡାଇଲଗ ଓ ଲୁକରେ ଏକ୍ସପେରିମେଂଟ କରାଯାଇଛି । ଅନୀଲ କପୁର ଓ ରଣବୀରଙ୍କ ବାପାପୁଆ କାହାଣୀକୁ ଅତି ସୁନ୍ଦରଭାବେ ଉପସ୍ଥାପନା କରାଯାଇଛି । ଫ୍ୟାମିଲି ଡ୍ରାମା, ଇମୋସନ, ରୋମାନ୍ସ, ଆକ୍ସନ ଓ ଥ୍ରୀଲରକୁ କାହାଣୀରେ ସ୍ଥାନ ଦିଆଯାଇଛି । ସେପଟେ ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ସହ ରଣବୀରଙ୍କ ଅନସ୍କ୍ରିନ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ରିଲିଜ ପୂର୍ବରୁ ଆନିମଲ ରେକର୍ଡ ସ୍ତରରେ ପ୍ରିବୁକିଂ ମଧ୍ୟ ହୋଇଥିଲା । ସିନ୍ଦିପ ବାଙ୍ଗା ରେଡ୍ଡୀ ଆନିମଲର ନିର୍ଦ୍ଦେଶନା ଦେଇଛନ୍ତି । ଅନ୍ୟପଟେ ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ବାୟୋପିକ ସିନେମା ସାମ ବାହାଦୂର । ପୂର୍ବତନ ସେନାଧିକାରୀ ସାମ ମାନେକଶାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ହୋଇଛି ସିନେମା । ମୁଖ୍ୟ ଭୂମିକାରେ ଭିକି କୌଶଳଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ମେଘନା ଗୁଲଜାର ନିର୍ଦ୍ଦେଶିତ ସିନେମା ସାମ ବାହାଦୂର ସବୁ ବର୍ଗର ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ପ୍ରଥମ ଦିନରେ ସିନେମାକୁ ମିଳିଛି ଆଶାଠୁ ଅଧିକ ଭଲ ପ୍ରତିକ୍ରିୟା । ଦେଖିବାକୁ ବାକି ରହିଲା ରଣବୀରଙ୍କ ନୂଆ ଚରିତ୍ର ନା ଭିକିଙ୍କ ଚ୍ୟାଲେଂଜି ରୋଲ କିଏ ଦର୍ଶକଙ୍କଠୁ ଅଧିକ ଆକୃଷ୍ଟ କରିବାରେ ସଫଳ ହେଉଛି ।

The post ବଡ଼ପରଦାରେ ବିଗ୍ ଫାଇଟ୍ । ଆନିମଲ ବନାମ ସାମ୍ ବାହାଦୂର first appeared on Kanak News.

from Kanak News
via <a href="https://ifttt.com/?

ବେଙ୍ଗାଲୁରରେ କୋକୁଆ ଭୟ । ଏକା ସହ ୪୮ ବିଦ୍ୟାଳୟକୁ ବୋମାରେ ଉଡାଇବାକୁ ଇମେଲରେ ମିଳିଲା ଧମକ

କନକ ବ୍ୟୁରୋ : ବେଙ୍ଗାଳୁରୁର ୪୫ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ । ବିଦ୍ୟାଳୟରେ ପହଁଚିଛି ଧମକପୂର୍ଣ୍ଣ । ଇମେଲ ପାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କର୍ତୃପକ୍ଷ ଆତଙ୍କିତ ହେବା ସହ ସ୍କୁଲକୁ ତୁରନ୍ତ ଖାଲି କରାଯାଇଥିଲା । ସର୍ତକତା ଦୃଷ୍ଟିରୁ ପ୍ରଶାସନ ସମସ୍ତ ବିଦ୍ୟାଳୟକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଅନେକ ବିଦ୍ୟାଳୟ ଆଗରେ ବମ ସ୍କାର୍ଡ ଟିମ୍ ପହଂଚି ତଦନ୍ତ କରୁଛି । ସୁରକ୍ଷା ଏଜେନ୍ସି ଓ ଡଗ ସ୍କାର୍ଡ ପହଂଚି ସର୍ଚ୍ଚ ଅପରେସନ୍ କରିଛନ୍ତି । ଏବେଯାଏଁ କୌଣସି ବୋମାର ସନ୍ଧାନ ମିଳିପାରିନି । ଧମକପୂର୍ଣ୍ଣ ଇମେଲ ପାଇଥିବା ୪୫ଟି ସ୍କୁଲ ମଧ୍ୟରେ ଗୋଟିଏ ସ୍କୁଲ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବ କୁମାରଙ୍କ ବାସଭବନ ଆଗରେ ରହିଛି । ଏହି ଖବର ପ୍ରସାରଣ ହେବା ପରେ ନିଜେ ଶିବକୁମାର ଯାଂଚ ପାଇଁ ସ୍କୁଲରେ ପହଂଚିଥିଲେ । ଭୟଭୀତ କରାଇବାକୁ କେହି ଏଭଳି ଉଦ୍ୟମ କରିଥିବା ଅନୁମାନ କରାଯାଉଛି, ତଥାପି ସର୍ତକ ରହିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶିବ କୁମାର ।

The post ବେଙ୍ଗାଲୁରରେ କୋକୁଆ ଭୟ । ଏକା ସହ ୪୮ ବିଦ୍ୟାଳୟକୁ ବୋମାରେ ଉଡାଇବାକୁ ଇମେଲରେ ମିଳିଲା ଧମକ first appeared on Kanak News.

from Kanak News
via <a href="https://ifttt.com/?

ଯୁଦ୍ଧ ବିରତି ପରେ ପୁଣି ରକ୍ତମୁଖା ଇସ୍ରାଏଲ । ଗାଜା ଆକାଶରେ ଗର୍ଜିଲା ଇସ୍ରାଏଲ ରକେଟ, ମିସାଇଲ

କନକ ବ୍ୟୁରୋ : ଯୁଦ୍ଧବିରତି ଶେଷ ହେବା ପରେ ପୁଣି ଗାଜା ଉପରେ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ । ଗାଜା ପଟି ସହ ଉତର ଗାଜାର ଆକାଶରେ ଗର୍ଜୁଛି ଇସ୍ରାଏଲର ରକେଟ ଓ ମିସାଇଲ । ହମାସର ବିଭିନ୍ନ ଠିକଣା ଉପରେ ଆଇଡିଏଫ କରିଛି ଏୟାରଷ୍ଟ୍ରାଇକ । ନିକଟରେ ଚୁକ୍ତିଭିତିରେ ହମାସ ଓ ଇସ୍ରାଏଲ ମଧ୍ୟରେ ପ୍ରଥମେ ୪ଦିନର ଯୁଦ୍ଧ ବିରତି ଓ ପରେ ଏହାକୁ ୨ଦିନ ବୃଦ୍ଧି କରାଯାଇଥିଲା । ତେବେ ଯୁଦ୍ଧ ବିରତି ସରିବା ପରେ ପୁଣି ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଆମେରିକା ଓ ପାଶ୍ଚାତ୍ୟ ଦେଶ ପୁର୍ନବାର ଯୁଦ୍ଧ ବିରତି ପାଇଁ ଅପିଲ କରିଥିଲେ ବି ଏହାକୁ ମାନିବାକୁ ନାରାଜ ଇସ୍ରାଏଲ । ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ କହିଛନ୍ତି ଆତଙ୍କୀଙ୍କ ମୂଳପୋଛ କରିବା ପର୍ଯ୍ୟନ୍ତ ଚାଲିବ ଆକ୍ରମଣ । ଯୁଦ୍ଧବିରତିର ଆଉ ପ୍ରଶ୍ନ ଉଠୁନି । ଅକ୍ଟୋବର ୭ରୁ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ପରେ ଏହାର ପାଲଟା ଜବାବ ଦେଉଛି ଇସ୍ରାଏଲ । ଉଭୟ ପଟୁ ଏବେ ସୁଦ୍ଧା ୧୫ହଜାର ମୃତ୍ୟୁ ହୋଇସାରିଲାଣି ।

The post ଯୁଦ୍ଧ ବିରତି ପରେ ପୁଣି ରକ୍ତମୁଖା ଇସ୍ରାଏଲ । ଗାଜା ଆକାଶରେ ଗର୍ଜିଲା ଇସ୍ରାଏଲ ରକେଟ, ମିସାଇଲ first appeared on Kanak News.

from Kanak News
via <a href="https://ifttt.com/?

ଖଲିସ୍ତାନୀ ଆତଙ୍କୀ ପାଇଁ ବିଗୁଡୁଛି ସମ୍ପକ’ । ଭାରତ-ଆମେରିକା ମଧ୍ୟରେ ତିକ୍ତତା!

କନକ ବ୍ୟୁରୋ : ଆମେରିକାର ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ପନ୍ନୁକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଛି । ପନ୍ନୁକୁ ହତ୍ୟା କରିବା ପାଇଁ ଦୁଇଜଣ ଭାରତୀୟ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛି ଆମେରିକା । ନିଖିଳ ଗୁପ୍ତା ନାମକ ଭାରତୀୟଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ସହ ତାଙ୍କୁ ଗିରଫ ମଧ୍ୟ କରିସାରିଛି ଆମେରିକା । ନିଖିଲଙ୍କୁ ଏନେଇ ଭାରତର ଜଣେ ପୂର୍ବତନ ସିଆରପିଏଫ ଅଧିକାରୀ ମୋଟା ଅର୍ଥ ଟଙ୍କା ଦେଇ ପନ୍ନୁକୁ ହତ୍ୟା କରିବାକୁ କହିଥିବା ନିଜ ଚାର୍ଜସିଟରେ କହିଛି ଆମେରିକା ପୁଲିସ । ଘଟଣାକୁ ନେଇ ଆମେରିକା ବୈଦେଶିକମନ୍ତ୍ରାଳୟ ସଚିବ ଆନ୍ଥୋନୀ ବ୍ଲିକେଂନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବ୍ଲିକେଂନ କହିଛନ୍ତି ଭାରତକୁ ଘଟଣା ସମ୍ବନ୍ଧରେ ସୂଚନା ଦିଆଯାଇଛି । ହତ୍ୟା ଷଡଯନ୍ତ୍ର ମାମଲା ଏକ ଗମ୍ଭୀର ମାମଲା ଅଟେ । ଅଭିଯୋଗ ପରେ ଭାରତର କାର୍ଯ୍ୟାନୁଷ୍ଠାନ ଉପରେ ଆମେରିକା ନଜର ରଖିଛି ।

ଆମେରିକାର ଅଭିଯୋଗ
-ଗୁରୁପତୱନ୍ତ ପନ୍ନୁକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଛି
-ଷଡ଼ଯନ୍ତ୍ର ପଛରେ ୨ଜଣ ଭାରତୀୟଙ୍କ ହାତ ରହିଛି
-ଜଣେ ପୂର୍ବତନ ସିଆରପିଏଫ ଅଧିକାରୀଙ୍କ ସମ୍ପୃକ୍ତି ରହିଛି
– ନିଖିଲ ଗୁପ୍ତାଙ୍କୁ ଯୋଗାଯୋଗ କରି ପନ୍ନୁର ହତ୍ୟା ପାଇଁ କହିଥିଲେ ଅଧିକାରୀ
-ପ୍ରମାଣ ଆଧାରରେ ନିଖିଲ ଗୁପ୍ତା ଗିରଫ କରିଛି ଆମେରିକା
-ଆମେରିକା ଏଜେଂଟକୁ ସୁପାରୀ ଦେଇଥିଲା ନିଖିଲ
-ହତ୍ୟା ପାଇଁ ମୋଟ୍ ୮୩ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା
-ଆମେରିକାରେ ରହୁଛନ୍ତି ନିଖିଲ ଗୁପ୍ତା

ଆମେରିକାର ଅଭିଯୋଗକୁୁ ନେଇ ଉଦବେଗ ପ୍ରକାଶ କରିଛି ଭାରତ । ଭାରତ ବୈଦେଶିକମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀରେ ଘଟଣା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ବୈଦେଶିକମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯଦି ଆମେରିକାର ଅଭିଯୋଗ ସତ ହୋଇଥିଲେ ସାଂଘାତିକ । ଏହା ଭାରତୀ ନୀତି ବିରୋଧୀ । ଭାରତ ହିଂସା, ଅପରାଧ ଓ ଆତକବାଦର ଘୋର ବିରୋଧ । କମିଟି ଗଠନ କରାଯାଇ ତଦନ୍ତ କରାଯାଉଛି ।

କିଛି ଦିନ ହେବ ନିହତ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିବା ପରେ ଉଭୟ ଦେଶ ମଧ୍ୟରେ ବିବାଦ କୁଟନୀତି ସର୍ମ୍ପକ ଉପରେ ବଡ ପ୍ରଭାବ ପକାଇଥିଲା । ତେବେ କାନାଡ଼ା ପ୍ରମାଣ ନଦେଇପାରିବାରୁ ମୁଣ୍ଡ ନୁଆଁଇଥିଲା ।ଏବେ ପ୍ରମାଣ ସହ ଆମେରିକାର ସମାନ ଅଭିଯୋଗ କରିବା ପରେ ଆଗକୁ ଭାରତର ଆଭିମୁଖ୍ୟ କ’ଣ ରହିବ ଏହା ଉପରେ ନଜର ରହିଛି ।

The post ଖଲିସ୍ତାନୀ ଆତଙ୍କୀ ପାଇଁ ବିଗୁଡୁଛି ସମ୍ପକ’ । ଭାରତ-ଆମେରିକା ମଧ୍ୟରେ ତିକ୍ତତା! first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started