ମାଟ୍ରିମୋନୀରୁ ସମ୍ପର୍କ, ଠକେଇରେ ଶେଷ: ୬୪ ଲକ୍ଷ ଠକି ନେଲା ମିଛ ପ୍ରେମିକ!

କନକ ବ୍ୟୁରୋ: ପ୍ରଥମେ ବିବାହ ପ୍ରଲୋଭନ ଦେଖାଇ ସର୍ମ୍ପକ ସ୍ଥାପନ କଲେ । ଆଉ ପରେ ମିଠା ମିଠା କଥା ଠକି ନେଲେ ଲକ୍ଷାଧିକ ଟଙ୍କା । ଏମିତି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗର ଯୁବତୀ । ସମ୍ବଲପୁର ଟାଉନ ଥାନା ଅଂଚଳର ରାହୁଲ ରକ୍ଷିତ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ୬୪ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।

ବଢ଼ିଲା ଝିଅକୁ ଧରି ସୁଦୂର ପଶ୍ଚିମବଙ୍ଗରୁ ସମ୍ବଲପୁର ଆସିଛନ୍ତି ବୁଢ଼ୀ ମା’ ଟିଏ । ତାଙ୍କର ଅଭିଯୋଗ ହେଲା, ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଝିଅକୁ ଠକି ଦେଇଛନ୍ତି ସମ୍ବଲପୁରର ଜଣେ ଯୁବକ । ଯୁବତୀଙ୍କ ଅଭିଯୋଗ ହେଲା, ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ସ୍ଥାପନ କଲେ ଏବଂ ମିଠା ମିଠା କଥା କହି ଟଙ୍କା ଲୁଟିନେଲେ । ନିଜର ବିଭିନ୍ନ ସମସ୍ୟାର ଆଳ ଦେଖାଇ ୬୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ଯୁବତୀ । ଆଉ ଟଙ୍କା ଫେରିନପାଇବାରୁ ସମ୍ବଲପୁରକୁ ନିଜ ବୁଢ଼ୀ ମା’ଙ୍କ ସହ ଆସିଛନ୍ତି ପଶ୍ଚିମବଙ୍ଗର ସୋମା ଘୋଷ ।

ଅଭିଯୋଗ ଅନୁସାରେ, ସମ୍ବଲପୁର ଟାଉନ ଥାନା ଅଂଚଳର ରାହୁଲ ରକ୍ଷିତ । ରକ୍ଷିତ ଓ ସୋମାଙ୍କର ମାଟ୍ରିମୋନୀ ସାଇଟ୍ରେ ସମ୍ପର୍କ ସ୍ଥାପନ ହୋଇଥିଲା । ନିଜକୁ ଜଣେ ବ୍ୟବସାୟୀର ପରିଚୟ ଦେଉଥିବା ରାହୁଲ ୨୦୨୧ ମସିହାରୁ ସୋମାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ରାହୁଲ । ଉଭୟଙ୍କ ଭିତରେ ବାହାଘର କଥା ହେବା ସହ ବ୍ୟବସାୟ ପାଇଁ ଆବଶ୍ୟକୀୟ ଅର୍ଥ ମାଗୁଥିଲେ ରାହୁଲ । ନିଜର ସଂଚିତ ଅର୍ଥ, ଭାଇ ଓ ସଂପର୍କୀୟଙ୍କ ଠାରୁ ଟଙ୍କା ଆଣି ରାହୁଲଙ୍କୁ ଦେଇଥିଲେ ସୋମା । ଆଉ ଟଙ୍କା ନେବା ପରେ ଯୋଗାଯୋଗ ବନ୍ଦ କରିଦେଇଥିଲେ ରାହୁଲ । ଶେଷରେ ନିରୁପାୟ ହୋଇ ବୁଢ଼ି ମାଆଙ୍କୁ ଧରି ହୁଗୁଳିରୁ ସମ୍ବଲପୁର ପହଂଚିଥିଲେ ଯୁବତୀ । ରାହୁଲଙ୍କ ଘରକୁ ଯାଇ ତାଙ୍କ ସହ କଥା ହେବାକୁ ଚାହୁଁଥିବା ବେଳେ ରାହୁଲ କି ତାଙ୍କ ପରିବାର ଲୋକ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ସେପଟେ ଯୁବତୀଙ୍କ ଅଭିଯୋଗକୁ ନେଇ ଏପର୍ଯ୍ୟନ୍ତ ଯୁବକ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।

The post ମାଟ୍ରିମୋନୀରୁ ସମ୍ପର୍କ, ଠକେଇରେ ଶେଷ: ୬୪ ଲକ୍ଷ ଠକି ନେଲା ମିଛ ପ୍ରେମିକ! first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ନିର୍ବାଚନ ପୂର୍ବରୁ ଆସିଲା ଦେଶର ସବୁଠୁ ବଡ଼ ବୁଥବାହୁଡ଼ା ମତ: କାହାକୁ ବାଛିଲେ ୫ ରାଜ୍ୟର ଜନତା

କନକ ବ୍ୟୁରୋ: ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଦେଶର ସବୁଠୁ ବଡ଼ ବୁଥ ବାହୁଡ଼ା ମତ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ରେ ହେବ ଭୋଟ ଗଣତି । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ କୁହାଯାଉଛି । ତେଣୁ ଏହି ନିର୍ବାଚନରେ ଫଳାଫଳ କଣ ହେବ, ଏହା ଉପରେ ରହିଛି ସାରା ଦେଶର ନଜର । ଗଣତି ପୂର୍ବରୁ ଏଗ୍ଜିଟ୍ ପୋଲ୍ ଆକଳନ ଆସିଛି । ୫ଟି ରାଜ୍ୟରେ କେଉଁ ଦଳ ସପକ୍ଷରେ ରହିଛି ଜନମତ, ଭୋଟ ଦେଇ ସାରି କଣ କହୁଛନ୍ତି ମତଦାତା, ସେନେଇ ଅଙ୍କକଷା ହୋଇଛି । ପ୍ରାଥମିକ ଆକଳନରୁ ଜଣାପଡିଛି, ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଛି । ଅଧିକାଂଶ ଏଗଜିଟ୍ ପୋଲ୍ କହୁଛି ଛତିଶଗଡ଼ରେ କଂଗ୍ରେସର ପଲା ଭାରି । ତେଲେଙ୍ଗାନାରେ କଂଗ୍ରେସ ଆଗରେ ଥିବା ଆକଳନ କରାଯାଉଥିବା ବେଳେ ରାଜସ୍ଥାନରେ ଆଗରେ ରହିଛି ବିଜେପି । ଆଉ ମଧ୍ୟପ୍ରଦେଶରେ ଦୁଇ ଦଳ ମଧ୍ୟରେ ହୋଇଛି କଡ଼ା ଟକ୍କର ।

The post ୨୦୨୪ ନିର୍ବାଚନ ପୂର୍ବରୁ ଆସିଲା ଦେଶର ସବୁଠୁ ବଡ଼ ବୁଥବାହୁଡ଼ା ମତ: କାହାକୁ ବାଛିଲେ ୫ ରାଜ୍ୟର ଜନତା first appeared on Kanak News.

from Kanak News
via <a href="https://ifttt.com/?

ସଂକଳ୍ପ ଯାତ୍ରାରେ ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ: ଭିଡିଓ କନଫରେନ୍ସରେ ବିକାଶ ଓ ବିଭିନ୍ନ ଯୋଜନାର ସୁବିଧା ନେଇ ଆଲୋଚନା

କନକ ବ୍ୟୁରୋ: ସରକାର ଯୋଜନା କରନ୍ତି, କିନ୍ତୁ ସେହି ଯୋଜନା ଲୋକଙ୍କ ପାଖରେ ପହଁଚୁଛି, କି ନାହିଁ ତାହା ଅନେକ ସମୟରେ ଜଣାପଡେନି । ଲୋକଙ୍କ ପାଖରେ ଯୋଜନାର ଲାଭ ପହଁଚିବାବେଳକୁ ବାଟ ମାରଣା ହୋଇଯାଇଥାଏ ବୋଲି ଅନେକ ସମୟରେ ଅଭିଯୋଗ ହୋଇଥାଏ । ହେଲେ, ଏବେ ସମୟ ବଦଳିବା ସହ , ଲୋକମାନଙ୍କ ପାଖରେ ସରକାରୀ ଯୋଜନା କେତେ ପହଁଚୁଛି, ତାହା ନିଜେ ପଚାରି ବୁଝୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କ୍ରମରେ ଆଜି ଓଡିଶା ରାୟଗଡାର ଜଣେ ଚାଷୀଙ୍କ ସହ କଥା ହୋଇଛନ୍ତି ।

ଆଜି ଯେତେବେଳେ ମୋଦୀ ସରକାରଙ୍କ ଗ୍ୟାରେଂଟି ରଥ, ଆମ ସଂକଳ୍ପ ବିକଶିତ ଭାରତ, ରାୟଗଡାରେ ପହଁଚିଥିଲା, ସେତିକିବେଳେ ଏମିତି କହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାପରେ ଉପସ୍ଥିତ ଥିବା ସମସ୍ତଙ୍କୁ ଶୁଭେଛା ଜଣାଇବା ସହ ସ୍ଥାନୀୟ ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଆଉ ପଚାରି ବୁଝିଥିଲେ, ସେ କେଉଁ କେଉଁ ସରକାରୀ ଯୋଜନାରେ ଲାଭ ପାଉଛନ୍ତି? ମୋଦୀଙ୍କ ପ୍ରାଶ୍ନର ଉତର ରଖି ପୂଣ୍ଣଚନ୍ଦ୍ର କହିଥିଲେ, ଉଜ୍ଜଳା, ପିଏମ୍ କିଷାନ, ପିଏମ୍ ଗରିବ କଲ୍ୟାଣ ଯୋଜନାର ଲାଭ ମିଳିଛି ।

କେବଳ ଏତିକି ନୁହେଁ ଏହି ସବୁ ଯୋଜନା ଫଳରେ ତାଙ୍କ ଜୀବନରେ କ’ଣ ପରିବର୍ତନ ଆସିଛି ? ବୋଲି ପୂର୍ଣ୍ଣଚନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ପ୍ରଶ୍ନ ଶୁଣିବା ପରେ, ପୂର୍ଣ୍ଣଚନ୍ଦ୍ର କହିଥିଲେ, ପୂର୍ବରୁ ଜଙ୍ଗଲରୁ କାଠ ଆଣି ଚୁଲିରେ ରୋଷେଇ କରୁଥିଲୁ । ହେଲେ ଏବେ ଉଜ୍ଜଳା ଯୋଜନା ଦ୍ୱାରା ସେଥିରୁ ମୁକ୍ତି ମିଳିଛି ।

ଓଡିଆ ଚାଷୀଙ୍କ ସହ କଥା ହେବା ପୂର୍ବରୁ, ମହିଳାଙ୍କ ନେତୃତ୍ୱରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସାରା ଦେଶରେ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ୍ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଏଥିସହ ସାରା ଦେଶରେ ଜନ ଔଷଧି କେନ୍ଦ୍ରର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କାର୍ଯ୍ୟକ୍ରମର ବି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

The post ସଂକଳ୍ପ ଯାତ୍ରାରେ ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ: ଭିଡିଓ କନଫରେନ୍ସରେ ବିକାଶ ଓ ବିଭିନ୍ନ ଯୋଜନାର ସୁବିଧା ନେଇ ଆଲୋଚନା first appeared on Kanak News.

from Kanak News
via <a href="https://ifttt.com/?

ପଡୋଶୀ ଘରେ ଲୁଚି ଥିଲେ ଜେଇ: ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ କନିଷ୍ଠ ଯନ୍ତ୍ରୀ

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଛନ୍ତି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଆସିଥିବା ଜାଣି ଲାଂଚୁଆ ବାବୁ ଛାତରୁ ଡିଆଁ ମାରି ପଡୋଶୀଙ୍କ ଘରେ ଲୁଚିଯାଇଥିଲେ । ଫେରାର ହେବାକୁ ଉଦ୍ୟମ ବି କରିଥିଲେ । ପ୍ରାୟ ୭-୮ ଘଂଟାର ଛକାପଞ୍ଝା ପରେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କୁ ଧରିଥିଲେ ତଦନ୍ତକାରୀ ଦଳ । ଆଉ ଚଢାଉ ବେଳେ ବାବୁଙ୍କ ବାସଭବନର ସାଜସଜ୍ଜା, ସୌଖୀନ ସାମଗ୍ରୀ, କୋଟି କୋଟି ଟଙ୍କାର ସଂପତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।

ରାତି ପାହିଲା ବେଳକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କ ବାସଭବନ ଉପରେ ଚଢାଉ କଲା ଭିଜିଲାନ୍ସ । କୁହାଯାଉଛି, ଭିଜିଲାନ୍ସ ଟିମ୍ ଘର ବେଲ ବଜାଇବା କ୍ଷଣି ଛାତ ଉପରକୁ ଯାଇ ପଡୋଶୀ ଘର ଛାତକୁ ଡେଇଁ ପଡି ଫେରାର ହେବାକୁ ଉଦ୍ୟମ କରିଥିଲେ । କେହି କେହି କହୁଥିଲେ ଘର ପଛ ପଟ ପାଚେରି ଡେଇଁ ପଳାଇ ଯାଇଥିଲେ । ଏପରି ମଧ୍ୟ ଚର୍ଚ୍ଚା ହେଲା, ପଡୋଶୀ ଘର ଛାତ ଉପରକୁ ଏକ ବ୍ୟାଗ ଫିଙ୍ଗି ଦେଇଥିଲେ ସୁନୀଲ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଘର ଭିତରେ ଯାଂଚ କରୁଥିଲେ ଭିଜିଲାନ୍ସ ଅଧିକାରୀ, କିନ୍ତୁ ଘରେ ନଥିଲେ ଜେଇ । ପ୍ରାୟ ୭-୮ ଘଂଟା ପର୍ଯ୍ୟନ୍ତ ଚାଲିଲା ଏହି ଲୁଚକାଳି ଖେଳ ।

ପଡୋଶୀ ଘରୁ ବାହାରିଲେ ଜେଇ ସୁନୀଲ ପାଢ଼ୀ । ସାମ୍ବାଦିକଙ୍କ ପ୍ରଶ୍ନକୁ ବାଏଁ ବାଏଁ ଉଡାଇଲେ । ଫେରାର ହେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କଲେ । ଲାଂଚ ନେବା ଏବଂ ଅସତ ଉପାୟରେ କୋଟି କୋଟି ଟଙ୍କା ଚଳୁ କରିଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କଲେ ।

କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ରହିଛି । କୁହାଯାଉଛି, ବିନା ଲାଂଚରେ ଫାଇଲ୍ ଆଗକୁ ବଢ଼ାନ୍ତି ନାହିଁ ଏହି ସରକାରୀ ବାବୁ । ନିଜ ପଦବୀର ଅପବ୍ୟବହାର କରି ଅସଦ ମାର୍ଗରେ ବିପୁଳ ସଂପତିର ମାଲିକ ହୋଇଛନ୍ତି । ଚଢାଉ ବେଳେ ଭୁବନେଶ୍ୱରରେ ଆଲିସାନ ବଙ୍ଗଳା, ଦାମୀ ଆସବାବପତ୍ର, ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାଜସଜା ସାମଗ୍ରୀ ଦେଖି ତାଜୁବ ହୋଇ ଯାଇଛି ଭିଜିଲାନ୍ସ ।

ଯାଂଚ ବେଳେ ଭୁବନେଶ୍ୱରରେ ୧ କୋଟି ୧୦ ଲକ୍ଷ ଟଙ୍କାର ତିନ ମହଲା କୋଠା, ଆସିକାରେ ମାର୍କେଟ କମ୍ପେ୍ଲକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା, ୧୭ଟି ବ୍ୟାଙ୍କ ଆକାଉଂଟ ଠାବ କରିଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ଜମି ଓ ପ୍ଲଟ, ବୀମା, ପୋଷ୍ଟାଲ ଜମାଗୁଡିକୁ ଯାଂଚ କରାଯାଉଛି । ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଆହୁରି ଅନେକ ସଂପତି ମିଳିବ ବୋଲି ଅନୁମାନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । କେବଳ ଭୁବନେଶ୍ୱର ନୁହେଁ ୫ଟି ସ୍ଥାନରେ ହୋଇଛି ଭିଜିଲାନ୍ସ ରେଡ୍ । ଆସିକା ସ୍ଥିତ ପୈତୃକ ଘର, ବସଷ୍ଟାଣ୍ଡ ନିକଟରେ ଜଗା ମାର୍କେଟ କମ୍ପେ୍ଳକ୍ସ, ଉପରେ ବି ଭିଜିଲାନ୍ସର ଦୁଇଟି ଟିମ୍ ଚଢାଉ କରିଛି । ଭଂଜନଗରରେ ସୁନୀଲଙ୍କ ଶ୍ୱଶୁର ଘରେ ମଧ୍ୟ ଚଢାଉ ହୋଇଛି । ବୋଲଗଡ଼ ପାନୀୟ ଜଳ ବିଭାଗ ଜେଇ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍ କରିଛି । ଶୁଣିବାକୁ ମିଳିଛି ସୁନୀଲଙ୍କ ବାପା ଜଗବନ୍ଧୁ ପାଢୀ ଜଣେ ଅବସରର ପ୍ରାପ୍ତ ରେଂଜର । ସେ ମଧ୍ୟ ପୂର୍ବରୁ ତିନି ଥର ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି ।

The post ପଡୋଶୀ ଘରେ ଲୁଚି ଥିଲେ ଜେଇ: ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ କନିଷ୍ଠ ଯନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଲାଗିଲା ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର: ପିଲାଙ୍କ ସାଇକେଲରେ କରାଗଲା ବ୍ରାଣ୍ଡିଂ

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ସାଇକେଲର ବ୍ରାଣ୍ଡିଂ କରିଛନ୍ତି ରାଜ୍ୟ ସରକାର । ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ଆଜି ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ର ଷ୍ଟିକର ଲଗାଇ ବ୍ରାଣ୍ଡିଂ କରାଯାଇଛି । ସେହିପରି ‘ଆମେ ପଢ଼ିବୁ ବଢ଼ିବୁ ଶ୍ରେଷ୍ଠ ହେବୁ’ ଷ୍ଟିକର ମଧ୍ୟ ସାଇକେଲରେ ଲଗାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସେପଟେ ସବୁଜ ରଙ୍ଗର ଷ୍ଟିକରକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ସରକାର କହିଛନ୍ତି, ଏହି ନୂଆ ଯୋଜନା ସ୍କୁଲ ଛାତ୍ରଛାତ୍ରୀଙ୍କୁ ନୂଆ ଓଡିଶା ଗଠନ ପାଇଁ ସଚେତନ କରିବ ।

ରାଜ୍ୟର ସବୁ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ର ଷ୍ଟିକର ବ୍ରାଣ୍ଡିଂ । ଏହା ସହ ‘ଆମେ ପଢ଼ିବୁ ବଢ଼ିବୁ ଶ୍ରେଷ୍ଠ ହେବୁ’ର ଷ୍ଟିକର ମଧ୍ୟ ଲଗାଯାଇଛି । ସାଇକେଲର ଆଗପଟ. ପଛପଟ ଓ ମଝି ଫ୍ରେମ୍ରେ ସରକାରଙ୍କ ଷ୍ଟିକର ଲାଗିଛି । ପିଲାଙ୍କ ସାଇକେଲର ବ୍ରାଣ୍ଡିଂ ପାଇଁ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତି ସ୍କୁଲକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । ସେହି କ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ସ୍କୁଲ ପିଲାଙ୍କ ସାଇକେଲ ବ୍ରାଣ୍ଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଗଙ୍ଗାଧର ମେହେର ମାନକ ବୃଦ୍ଧି ଯୋଜନାରେ ନବମ ଶ୍ରେଣୀ ପିଲାଙ୍କୁ ମାଗଣା ସାଇକେଲ ବଂଟନ କରୁଛନ୍ତି ସରକାର । ଏବେ ସେହି ସାଇକେଲର ସବୁଜ ରଙ୍ଗର ଷ୍ଟିକର ଲଗାଇ ବ୍ରାଣ୍ଡିଂ କରାଯାଇଛି । ଏହାକୁ ସମାଲୋଚନା କରିଛନ୍ତି ବିରୋଧୀ । କହିଛନ୍ତି ସରକାର ଦଳୀୟ ରଙ୍ଗରେ ସବୁ ଜିନିଷ ରଙ୍ଗୀନ କରିବାକୁ ଚାହୁଁଛନ୍ତି । ଶିକ୍ଷା କ୍ଷେତ୍ରର ବିଫଳତାକୁ ଘୋଡାଇବାକୁ ସରକାର ଏପରି କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏପଟେ ସରକାରଙ୍କ କହିବା କଥା ଏହି ନୂଆ ଯୋଜନା ଜରିଆରେ ସ୍କୁଲ ଛାତ୍ରଛାତ୍ରୀ ନୂଆ ଓଡିଶା ଗଠନ ପାଇଁ ସଚେତନ ହେବେ ।

The post ଲାଗିଲା ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର: ପିଲାଙ୍କ ସାଇକେଲରେ କରାଗଲା ବ୍ରାଣ୍ଡିଂ first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାର ମାନ ବଢାଇଲେ ମନୀଷା: ଦେଶର ପ୍ରଥମ ମହିଳା ଏଡିସି ଭାବେ ପାଇଲେ ନିଯୁକ୍ତି

କନକ ବ୍ୟୁରୋ: ଓଡିଶାର ଗୌରବ ବଢାଇଲେ ଓଡିଆ ଝିଅ ମନୀଷା ପାଢୀ । ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତି ପାଇଲେ ଓଡିଆ ଝିଅ ମନୀଷା ପାଢୀ । ମିଜୋରାମ ରାଜ୍ୟପାଳ ଡ. ହରିବାବୁ କାମଭାମପତିଙ୍କ ଏଡିସି ଭାବେ ମନୀଷାଙ୍କୁ ନିଯୁକ୍ତି ମିଳିଛି । ଭୂବନେଶ୍ୱରର ମନୀଷାଙ୍କ ଏହି ସଫଳତା ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଡିସି ପଦରେ ପୁରୁଷଙ୍କ ଦବଦବା ଥିବାବେଳେ ମନୀଷା ପ୍ରଥମ ମହିଳା ଏଡିସି ହୋଇ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ।

ଓଡିଆ ଝିଅ ମନୀଷା ପାଢୀଙ୍କ କାନ୍ଧରେ ଏବେ ଗୁରୁଦାୟିତ୍ୱ । ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ଝିଅ ମନୀଷା ପାଢୀ । ମିଜୋରାମ ରାଜ୍ୟପାଳ ଡ. ହରିବାବୁ କାମଭାମପତିଙ୍କ ଏଡିସି ଭାବେ ମନୀଷାଙ୍କୁ ନିଯୁକ୍ତି ମିଳିଛି । ସ୍କ୍ୱାର୍ଡନ୍ ଲିଡର ମନୀଷା ପାଢିଙ୍କୁ ବିଧିିବଦ୍ଧ ଭାବେ ମିଜୋରାମ ରାଜଭବନରେ ଦାୟୀତ୍ୱ ଦିଆଯାଇଛି । ଆଉ ଏହି ନିୟୁକ୍ତି ପରେ ସବୁଠି ମନୀଷାଙ୍କ ସଫଳତା ନେଇ ଚର୍ଚ୍ଚା ।

ବାପା ମନୋରଞ୍ଜନ ପାଢୀ ଜଣେ ଅବସରପ୍ରାପ୍ତ ବାୟୁ ସେନା ଅଧିକାରୀ । ୪୦ ବର୍ଷ ଧରି ଭାରତୀୟ ବାୟୁ ସେନାରେ କାର୍ଯ୍ୟରତ ଥିଲେ । ମନୀଷା ଛୋଟ ଥିଲାବେଳେ ଅନେକ ଥର ବାପାଙ୍କ ୟୁନିଫର୍ମ ପିନ୍ଧି ବାୟୁ ସେନା ଅଧିକାରୀଙ୍କ ଅଭିନୟ କରୁଥିଲେ ।ହେଲେ କିଏ ବା ଜାଣିଥିଲା ପିଲାବେଳର ଖେଳ ଦିନେ ସତ ହୋଇଯିବ । ଭୁବନେଶ୍ୱର ସି.ଭି. ରମଣ ଇଂଜିନିୟରିଂ କଲେଜରୁ ଶିକ୍ଷାଲାଭ କରିଛନ୍ତି ମନୀଷା । ଇଞ୍ଜିନିୟରିଂ କରିଥିଲେ ବି ବାପାଙ୍କ ଭଳି ଦେଶ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ସବୁବେଳେ ସ୍ୱପ୍ନ ଦେଖୁଥିଲେ ମନୀଷା । ଆଉ ଶେଷରେ ଦେଶ ସେବା କରିବାର ସ୍ୱପ୍ନ ବାସ୍ତବ ରୁପ ନେଲା । ୨୦୧୫ରେ ଭାରତୀୟ ବାୟୁ ସେନାରେ କମିଶନ ଅଫିସର ଭାବେ ନିୟୁକ୍ତି ପାଇଲେ ମନିଷା ପାଢୀ । ବାସ୍ ସେବେଠାରୁ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଛନ୍ତି ମନୀଷା । ଏୟାରଫୋର୍ସ ଷ୍ଟେସନ୍ ପୁଣେ, ଭଟିଣ୍ଡା ଓ ବିଦାରରେ ପୂର୍ବରୁ ନିୟୋଜିତ ଥିଲେ ମନୀଷା । ଏଡିସି ପଦରେ ପୁରୁଷଙ୍କ ଦବଦବା ଥିବାବେଳେ ମନୀଷା ପ୍ରଥମ ମହିଳା ଏଡିସି ହୋଇ ଆରମ୍ଭ କରିଛନ୍ତି ଏକ ନୂଆ ଅଧ୍ୟାୟ ।

The post ଓଡ଼ିଶାର ମାନ ବଢାଇଲେ ମନୀଷା: ଦେଶର ପ୍ରଥମ ମହିଳା ଏଡିସି ଭାବେ ପାଇଲେ ନିଯୁକ୍ତି first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ ବିଧାନସଭା ଭୋଟିଂ ପରେ ଏକ୍ସଜିଟ୍ ପୋଲକୁ ନେଇ ବଢିଲା ଚର୍ଚ୍ଚା । ଜାଣନ୍ତୁ ଫେରିବ କି ବିଜେପି ନା କ୍ଷମତା ବଜାୟ ରଖିବେ ବଘେଲ

କନକ ବ୍ୟୁରୋ : ଛତିଶଗଡ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । କେବଳ ବାକି ରହିଛି ଫଳାଫଳକୁ । ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବା ପୂର୍ବରୁ ଆଜି ଅନେକ ସର୍ଭେ ସଂସ୍ଥା ସେମାନଙ୍କର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । କ୍ଷମତାରେ ଥିବା କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିବ ନା ରମଣ ସିଂ କଂଗ୍ରେସ ହାତରୁ କ୍ଷମତା ଛଡାଇ ନେବ । ଏନେଇ ଆସନ୍ତୁ ଜାଣିବା ଏକ୍ସଜିଟ ପୋଲ ରିପୋର୍ଟ କଣ କହୁଛି ।

ସି ଭୋଟର ସର୍ଭେ ମୁତାବକ ଛତିଶଗଡରେ ବିଜେପିକୁ ୩୬-୪୮ ଓ କଂଗ୍ରେସକୁ ୪୧-୫୩ ଆସନ ମିଳିପାରେ । ସେହିଭଳି ପୋଲ ଅଫ୍ ପୋଲ୍ସ ରିପୋର୍ଟ ମୁତାବକ ଛତିଶଗଡରେ କଂଗ୍ରେସକୁ ୪୭ ଟି ଓ ବିଜେପିକୁ ୪୦ ଟି ଆସନ ମିଳିପାରେ । ଇଣ୍ଡିଆ ଟୁଡେ ଏକ୍ସିସ ରିପୋର୍ଟ ମୁତାବକ କଂଗ୍ରେସକୁ ୪୦-୫୦ ଓ ବିଜେପିକୁ ୩୬-୪୬ ଆସନ ମିଳିପାରେ । ଇଣ୍ଡିଆ ଟିଭିର ରିପୋର୍ଟ ମୁତାବକ ବିଜେପିକୁ ୩୦-୪୦ ଓ କଂଗ୍ରେସକୁ ୪୬-୫୬ ଆସନ ମିଳିପାରେ ।

The post ଛତିଶଗଡ ବିଧାନସଭା ଭୋଟିଂ ପରେ ଏକ୍ସଜିଟ୍ ପୋଲକୁ ନେଇ ବଢିଲା ଚର୍ଚ୍ଚା । ଜାଣନ୍ତୁ ଫେରିବ କି ବିଜେପି ନା କ୍ଷମତା ବଜାୟ ରଖିବେ ବଘେଲ first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନାରେ ବିଆରଏସ ଉପରେ ଭାରି ପଡିବ କି କଂଗ୍ରେସ । ଜାଣନ୍ତୁ କଣ କହୁଛି ଏକ୍ସଜିଟ୍ ପୋଲ ରିପୋର୍ଟ

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ସରିଛି । ଏହାସହ ଭୋଟ ଗ୍ରହଣ ଶେଷ ହେବା ପରେ ଏକ୍ସଜିଟ୍ ପୋଲ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ ପୋଲ ଅଫ୍ ପୋଲ୍ସ ଯେଉଁ ଆକଳନ କରିଛି ସେ ମୁତାବକ କଂଗ୍ରେସକୁ ୫୬ଟି ଆସନ ମିଳିପାରେ ଓ ଶାସକ ବିଆରଏସକୁ ୪୮ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି ।

ସେହିଭଳି ସିଏନଏନ ରିପୋର୍ଟ ମୁତାବକ ତେଲେଙ୍ଗାନାରେ ବିଆରଏସକୁ ୫୮, କଂଗ୍ରେସକୁ ୫୬ ଆସନ ମିଳିପାରେ । ଜନ୍ କି ବାତର ରିପୋର୍ଟ ମୁତାବକ ବିଆରଏସକୁ ୪୦-୫୫ ଓ କଂଗ୍ରେସକୁ ୪୮-୬୪ ଆସନ ମିଳିପାରେ ଓ ବିଜେପିକୁ ୦୭-୧୭ ଆସନ ମିଳିପାରେ ।

The post ତେଲେଙ୍ଗାନାରେ ବିଆରଏସ ଉପରେ ଭାରି ପଡିବ କି କଂଗ୍ରେସ । ଜାଣନ୍ତୁ କଣ କହୁଛି ଏକ୍ସଜିଟ୍ ପୋଲ ରିପୋର୍ଟ first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆସିଲା ଏକ୍ସଜିଟ୍ ପୋଲ ରିପୋର୍ଟ । ଜାଣନ୍ତୁ କଂଗ୍ରେସର କମଳନାଥ ନା ବିଜେପିର ଶିବରାଜ ସିଂ ହେବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବାକୁ ଯାଉଛି । ତା ପୂର୍ବରୁ କିଛି ସର୍ଭେ ସଂସ୍ଥା ସେମାନଙ୍କର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଜନ୍ କି ବାତର ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ବିଜେପିକୁ ୧୧୬ ଓ କଂଗ୍ରେସକୁ ୧୧୧ଟି ଆସନ ମିଳିପାରେ । ସେହିଭଳି ଟିଭି-୯ ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ବିଜେପିକୁ ୧୦୬-୧୧୬, କଂଗ୍ରେସକୁ ୧୧୧-୧୨୧ ଓ ଅନ୍ୟାନ୍ୟ ଦଳକୁ ୬ଟି ଆସନ ମିଳିପାରେ । ଅନ୍ୟପଟେ ରିପବ୍ଲିକ ଟିଭିର ସର୍ଭେ ରିପୋର୍ଟ ମୁତାବକ ବିଜେପିକୁ ୧୧୮-୧୩୦, କଂଗ୍ରେସକୁ ୯୭-୧୦୭ ଓ ଅନ୍ୟାନ୍ୟ ଦଳଙ୍କୁ ୦୨ଟି ଆସନ ମିଳିପାରେ । ସେହିଭଳି ପୋଲ ଅଫ୍ ପୋଲ୍ସର ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ବିଜେପିକୁ ୧୧୨ ଓ କଂଗ୍ରେସକୁ ୧୧୩ ଟି ଆସନ ମିଳିପାରେ ।

The post ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆସିଲା ଏକ୍ସଜିଟ୍ ପୋଲ ରିପୋର୍ଟ । ଜାଣନ୍ତୁ କଂଗ୍ରେସର କମଳନାଥ ନା ବିଜେପିର ଶିବରାଜ ସିଂ ହେବେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଭୋଟ ଗଣତି ପୂର୍ବରୁ ଆସିଲା ‘ଜନ୍ କି ବାତ୍’ ର ପୂର୍ବାନୁମାନ ରିପୋର୍ଟ । ଜାଣନ୍ତୁ ରାଜସ୍ଥାନରେ କିଏ ଗଢିପାରେ ସରକାର

କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । ୩ ତାରିଖରେ ଆସିବାକୁ ଯାଉଛି ନିର୍ବାଚନ ଫଳାଫଳ । ତା ପୂର୍ବରୁ କିଛି ସର୍ଭେ ସଂସ୍ଥା ସେମାନଙ୍କର ଆଗୁଆ ଆକଳନ ରିପୋର୍ଟ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ହେଲେ ତେଲେଙ୍ଗାନା ଓ ମିଜୋରମରେ ଆଞ୍ଚଳିକ ଦଳମାନଙ୍କର ଦବଦବା ରହିପାରେ ।

‘ଜନ୍ କି ବାତ୍’ ର ପୂର୍ବ ଆକଳନ ମୁତାବକ ରାଜସ୍ଥାନରେ ବିଜେପି ସରକାର ଗଠନ କରିବାର ସମ୍ଭାବନା ରହିଛି । ଏଠାରେ ବିଜେପିକୁ ୧୧୧ ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି । ସେହିଭଳି କଂଗ୍ରେସକୁ ୭୪ ଓ ଅନ୍ୟାନ୍ୟ ଦଳମାନଙ୍କୁ ୧୪ ଟି ଆସନ ମିଳିପାରେ । ମଧ୍ୟପ୍ରଦେଶରେ ବିଜେପିକୁ ୧୧୬ ଓ କଂଗ୍ରେସକୁ ୧୧୧ ଆସନ ମିଳିପାରେ ବୋଲି ଅନୁମାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଦଳଙ୍କୁ ୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି ।

ଯଦି ଆମେ ପୂର୍ବ ନିର୍ବାଚନ କଥା ଦେଖିବା ତେବେ ୨୦୧୮ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ ବିଜେପିକୁ ୭୩ ଓ କଂଗ୍ରେସକୁ ୧୦୦ ଟି ଆସନ ମିଳିଥିଲା । ସେହିଭଳି ମଧ୍ୟପ୍ରଦେଶରେ ବିଜେପିକୁ ୧୬୫ ଓ କଂଗ୍ରେସକୁ ୮ଟି ଆସନ ମିଳିଥିଲା ।

The post ଭୋଟ ଗଣତି ପୂର୍ବରୁ ଆସିଲା ‘ଜନ୍ କି ବାତ୍’ ର ପୂର୍ବାନୁମାନ ରିପୋର୍ଟ । ଜାଣନ୍ତୁ ରାଜସ୍ଥାନରେ କିଏ ଗଢିପାରେ ସରକାର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started