ଅଧା ରହିଗଲା ତାରିଣୀ ଦର୍ଶନ । ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର, ୭ ମୃତ, ୧୦ ଗୁରୁତର । ଦିଗପହଣ୍ଡିରୁ ତାରିଣୀ ଦର୍ଶନ ପାଇଁ ଆସିଥିଲେ ୧୭ ଜଣ ।

କନକ ବ୍ୟୁରୋ: ଅଧା ରହିଗଲା ତାରିଣୀ ଦର୍ଶନ । ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି । ଘଟଗାଁ ବାଲିଯୋଡି ନିକଟରେ ଘଟିଛି ଏହି ମୁର୍ମଦୁନ୍ତ ଦୁର୍ଘଟଣା । ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ୧୭ ଜଣ । ହେଲେ ଅଧା ବାଟରେ ଛକି ବସିଥିଲା ମୃତ୍ୟୁ । ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

The post ଅଧା ରହିଗଲା ତାରିଣୀ ଦର୍ଶନ । ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର, ୭ ମୃତ, ୧୦ ଗୁରୁତର । ଦିଗପହଣ୍ଡିରୁ ତାରିଣୀ ଦର୍ଶନ ପାଇଁ ଆସିଥିଲେ ୧୭ ଜଣ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ କଂଗ୍ରେସର ତୁଳସୀ ଯାତ୍ରା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ ବିକ୍ଷୋଭ । ୩୧୪ ବ୍ଲକରୁ ସଂଗ୍ରହ କରାଯିବ ତୁଳସୀ ପତ୍ର ।

କନକ ବ୍ୟୁରୋ: ସଂକୀର୍ତ୍ତନ ପ୍ରତିବାଦ ପରେ ଆଜିଠୁ କଂଗ୍ରେସ ଆରମ୍ଭ କରୁଛି ‘ତୁଳସୀ ଯାତ୍ରା’ । ଭକ୍ତଙ୍କ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିବାକୁ ଦାବି ଜଣାଇ ଆଜିଠାରୁ କଂଗ୍ରେସ ଏହି ଯାତ୍ରା ଆରମ୍ଭ କରୁଛି ।

ଏହା ପୂର୍ବରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ଆଗରେ ସଙ୍କୀର୍ତ୍ତନ କରି ଏହି ଦାବି ଜଣାଇଥିଲେ ବି ଏହାକୁ ଗୁରୁତ୍ୱ ଦେଇନଥିଲେ ରାଜ୍ୟ ସରକାର । କିନ୍ତୁ ଓଡିଆଙ୍କ ହିତ ତଥା ସେମାନଙ୍କ ଭାବାବେଗକୁ ସମ୍ମାନ ଦେଇ ଏହି ଦାବିକୁ ପୁଣି ଉତଥାପନ କରିବାକୁ ଅଣ୍ଟା ଭିଡିଛି କଂଗ୍ରେସ ।

The post ଆଜିଠୁ କଂଗ୍ରେସର ତୁଳସୀ ଯାତ୍ରା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ ବିକ୍ଷୋଭ । ୩୧୪ ବ୍ଲକରୁ ସଂଗ୍ରହ କରାଯିବ ତୁଳସୀ ପତ୍ର । first appeared on Kanak News.

from Kanak News
via <a href="https://ifttt.com/?

ଆଜି ହେଉଛି ୱାର୍ଲ୍ଡ ଏଡ୍ସ ଡେ’ । ଏଚଆଇଭି ସଚେତନତା ପାଇଁ ଓଏସଏସିଏସ୍ ପକ୍ଷରୁ ନିଆରା ପଦକ୍ଷେପ । ମଲରେ ନାଟକ ପରିବେଷଣ କରି ସଚେତନ କଲେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ଆଜି ହେଉଛି ଡିସେମ୍ବର-୧ । ଏହି ଦିନଟି ୱାଲ୍ଡର୍ସ ଏଡ୍ସ ଡେ ବା’ ଏଚଆଇଭି ସଚେତନତା ଦିବସ ଭାବେ ସାରା ବିଶ୍ୱରେ ପାଳିତ ହେଉଛି । ଯଦିଓ, ଦିନକୁ ଦିନ ଓଡ଼ିଶା ସମେତ ସାରା ବିଶ୍ୱରେ ଏଡ୍ସ ମହାମାରୀ ନେଇ ସଚେତନତା ବୃଦ୍ଧି ପାଉଛି, ତଥାପି ଯୁଦ୍ଧ ସରିନାହିଁ । ଆଉ ସଚେତନା ପାଇଁ ସବୁଠୁ ଲୋକପ୍ରିୟ ମାଧ୍ୟମ ହେଉଛି ନାଟକ । ଏମିତି ଏକ ନାଟକ ଦେଖିବାକୁ ମିଳିଥିଲା ।

The post ଆଜି ହେଉଛି ୱାର୍ଲ୍ଡ ଏଡ୍ସ ଡେ’ । ଏଚଆଇଭି ସଚେତନତା ପାଇଁ ଓଏସଏସିଏସ୍ ପକ୍ଷରୁ ନିଆରା ପଦକ୍ଷେପ । ମଲରେ ନାଟକ ପରିବେଷଣ କରି ସଚେତନ କଲେ ଛାତ୍ରଛାତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା । ରୋହିତ, କୋହଲିଙ୍କୁ ବିଶ୍ରାମ, ୩ଟି ଫର୍ମାଟ ପାଇଁ ତିନି ଅଲଗା ଅଲଗା ଅଧିନାୟକ ।

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ । ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ତିନୋଟି ଯାକ ଫର୍ମାଟ ପାଇଁ ଦଳ ଘୋଷଣା କରାଯାଇଛି । ଦିନିକିଆ ଓ ଟି-୨୦ ଦଳରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସୁଯୋଗ ମିଳିନାହିଁ । ଦୁହେଁ ସିରିଜ୍ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ପୂର୍ବରୁ ବୋର୍ଡକୁ ଜଣାଇଥିଲେ । ତେବେ ଟେଷ୍ଟ ସିରିଜ୍ ପାଇଁ ରୋହିତଙ୍କୁ ଦଳର ନେତୃତ୍ୱ ଭାରତ ପ୍ରଦାନ କରାଯାଇଥିବା ବେଳେ ବିରାଟଙ୍କୁ ମଧ୍ୟ ଚୟନ କରାଯାଇଛି ।

ଟି-୨୦ ସିରିଜ୍ ପାଇଁ ସୂର୍ଯ୍ୟକୁମାର ଯାଦବ ଓ ଲୋକେଶ ରାହୁଲଙ୍କୁ ଦିନିକିଆ ସିରିଜ୍ ପାଇଁ ଅଧିନାୟକ କରାଯାଇଛି । ଟି-୨୦ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରିଙ୍କୁ ସିଂଙ୍କୁ ପ୍ରଥମଥର ଦିନିକିଆ ଦଳକୁ ଡାକରା ମିଳିଛି । ତାଙ୍କ ସହ ବି. ସାଇ ସୁଦର୍ଶନଙ୍କୁ ମଧ୍ୟ ୫୦ ଓଭର ଫର୍ମାଟ୍ରେ ନୂଆମୁହଁ ଭାବେ ସାମିଲ କରାଯାଇଛି । ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ୱିକେଟ୍କିପର-ବ୍ୟାଟର୍ ସଂଜୁ ସାମସନ ଦିନିକିଆ ଦଳକୁ ଫେରିଛନ୍ତି । ଭେଟେରାନ୍ ବ୍ୟାଟର୍ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯାଇଛି । ଋତୁରାଜ ଗାଏକ୍ୱାଡଙ୍କୁ ତିନୋଟି ଯାକ ଫର୍ମାଟ ପାଇଁ ଚୟନ କରାଯାଇଛି । ଶୁବମନ ଗିଲ୍ଙ୍କୁ ଦିନିିକିଆ ସିରିଜ୍ ପାଇଁ ଚୟନ କରାଯାଇନାହିଁ । ତେବେ ସେ ଟି-୨୦ ଓ ଟେଷ୍ଟ ସିରିଜ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି । ଆହତ ଯୋଗୁଁ ବାଦ୍ ପଡ଼ିଛନ୍ତି ମହମ୍ମଦ ସାମି । ଡିସେମ୍ବର ୧୦ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ । ଏହା ପରେ ଡିସେମ୍ବର ୧୭, ୧୯ ଏବଂ ୨୧ ତାରିଖରେ ଦିନିକିଆ ସିରିଜ୍ ଖେଳାଯିବ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ରୁ ଏବଂ ଜାନୁଆରୀ ୩ରୁ ଆରମ୍ଭ ହେବ ।

The post ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା । ରୋହିତ, କୋହଲିଙ୍କୁ ବିଶ୍ରାମ, ୩ଟି ଫର୍ମାଟ ପାଇଁ ତିନି ଅଲଗା ଅଲଗା ଅଧିନାୟକ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ରାଇପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦ । ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ ।

କନକ ବ୍ୟୁରୋ: ଆଜି ରାଇପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ । ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷରେ ଟିମ୍ ଇଣ୍ଡିଆ । ଆଉ ଭାରତକୁ ହରାଇ ସରିଜ ବରାବର ଲକ୍ଷ୍ୟରେ କଙ୍ଗାରୁ ଦଳ । ପୂର୍ବରୁ ଖେଳାଯାଇଥିବା ତିନିଟି ମ୍ୟାଚରେ ହାଇ ସ୍କୋର ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ହାଇ ସ୍କୋରି ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ବଡ଼ ସ୍କୋର ହେଲେ ବି କଡା ଟକ୍କର ହେବ ବୋଲି ଆଶା କରାଯାଉଛି ।

୫ ମ୍ୟାଚ୍ ବିଶିଷ୍ଟ ସିରଜରୁ ଭାରତ ପ୍ରଥମ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ଗତ ମ୍ୟାଚରେ ଭାରତ ୨୨୨ ରନର ବିଶାଳ ସ୍କୋର କରି ମଧ୍ୟ ହାରିଥିଲା । ଖରାପ ବୋଲିଂ ପଦର୍ଶନ ଯୋଗୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ତେଣୁ ଆଜିର ମ୍ୟାଚରେ ଅଧିକ ରନ ବ୍ୟୟ କରିଥିବା ପ୍ରସିଦ୍ଧ କୃଷ୍ଣ ଟିମରୁ ବାଦ ପଡିପାରନ୍ତି । ତାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସାମିଲ କରାଯାଇପାରେ । ବିବାହ ଯୋଗୁ ତୃତୀୟ ମ୍ୟାଚ ଖେଳିନଥିବା ମୁକେଶଙ୍କୁ ଟିମରେ ସାମିଲ କରାଯାଇପାରେ । ଯଦି ପ୍ରସିଦ୍ଧ କୃଷ୍ଣ ଖେଳନ୍ତି ତେବେ ଆଭେସ ଖାନଙ୍କୁ ଟିମରେ ସୁଯୋଗ ମିଳିନପାରେ । ସବୁଠୁ ବଡ଼ କଥା ହେଉଛି ଏବେ କାକର ପଡୁଥିବାରୁ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ଯେଉଁ ଦଳ ଟସ୍ ଜିତିବ ସେ ବୋଲି ନିଷ୍ପତି ନେଇପାରେ ବୋଲି କୁହାଯାଉଛି ।

The post ଆଜି ରାଇପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦ । ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । first appeared on Kanak News.

from Kanak News
via <a href="https://ifttt.com/?

ଫିଲ୍ମ ଫ୍ରାଇଡେରେ କଡା ଟକ୍କର । ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ ମଧ୍ୟରେ ହେବ ଲଢେଇ । ଆଜି ରିଲିଜ ହୋଇଛି ଉଭୟ ଫିଲ୍ମ ।

କନକ ବ୍ୟୁରୋ: ଫିଲ୍ମ ଫ୍ରାଇଡେରେ ଦେଖିବାକୁ ମିଳିବ କଡା ଟକ୍କର । ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ ମଧ୍ୟରେ ହେବ ଲଢେଇ । କାରଗିଲ ଯୁଦ୍ଧର ହିରୋଙ୍କୁ ନେଇ ପ୍ରସ୍ତୁତ ହୋଇଛି ସାମ୍ ବାହାଦୂର ।

୧୯୭୧ ଭାରତ ପାକିସ୍ଥାନ-ଯୁଦ୍ଧର ହିରୋ ତଥା ତକ୍ରାଳୀନ ସ୍ଥଳସେନା ମୁଖ୍ୟ ଫିଲ୍ଡ ମାର୍ଶଲ ସାମ୍ ମାନେସ୍କାଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ସାମ ବାହାଦୂର’ । ସାମ୍ ମାନେସ୍କାଙ୍କ ଚରିତ୍ରରେ ଭିକି କୌଶଲଙ୍କ ଦମଦାର ଡାଏଲଗ ସାଙ୍ଗକୁ ବଡି ଲାଙ୍ଗୁଏଜକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ନିଜ ଫିଲ୍ମ କ୍ୟାରିଅରରେ ଭିକି ବହୁ ଚ୍ୟାଲେଞ୍ଜିଂ ଚରିତ୍ରରେ ଅଭିନୟ କରଥିବା ବେଳେ ‘ସାମ ବାହାଦୂର’ରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି । ଫିଲ୍ମରେ ୧୯୭୧ ଭାରତ ପାକିସ୍ଥାନ-ଯୁଦ୍ଧର କାହାଣୀକୁ ସ୍ଥାନିତ କରାଯାଇଛି । ଯୁଦ୍ଧରେ ସାମ୍ ମାନେସ୍କାଙ୍କ ନେତୃତରେ ଭାରତ ପାକିସ୍ଥାନକୁ ଧୂଳି ଚଟାଇଥିଲା । ନିଜ ଜୀବନକୁ ବିପଦରେ ପକାଇ ସାମ୍ ମାନେସ୍କା ଦେଶକୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ଯୁଦ୍ଧ ଭୂମିରେ ୯ଥର ମୃତ୍ୟୁକୁ ମାତ ଦେଇଥିବା ଏହି ଭାରତୀୟ ବୀର ଯବାନଙ୍କ ବୀରତ୍ୱକୁୁ ଫିଲ୍ମରେ ଚିତ୍ରଣ କରାଯାଇଛି । ଭିକିଙ୍କ ବ୍ୟତୀତ ଅଭିନେତ୍ରୀ ଶେଖ ଫତିମା ମଧ୍ୟ ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି ।

ସେହିପରି ମୁକ୍ତିଲାଭ କରିଛି ରଣବୀର କପୁରଙ୍କ ଫିଲ୍ମ ଆନିମଲ । ଆନିମଲ ହେଉଛି ଏକ ଗ୍ୟାଙ୍ଗଷ୍ଟାର ଡ୍ରାମାଭିତିକ ସିନେମା । ଯାହାର କାହାଣୀ ବାପା-ପୁଅଙ୍କ ସମ୍ପର୍କକୁ ନେଇ ଗତିଶୀଳ ହୋଇଛି । ଫିଲ୍ମରେ ବାପା ଭୁମିକାରେ ଅନୀଲ କପୁରଙ୍କ ଅଭିନୟ ରହିଛି । ସେହିପରି ପୁଅ ଭୂମିକାରେ ଅଭିନେତା ରଣବୀର କପୁରଙ୍କୁ ଦେଖିବାକୁ ମିଳିଛି । ହିନ୍ଦୀ ଭାଷା ସମତେ ତାମିଲ, ତେଲଗୁ, କନ୍ନଡ, ମାଲାୟଲମ୍ ମୋଟ୍ ୫ଟି ଭାଷାରେ ମୁକ୍ତିଲାଭ କରିବ ଫିଲ୍ମ ଆନିମଲ୍ । ଏହି ସିନେମା ଜରିଆରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ରଣବୀରଙ୍କ ସହ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ସନ୍ଦୀପ ରେଡ୍ଡୀ ଭାଙ୍ଗା ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।

The post ଫିଲ୍ମ ଫ୍ରାଇଡେରେ କଡା ଟକ୍କର । ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ ମଧ୍ୟରେ ହେବ ଲଢେଇ । ଆଜି ରିଲିଜ ହୋଇଛି ଉଭୟ ଫିଲ୍ମ । first appeared on Kanak News.

from Kanak News
via <a href="https://ifttt.com/?

ସିମକାର୍ଡ କ୍ରୟ ବିକ୍ରୟ ପାଇଁ ଆଜିଠୁ ନୂଆ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ଓ ପଞ୍ଜିକରଣ ।

କନକ ବ୍ୟୁରୋ: ଆଜିଠୁ ସିମ କାର୍ଡ ପାଇଁ ଲାଗୁ ହେବ ନିୟମ । ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗିବ । ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜିକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ । ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧୦ଲକ୍ଷ ଟଙ୍କା ଜରିମାନା ।

ନୂଆ ନିୟମ ଅନୁଯାୟୀ ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ । ଯଦି ଆପଣ ବ୍ୟବହାର କରୁଥିବା ସିମ କାର୍ଡ ବନ୍ଦ କରିଦେବେ ତେବେ ୯୦ଦିନ ଭିତରେ ଏହି ସିମ ଅନ୍ୟଜଣେ ଗ୍ରାହକଙ୍କୁ ଦିଆଯିବ । ଠକେଇ, ସାଇବର ସ୍କାମ, ରୋକିବା ପାଇଁ ସରକାର ଏହି ପରିବର୍ତ୍ତର୍ନ ଆଣିଛନ୍ତି ।

The post ସିମକାର୍ଡ କ୍ରୟ ବିକ୍ରୟ ପାଇଁ ଆଜିଠୁ ନୂଆ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ଓ ପଞ୍ଜିକରଣ । first appeared on Kanak News.

from Kanak News
via <a href="https://ifttt.com/?

ଫାଇନାଲ ପୂର୍ବରୁ ସେମିଫାଇନାଲ । ଛତିଶଗଡ଼ ଓ ତେଲାଙ୍ଗାନରେ କଡା ମୁକାବିଲା,ଉଠିପାରେ ହାତ । ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଜେପି ଆଗରେ ।

କନକ ବ୍ୟୁରୋ: ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଦେଶର ସବୁଠୁ ବଡ଼ ବୁଥ୍ ବାହୁଡ଼ା ମତ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ରେ ହେବ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଆସିବ । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ କୁହାଯାଉଛି । ତେଣୁ ଏହି ନିର୍ବାଚନରେ ଫଳାଫଳ କଣ ହେବ, ଏହା ଉପରେ ରହିଛି ସାରା ଦେଶର ନଜର ।

ଭୋଟ୍ ଗଣତି ପୂର୍ବରୁ ଏଗଜିଟ୍ ପୋଲ୍ ଆକଳନ ଆସିଛି । ଘରବାହୁଡା ଭୋଟରଙ୍କ ମତ ଅନୁସାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଛି । ଅଧିକାଂଶ ଏଗଜିଟ୍ ପୋଲ୍ କହୁଛି ଛତିଶଗଡ଼ରେ କଂଗ୍ରେସର ପଲା ଭାରି । ତେଲେଙ୍ଗାନାରେ କଂଗ୍ରେସ ଆଗରେ ଥିବା ଆକଳନ କରାଯାଉଥିବା ବେଳେ ରାଜସ୍ଥାନରେ ଆଗରେ ରହିଛି ବିଜେପି । ଆଉ ମଧ୍ୟପ୍ରଦେଶରେ ଦୁଇ ଦଳ ମଧ୍ୟରେ ହୋଇଛି କଡ଼ା ଟକ୍କର । ବୁଥବାହୁଡା ମତ ଅନୁସାରେ ୫ଟି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ରାଜ୍ୟରେ ସରକାର ଗଢିବେ ବୋଲି କୁହାଯାଉଛି । କିନ୍ତୁ ମିଜୋରାମରେ ଝୁଲା ସରକାର ଦେଖିବାକୁ ମଳିବ ଏଗଜିଟ୍ ପୋଲକୁ ସୂଚନା ମଳିଛି । ସବଠୁ ବଡ଼ କଥା ହେଉଛି ଏଥର ଏକପାଖିଆ ଭାବେ କୌଣସି ଦଳ ବିଜୟୀ ହୋଇନପାରେ ବୋଲି କୁହାଯାଉଛି । ଏପରିକି ୫ ଟି ରାଜ୍ୟରେ ମଧ୍ୟ ଝୁଲା ସରକାରର ଆଶଙ୍କା ଦେଖାଦେଇଛି । ଏଗଜିଟ ପୋଲ ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶରେ ୨୩୦ ଆସନରୁ ବିଜେପି ୧୨୪ ଏବଂ କଂଗ୍ରେସ ୧୦୨ ପାଇବ । ରାଜସ୍ଥାନରେ ୧୯୯ ଆସନରୁ ବିଜେପି ୧୦୪ କଂଗ୍ରେସ ୮୬ ଆସନ ପାଇବ । ତେଲେଙ୍ଗାନାରେ ୧୧୯ ଆସନରୁ କଂଗ୍ରେସ ୬୨ ବିଆରଏସ ୪୪ ଆସନ ପାଇବ ବୋଲି ସୂଚନା ମଳିଛି । ସେହିପରି ଛତିଶଗଡ଼ରେ ୯୦ ଆସନରୁ କଂଗ୍ରେସ ୪୯, ବିଜେପି ୩୮ ଆସନ ପାଇବ ବୋଲି ସି-ଭୋଟର ସର୍ଭେରୁ ଜଣାପଡିଛି । ତେବେ ଏଗଜିଟ୍ ପୋଲକଣ ସଙ୍କେତ ଦେଉଛି, ଏହାର ପ୍ରଭାବ କଣ ରହିବ ସେନେଇ ରାଜନୈତିକ ବୟାନବାଜି ତେଜିଛି ।
ମଧ୍ୟପ୍ରଦେଶ ଜନ୍ କି ବାତ୍ ଇଣ୍ଡିଆ ଟୁଡେ ଆକ୍ସିସ୍ ପ୍ରୋଷ୍ଟ୍ରେଟ୍ ଟୁଡେ ଚାଣକ୍ୟ
ବିଜେପି- ୧୦୦-୧୨୩ ୧୪୦-୧୬୨ ୧୦୬-୧୧୬
କଂଗ୍ରେସ ୧୦୨-୧୨୫ ୬୮-୯୦ ୧୧୧-୧୨୧
ଅନ୍ୟ ୦୦-୦୫ ୦୦-୦୩ ୦୦-୦୬

ରାଜସ୍ଥାନ ଜନ୍ କି ବାତ୍ ଇଣ୍ଡିଆ ଟୁଡେ ଆକ୍ସିସ୍ ପ୍ରୋଷ୍ଟ୍ରେଟ୍ ଟୁଡେ ଚାଣକ୍ୟ
ବିଜେପି- ୧୦୦-୧୨୨ ୮୦-୧୦୦ ୧୦୦-୧୧୦ ୭୭-୧୦୧
କଂଗ୍ରେସ ୬୨-୮୫ ୮୦-୧୦୬ ୯୦-୧୦୦ ୮୯-୧୧୩
ଅନ୍ୟ ୧୪-୧୫ ୯-୧୮ ୫-୧୫ ୦୨-୧୬

ଛତିଶଗଡ଼ ଜନ୍ କି ବାତ୍ ଇଣ୍ଡିଆ ଟୁଡେ ଆକ୍ସିସ୍ ଏବିପି-ସି ଭୋଟର ଟୁଡେ ଚାଣକ୍ୟ
ବିଜେପି- ୩୪-୪୫ ୩୬-୪୬ ୩୬-୪୮ ୨୫-୪୧
କଂଗ୍ରେସ ୪୨-୫୩ ୪୦-୫୦ ୪୧-୫୩ ୪୯-୬୫
ଅନ୍ୟ ୦୦-୦୩ ୦୧-୦୫ ୦୦-୦୪ ୦୦-୦୦

ତେଲେଙ୍ଗାନା ପ୍ରୋଷ୍ଟ୍ରେଟ୍ ଟୁଡେ ଚାଣକ୍ୟ
ବିଆର୍ଏସ୍ ୪୮-୫୮ ୨୪-୪୨
କଂଗ୍ରେସ ୪୯-୫୬ ୬୨-୮୦
ବିଜେପି- ୦୫-୧୦ ୦୨-୧୨
ଅନ୍ୟ ୦୬-୦୮ ୦୫-୧୧

ମିଜୋରାମ୍
ଏମଏନଏଫ ୧୦-୧୪
କଂଗ୍ରେସ ୦୫-୦୯
ବିଜେପି- ୦୦-୦୨
ଅନ୍ୟ ୧୫-୨୫

The post ଫାଇନାଲ ପୂର୍ବରୁ ସେମିଫାଇନାଲ । ଛତିଶଗଡ଼ ଓ ତେଲାଙ୍ଗାନରେ କଡା ମୁକାବିଲା,ଉଠିପାରେ ହାତ । ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଜେପି ଆଗରେ । first appeared on Kanak News.

from Kanak News
via <a href="https://ifttt.com/?

ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର୍, ୭ ମୃତ, ୧୦ ଗୁରୁତର । ଘଟଗାଁ ବାଲିଯୋଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

କନକ ବ୍ୟୁରୋ: କେନ୍ଦୁଝର ଘଟଗାଁ ବାଲିଯୋଡି ନିକଟରେ ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର । ଘଟଣାସ୍ଥଳରେ ୭ ମୃତ, ୧୦ ଗୁରୁତର । ଗଂଜାମରୁ କେନ୍ଦୁଝର ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ମୁତାବକ, ଟ୍ରାଭେଲରରେ ଗଂଜାମର ପାଖାପାଖି ୧୯ଜଣ ଯାତ୍ରୀ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିଲେ । ଟ୍ରାଭେଲର ଦ୍ରୁତଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ପିଟିଥିଲା । ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଲେ ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଯିବା ବୋଲି କୁହାଯାଉଛି । ତେବେ ଏଯାଏଁ ମୃତକ କିମ୍ବା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ ।

The post ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର୍, ୭ ମୃତ, ୧୦ ଗୁରୁତର । ଘଟଗାଁ ବାଲିଯୋଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା: ରୋହିତ ଟେଷ୍ଟ ଅଧିନାୟକ, ରାହୁଲ-ସୂର୍ଯ୍ୟଙ୍କୁ ବଡ ଦାୟିତ୍ୱ

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିରୋଧରେ ଟି-୨୦ ସିରିଜ ସମାପ୍ତ ହେବା ପରେ ଭାରତୀୟ ଟିମ ଆଫ୍ରିକା ଗସ୍ତ କରିବ । ଏହି କ୍ରମରେ ଆଫ୍ରିକାରେ ୩ଟି ଟି୨୦, ୩ଟି ଏକଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏହି ସିରିଜ ପାଇଁ ବିସିସିଆଇ ତରଫରୁ ଟିମ୍ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟି-୨୦ ଓ ଦିନିକିଆ ସିରିଜରେ ବିଶ୍ରାମ ଦିଆଯାଇଛି । ଏକଦିବସୀୟରେ କେଏଲ ରାହୁଲ କ୍ୟାପଟେନ ଓ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ସମ୍ଭାଳିବେ । ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ହେବେ ଅଧିନାୟକ ।

ଟି-୨୦- ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ, ଋତୁରାଜ ଗାଏକ୍ୱାର୍ଡ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଶନ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା , ୱାସିଂଟନ ସୁନ୍ଦର, ରବି ବିଶ୍ନୌଇ , କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଦୀପକ ଚହର ।

ଏକ ଦିବସୀୟ –
ଋତୁରାଜ ଗାଏକ୍ୱାର୍ଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂ, ଶ୍ରେୟସ ଆୟର, କେଏଲ ରାହୁଲ, ସଂଜୁ ସାମସନ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଅବେଶ ଖାନ, ଅର୍ଶଦୀପ ସିଂ, ଦୀପକ ଚହର ।

ଟେଷ୍ଟ ମ୍ୟାଚ –ରୋହିତ ଶର୍ମା, ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡ, ଇଶାନ କିଶନ, କେଏଲ ରାହୁଲ, ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମୀ, ଜସପ୍ରିତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା

The post ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା: ରୋହିତ ଟେଷ୍ଟ ଅଧିନାୟକ, ରାହୁଲ-ସୂର୍ଯ୍ୟଙ୍କୁ ବଡ ଦାୟିତ୍ୱ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started