ଅଧା ରହିଗଲା ତାରିଣୀ ଦର୍ଶନ । ଘଟଗାଁ ବାଲିଯୋଡିରେ ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର, ୮ ମୃତ ୧୬ ଜଣଙ୍କର ଚାଲିଛି ଚିକିତ୍ସା

କନକ ବ୍ୟୁରୋ : ପରିବାର ଆଖିରୁ ଲୁହ ଶୁଖୁନି । ସ୍ତବ୍ଧ ହୋଇଯାଇଛି ପୂରା ଗାଁ । ଅବାକ ହୋଇଯାଇଛନ୍ତି ସମସ୍ତେ । ଦୁର୍ଘଟଣାରେ ଦୁଇଟି ପରିବାରର ୮ ଜଣଙ୍କ ଚାଲିଯାଇଛି ଜୀବନ । ବିଶ୍ୱାସ କରିପାରୁନାହାନ୍ତି ପରିବାର । କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ ।

ସକାଳୁ ସକାଳୁ ତାରିଣୀ ଦର୍ଶନ ପାଇଁ ରାତିରେ ବାହାରିଥିଲେ ସାନଖେମୁଣ୍ଡି ବ୍ଲକ୍ ପୋଡାମରି ଗାଁର ଆକାଶ ପ୍ରଧାନ ଓ ବତାଗଡ଼ ଗାଁର ମଦନ ଗୌଡ଼ଙ୍କ ପରିବାରର ୨୪ଜଣ । ଅନ୍ଧାରର ଛାତି ଚିରି ୨୦ ନମ୍ବର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଆଗକୁ ଯାଉଥିଲା ମିନିବସ । ସକାଳୁ ତାରିଣୀ ଦର୍ଶନ କରି ପୁରୀ ଅଭିମୁଖେ ଯିବା ପାଇଁ ଯୋଜନା ରହିଥିଲା । ତାରିଣୀ ପୀଠ ଆଉ ଅଳ୍ପ ଦୂର ଥିଲା    । ସମସ୍ତଙ୍କ ମନରେ ଥିଲା ଉତ୍ସାହ । ହେଲେ ଜାଣିନଥିଲେ ବାଟରେ ଛକି ବସିଥିଲା ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ରାସ୍ତାରେ ଅଟକି ରହିଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରାଭେଲର । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଟ୍ରାଭେଲରର ଆଗ ପଟ ଭାଙ୍ଗି ଚୁରମାର ହୋଇ ଯାଇଥିଲା । ରାସ୍ତା ଉପରକୁ ଛିଟିକି ପଡିଥିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ଏ ହେଉଛି ଦୁର୍ଘଟଣା ପରର ଦୃଶ୍ୟ । ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ୧୬ ଜଣ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଖବର ପାଇବା ପରେ ପୋଡ଼ାମାରି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ଼ । କାହାରି ପାଟିରୁ କଥା ବାହାରୁନାହିଁ । ଦୁଇ ସାଙ୍ଗ ଆକାଶ ପ୍ରଧାନ, ମଦନ ଗୌଡ଼ଙ୍କ ପରିବାର ଛାରଖାର ହୋଇଯାଇଛି । ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ମଦନଙ୍କ ବାପା, ଭଉଣୀ, ଭିଣୋଇ ଓ ଭଣଜାଙ୍କର ମୃତ୍ୟୁ ହୋଇଛି । ସେହିପରି ଆକାଶଙ୍କ ମାଆ ଓ ପତ୍ନୀଙ୍କର ମଧ୍ୟ ଜୀବନ ଯାଇଛି । ମୃତକଙ୍କ ଭିତରେ ୪ ପୁରୁଷ, ୩ ମହିଳା ଜଣେ ଶିଶୁ ଅଛନ୍ତି ।

ଦୁର୍ଘଟଣାର ଶିକାର ହୋଇଥିବା ପରିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଗତ ବର୍ଷ ମଧ୍ୟ କନ୍ୟା ଯାତ୍ରୀ ଫେରୁଥିବା ବେଳେ ବସ୍ ଦୁର୍ଘଟଣାରେ ପ୍ରଧାନ ପରିବାରର ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଗୋଟିଏ ପଟେ ଆଜିଠାରୁ ଆରମ୍ଭ ହୋଇଛି ଶୂନ୍ୟ ସଡ଼କ ମୃତ୍ୟୁ ସପ୍ତାହ । ଅନ୍ୟପଟେ ବଡ଼ିଭୋରରୁ ଘଟଗାଁ ଦୁର୍ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି ।

The post ଅଧା ରହିଗଲା ତାରିଣୀ ଦର୍ଶନ । ଘଟଗାଁ ବାଲିଯୋଡିରେ ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର, ୮ ମୃତ ୧୬ ଜଣଙ୍କର ଚାଲିଛି ଚିକିତ୍ସା first appeared on Kanak News.

from Kanak News
via <a href="https://ifttt.com/?

ଉଠା ଜଳସେଚନ ଅଫିସରେ ଆତ୍ମହତ୍ୟା କଲେ ରାତ୍ରୀ ଜଗୁଆଳି । ଭାଇରାଲ ହେଲା ମୃତ୍ୟୁ ପୂର୍ବର ଶେଷ ଭିଡିଓ ।

କନକ ବ୍ୟୁରୋ: ମୃତ୍ୟୁ ପୂର୍ବର ଶେଷ ଭିଡିଓ । ମାଲକାନଗିରି ଉଠା ଜଳସେଚନ ବିଭାଗରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟରତ ମନୋଜ ଦଳପତିଙ୍କ ଝୁଲନ୍ତା ମୃତଦେହ କାର୍ଯ୍ୟାଳୟ ଭିତରୁ ଉଦ୍ଧାର ହୋଇଛି । ଏହାସହ ମୃତ୍ୟୁ ପୁର୍ବରୁ ରେକର୍ଡ କରାଯାଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଭାଇରାଲ ହେଇଥିବା ଏହି ଭିଡିଓରେ ମନୋଜ ରାଜୁ ଆଇ ଲଭ ୟୁ ଏବଂ ମୋତେ ଭୁଲ ବୁଝିବୁ ନାହିଁ ବୋଲି କହୁଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ଏହାସହ ମୃତଦେହ ନିକଟରେ ମନୋଜଙ୍କ ମୋବାଇଲ ଫୋନ ଛିଡା କରି ରଖାଯାଇଛି । ସମ୍ଭବତ ମୃତ୍ୟୁ ବେଳର ଦୃଶ୍ୟକୁ ମନୋଜ ମୋବାଇଲ ଫୋନରେ ରେକର୍ଡ କରିଥିବେ କି ମୋବାଇଲରେ ଲାଇଭ କରିଥିବା ନେଇ ଚର୍ଚ୍ଚା ହେଉଛି । ମାଲାକନଗିରି ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

The post ଉଠା ଜଳସେଚନ ଅଫିସରେ ଆତ୍ମହତ୍ୟା କଲେ ରାତ୍ରୀ ଜଗୁଆଳି । ଭାଇରାଲ ହେଲା ମୃତ୍ୟୁ ପୂର୍ବର ଶେଷ ଭିଡିଓ । first appeared on Kanak News.

from Kanak News
via <a href="https://ifttt.com/?

ଅଜଣା ରୋଗରେ ଫୁଲୁଛି ପୁଅର ପେଟ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । କେଉଁଠୁ ଆସିବ ଟଙ୍କା, କିଏ ହେବ ସାହା ।

କନକ ବ୍ୟୁରୋ: ଅଜଣା ରୋଗରେ ଆକ୍ରାନ୍ତ ଶିଶୁ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଶିଶୁଟିର ପେଟ ଦିନକୁ ଦିନ ଫୁଲି ଯାଉଛି । ପୁଅ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗରିବ ବାପାଙ୍କ ଆର୍ଥିକ ଅନଟନ ଚିକିତ୍ସାରେ ବାଧା ସୃଷ୍ଟି କରିଛି । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ କହ୍ନେଇମୁଣ୍ଡା ଗାଁର ଦାମ ନାୟକଙ୍କ ୫ ବର୍ଷର ପୁଅ ଚନ୍ଦ୍ର ନାୟକ । ଖେଳିବା ବୁଲିବା ବୟସରେ ବିଛଣାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି । ଶିଶୁଟିର ପେଟ ଅସହ୍ୟ ଭାବରେ ବଢି ଚାଲିଛି । ପୁଅକୁ ସୁସ୍ଥ କରିବା ପାଇଁ ବାପା ବଡ-ବଡ ଡାକ୍ତରଖାନାକୁ ଯାଇଛନ୍ତି, ପାଖରେ ଥିବା ସବୁ ସମ୍ବଳ ସାରିଲେଣି । କଟକରେ ୧ ମାସ ଧରି ଚିକିତ୍ସା ହେଉଥିବା ବେଳେ ଘରେ  ଗୋଟିଏ ଝିଅର ଦେହାନ୍ତ ହୋଇଛି । ଝିଅର ଶୁଦ୍ଧିକ୍ରିୟା କରିବା ପାଇଁ ଘରକୁ ଆସିଥିଲେ । ହେଲେ ଏବେ ଆଉ ଡାକ୍ତରଖାନା ଯିବା ପାଇଁ ପାଖରେ ଟଙ୍କାଟିଏ ନାହିଁ । ତେଣୁ ନିରୁପାୟ ହୋଇ ପୁଅକୁ ଡାକ୍ତରଖାନା ନନେଇ ଭଗବାନଙ୍କୁ ଭରସା କରି ଘରେ ରଖିଛନ୍ତି ।

ବାପା ପାଖରେ ସମ୍ବଳ ନଥିବାରୁ ଘରେ ରହି ଯନ୍ତ୍ରଣା ଭୋଗୁଛି କୁନି ପୁଅ । ଦିନକୁ ଦିନ ଅବସ୍ଥା ବିଗିଡି ଯାଉଛି । ତେଣୁ ତାଙ୍କ ଚିକିତ୍ସା ପାଇଁ ସହାୟତା ଲୋଡିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ । ଅନ୍ୟପଟେ ପରିବାର ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିବା ବେଳେ ସଚେତନତା ଅଭାବରୁ ତାହା କାର୍ଯ୍ୟରେ ଆସିପାରୁନାହିଁ । ଖବର ପାଇ ରାଷ୍ଟ୍ରୀୟ ବାଲ ବିକାଶ ଯୋଜନାର ବିଭାଗୀୟ ଅଧିକାରୀମାନେ ପହଂଚି ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଦେଖି ତାର ସମସ୍ତ ଚିକିତ୍ସା କରିବା ନେଇ ସୂଚନା ଦେଇଛନ୍ତି  । ଏପରି ଗରିବ ଅସହାୟ ପରିବାର ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେଲେ ଶିଶୁଟିର ଯନ୍ତ୍ରଣା ଦୂର ହୋଇପାରନ୍ତା ।

The post ଅଜଣା ରୋଗରେ ଫୁଲୁଛି ପୁଅର ପେଟ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । କେଉଁଠୁ ଆସିବ ଟଙ୍କା, କିଏ ହେବ ସାହା । first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ, ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ , ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍ ଦେଇଥିଲେ ।

ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଣିଥିଲେ। ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ୍ ପ୍ରେରଣା ଦାୟକ ବୋଲି ସେ କହିଥିଲେ । ଯେଉଁ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ସେମାନେ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧିରେନ୍ ନାୟକ ଓ ବିଶେଶ୍ୱର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା। ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ ।

The post ଭୁବନେଶ୍ୱର ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ, ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ମନର ବଳ ଆଗରେ ହାର ମାନିଛି ବୟସ । ପୁଅ ମୃତ୍ୟୁ ପରେ ବୟସ୍କ କାନ୍ଧରେ ସ୍ତ୍ରୀ ଓ ବିଧବା ବୋହୂର ଦାୟିତ୍ୱ । ଚେରମୂଳି ବିକି ପୋଷୁଛନ୍ତି ପରିବାର ।

କନକ ବ୍ୟୁରୋ: ସାଇକେଲ ଧରି ଗାଁରୁ ଗାଁ ବୁଲୁଥିବା ଏହି ବୃଦ୍ଧ ଜଣଙ୍କ ଜଣେ ହତଭାଗା ବାପା । ଗୋଡ ହାତ ଥରୁଛି, ଚର୍ମ ଧୁଡୁଧୁଡୁ ହେଲାଣି । ବୁଲା ବୁଲି କରିବାକୁ ବୟସ ଅନୁମତି ଦେଉନାହିଁ ସତ କିନ୍ତୁ ପରିସ୍ଥିତି ବାଧ୍ୟ କରୁଛି, ଥକି ପଡିଥିବା ପାଦକୁ ପୁଣି ଚଳଚଞ୍ଚଳ କରିବାକୁ । ଗାଁରୁ ଗାଁ ବୁଲି ଚେରମୂଳି ବିକ୍ରି କରି ପରିବାର ପ୍ରତିପୋଷଣ କରିବା ପାଇଁ । ୪୦ ବର୍ଷୀୟ ପୁଅର ଦେହାନ୍ତ ପରେ ସ୍ତ୍ରୀ ଓ ବିଧବା ବୋହୂ ପାଇଁ ଦାନା ଯୋଗାଡ କରିବାକୁ ସଂଘର୍ଷ କରୁଛନ୍ତି ପିପିଲି ବାଲି ଗାଁର ୮୨ ବର୍ଷୀୟ ମଧୁ ସାହୁ ।

ବୟସର ଅପରାହ୍ଣରେ ପୁଅ-ବୋହୂ ନାତି ନାତୁଣିଙ୍କ ଗହଣରେ ସମୟ ବିତାଇବା କଥା । ହେଲେ ମଧୁ ମଉସାଙ୍କ ଭାଗ୍ୟରେ ତାହା ଜୁଟିନାହିଁ । ପୁଅ ଅନ୍ତେ ପରିବାର ଚଳାଇ ପାଇଁ ସଂଘର୍ଷ କରୁଛନ୍ତି । ଜଙ୍ଗଲରୁ ଚେରମୂଳି ସଂଗ୍ରହ କରି ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରୁଛନ୍ତି । ସେହି ଔଷଧକୁ ନେଇ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି । ବର୍ଷ ବର୍ଷ ଧରି ୫-୧୦ ଟଙ୍କାରେ ଆୟୁର୍ବେଦିକ ଔଷଧ ବିକ୍ରି କରି ଗାଁ ବଇଦ ସାଜିଛନ୍ତି ମଧୁ ମଉସା ।

ସ୍ତ୍ରୀ ଓ ବିଧବା ବୋହୂ ପାଇଁ ଦାନା ଗଣ୍ଡାଏ ଯୋଗାଡ କରୁ କରୁ ନାତିର ଲାଳନପାଳନ ସମ୍ଭବ ହେଲା ନାହିଁ । ତେଣୁ ଅନିଛା ସତ୍ୱେ ନାତିକୁ ଅନାଥ ଆଶ୍ରମରେ ଛାଡି ଦେଇଛନ୍ତି ମଧୁ ମଉସା ।

The post ମନର ବଳ ଆଗରେ ହାର ମାନିଛି ବୟସ । ପୁଅ ମୃତ୍ୟୁ ପରେ ବୟସ୍କ କାନ୍ଧରେ ସ୍ତ୍ରୀ ଓ ବିଧବା ବୋହୂର ଦାୟିତ୍ୱ । ଚେରମୂଳି ବିକି ପୋଷୁଛନ୍ତି ପରିବାର । first appeared on Kanak News.

from Kanak News
via <a href="https://ifttt.com/?

ହେ ଭଗବାନ ! ଏ କି ଯନ୍ତ୍ରଣା… ପରିବାରର ସମସ୍ତେ ଦିବ୍ୟାଙ୍ଗ । ବଞ୍ଚିବା ପାଇଁ ଅସହାୟ ମଣିଷଙ୍କ ଆର୍ତ୍ତଚିତ୍କାର…

କନକ ବ୍ୟୁରୋ: ବଞ୍ଚିବାର ରାହା ଖୋଜୁଛି ଅସହାୟ ପରିବାର । ୬ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଦିବ୍ୟାଙ୍ଗ । ୩ ପୁଅ ଦିବ୍ୟାଙ୍ଗ, ବାପା ପକ୍ଷାଘାତ ପୀଡିତ । କଳାହାଣ୍ଡି ଧର୍ମଗଡ ବ୍ଲକ ପର୍ଲା ପଞ୍ଚାୟତ ବାରିକ ପଡାର ବୃଦ୍ଧ ଦମ୍ପତି ରମେଶ ବାରିକ ଓ ଗନ୍ଧର୍ବୀ ବାରିକ ।

ଏମାନଙ୍କ ୩ଟି ସନ୍ତାନ, ସମସ୍ତେ ଦିବ୍ୟାଙ୍ଗ । ବଡପୁଅ ମନୋଜ ବାରିକ ଓ ସାନ ପୁଅ ଅଜିତ୍ ବାରିକ ବିବାହ କରିନଥିବା ବେଳେ ମଝିଆଁ ପୁଅ ଫିରୋଜ ବିବାହ କରିଛନ୍ତି ତାଙ୍କର ଗୋଟିଏ ୪ ବର୍ଷର କନ୍ୟା ସନ୍ତାନ ରହିଛି। ତେବେ ପୁଅମାନେ ୭୫ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ବାପା ୩ ବର୍ଷ ହେଲା ପକ୍ଷାଘାତରେ ପୀଡିତ ସେ ବି ଜଣେ ଦିବ୍ୟାଙ୍କ ମଣିଷ ପାଲଟିଯାଇଛନ୍ତି ।

ତେବେ ସରକାର ଏହି ପରିବାରକୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେବା ସହିତ ଜଣଙ୍କୁ ମାସକୁ ୫ ଜେଜି ଚାଉଳ ମୋଟ ୫ ଜଣଙ୍କୁ ମାସକୁ ୨୫ କେଜି ଚାଉଳ ରାସନ କାର୍ଡ ମାଧ୍ୟମରେ ଦେଉଛନ୍ତି । ତେବେ ମାଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଗୃହ ସାତ ସପନ ହୋଇ ଯାଇଛି। ମାସିକ ୨୫ କେଜି ଚାଉଲରେ ବଞ୍ଚୁଛି ଏହି ଦିବ୍ୟଙ୍ଗ ପରିବାର।

The post ହେ ଭଗବାନ ! ଏ କି ଯନ୍ତ୍ରଣା… ପରିବାରର ସମସ୍ତେ ଦିବ୍ୟାଙ୍ଗ । ବଞ୍ଚିବା ପାଇଁ ଅସହାୟ ମଣିଷଙ୍କ ଆର୍ତ୍ତଚିତ୍କାର… first appeared on Kanak News.

from Kanak News
via <a href="https://ifttt.com/?

ପଞ୍ଚାୟତବାସୀଙ୍କ ପାଇଁ ପାଣି ପ୍ରକଳ୍ପ କରି ଅଡୁଆରେ ସରପଞ୍ଚ । ସରିଗଲା କାମ, ମେଣ୍ଟିଲା ଶୋଷ । ହେଲେ ବିଲ୍ ପାସ କରୁନାହାନ୍ତି ଅଧିକାରୀ ।

କନକ ବ୍ୟୁରୋ: ପ୍ରକଳ୍ପ କରି ଅଡୁଆରେ ସରପଞ୍ଚ । ଆକ୍ସନ ପ୍ଲାନ ନଥିବାରୁ ହୋଇପାରୁନି ବିଲ୍ । ରାୟଗଡା ସଦର ବ୍ଳକ ପିତାମହଲ ପଚାଂୟତ ଲାଡା ଗାଁର ନୂଆସାହିରେ ସୋଲାର ଡୁଆଲ ପମ୍ପ ପ୍ରକଳ୍ପକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରକଳ୍ପର ବିଲ୍ ହୋଇପାରୁନଥିବାରୁ ନିର୍ମାଣକାରୀ ସଂସ୍ଥା ସ୍ଥାନୀୟ ସଂରପଂଚକୁ ଟଙ୍କା ମାଗୁଛି । ଆଉ ଏବେ ଅଡୁଆରେ ପଡିଛନ୍ତି ସରପଂଚ । ନୂଆସାହିରେ ପିଇବା ପାଣିକୁ ନେଇ ସମସ୍ୟା ରହିଥିଲା । ଗାଁ ଠାରୁ ୨ କିଲୋମିଟର ଜାତୀୟ ରାଜପଥ ସହ ରେଳ ଲାଇନ୍ ପାରି ହୋଇ ଲୋକେ ପାଣି ଆଣୁଥିଲେ । ଲୋକଙ୍କ ସେହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସରପଂଚ ସୋଲାର ଡୁଆଲ ପମ୍ପ ବସାଇଛନ୍ତି । ଲୋକେ ସେଠାରୁ ପାଣି ନେଇ ଉପକୃତ ହେଉଥିବା ବେଳେ ପ୍ରକଳ୍ପ ବାବଦ ବିଲ୍ ଏଯାଏଁ ହୋଇପାରିନଥିବା ଅଭିଯୋଗ ହୋଇଛି ।

ସରପଞ୍ଚ ଟୁଟୁ ତାଡିଙ୍ଗି ୨୦୨୩-୨୪ ବର୍ଷର ଆକ୍ସନ ପାଳନ ପ୍ରସ୍ତୁତ ବେଳେ ଲାଡା ଓ ପିତାମହଲ ଗାଁରେ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ବିଡିଓଙ୍କୁ ଜଣାଇଥିଲେ । ହେଲେ ସରପଞ୍ଚ ଦେଇଥିବା ଗାଁ ଦୁଇଟିରେ ପ୍ରକଳ୍ପ ନକରି ଅନ୍ୟ ଦୁଇଟି ଗାଁରେ ପ୍ରକଳ୍ପ କରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିଲା । ଯେଉଁ ଗାଁରେ ପ୍ରକଳ୍ପ ଅଛି ସେଇଠି ପୁଣି ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା । କିନ୍ତୁ ସରପଞ୍ଚ ଗ୍ରାମସଭା ଜରିଆରେ ନୂଆସାହିରେ ସୋଲାର ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ପାରିତ କରି ସଭାର ରେଜୋଲେସନ କପି ବିଡିଓଙ୍କୁ ପ୍ରଦାନ କରିଥିଲେ । ପରେ ଲାଡା ନୂଆସାହିରେ ସିଏଫ୍ସି ୨ ଲକ୍ଷ ୮୬ ହଜାର ଅନୁଦାନରେ ଡୁଆଲ ସୋଲାର ପମ୍ପ ନିର୍ମାଣ କରାଇଥିଲେ । ଯାହା ଆଜି ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ପ୍ରକଳ୍ପରୁ ପାଣି ପାଇ ଲୋକଙ୍କ ଶୋଷ ମେଂଟୁଥିବା ବେଳେ ସରକାରୀ ନିୟମର ଦ୍ୱାହି ଦେଇ ପ୍ରକଳ୍ପ ବାବଦର ଅର୍ଥ ଦେଉନାହାନ୍ତି ବିଭାଗୀୟ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ । ସେପଟେ ସରକାରୀ ସ୍ତରରେ ବିଲ୍ ହେଉନଥିବାରୁ କାମ ବାବଦ ଟଙ୍କା ସରପଂଚଙ୍କୁ ମାଗୁଛନ୍ତି ପ୍ରକଳ୍ପ କରିଥିବା ସଂସ୍ଥା ।

ଅନ୍ୟପଟେ ମାପଚୁପ କରି ଯଥାଶୀଘ୍ର ବିଲ କରାନଯାଏ ତାହା ହେଲେ ଆଗାମୀ ଦିନରେ ନୂଆସାହି ଗ୍ରାମବାସୀ ବ୍ଳକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଲୋକଙ୍କ ଅଭିଯୋଗର ସତ୍ୟାସତ ଜାଣିବା ପାଇଁ ବ୍ଳକ କାର୍ଯ୍ୟାଳୟରେ ବିଡିଓଙ୍କ ଠାରୁ ଆରମ୍ଭ କରି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ସେମାନେ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

The post ପଞ୍ଚାୟତବାସୀଙ୍କ ପାଇଁ ପାଣି ପ୍ରକଳ୍ପ କରି ଅଡୁଆରେ ସରପଞ୍ଚ । ସରିଗଲା କାମ, ମେଣ୍ଟିଲା ଶୋଷ । ହେଲେ ବିଲ୍ ପାସ କରୁନାହାନ୍ତି ଅଧିକାରୀ । first appeared on Kanak News.

from Kanak News
via <a href="https://ifttt.com/?

ବିଧାୟକ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମିଟିଂ ହେଲା ମଣ୍ଡି ଖୋଲିଲା । କିନ୍ତୁ ଚାଷୀ ମୋବାଇଲକୁ ଆସିନି ଟୋକନ କି ମଣ୍ଡିକୁ ମିଳିନି ଟାର୍ଗେଟ

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାରେ ଖରିଫ୍ ଧାନ କିଣା ବିକା ପାଇଁ ଗତ ନଭେମ୍ବର ୧୬ରେ ବୈଠକ ବସିଲା । ଜିଲ୍ଲାପାଳ ଓ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ନିଷ୍ପତି ଅନୁସାରେ ଗତ ୨୮ ତାରିଖରେ ଲୋଇସିଂହାରରେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯାଇଛି । ହେଲେ ଆଜି ଯାଏଁ ଚାଷୀଙ୍କ ପାଖକୁ ଟୋକନ ଆସିନଥିବା ଅଭିଯୋଗ ହୋଇଛି । ମଣ୍ଡିରେ ପଂଜିକରଣ କରିଥିଲେ ସୁଦ୍ଧା ଟୋକନ ଆସିନଥିବାରୁ ଅନିଶ୍ଚିତତା ଭିତରେ ଅମଳ ଧାନକୁ ଜଗି ରହିଛନ୍ତି ବଲାଙ୍ଗୀର ଜିଲ୍ଲାର ଚାଷୀ ।

ଟୋକନ ଆସିନଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି । ଅନ୍ୟପଟେ ମଣ୍ଡି ଗୁଡିକୁ ମଧ୍ୟ ଯୋଗାଣ ବିଭାଗ ତରଫରୁ ଟାର୍ଗେଟ ପହଂଚି ନାହିଁ । ତେଣୁ ମଣ୍ଡି କର୍ତୃପକ୍ଷ ଧାନ କିଣିପାରୁ ନଥିବା ଜଣାପଡିଛି । ସେପଟେ ବଲାଙ୍ଗୀର ସାଂସଦ ଏହାକୁ ନିନ୍ଦା କରିଛନ୍ତି । ଚାଷୀ ବିରୋଧୀ ଓ ଜାଣିଶୁଣୀ ଚାଷୀଙ୍କୁ ଅଭାବୀ ବିକ୍ରୀର ସମ୍ମୁଖୀନ ହେବାକୁ ବାଧ୍ୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଯଦି ଜିଲ୍ଲା ପ୍ରଶାସନ ଚାଷୀଙ୍କ ଏହି ସମସ୍ୟାର ସମାଧାନ ନକରନ୍ତି ତେବେ ଚାଷୀମାନେ ଦଲାଲଙ୍କ ହାତରେ ଧାନ ଟେକି ଦେବାର ଆଶଙ୍କା ରହିଛି ।

The post ବିଧାୟକ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମିଟିଂ ହେଲା ମଣ୍ଡି ଖୋଲିଲା । କିନ୍ତୁ ଚାଷୀ ମୋବାଇଲକୁ ଆସିନି ଟୋକନ କି ମଣ୍ଡିକୁ ମିଳିନି ଟାର୍ଗେଟ first appeared on Kanak News.

from Kanak News
via <a href="https://ifttt.com/?

ମହିଳାମାନଙ୍କର ଅତି କମରେ ଆଠଟି ସନ୍ତାନ ଜନ୍ମକରିବା ଉଚିତ । କାହିଁକି ଏମିତି କହିଲେ ରାଷ୍ଟ୍ରପତି ପୁଟିନ ?

ଭ୍ଲାଦିମିର ପୁଟିନଙ୍କ ଏହି ମନ୍ତବ୍ୟ ୟୁକ୍ରେନ ଯୁଦ୍ଧ ସହିତ ଜଡିତ ଅଛି  କି ? ଯେଉଁଥିରେ ବହୁ ସଂଖ୍ୟକ ରୁଷ ସୈନିକ ପ୍ରାଣ ହରାଇଛନ୍ତି । ତେବେ ପୁଟିନ ତାଙ୍କ ଅଭିଭାଷଣରେ ନିହତ ସୈନିକଙ୍କ ସଂଖ୍ୟା ବିଷୟରେ କିଛି ଉଲ୍ଲେଖ କରିନାହାଁନ୍ତି ।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଭାଷଣରେ ଦେଶର ମହିଳାମାନଙ୍କୁ ଏକ ଅଜବ ଧରଣର ଆବେଦନ କରିଛନ୍ତି ।  ପୁଟିନ ରଷିଆନ ପିପୁଲ୍ସ କାଉନସିଲରେ ଦେଇଥିବା ଅଭିଭାଷଣରେ ଅନ୍ତତପକ୍ଷେ ଆଠଟି ସନ୍ତାନ ଜନ୍ମ କରିବାକୁ  ଏବଂ ଦେଶରେ ବଡ ପରିବାରକୁ ସେମାନଙ୍କର ଆଦର୍ଶ ବୋଲି ବିବେଚନା କରିବାକୁ ପୁଟିନ ନିବେଦନ କରିଛନ୍ତି ।

ଦି ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ଅନୁଯାୟୀ ପୁଟିନଙ୍କ ଏହି ବିବୃତ୍ତିରୁ ଅନେକ ଅର୍ଥ ଉତ୍ପନ୍ନ ହେଉଛି । ଏହି ବିବୃତ୍ତି ପଛରେ ଗୋଟିଏ କାରଣ ହେଉଛି ୧୯୯୦ ଦଶକରୁ ରୁଷରେ ଜନ୍ମହାର କ୍ରମାଗତ ଭାବେ ହ୍ରାସ ପାଉଛି । ସେଥିରେ କୌଣସି ଉନ୍ନତି ହୋଇନାହିଁ । ଗତ ବର୍ଷ ଫେବୃଆରୀରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦେଶରେ ତିନି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ସମୟ ଆମର : ପୁଟିନ

ଏହି ସମାରୋହକୁ ରୁଷର ଅର୍ଥୋଡକ୍ଶ ଚର୍ଚ୍ଚର ମୁଖ୍ୟ ପାଟ୍ରିୟାକ କିରିଲ ଆୟୋଜନ କରିଥିଲେ । ଯେଉଁଥିରେ ଋଷର ନେକ ପାରମ୍ପାରିକ ସଂଗଠନର ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ । ପୁଟିନ କହିଛନ୍ତି ଯେ ରୁଷର ଜନସଂଖ୍ୟା ବୃଦ୍ଧି ତାଙ୍କ ସରକାରଙ୍କ ଟାର୍ଗେଟ, ଯେଉଁଥିପାଇଁ ସରକାର ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଧ୍ୟାନ କେନ୍ଦ୍ରିତ କରିବେ । ଯାହାଦ୍ୱାରା ଆଗାମୀ ଦିନରେ ଦେଶର ଜନସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇପାରିବ | ଏହି ଲକ୍ଷ୍ୟ ସହିତ ରୁଷର ଭବିଷ୍ୟତ ସୁରକ୍ଷିତ ରହିବ। ଆଗାମୀ ସମୟ ଋଷର ଅଟେ ।  ଆମେ  ଶତାବ୍ଦୀ ପୁରୁଣା, ଶକ୍ତିଶାଳୀ ।

ପରମ୍ପରାକୁ ବଞ୍ଚାଇବା ଆବଶ୍ୟକ: ପୁଟିନ

ପୁଟିନ ଆହୁରି ମଧ୍ୟ କହିଛନ୍ତି, ‘ରୁଷର କେତେକ ଜାତି ଆଜି ମଧ୍ୟ ଚାରି, ପାଞ୍ଚ କିମ୍ବା ଅଧିକ ସନ୍ତାନ ଜନ୍ମ କରିବାର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି । ଆମକୁ ମନେ ରଖିବାକୁ ହେବ ଯେ ରୁଷିଆ ପରିବାରରେ କିପରି ଆମର ଜେଜେମା’ଙ୍କ ସାତ, ଆଠ କିମ୍ବା ଅଧିକ ସନ୍ତାନ ଥିଲେ । ଆସନ୍ତୁ ଏହି ଉତ୍କୃଷ୍ଟ ପରମ୍ପରାଗୁଡ଼ିକୁ ସଂରକ୍ଷଣ ଏବଂ ପୁନର୍ଜୀବିତ କରିବା । ବଡ଼ ପରିବାର ଆଦର୍ଶ ହେବା ଉଚିତ୍, କାରଣ ପରିବାର କେବଳ ରାଜ୍ୟ ଏବଂ ସମାଜର ମୂଳଦୁଆ ନୁହେଁ ବରଂ ଏହା ଏକ ଆଧ୍ୟାତ୍ମିକ ଘଟଣା ଏବଂ ନୈତିକତାର ଉତ୍ସ ମଧ୍ୟ ଅଟେ ।

୩ ଲକ୍ଷ ମୃତ୍ୟୁ ଏବଂ ୯ ଲକ୍ଷ ଲୋକ ଦେଶ ଛାଡିଛନ୍ତି

ବର୍ତ୍ତମାନ ପୁଟିନଙ୍କ ଏହି ମନ୍ତବ୍ୟ ପାଶ୍ଚାତ୍ୟ ଦେଶରେ ବିଶ୍ଳେଷଣ କରାଯାଉଛି। ଯଦିଓ ରୁଷର ରାଷ୍ଟ୍ରପତିଙ୍କ ମନ୍ତବ୍ୟ ୟୁକ୍ରେନ ଯୁଦ୍ଧରେ ରୁଷ ସୈନିକଙ୍କ ମୃତ୍ଯୁର କ୍ଷୟକ୍ଷତିର ଆକଳନକୁ ସିଧାସଳଖ ଦର୍ଶାଇ ନାହିଁ, କିନ୍ତୁ ଅନେକ ବିଶେଷଜ୍ଞ ତାଙ୍କ ବିବୃତ୍ତିକୁ ୟୁକ୍ରେନ ଯୁଦ୍ଧରେ ନିହତ ସୈନିକଙ୍କ ସଂଖ୍ୟା ସହ ଯୋଡିଛନ୍ତି, ଯାହା ଏପର୍ଯ୍ୟନ୍ତ ମସ୍କୋ ପ୍ରଶାସନ ଦ୍ୱାରା ସ୍ପଷ୍ଟ ହୋଇନାହିଁ ।ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହି ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ତିନି ଲକ୍ଷରୁ ଅଧିକ ହୋଇଛି । ଏକ ସ୍ବାଧୀନ ରୁଷ ଥିଙ୍କ ଟ୍ୟାଙ୍କର ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ଯୁଦ୍ଧ ହେତୁ ପ୍ରାୟ ୮ ରୁ ୯ ଲକ୍ଷ ଲୋକ ଦେଶ ଛାଡି ପଳାଇଛନ୍ତି ।

The post ମହିଳାମାନଙ୍କର ଅତି କମରେ ଆଠଟି ସନ୍ତାନ ଜନ୍ମକରିବା ଉଚିତ । କାହିଁକି ଏମିତି କହିଲେ ରାଷ୍ଟ୍ରପତି ପୁଟିନ ? first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ରେ ଭାରତରେ ଖେଳାଯାଇ ନପାରେ ଆଇପିଏଲ? ପୂର୍ବରୁ ମଧ୍ୟ ୨ଥର ଏମିତି ସ୍ଥିତିର ସାମ୍ନା କରିଛି ବିସିସିଆଇ, ଜାଣନ୍ତୁ ପୂରା କାରଣ କଣ?

କନକ ବ୍ୟୁରୋ : ଆଇପିଏଲ ଟ୍ରେଡ ଶେଷ ହେବା ପରେ ଦଳ ଗୁଡିକ ନିଜ ପସନ୍ଦର ଖେଳାଳୀଙ୍କୁ ରିଟେନ ରଖି ଅନ୍ୟ ଖେଳାଳିଙ୍କୁ ରିଲିଜ କରିଛନ୍ତି । ଡିସେମ୍ବର ମାସର ତୃତୀୟ ସପ୍ତାହରେ ଆଇପିଏଲ ନିଲାମୀ ହେବାକୁ ଥିବା ବେଳେ ଆଇପିଏଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଇପିଏଲ ୨୦୨୪ ଭାରତରେ ହେବା ନେଇ ସସପେନ୍ସ ଲାଗି ରହିଛି ।

୨୦୨୪ରେ ହେବାକୁ ଥିବା ଆଇପିଏଲର ୧୭ତମ ସଂସ୍କରଣ ଭାରତରେ ଖେଳାଯାଇ ନପାରେ । କାରଣ ୨୦୨୪ରେ ଭାରତରେ ଲୋକସଭା ନିର୍ବାଚନ ହେବ । ସାଧାରଣତଃ ଆଇପିଏଲ ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ମାସରେ ଶେଷ ହୁଏ । ଲୋକସଭା ନିର୍ବାଚନ ମଧ୍ୟ ସେହି ସମୟରେ ଅନୁଷ୍ଠିତ ହେବ । ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଆଇପିଏଲ ଭାରତ ବାହାରେ ହୋଇପାରେ । ପୂର୍ବରୁ ୨୦୦୯ ଓ ୨୦୧୪ ନିର୍ବାଚନ ସମୟରେ ମଧ୍ୟ ଆଇପିଏଲ ବିଦେଶରେ ଆୟୋଜିତ ହୋଇଥିଲା । କିନ୍ତୁ ୨୦୧୯ରେ ଲୋକସଭା ନିର୍ବାଚନ ଓ ଆଇପିଏଲ ଏକାସମୟରେ ଭାରତରେ ହୋଇଥିଲା । ତେଣୁ ୨୦୨୪ରେ ସରକାରଙ୍କ ସହ ସମନ୍ୱୟ ରଖି ବିସିସିଆଇ ଆଇପିଏଲ ଆୟୋଜିତ କରିପାରେ । ନିର୍ବାଚନ ବେଳେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ଆବଶ୍ୟକ ପଡୁଥିବାରୁ ଭାରତରେ ସୁରକ୍ଷାବଳୟ ଭିତରେ ଆଇପିଏଲ କରିବା କୌଣସି ଚ୍ୟାଲେଞ୍ଜ ଠାରୁ ମଧ୍ୟ କମ ନୁହେଁ । କିନ୍ତୁ କ୍ରିକେଟପ୍ରେମୀଙ୍କ ଇଚ୍ଛା ଭାରତରେ ଆଇପିଏଲ ଖେଳାଯାଉ, ଯାହାଦ୍ୱାରା ଷ୍ଟାଡିୟମରେ ବସି ମ୍ୟାଚର ମଜା ଉଠାଇ ପାରିବେ ।

The post ୨୦୨୪ରେ ଭାରତରେ ଖେଳାଯାଇ ନପାରେ ଆଇପିଏଲ? ପୂର୍ବରୁ ମଧ୍ୟ ୨ଥର ଏମିତି ସ୍ଥିତିର ସାମ୍ନା କରିଛି ବିସିସିଆଇ, ଜାଣନ୍ତୁ ପୂରା କାରଣ କଣ? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started