ପାକିସ୍ତାନରୁ ଭାରତ ଫେରିଲେ ‘ଫତିମା’ । ଅଞ୍ଜୁର ଫତିମାକୁ ବଦାଳାଇଥିଲେ ନାଁ, ଏବେ ହଠାତ୍ କାହିଁକି ଆସିଲେ ଭାରତ?

କନକ ବ୍ୟୁରୋ : ୬ ମାସ ପୂର୍ବେ ନିଜ ପ୍ରେମିକ ପାଇଁ ଦେଶରୁ ଲୁଚି ପାକିସ୍ତାନ ପଳାଇଥିବା ଅଞ୍ଜୁ ଏବେ ଭାରତ ଫେରିଛନ୍ତି । ଫେସବୁକ ବନ୍ଧୁ ନସରୁଲ୍ଲାଙ୍କ ପ୍ରେମରେ ପଡି ଜୁଲାଇ ମାସରେ ପାକିସ୍ତାନକୁ ଲୁଚି ପଳାଇଥିଲେ ଅଞ୍ଜୁ । ଏପରିକି ନସରୁଲ୍ଲାଙ୍କୁ ବିବାହ କରି ଅଞ୍ଜୁରୁ ନାଁ ବଦଳାଇ ପାଲଟିଥିଲେ ଫତିମା । ହେଲେ ୬ ମାସ ସେଠାରେ ରହିବା ପରେ ଏବେ ସେ ଭାରତ ଫେରିଛନ୍ତି । ବୁଧବାର ୱାର୍ଘା ବର୍ଡର ଦେଇ ଭାରତରେ ପ୍ରବେଶ କରିବା ପରେ ଆଇବି ଓ ପୋଲିସ ତାଙ୍କୁ ପଚରାଉଚରା କରିଥିଲା । ତେବେ ଭାରତ ଆସିବା ପରେ ଏବେ ପୁଣି ଥରେ ଅଞ୍ଜୁଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସବୁଠୁ ବଡ ପ୍ରଶ୍ନ ଏବେ ଅଞ୍ଜୁ କାହିଁକ ହଠାତ୍ ପାକିସ୍ତାନରୁ ଭାରତ ଆସିଲେ? ଭାରତ ଆସିବା ଫଛରେ କଣ ରହିଛି ପ୍ରକୃତ ଉଦ୍ଦେଶ୍ୟ ।ଭାରତକୁ ଆସିବା ପରେ ସେ ଏବେ ରହିବେ କେଉଁଠି? ବାପା ଘରେ, ନା ସ୍ୱାମୀଙ୍କ ପାଖରେ? ଏପରିକି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । କାରଣ ପୂର୍ବରୁ ଉଭୟ ବାପା ଓ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରିସାରିଛନ୍ତି । ଝିଅ ପ୍ରେମ ପାଇଁ ପାକିସ୍ତାନକୁ ଲୁଚି ପଳାଇବା ଓ ସେଠାରେ ଧର୍ମ ପରିବର୍ତନ କରି ନସରୁଲ୍ଲାଙ୍କ ବାହା ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅଞ୍ଜୁଙ୍କ ପରିବାର । ତେବେ ଏ ଘଟଣା ପରେ ଝିଅ ତାଙ୍କ ପାଇଁ ମରିଯାଇଛି ବୋଲି ଅଞ୍ଜୁଙ୍କ ବାପା ଗୟାପ୍ରସାଦ କହିଥିଲେ । ସେପଟେ ଅଞ୍ଜୁଙ୍କ ସ୍ୱାମୀ ଅରବିନ୍ଦ ମଧ୍ୟ ସବୁ ସର୍ମ୍ପକ କାଟି ସାରିଥିବା କହିଛନ୍ତି । ଏପରି ସ୍ଥିତିରେ ଏବେ ଭାରତ ଫେରି ଆସିଛନ୍ତି ଅଞ୍ଜୁ । ପ୍ରେମ ପାଇଁ ପାକିସ୍ତାନକୁ ଲୁଚି ପଳାଇବା ପରେ ଲାଇମଲାଇଟ୍ରେ ଥିବା ଅଞ୍ଜୁ ହଠାତ୍ ଭାରତର ଆସିବା ଫଛରେ କଣ ରହିଛି କାରଣ । ସବୁଦିନ ପାଇଁ ସ୍ୱାମୀ ଅରବିନ୍ଦଙ୍କୁ ଛାଡପତ୍ର ଦେଇ ସର୍ମ୍ପକ ତୁଟାଇବେ, ନା ଛୁଆଙ୍କୁ ନେଇ ପାକିସ୍ତାନ ଫେରିଯିବେ କଣ କହିବେ, ତାହା ଦେଖିବା ବାକି ରହିଲା ।

The post ପାକିସ୍ତାନରୁ ଭାରତ ଫେରିଲେ ‘ଫତିମା’ । ଅଞ୍ଜୁର ଫତିମାକୁ ବଦାଳାଇଥିଲେ ନାଁ, ଏବେ ହଠାତ୍ କାହିଁକି ଆସିଲେ ଭାରତ? first appeared on Kanak News.

from Kanak News
via <a href="https://ifttt.com/?

ବଲିଉଡ ଷ୍ଟାରଙ୍କ ‘ସ୍ୱଦେଶୀ’ ବାହାଘର । ଚର୍ଚ୍ଚାରେ ରଣଦୀପ ହୁଡାଙ୍କ ବିବାହ, ସଂସ୍କୃତି ଓ ପରମ୍ପରାକୁ ଦେଲେ ପ୍ରାଧାନ୍ୟ

କନକ ବ୍ୟୁରୋ : ବଲିଉଡ ଷ୍ଟାର ରଣଦୀପ ହୁଡାଙ୍କ ବିବାହ ଏବେ ଚର୍ଚ୍ଚାରେ । ନିଜ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ୍ ଲେସରାମଙ୍କ ହାତ ଧରିଛନ୍ତି ରଣଦୀପ । ଇମ୍ପାଲର ଏକ ରିସର୍ଟରେ ସମ୍ପୂର୍ଣ୍ଣ ମୈତେଇ ରୀତିନୀତିରେ ହୋଇଛି ଏହି ବିବାହ । ଉଭୟଙ୍କ ବିବାହ ବେଳର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ବିବାହ ଏଇଥିପାଇଁ ଚର୍ଚ୍ଚାରେ କାରଣ ଅନେକ ବଲିଉଡ ଷ୍ଟାର ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହାଁନ୍ତି  । ଏଥିପାଇଁ ଇଟାଲୀ, ସଇଜରଲ୍ୟାଣ୍ଡ, ମାଲଦ୍ୱୀପ ଭଳି ସ୍ଥାନକୁ ସ୍ଥିର କରନ୍ତି । କିନ୍ତୁ ରଣଦୀପଙ୍କ କ୍ଷେତ୍ରରେ ଏହା ଭିନ୍ନ ରହିଛି । ନିଜ ରାଜ୍ୟରେ ଏବଂ ନିଜ ପରମ୍ପରାକୁ ଅଗ୍ରାଧିକାର ଦେଇ ଏହି ଷ୍ଟାର ଜଣଙ୍କ ସମାଜକୁ ବଡ ବାର୍ତା ଦେଇଛନ୍ତି ।

ଏହି ପାରମ୍ପରିକ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ରଣଦୀପ ମୈତେଇ ସଂସ୍କୃତି ଅନୁଯାୟୀ ବର ରାଜା ବେଶରେ ଆସିଛନ୍ତି । ଧଳା ଧୋତି କୁର୍ତ୍ତା ଏବଂ ମୁଣ୍ଡରେ ପଗଡିରେ ଅଭିନେତାଙ୍କ ଲୁକ୍ ଦେଖିବାକୁ ମିଳିଛି । ବର ପରି କନ୍ୟା ଲିନ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ସିମ୍ପିଲ ଲୁକରେ ଅନେକ ସୁନା ଅଳଙ୍କାର ପିନ୍ଧିଛନ୍ତି । ଆପଣ ଦେଖିପାରୁଥିବେ ଯେ ଉଭୟେ ମଧ୍ୟ ପରସ୍ପରକୁ ଧଳା ରଙ୍ଗର ଫୁଲମାଳ ପକାଉଛନ୍ତି । ୪୭ ବର୍ଷୀୟ ଏହି ତାରକା ଜିସ୍ମ-ଟୁ, ହାଇୱେ ଏବଂ ସୁଲତାନ ଭଳି ବଲିଉଡ ମୁଭିରେ ଅଭିନୟ କରିଛନ୍ତି । ତାଙ୍କ ପାଖରେ ସମ୍ବଳରେ ମଧ୍ୟ ଅଭାବ ନାହିଁ । କିନ୍ତୁ ସେ ତାଙ୍କ ବିବାହକୁ ବିଦେଶରେ କରାଇବା ଅପେକ୍ଷା ନିଜ ରାଜ୍ୟରେ କରି ନିଜ ଫ୍ୟାନ୍ସ ମାନଙ୍କୁ ବଡ ବାର୍ତା ଦେଇଛନ୍ତି ।

ଆଜିର ସମାଜରେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଅନେକ ଟଂକା ଖର୍ଚ୍ଚ କରୁଛନ୍ତି । ଯାହା ପ୍ରତିପତି ଦେଖାଇବାରେ ଏକ ପ୍ରତିଯୋଗିତା ପାଲଟିଛି । ଏପରି ସ୍ଥିତିରେ ରଣଦୀପଙ୍କ ବିବାହ ସମାଜକୁ ଗୋଟିଏ ବଡ ବାର୍ତା ଦେଉଛି ।

The post ବଲିଉଡ ଷ୍ଟାରଙ୍କ ‘ସ୍ୱଦେଶୀ’ ବାହାଘର । ଚର୍ଚ୍ଚାରେ ରଣଦୀପ ହୁଡାଙ୍କ ବିବାହ, ସଂସ୍କୃତି ଓ ପରମ୍ପରାକୁ ଦେଲେ ପ୍ରାଧାନ୍ୟ first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବଡ଼ ନିଷ୍ପତି, ୯୭ଟି ତେଜସ ଯୁଦ୍ଧ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକ୍ପଟର କ୍ରୟକୁ ମଂଜୁରୀ ପ୍ରଦାନ

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୯୭ଟି ତେଜସ୍ ଲଢୁଆ ବିମାନ ଓ ୧୫୬ଟି ପ୍ରଚଣ୍ଡ ଆଟାକ୍ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ଦିଆଯାଇଛି । ଏସବୁର ମୋଟ ମୂଲ୍ୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ହେବ । ଏହାଛଡ଼ା ଆଉ କିଛି ପ୍ରତିରକ୍ଷା ଉପକରଣ କ୍ରୟକୁ ମଧ୍ୟ ମଞ୍ଜୁରୀ ମିଳିଛି । ଭାରତୀୟ ବାୟୁସେନା ପାଇଁ ତେଜସ ମାର୍କ ୧-ଏ ଲଢୁଆ ବିମାନ ଏବଂ ବାୟୁସେନା ଓ ସେନା ପାଇଁ ହେଲିକପ୍ଟର କିଣାଯାଉଛି । ପରିଷଦ ମଧ୍ୟ କେତେକ ଅତିରିକ୍ତ ଚୁକ୍ତିକୁ ଅନୁମୋଦନ କରିଛି । ଏଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ ପାଖାପାଖି ୨ ଲକ୍ଷ କୋଟି ଟଙ୍କା । ଯଦି ଏସବୁ ଡିଲ୍ ସଂପୂର୍ଣ୍ଣ ହୁଏ ତେବେ ଏହା ଭାରତର ଇତିହାସରେ ସ୍ୱଦେଶୀ ନିର୍ମାତାମାନଙ୍କୁ ମିଳିଥିବା ସବୁଠାରୁ ବଡ ଅର୍ଡର ହେବ । ଡିଏସିର ଅନୁମୋଦନ ମିଳିବା ପରେ ଏଣିକି ଏସବୁର ନିର୍ମାତାମାନଙ୍କ ସହ ଦର ସଂପର୍କିତ ଆଲୋଚନା ହେବ ଓ ଚୁକ୍ତି ହେବ, ଯାହାକି ଏକ ସମୟସାପେକ୍ଷ ପ୍ରକ୍ରିୟା । ଚୂଡ଼ାନ୍ତ ମୂଲ୍ୟ ଉପରେ ଆଲୋଚନା ହେବା ପରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏହି ଡିଲରେ ଚୂଡ଼ାନ୍ତ ଦସ୍ତଖତ କରିବ । ଶେଷରେ ଏହି ବିମାନଗୁଡ଼ିକ ବାୟୁସେନା ଓ ସେନାରେ ସାମିଲ ହେବ । ଏଥିପାଇଁ ଅତି କମରେ ୧୦ ବର୍ଷ ସମୟ ଲାଗିପାରେ ।

The post ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବଡ଼ ନିଷ୍ପତି, ୯୭ଟି ତେଜସ ଯୁଦ୍ଧ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକ୍ପଟର କ୍ରୟକୁ ମଂଜୁରୀ ପ୍ରଦାନ first appeared on Kanak News.

from Kanak News
via <a href="https://ifttt.com/?

ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲର ନୂଆ ପଦକ୍ଷେପ । ଗାଜା ପଟିରେ ପଶି ଔଫିର କଲୋନୀର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ

କନକ ବ୍ୟୁରୋ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ସାମୟିକ ଭାବେ ବନ୍ଦ ରହିଛି । ଉଭୟ ଦେଶ ମଧ୍ୟରେ କିଛି ଚୁକ୍ତିନାମା ହୋଇଛି । ହମାସ୍ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରୁଥିବାବେଳେ ଇସ୍ରାଏଲ୍ ୧୫୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ । ବନ୍ଧକ ମୁକ୍ତ ହେବା ମଧ୍ୟରେ ଇସ୍ରାଏଲ୍ ପାଲେଷ୍ଟାଇନରେ ଏକ ନୂଆ ପଦକ୍ଷେପ ନେଇଛି । ଇସ୍ରାଏଲ୍ ଗାଜାରେ ଏକ ଔଫିର ନାମରେ ଏକ କଲୋନୀ ନିର୍ମାଣ ଆରମ୍ଭ କରିଛି । ଯାହାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ ଉଦଘାଟନ କରିଛନ୍ତି । ସେ ନିଜେ ଆସି ଏହି ଔଫିର କଲୋନୀର ଉଦଘାଟନ କରିଛନ୍ତି । ଇସ୍ରାଏଲର ଔଫିର ନାମକ ଏହି କଲୋନୀ ଗାଜା ପଟିରେ ନିର୍ମାଣ କରାଯାଉଛି । ରାତିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣରେ ନିହତ ହୋଇଥିବା ଇସ୍ରାଏଲର ଉପନିବେଶକାରୀ ଓଫିର ଲେବେନଷ୍ଟାଇନଙ୍କ ନାମରେ ଏହି ନୂଆ କଲୋନୀ ପ୍ରତିଷ୍ଠା ହେବ । କୁହାଯାଉଛି ଯେ କେବଳ ଏହି କଲୋନୀ ନୁହେଁ ବରଂ ଆଗାମୀ ସମୟରେ ଆହୁରି ଅନେକ କଲୋନୀ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି ଯେ ଇସ୍ରାଏଲ ଏହି ନୂଆ ଉପନିବେଶରେ ୟେହୁଦ୍ଦିଙ୍କୁ ବସାଇବା ପାଇଁ ଯୋଜନା କରୁଛି ।

ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ଇସ୍ରାଏଲ୍ ସ୍ପଷ୍ଟ କରିସାରିଛି ଯେ ଅସ୍ତ୍ରବିରତି ଉଲ୍ଲଂଘନ ପରେ ଏହା ପୁଣି ଆକ୍ରମଣ ଆରମ୍ଭ କରିବ । ଇସ୍ରାଏଲ୍ ସ୍ପଷ୍ଟ ଭାବରେ କହିଛି ଯେ ହାମାସ ନହଟାଯିବା ପର୍ଯ୍ୟନ୍ତ ଯୁଦ୍ଧ ଶେଷ କରିବ ନାହିଁ   ।

The post ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲର ନୂଆ ପଦକ୍ଷେପ । ଗାଜା ପଟିରେ ପଶି ଔଫିର କଲୋନୀର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ first appeared on Kanak News.

from Kanak News
via <a href="https://ifttt.com/?

ଶୀତକାଳୀନ ଅଧିବେଶନ ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନିୟମାବାଳି ଜାରି । ଗୃହରେ ଉଠାଇବାକୁ ଥିବା ପ୍ରସଙ୍ଗ ଆଗୁଆ କରିପାରିବେନି ସାର୍ବଜନୀନ

କନକ ବ୍ୟୁରୋ : ଆସନ୍ତା ସପ୍ତାହରୁ ସଂସଦର ଶୀତକାଳୀନ ଅଧିବେଶନ । ରାଜ୍ୟସଭାରେ ଉଠାଯାଇଥିବା ପ୍ରସଙ୍ଗ ଉପରେ କୌଣସି ପ୍ରଚାର ହେବା ଉଚିତ ନୁହେଁ ବୋଲି ରାଜ୍ୟସଭା ସାଂସଦମାନଙ୍କୁ ନିର୍ଦ୍ଦେଶ ରହିଛି । ଗୃହର ଅଧ୍ୟକ୍ଷ ନୋଟିସ୍ ଅନୁମୋଦନ ନକରିବା ପର୍ଯ୍ୟନ୍ତ ଏବଂ ଅନ୍ୟ ସାଂସଦମାନଙ୍କୁ ଏହା ଜଣାଇବା ପର୍ଯ୍ୟନ୍ତ ବିଜ୍ଞପ୍ତିଗୁଡିକ ସାର୍ବଜନୀନ କରାଯିବା ଉଚିତ୍ ନୁହେଁ ବୋଲି କୁହାଯାଇଛି । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସାଂସଦମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ ସଂସଦର ପରମ୍ପରା ଏବଂ ପ୍ରକ୍ରିୟା ଉଲ୍ଲେଖ କରାଯାଇଛି । ନିର୍ଦ୍ଦେଶରେ, ଏପ୍ରିଲ୍ ୨୦୨୨ ରେ ପ୍ରକାଶିତ ରାଜ୍ୟସଭା ସଦସ୍ୟଙ୍କ ପାଇଁ ହ୍ୟାଣ୍ଡବୁକ୍ ରେ ଉଲ୍ଲେଖ କରାଯାଇଥିବା ସଂସଦର ପରମ୍ପରା ଏବଂ ପ୍ରକ୍ରିୟାଗୁଡ଼ିକୁ ଉଲ୍ଲେଖ କରାଯାଇଛି ।

ସାଂସଦମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ବୋଲି ଜନସାଧାରଣଙ୍କୁ କହିପାରିବେ ନାହିଁ ।ଧନ୍ୟବାଦ, ଜୟ ହିନ୍ଦ, ବନ୍ଦେ ମାତରମ ଭଳି ନାରାବାଜି ଗୃହରେ ହେବ ନାହିଁ । ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ନେଇ ଗୃହ ଭିତରେ କିମ୍ବା ବାହାରେ ଆଲୋଚନା କରିପାରିବେ ନାହିଁ । ଗୃହରେ ପ୍ଲାକାର୍ଡ ଆଣିବା ଉପରେ ନିଷେଧାଦେଶ ରହିଛି । ଅଧ୍ୟକ୍ଷ କହୁଥିବା ସମୟରେ କୌଣସି ସଦସ୍ୟ ଗୃହ ବାହାରକୁ ଯିବା ଅନୁଚିତ । ଦୁଇଜଣ ସଦସ୍ୟ ଏକାଠି ଛିଡା ହୋଇପାରିବେ ନାହିଁ । ସଦସ୍ୟମାନେ ସିଧାସଳଖ ଚେୟାରମ୍ୟାନଙ୍କ ନିକଟକୁ ଆସିବା ଉଚିତ୍ ନୁହେଁ । ଗୃହରେ ସଦସ୍ୟଙ୍କ ଉପସ୍ଥିତି ପଞ୍ଜିକରଣ କରିବା ଆବଶ୍ୟକ । ବିନା ଅନୁମତିରେ ଷାଠିଏ ଦିନ ଅନୁପସ୍ଥିତ ରହିଲେ ସାଂସଦଙ୍କ ଆସନ ଖାଲି ଘୋଷଣା ହେବ! ଗୃହ ପ୍ରକ୍ରିୟାର ଭିଡିଓଗ୍ରାଫି ନିଷେଧ । ଜଣେ ନୂଆ ସଦସ୍ୟଙ୍କ ପ୍ରଥମ ଭାଷଣ ୧୫ ମିନିଟରୁ ଅଧିକ ହେବନି

The post ଶୀତକାଳୀନ ଅଧିବେଶନ ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନିୟମାବାଳି ଜାରି । ଗୃହରେ ଉଠାଇବାକୁ ଥିବା ପ୍ରସଙ୍ଗ ଆଗୁଆ କରିପାରିବେନି ସାର୍ବଜନୀନ first appeared on Kanak News.

from Kanak News
via <a href="https://ifttt.com/?

ଏକଜିଟ୍ ପୋଲ ଭିତରେ ଆସିଲା ଭଲ ଖବର । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବଢିଛି ଅଭିବୃଦ୍ଧି ହାର

କନକ ବ୍ୟୁରୋ : ବଢିଲା ଅଭିବୃଦ୍ଧି ହାର । ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିଛି । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଏହି ରିପୋର୍ଟ ଜାରି କରିଛି । ପୂର୍ବ ବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା । ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା । ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା । ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ସତ୍ତେ୍ୱ ଜିଡିପି ଅଭିବୃଦ୍ଧି ୬.୮ ପ୍ରତିଶତ ରହିବ ବୋଲି ରଏଟର୍ସ ସର୍ଭେ ରିପୋର୍ଟରେ ଆକଳନ କରାଯାଇଥିଲା । ମାନୁଫ୍ୟାକଚୁରିଂର ଭଲ ପ୍ରଦର୍ଶନ ଯୋଗଁ ଭାରତର ଅଭିବୃ୍ଦ୍ଧି ବଢିଛି ବୋଲି କୁହାଯାଉଛି ।

The post ଏକଜିଟ୍ ପୋଲ ଭିତରେ ଆସିଲା ଭଲ ଖବର । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବଢିଛି ଅଭିବୃଦ୍ଧି ହାର first appeared on Kanak News.

from Kanak News
via <a href="https://ifttt.com/?

ଶେଷ ଦିନରେ ତେଲେଙ୍ଗାନାରେ ୧୧୯ ବିଧାନସଭା ଆସନ ପାଇଁ ପଡିଲା ଭୋଟ । ଧାଡିରେ ଛିଡା ହୋଇ ଭୋଟ ଦେଲେ ନେତା, ଜନତା ଏବଂ ଅଭିନେତା

କନକ ବ୍ୟୁରୋ : ସରିଲା ୫ ରାଜ୍ୟର ବିଧାନସଭା ନିର୍ବାଚନ । ଗୁରୁବାର ଅନ୍ତିମ ପର୍ଯ୍ୟାୟରେ ତେଲେଙ୍ଗାନା ପାଇଁ ପଡିଛି ଭୋଟ୍ । ମୋଟ୍ ୧୧୯ ବିଧାନସଭା ଆସନ ପାଇଁ ମତଦାନ ସରିଛି । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିଛନ୍ତି ମତଦାତା । ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା । ଏଥର ତେଲେଙ୍ଗାନାରେ ଆଶାଠୁ କମ୍ ଭୋଟିଂ ହୋଇଛି । ମୋଟ ୨୨୯୦ ଜଣ ପ୍ରାର୍ଥୀ ଏଥର ମଇଦାନକୁ ଓହ୍ଲାଇଥିବା ବେଳେ ବିଆରଏସ ଏବଂ କଂଗ୍ରେସ ମଧ୍ୟରେ ହେବ କଡା ଟକ୍କର ହେବ ବୋଲି କୁହାଯାଉଛି । ଗୁରୁବାର ଭୋଟ ଦେଇଛନ୍ତି ରାଜ୍ୟର ହେବିୱେଟ୍ ନେତା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟିଆର ଝିଅ ତଥା ବିଆରଏସ ନେତ୍ରୀ କବିତା ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଛନ୍ତି । ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ ଏବଂ କଂଗ୍ରେସର ଏ. ରେବନ୍ତ ରେଡି, ଉତର କୁମାର ରେଡି, ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱୱେସୀଙ୍କ ପରି ହେବିୱେଟ୍ ନେତା ମଧ୍ୟ ଭୋଟ୍ ଦେଇଛନ୍ତି ।

କେବଳ ନେତା ନୁହଁନ୍ତି ଦକ୍ଷିଣ ଭାରତର ପ୍ରମୁଖ ଅଭିନେତା ବି ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଛନ୍ତି । ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଂଚିଥିଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲିବ୍ରିଟି । ମେଗାଷ୍ଟାର ଅଲୁ ଅର୍ଜୁନ, ଜୁନିଅର ଏନ୍ଟିଆର, ଚିରଞ୍ଜିବ ପ୍ରମୁଖଙ୍କୁ ମତଦାନ କେନ୍ଦ୍ର ଆଗରେ ଦେଖିବାକୁ ମିଳିଥିଲା । ସକାଳୁ ଜୁବଲି ହିଲ୍ସ ମତଦାନ କେନ୍ଦ୍ରରେ ପହଂଚି ଭୋଟ୍ ଦେଇଛନ୍ତି ପୁଷ୍ପା ଫ୍ରେମ୍ ଅଲୁ ଅର୍ଜୁନ । କଡ଼ା ସୁରକ୍ଷା ମଧ୍ୟରେ ସେ ଭୋଟ୍ଦାନ କେନ୍ଦ୍ରକୁ ଯାଇଥିଲେ । ଏହା ପରେ ଭୋଟ୍ ଦେବା ପାଇଁ ଲୋକଙ୍କ ସହ ଧାଡିରେ ଛିଡା ହୋଇଥିଲେ । ଏହି ସମୟରେ ଧାଡିରେ ଛିଡା ହୋଇଥିବା ଲୋକଙ୍କ ସହ କଥା ହୋଇଥିଲେ ଅଲୁ ଅର୍ଜୁନ । ସେହିପରି ଜୁନିଅର ଏନ୍ଟିଆର ମଧ୍ୟ ପରିବାର ସହ ଯାଇ ଭୋଟ୍ ଦେଇଛନ୍ତି । ଏହା ପରେ ମତଦାନ କେନ୍ଦ୍ରରେ ପହଂଚିଥିଲେ ଚିରଞ୍ଜିବ । ସେ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ବିଜୟ ଦେବରକୋଣ୍ଡା, ରାମଚରଣ, ମହେଶ ବାବୁ, ନାଗାର୍ଜ୍ଜୁନଙ୍କ ଭଳି ଆଗଧାଡିର ସାଉଥ ସୁପରଷ୍ଟାରଙ୍କୁ ଭୋଟ୍ ଦେଇଥିବା ଦେଖିବାକୁ ମିଳିଛି ।

The post ଶେଷ ଦିନରେ ତେଲେଙ୍ଗାନାରେ ୧୧୯ ବିଧାନସଭା ଆସନ ପାଇଁ ପଡିଲା ଭୋଟ । ଧାଡିରେ ଛିଡା ହୋଇ ଭୋଟ ଦେଲେ ନେତା, ଜନତା ଏବଂ ଅଭିନେତା first appeared on Kanak News.

from Kanak News
via <a href="https://ifttt.com/?

ସରିଲା ପାଞ୍ଚ ରାଜ୍ୟର ମତଦାନ । ‘୨୪’ ଲଢ଼େଇ ପାଇଁ ବଳ ଦେବ ଫଳାଫଳ, ହିନ୍ଦୀ ହାର୍ଟଲ୍ୟାଣ୍ଡରେ କାହାର ରହିବ ପ୍ରଭାବ?

କନକ ବ୍ୟୁରୋ : ସରିଛି ପାଂଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବିଧାନସଭା ନିର୍ବାଚନ । ତେଣୁ ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ଦିଲ୍ଲୀ ଗାଦିରେ ବସିବାକୁ ହେଲେ ହିନ୍ଦୀ ହାର୍ଟଲ୍ୟାଣ୍ଡର ଫଳାଫଳ ଗୋଟିଏ ବଡ ବଳ ଦେଇଥାଏ ।

୫ ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟ ବେଶ୍ ଭିନ୍ନ ରହିଛି । ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ଥିବା ବେଳେ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ରହିଛି । ତେଲେଙ୍ଗାନା ଓ ମିଜୋରାମରେ ଯଥାକ୍ରମେ ଭାରତ ରାଷ୍ଟ୍ର ସମିତି ଓ ମିଜୋରାମରେ ନ୍ୟାସନାଲ ଫ୍ରଟ (ଏମ୍ଏନ୍ଏଫ୍) ଆଂଚଳିକ ଦଳ ଏକାଠି ହୋଇ ସରକାର ଗଢିଥିଲେ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ରେ ଯେତେବେଳେ ମଧ୍ୟପ୍ରଦେଶରେ ନିର୍ବାଚନ ହୋଇଥିଲା, ସେତେବେଳେ ଉଭୟ କଂଗ୍ରେସ ଏବଂ ବିଜେପି ପ୍ରାୟ ସମାନ ଭୋଟ୍ ସେୟାର ପାଇଥିଲେ । ୨୩୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୧୪ଟି ଆସନ ସହ ବିଜେପିର ୧୦୯ଟି ଆସନରୁ ସାମାନ୍ୟ ଅଧିକ ଆସନରେ ବିଜୟୀ ହୋଇଥିଲା । ଛୋଟ ଦଳ ଓ ସ୍ୱାଧୀନ ବିଧାୟକଙ୍କ ସହାୟତାରେ କଂଗ୍ରେସ ସରକାର ଗଠନ କରିଥିଲା । କିନ୍ତୁ ଗୋଟିଏ ବର୍ଷ ପରେ କଂଗ୍ରେସ ନେତା ତଥା ଏବେର କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହୋଇଥିଲେ । ଆଉ ସାଂଗରେ ୨୨ କଂଗ୍ରେସ ବିଧାୟକଙ୍କୁ ବିଜେପିରେ ସାମିଲ କରାଇଥିଲେ । ଏହା ବିଜେପିକୁ ପୁଣି ଥରେ କ୍ଷମତାକୁ ଫେରାଇ ଆଣିବା ସହ ଶିବରାଜ ସିଂହ ଚୌହାନଙ୍କ ପାଇଁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ଖୋଲିଥିଲା । ଏଥର କିନ୍ତୁ ୨୦୧୯ର ପରିଣାମ ପାଇଁ ଲୋକେ କଂଗ୍ରେସକୁ ଅଧିକ ଭୋଟ୍ ଦେଇ ବିଜେପିକୁ ଚେକ୍ ଦେଇପାରନ୍ତି ।

ରାଜସ୍ଥାନରେ ଏବେର ଶାସକ ଦଳ କଂଗ୍ରେସ ପରମ୍ପରା ଭାଂଗି ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବ ବୋଲି ବିଶ୍ୱାସ ରହିଛି । ଆଉ ପରମ୍ପରା ବଜାୟ ରହିଲେ ବିଜେପି ଏକ ନିର୍ଣ୍ଣାୟକ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି । ୨୦୦ ବିଧାନସଭା ଆସନରୁ ରାଜସ୍ଥାନରୁ ବିଜେପି ଏକପାଖିଆ ବିଜୟୀ ହେବ ବୋଲି ଆଶା ରଖିଥିବା ବେଳେ କଂଗ୍ରେସ ଗେହଲୋଟ ସରକାରର କାମକୁ ବିଶ୍ୱାସ ରଖିଛି । ଯାହା ପରମ୍ପରା ଭାଂଗି ରେକର୍ଡ କରିବ ବୋଲି କୁହାଯାଉଛି । ୨୦୧୮ରେ ରାଜ୍ୟରେ ଗେହଲୋଟ ସରକାର ଆସିଥିଲା । କିନ୍ତୁ ସାଧାରଣ ନିର୍ବାଚନରେ ବିଜେପି ସମସ୍ତ ୨୫ଟି ଲୋକସଭା ଆସନରେ କ୍ଲିନ୍ ସୁଇପ୍ କରିଥିଲା ।

୯୦ ଆସନ ମଧ୍ୟରୁ ବିଜେପିକୁ ଅଡୁଆ ସାଜିଛି ବାଘେଲ-ସିଂହଦେଓ ଯୋଡି଼ । ରାଜ୍ୟରେ କଂଗ୍ରେସର ଏହି ଦୁଇ ନେତାଙ୍କ ମଧ୍ୟରେ କ୍ଷମତାକୁ ନେଇ ବିବାଦ ଥିଲେ ମଧ୍ୟ କଂଗ୍ରେସ ଏହାକୁ ମ୍ୟାନେଜ କରିବାରେ ସଫଳ ହୋଇଛି ବୋଲି କୁହାଯାଉଛି । ଏଥିସହ ବିଭିନ୍ନ ଯୋଜନାଠୁ ସଠିକ୍ ଭାବେ ପ୍ରଣୟନ କରି ଲୋକଙ୍କ ଆସ୍ଥା ଜିତିବାରେ କଂଗ୍ରେସ ସଫଳ ହୋଇଛି ବୋଲି କୁହାଯାଉଛି । କିନ୍ତୁ ଇଡି, ସିବିଆଇ ତଦନ୍ତ କଂଗ୍ରେସକୁ ଅଡୁଆରେ ପକାଇଛି । ଆଉ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଜେପି ଚଳିତଥର ଅଧିକ ଆସନ ପାଇବ ବୋଲି ଆଶା ରଖିଛି । ତେବେ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପି ୧୦ ଲୋକସଭା ଆସନରୁ ୯ଟିରେ ବିଜୟୀ ହୋଇଥିଲା ।

୧୧୯ ବିଧାନସଭା ଆସନରେ ଏଠାରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ନେତୃତ୍ୱାଧୀନ ବିଆରଏସ ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି । ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ନୂଆ ରାଜ୍ୟର ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ କଂଗ୍ରେସ କ୍ଷମତାକୁ ଆସିବ ବୋଲି କୁହାଯାଉଛି । ଅନ୍ୟପଟେ ହ୍ୟାଟ୍ରିକ ଚାନ୍ସ ଅପେକ୍ଷାରେ ରହିଛନ୍ତି କେସିଆର । ତେବେ ବିଜେପି ଏଠାରେ ଅନେକ ପ୍ରଚାର କରିଛି କିନ୍ତୁ ବିଭିନ୍ନ ରାଜନୈତିକ ଦୃଷ୍ଟିକୋଣରୁ ଏଠାରେ ବିଜେପିର ଆଶା କମ୍ ରହିଛି । ୨୦୧୯ରେ ୧୭ ଲୋକସଭା ଆସନ ମଧ୍ୟରୁ କେସିଆରଙ୍କ ଦଳ ୯ଟି, ବିଜେପି ୩ଟି, କଂଗ୍ରେସ ୩ଟି ଏବଂ ଏଆଇଏମଆଇଏମ ଗୋଟିଏ ଆସନରେ ଜିତିଥିଲା ।

ମିଜୋରାମରେ ୪୦ ଆସନ ବିଶିଷ୍ଟ ବିଧାନସଭାରେ ଉଭୟ ଶାସକ ଏମ୍ଏନ୍ଏଫ୍ ଓ କଂଗ୍ରେସର ଭୋଟ୍ ବ୍ୟାଙ୍କ କମିପାରେ । କିନ୍ତୁ ଜୋରାମ ପିପୁଲ୍ସ ମୁଭମେଂଟ ଗୋଟିଏ ବଡ ଭୂମିକା ଗ୍ରହଣ କରିପାରେ । ୨୦୧୮ ବିଧାନସଭା ନିର୍ବାଚନରେ ଖ୍ରୀଷ୍ଟିଆନ ବହୁଳ ମିଜୋରାମରେ ପ୍ରଥମ ଥର ପାଇଁ ବିଜୟୀ ହୋଇଥିବା ବିଜେପିକୁ ବିଶେଷ ଲାଭ ମିଳିବାର ସମ୍ଭାବନା ନାହିଁ ।

The post ସରିଲା ପାଞ୍ଚ ରାଜ୍ୟର ମତଦାନ । ‘୨୪’ ଲଢ଼େଇ ପାଇଁ ବଳ ଦେବ ଫଳାଫଳ, ହିନ୍ଦୀ ହାର୍ଟଲ୍ୟାଣ୍ଡରେ କାହାର ରହିବ ପ୍ରଭାବ? first appeared on Kanak News.

from Kanak News
via <a href="https://ifttt.com/?

ସରିଲା ରତ୍ନଭଣ୍ଡାର ବାହାରର ଲେଜର ସ୍କାନିଂ । ୪୫ଟି ପଏଣ୍ଟର ହେଲା ଫଟୋଗ୍ରାଫି

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ନେଇ ଚାଲିଥିବା ଚର୍ଚ୍ଚା ଭିତରେ, ରତ୍ନଭଣ୍ଡାର ବାହାର ପାଶ୍ୱର୍ର ଲେଜର ସ୍କାନିଂ କାମ ସରିଛି । ଏଏସଆଇ’ର ୧୬ଜଣିଆ ଟିମ୍ ତିନି ଦିନ ଧରି ତର୍ଜମା କରିଛନ୍ତି । ଏଥିରେ ୪୫ଟି ପଏଂଟ’ର ଫଟୋଗ୍ରାଫି କରାଯାଇଛି । ଯାହାର, ଡକ୍ୟୁମେଣ୍ଟେସନ ଆରମ୍ଭ ହୋଇଛି । ତଥ୍ୟ ହସ୍ତଗତ ହେବା ପରେ ଫଟୋଗୁଡ଼ିକର ତର୍ଜମା ହେବ । ଆଉ ଫାଟ ଚିହ୍ନଟ ହେଲେ, ଫାଟର ଡ୍ରଇଂ କରାଯିବ । ଫାଟର ସ୍ଥିତି ଦେଖି ମରାମତି କରାଯିବ । ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯିବା ପରେ ପାଶ୍ୱର୍ଦେବାଦେବୀ ମନ୍ଦିରରେ ଲେଜର ସ୍କାନିଂ କରାଯିବ । ସେହିପରି ବାହାର ପାଶ୍ୱର୍ ରିପୋର୍ଟ ଦେଖି, ଭିତର ରତ୍ନଭଣ୍ଡାର ଯାଂଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯିବ ।

ଲେଜର ସ୍କାନିଂ ସର୍ମ୍ପକରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛି ଏଏସଆଇ । ତେବେ ସଂଗୃହିତ ତଥ୍ୟର ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅସୁରକ୍ଷିତ ଓ ଯାଂଚର ଆବଶ୍ୟକ ଅଛି କି ନାହିଁ, ସେ ନେଇ ଆକଳନ କରିହେବ ନାହିଁ । ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏପଟେ ଯାତ୍ରୀ ପରିକ୍ରମା ମାର୍ଗ ଅନ୍ତର୍ଗତ ୪ଟି ମଠର ସ୍ଥିତି ଓ ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରାଯାଇଛି । ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍ ୪ଟି ମଠର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ମେଘାନଦ ପାଚେରୀଠାରୁ ଶହେ ମିଟର ମଧ୍ୟରେ ଥିବା ୪ଟି ମଠ, ବଡ଼ଛତା ମଠ, ଛାଉଣୀ ମଠ, ଉତ୍ତରପାଶ୍ୱର୍ ମଠ ଓ କାକୁଡ଼ିଖାଇ ମନ୍ଦିରର ପୁନରୁଦ୍ଧାର କାମର ଅନୁଧ୍ୟାନ କରିଛନ୍ତି । ଏଥିରେ, ଏନଏମ୍ଏ ବା’ ନ୍ୟାସନାଲ ମନ୍ୟୁମେଂଟ ଅଥରିଟି’ର ନିର୍ଦ୍ଦେଶକୁ ଅନୁପାଳନ କରାଯାଇଛି ।

ତେବେ ଏସବୁ ଭିତରେ ରତ୍ନଭଣ୍ଡାରର ସୁରକ୍ଷା ପ୍ରସଙ୍ଗ ପୁଣି ଥରେ ଜୋରଧରିଛି, ଯେତେବେଳେ ରତ୍ନଭଣ୍ଡାର ଲେଜର ସ୍କାନିଂ ସରିଛି । ତେବେ ଆଗକୁ ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ ନା’ ନାହିଁ? ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବ ନା’ ନାହିଁ? ତା ଉପରେ ସମସ୍ତଙ୍କ ନଜର ରହିଛି ।

The post ସରିଲା ରତ୍ନଭଣ୍ଡାର ବାହାରର ଲେଜର ସ୍କାନିଂ । ୪୫ଟି ପଏଣ୍ଟର ହେଲା ଫଟୋଗ୍ରାଫି first appeared on Kanak News.

from Kanak News
via <a href="https://ifttt.com/?

ନାରୀ ଶକ୍ତିର ବିକାଶକୁ ରାଜ୍ୟପାଳଙ୍କ ଗୁରୁତ୍ୱ । ଯୁବ ଶକ୍ତିକୁ ସଶକ୍ତ କରିବାକୁ ଆହ୍ୱାନ

କନକ ବ୍ୟୁରୋ : ଅବସର ଥିଲା, କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ନାରୀ ଶକ୍ତିର ଗୁରୁତ୍ୱକୁ ବଖାଣିଛନ୍ତି ରାଜ୍ୟପାଳ ରଘୁବର ଦାସ । କହିଛନ୍ତି, ନାରୀଶକ୍ତି ବିନା ରାଜ୍ୟ କି ଦେଶ ଆଗକୁ ବଢ଼ିବା ଅସମ୍ଭବ । ଯେପର୍ଯ୍ୟନ୍ତ ସେମାନଙ୍କୁ ଉଚିତ୍ ସମ୍ମାନ ନମିଳିଛି ସେପର୍ଯ୍ୟନ୍ତ ରାଜ୍ୟ ଓ ଦେଶ ଆଗକୁ ବଢି ପାରିବ ନାହିଁ । ଏହାସହ ରାଜ୍ୟ ବିକାଶ ପାଇଁ ସେ ୪ଟି ଦିଗ ଉପରେ ଗୁରୁତ୍ୱ ଦେଇ କହିଛନ୍ତି, କୃଷି, ନିର୍ମାଣ, ପ୍ରଯୁକ୍ତି ବିଦ୍ୟା ଓ ପର୍ଯ୍ୟଟନର ବିକାଶ ହେବା ଆବଶ୍ୟକ । ସେହିପରି ଯୁବଶକ୍ତିକୁ ସଶକ୍ତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

ଓଡିଶା ନିର୍ମାଣ କନକ୍ଲେଭରେ ଯୋଗ ଦେଇ, ଆଗକୁ ଓଡିଶା ଶିଳ୍ପାୟନ ହବ୍ ହେବାକୁ ଯାଉଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ଏଥିସହ ଓଡିଶା ନିର୍ମାଣରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଶିଳ୍ପମନ୍ତ୍ରୀ ।

ଓଡିଶା ନ୍ୟୁଜ୍ କନକ୍ଲେଭ କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ଦେଇଥିଲେ ସମ୍ବାଦ ସମ୍ପାଦ ତନୟା ପଟ୍ଟନାୟକ । ତାପରେ ଓଡ଼ିଶାର ପର୍ଯ୍ୟଟନ, କୃଷି, କ୍ରୀଡ଼ା, ରାଜନୀତି ଓ ସିନେମା ସମ୍ପର୍କୀତ ସମସ୍ୟା ଓ ସମାଧାନ ଉପରେ ୫ଟି ଅଧିବେଶନରେ ଆଲୋଚନା ହୋଇଥିଲା । ଆଉ ଏହି ସବୁ କ୍ଷେତ୍ରରେ ସ୍ୱତନ୍ତ୍ର ଛାପ ଛାଡିଥିବା ବ୍ୟକ୍ତି ନିଜର ମତ ରଖିଛନ୍ତି ।

ଅଧିବେଶନରେ ଭାଗ ନେଇଥିବା ଅତିଥିମାନଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା । ଓଡିଶା ନିର୍ମାଣରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି କନକ୍ଲେଭରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

The post ନାରୀ ଶକ୍ତିର ବିକାଶକୁ ରାଜ୍ୟପାଳଙ୍କ ଗୁରୁତ୍ୱ । ଯୁବ ଶକ୍ତିକୁ ସଶକ୍ତ କରିବାକୁ ଆହ୍ୱାନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started