ନ୍ୟାସନାଲ କମିଶନ ଲୋଗୋରେ ଇଣ୍ଡିଆ ବଦଳରେ ଭାରତ । ଲୋଗୋରେ ଲାଗିଲା ହିନ୍ଦୁ ଦେବତାଙ୍କ ରଙ୍ଗୀନ ଫଟୋ

କନକ ବ୍ୟୁରୋ : ନ୍ୟାସନାଲ ମେଡିକାଲ କମିଶନ ତରଫରୁ ନିଜର ଅଧିକାରୀ ଲୋଗୋରେ ପରିବର୍ତ୍ତନ କରାଯାଇଛି । ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଲୋଗୋରେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବା ସହ ଲୋଗୋରେ ଆୟୁର୍ବେଦର ଦେବତା ଧନନ୍ତ୍ୱରୀଙ୍କର ଏକ ରଙ୍ଗୀନ ଫଟୋ ଲଗାଯାଇଛି ।

ଏହାକୁ ନେଇ ବିବାଦ ଦେଖାଦେବା ପରେ ସଂସ୍ଥା ତରଫରୁ କୁହାଯାଇଛି କି ପୂରୁଣା ଲୋଗୋରେ ବି ଧନନ୍ତ୍ୱରୀଙ୍କର କଳାଧଳା ଫଟୋ ଥିଲା । ହେଲେ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଲୋଗୋରେ ପ୍ରଥମେ ଲାୟନ କ୍ୟାପିଟାଲର ଫଟୋ ରହିଥିଲା ।

ନ୍ୟାସନାଲ ମେଡିକାଲ କମିଶନ ବା ଏନଏମସିର ଅଧ୍ୟକ୍ଷ ବିଏନ୍ ଗଙ୍ଗାଧର କହିଛନ୍ତି କି, ଏଥିରେ ଚକିତ କରିଦେବା ଭଳି କିଛିନାହିଁ । କାରଣ ଏଥିରେ କିଛି ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇନାହିଁ । କଳାଧଳ ରଙ୍ଗର ଧନନ୍ତ୍ୱରୀଙ୍କ ଫଟୋ ପ୍ରଥମେ ଥିଲା । ହେଲେ ଏବେ ସଂସ୍ଥା ତରଫରୁ ଲୋଗୋର ପରିବର୍ତ୍ତନ ପାଇଁ ସହମତି ପ୍ରକାଶ ପାଇଛି । ଅନ୍ୟପଟେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବାକୁ ସେ ସ୍ୱୀକାର କରିଥିଲେ ବି ଏହାର କାରଣ ସ୍ପଷ୍ଟ କରିନାହାଁନ୍ତି ।

https://platform.twitter.com/widgets.js

କେବଳ ସେତିକି ନୁହେଁ ଚଳିତ ସପ୍ତାହ ଆରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଆୟୁଷ୍ମାନ ଭାରତ ହେଲ୍ଥ ଓ ୱେଲନେସ୍ ସେଣ୍ଟରର ନାମ ବଦଳାଇ ଏହାକୁ ଆୟୂୁଷ୍ମାନ ଆରୋଗ୍ୟ ମନ୍ଦିର କରିଦିଆଯାଇଛି । ଏହାସହ ଟ୍ୟାଗ୍ ଲାଇନରେ ‘ଆରୋଗ୍ୟମ୍ ପରମ୍ ଧନମ୍’ ବୋଲି ଲେଖାଯାଉଛି ।

The post ନ୍ୟାସନାଲ କମିଶନ ଲୋଗୋରେ ଇଣ୍ଡିଆ ବଦଳରେ ଭାରତ । ଲୋଗୋରେ ଲାଗିଲା ହିନ୍ଦୁ ଦେବତାଙ୍କ ରଙ୍ଗୀନ ଫଟୋ first appeared on Kanak News.

from Kanak News
via <a href="https://ifttt.com/?

ରାଇପୁର ଷ୍ଟାଡିୟମରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ । ସନ୍ଧ୍ୟା ୭ଟାରେ ହେବାକୁ ଅଛି ଇଣ୍ଡିଆ- ଅଷ୍ଟ୍ରେଲିଆ ଟି-୨୦ ମ୍ୟାଚ୍

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଆଜି ରାଇପୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ । ହେଲେ ଆଜି ମ୍ୟାଚ ଖେଳାଯାଇପାରିବ କି ନାହିଁ ତାହାକୁ ନେଇ ସମସ୍ୟା ଦେଖାଦେଇଛି । ରାଇପୁର କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ବିଜୁଳି ବିଭାଗ ଷ୍ଟାଡିୟମରୁ ବିଜୁଳି ସଂଯୋଗ ବିଛିନ୍ନ କରିଛି । ଏହାର କାରଣ ଭାବେ ବିଜୁଳି ବିଲ ବକେୟା ବୋଲି କୁହାଯାଇଛି ।

ଛତିଶଗଡର ରାଜଧାନୀ ରାଇପୁରରେ ଥିବା ଏହି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ନାମ ରହିଛି ସହିଦ ନାରାୟଣ ସିଂ ଅର୍ନ୍ତରାଷ୍ଟ୍ରୀୟ କ୍ର୍ରିକେଟ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି । ହେଲେ ଆଜିର ମ୍ୟାଚ ଖେଳାଯିବା ପୂର୍ବରୁ ଏକ ବଡ ସମସ୍ୟା ଦେଖାଦେଇଛି । ଷ୍ଟାଡିୟମ ତରଫରୁ ଗତ ୫ ବର୍ଷ ହେବ ବିଜୁଳି ବିଲ୍ ପୈଠ କରାଯାଇନାହିଁ । ଯାହା ବୃଦ୍ଧି ପାଇ ଏବେ ୩.୧୬ କୋଟି ଟଙ୍କାରେ ପହଂଚିଛି ।

ଏହା ପ୍ରଥମଥର ନୁହେଁ ବରଂ ୫ ବର୍ଷ ତଳେ ମଧ୍ୟ ବକେୟା ବିଦ୍ୟୁତ୍ ବିଲକୁ ନେଇ ଷ୍ଟାଡିୟମରୁ ବିଜୁଳି ସଂଯୋଗ ବିଛିନ୍ନ କରାଯାଇଥିଲା । ଏହାପରେ ଛତିଶଗଡ ରାଜ୍ୟ କ୍ରିକେଟ ବୋର୍ଡର ଅନୁରୋଧ ପରେ ଅସ୍ଥାୟୀ ଭାବେ ବିଜୁଳି ସଂଯୋଗ କରାଯାଇଥିଲା । ହେଲେ ଏହା କେବଳ ଦର୍ଶକ ଓ ପାଭିଲିୟନକୁ କଭର କରୁଛି । ତେଣୁ ଆଜି ଯଦି ଖେଳ ହେବ ତେବେ ଫ୍ଲଡଲାଇଟ୍ ଓ ଜେନେରେଟର ଚଳାଇ ଆଲୋକିକରଣ କରାଯିବ ।

The post ରାଇପୁର ଷ୍ଟାଡିୟମରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ । ସନ୍ଧ୍ୟା ୭ଟାରେ ହେବାକୁ ଅଛି ଇଣ୍ଡିଆ- ଅଷ୍ଟ୍ରେଲିଆ ଟି-୨୦ ମ୍ୟାଚ୍ first appeared on Kanak News.

from Kanak News
via <a href="https://ifttt.com/?

ମିଥ୍ୟା ଖବର ପ୍ରସାରଣକୁ ନେଇ ମୋଦୀ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍ । ୧୨୦ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ

କନକ ବ୍ୟୁରୋ : ୟୁଟ୍ରୁବ୍ ଚ୍ୟାନେଲ ମାଧ୍ୟମରେ ରୋଜଗାର ବଢାଇବା ଓ ଅଧିକ ଲୋକଙ୍କ ପାଖରେ ପହଂଚିବା ଲକ୍ଷ୍ୟରେ କିଛି ଚ୍ୟାନେଲ ତରଫରୁ ମିଥ୍ୟା ଖବର ଓ ଦ୍ୱିଅର୍ଥବୋଧକ ଥମ୍ବନେଲ ବ୍ୟବହାର ବହୁଳମାତ୍ରାରେ ବୃଦ୍ଧି ପାଇଛି । ଏହାକୁ କେନ୍ଦ୍ର ସରକାର ଏକ ଗମ୍ଭୀର ପ୍ରସଙ୍ଗ ବୋଲି ବିବେଚନା କରି ଏଭଳି କିଛି ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହା ପୂର୍ବରୁ ମଧ୍ୟ ସମାନ ମାମଲାରେ ଅନେକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିଲେ । ଗତ ୧ବର୍ଷ ଅର୍ଥାତ ଡିସେମ୍ବର ୨୦୨୨ ରୁ ଏପର୍ଯ୍ୟନ୍ତ ପିଆଇବି ତରଫରୁ ୨୬ ଟି ୟୁଟ୍ୟୁବ୍ ଚ୍ୟାନେଲର ପର୍ଦ୍ଦାଫାସ କରିଥିଲେ । ଯେଉଁ ଚ୍ୟାନେଲମାନେ ନିୟମିତ ଭାବେ ଭୂଲ ଖବର ପ୍ରସାରଣ କରୁଥିଲେ ।

ଏହାପରେ ଏବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଯ୍ୟୁକ୍ତି ନିୟମ ୨୦ କ୍ରମରେ ୧୨୦ ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ବନ୍ଦ କରିଦେଇଛନ୍ତି ।

The post ମିଥ୍ୟା ଖବର ପ୍ରସାରଣକୁ ନେଇ ମୋଦୀ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍ । ୧୨୦ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ first appeared on Kanak News.

from Kanak News
via <a href="https://ifttt.com/?

ସିବିଏସଇ ବୋର୍ଡର ବଡ ନିଷ୍ପତ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପିଲାମାନଙ୍କୁ ମିଳିବ ନାହିଁ କୌଣସି ରାଙ୍କ କି ଡିଭିଜନ୍

କନକ ବ୍ୟୁରୋ : ସିବିଏସଇ ବୋର୍ଡ ତରଫରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । ଏହି ବିଜ୍ଞପ୍ତି ମୁତାବକ ୨୦୨୪ ଶିକ୍ଷାବର୍ଷ ଠାରୁ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ କୌଣସି ଡିଭିଜନ, ରାଙ୍କ କିମ୍ବା ଏଗ୍ରିଗେଟ୍ ମାର୍କସ୍ ଦିଆଯିବ ନାହିଁ ।

ନୂଆ ଶିକ୍ଷାନୀତି ୨୦୨୦ ଲାଗୁ ହେବା ପରେ ଶିକ୍ଷା ବିଭାଗରେ ଅନେକ ପ୍ରକାର ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ ସିବିଏସଇ ବୋର୍ଡ ଏଭଳି ପଦକ୍ଷେପ ନେଇଛି । ବୋର୍ଡ ତରଫରୁ କୁହାଯାଇଛି ଯେ, ଏହି ନିୟମ ଲାଗୁ ହେବାପରେ ଛାତ୍ରଛାତ୍ରୀମାନଙ୍କ ଉପରୁ ଚାପ କମିବ ଓ ସେମାନେ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ।

ସିବିଏସଇ ବୋର୍ଡ ୨୦୨୪ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ପିଲାମାନଙ୍କୁ କୌଣସି ପ୍ରକାର ଡିଭିନ, ଡିଷ୍ଟିଙ୍ଗସନ କିମ୍ବା ଏଗ୍ରିଗେଟ ଦେବ ନାହିଁ । ଏହା ବ୍ୟତୀତ ବୋର୍ଡ ଏହା ବି ସ୍ପଷ୍ଟ କରିଛି କି, ୧୦ମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ମାର୍କ ପ୍ରତିଶତ ମଧ୍ୟ ସିବିଏସି ଦ୍ୱାରା ଗଣନା କରାଯିବ ନାହିଁ । ଏନେଇ ସିବିଏସଇ ବୋର୍ଡର ପରୀକ୍ଷା ପରିଚାଳକ ଡ. ସୟମ ଭରଦ୍ୱାଜ ସୂଚନା ଦେଇଛନ୍ତି ।

ସିବିଏସଇ ବୋର୍ଡ ବିଜ୍ଞପ୍ତିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଏହି ସୂଚନା ମୁତାବକ ଯଦି କୌଣସି ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ୫ରୁ ଅଧିକ ବିଷୟ ନେଇଛନ୍ତି ତେବେ ଶ୍ରେଷ୍ଠ ୫ଟି ବିଷୟ ନିର୍ଦ୍ଧାରଣ କରିବାର ନିଷ୍ପତ୍ତି ସେହି ଅନୁଷ୍ଠାନ କିମ୍ବା ସିବିଏସଇ ବୋର୍ଡର ଛାତ୍ରଙ୍କୁ ନିଯୁକ୍ତି ଦେଉଥିବା ନିଯୁକ୍ତିଦାତା ହିଁ ସ୍ଥିର କରିପାରିବେ । ଏଥିରେ ସିବିଏସଇ ବୋର୍ଡର କୌଣସି ଭୂମିକା ରହିବ ନାହିଁ । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

The post ସିବିଏସଇ ବୋର୍ଡର ବଡ ନିଷ୍ପତ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପିଲାମାନଙ୍କୁ ମିଳିବ ନାହିଁ କୌଣସି ରାଙ୍କ କି ଡିଭିଜନ୍ first appeared on Kanak News.

from Kanak News
via <a href="https://ifttt.com/?

ସମୟକୁ ଅପେକ୍ଷା କରନ୍ତୁ, ୫ ରାଜ୍ୟରେ ସରକାର ଗଢିବ ବିଜେପି । ବୁଥ୍ ବାହୁଡା ମତକୁ ନେଇ ବଡ ବୟାନ ଦେଲେ ମନମୋହନ ସାମଲ । 

କନକ ବ୍ୟୁରୋ : ୫ ରାଜ୍ୟର ନିର୍ବାଚନ ଶେଷ ହୋଇଥିବା ବେଳେ ଆସିଛି ବୁଥ୍ ବାହୁଡା ମତ । ୫ ରାଜ୍ୟରୁ ୩ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ବୁଥ୍ ବାହୁଡା ମତ୍ ଦର୍ଶାଉଛି । ସେହିଭଳି ତେଲେଙ୍ଗାନାରେ ସରକାର କିଏ ଗଢିବ ତାହାକୁ ନେଇ କଂଗ୍ରେସ ଓ ବିଆରଏସ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିପାରେ । ତେବେ ବୁଥ୍ ବାହୁଡା ମତ ଆସିବା ପରେ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ମନମୋହନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ସହ କହିଛନ୍ତି, ୫ ରାଜ୍ୟରେ ବିଜେପି ଭଲ ଫଳାଫଳ କରିବ । ସବୁ ରାଜ୍ୟରେ ବିଜେପି ସରକାର କରିବ, ବାସ୍ ସମୟକୁ ଅପେକ୍ଷା କରନ୍ତୁ । ୫ ରାଜ୍ୟରେ ସର୍ବାଧିକ ବିଧାୟକ ଓ ସାଂସଦ ଆସନ ଜିତିବ ବିଜେପି । ଏହାଛଡା ଅଧିକ ରାଜ୍ୟରେ ସରକାର ମଧ୍ୟ କରିବ ଭାରତୀୟ ଜନତା ପାର୍ଟି । ଅନ୍ୟ କୌଣସି ରାଜ୍ୟର ଫଳାଫଳ ଓଡ଼ିଶା ଉପରେ କିଛି ପ୍ରଭାବ ପକାଇବ ନାହିଁ । ୨୪ରେ ପୁଣିଥରେ ବିଜେପି ଶାସନକୁ ଆସିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ମନମୋହନ ।

ନିର୍ବାଚନ ହୋଇଥିବା ୫ ରାଜ୍ୟ ମଧ୍ୟରୁ ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସ ସରକାରରେ ଥିବା ବେଳେ ମଧ୍ୟପ୍ରଦେଶରେ ବିଜେପି ସରକାରରେ ରହିଛି । ସେହିଭଳି ତେଲେଙ୍ଗାନାରେ ବିଆରଏସ ସରକାରରେ ରହିଛି । ଉଭୟ କଂଗ୍ରେସ ଓ ବିଜେପି ପାଇଁ ଏହି ରାଜ୍ୟରେ ସରକାର ଗଠନ କରିବା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲର ଆଖ୍ୟା ଦିଆଯାଇଛି ।

The post ସମୟକୁ ଅପେକ୍ଷା କରନ୍ତୁ, ୫ ରାଜ୍ୟରେ ସରକାର ଗଢିବ ବିଜେପି । ବୁଥ୍ ବାହୁଡା ମତକୁ ନେଇ ବଡ ବୟାନ ଦେଲେ ମନମୋହନ ସାମଲ ।  first appeared on Kanak News.

from Kanak News
via <a href="https://ifttt.com/?

ଦୁବାଇରେ ହେଉଛି ଆନ୍ତର୍ଜାତିକ ସମ୍ମୀଳନି ‘COP28’ – ଭାରତ ଆରମ୍ଭ କରିବ ଗ୍ରୀନ କ୍ରେଡିଟ ଇନିସିଏଟିଭ

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ କୋପ ବା (କନଫେରେନ୍ସ ଅଫ ପାର୍ଟିସ) ର ୨୮ତମ ସମ୍ମୀଳନୀ ଚଳିତ ବର୍ଷ ଦୁବାଇରେ ଆରମ୍ଭ ହୋଇଛି । ଏହି ସମ୍ମୀଳନିରେ ପରିବେଶ ସୁରକ୍ଷାପାଇଁ ପ୍ରମୁଖ ଦେଶ ମାନଙ୍କୁ ନେଇ ଜରୁରୀ ଆଲୋଚନା କରିବା ସହ ସଚେତନତା ମୂଳକ ପଦକ୍ଷେପ ଓ ଅନେକ ପର୍ଯ୍ୟାବରଣ ସୁରକ୍ଷାକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଥାଏ ।

ଭାରତ ଏଥିରେ ଯୋଗ ଦେବା ସହ ଗ୍ରୀନ କ୍ରେଡିଟ ଇନିସିଏଟିଭ ଓ ଲିଡଆଇଟି ୨.୦ ନାମରେ ଦୁଇଟି ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବା ସହ ଭାରତ ଓ ୟୁଏଇର ସହଭାଗିତାରେ ଏହି ଯୋଜନା ଗୁଡିକର ପରଚାଳନା ପାଇଁ କିଛି ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ୟୁଏଇ ସହ ଗ୍ରୀନ କ୍ରେଡିଟ ଇନିସିଏଟିଭ ଆରମ୍ଭ ହେବାକୁ ଯାଉଥିବା ବେଳେ ସ୍ୱିଡେନ ସହ ଲିଡଆଇଟି ୨.୦ ଯୋଜନାର ଶୁଭାରମ୍ଭ ହେବ ।

ଚଳିତ ବର୍ଷ ଅକ୍ଟୋବର ମାସରେ ପରିବେଶ ମନ୍ତ୍ରାଳୟ ତରଫରୁ ଏହା ବିଷୟରେ ସୂଚନା ଦିଆ ଯାଇଥିଲା । ଗ୍ରୀନ କ୍ରେଡିଟ ଇନିସିଏଟିଭ ପରିବେଶ ବିଭାଗ ଜାରି କରିଥିବା ଗ୍ରୀନ କ୍ରେଡିଟ ପ୍ରୋଗ୍ରାମର ଅଂଶ ବିଶେଷ । ଏହି ଇିନିସିଏଟିଭ ମାଧ୍ୟମରେ ପ୍ରମୁଖ ଭାବେ ନଦୀପଠା ଅଂଚଳ ଓ ଅଣଉର୍ବର ଜମିରେ ବୃକ୍ଷରୋପଣ କରି ସେହି ଜମି ଗୁଡିକୁ କିପରି ପୁଣି ବ୍ୟବହାର ଉପଯୋଗୀ କରିବା ଏ ନେଇ ଧ୍ୟାନ ଦିଆଯିବ । ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗ ଗତ ଅକ୍ଟୋବର ମାସ ୧୩ ତାରିଖ ଏ ନେଇ ଜଣାଇଥିଲେ । ଏହା ଏକ ମାର୍କେଟ ଭିତିକ ଯୋଜନା ଯେଉଁଥିରେ ବିଭିନ୍ନ ବେସରକାରୀ ସଂସ୍ଥା, ଅନୁଷ୍ଠାନ ଓ ବେସରକାରୀ ଅଂଶୀଦାର ମାନଙ୍କୁ ପରିବେଶ ସୁରକ୍ଷାକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସହାୟତା ମିଳିବ । ଇଣ୍ଡିଆନ କାଉଁସିଲ ଅଫ ଫରେଷ୍ଟ ରିସର୍ଚ ଏଣ୍ଡ ଏଜୁକେସନ ଓ ମନ୍ତ୍ରୀ ମାନଙ୍କର ଏକ ଷ୍ଟିଅରିଂ କମିଟି ଏହି ଇନିସିଏଟିଭର କାର୍ଯ୍ୟକାରିତା ଓ ପରିଚାଳନା ଆଦିର ତଦାରଖ କରିବ ।

ପ୍ରାଥମିକ ଭାବେ ଏହି ଇନିସିଏଟିଭ ବୃକ୍ଷରୋପଣ କରିବା ସହ ଜଳ ସଂରକ୍ଷଣ ପାଇଁ ଯୋଜନା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରଖିଛି । ଇକୋ ଫ୍ରେଣ୍ଡଲି ଉପାୟରେ ଚାଷ କରିବା , ପରିବେଶ ନଷ୍ଟକାରୀ ଉପକରଣର ବ୍ୟବହାର କମ କରିବା, ଜୈବିକ ସନ୍ତୁଳନ ରକ୍ଷା କରିବା ଓ ବାୟୁ ତଥା ମୁର୍ତିକା ପଦୂଷଣ ରୋକିବା ଆଦି ମଧ୍ୟ ଯୋଜନା ଅନ୍ତର୍ଗତ । ଏସବୁକୁ ବ୍ୟବସ୍ଥିତ ଭାବେ ଚଳାଇବା ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ଅଣାଯାଉଛି ଏହା ମାଧ୍ୟମରେ ଏହି ଯୋଜନାରେ ଅଂଶୀଦାର କମ୍ପାନୀ ତଥା ବ୍ୟକ୍ତି ମାନେ ରେଜିଷ୍ଟର ଓ ଭେରିଫିକେସନ କରିବା ଗ୍ରୀନ କ୍ରେଡିଟର କ୍ରୟ ବିକ୍ରୟ ସହ ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ପାଇପାରିବେ । ଏହା ଦ୍ୱାରା ପରିବେଶ ସୁରକ୍ଷା ଦିଗରେ ଯେଉଁ ସବୁ ଲାଭ ମିଳିବ ତା ମୁତାବକ ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ମୁଳକ ରାଶୀ ଓ ସୁବିଧା ମିଳିବ । ଏପରି ଭାବେ କେବଳ ସରକାରୀ ନୁହେଁ ପ୍ରାଇଭେଟ ସଂସ୍ଥା ଗୁଡିକର ମଧ୍ୟ ଏ ନେଇ ଅବଦାନ ରହିବ ଯାହା ଉଭୟ ପରିବେଶ ଓ ସରକାରଙ୍କ ପାଇଁ ଲାଭ ଦାୟକ ହେବ ।

The post ଦୁବାଇରେ ହେଉଛି ଆନ୍ତର୍ଜାତିକ ସମ୍ମୀଳନି ‘COP28’ – ଭାରତ ଆରମ୍ଭ କରିବ ଗ୍ରୀନ କ୍ରେଡିଟ ଇନିସିଏଟିଭ first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ପହଁଚିବା ପରେ ସୁଡ଼ଙ୍ଗ ଭିତରର ସଂଘର୍ଷ କାହାଣୀ ବଖାଣିଲେ ଓଡ଼ିଆ ଶ୍ରମିକ । ‘ପ୍ରଥମେ ଭୟ ଲାଗୁଥିଲା ହେଲେ ସାହାସ ହରାଇ ନଥିଲୁ’

କନକ ବ୍ୟୁରୋ : ଓଡିଶା ଫେରିଛନ୍ତି ୪ ଓଡ଼ିଆ ଶ୍ରମିକ । ଓଡ଼ିଶା ଫେରିବା ପରେ ସୁଡଙ୍ଗ ଭିତରେ ୧୭ଦିନର ଅନୁଭୂତି ବଖାଣିଛନ୍ତି ଶ୍ରମିକ । ପ୍ରଥମେ ୧୦ଦିନ କଷ୍ଟ ଲାଗିଥିଲା ପରେ ପରେ ପାଇପ ଯୋଗେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପହଂଚିବା ପରେ କୌଣସି କଷ୍ଟ ଲାଗିନଥିଲା ବୋଲି କହିଛନ୍ତି । ମନ୍ତ୍ରୀ ସାରଦା ନାୟକ ସମସ୍ତ ଶ୍ରମିକଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ସ୍ୱାଗତ କରାଯାଇଛି । ସମସ୍ତ ଶ୍ରମିକଙ୍କୁ ତାଙ୍କ ଘରେ ସୁରକ୍ଷିତ ପହଁଚାଇବାର ଦାୟିତ୍ୱ ନେଇଛନ୍ତି ସରକାର । ଉତ୍ତରକାଶୀର ନିର୍ମାଣଧୀନ ସୁଡଙ୍ଗରେ ଭୂସ୍ଖଳନ ପରେ ୧୭ ଦିନ ସୁଡଙ୍ଗରେ ଫସିରହିଥିଲେ ୪୧ ଶ୍ରମିକ । ଗତ ମଙ୍ଗଳବାର ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

The post ଭୁବନେଶ୍ୱରରେ ପହଁଚିବା ପରେ ସୁଡ଼ଙ୍ଗ ଭିତରର ସଂଘର୍ଷ କାହାଣୀ ବଖାଣିଲେ ଓଡ଼ିଆ ଶ୍ରମିକ । ‘ପ୍ରଥମେ ଭୟ ଲାଗୁଥିଲା ହେଲେ ସାହାସ ହରାଇ ନଥିଲୁ’ first appeared on Kanak News.

from Kanak News
via <a href="https://ifttt.com/?

କ୍ଲାଇମେଟ ଚେଞ୍ଜ ଓ ଟେକ୍ନୋଲୋଜି ଟ୍ରାନ୍ସଫର… ଦୁବାଇରେ ଏହି ପ୍ରସଙ୍ଗ ଉଠାଇଲେ ପିଏମ ମୋଦୀ

ଜଳବାୟୁ ପରିବର୍ତ୍ତନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ  ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ଅଛନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ଏହି  ସମ୍ମିଳନୀ ୩୦  ନଭେମ୍ବରରୁ ୧୨ ଡିସେମ୍ବର ଯାଏ ଚାଲିବ । ଆଜି ଦୁନିଆର ଅନେକ ବଡ ନେତା ଜଳବାୟୁ ପ୍ରସଙ୍ଗରେ ମନ୍ଥନ କରିବେ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ଏମିରାଟୀ ସଂସ୍ଥାକୁ ଏକ ସାକ୍ଷାତକାର ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାରର ମୁଖ୍ୟ ବିଷୟ ଏହି ସବୁ ଥିଲା ।

ପାର୍ଟି ଅଫ୍ କନଫରେନ୍ସ COP ର ୨୮ ତମ ବୈଠକରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ଅଛନ୍ତି। ଏଠାରେ ସେ ଅଲ-ଏତିହାଦ ନାମକ ଏକ ମିଡିଆ ସଂସ୍ଥାକୁ ଏକ ସାକ୍ଷାତକାର ଦେଇଛନ୍ତି। ୟୁଏଇ ଦ୍ୱାରା ଆୟୋଜିତ COP28 ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି  ଯେ ଏହି ବୈଠକର ଫଳାଫଳ ବିଶ୍ବ ପାଇଁ ଲାଭଦାୟକ ହେବ ଏବଂ  ପ୍ରଭାବଶାଳୀ ଜଳବାୟୁ କାର୍ଯ୍ୟରେ ଏହା ନୂତନ ଗତି ଆଣିବ ବୋଲି ସେ ବିଶ୍ୱାସ କରନ୍ତି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ ସହଭାଗୀତା ଏବଂ ଏକ ମିଳିତ ଶକ୍ତି ଗ୍ରୀଡ୍ ପ୍ରତିଷ୍ଠା, ଶକ୍ତି ସୁରକ୍ଷା ବଢାଇବା ଏବଂ ଆନ୍ତର୍ଜାତୀୟ ସୋଲାର ଲାଇନ୍ସର ଗ୍ଲୋବାଲ୍ ସୋଲାର ସୁବିଧାକୁ ସମର୍ଥନ କରିବାରେ ସହଯୋଗର ଆଶା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

https://platform.twitter.com/widgets.js

ବିକାଶଶୀଳ ଦେଶମାନଙ୍କ ପାଇଁ କ୍ଲାଇମେଟ ଚେଞ୍ଜ ଓ ଟେକ୍ନୋଲୋଜି ଟ୍ରାନ୍ସଫର ବିଷୟକୁ ପ୍ରଧାନମନ୍ତ୍ରୀ ପୁଣି ଥରେ ଉତଥାପନ କରିଛନ୍ତି ।

ଗ୍ଲୋବାଲ ସାଉଥ ପାଇଁ ପିଏମ ମୋଦୀ ପୁନର୍ବାର ସ୍ବର ଉତ୍ତୋଳନ କରିଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ କାର୍ଯ୍ୟରେ ସମାନତା, ଜଳବାୟୁ ନ୍ୟାୟ ଏବଂ ସହଭାଗୀ ଦାୟିତ୍। ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯେହେତୁ ପ୍ରଧାନମନ୍ତ୍ରୀ ଗ୍ଲୋବାଲ ସାଉଥର ସୁରକ୍ଷାକୁ ନେଇ ସର୍ବଦା ସ୍ୱର ଉତ୍ତୋଳନ କରିଥାନ୍ତି । ଏମିରାଟୀ ମିଡିଆ ସଂସ୍ଥାକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଏବଂ କହିଛନ୍ତି ଯେ ଗ୍ଲୋବାଲ ସାଉଥର ବିକାଶ ପ୍ରାଥମିକତାକୁ ସାଲିସ କରାଯାଇପାରିବ ନାହିଁ ।ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଷୟ ଶକ୍ତି ବିଷୟରେ କହିଥିଲେ ଆନ୍ତର୍ଜାତୀୟ ଅକ୍ଷୟ ଶକ୍ତି ଏଜେନ୍ସିର ଆୟୋଜକ ଦେଶ ଭାବରେ ଏହାର ଭୂମିକା ଦର୍ଶାଇ ଜଳବାୟୁ କାର୍ଯ୍ୟ ଏବଂ ଅକ୍ଷୟ ଶକ୍ତି ପାଇଁ ୟୁଏଇର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅକ୍ଷୟ ଶକ୍ତି ସାମ୍ନାରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦିଗରେ ସେ ଭାରତ ଏବଂ ୟୁଏଇର ମିଳିତ ଉଦ୍ୟମ ବିଷୟରେ ମଧ୍ୟ କହିଥିଲେ। ସବୁଜ ହାଇଡ୍ରୋଜେନ, ସୌର ଶକ୍ତି ଏବଂ ଗ୍ରୀଡ ସଂଯୋଗରେ ସହଯୋଗ ସମେତ ଜଳବାୟୁ କ୍ଷେତ୍ରରେ ୟୁଏଇ ସହ ଭାରତର ସହଭାଗିତାକୁ ଆଗକୁ ନେବା ପାଇଁ ପିଏମ ମୋଦୀ ଭବିଷ୍ୟତର ନୀତି ଉପରେ ଆଲୋଚନା କରିଛନ୍ତି । ଭାରତର ଅକ୍ଷୟ ଶକ୍ତି ପ୍ରକଳ୍ପରେ ୟୁଏଇର ବିନିଯୋଗକୁ ସେ ପ୍ରଶଂସା କରିଥିଲେ ଏବଂ ଅକ୍ଷୟ ଶକ୍ତି ପାଇଁ ବୈଷୟିକ ବିକାଶ, ନୀତି ଢାଞ୍ଚା ଏବଂ ଭିତ୍ତିଭୂମିରେ ବିନିଯୋଗରେ ସହଯୋଗକୁ ଏକ ସୁବର୍ଣ ସୁଯୋଗ ବୋଲି ଅଭିହିତ କରିଛନ୍ତି ।

ପରିବେଶ ଅନୁକୂଳ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ

ଅକ୍ଷୟ ଶକ୍ତି ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ମିଶନ୍ ଲାଇଫ୍ ଏବଂ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଜୀବନଶୈଳୀ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯାହା ଆମ ପୃଥିବୀକୁ ସୁରକ୍ଷିତ କରିବ । ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଏବଂ ପରିବେଶ ଅନୁକୂଳ ଢଙ୍ଗରେ କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ।ପ୍ରଧାନମନ୍ତ୍ରୀ ଭାରତର ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଏବଂ ସଂଯୁକ୍ତ ଆରବ ରାଷ୍ଟ୍ର ଭାରତର ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ବିନିଯୋଗ କରିବାର ସମ୍ଭାବନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଜି -20 ର ଅଧ୍ୟକ୍ଷତାରେ ସେ ସବୁଜ ବିକାଶ ଚୁକ୍ତି ଏବଂ ହାଇଡ୍ରୋଜେନ ଉପରେ ଉଚ୍ଚ ସ୍ତରୀୟ ନୀତିଗୁଡିକ ଭାରତର ଉଦ୍ୟମ ବିଷୟରେ କହିଥିଲେ ।

COP28 ବୈଠକରୁ ପିଏମ ମୋଦୀଙ୍କ ଆଶା

ପ୍ରଧାନମନ୍ତ୍ରୀ ମୋଦୀ ଆଶା ପ୍ରକଟ କରିଛନ୍ତି ଯେ COP28 ବୈଠକ ଏହି ସଫଳତାକୁ ଆଗକୁ ବଢାଇବ ଏବଂ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ଏବଂ ଲିଡ ଆଇଟି ଭଳି ପଦକ୍ଷେପକୁ ବୃଦ୍ଧି କରିବ। ଜଳବାୟୁ କାର୍ଯ୍ୟ ଉପରେ ବିଶ୍ବସ୍ତରୀୟ ଆଲୋଚନା ମାଧ୍ୟମରେ ସବୁଜ ତଥା ସମୃଦ୍ଧ ଭବିଷ୍ୟତ ଗଠନ କରିବାରେ ଭାରତ ଏବଂ ୟୁଏଇର ଅଂଶୀଦାରିତ ସ୍ୱାର୍ଥ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଆଗକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।

The post କ୍ଲାଇମେଟ ଚେଞ୍ଜ ଓ ଟେକ୍ନୋଲୋଜି ଟ୍ରାନ୍ସଫର… ଦୁବାଇରେ ଏହି ପ୍ରସଙ୍ଗ ଉଠାଇଲେ ପିଏମ ମୋଦୀ first appeared on Kanak News.

from Kanak News
via <a href="https://ifttt.com/?

ଅବପାତର ରୂପ ନେଲା ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତା ୩ରେ ବାତ୍ୟା ଆଶଙ୍କା । ଓଡିଶା ଉପରେ ପଡିନପାରେ ପ୍ରଭାବ । 

କନକ ବ୍ୟୁରୋ: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ  । ଆସନ୍ତା ୩ରେ ବାତ୍ୟା ଆଶଙ୍କା  । ୪ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ଅତିକ୍ରମ କରିବା ନେଇ ସମ୍ଭବନା  । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘୂର୍ଣ୍ଣିବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ୪ ତାରିଖ ସନ୍ଧ୍ୟାରେ ମାଡ ହେବ ବୋଲି ଆକଳନ କରାଯାଇଛି ।

ଅବପାତ ଏବେ ଚେନ୍ନାଇଠୁ ୮୦୦ କିଲୋମିଟର ଦୂରରେ ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି । ଡିସେମ୍ବର ୨ ତାରିଖରେ ଗଭୀର ଅବପାତର ରୂପ ନେବ । ପରେ ୩ ତାରିଖ ବେଳକୁ ସାମୁଦ୍ରିକ ଝଡର ରୂପ ନେବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟନମରେ ବାତ୍ୟା ଛୁଇଁବ ବୋଲି ଆକଳନ କରାଯାଇଛି । ତେବେ ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ଏତେଟା ପଡିବ ନାହିଁ ।  କିନ୍ତୁ ବଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି ।

The post ଅବପାତର ରୂପ ନେଲା ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତା ୩ରେ ବାତ୍ୟା ଆଶଙ୍କା । ଓଡିଶା ଉପରେ ପଡିନପାରେ ପ୍ରଭାବ ।  first appeared on Kanak News.

from Kanak News
via <a href="https://ifttt.com/?

ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଧରାପଡିଲା ଅଭିଯୁକ୍ତ । ଘୁଗୁନି ଖାଇବାକୁ ନେଇ ହୋଇଥିଲା ଛୁରାମାଡ ।

କନକ ବ୍ୟୁରୋ: ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୂସି ହତ୍ୟା ଘଟଣା । ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ମିଥୁନ୍ ଜେନା । ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏଟ କରିଛି ଚନ୍ଦକା ଥାନା ପୋଲିସ । ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ଅଭିଯୁକ୍ତ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ ଜବତ କରିଛି ପୋଲିସ ।

ଗତ ନଭେମ୍ବର ୭ ତାରିଖରେ ମହିଳାଙ୍କୁ ବିଭତ୍ସ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିଲା । ମହିଳାଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ପରିବାର ସହ କ୍ରୀଷ୍ଣାପୁରୀ ଅଂଚଳରେ ରହୁଥିଲେ । ଗୋଠପାଟଣା ଅଂଚଳରେ ଏହି ଜଳଖିଆ ଦୋକାନ କରିଥିଲେ । ତେବେ ଘୁଗୁନି ଖାଇବାକୁ ନେଇ ପୂର୍ବରୁ ବିବାଦ ହୋଇଥିଲା । ଯାହା ପାଇଁ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

The post ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଧରାପଡିଲା ଅଭିଯୁକ୍ତ । ଘୁଗୁନି ଖାଇବାକୁ ନେଇ ହୋଇଥିଲା ଛୁରାମାଡ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started