ଏମସରୁ ଡିସଚାର୍ଜ ପରେ ଘରକୁ ଫେରିଲେ ଉଦ୍ଧାର ଶ୍ରମିକ । ମିଠା ଖୁଆଇ, ଫୁଲ ଦେଇ ସ୍ୱାଗତ ଜଣାଇଲେ ପରିବାର

କନକ ବ୍ୟୁରୋ : କିଛି ଚିତ୍ର ହିଁ ବୟାନ କରୁଛି ଦୀର୍ଘ ଦିନ ପରେ ଘରକୁ ଫେରିବା ଖୁସି କ’ଣ । ବିଶେଷ କରି ଯେବେ ମୃତ୍ୟୁର ଜାଲରୁ ଜଣେ ପୁର୍ନଜନ୍ମ ପାଏ ତାର ଅନୁଭୂତି, ଖୁସିକୁ ଶଦ୍ଧରେ ପ୍ରକାଶ କରିବା ହୁଏତ ଏତେ ସହଜ ନୁହେଁ । ଜୀବନ ସଂଘର୍ଷରେ ଜିତିବାପରେ ଯେବେ ନିଜ ପରିବାର, ପରିଜନଙ୍କୁ ମଣିଷ ଭେଟେ ସେହି ସମୟର ଦୃଶ୍ୟ କିଛି ଏଭଳି ରହେ । ଏମାନେ ହେଉଛନ୍ତି ଶ୍ରମବୀର   ।ଘରେ ପହଁଚିବାପରେ ଫୁଲମାଳ ପିନ୍ଧାଇ, ତିଲକ ଲଗାଇ ଓ ମିଠା ଖୁଆଇ ଉଦ୍ଧାର ଶ୍ରମିକଙ୍କୁ ସ୍ୱାଗତ ଜଣାଇଛନ୍ତି ପରିବାର, ପରିଜନ । ଉତରକାଶୀ ଟନେଲରେ ଦୀର୍ଘ ୧୭ଦିନ ଫସିବା ପରେ ଏବେ ନିଜ ପରିବାର ନିକଟକୁ ଫେରିଛନ୍ତି ଶ୍ରମିକ । ବାପା, ମା, ଭାଇଭଉଣୀ, ସ୍ତ୍ରୀ, ପିଲା ପରିବାରକୁ ଭେଟିବାପରେ ଯେ ଏମାନେ କେତେ ଖୁସି ସେକଥା ଆପଣ ଏହି ଦୃଶ୍ୟରୁ ଅନୁମାନ କରିପାରୁଥିବେ ।

୧୭ଦିନ ପରେ ସିଲିକିଆରା ଟନେଲରୁ ୪୧ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ହେବା ପରେ ଋଷିକେଶ ଏମ୍ସରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ଶ୍ରମିକଙ୍କ ମାନସିକ, ଶାରିରୀକ ସ୍ଥିିତି ନିରିକ୍ଷଣ କରାଯିବା ପରେ ଗୁୁରୁବାର ଡିସ୍ଚାର୍ଜ କରାଯାଇଥିଲା । ପରେ ଡେରାଡୁନରୁ ବିମାନଯୋଗେ ନିଜ ନିଜ ଘରକୁ ଫେରିଛନ୍ତି ଶ୍ରମିକ । ଫସିଥିବା ଓଡିଆ ଶ୍ରମିକ ମଧ୍ୟ ଘରକୁ ଫେରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦୁଇ ସପ୍ତାହ ପରେ ପୁଣିି ଥରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା । ଘର ପାଖରେ ଥିବା ଡାକ୍ତରଖାନାରେ ପରୀକ୍ଷା କରିବାକୁ ଏମ୍ସ ଡାକ୍ତର ପରାର୍ମଶ ଦେଇଛନ୍ତି । ଏଥିସହ ଶ୍ରମିକଙ୍କ ସ୍ୱାସ୍ଥ୍ୟସ୍ଥିତି ଉପରେ ନଜର ରଖିବେ ଏମ୍ସ ଡାକ୍ତର । ଟେଲି-ମେଡିସନ ବ୍ୟବସ୍ଥା କରାଯିବ । ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାରୁ ୫ଜଣ, ଊତରପ୍ରଦେଶର ୬ଜଣ,ବିହାରର ୫ଜଣ, ପଶ୍ଚିମବଙ୍ଗର ୩ଜଣ, ଉତରାଖଣ୍ଡ ଓ ଆସାମରୁ ୨ଜଣ ଥିବାବେଳେ ହିମାଚଳପ୍ରଦେଶର ଥିଲେ ଜଣେ ଶ୍ରମିକ ।

The post ଏମସରୁ ଡିସଚାର୍ଜ ପରେ ଘରକୁ ଫେରିଲେ ଉଦ୍ଧାର ଶ୍ରମିକ । ମିଠା ଖୁଆଇ, ଫୁଲ ଦେଇ ସ୍ୱାଗତ ଜଣାଇଲେ ପରିବାର first appeared on Kanak News.

from Kanak News
via <a href="https://ifttt.com/?

ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ଆବଶ୍ୟକ ମିଳିତ ସହଯୋଗ

କନକ ବ୍ୟୁରୋ : ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କହିଛନ୍ତି ଜଳବାୟୁ ପରିବର୍ତନ ଏକ ବଡ ସମସ୍ୟା    । ଏହାର ମୁକାବିଲା ପାଇଁ ମିଳିତ ସହଯୋଗର ଆବଶ୍ୟକା ରହିଛି । ପରିବେଶ ଓ ଅର୍ଥନୀତି ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରି ବିଶ୍ୱ ପାଇଁ ଏକ ବଡ ଉଦାହରଣ ହୋଇପାରିଛି ଭାରତ । ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ପାଇଁ ମିଳିତ ସହଯୋଗର ଆବଶ୍ୟକ ବୋଲି ବିଶ୍ୱ ଜଳବାୟୁ ସମ୍ମିଳନୀରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ୟୁଏଇରେ ଶୁଭିଲା ମୋଦୀ ମୋଦୀ ନାରା । ଗୁରୁବାର ବିଳମ୍ବିତ ରାତିରେ ୟୁଏଇରେ ପହଁଚିବାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ପ୍ରବାସୀ ଭାରତୀୟ । ମୋଦୀଙ୍କୁ ପାଖରେ ପାଇ ପ୍ରବାସୀ ଭାରତୀୟ ବେଶ ଖୁସି ପ୍ରକାଶ କରିଥିଲେ । ସେପଟେ ଅଭିବାଦନ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଦୁବାଇ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ପାରମ୍ପିରିକ ନୃତ୍ୟଗୀତରେ ସ୍ୱାଗତ ଜଣାଇଯାଇଥିଲା । ଦୁବାଇ ରହଣୀ ସମୟରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି ।

The post ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ଆବଶ୍ୟକ ମିଳିତ ସହଯୋଗ first appeared on Kanak News.

from Kanak News
via <a href="https://ifttt.com/?

ସତ ହେବ ଏଗଜିଟ ପୋଲ ରିପୋର୍ଟ ନା ଠିକ ପ୍ରମାଣିତ ହେବ ଦଳଗୁଡିକଙ୍କର ଦାବି । ୫ରାଜ୍ୟ ବୁଥବାହୁଡା ମତକୁ ନେଇ ବଢ଼ିଲା ତର୍କବିର୍ତକ

କନକ ବ୍ୟୁରୋ : ବୁଥବାହୁଡା ମତ ଅନୁସାରେ ୫ଟି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ରାଜ୍ୟରେ ସରକାର ଗଢିବେ ବୋଲି କୁହାଯାଉଛି । କିନ୍ତୁ ମିଜୋରାମରେ ଝୁଲା ସରକାର ଦେଖିବାକୁ ମଳିବ ଏଗଜିଟ୍ ପୋଲ ସୂଚନା ମଳିଛି । ସବଠୁ ବଡ଼ କଥା ହେଉଛି ଏଥର ଏକପାଖିଆ ଭାବେ କୌଣସି ଦଳ ବିଜୟୀ ହୋଇନପାରେ ବୋଲି କୁହାଯାଉଛି ।

ଏଗଜିଟ ପୋଲ ରିପୋର୍ଟ କହୁଛି ରାଜସ୍ଥାନରେ ୧୯୯ ଆସନରୁ କଂଗ୍ରେସକୁ ମିଳିପାରେ ୯୦ରୁ ୧୦୦ ଆସନ । ବିଜେପି ୧୦୦ରୁ-୧୧୦ ସିଟ୍ ପାଇପାରିବ । ଅନ୍ୟମାନଙ୍କୁ ମିଳିପାରେ ୫ରୁ ୧୫ ସିଟ୍ ପାଇପାରନ୍ତି । ରାଜସ୍ଥାନରେ ପ୍ରତିଥର କ୍ଷମତା ବଦଳିବା ପରମ୍ପରା ରହିଛି । ସେପଟେ ଏଗଜିଟ ପୋଲ ମଧ୍ୟ ସେଭଳି କିଛି ଇସାରା ଦେଇଛି । ନିର୍ବାଚନ ଫଳ ଗେହଲଟଙ୍କ ପାଇଁ ଗୁଡନ୍ୟୁଜ ଆଣିବ ନା ଗେହଲଟଙ୍କୁ ଗୁଡବାୟ କହିବାକୁ ପଡିବ ସେକଥା ଡିସେମ୍ବର ୩ରେ ସ୍ପଷ୍ଟ ହେବ । ଅନ୍ୟପଟେ ବିଜେପି କହିଛି ୧୩୫ ଆସନରେ ଦଳ ବହୁମତ ସହ ରାଜସ୍ଥାନରେ ସରକାର ଗଠନ କରିବ ।

ସେହିପରି ଛତିଶଗଡ଼ରେ ୯୦ ଆସନରୁ କଂଗ୍ରେସ ୪୯, ବିଜେପି ୩୮ ଆସନ ପାଇବ ବୋଲି ସି-ଭୋଟର ସର୍ଭେରୁ ଜଣାପଡିଛି । କହିବାକୁ ଗଲେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ । ରିପୋର୍ଟ କହୁଛି ଯଦିଓ କଂଗ୍ରେସ ଆଗରେ ରହିବ ତଥାପି ଗତଥର ତୁଳନାରେ କଂଗ୍ରେସର ଆସନ ସଂଖ୍ୟା କମ ରହିବ । କିନ୍ତୁ ବିଜେପି କହିଛି ଶେଷ ମୁହୁର୍ତରେ ଏଗଜିଟ ପୋଲର ଆକଳନ ବଦଳିବ ଓ ବିଜେପି ଛତିଶଗଡରେ ଗଡିବ ସରକାର ।

ରାଜସ୍ଥାନ, ଛତିଶଗଡ ପରେ ମଧ୍ୟପ୍ରଦେଶ ଉପରେ ଏଗଜିଟ ପୋଲ ରିପୋର୍ଟରେ ଯଦି ନଜର ପକାଇବା ତେବେ ଏଗଜିଟ ପୋଲ ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶରେ ୨୩୦ ଆସନରୁ ବିଜେପି ୧୨୪ ଏବଂ କଂଗ୍ରେସ ୧୦୨ ପାଇବ । କହିବାକୁ ଗଲେ କଂଗ୍ରେସ ବିଜେପି ମଧ୍ୟରେ ହେବ କଡ଼ା ଟକ୍କର । କିନ୍ତୁ ଉଭୟଦଳ ମଧ୍ୟରେ ସିଧାସଲଖ କାଟେଂ କା ଟକ୍କର ହେବା ଏକ ପ୍ରକାର ଥୟ ।

ସବୁଠୁ ଅଧିକ ଆଶ୍ଚଯ୍ୟ କରିପାରେ ତେଲେଙ୍ଗାନା ଫଳାଫଳ । ତେଲେଙ୍ଗାନାରେ ୧୧୯ ଆସନରୁ କଂଗ୍ରେସ ୬୨ ବିଆରଏସ ୪୪ ଆସନ ପାଇବ ବୋଲି ସୂଚନା ମଳିଛି । ଦୁଇ ଦୁଇ ଥର ତେଲେଙ୍ଗାନକୁ କବଜା କରି ରଖିଥିବା ବିଆରଏସକୁ ସତରେ ଯଦି କଂଗ୍ରେସ ମାତ ଦେଇ କଂଗ୍ରେସ ସରକାର ଗଠନ କରିବ ତେବେ ଏହା ରାଜ୍ୟ ଇତିହାସରେ ପ୍ରଥମ ଘଟଣା ହେବ ।

ଇଏ ତ ଥିଲା ଏଗଜିଟ ପୋଲର କଥା । ଯଦି ଦଳମାନଙ୍କ ବର୍ତମାନ ସ୍ଥିତି, ଦାବି ଓ ରାଜ୍ୟଗୁଡିକ ପୂର୍ବ ନିର୍ବାଚନ ଓ ଉପରେ ନଜର ପକାଇବା ତେବେ କିଛି ଭିନ୍ନ ଚିତ୍ର ସାମ୍ନାକୁ ଆସିପାରେ । ବିଜେପିର ଦାବି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ସରକାର ଗଢ଼ିବ । କଂଗ୍ରେସର ଦାବି ୪ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ କ୍ଷମତା ହାତେଇବ । ଅପେକ୍ଷା ଡିସେମ୍ବର ୩କୁ

The post ସତ ହେବ ଏଗଜିଟ ପୋଲ ରିପୋର୍ଟ ନା ଠିକ ପ୍ରମାଣିତ ହେବ ଦଳଗୁଡିକଙ୍କର ଦାବି । ୫ରାଜ୍ୟ ବୁଥବାହୁଡା ମତକୁ ନେଇ ବଢ଼ିଲା ତର୍କବିର୍ତକ first appeared on Kanak News.

from Kanak News
via <a href="https://ifttt.com/?

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା । ୩ରୁ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ୩ତାରିଖରେ ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୪ତାରିଖରେ ସେହିପରି ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୭ରୁ ୧୧ସେଂଟିମିଟର ବର୍ଷା ହୋଇପାରେ । ସେହିପରି ୫ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୬ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ରୁ ୨୦ ସେଂଟିମିଟର ପର୍ଯ୍ୟନ୍ତ ହୋଇପାରେ ବର୍ଷା । ନବରଙ୍ଗପୁର, କଳାହାଣ୍ଡି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

The post ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା । ୩ରୁ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା first appeared on Kanak News.

from Kanak News
via <a href="https://ifttt.com/?

ପାରାଦୀପ ଦେଇ ବିଦେଶକୁ ଜାହାଜରେ ଯାଉଥିଲା କୋକେନ । ଜବତ ୨୨ଟି ପ୍ୟାକେଟର ଯାଂଚପରେ ସ୍ପଷ୍ଟ ହୋଇଥିବା ସୂଚନା

କନକ ବ୍ୟୁରୋ : ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଡେନମାର୍କକୁ ଜାହାଜରେ ଚୋରା ଚାଲାଣ ହେଉଥିଲା ନିଷିଧ ଡ୍ରଗ୍ସ କୋକେନ । ଏମଭି ଦେବୀ ନାମକ ଜାହାଜଟି ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଛିଡା ହୋଇଥିବାବେଳେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଚଢ଼ାଉ କରିଥିଲେ କଷ୍ଟମ ବିଭାଗ ଅଧିକାରୀ । ଆଉ ଚଢ଼ାଉ ପରେ ଜାହାଜରୁ ମିଳିଥିଲା ୨୨ଟି ସନ୍ଦିଗ୍ଧ ପ୍ୟାକେଟ୍ ।

କଷ୍ଟମ ବିଭାଗ ପକ୍ଷରୁ ପ୍ରେସ ରିଲିଜ୍ ଜାରି କରି ଏହା ସ୍ପଷ୍ଟ କରାଯାଇଛି । ନଜର ପକାନ୍ତୁ କଷ୍ଟମ ବିଭାଗର ପ୍ରେସ ରିଲିଜ ଉପରେ । ଏଥିରେ କଷ୍ଟମ ବିଭାଗ ପକ୍ଷରୁ ଦର୍ଶାଯାଇଇଛି, ଜାହାଜରୁ ଯାଂଚ ବେଳେ ମିଳିଛି ୨୨ ପ୍ୟାକେଟ୍ ନିଷିଦ୍ଧ ଡ୍ରଗ୍ସ । ପ୍ରାଥମିକ ଯାଂଚରୁ ଏହା କୋକେନ ବୋଲି ଜଣାପଡିଛି । ଜବତ ଡ୍ରଗ୍ସର ପରିମାଣ ୨୨ କେଜି ହେବ । ଏହାର ଆନୁମାନିକ ବଜାର ମୂଲ୍ୟ ୨୨୦ କୋଟି ଟଙ୍କା । ତେବେ ଅଧିକ ପରୀକ୍ଷା ପାଇଁ ଜବତ ଡ୍ରଗ୍ସର ସାମ୍ପୁଲକୁ ଲାବରୋଟୋରୀକୁ ପଠାଯାଇଛି । ଏଥିରେ କେଉଁ ଉପାଦାନ କେତେ ପରିମାଣରେ ରହିଛି ପରୀକ୍ଷା ପରେ ସ୍ପଷ୍ଟ ହେବ ବୋଲି କଷ୍ଟମ ବିଭାଗ କହିଛି ।

The post ପାରାଦୀପ ଦେଇ ବିଦେଶକୁ ଜାହାଜରେ ଯାଉଥିଲା କୋକେନ । ଜବତ ୨୨ଟି ପ୍ୟାକେଟର ଯାଂଚପରେ ସ୍ପଷ୍ଟ ହୋଇଥିବା ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ଘୁଗୁନି ପାଇଁ ବିଭତ୍ସ ହତ୍ୟା! ୨୪ ଦିନ ପରେ ବନ୍ଧା ହେଲା ଅଭିଯୁକ୍ତ

କନକ ବ୍ୟୁରୋ : ଘୁଗୁନିକୁ ନେଇ ଜଣେ ମହିଳାଙ୍କୁ ହତ୍ୟା ଘଟଣା ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ଘୁଗୁନି ଖାଇବାକୁ ନେଇ ଜଣେ ଗ୍ରାହକଙ୍କ ସହ ବଚସା ହେବାରୁ ଗ୍ରାହକ ଜଣକ ଦୋକାନୀକୁ ଛୁରି ମାରି ହତ୍ୟା କରିଛି । ହତ୍ୟା କରି ଫେରାର ହୋଇଥିବା ଅଭିଯୁକ୍ତକୁ ୨୪ ଦିନ ପରେ ଗିରଫ କରିଛି ପୁଲିସ । ଆଉ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ ।

ଗତ ନଭେମ୍ବର ୫ ତାରିଖ, ସକାଳେ ମିଥୁନ ଗୋଠପାଟଣାରେ ଥିବା ସସ୍ମିତା ବେହେରାଙ୍କ ଜଳଖିଆ ଦୋକାନକୁ ଖାଇବା ପାଇଁ ଯାଇଥିଲା । ଖାଉଥିବା ସମୟରେ ସସ୍ମିତାଙ୍କୁ ବାରମ୍ବାର ଘୁଗୁନି ମାଗିଥିଲା । ଅଧିକ ଥର ଘୁଗୁନି ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା । ପରବର୍ତୀ ସମୟରେ ମିଥୁନ ଦୋକାନରୁ ପଳାଇ ଆସିଥିଲା । ପୁଣି ୬ ତାରିଖ ଦିନ ସନ୍ଧ୍ୟା ବେଳେ ସେହି ସମାନ ଜଳଖିଆ ଦୋକାନକୁ ଯାଇଥିଲା ମିଥୁନ । ପୂର୍ବ ଦିନର ରାଗ ସୁଝାଇବାକୁ ଯାଇ ମିଥୁନ, ସ୍ୱାମୀଙ୍କ ଅନୁପସ୍ଥିତିରେ ସସ୍ମିତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲା   ।

ଏହି ଘଟଣା ଚନ୍ଦକା ଅଂଚଳରେ ଚାଂଚଲ୍ୟ ଖେଳିଯାଇଥିଲା । ସେତେବେଳେ ତୁରନ୍ତ ସସ୍ମିତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ତିନୋଟି ଟିମ ଗଠନ କରାଯାଇଥିଲା । ଚନ୍ଦକା ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ର ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ କରି ଫେରାର ମୁଖ୍ୟ ଅଭିଯୁକ୍ତ ମିଥୁନ ଜେନାକୁ ଗିରଫ କରିଛି । ମିଥୁନକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏଟ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ମଧ୍ୟ ଜବତ କରିଛି ପୋଲିସ ।
ହେଲେ ପୁଲିସର ଥିଓରୀକୁ ନେଇ ଉଠୁଛି ସନ୍ଦେହ
ସାମାନ୍ୟ ଘୁଗୁନି ପାଇଁ ଜଣଙ୍କୁ ହତ୍ୟା କରାଯାଇପାରେ କି?
ହତ୍ୟା ପଛରେ ଘୁଗୁନି ନା ରହିଛି ଆଉ କିଛି କାରଣ?

The post ଘୁଗୁନି ପାଇଁ ବିଭତ୍ସ ହତ୍ୟା! ୨୪ ଦିନ ପରେ ବନ୍ଧା ହେଲା ଅଭିଯୁକ୍ତ first appeared on Kanak News.

from Kanak News
via <a href="https://ifttt.com/?

ବୁଥ୍ ବାହୁଡା ମତକୁ ନେଇ ସରଗରମ ରାଜନୀତି । ବିଜେପି କହୁଛି ୫ ରାଜ୍ୟରେ ଗଢିବ ସରକାର । କଂଗ୍ରେସ କହିଲା ୪ ରାଜ୍ୟରେ ମିଳିବ ବହୁମତ

କନକ ବ୍ୟୁରୋ : ବୁଥ ବାହୁଡା ମତ କହୁଛି, ଛତିଶଗଡରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ, କିନ୍ତୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ରାଜନୀତି ଜଟିଳ ହେବ । ତେଲେଙ୍ଗାନାରେ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ । କାରଣ ବିଭିନ୍ନ ଗଣମାଧ୍ୟମର ଏଗଜିଟ୍ ପୋଲ ରିପୋର୍ଟ କାହାକୁ ପୂର୍ଣ୍ଣ ବହୁମତ ଦେଇନାହାନ୍ତି । ତେବେ ସ୍ୱାଧୀନ ଓ ଛୋଟ ଛୋଟ ଦଳର ନିର୍ବାଚିତ ପ୍ରତିନିଧି ସରକାର ଗଢ଼ିବାରେ କିଙ୍ଗମେକର ଭୂମିକା ନେଇପାରନ୍ତି । ତେବେ ବିଜେପି ଓ କଂଗ୍ରେସ ଦଳ ନେତା ସେମାନଙ୍କ ଦଳ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି କରିଛନ୍ତି ।

ପାଂଚଟି ରାଜ୍ୟର ଫଳାଫଳ ସହ ଓଡିଶା ରାଜନୀତିର କୌଣସି ସିଧାସଳଖ ସମ୍ପର୍କ ନାହିଁ । କିନ୍ତୁ ଯେତେବେଳେ ଏହି ନିର୍ବାଚନର ଫଳାଫଳ ଜାତୀୟ ରାଜନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଉଛି, ସେତେବେଳେ ଏହାର ପରୋକ୍ଷ ପ୍ରଭାବ ଓଡିଶା ଉପରେ ମଧ୍ୟ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ, ରାଜ୍ୟରେ ଦୁର୍ବଳ ହୋଇପଡିଥିବା କଂଗ୍ରେସ ଦଳ ନିର୍ବାଚନରେ ଭଲ ପ୍ରଦର୍ଶନ କଲେ ଆଗକୁ ଓଡିଶା ଉପରେ ଫୋକସ କରିପାରେ । ସେହିପରି ବିଜେପି ମଧ୍ୟ ଓଡିଶା ପାଇଁ ନୂଆ ରଣନୀତି କରିପାରେ । ତେବେ ଓଡିଶା ଉପରେ ଏସବୁ କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ।

ତେବେ ଏବେ ଅପେକ୍ଷା ଆସନ୍ତା ତିନି ତାରିଖକୁ । ପାଂଚ ରାଜ୍ୟର ଜନାଦେଶରୁ ସ୍ପଷ୍ଟ ହେବ କଣ ଚାହୁଁଛନ୍ତି ଦେଶର ଜନତା । ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ଭୋଟର ଗୁରୁତ୍ୱ ଦେଉଛନ୍ତି ନା ମୋଦୀଙ୍କ ନୀତିକୁ ପସନ୍ଦ କରୁଛନ୍ତି ।

The post ବୁଥ୍ ବାହୁଡା ମତକୁ ନେଇ ସରଗରମ ରାଜନୀତି । ବିଜେପି କହୁଛି ୫ ରାଜ୍ୟରେ ଗଢିବ ସରକାର । କଂଗ୍ରେସ କହିଲା ୪ ରାଜ୍ୟରେ ମିଳିବ ବହୁମତ first appeared on Kanak News.

from Kanak News
via <a href="https://ifttt.com/?

ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ହେବ ଏସି ଟନେଲ । ମରିଚକୋଟ ଛକରୁ ବଡ଼ଦାଣ୍ଡରେ ସିଂହଦ୍ୱାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ହେବ ଏସି ଟନେଲ

କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ ଭିନ୍ନ ଅନୁଭୂତି । ବଡ଼ଦାଣ୍ଡରେ ସେଂଟ୍ରାଲ୍ ଏସି ଟନେଲରେ ଭକ୍ତଙ୍କୁ ସିଂହଦ୍ୱାର ପର୍ଯ୍ୟନ୍ତ ନେବାକୁ ବ୍ୟବସ୍ଥା କରାଯାଇଛି    । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଡିସେମ୍ବର ୫ ତାରିଖ ସୁଦ୍ଧା ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀମାନଙ୍କୁ ଶ୍ରୀସେତୁ ନିକଟରେ ଥଇଥାନ କରିବାକୁ ଯୋଜାନ କରାଯାଇଛି । ସେହିପରି ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ଦେବାକୁ ଯୋଜନା ହୋଇଛି । ଉଠାଦୋକାନ ହଟାଇ ସିଂଦ୍ୱାର ପର୍ଯ୍ୟନ୍ତ ଏକ ଏସି ଟନେଲ ବା’ ଲମ୍ବା ଛାୟାପ୍ରଦ ଛାଉଣି କରାଯିବ । ଏଥିରେ ସେଂଟ୍ରାଲ୍ ଏସି ବ୍ୟବସ୍ଥା ରହିବ । ଭକ୍ତମାନଙ୍କ ବିଶ୍ରାମ ପାଇଁ ମଝିରେ ମଝିରେ ବସିବା ବ୍ୟବସ୍ଥା ରହିବ ।

ଏପଟେ ପୁରୀ ଆସୁଥିବା ଭକ୍ତ ଓ ଦର୍ଶନାର୍ଥୀଙ୍କ ପାଇଁ ଖୋଲିଛି ଜେଲରୋଡ୍ ମଲ୍ଟି ଲେବଲ୍ କାର ପାର୍କିଂ । ଅତିରିକ୍ତ ଜିଲ୍ଲପାଳ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ପାର୍କିଂ ପ୍ରାୟ ୫ଶହ କାର୍ ଓ ୫ଶହ ବାଇକ୍ ଏକକାଳୀନ ରହିପାରିବ । ଜଗନ୍ନାଥ ବଲ୍ଲଭ ପାର୍କିଂ ଫୁଲ୍ ହୋଇଯିବା ପରେ ଏହି ମଲ୍ଟି ଲେବଲ ପାର୍କିଂକୁ ବ୍ୟବହାର କରାଯାଇଛି । ଭୁବନେଶ୍ୱର ପରେ ଓଡ଼ିଶାର ଏହା ଦ୍ୱିତୀୟ ମଲ୍ଟି ଲେବଲ୍ କାର ପାର୍କିଂ ।

କାର୍ତିକ ଓ ପଂଚକ ଦର୍ଶନ ସମୟରେ ଭକ୍ତମାନେ ଅନେକ ଅସୁବିଧାର ସଂବୁଖିନ ହୋଇଥିବା ଅଭିଯୋଗ ହୋଇଥିଲା । ଏହାରି ଭିତରେ ନୂଆ ବର୍ଷରେ ନୂଆ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ଅଂଟା ଭିଡ଼ିଛି ପ୍ରଶାସନ ।

The post ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ହେବ ଏସି ଟନେଲ । ମରିଚକୋଟ ଛକରୁ ବଡ଼ଦାଣ୍ଡରେ ସିଂହଦ୍ୱାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ହେବ ଏସି ଟନେଲ first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ପହଁଚିବା ପରେ ସୁଡ଼ଙ୍ଗ ଭିତରର ସଂଘର୍ଷ କାହାଣୀ ବଖାଣିଲେ ଓଡ଼ିଆ ଶ୍ରମିକ । ପ୍ରଥମ ୧୦ ଦିନ ଲାଗୁଥିଲା ଭୟ, ହେଲେ ହରାଇନଥିଲେ ସାହସ

କନକ ବ୍ୟୁରୋ : ହସ ହସ ମୁହଁ । ଆତ୍ମବିଶ୍ୱାସ ଭରା ଚେହେରା । ଓଡ଼ିଶା ମାଟିରେ ପହଂଚିବା ପରେ, ଓଡ଼ିଆ ଶ୍ରମିକଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଉତ୍ସାହ । ସଂକଟ ଟଳଛି, ଶ୍ରମିକ ଏବେ ସୁରକ୍ଷିତ । କିନ୍ତୁ ସେଦିନର ସେଇ ଅଘଟଣ ଏବଂ ୧୭ ଦିନର ସଂଘର୍ଷ, ହୁଏତ ଏହି ଶ୍ରମିକମାନେ ଜୀବନ ଥିବା ଯାଏଁ କେବେ ଭୁଲିପାରିବେ ନାହିଁ ।

ଓଡ଼ିଶା ଫେରିବା ପରେ ସୁଡ଼ଙ୍ଗ ଭିତରର ଅନୁଭୂତି ବଖାଣିଛନ୍ତି ଶ୍ରମିକ । ପ୍ରଥମେ ୧୦ଦିନ କେମିତି ବିତିଥିଲା, ପରବର୍ତୀ ସମୟରେ କେମିତି ପାଇପ ଯୋଗେ ଖାଦ୍ୟ ଓ ସାମଗ୍ରୀ ପହଂଚିଲା, ତାହା ବଖାଣିଛନ୍ତି ।

ଓଡ଼ିଶା ଫେରିଛନ୍ତି, ଉତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ ଶ୍ରମିକ । ପ୍ରଥମ ପର୍ଯ୍ୟାୟରେ ଭଗବାନ ଭତ୍ରା, ଧୀରେନ ନାୟକ, ରାଜୁ ନାୟକ ଏବଂ ବିଶ୍ୱେଶ୍ୱର ନାୟକ ଓଡ଼ିଶା ଫେରିଥିବା ବେଳେ ଭଦ୍ରକର ତପନ ମଣ୍ଡଳ ପରବର୍ତୀ ସମୟରେ ଓଡ଼ିଶା ଫେରିବେ । ଶ୍ରମ ମନ୍ତ୍ରୀ ସାରଦା ନାୟକ ସମସ୍ତ ଶ୍ରମିକଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ସ୍ୱାଗତ କରାଯାଥିଲା । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ପହଁଚାଇବାର ଦାୟିତ୍ୱ ନେଇଛନ୍ତି ସରକାର ।

ବିମାନ ବନ୍ଦରରୁ ଶ୍ରମିକମାନଙ୍କୁ ସର୍କିଟ ହାଉସକୁ ନିଆଯାଇଥିଲା । ସେଠାରେ ଶ୍ରମିକମାନେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହି ସମୟରେ ଶ୍ରମ ମନ୍ତ୍ରୀ ସାରଦା ନାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହାପରେ ଶ୍ରମିକ ମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ସୁଡ଼ଙ୍ଗ ଭିତରେ ୧୭ ଦିନ । ଉଦ୍ଧାର ହେବା ପରେ ୩ ଦିନ । ସୁଡ଼ଙ୍ଗ ଅଘଟଣର ୨୦ ଦିନ ପରେ ନିଜ ଜନ୍ମମାଟି ଓଡ଼ିଶାରେ ପହଂଚିଛନ୍ତି ୪ ଓଡ଼ିଆ ଶ୍ରମିକ । ଆଉ ଶ୍ରମିକମାନେ ଓଡ଼ିଶା ଫେରିବା ପରେ ପରିବାର ଲୋକଙ୍କ ଖୁସି ମଧ୍ୟ ନକହିଲେ ସରେ ।

The post ଭୁବନେଶ୍ୱରରେ ପହଁଚିବା ପରେ ସୁଡ଼ଙ୍ଗ ଭିତରର ସଂଘର୍ଷ କାହାଣୀ ବଖାଣିଲେ ଓଡ଼ିଆ ଶ୍ରମିକ । ପ୍ରଥମ ୧୦ ଦିନ ଲାଗୁଥିଲା ଭୟ, ହେଲେ ହରାଇନଥିଲେ ସାହସ first appeared on Kanak News.

from Kanak News
via <a href="https://ifttt.com/?

ପୁରୀରେ ପହଂଚିଲା କଂଗ୍ରେସର ତୁଳସୀ ଯାତ୍ରା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ ବିକ୍ଷୋଭ, ୩୧୪ ବ୍ଲକରୁ ଅଣାଯାଇଛି ତୁଳସୀ ପତ୍ର

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଚାରିଦ୍ୱାର ଖୋଲିବା ଦାବିରେ, ତୁଳସୀ ଯାତ୍ରା କରିଛି ରାଜ୍ୟ କଂଗ୍ରେସ । ରାଜ୍ୟର ସମସ୍ତ ବ୍ଲକ ଓ ଜିଲ୍ଲାରୁ ତୁଳସୀ ସଂଗ୍ରହ କରି ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନକୁ ଅଣାଯିବା ପରେ, ଆଜି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ବାହାରିଥିଲା ତୁଳସୀ ଯାତ୍ରା । ପିସିସି ସଭାପତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଯାତ୍ରାରେ ସାମିଲ ଶ୍ରୀମନ୍ଦିର ଖୋଲିବାକୁ ଦାବି କରିଛନ୍ତି ।

ତୁଳସୀ ଯାତ୍ରା ପୁରୀରେ ପହଁଚିବା ପରେ, ସଂଗ୍ରୃହୃିତ ତୁଳସୀକୁ ମହାପ୍ରଭୁଙ୍କୁ ଅର୍ପଣ କରିଛନ୍ତି କଂଗ୍ରେସ ନେତା । ଏଥିହସ ଯଦି ସରକାର ସେମାନଙ୍କ ଦାବିକୁ ନଶୁଣନ୍ତି, ତାହେଲେ, ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

ସମାନ ଦାବିରେ ପୂର୍ବରୁ ବଡଦାଣ୍ଡରେ ବିକ୍ଷୋଭ କରିଥିଲା କଂଗ୍ରେସ । କାର୍ତିକ ମାସ ପୂର୍ବରୁ ଚାରିଦ୍ୱାର ଖୋଲିବାକୁ ଡେଡଲାଇନ ଦେଇଥିଲା । ହେଲେ, ସରକାର କଂଗ୍ରେସର ଦାବିକୁ ନଶୁଣିବାରୁ, ପରବର୍ତି ସମୟରେ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦଳ ପକ୍ଷରୁ ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା । ତାପରେ ତୁଳସୀ ଯାତ୍ରା କରିବାକୁ ସାରାରାଜ୍ୟରୁ ତୁଳସୀ ସଂଗ୍ରହ କରିଥିଲା ରାଜ୍ୟ କଂଗ୍ରେସ ।

The post ପୁରୀରେ ପହଂଚିଲା କଂଗ୍ରେସର ତୁଳସୀ ଯାତ୍ରା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ ବିକ୍ଷୋଭ, ୩୧୪ ବ୍ଲକରୁ ଅଣାଯାଇଛି ତୁଳସୀ ପତ୍ର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started