ହାଇକମାଣ୍ଡ ଯଦି ନିର୍ଦ୍ଦେଶ ଦେବେ, ୫ ରାଜ୍ୟର ବିଧାୟକଙ୍କୁ ସମ୍ଭାଳିବାକୁ ମୁଁ ପ୍ରସ୍ତୁତ । ଜାଣନ୍ତୁ କାହିଁକି ଏମିତି କହିଲେ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ।

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ୫ ରାଜ୍ୟର ବିଧାନସଭା ଫଳାଫଳ ସାମ୍ନାକୁ ଆସିବ । ଏହାପୂର୍ବରୁ ଆସିଥିବା ବୁଥ୍ ବାହୁଡା ମତ ସଭିଙ୍କୁ ଚକିତ କରିଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ବୁଥ ବାହୁଡା ମତରୁ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ । ଯଦି ବୁଥ୍ ବାହୁଡା ମତ ସତ ହୁଏ ତେବେ ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ସରକାର ଗଢିବାକୁ ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟ ଦଳର ବିଜୟୀ ପ୍ରାର୍ଥୀଙ୍କ ଉପରେ ନିର୍ଭର କରିବେ ଉଭୟ ବିଜେପି ଓ କଂଗ୍ରେସ । ସେହିଭଳି ତେଲେଙ୍ଗାନାରେ କଂଗ୍ରେସ ସୁବିଧାଜନକ ସ୍ଥିତିରେ ଥିବା ନେଇ ବୁଥ୍ ବାହୁଡା ମତ ସଂକେତ ଦେଇଛି ।

ବୁଥ ବାହୁଡା ମତ ଆସିବା ପୂର୍ବରୁ ସରଗରମ ହୋଇଛି ରାଜନୀତି । ଖାସକରି କଂଗ୍ରେସ ବୁଥ ବାହୁଡା ମତକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ରିସୋର୍ଟ ପଲିଟିକ୍ସ ଆରମ୍ଭ ହୋଇଛି । କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର କହିଛନ୍ତି, ଯଦି ଦଳର ହାଇକମାଣ୍ଡ ନିର୍ଦ୍ଦେଶ ଦିଅନ୍ତି ତେବେ ୫ ରାଜ୍ୟର ବିଧାୟକଙ୍କର ଦାୟିତ୍ୱ ନେବାକୁ ମୁଁ ପ୍ରସ୍ତୁତ । ବୁଥ୍ ବାହୁଡା ମତ ଆସିବା ପରେ ୨ ରାଜ୍ୟ ରାଜ୍ୟସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ଘୋଡାବେପାର ହେବାର ସମ୍ଭାବନା ରହିଛି । ଅଥାର୍ତ ସରକାର ଗଢିବାକୁ ଅନ୍ୟ ଦଳର ବିଧାୟକଙ୍କୁ ନିଜ ସପକ୍ଷରେ ନେବାକୁ ଚାହିଁବେ ଉଭୟ ଦଳ । ଯଦି କୌଣସି ନିର୍ଦ୍ଦିଷ୍ଟ ଦଳକୁ ବହୁମତ ନ ମିଳେ କିମ୍ବା ଉଭୟ ଦଳର ବିଜୟୀ ବିଧାୟକ ସଂଖ୍ୟା ମଧ୍ୟରେ ବେଶି ବ୍ୟବଧାନ ନରୁହେ ତେବେ ଘୋଡାବେପାର ସମ୍ଭାବନାକୁ ଆଦୌ ଏଡାଇ ଦିଆଯାଇନପାରେ । ପୂର୍ବରୁ ମଧ୍ୟ ଏଭଳି ଦେଖିବାକୁ ମିଳିଛି । କିନ୍ତୁ ଏହାପୂର୍ବରୁ ବେଶ ସର୍ତକ ହୋଇ ଉଠିଛି କଂଗ୍ରେସ । କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଡି ଶିବକୁମାର କହିଛନ୍ତି, ୫ ରାଜ୍ୟର ବିଧାୟକଙ୍କ ଦାୟିତ୍ୱ ନେବାକୁ ମୁଁ ପ୍ରସ୍ତୁତ । ବାସ୍ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ମିଳିତ ଭାବେ ସରକାର ଗଢିଥିବା ବେଳେ ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା । ଦୀର୍ଘଦିନ ଧରି ବିଧାୟକଙ୍କୁ ରିସୋର୍ଟରେ ରଖିଥିଲେ ଡି.କେ ଶିବକୁମାର । ସେହିଭଳି ଗତ କିଛି ମାସ ପୂର୍ବେ ମହାରାଷ୍ଟ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଶିବସେନାର କିଛି ବିଧାୟକ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିବା ପରେ ଆସାମର ଏକ ରିସୋର୍ଟରେ ଡେରା ପକାଇଥିଲେ । ସରକାର ଗଠନ ପାଇଁ ସବୁଜ ସଂକେତ ମିଳିବା ପରେ ଆସାମରୁ ମହାରାଷ୍ଟ୍ର ଫେରିଥିଲେ ଏକନାଥ ସିନ୍ଦେ ।

The post ହାଇକମାଣ୍ଡ ଯଦି ନିର୍ଦ୍ଦେଶ ଦେବେ, ୫ ରାଜ୍ୟର ବିଧାୟକଙ୍କୁ ସମ୍ଭାଳିବାକୁ ମୁଁ ପ୍ରସ୍ତୁତ । ଜାଣନ୍ତୁ କାହିଁକି ଏମିତି କହିଲେ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର । first appeared on Kanak News.

from Kanak News
via <a href="https://ifttt.com/?

ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରିକ୍ ଚୁଲା, ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ ବ୍ୟବସ୍ଥା କରିବ ବିଏମସି । 

କନକ ବ୍ୟୁରୋ: ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରି ଚୁଲା । ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ  ପାଇଁ ବ୍ୟବସ୍ଥା କରିବ ବିଏମସି । ଆଜି ଏନେଇ ସତ୍ୟନଗର ଶ୍ମଶାନ ଠାରେ ଭିତିପ୍ରସ୍ତର ସ୍ଥାପନ  ହୋଇଛି । ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନ ପୁନରୁଦ୍ଧାର ହେବା ନେଇ ଯୋଜନା କରିଛି ବିଏମସି । ଶ୍ମଶାନକୁ ଆସୁଥିବା ଲୋକେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆ ଯୋଜନା କରାଯାଇଛି । ଶ୍ମଶାନ ଭିତରେ ଅଧିକ ଗଛ ଲଗାଇବା, ପୋଖରୀ ଓ ସୌନ୍ଦର୍ଯ୍ୟକରଣ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି ବିଏମସି ।

The post ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରିକ୍ ଚୁଲା, ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ ବ୍ୟବସ୍ଥା କରିବ ବିଏମସି ।  first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ଫେରିଲେ ଟନେଲରେ ଫଶିଥିବା ୫ ଓଡିଆ ଶ୍ରମିକ । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଲେ ଶ୍ରମମନ୍ତ୍ରୀ ।

କନକ ବ୍ୟୁରୋ: ଓଡିଶା ଫେରିଲେ ଉତ୍ତରକାଶୀ ଟନେଲରେ ଫଶିଥିବା ଓଡିଆ ଶ୍ରମିକ । ଭୁବନେଶ୍ୱର ବିମାନବନ୍ଦରରେ ୪ ଓଡିଆ ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ତେବେ ୪ଜଣ ଶ୍ରମିକ ଫେରିଥିବାବେଳେ ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ପରେ ନିଜ ଭାଇଙ୍କ ସହ ପରେ ଫେରିବେ ବୋଲି ସୂଚନା ରହିଛି ।

୫ ଶ୍ରମିକ ବିମାନ ବନ୍ଦରରୁ ଯିବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ନିଜ ନିଜ ଘରକୁ ବାହୁଡିବେ । ଉତ୍ତରକାଶୀ ଟନେଲରେ ୧୭ ଦିନ ଫଶି ରହିବା ପରେ ନୂଆ ଜୀବନ ପାଇ ଫେରିଛନ୍ତି ୪୧ ଶ୍ରମିକ ।

The post ଓଡିଶା ଫେରିଲେ ଟନେଲରେ ଫଶିଥିବା ୫ ଓଡିଆ ଶ୍ରମିକ । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଲେ ଶ୍ରମମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ସମ୍ଭାବ୍ୟ ବାତ୍ୟା: ୩ ତାରିଖରେ ୪ ଜିଲ୍ଲାରେ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ୩ତାରିଖରେ ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୪ତାରିଖରେ ସେହିପରି ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୭ରୁ ୧୧ସେଣ୍ଟିମିଟର ବର୍ଷା ହୋଇପାରେ । ସେହିପରି ୫ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୬ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ରୁ ୨୦ ସେଂଟିମିଟର ପର୍ଯ୍ୟନ୍ତ ହୋଇପାରେ ବର୍ଷା । ନବରଙ୍ଗପୁର, କଳାହାଣ୍ଡି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

The post ସମ୍ଭାବ୍ୟ ବାତ୍ୟା: ୩ ତାରିଖରେ ୪ ଜିଲ୍ଲାରେ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । first appeared on Kanak News.

from Kanak News
via <a href="https://ifttt.com/?

ବରଣମାଳା, ବାହାଘର… ବର୍ଷକ ପୂର୍ବରୁ ଭଗବାନ କୃଷ୍ଣଙ୍କ ସହ ହୋଇଥିଲା ବାହାଘର, ଏବେ ଧୁମଧାମରେ ବିବାହ ବାର୍ଷିକୀ ପାଳିଲେ ପ୍ରିୟା ।

କନକ ବ୍ୟୁରୋ: ଧର୍ମନଗରୀ ବୃନ୍ଦାବନ ଏଭଳି ଏକ ସ୍ଥାନ ଯେଉଁଠିକୁ ଯିଏ ବି ଆସିଛି ସିଏ କାହ୍ନା ସହ କିଛି ନା କିଛି ସମ୍ପର୍କ ଯୋଡି ଫେରିଛି । କେହି ତାଙ୍କୁ ନିଜ ଭାଇ ତ କେହି ତାଙ୍କୁ ନିଜର ପୁଅ ମାନିଛି । କିନ୍ତୁ ଫରିଦାବାଦର ଝିଅ ପ୍ରିୟା କିନ୍ତୁ ତାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ବର୍ଷକ ପୂର୍ବରୁ ଭଗବାନ୍ କୃଷ୍ଣଙ୍କୁ ବିବାହ କରିବା ପରେ ଏବେ ନିଜର ବିବାହ ବାର୍ଷିକୀକୁ ଧୁମଧାମରେ ପାଳନ କରିଛନ୍ତି । ୨

୨୦୨୨ ନଭେମ୍ବର ୨୨ରେ ପ୍ରିୟା ବୃନ୍ଦବନ ବୁଲିବାକୁ ଆସିଥିଲେ । ଏଠାରେ ଭଗବାନ କୃଷ୍ଣଙ୍କ ପ୍ରତି ନିଜକୁ ସମର୍ପଣ କରିଦେବା ସହ ତାଙ୍କୁ ରୀତିନୀତି ସହ ବିବାହ କରିଥିଲେ । ଏବେ ପୁଣି ବୃନ୍ଦାବନ ଆସି ଏଠାରେ ସମ୍ପର୍କୀୟଙ୍କ ଗହଣରେ ବିବାହ ବାର୍ଷିକୀ ପାଳିଛନ୍ତି ପ୍ରିୟା ।ଏଥିପାଇଁ ପ୍ରଥମେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ପେଣ୍ଡାଲ ଉପରେ ସଜ୍ଜିତ କରି ରଖାଯାଇଥିଲା । ସମସ୍ତଙ୍କ ଗହଣରେ ପ୍ରିୟା ବଧୂ ବେଶରେ ଆସି ପହଞ୍ଚି ଭଗବାନଙ୍କୁ ପ୍ରଣାମ କରିବା ସହ ତାଙ୍କୁ ବରଣମାଳା ପିନ୍ଧାଇଥିଲେ ଏବଂ ଦ୍ୱିତୀୟ ମାଳାଟି ଶ୍ରୀକୃଷ୍ଣଙ୍କୁ ଛୁଆଁଇ ନିଜେ ପିନ୍ଧିଥିଲେ । ଏହି ଅବସରରେ ଭଗବାନ ତାଙ୍କୁ ଉପହାର ଭାବେ ଏକ ସୁନ୍ଦର ମୁଦି ଦେଇଥିବାବେଳେ ସେ ମଧ୍ୟ ଠାକୁରଙ୍କୁ ଏକ ଭଲ ଉପହାର ଦେଇଥିବା କହିଛନ୍ତି । ଏହି ବିବାହ ବାର୍ଷିକୀ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାଧୁ ସମୂହ ମଧ୍ୟ ଉପସ୍ଥିତ ଥିଲେ । ପ୍ରିୟା ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ।

The post ବରଣମାଳା, ବାହାଘର… ବର୍ଷକ ପୂର୍ବରୁ ଭଗବାନ କୃଷ୍ଣଙ୍କ ସହ ହୋଇଥିଲା ବାହାଘର, ଏବେ ଧୁମଧାମରେ ବିବାହ ବାର୍ଷିକୀ ପାଳିଲେ ପ୍ରିୟା । first appeared on Kanak News.

from Kanak News
via <a href="https://ifttt.com/?

ଘଟଗାଁ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଘଟଗାଁ ଦୁର୍ଘଟଣାରେ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୃତକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

 ଆଜି ସକାଳେ ଦିଗପହଣ୍ଡିରୁ ୧୯ଜଣ ଏକ ଟାଭେଲରରେ କେନ୍ଦୁଝର ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଯାଉଥିଲେ । କିନ୍ତୁ ବାଲିଯୋଡି ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ପିଟିଥିଲା ଟାଭେଲର । ଧକ୍କା ଏତେ ଭୀଷଣ ଥିଲା ଯେ, ଘଟଣାସ୍ଥଳରେ ୭ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଥିଲେ । ଏହାସହ ୯ଜଣ ଗୁରୁତର ଆହତ ହୋଇଥିଲେ ।

The post ଘଟଗାଁ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ଗୋଠପାଟଣା ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଅଭିଯୁକ୍ତ ନିଖିଲକୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ: ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୂସି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଧରିଲା ପୁଲିସ। ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ନିଖିଲ ଜେନା । ଗତ ନଭେମ୍ବର ୭ ତାରିଖରେ ମହିଳାଙ୍କୁ ବିଭତ୍ସ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିଲା । ମହିଳାଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ପରିବାର ସହ କ୍ରୀଷ୍ଣାପୁରୀ ଅଞ୍ଚଳରେ ରହୁଥିଲେ । ଗୋଠପାଟଣା ଅଞ୍ଚଳରେ ଏହି ଜଳଖିଆ ଦୋକାନ କରିଥିଲେ ।

The post ଗୋଠପାଟଣା ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଅଭିଯୁକ୍ତ ନିଖିଲକୁ ବାନ୍ଧିଲା ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ଆମେରିକାରେ ଭାରତୀୟ ବଂଶୋଦ୍ଭବ CEO ମାନଙ୍କ ଦରମା କେତେ ?

ଆମେରିକାର ବଡବଡ଼  ଟେକ୍ କମ୍ପାନୀଗୁଡିକରେ ଭାରତୀୟମାନେ ରାଜ୍ କରୁଛନ୍ତି ।  ସେ ଆଲଫାବେଟ  ହେଉ କିମ୍ବା ମାଇକ୍ରୋସଫ୍ଟ କିମ୍ବା ଆଡୋବ … ଭାରତୀୟମାନେ ସବୁ ସ୍ଥାନରେ ଉପରେ ଅଛନ୍ତି । ଯେଉଁମାନଙ୍କର ବାର୍ଷିକ ଦରମା କୋଟି କୋଟି ଡଲାର ।

ଆମେରିକାର ସିଲିକନ୍ ଭ୍ୟାଲି ପ୍ରାୟ ସବୁ ଭାରତୀୟ ଟେକିମାନଙ୍କର ଲକ୍ଷ୍ୟସ୍ଥଳ ଅଟେ। ଏଠାରେ ଭାରତୀୟମାନଙ୍କ ବିଷୟରେ  ଅନେକ ଆଲୋଚନା ହେଉଛି ଯେଉଁମାନେ ନିଜ ପ୍ରତିଭା ଆଧାରରେ ସଫଳତା ହାସଲ କରିଛନ୍ତି । ସିଲିକନ୍ ଭ୍ୟାଲି ହେଉଛି ଯେଉଁଠାରେ ବିଶ୍ୱର ସବୁଠୁ ବଡ କମ୍ପାନୀଗୁଡିକର ମୁଖ୍ୟାଳୟ ଅଛି । ବିଶେଷ କଥା ହେଉଛି ଏହି କମ୍ପାନୀଗୁଡିକରେ ଭାରତୀୟମାନଙ୍କର ଯଥେଷ୍ଟ ପ୍ରଭାବ ରହିଛି । ଏକ ଆକଳନ ଅନୁଯାୟୀ, ଆମେରିକାର ମୋଟ ଜନସଂଖ୍ୟାର ମାତ୍ର ଏକ ପ୍ରତିଶତ ଭାରତୀୟ । କିନ୍ତୁ ସିଲିକନ୍ ଭ୍ୟାଲିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୬  ପ୍ରତିଶତ ଭାରତୀୟ ଅଟନ୍ତି । ବିଶେଷ କଥା ହେଉଛି କିଛି କମ୍ପାନୀର CEO ହେଉଛନ୍ତି  ଭାରତୀୟ ବଂଶୋଦ୍ଭବ ।

ଆମେରିକାର ସିଲିକନ ଭ୍ୟାଲିରେ ଆଲଫାବେଟ କମ୍ପାନୀର  ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ସବୁଠାରୁ ଲୋକପ୍ରିୟ ନାମ । କିନ୍ତୁ ଏଗୁଡିକ ବ୍ୟତୀତ ଆହୁରି ଅନେକ ନାମ ଅଛି ଯେଉଁମାନେ ସେଠାରେ ବଡବଡ଼  କମ୍ପାନୀଗୁଡିକ ପରିଚାଳନା କରୁଛନ୍ତି । ଏମାନେ ସେହି ଭାରତୀୟ ଯେଉଁମାନକଙ୍କର ବାର୍ଷିକ ଦରମା ୨୩ କୋଟି ଡଲାର ଅଟେ ।  ଭାରତୀୟ ମୁଦ୍ରାରେ ଏହି ପରିମାଣ  ୨୦୦ କୋଟିରୁ ଅଧିକ ଅଟେ।

ଆଜି ଆମେ ଏହି କାହାଣୀରେ ଆମେରିକାର ୮ ଜଣ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଭାରତୀୟଙ୍କ ବିଷୟରେ ଜାଣିବା ।

ସୁନ୍ଦର ପିଚାଇ: ସିଇଓ, ଆଲଫାବେଟ

୧. ସୁନ୍ଦର ପିଚାଇ: ସିଇଓ, ଆଲଫାବେଟ ବାର୍ଷିକ ଦରମା: ୨୩.୫ ଡଲାର ମାଡ୍ରାସ ଜନ୍ମିତ ସୁନ୍ଦର ପିଚାଇ ହେଉଛି ଆଲଫାବେଟ  ଏବଂ ଏହାର ସହାୟକ ଗୁଗୁଲ କମ୍ପାନୀର  ସିଇଓ । ସୁନ୍ଦର ପିଚାଇ ଆଇଆଇଟି ଖରାଗପୁରରୁ ତାଙ୍କ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ଏମଏସ ଏବଂ ହାର୍ଟଟନ୍ ବିଜନେସ୍ ସ୍କୁଲରୁ ଏମବିଏ ଅଧ୍ୟୟନ କରିଥିଲେ । ସେପ୍ଟେମ୍ବର ୨୦୧୯ ରେ ତାଙ୍କୁ ବ ଆଲଫାବେଟର ସିଇଓ ରୂପେ ନିଯୁକ୍ତ କରାଯାଇଥିଲା । ୨୦୨୨  ମସିହାରେ ପିଚାଇଙ୍କୁ ଭାରତ ସରକାର ପଦ୍ମ ଭୂଷଣ ରେ  ସମ୍ମାନିତ କରିଛନ୍ତି ।

ସତ୍ୟ ନାଡେଲା: ସିଇଓ, ମାଇକ୍ରୋସଫ୍ଟ

୨. ସତ୍ୟ ନାଡେଲା: ସିଇଓ, ମାଇକ୍ରୋସଫ୍ଟ

ବାର୍ଷିକ ଦରମା: ୪.୯୯ କୋଟି ଡଲାର

ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ମାତା ଜଣେ ସଂସ୍କୃତ ଅଧ୍ୟାପକ ଏବଂ ପିତା ଜଣେ ଆଇଏଏସ୍ ଅଧିକାରୀ ଥିଲେ। ନାଡେଲା କର୍ଣ୍ଣାଟକର ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ସେ ମିଲୱାକ୍ ୱିସ୍କୋସିନ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଏମଏସ ଅଧ୍ୟୟନ କରିଥିଲେ । ସେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ୍ ସ୍କୁଲ୍ ଅଫ୍ ବିଜିନେସ୍ ରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ୧୯୯୨ ରେ ସତ୍ୟ ନାଡେଲା ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ।

ଜୟ ଚୌଧୁରୀ : ସିଇଓ, ଜସ୍କାଲର୍

୩. ଜୟ ଚୌଧୁରୀ : ସିଇଓ, ଜସ୍କାଲର୍

ବାର୍ଷିକ ଦରମା: ୪.୧୬ କୋଟି ଡଲାର

ଜୟ ଚୌଧୁରୀ ହିମାଚଳ ପ୍ରଦେଶର ଉନା ଜିଲ୍ଲାର ପାନୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତା ଛୋଟ କୃଷକ ଥିଲେ। IIT-BHU ରୁ ଅଧ୍ୟୟନ କରିବା ପରେ ସେ ଆମେରିକା ଯାଇଥିଲେ | ଏଠାରେ ସିନସିନାଟି ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଏବଂ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ଜୟ ଚୌଧୁରୀ ଅନେକ ଗୁଡିଏ କମ୍ପାନୀ ଆରମ୍ଭ କରିଥିଲେ, ଯାହା ପରେ ସେଗୁଡିକୁ ଅନ୍ୟ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିଲା । ସେ କ୍ଲାଉଡ୍ ସିକ୍ୟୁରିଟି କମ୍ପାନୀ Zscaler ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ଏହାର ସିଇଓ ଅଟନ୍ତି ।

ଅନିରୁଦ୍ଧ ଦେବଗାନ୍: ସିଇଓ, କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମ୍

୪. ଅନିରୁଦ୍ଧ ଦେବଗାନ୍: ସିଇଓ, କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମ୍

ବାର୍ଷିକ ଦରମା: ୩.୨୨ କୋଟି ଡଲାର

ଅନିରୁଦ୍ଧ ଦେବଗାନଙ୍କ ପିଲାଦିନ ଦିଲ୍ଲୀରେ ଅତିବାହିତ ହୋଇଥିଲା। ତାଙ୍କ ପିତା ଆଇଆଇଟି ଦିଲ୍ଲୀର ଜଣେ ପ୍ରଫେସର ଥିଲେ। ସେ ଆଇଆଇଟି ଦିଲ୍ଲୀରୁ ବି.ଟେକ୍ କରିଥିଲେ ଏବଂ ପରେ ଅଧିକ ଅଧ୍ୟୟନ ପାଇଁ ଆମେରିକା ଆସିଥିଲେ । ସେ ଆଇବିଏମ୍ ରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ମ୍ୟାଗମା ଡିଜାଇନ୍ ଅଟୋମେସନରେ ଯୋଗ ଦେଇଥିଲେ, ଯେଉଁଠାରେ ସେ କର୍ପୋରେଟ୍ ଉପାଧ୍ୟକ୍ଷ ପଦରେ ପହଞ୍ଚିଥିଲେ । ୨୦୧୨ ରେ, ଦେବଗାନ୍ କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମରେ ଯୋଗ ଦେଇଥିଲେ । ଡିସେମ୍ବର ୨୦୨୧ ରେ, ତାଙ୍କୁ କମ୍ପାନୀର ସିଇଓ କରାଯାଇଥିଲା ।

ଶାନ୍ତନୁ ନାରାୟଣ: ସିଇଓ, ଆଡୋବ

୫. ଶାନ୍ତନୁ ନାରାୟଣ: ସିଇଓ, ଆଡୋବ

ବାର୍ଷିକ ଦରମା: ୩.୧୬ କୋଟି ଡଲାର

ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ଓସମାନିଆ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ | ପରବର୍ତ୍ତୀ ଅଧ୍ୟୟନ ପାଇଁ ଆମେରିକା ଆସିଥିଲେ । ୧୯୮୬ ରେ, ସେ ଏକ ସିଲିକନ୍ ଭ୍ୟାଲିରେ ଏକ ଷ୍ଟାର୍ଟଅପ୍ ସହିତ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ।  ତା’ପରେ ସେ ଆପଲରେ କିଛି ବର୍ଷ କାମ ମଧ୍ୟ କରିଥିଲେ । ୧୯୯୮ ରେ ସେ ଆଡୋବରେ ଯୋଗ ଦେଇଥିଲେ । ୨୦୦୧ ରୁ ୨୦୦୫  ପର୍ଯ୍ୟନ୍ତ ଶାନ୍ତନୁ ନାରାୟଣ ଆଡୋବର ବିଶ୍ୱବ୍ୟାପୀ ଉତ୍ପାଦର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଥିଲେ। ନଭେମ୍ବର ୨୦୦୭ ରେ, ସେ ଆଡୋବର ସିଇଓ ଭାବରେ ନିର୍ବାଚିତ ହୋଇଥିଲେ ।

ସଞ୍ଜୟ ମେହେରୋତ୍ରା: ସିଇଓ, ମାଇକ୍ରୋନ ଟେକ୍ନୋଲୋଜି

୬. ସଞ୍ଜୟ ମେହେରୋତ୍ରା: ସିଇଓ, ମାଇକ୍ରୋନ ଟେକ୍ନୋଲୋଜି

ବାର୍ଷିକ ଦରମା: ୨.୮୪ କୋଟି ଡଲାର

୧୯୫୮ କାନପୁରରେ ଜନ୍ମଗ୍ରହଣ କରିଥିଲେ | ଯେତେବେଳେ ସଞ୍ଜୟ ମେହୋତ୍ରାଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପରିବାର ଦିଲ୍ଲୀ ଆସିଥିଲେ । ମେହେରୋତ୍ରା ୧୮ ବର୍ଷ ବୟସରେ ଆମେରିକା ଆସିଥିଲେ । ୧୯୮୮ ମସିହାରେ, ସେ ସାନଡିସ୍କ କମ୍ପାନୀ ଆରମ୍ଭ କରିଥିଲେ । ୨୦୧୧ ରୁ ୨୦୧୬ ପର୍ଯ୍ୟନ୍ତ ସେ ସାନଡିସ୍କର ସଭାପତି ତଥା ସିଇଓ ଥିଲେ । ସାନଡିସ୍କ ପରେ ସେ ମାଇକ୍ରୋନ୍ ଟେକ୍ନୋଲୋଜି କମ୍ପାନୀରେ ଯୋଗ ଦେଇଥିଲେ ।  ସଞ୍ଜୟ ମେହେରୋତ୍ର ଫେବୃଆରୀ ୨୦୧୭ ଠାରୁ ମାଇକ୍ରୋନ ଟେକ୍ନୋଲୋଜିର ସିଇଓ ଅଟନ୍ତି।

ଅଜୟ ଏସ୍ ଗୋପାଳ: ସିଇଓ, ଅନସିସ୍

୭. ଅଜୟ ଏସ୍ ଗୋପାଳ: ସିଇଓ, ଅନସିସ୍

ବାର୍ଷିକ ଦରମା:୨.୧୮ କୋଟି ଡଲାର

ଅଜୟ ଗୋପାଳ ୧୯୮୨  ମସିହାରେ ଆଇଆଇଟି ବମ୍ବେରୁ ମେକାନିକାଲ  ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ୧୯୯୧ ରେ, ସେ ଆଇବିଏମ୍ ରେ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଏଠାରେ ପ୍ରାୟ ୧୦ ବର୍ଷ କାର୍ଯ୍ୟ କରିଥିଲେ । ଏହା ପରେ ସେ ଅନେକ ବଡ ବଡ କମ୍ପାନୀରେ କାମ କରିଥିଲେ । ସେ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ HP ର ବରିଷ୍ଠ ଉପସଭାପତି ଥିଲେ । ଗୋପାଳ ୨୦୧୧  ରେ Ansys ରେ ଯୋଗ ଦେଇଥିଲେ । ଏଠାରେ ସେ ପ୍ରେସିଡେଣ୍ଟ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୧୭ ଠାରୁ ଏହି କମ୍ପାନୀର ସିଇଓ ଅଛନ୍ତି ।

ଅରବିନ୍ଦ କୃଷ୍ଣ: ସିଇଓ, ଆଇବିଏମ୍

୮. ଅରବିନ୍ଦ କୃଷ୍ଣ: ସିଇଓ, ଆଇବିଏମ

ବାର୍ଷିକ  ଦରମା: ୧.୬୫ କୋଟି ଡଲାର

ଅରବିନ୍ଦ କୃଷ୍ଣ ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଭାରତୀୟ ସେନାରେ ମେଜର ଜେନେରାଲ ରହିଛନ୍ତି । ଆଇଆଇଟି କାନପୁରରୁ ବି.ଟେକ୍ କରିବା ପରେ ସେ ଆମେରିକା ଆସିଥିଲେ । ଏଠାରେ ସେ ଇଲିନୋଇସ୍ ୟୁନିଭରସିଟିରୁ ପିଏଚଡି କରିଥିଲେ । ୧୯୯୦ ରେ କୃଷ୍ଣ ଆଇବିଏମରେ ଯୋଗ ଦେଇଥିଲେ । ୨୦୧୫ ରେ, ତାଙ୍କୁ ପଦୋନ୍ନତି ଦିଆଯାଇଥିଲା ଏବଂ ଆଇବିଏମ୍ ରିସର୍ଚ୍ଚର ବରିଷ୍ଠ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା । ଜାନୁଆରୀ ୨୦୨୦ ରେ, ସେ ଆଇବିଏମର ସିଇଓ ଭାବରେ ନିଯୁକ୍ତ ହୋଇଥିଲେ। ଅରବିନ୍ଦ କୃଷ୍ଣଙ୍କ ନାମରେ ମଧ୍ୟ ଅନେକଗୁଡ଼ିଏ ପେଟେଣ୍ଟ ଅଛି ।

 

The post ଆମେରିକାରେ ଭାରତୀୟ ବଂଶୋଦ୍ଭବ CEO ମାନଙ୍କ ଦରମା କେତେ ? first appeared on Kanak News.

from Kanak News
via <a href="https://ifttt.com/?

ଯୁଦ୍ଧ ବିରତି ଉଲଂଘନ କରି ହମାସ୍ ଉପରେ ରକେଟ୍ ମାଡ କଲା ଇସ୍ରାଏଲ । ଅନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରସାର ।

କନକ ବ୍ୟୁରୋ: ଅସ୍ତ୍ରବିରତି ଚୁକ୍ତି ଆଉ ଦିନକ ପାଇଁ ବୃଦ୍ଧି କରିବାକୁ କଥାବାର୍ତ୍ତା ଚାଲିଥିବା ବେବଳେ, ରକେଟ୍‌ ନିକ୍ଷେପ କରି ହମାସ୍‌ ଅସ୍ତ୍ରବିରତି ଉଲ୍ଲଂଘନ କରିଛି କହି ଇସ୍ରାଏଲ୍‌ ସେନା ପୁଣି ଗାଜାରେ ଆକ୍ରମଣ ଆରମ୍ଭ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସପ୍ତାହକ ପାଇଁ କରାଯାଇଥିବା ଏହି ସାମୟିକ ଚୁକ୍ତିର ସମୟ ଅବଧି ଆଜି ସକାଳେ ଶେଷ ହୋଇଛି। କିନ୍ତୁ, ଏହି ଚୁକ୍ତିକୁ ବୃଦ୍ଧି କରିବା ଲାଗି ବୁଝାମଣା ହୋଇଥିବା କଥା କୌଣସି ପକ୍ଷ ଘୋଷଣା କରିନାହାନ୍ତି।

ଅସ୍ତ୍ରବିରତି ପରିସମାପ୍ତିର କିଛି ସମୟ ପୂର୍ବରୁ ଇସ୍ରାଏଲ୍‌ କହିଛି ଯେ, ଗାଜା ଆଡୁ ନିକ୍ଷେପ କରାଯାଇଥିବା ଏକ ରକେଟ୍‌କୁ ସେମାନେ ବାଧା ଦେଇଛନ୍ତି। ସେହିପରି, ଗାଜାର ଉତ୍ତର ପ୍ରାନ୍ତରେ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭୁଥିବା କଥା ହମାସ୍‌ ସହିତ ଅନୁବନ୍ଧିତ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଛନ୍ତି।
ନଭେମ୍ବର ୨୪ ତାରିଖ ଦିନ ଆରମ୍ଭ ହୋଇଥିବା ସାମୟିକ ଅସ୍ତ୍ରବିରତିକୁ ୨ ଥର ବୃଦ୍ଧି କରାଯାଇ ଗାଜାରୁ ୧୦୫ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ଏହା ପ୍ରତିବଦଳରେ ଇସ୍ରାଏଲ୍‌ କାରାଗାରରେ ବନ୍ଦୀ ହୋଇଥିବା ୨୪୦ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି। ଏହାଛଡ଼ା, ଏହି ଚୁକ୍ତି ଅନୁସାରେ ମାନବୀୟ ସହାୟତା ବହନ କରି ଆସିଥିବା ଟ୍ରକ୍‌ଗୁଡ଼ିକୁ ଗାଜା ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

The post ଯୁଦ୍ଧ ବିରତି ଉଲଂଘନ କରି ହମାସ୍ ଉପରେ ରକେଟ୍ ମାଡ କଲା ଇସ୍ରାଏଲ । ଅନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରସାର । first appeared on Kanak News.

from Kanak News
via <a href="https://ifttt.com/?

ଗାଁରେ ପସିଲା ହେଟା ବାଘ । ବଣରୁ ବାହାରି ଜନବସତିରେ ବୁଲୁଛି । ନିଆଳି ପଞ୍ଚାୟତରେ କୋକୁଆ ଭୟ ।

କନକ ବ୍ୟୁରୋ: ଗାଁରେ ପସିଲା ହେଟା ବାଘ । ବଣରୁ ବାହରି ଜନବସତିରେ ହେଟାବାଘର ଆତଙ୍କ । କଟକ ଜିଲ୍ଲା ନିଆଳି ଜିଲ୍ଲାର ପୁର ପଞ୍ଚାୟତରେ ଏବେ କୋକୁଆ ଭୟ । ରାତିରେ କାହା ଗୁହାଳେ ପଶୁଛି ତ ଆଉ କାହା ଘର ପାଖରେ ଠିଆ ହେଉଛି । ଏମିତିକି ଦିନରେ ଗାଁ ଦାଣ୍ଡରେ ଚାଲୁଛି । ଛୋଟ ପିଲାଟାରୁ ଆରମ୍ଭ କରି ଯୁବକମାନେ ଏହି ହେଟାବାଘକୁ ନେଇ ଭୟଭିତରେ ଅଛନ୍ତି ।

ଜଙ୍ଗଲୀ ଜନ୍ତୁ ପାଇଁ କେତେବେଳେ କିଛି ଅଘଟଣ ମଧ୍ୟ ଘଟିପାରେ । ଏବେ ଧାନ ଅମଳ ସମୟ ଏହି ସମୟରେ ଚାଷୀମାନେ ବିଲରେ କାମ କରୁଥିବା ସମୟରେ ସେହି ବିଲହୁଡାରେ ବସିରହୁଛି । ଚାଷୀମାନେ ବିଲକୁ ଯିବାକୁ ଭୟକରୁଛନ୍ତି । ଖାଲି ସେତିକି ନୁହେଁ ନିଆଳି ଫୁଲନଖରା ମୁଖ୍ୟ ରାସ୍ତା ଉପରେ ମଧ୍ୟ ହେଟାବାଘ ବୁଲୁଥିବା କହିଛନ୍ତି ଲୋକେ । ତୁରନ୍ତ ଏହି ହେଟା ବାଘକୁ ଧରିବା ପାଇଁ ବନବିଭାଗକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

The post ଗାଁରେ ପସିଲା ହେଟା ବାଘ । ବଣରୁ ବାହାରି ଜନବସତିରେ ବୁଲୁଛି । ନିଆଳି ପଞ୍ଚାୟତରେ କୋକୁଆ ଭୟ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started