୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଆସିବାକୁ ଯାଉଛି ପୂର୍ବ ଆକଳନ । ତା ପୂର୍ବରୁ ଜାଣନ୍ତୁ କେଉଁ ରାଜ୍ୟରେ ରାହୁଲ ଓ ମୋଦୀଙ୍କର କେତେ ରହିଛି ଲୋକପ୍ରିୟତା

କନକ ବ୍ୟୁରୋ : ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତା ପୂର୍ବରୁ ବିଭିନ୍ନ ସଂସ୍ଥାମାନେ କେଉଁ ରାଜ୍ୟରେ କେଉଁ ରାଜନନୈତିକ ଦଳକୁ କେତେ ଆସନ ମିଳିବ ସେନେଇ ଆକଳନ କରିଛନ୍ତି । କିଛି ସମୟ ପରେ ଏହି ପୂର୍ବାନୁମାନ ବା ଏକ୍ସଜିଟ୍ ପୋଲ ଆସିବାକୁ ଯାଉଛି । ତା ପୂର୍ବରୁ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ମୋଦୀ ଓ ରାହୁଲଙ୍କର କେତେ ରହିଛି ଲୋକପ୍ରିୟତା ।

ଦେଶରେ ଲୋକପ୍ରିୟତା
ନରେନ୍ଦ୍ର ମୋଦୀ
ବର୍ଷ            ୨୦୧୪     ୨୦୧୯          ୨୦୨୩ (ଅନୁମାନ)
ଲୋକପ୍ରିୟତା ୩୫%       ୪୫%             ୪୩%
ଭୋଟ୍         ୩୧%         ୩୭%            ୩୯%

ରାହୁଲ ଗାନ୍ଧୀ
ବର୍ଷ                     ୨୦୧୪       ୨୦୧୯        ୨୦୨୩ (ଅନୁମାନ)
ଲୋକପ୍ରିୟତା          ୧୪%         ୨୪%          ୨୭%
ଭୋଟ୍                 ୧୯%          ୨୦%          ୨୯%

୪ ରାଜ୍ୟରେ ଲୋକପ୍ରିୟତା
ନରେନ୍ଦ୍ର ମୋଦୀ
ବର୍ଷ                                ୨୦୧୪         ୨୦୧୯
ମଧ୍ୟପ୍ରଦେଶ                      ୪୭%             ୫୩%
ରାଜସ୍ଥାନ                         ୫୧%             ୬୪%
ଛତିଶଗଡ଼                       ୩୮%               ୪୨%
ତେଲେଙ୍ଗାନା                  ୩୩%                ୩୯%

୪ ରାଜ୍ୟରେ ଲୋକପ୍ରିୟତା
ରାହୁଲ ଗାନ୍ଧୀ
ବର୍ଷ                                         ୨୦୧୪           ୨୦୧୯
ମଧ୍ୟପ୍ରଦେଶ                               ୨୨%              ୩୫%
ରାଜସ୍ଥାନ                                 ୨୩%              ୧୮%
ଛତିଶଗଡ଼                                 ୧୩%              ୨୭%
ତେଲେଙ୍ଗାନା                            ୧୯%               ୨୫%

The post ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଆସିବାକୁ ଯାଉଛି ପୂର୍ବ ଆକଳନ । ତା ପୂର୍ବରୁ ଜାଣନ୍ତୁ କେଉଁ ରାଜ୍ୟରେ ରାହୁଲ ଓ ମୋଦୀଙ୍କର କେତେ ରହିଛି ଲୋକପ୍ରିୟତା first appeared on Kanak News.

from Kanak News
via <a href="https://ifttt.com/?

ଦୁବାଇରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ‘COP 28’’

ଆଜିଠାରୁ ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ସହରରେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ‘COP 28’ ଆରମ୍ଭ ହୋଇଛି ।

ଏହି ସମୟରେ, ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ସାଉଦି ଆରବ ଏବଂ ୟୁଏଇ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ତାପମାତ୍ରା ବୃଦ୍ଧି ପାଇଁ  ବିଶ୍ୱକୁ ବହୁମୂଲ୍ୟ ଦେବାକୁ ପଡୁଛି । ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରେ ଆଜିଠାରୁ ଆରମ୍ଭ ହୋଇଥିବା COP28ରେ ବିଭିନ୍ନ ଦେଶର ପ୍ରତିନିଧୀ ମାନେ ଯୋଗଦେବାକୁ ପହଞ୍ଚିଛନ୍ତି ।  ସମ୍ପୂର୍ଣ ୟୁଏଇର ସହରକୁ ଗ୍ରୀନ୍ ଇନିସିଏଟିଭ୍ ବ୍ୟାନର ଦ୍ୱାରା ଆଚ୍ଛାଦିତ କରାଯାଇଛି ।

COP28 ରେ ଏକ ନୂତନ କ୍ଷତି ଏବଂ କ୍ଷତି ପାଣ୍ଠିର ଆକଳନ ସହିତ ଡେଲାୱେର୍ ବିଶ୍ୱବିଦ୍ୟାଳୟର ଜଳବାୟୁ ହବ୍ ‘ଲସ ଏଣ୍ଡ ଡ୍ୟାମେଜ ଟୁଡେ’  ଜଳବାୟୁ ପରିବର୍ତ୍ତନ’,  ଜଳବାୟୁ ପରିବର୍ତ୍ତନକୁ କିପରି ପ୍ରଭାବିତ କରୁଛି’ ଏହା ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହା ସମସ୍ତ ଦେଶରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହୋଇଥିବା ଆର୍ଥିକ କ୍ଷତିର ହିସାବ ରଖନ୍ତି । ଏହି ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ହେତୁ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସର୍ବାଧିକ ୨୯ ଟ୍ରିଲିୟନ ଡଲାର କ୍ଷତି ସହୁଛନ୍ତି । ଗ୍ଲୋବାଲ ୱାର୍ମିଂ ପାଇଁ ଏହି ଦୁଇ ଦେଶକୁ ଭାରି ମୂଲ୍ୟ ଦେବାକୁ ପଡୁଛି ।

ଏଥି ସହିତ, ଆଫ୍ରିକୀୟ ଦେଶଗୁଡିକ ୨୦୨୨  ମସିହାରେ ଜନସଂଖ୍ୟା ଦୃଷ୍ଟିରୁ ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ହାରାହାରି ୮.୧ % କ୍ଷତି ସହିଛନ୍ତି ।  ଆଫ୍ରିକା ପରି ସ୍ୱଳ୍ପ ଆୟକାରୀ ଦେଶମାନଙ୍କ ପାଇଁ ୨୪୦ ବିଲିୟନ ଡ଼ଲାର୍ ଏକ ବିରାଟ ରାଶି ଅଟେ ।  ଜଳବାୟୁ ପରିବର୍ତ୍ତନରୁ କ୍ଷତି ସହିବା ପରିବର୍ତ୍ତେ ୟୁରୋପୀୟ ଦେଶଗୁଡିକ ଲାଭ ହାସଲ କରିଛନ୍ତି ଏବଂ ସେମାନଙ୍କର ଜିଡିପି ହାରାହାରି ୪.୭ % ବୃଦ୍ଧି ପାଇଛି । ଏହି ଲାଭ ଶୀତଦିନେ କମ୍ ଥଣ୍ଡା ହେତୁ ମିଳୁଛି । ଯାହା ଦ୍ଵାରା ଏହି ଦେଶ ଗରମ ପାଇଁ କମ୍ ଶକ୍ତି ଖର୍ଚ୍ଚ କରନ୍ତି ଏବଂ ଥଣ୍ଡା କମ ହେତୁ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି ।

ଜଳବାୟୁ ପରିବର୍ତ୍ତନ ହେତୁ ୨.୧ ଟ୍ରିଲିୟନ ଡଲାରର ପୁଞ୍ଜି କ୍ଷତି ବିକଶିତ ଦେଶ ଗୁଡିକ ଜିଡିପିରେ ୮.୩ % କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହି କ୍ଷତି ସାଂଘାତିକ ଉତ୍ତାପ, ୱେଟ ବଲ୍ବ ତାପମାତ୍ରା ଏବଂ ଥଣ୍ଡା ହେତୁ ଅଧିକ ଶକ୍ତି ବ୍ୟବହାର ଏବଂ ଉତ୍ତାପ ଜନିତ ମୃତ୍ୟୁ, ମରୁଡ଼ି, ବନ୍ୟା, ନଷ୍ଟ ହୋଇଥିବା ଫସଲ, ଫ୍ଲାସ୍ ବନ୍ୟା ଇତ୍ୟାଦି କାରଣରୁ ହେଉଛି । ଯେଉଁଥିପାଇଁ ଶକ୍ତି ବ୍ୟବହାର ବୃଦ୍ଧି ପାଇଥାଏ ।  ୨୦୨୨ ରେ ଜଳବାୟୁ ପରିବର୍ତ୍ତନ ହେତୁ ଜନସଂଖ୍ୟା ଆଧାରିତ ବିଶ୍ଵ  GDP ର ଜିଡିପି କ୍ଷତି ହେଉଛି ୬.୩ % । ବିଶ୍ବ ଜିଡିପିର କ୍ଷତି ହେଉଛି ୧.୮ % ଅର୍ଥାତ୍ ପ୍ରାୟ ୧.୫ ଟ୍ରିଲିୟନ୍ ଡଲାର୍ । ଜଳବାୟୁ ପରିବର୍ତ୍ତନ ହେତୁ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶଗୁଡିକ ୨.୧  ଟ୍ରିଲିୟନ ଡଲାରର ପୁଞ୍ଜି କ୍ଷତି ସହିଛନ୍ତି । ଯଦି ଆମେ  ଜିଡିପି ଏବଂ ପୁଞ୍ଜି କ୍ଷତି ମିଳିତ ଭାବେ ହିସାବ  କରିବା ତେବେ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶ ୧୯୯୨  (ରିଓ କନଭେନସନ୍) ଠାରୁ ଆଜିଯାଏ ମୋଟ ୨୧ ଟ୍ରିଲିୟନ ଡଲାର୍ ହରାଇଛନ୍ତି । ମଧ୍ୟମ ଏବଂ ସ୍ୱଳ୍ପ ଆୟକାରୀ ଦେଶମାନଙ୍କରେ ଉତ୍ପାଦିତ ପୁଞ୍ଜି କ୍ଷତି ଆହୁରି ଅଧିକ, ଏହି ରାଶି ୨୦୨୨ ରେ ମୋଟ ୨୦୯୦  ବିଲିୟନ ଡ଼ଲାର୍ ।

The post ଦୁବାଇରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ‘COP 28’’ first appeared on Kanak News.

from Kanak News
via <a href="https://ifttt.com/?

ବୁଥ ବାହୁଡ଼ା ମତ ଉପରେ ରହିଛି ସାରା ଦେଶର ନଜର: କାହାକୁ ବାଛିଲେ ୫ ରାଜ୍ୟର ଜନତା

କନକ ବ୍ୟୁରୋ: ୨୪ ଫାଇନାଲ ପୂର୍ବରୁ ସେମିଫାଇନାଲ ହେବ ୫ ରାଜ୍ୟର ଫଳାଫଳ । କାହା ସପକ୍ଷରେ ଯିବ ଜନମତ । ଦେଶରେ ମୋଦୀ ଲହର ଓ ରାହୁଲଙ୍କ ଲୋକପ୍ରିୟତାର ବଡ଼ ସଂକେତ ଦେବ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମର ଫଳାଫଳ । ଏକଜାଟ୍ ହେବ କି ଏକଜିଟ୍ ପୋଲ ରିପୋର୍ଟ । ହିନ୍ଦୀ ହାର୍ଟଲ୍ୟାଣ୍ଡରୁ କ’ଣ ଆସିବ ବାର୍ତା । ରାଜନୀତିର ସାପ ସିଡି ଖେଳରେ କିଏ ଆଗକୁ ଯିବ, କିଏ ତଳକୁ ଖସିବ, ତା’ ଉପରେ ସମସ୍ତଙ୍କ ନଜର । ବିଶେଷକରି ଛତିଶଗଡ଼, ରାଜସ୍ଥାନରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବ ନା ନାହିଁ, ତାହା ଉପରେ ସମସ୍ତର ନଜର ଅଟକିଥିବା ବେଳେ ମଧ୍ୟପ୍ରଦେଶରେ କ’ଣ ହେବ ଫଳାଫଳ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ତେଲେଙ୍ଗାନାରେ ବିଜେପି ଓ କଂଗ୍ରେସ କେଉଁ ଭୂମିକାରେ ନଜର ଆସିବେ, ତାହା ଫଳାଫଳ ସ୍ପଷ୍ଟ କରିବ । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ଏବେ ସାରା ଦେଶର ନଜର ଏକଜିଟ୍ ପୋଲ ଉପରେ । ଚଳିତ ବର୍ଷର ଶେଷ ନିର୍ବାଚନ ୫ଟି ପର୍ଯ୍ୟାୟରେ ହୋଇଥିଲା । ଛତିଶଗଡ଼ରେ ନଭେମ୍ବର ୭ ଓ ନଭେମ୍ବର ୧୭ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ମିଜୋରାମରେ ନଭେମ୍ବର ୭ରେ, ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ରାଜସ୍ଥାନରେ ନଭେମ୍ବର ୨୩, ତେଲେଙ୍ଗାନାରେ ୩୦ ତାରିଖରେ ମତଦାନ ହୋଇଥିଲା । ଡିସେମ୍ବର ୩ ତାରିଖରେ ମତଦାନର ଫଳାଫଳ ଆସିବ । କିନ୍ତୁ ତା’ ପୂର୍ବରୁ ଏଗଜିଟ୍ ପୋଲ୍ ଉପରେ ସମସ୍ତଙ୍କର ନଜର ରହିଛି ।

The post ବୁଥ ବାହୁଡ଼ା ମତ ଉପରେ ରହିଛି ସାରା ଦେଶର ନଜର: କାହାକୁ ବାଛିଲେ ୫ ରାଜ୍ୟର ଜନତା first appeared on Kanak News.

from Kanak News
via <a href="https://ifttt.com/?

ବଢିବ ଭାରତୀୟ ବାୟୁସେନାର ଶକ୍ତି । ୯୭ଟି ତେଜସ୍ ଓ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କ୍ରୟକୁ ମଞ୍ଜୁରୀ ପ୍ରଦାନ କଲା ରକ୍ଷା ଅଧିଗ୍ରହଣ ପରିଷଦ

କନକ ବ୍ୟୁରୋ : ରକ୍ଷା ଅଧିଗ୍ରହଣ ପରିଷଦର ଏକ ବଡ ନିଷ୍ପତ୍ତି ନେବା କ୍ରମରେ ୯୭ଟି ତେଜସ ଫାଇଟର ଜେଟ୍ ଓ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କିଣାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାର ମୋଟ ମୂଲ୍ୟ ୧୦ ହଜାର କୋଟି ଟଙ୍କା ରହିଛି । ଏହାସହ ଅନ୍ୟ କିଛି ପ୍ରତିରକ୍ଷା ସାମଗ୍ରୀ କିଣାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି । ତେଜସ-୧(ଏ) ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା ପାଇଁ ଓ ହେଲିକପ୍ଟରକୁ ବାୟୁସେନା ଓ ସ୍ଥଳ ସେନା ପାଇଁ ନିୟୋଜିତ କରାଯିବ । ପରିଷଦ ଅତିରିକ୍ତ କ୍ରୟକୁ ବି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ କୋର୍ଟି ଟଙ୍କା ।

ଯଦି ଏହା ହେଉଛି ତେବେ ଭାରତ ଇତିହାସରେ ସ୍ୱଦେଶୀ ନିର୍ମାତାଙ୍କୁ ମିଳିଥିବା ପୂର୍ବ ସମସ୍ତ ଅର୍ଡର ଠାରୁ ଏହା ବହୁ ଅଧିକ । ଏବେ ମଞ୍ଜୁରୀ ପ୍ରଦାନ କରାଗଲେ ଏହାପରେ ସିକୃତିର ଆବଶ୍ୟକତା ରହିଛି । ଏସବୁ ପରେ ନିର୍ମାତାମାନଙ୍କ ସହ ଚୁକ୍ତି ଉପରେ ଆଲୋଚନା ହେବ । ଯଦି ବିଦେଶୀ ନିର୍ମାତା ମାନେ ସ୍ୱଦେଶୀ କମ୍ପାନୀ ସହ ମିଳିତ ଭାବେ ଏସବୁ ବିମାନ ନିର୍ମାଣ କରିବାକୁ ଆଗେଇ ଆସନ୍ତି ତେବେ ବହୁତ କମ୍ ସମୟ ମଧ୍ୟରେ ଏହି ହେଲିକପ୍ଟର ଓ ଯୁଦ୍ଧ ବିମାନ ଭାରତୀୟ ସେନାରେ ସାମିଲ ହୋଇପାରିବ ବୋଲି ଆଶା କରାଯାଉଛି ।

The post ବଢିବ ଭାରତୀୟ ବାୟୁସେନାର ଶକ୍ତି । ୯୭ଟି ତେଜସ୍ ଓ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କ୍ରୟକୁ ମଞ୍ଜୁରୀ ପ୍ରଦାନ କଲା ରକ୍ଷା ଅଧିଗ୍ରହଣ ପରିଷଦ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟସଭାରେ ସାଂସଦମାନେ ଲଗାଇ ପାରିବେ ନାହିଁ ନାରା । ପତାକା ଉଡାଇବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କ’ଣ ଆସିଛି ନୂଆ ନିୟମ

କନକ ବ୍ୟୁରୋ : ଡିସେମ୍ବର ୪ ତାରିଖରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମାରେ ଲେଖାଯାଇଛି କି, ସଂସଦରେ ଯେଉଁ ବିଷୟ ଉପରେ ଆଲୋଚନା ହେବ ତାହା ପବ୍ଲିସିଟି କରାଯାଇପାରିବ ନାହିଁ । ନୋଟିସ ମଞ୍ଜୁର ହେବା ପର୍ଯ୍ୟନ୍ତ ସାଥୀ ସଦସ୍ୟମାନଙ୍କୁ ମଧ୍ୟ ଏହି ସୂଚନା ଦିଆଯିବା ଉଚିତ ନୁହେଁ । ସଂସଦରେ ଧନ୍ୟବାଦ, ଜୟହିନ୍ଦ କିମ୍ବା ବନ୍ଦେ ମାତରମ୍ ଭଳି ନାରା ଲଗାଯାଇପାରିବ ନାହିଁ । ସଭାପତିଙ୍କୁ ସଂସଦ ଭିତରେ କିମ୍ବା ବାହାରେ ସମାଲୋଚନା କରାଯାଇପାରିବ ନାହିଁ । ତେବେ ଆସନ୍ତୁ ଜାଣିବା ନିର୍ଦ୍ଦେଶନାମାରେ କଣ ରହିଛି ।

  • ସଂସଦରେ ଉଠାଯାଉଥିବା ବିଷୟ ଉପରେ ପବ୍ଲିସିଟି ହେବା ଉଚିତ ନୁହେଁ
  • ସଭାପତି ନୋଟିସକୁ ସିକୃତି ନଦେବା ଯାଏଁ ଏହାର ଖୁଲାସା ହେବା ଉଚିତ୍ ନୁହେଁ
  • ସଂସଦରେ ଧନ୍ୟବାଦ, ଜୟ ହିନ୍ଦ, ବନ୍ଦେ ମାତରମ୍ ଭଳି ନାରା ଲଗାଯାଇପାରିବ ନାହିଁ
  • ସଭାପତିଙ୍କ ତରଫରୁ କରାଯାଇଥିବା ବ୍ୟବସ୍ଥାକୁ ନେଇ ସଂସଦ ଭିତରେ କିମ୍ବା ବାହାରେ ଆଲୋଚନା କରାଯାଇପାରିବ ନାହିଁ
  • ରାଜ୍ୟସଭା ସାଂସଦଙ୍କୁ ୨୦୨୨ ଏପ୍ରିଲ ମାସରେ ଦିଆଯାଇଥିବା ହ୍ୟାଣ୍ଡବୁକ୍ରେ ଲିଖିତ ସଂସଦୀୟ ପରମ୍ପରାକୁ ମଧ୍ୟ ମନେ ପକାଇ ଦିଆଯାଇଛି ।
  • ସଂସଦରେ ପତାକା ଉଡାଇବା ଉପରେ ପ୍ରତିବନ୍ଧକ ଲାଗିଛି
  • ସଭାପତିଙ୍କ ଆସନ ଆଡକୁ ପଛ କରି ବସିପାରିବେ ନାହିଁ
  • ସଭାପତି କହୁଥିବା ବେଳେ କୌଣସି ସାଂସଦ ଗୃହ ଛାଡି ଯାଇପାରିବେ ନାହିଁ
  • ସଂସଦରେ ଏକା ସାଥୀରେ ଦୁଇଜଣ ସଦସ୍ୟ ଠିଆ ହୋଇପାରିବେ ନାହିଁ
  • ସଦସ୍ୟ ମାନେ ସଭାପତିଙ୍କ ନିକଟକୁ ସିଧାସଳଖ ନଯାଇ ଆଟେଡାଣ୍ଟଙ୍କ ହାତରେ ପର୍ଚ୍ଚି ପଠାଇବେ
  • ସଦସ୍ୟମାନେ ଲିଖିତ ଭାଷଣ ପଢିପାରିବେ ନାହିଁ
  • ଅଧିବେଶନ ବେଳେ ସମସ୍ତ ସଦସ୍ୟ ସଂସଦରେ ଉପସ୍ଥିତ ରହିବେ
  • ଯଦି କୌଣସି ସାଂସଦ ବିନା ଅନୁମତିରେ ୬୦ ଦିନ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କ ଆସନକୁ ଖାଲି ଘୋଷଣା କରାଯିବ
  • ସଂସଦ ପରିସରରେ ଧ୍ରୁମପାନ ନିଷେଧ
  • ସଂସଦର କାର୍ଯ୍ୟକୁ ଭିଡିଓ କରିପାରିବେ ନାହିଁ
  • ନୂଆ ସାଂସଦଙ୍କୁ ୧୫ ମିନିଟରୁ ଅଧିକ ସମୟ ଭାଷଣ ଦେବାକୁ ମିଳିବ ନାହିଁ

The post ରାଜ୍ୟସଭାରେ ସାଂସଦମାନେ ଲଗାଇ ପାରିବେ ନାହିଁ ନାରା । ପତାକା ଉଡାଇବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କ’ଣ ଆସିଛି ନୂଆ ନିୟମ first appeared on Kanak News.

from Kanak News
via <a href="https://ifttt.com/?

ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରରେ ଗଡ଼ିବ ୪୪ ବସ୍

କନକ ବ୍ୟୁରୋ : ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ବସ୍ ସେବାର ଉଦଘାଟନ କରିଛନ୍ତି । ଏନେଇ ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖ ପଡ଼ିଆରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନବରଙ୍ଗପୁରରେ ୪୪ଟି ବସ୍ ଯୋଗାଇଦିଆଯାଇଛି । ଏହା ଦ୍ୱାରା ଉପାନ୍ତ ଅଂଚଳରେ ଗମନାଜମନର ଉନ୍ନତି ଆସିପାରିବ । ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ, ମହିଳାମାନେ ପଂଚାୟତରୁ ବ୍ଲକ କାର୍ଯ୍ୟାଳୟ ସହଜରେ ଆସିପାରିବେ । ଲକ୍ଷ୍ମୀ ବସ୍ ସେବା ଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିହୋଇଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ସଚିବ ଉଷା ପାଢ଼ୀଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଓ ନେତୃମଣ୍ଡଳୀ ଯୋଗଦେଇଥିଲେ ।

The post ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରରେ ଗଡ଼ିବ ୪୪ ବସ୍ first appeared on Kanak News.

from Kanak News
via <a href="https://ifttt.com/?

ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର ପାଶ୍ୱର୍ର ଲେଜର ସ୍କାନିଂ: ତିନି ଦିନ ଧରି ତର୍ଜମା କଲେ ୧୬ଜଣିଆ ଟିମ୍

କନକ ବ୍ୟୁରୋ: ସରିଲା ରତ୍ନଭଣ୍ଡାର ଲେଜର ସ୍କାନିଂ । ମୋଟ ୪୫ ପଏଂଟରେ ଫଟୋ ଉତୋଳନ କରାଯାଇ ଡକ୍ୟୁମେଂଟେସନ୍ କରାଯାଇଛି । ରତ୍ନଭଣ୍ଡାର ବାହାର ଲେଜର ସ୍କାନିଂ ପରେ ଏହାର ରିପୋର୍ଟ ତର୍ଜମା କରାଯିବ । ଆଉ ଆବଶ୍ୟକ ପଡ଼ିଲେ, ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନେଇ ଭିତର ରତ୍ନଭଣ୍ଡାର ମଧ୍ୟ ଯାଂଚ କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ସୁପରିନଟେଣ୍ଡେଂଟ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅସୁରକ୍ଷିତ ଓ ଯାଂଚର ଆବଶ୍ୟକ ଅଛି କି ନାହିଁ, ସେ ନେଇ ଆକଳନ କରିହେବ ନାହିଁ । ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

The post ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର ପାଶ୍ୱର୍ର ଲେଜର ସ୍କାନିଂ: ତିନି ଦିନ ଧରି ତର୍ଜମା କଲେ ୧୬ଜଣିଆ ଟିମ୍ first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ କ୍ରିକେଟ ଟିମର କୋଚ୍ ରାହୁଲ ଦ୍ରାବିଡଙ୍କୁ ମାସିକ କେତେ ଟଙ୍କା ମିଳୁଛି ଦରମା । ଜାଣନ୍ତୁ ଭାରତୀୟ ଟିମ୍ ସହ ରହିବେ କେତେ ଦିନ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ଖବର ଆସୁଥିଲା କି, ରାହୁଲ ଦ୍ରାବିଡ ଓ ବିସିସିଆଇ ସହିିତ ହୋଇଥିବା ଚୁକ୍ତିର ଅବଧି ଆଉ ବୃଦ୍ଧି କରିବାକୁ ଇଚ୍ଛୁକ ନଥିଲେ । ବିସିସିଆଇ ଏହା ଉପରେ କିଛି ବୟାନ ଦେଇନାହିଁ । ହେଲେ ଗଣମାଧ୍ୟମ ରିପୋର୍ଟ ମୁତାବକ ଦ୍ରାବିଡ ଆସନ୍ତା ବର୍ଷ ଅର୍ଥାତ ୨୦୨୪ ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ ଦଳର କୋଚ ଭାବେ କାର୍ଯ୍ୟ କରିବେ ।

ବିସିସିଆଇ ତରଫରୁ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଘୋଷଣା କରାଯାଇଛି । ହେଲେ ଏହି ପଦରେ ସେ କେବେ ପର୍ଯ୍ୟନ୍ତ ରହିବେ, ତାଙ୍କୁ ମାସିକ କେତେ ଟଙ୍କା ବେତନ ମିଳିବ ତାହା ଉପରେ କିଛି ସ୍ପଷ୍ଟ କରିନାହିଁ । ଏହା ପୂର୍ବରୁ ରାହୁଲ ଦ୍ରାବିଡଙ୍କୁ କୋଚ ଭାବେ ବିସିସିଆଇ ବାର୍ଷିକ ୧୦ କୋଟି ଟଙ୍କା ଦରମା ଦେଉଥିଲା । ସୂତ୍ର ସୂଚନା ମୁତାବକ ଚୁକ୍ତି ଅବଧି ବଢିବା ସହ ରାହୁଲ ଦ୍ରାବିଡଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି । ହେଲେ କେତେ ବୃଦ୍ଧି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ରାହୁଲ ଦ୍ରାବିଡ ୨୦୨୧ ମସିହାରେ ଭାରତୀୟ ଟିମର କୋଚର ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କର ପ୍ରଥମ କାର୍ଯ୍ୟକାଳ ୨ ବର୍ଷ ଥିଲା । ଦ୍ରାବିଡ କୋଚ ଥିବା ସମୟରେ ଭାରତ ଏସିଆ କପ ୨୦୨୩ ହାସଲ କରିଥିଲା । ସେହିଭଳି ଆଇସିସି କ୍ରିକେଟ ବିଶ୍ୱକପ ଓ ବିଶ୍ୱ ଟେଷ୍ଟ ଚମ୍ପିଅନସିପରେ ଉପ ବିଜେତା ହୋଇଥିଲା ।

The post ଭାରତୀୟ କ୍ରିକେଟ ଟିମର କୋଚ୍ ରାହୁଲ ଦ୍ରାବିଡଙ୍କୁ ମାସିକ କେତେ ଟଙ୍କା ମିଳୁଛି ଦରମା । ଜାଣନ୍ତୁ ଭାରତୀୟ ଟିମ୍ ସହ ରହିବେ କେତେ ଦିନ first appeared on Kanak News.

from Kanak News
via <a href="https://ifttt.com/?

ଆୟୁର୍ବେଦିକ ସିରଫ ହେଲା କାଳ । ମିଥାଇଲ ଯୁକ୍ତ ସିରପ ପାନକରି ୫ ମୃତ, ୨ ଗୁରୁତର

କନକ ବ୍ୟୁରୋ : ମଦ ନିଷେଧ ଥିବା ଗୁଜରାଟ ରାଜ୍ୟରେ ମଦମୃତ୍ୟୁ ଖବର ଆସିଛି । ମିଥାଇଲ ଯୁକ୍ତ ଆଲକହଲ ସିରପ ପିଇବା ଦ୍ୱାରା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ଗୁଜରାଟ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଗୁଜରାଟର ଖେଡା ଜିଲ୍ଲାରେ ଏହି ବିଶାକ୍ତ ସିରପ ପିଇବା ଦ୍ୱାରା ୫ଜଣଙ୍କର ମୃତ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ମୁତାବକ ନାଡିୟାଦର ବିଲୋଦରା ଗାଁରେ ଦୁଇ ଦିନରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ବାଗଡୁ ଗ୍ରାମରେ ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ବିଲୋଦର ଗାଁରେ ମିଳୁଥିବା ଆୟୁର୍ବେଦିକ ସିରଫ ପାନ କରି ଏହି ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି ।

The post ଆୟୁର୍ବେଦିକ ସିରଫ ହେଲା କାଳ । ମିଥାଇଲ ଯୁକ୍ତ ସିରପ ପାନକରି ୫ ମୃତ, ୨ ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ଓଡିଆ ସିନେମା ବାଟରେ କଣ୍ଟା କିଏ ? ଭିନ୍ନ ଭିନ୍ନ ମତ ରଖିଲେ ଅଭିନେତା ଓ ଫିଲ୍ମନିର୍ମାତା ।

କନକ ବ୍ୟୁରୋ: ଓଡିଆ ସିନେମା କେଉଁ ଦିଗକୁ ଗତି କରୁଛି ? ଓଡିଆ ସିନେମାର ଭବିଷ୍ୟତ କଣ ? ଏ ପ୍ରଶ୍ନ ସେତେବେଳେ ଉଠୁଛି ଯେତେବେଳେ ଓଡିଶାରେ ସିନେମାକୁ ନେଇ ବିବାଦ ହେଉଛି । ଆଉ ସେହି ବିବାଦ ଫିଲ୍ମରେ ମିଳିଥିବା ସବୁ ସଫଳତାରେ କାଳିମା ବୋଳି ଦେଉଛି । ତେବେ ଓଡିଆ ସିନେମା ବାଟରେ କଣ୍ଟା କିଏ ଯଦି କୁହାଯିବ ତାହାର ଭିନ୍ନ ଭିନ୍ନ ମତ ଆସିବ । ଯାହାକୁ ପାଇବା ପାଇଁ କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭରେ ପ୍ରଚେଷ୍ଟା ହୋଇଛି । ଅଭିନେତା ମନୋଜ ମିଶ୍ର ଓ ଅରିନ୍ଦମ ରୟ ଏବଂ ଫିଲ୍ମନିର୍ମାତା ଅନୁପମ ପଟ୍ଟନାୟକ ସାମିଲ ହୋଇ ନିଜ ମତ ରଖିଛନ୍ତି ।

ଓଡିଆ ସିନେମା ବାଟରେ କଣ୍ଟା କିଏ ?

ଅନୁପମ ପଟ୍ଟନାୟକଙ୍କ ମତ:-
କଣ୍ଟା ମୋ ହିସାବରେ କେହି ନୁହେଁ । ମୁଁ ଏଠାକୁ ଭଲ ସିନେମା କରିବାକୁ ଆସିଛି । ଓଲିଉଡ ଗୋଟେ ଛୋଟିଆ ଇଣ୍ଡଷ୍ଟ୍ରି । ଏଠାରେ ଏମିତି ହେବ କେବେ ଭାବିନଥିଲି । ଫିଲ୍ମରୁ ଲାଭ ମିଳିବ ଏବଂ ରାଷ୍ଟ୍ରପତି ପୁରସ୍କାର ଦେବେ, ଏହି ୨ଟି ଜିନିଷ ହେଲେ ମୋ ପାଇଁ ଓଡ଼ିଆ ସିନେମା ହିଟ୍ । ମୁଁ ନିର୍ମାଣ କରିଥିବା ପ୍ରତୀକ୍ଷା ଫିଲ୍ମ ଲାଭ ଦେଇଛି ଏବଂ ପୁରସ୍କାର ମଧ୍ୟ ପାଇଛି । କିଛି ସମସ୍ୟା ପାଇଁ ଗୋଟେ ଗୋଟେ କଣ୍ଟା ରହି ଯାଇଛି । ଡିଷ୍ଟ୍ରିବ୍ୟୁସନ ସିଷ୍ଟମ, ଥିଏଟର ନାହିଁ, ଲୋକେ ପସନ୍ଦ କରୁ ନାହାନ୍ତି ଓଡିଆ ସିନେମା ଦେଖିବାକୁ । ପ୍ରତୀକ୍ଷା ଫିଲ୍ମର ପ୍ରଥମ ଦିନ ମୋର ୩ଟା ସୋ’ ଥିଲା, ୩ୟ ଦିନରେ ୧୮ଟି ସୋ’ରେ ପହଞ୍ଚିଲା । ସିନେମା ଏମିତି ହେବା ଦରକାର ଯାହାକୁ ଲୋକେ ପସନ୍ଦ କରିବେ ଏବଂ ଗୋଟିଏ ସୋ’ରୁ ୧୮ଟି ସୋ’ରେ ପହଞ୍ଚିବ । ଯଦି ସିନେ ଜଗତକୁ ଆଗକୁ ନେବାର ଅଛି ତାହାଲେ ସମସ୍ତେ ମିଶିକି କାମ କରିବା ଦରକାର ।

ଅରିନ୍ଦମ ରୟଙ୍କ ମତ:-
ଭଲ ସିନେମା ତିଆରି କରିବାରେ କୌଣସି କଣ୍ଟା ନାହିଁ । ମେକିଂରେ ସମସ୍ୟା ନାହିଁ ଥିଙ୍କିଙ୍ଗରେ ସମସ୍ୟା ରହଛି । ଏବେ ଲୋକେ କହିଲେଣି ଆମେ ଡବିଂ ସିନେମା ଦେଖିବୁନି । ପୂର୍ବରୁ ରିମେକ ଫିଲ୍ମ ହିଟ୍ ହୋଇଛି । ଦର୍ଶକଙ୍କ ରୁଚି କଣ, ଦର୍ଶକଙ୍କ କଣ ଦେଖିବାକୁ ଚାହୁଁଛନ୍ତି ତାହା ଜାଣି ଯଦି ସିନେମା ତିଆରି ହେବ ତାହା ସଫଳ ହେବ । ଭଲ ସିନେମା ଆସିବା ଦରକାର, ତାପରେ ଯାଇ ହଲ୍ ମିଳିବ । ଓଲିଉଡରେ କ୍ରିଏଟିଭ ଲୋକ ନାହାନ୍ତି ବୋଲି କହିବା ଠିକ୍ ନୁହେଁ । କେହି ଜାଣନ୍ତିନି କେତେବେଳେ କିଏ ଭଲ ସିନେମା କରିଦେବ । ସେତେବେଳେ କଣ ଏହି କଥାକୁ ଫେରାଇହେବ । ଓଲିଉଡରେ ବହୁତ କ୍ରିଏଟିଭ ଲୋକ ଅଛନ୍ତି, ଆଗକୁ ଓଲିଉଡରେ ବହୁତ ଭଲ ସିନେମା ହେବ ଏକଥା ନିଶ୍ଚିତ । ଓଡିଆ ସିନେମାନେ ପରିବର୍ତ୍ତନର ଯୁଗ ଆରମ୍ଭ ହେଲାଣି ।

ମନୋଜ ମିଶ୍ରଙ୍କ ମତ:-
ଓଡ଼ିଶା ସିନେମାକୁ ନେଇ ମୋର ମାନସିକ ଅବସ୍ଥା ଠିକ୍ ସ୍ଥାନରେ ଅଛି ଏବଂ ସ୍ପଷ୍ଟ ଅଛି । କିନ୍ତୁ ବ୍ୟବସ୍ଥା ମୋତେ ଦୁଃଖୀ କରିଦେଇଛି । ସରକାର ଜାଣିନାହାନ୍ତି ଓଡ଼ିଶାରେ ସିନେମା ତିଆରି ହୁଏ ନା ନାହିଁ । ଯଦି ଜାଣିଥାନ୍ତେ ତେବେ ଡିଷ୍ଟ୍ରିବ୍ୟୁସନ ବ୍ୟବସ୍ଥା ଏତେ ଖରାପ ନଥାନ୍ତା କି ଓଡ଼ିଆ ସିନେମା ଲୋପ ପାଇବାକୁ ବସିନଥାନ୍ତା । ଓଡ଼ିଶା ସିନେମା ପାଇଁ ସବୁଠୁ ବଡ କଣ୍ଟା ହେଉଛି ଓଏଫଡିସି । ପ୍ରତିଟି ଓଡିଆ ସିନେମାକୁ ପ୍ରାଇମ୍ ଟାଇମ୍ ମିଳିବା ଦରକାର । ଓଡ଼ିଶା ସିନେମା ଆଗକୁ ବଢିବା ବେଳେ ଏହାକୁ ହାତ ଧରି ଆଗକୁ ନେବାର ଦାୟିତ୍ୱ ସରକାରଙ୍କର ।

The post ଓଡିଆ ସିନେମା ବାଟରେ କଣ୍ଟା କିଏ ? ଭିନ୍ନ ଭିନ୍ନ ମତ ରଖିଲେ ଅଭିନେତା ଓ ଫିଲ୍ମନିର୍ମାତା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started