ଦୁଃଖ ଆଣିଦେଲା ଶୁକ୍ରବାର ସକାଳ । ଘଟଗାଁ ପରେ ସମ୍ବଲପୁର, ଭଦ୍ରକରେ ମଧ୍ୟ ଦୁର୍ଘଟଣା । କୁଚିଣ୍ଡାରେ କାନ୍ଥ ଭୁଷୁଡି ଗଲା ଦୁଇ ଜୀବନ ।

କନକ ବ୍ୟୁରୋ: ଆଜି ଦିନରେ ଖାଲି ଅଘଟଣ ପରେ ଅଘଟଣ । ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖବର ଆସିଛି ସମ୍ବଲପୁର ଜିଲ୍ଲାରୁ । କୁଚିଣ୍ଡା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଚିନିମହୁଲଠାରେ କଂଟେନର ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ୩ଟା ବେଳକୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଖବର ପାଇ ଜମନକିରା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରିଥିଲେ । ଦୁର୍ଘଟଣା ପାଇଁ ୫ ଘଂଟା ପାଇଁ ଜାତୀୟ ରାଜପଥ ଅବରୋଧ ହୋଇଥିଲା ।

ସେହିପରି ଭଦ୍ରକ, ଗ୍ରାମାଂଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ଛକରେ ଭୟଙ୍କର ଦୁର୍ଘଟଣା । ଟ୍ରକ୍କୁ ପଛପଟୁ ପିଟିଲା କାର । ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ୨ ଜଣଙ୍କର ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବାବେଳେ, ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଭଦ୍ରକ ପୁରୁଣାବଜାରରୁ ଇଣ୍ଡିଗୋ କାରଟି ଧାମନଗର ଦୋବାଲ ଯାଉଥିବାବେଳେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍କୁ ପଛପଟୁ ପିଟିଥିଲା କାରଟି ।

କୁଚିଣ୍ଡା ଥାନା ବିଜାଡିହରୁ ମଧ୍ୟ ଆସିଛି ଦୁଃଖଦ ଖବର । କାନ୍ଥ ପଡି ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଘରର ପୁରୁଣା ଭାଙ୍ଗୁଥିବାବେଳେ ଲୋକଙ୍କ ଉପରେ ଭୁସୁଡି ପଡିଲା କାନ୍ଥ । ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷ ମୃତ । ମହିଳା ଜଣଙ୍କ ଘରର ମାଲିକ ନମିତା ପଟେଲ । ନିଜ ଘରର ଏକ ପୁରୁଣା କାନ୍ଥ ଭାଙ୍ଗିବାକୁ ଗାଁର ଲଳିତ ଦେହୁରୀଙ୍କୁ ଡାକିଥିଲେ । ତେବେ କାନ୍ଥ ଭାଙ୍ଗିବାବେଳେ ଏହା ସେମାନଙ୍କ ଉପରେ ହିଁ ଭୁଷୁଡି ପଡିଥିଲା । ଲଳିତ ଶ୍ରମିକ ଭାବେ କାମ କରୁଥିଲେ । ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନା ନେଇଥିବାବେଳେ, ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

The post ଦୁଃଖ ଆଣିଦେଲା ଶୁକ୍ରବାର ସକାଳ । ଘଟଗାଁ ପରେ ସମ୍ବଲପୁର, ଭଦ୍ରକରେ ମଧ୍ୟ ଦୁର୍ଘଟଣା । କୁଚିଣ୍ଡାରେ କାନ୍ଥ ଭୁଷୁଡି ଗଲା ଦୁଇ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ପାରାଦୀପ ବନ୍ଦର ଦେଇ ବିଦେଶକୁ ହେଉଥିଲା ବ୍ରାଉନସୁଗାର ଚାଲାଣ । ଧରିଲା କଷ୍ଟମ ବିଭାଗ । ନିଶା କାରବାର ପଛରେ କିଏ?

କନକ ବ୍ୟୁରୋ: ପାରାଦୀପ ବନ୍ଦର ନିିଷିଦ୍ଧାଞ୍ଚଳ ମଧ୍ୟ ଦେଇ ବିଦେଶକୁ ଚୋରାଚାରାଣ ହେଉଥିଲା ବ୍ରାଉନ ସୁଗାର । ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଯାଉଥିଲା ଡେନମାର୍କ । ଏକାଥରକେ ୫କେଜି ଅଧିକ ବ୍ରାଉନସୁଗାର ହେଉଥିଲା ଚୋରାଚାଲାଣ । ସ୍ଥଳ ନୁହେଁ ଜଳପଥରେ ହେଉଛି କାରବାର । ଯାହାର ପର୍ଦ୍ଦାଫାଶ କରିଛି କଷ୍ଟମ ବିଭାଗ । ଗତକାଲି ବିଳମ୍ବିତ ରାତ୍ରିରେ ସିଆଇଏସଏଫ, ଡ୍ରଗ୍ସ ସ୍କ୍ୱାର୍ଡ ଓ କଷ୍ଟମ ବିଭାଗ ଖୋଳତାଡ଼ କରିବା ବେଳେ ବ୍ରାଉନ ସୁଗାର ଜବତ କରିଥିବା ସୂଚନା ମିଳିଛି ।

The post ପାରାଦୀପ ବନ୍ଦର ଦେଇ ବିଦେଶକୁ ହେଉଥିଲା ବ୍ରାଉନସୁଗାର ଚାଲାଣ । ଧରିଲା କଷ୍ଟମ ବିଭାଗ । ନିଶା କାରବାର ପଛରେ କିଏ? first appeared on Kanak News.

from Kanak News
via <a href="https://ifttt.com/?

ପାହାନ୍ତା ନିଦ ହେଲା ଶେଷ ନିଦ୍ରା । ଅଧା ରହିଗଲା ତାରିଣୀ ଦର୍ଶନ, ଘଟଗାଁ ବାଲିଯୋଡିରେ ଭୀଷଣ ଦୁର୍ଘଟଣାରେ ଗଲା ୮ ଜୀବନ ।

କନକ ବ୍ୟୁରୋ: ଅଧା ରହିଗଲା ତାରିଣୀ ଦର୍ଶନ । ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିବା ଟ୍ରାଭେଲର ଦୁର୍ଘଟଣାଗସ୍ତ । ବାଲିଯୋଡି ନିକଟରେ ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରାଭେଲର । ଘଟଣା ସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୧୬ ଜଣ ଗୁରୁତରଙ୍କ ଏବେ ଚିକିତ୍ସା ଚାଲିଛି । ୩ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ତାରିଣୀ ଦର୍ଶନ ପାଇଁ ଗଂଜାମ ଜିଲ୍ଲା ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ୨୪ ଜଣ । ଘଟଗାଁ ତାରିଣୀ ମନ୍ଦିର ମାତ୍ର ୩ କିଲୋମିଟର ଥିବାବେଳେ, ବାଲିଯୋଡି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମୁର୍ମଦୁନ୍ତ ଦୁର୍ଘଟଣା । ମୃତକମାନେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପୋଡାମରି ଗାଁର । ସେମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମ୍ପର୍କୀୟ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ଯାତ୍ରା କରୁଥିଲେ । ମୃତକଙ୍କ ଭିତରେ ୪ ପୁରୁଷ, ୩ ମହିଳା ଜଣେ ଶିଶୁ ରହିଥିବା ସୂଚନା ମିଳିଛି ।

The post ପାହାନ୍ତା ନିଦ ହେଲା ଶେଷ ନିଦ୍ରା । ଅଧା ରହିଗଲା ତାରିଣୀ ଦର୍ଶନ, ଘଟଗାଁ ବାଲିଯୋଡିରେ ଭୀଷଣ ଦୁର୍ଘଟଣାରେ ଗଲା ୮ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ଟ୍ରକକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର । ଭଦ୍ରକ ୧୬ ନମ୍ବର ଏନଏଚରେ ଦୁର୍ଘଟଣା ।

କନକ ବ୍ୟୁରୋ: ଆଜି ଅଶୁଭ ଶୁକ୍ରବାର ।ବିଭିନ୍ନ ସ୍ଥାନରୁ ମିଳୁଛି ଦୁର୍ଘଟଣାର ଖବର । ସକାଳୁ କେନ୍ଦୁଝର ଘଟଗାଁରେ ଭୀଷଣ ଦୁର୍ଘଯଣା ଘଟିଥିବାବେଳେ କ୍ରମେ ସାଲେପୁର ଓ ଭଦ୍ରକରେ ଘଟିଛି ଦୁର୍ଘଟଣା ।

ଭଦ୍ରକ ୧୬ ନମ୍ବର ଏନଏଚରେ ଦୁର୍ଘଟଣା ଘଟିଛି । ଟ୍ରକକୁ ପଛରୁ କାର୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ମୃତ, ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ଓ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସେହିପରି ସାଲେପୁରରେ ମଧ୍ୟ ଜଣେ ମହିଳାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

The post ଟ୍ରକକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର । ଭଦ୍ରକ ୧୬ ନମ୍ବର ଏନଏଚରେ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ । ପାଣିପାଗ ବିଭାଗର ପୂର୍ବାନୁମାନ, ୩ ତାରିଖ ବେଳକୁ ନେଇପାରେ ବାତ୍ୟା ରୂପ ।

କନକ ବ୍ୟୁରୋ: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତା ୩ରେ ବାତ୍ୟା ଆଶଙ୍କା । ୪ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ଅତିକ୍ରମ କରିବା ନେଇ ସମ୍ଭବନା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଘୂର୍ଣ୍ଣିବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ୪ ତାରିଖ ସନ୍ଧ୍ୟାରେ ମାଡ ହେବ ବୋଲି ଆକଳନ କରାଯାଇଛି । ଅବପାତ ଏବେ ଚେନ୍ନାଇଠୁ ୮୦୦ କିଲୋମିଟର ଦୂରରେ ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି । ଡିସେମ୍ବର ୨ ତାରିଖରେ ଗଭୀର ଅବପାତର ରୂପ ନେବ । ପରେ ୩ ତାରିଖ ବେଳକୁ ସାମୁଦ୍ରିକ ଝଡର ରୂପ ନେବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟନମରେ ବାତ୍ୟା ଛୁଇଁବ ବୋଲି ଆକଳନ କରାଯାଇଛି । ତେବେ ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ଏତେଟା ପଡିବ ନାହିଁ । କିନ୍ତୁ ବଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି ।

The post ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ । ପାଣିପାଗ ବିଭାଗର ପୂର୍ବାନୁମାନ, ୩ ତାରିଖ ବେଳକୁ ନେଇପାରେ ବାତ୍ୟା ରୂପ । first appeared on Kanak News.

from Kanak News
via <a href="https://ifttt.com/?

ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ଜାଣନ୍ତୁ କେଉଁଠି କେତେ ଦର?

କନକ ବ୍ୟୁରୋ: ଡିସେମ୍ବର ମାସ ଆରମ୍ଭରୁ ବଢିଲା ଏଲପିଜି ଦର । ମାସର ଆରମ୍ଭରୁ ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ ।

ଆଇଓସିଏଲ ୱେବସାଇଟରେ ଏଲପିଜି ସିଲିଣ୍ଡରର ଦର ଅପଡେଟ୍ କରାଯାଇଛି ଏବଂ ପରିବର୍ତ୍ତିତ ଦରକୁ ଲାଗୁ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ୟ ତୈଳ କମ୍ପାନୀ କମର୍ସିଆଲ ସିଲିଣ୍ଡର ଦର ୧୦୩ ଟଙ୍କା ବଢାଇଥିଲେ । ତେବେ ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଏହାର ଦର ରହିଛି ୧୭୯୬ ଟଙ୍କା ୫୦ ପଇସା ରହିଥିବାବେଳେ କୋଲକାତାରେ ଏହା ରହିଛି ୧୯୦୮ଟଙ୍କା । ମୁମ୍ବାଇରେ ଏହାର ଦର ଟଙ୍କା ୧୭୪୯ରେ ପହଞ୍ଚିଥିବାବେଳେ ଚେନ୍ନାଇରେ ରହିଛି ଟଙ୍କା ୧୯୬୮.୫୦ ।

The post ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ଜାଣନ୍ତୁ କେଉଁଠି କେତେ ଦର? first appeared on Kanak News.

from Kanak News
via <a href="https://ifttt.com/?

ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ଏ-ପ୍ଲସ ଗ୍ରେଡ୍ । NAAC ଟିମର ପୁନଃବିଚାର ପରେ ମିଳିଲା ଏ ଗ୍ରେଡ୍ ।

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଖୁସି ଖବର । ନାକ ଟିମର ପୁନଃ ବିଚାର ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ-ପ୍ଲସ ଗ୍ରେଡ ମିଳିଛି । ମେ ମାସରେ ଆସିଥିବା ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ୍ ଆକ୍ରିଡିଟେସନ୍ କାଉନସିଲ (ନ୍ୟାକ୍) ଟିମ୍ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଏ ଗ୍ରେଡ ଦେଇଥିଲେ । ଏହାର ପୁନଃ ବିଚାର ପାଇଁ ଆବେଦନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାର ଫଳାଫଳ ଆଶାନୁରୂପକ ଆସିଛି । ଏଥର ଟିମ୍ ୱାର୍କ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଛି ।

ଆଗକୁ ସବୁୁ ବିଭାଗରେ କିପରି ଉନ୍ନତି ହେବ ତାକୁ ଧ୍ୟାନ ଦିଆଯିବ । ଏବେ ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବା ଫଳରେ ଅଧିକ ସୁବିଧା ମିଳିବ । ଏବଂ ପାଞ୍ଚ ବର୍ଷ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏ ପ୍ଲସ ପ୍ଲସ ଗ୍ରେଡ ପାଇବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।

The post ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ଏ-ପ୍ଲସ ଗ୍ରେଡ୍ । NAAC ଟିମର ପୁନଃବିଚାର ପରେ ମିଳିଲା ଏ ଗ୍ରେଡ୍ । first appeared on Kanak News.

from Kanak News
via <a href="https://ifttt.com/?

ଗାର୍ଲଫ୍ରେଣ୍ଡର ଧୋକା ଆଦିତ୍ୟଙ୍କୁ IAS କରିଦେଲା । ଚତୁର୍ଥ ଚେଷ୍ଟାରେ ୟୁପିଏସସିରେ ପାଇଲେ ୪୮ ରାଙ୍କ ।

କନକ ବ୍ୟୁରୋ:ପ୍ରେମିକା ଧୋକା ଦେଲା ବୋଲି ଜିଦିରେ ବନିଲେ IAS । ଚତୁର୍ଥ ଚେଷ୍ଟାରେ ୟୁପିଏସସିରେ ପାଇଲେ ୪୮ ରାଙ୍କ। ଆମେ କହୁଛୁ ଆଇଏଏସ୍ ଅଫିସର ଆଦିତ୍ୟ ପାଣ୍ଡେଙ୍କ କଥା । ଯାହାଙ୍କ ସଫଳତାର କାହାଣୀ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ ସାଦି ମେଁ ଜରୁର ଆନା’ର ଅବିକଳ କାହାଣୀ ଭଳି । ପ୍ରେମିକାଠାରୁ ଧୋକା ପାଇବାପରେ ବନିଗଲେ ଆଇଏଏସ୍ ଅଫିସର ।

ବିହାର ପାଟଣାର ଏକ ନିପଟ ଗାଁର ବାସିନ୍ଦା । ୪ ଭାଇ ଭଉଣୀଙ୍କ ମଧ୍ୟରେ ପୁରା ସାନ ପୁଅ ଆଦିତ୍ୟ । ତେଣୁ ସମସ୍ତଙ୍କ ଅମାପ ସ୍ନେହ ଶ୍ରଦ୍ଧା ତାଙ୍କଚୁ ଯେପରି ବିଗାଡି ଦେଇଥିଲା । ଧୀଶକ୍ତିରେ ବିଚକ୍ଷଣ ଥିଲେ ବି ନିଜର ଚଳଚଞ୍ଚଳ ମନ ଯୋଗୁଁ ଅଷ୍ଟମ ଶ୍ରେଣୀ ଯାଏଁ ପଢାରେ ଖରାପ କରୁଥିଲେ । କିନ୍ତୁ ଥରେ ସ୍କୁଲରେ ସାରଙ୍କ ତାତ୍ସଲ୍ୟ ତାଙ୍କୁ ଭାରି ବାଧିଥିଲା । ଆଦିତ୍ୟଙ୍କ ବାପାଙ୍କୁ ଡାକି ସାର କହିଥିଲେ ଯେ, ଏ ପିଲାଆଉ ସୁଧୁରିବନି । ଯଦି ସୁଧୁରିଗଲା ସେ ନିଜ ନିଶ କାଟିଦେବେ ବୋଲି ।

ଏତିକି କଥାରେ ବହିି ଧରିଲେ ଆଦିତ୍ୟ ଏବଂ ଲଗାତାର ନବମ ଶେଶ୍ରୀ ଯାଏଁ ଶ୍ରେଣୀରେ ପଥମ ହେଲେ । ମଜାଦାର କଥା ହେଉଛି ଆଦିତ୍ୟ ୧୦ମ ପଢିବା ବେଳକୁ ପାଟଣାର ଜଣେ ଝିଅର ପ୍ରେମରେ ପଡିଥିଲେ । ହେଲେ ମାତ୍ର ବର୍ଷେ ପରେ ବିନା କିଛି କାରଣରୁ ଆଦିତ୍ୟଙ୍କ ସହ ତାଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା । ଫଳରେ ଦଶମ ବୋର୍ଡରେ ବାପାଙ୍କ ଆଶାକୁ ପୂରଣ କରିପାରିନଥିଲେ ଆଦିତ୍ୟ । ତେଣୁ ବାଧ୍ୟ ହୋଇ ଗାଁ ପାଖ ଏକ କଲେଜରେ ନାଁ ଲେଖାଇଲେ । ଦ୍ୱାଦଶ ବି କଷ୍ଟେମଷ୍ଟେ ପାସ୍ କଲେ । ଏବଂ ଦ୍ୱାଦଶ ପରେ ବାପାଙ୍କ କହିବା ଅନୁସାରେ ଇଞ୍ଚିନିଅରିଙ୍ଗ କଲେ ଏବଂ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନର ଡିଗ୍ରୀ ହାସଲ କଲେ । ଏହାପରେ ୨୦୧୮ରେ ଏମବିଏ ପାସ୍ କରିବା ପରେ ଆଇସିଆଇସିଆଇ ବ୍ୟାଙ୍କରେ ନିଯୁକ୍ତି ପାଇଲେ ଏବଂ କର୍ପୋରେଟ୍ ସେକ୍ଟରକୁ ଭଲ ଭାବେ ବୁଝିପାରିଥିଲେ । ।

ୟା ଭିତରେ ବି ତାଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡିନଥିଲା । ତାଙ୍କ ଠାରୁ ୫ ବର୍ଷର ଝିଅକୁ ଭଲପାଇ ବସିଥିଲେ । ପ୍ରେମରେ ପୁରା ପକ୍କା ଥିବା ଆଦିତ୍ୟଙ୍କୁ ଏ ସମ୍ପର୍କ ବି ଭାରି ପଡିଲା । ଦ୍ୱିତୀୟ ପ୍ରେମିକା ମଧ୍ୟବିନା କିଛି କାରଣରେ ଛାଡି ଚାଲିଯିବାରୁ ଆଦିତ୍ୟ ମାନସିକ ସ୍ତରରେ ଭାଙ୍ଗିପଡିଲେ ।
ଦ୍ୱିତୀୟ ପ୍ରେମିକାର ଏହି ଧୋକା ହିଁ ତାଙ୍କୁ ଆଘାତ ଦେଇଥିଲେ ବି ପୁଣି ଛିଡା ହେବାକୁ ସାହାସ ଦେଇଥିଲା । ତେଣୁ ଆଦିତ୍ୟ ସଙ୍କଳ୍ପ ନେଲେ ଆଇଏଏସ୍ ବନିବେ ଏବଂ ସମସ୍ତଙ୍କ ପାଖରେ ନିଜର ପାରିଆପଣିଆକୁ ପ୍ରମାଣ କରିବେ । ସେଥିପାଇଁ ଆଦିତ୍ୟ ୨୦୨୦ରେ ବ୍ୟାଙ୍କ ଚାକିରି ଛାଡି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ।

ଅବଶ୍ୟ ପ୍ରଥମ ୨ଟି ପ୍ରୟାସରେ ବିଫଳ ହୋଇଥିଲେ ଆଦିତ୍ୟ । କିନ୍ତୁ ନିଜ ପାଖରେ କିନ୍ତୁ ହାର ମାନିନଥିଲେ । କାରଣ ସେ ଜାଣିଥିଲେ ଥରେ ନିଜ ଠାରୁ ହାରିଗଲେ ଆଉ ଜିତିବା ସମ୍ଭବ ନୁହେଁ । ଜଣେ ମେଣ୍ଟରଙ୍କ ସହାୟତାରେ ଆହୁରି ପରିଶ୍ରମ କଲେ ତୃତୀୟ ପୟାସରେ ମାତ୍ର ଅଢେଇ ମାର୍କରେ ସଫତଳାରୁ ବାଦ ପଡିଲେ । ଏବଂ ୨୦୨୨ରେ ଚତୁର୍ଥ ପୟାସରେ ୟୁପିଏସସି ସର୍ବଭାରତୀୟ ସ୍ତରରେ ୪୮ତମ ର୍ୟାଙ୍କ ପାଇଲେ ଆଦିତ୍ୟ ପାଣ୍ଡେ । ଫୋନରେ ରେଜଲ୍ଟ ଖବର ପାଇ ଭୋ ଭୋ ହୋଇ କାନ୍ଦିଥିଲେ ଆତିତ୍ୟ । ତାଙ୍କ ସହ କାନ୍ଦିଥିଲେ ମା’ । ତେବେ ଆଦିତ୍ୟଙ୍କ ଏଭଳି ଫିଲ୍ମ ଷ୍ଟାଇଲ କାହାଣୀ ଯୁବ ବର୍ଗଙ୍କ ପାଇଁ ଖାସ ପ୍ରେରଣା ପାଲଟିଛି ।

The post ଗାର୍ଲଫ୍ରେଣ୍ଡର ଧୋକା ଆଦିତ୍ୟଙ୍କୁ IAS କରିଦେଲା । ଚତୁର୍ଥ ଚେଷ୍ଟାରେ ୟୁପିଏସସିରେ ପାଇଲେ ୪୮ ରାଙ୍କ । first appeared on Kanak News.

from Kanak News
via <a href="https://ifttt.com/?

ପାହାଡ଼ ଉପରେ ବାଘ । ନୂଆପଡାରେ କୋକୁଆ ଭୟ ।

କନକ ବ୍ୟୁରୋ: ପାହାଡ଼ ଉପରେ ବାଘ । ନୂଆପଡା କୁକୁଡାତାଲ ଓ ଆମାନାର ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ଦୁଇ ଦିନ ହେଲା ଏକ କଲରାପତରିଆ ବାଘ ବୁଲୁଛି । ବାଘଟି ପାହାଡରେ ବୁଲୁଥିବା ନଜରରେ ଆସିଛି । ଗାଁ ପିଲାମାନେ କ୍ୟାମେରାରେ ବାଘର ଫଟୋ ମଧ୍ୟ ଉଠାଇଛନ୍ତି । ତେବେ ବାଘ ବୁଲୁଥିବା ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ଲୋକେ ଘରୁ ବାହାରିବାକୁ ଡରୁଥିବା ବେଳେ ସନ୍ଧ୍ୟା ହେଲେ ଘରେ କବାଟ ପଡିଯାଉଛି ।

The post ପାହାଡ଼ ଉପରେ ବାଘ । ନୂଆପଡାରେ କୋକୁଆ ଭୟ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଓଡ଼ିଶା ଆସିବେ ଟନେଲରୁ ଉଦ୍ଧାର ହୋଇଥିବା ୫ ଶ୍ରମିକ । ନୂଆ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ।  ସ୍ୱାଗତ ପାଇଁ ପ୍ରସ୍ତୁତି ।

କନକ ବ୍ୟୁରୋ: ଆଜି ଓଡିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡିଆ ଶ୍ରମିକ । ଏମାନେ ହେଲେ ବାରିପଦାର ବିଶ୍ୱେଶ୍ୱର ନାୟକ, କୁଲଡିହାର ରାଜୁ ନାୟକ, ବଡକୁଦରର ଧୀରେନ ନାୟକ, ତାଲବେଡାର ଭଗବାନ୍ ଭତ୍ରା ଏବଂ ଶଙ୍କର୍ଷଣପୁରର ତପନ ମଣ୍ଡଳ । ନୂଆଦିଲ୍ଲୀରୁ ଭୁବନେଶ୍ୱରରେ ବିମାନ ଯୋଗେ ଆସି ପହଞ୍ଚିବେ । ସେମାନଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ୧୭ ଦିନ ଧରି ଟନେଲ ଭିତରେ ଫଶିରହିଥିଲେ ଶ୍ରମିକ । ଏବଂ ଅନେକ କସରତ ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।

The post ଆଜି ଓଡ଼ିଶା ଆସିବେ ଟନେଲରୁ ଉଦ୍ଧାର ହୋଇଥିବା ୫ ଶ୍ରମିକ । ନୂଆ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ।  ସ୍ୱାଗତ ପାଇଁ ପ୍ରସ୍ତୁତି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started