ସଂକଳ୍ପ ଯାତ୍ରାରେ ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ । ରାୟଗଡାର ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ଠାରୁ ବୁଝିଲେ ସୁବିଧା ସୁଯୋଗ

କନକ ବ୍ୟୁରୋ : ଦେଶରେ ବଢିବ ଜନ ଔଷଧି କେନ୍ଦ୍ରର ସଂଖ୍ୟା । ସାରା ଦେଶରେ ଜନ ଔଷଧି କେନ୍ଦ୍ରର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି ହେବ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଏମ୍ସ ଦେବଘର ଓ ଝାଡଖଣ୍ଡ ପରିସରରେ ୧୦ ହଜାର ତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳାଙ୍କ ନେତୃତ୍ୱରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସାରା ଦେଶରେ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ୍ କେନ୍ଦ୍ରର ଶୁଭାରମ୍ଭ ହୋଇଛି ।

ଦେଶର ମହିଳା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା ପାଇଁ ଡ୍ରୋନ୍ ଉଡାଇବାକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଏବଂ ପରବର୍ତୀ ୩ ବର୍ଷରେ ୧୫ ହଜାର ଡ୍ରୋନ୍ ବିତରଣର ଶୁଭାରମ୍ଭ ହୋଇଛି । ଭିଡିଓ କନ୍ଫରେନ୍ସରେ ସାମିଲ ହୋଇ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ଓଡ଼ିଶାର ହିତାଧିକାରୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୟ ଜଗନ୍ନାଥ କହି ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା ଆରମ୍ଭ କରିଥିଲେ । ତାଙ୍କ ପରିବାରରେର କିଏ କିଏ ଅଛନ୍ତି ବୋଲି ପଚାରିଥିଲେ ମୋଦୀ । ଏହା ସହ କେଉଁ ସରକାରୀ ଯୋଜନାରେ ଲାଭ ମିଳିଛି ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ । ପୂର୍ଣ୍ଣଚନ୍ଦ୍ର କହିଥିଲେ, ଉଜ୍ଜଳା, ପିଏମ୍ କିଷାନ, ପିଏମ୍ ଗରିବ କଲ୍ୟାଣ ଯୋଜନାର ଲାଭ ମିଳିଛି । ଏହି ଯୋଜନା ଫଳରେ ଜୀବନରେ କ’ଣ ପରିବର୍ତନ ଆସିଛି ବୋଲି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ପୂର୍ଣ୍ଣଚନ୍ଦ୍ର କହିଥିଲେ, ପୂର୍ବରୁ ଜଙ୍ଗଲରୁ କାଠ ଆଣି ଚୁଲିରେ ରୋଷେଇ କରୁଥିଲୁ । ହେଲେ ଏବେ ଉଜ୍ଜଳା ଯୋଜନା ଦ୍ୱାରା ସେଥିରୁ ମୁକ୍ତି ମିଳିଛି ।

The post ସଂକଳ୍ପ ଯାତ୍ରାରେ ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ । ରାୟଗଡାର ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ଠାରୁ ବୁଝିଲେ ସୁବିଧା ସୁଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଯଦି ………… ମୋ ବାପାଙ୍କୁ ହତ୍ୟା କରିଦେବ । ଏମିତି କହିଲେ ହମାସ କମାଣ୍ଡରର ପୁଅ

 

ଯଦି ସ୍ଥିର ହୋଇଥିବା ସମୟସୀମା ଭିତରେ ସବୁ ବନ୍ଧକ ମାନଙ୍କୁ ମୁକ୍ତ ନ କରନ୍ତି ତେବେ ମୋ ପିତାଙ୍କ ସମେତ ହମାସର ସମସ୍ତ ନେତା ମାନଙ୍କୁ ହତ୍ୟା କରିଦେବ ଉଚିତ । ଏପରି ଏକ ବିବାଦୀୟ ବୟାନ ଦେଇଛନ୍ତି ହମାସର ଜଣେ କମାଣ୍ଡରଙ୍କ ପୁଅ ।

ହାମାସର ସହ-ପ୍ରତିଷ୍ଠାତା ଶେଖ ହାସନ ୟୁସୁଫଙ୍କ ପୁତ୍ର ମୋସାବ ହାସନ ୟୁସୁଫ କହିଛନ୍ତି ଯେ ଇସ୍ରାଏଲ ହାମାସକୁ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଏକ ସମୟସୀମା ସ୍ଥିର କରିବା ଉଚିତ । ଯଦି ସେହି ସମୟସୀମା ମଧ୍ୟରେ ବନ୍ଧକମାନଙ୍କୁ ମୁକ୍ତ କରା ନ ଯାଏ, ତେବେ ତାଙ୍କ ପିତାଙ୍କ ସହ ହାମାସର ସର୍ବୋଚ୍ଚ କମାଣ୍ଡରଙ୍କୁ ମଧ୍ୟ ହତ୍ୟା କରାଯିବା ଉଚିତ୍ ।

ମୋସାବ ହାସନ ସୋସିଆଲ ମିଡିଆ ସାଇଟ ଏକ୍ସ (ଟ୍ୱିଟର) ରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ହାମାସ ସହିତ ଇସ୍ରାଏଲ କୌଣସି ପ୍ରକାର ଚୁକ୍ତି କରିବା ଉଚିତ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ହମାସର ନେତାଙ୍କ ହତ୍ୟା ଏବଂ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବା ହମାସ ପରାଜୟର ଗ୍ୟାରେଣ୍ଟି ଦେବ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ହମାସ୍ ଯେଉଁ ଯୁଦ୍ଧ କରୁଛି ତାହା ମାନବତା ବିରୁଦ୍ଧରେ ଅଟେ ।

https://platform.twitter.com/widgets.js

ଇସ୍ରାଏଲରୁ ନିଜ ଦେଶର ହତ୍ୟାକାରୀମାନଙ୍କୁ ମୁକ୍ତ କରିବାକୁ ଚାହୁଁଛି ହମାସ୍

୧୦ ମିନିଟର ଏହି ଭିଡିଓରେ ମୋସାବ କହିଛନ୍ତି ଯେ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବା ବଦଳରେ ହତ୍ୟାକାରୀମାନଙ୍କୁ ମୁକ୍ତ କରା ନଯାଉ। ଏଭଳି ପରିସ୍ଥିତିରେ ନା ଇସ୍ରାଏଲ କିମ୍ବା ମାନବ ସମାଜ କେହି ଏହାକୁ ବରଦାସ୍ତ କରିବେ ନାହିଁ । ମୁକ୍ତ ହେବା ପରେ ସେହି ହତ୍ୟାକାରୀମାନେ ପୁନର୍ବାର ନିରୀହ ଲୋକଙ୍କୁ ହତ୍ୟା କରିବେ ବୋଲି ସେ କହିଛନ୍ତି । ସେମାନଙ୍କର ମୁକ୍ତି ଅର୍ଥ ପୁଣି କେବଳ ନିରୀହ ଲୋକଙ୍କ ମୃତ୍ୟୁ ହେବ ।

ହମାସକୁ ଇସ୍ରାଏଲ ଧ୍ବଂସ କରିଦେବା ଉଚିତ

ଏହା ସହିତ ସେ କହିଛନ୍ତି ଯେ ବନ୍ଧକମାନଙ୍କୁ ମୁକ୍ତ କରିବାର ମିଶନ ଅପେକ୍ଷା ହମାସକୁ ସମ୍ପୂର୍ଣ ଧ୍ବଂସ କରିବା ଅଭିଯାନକୁ ଇସ୍ରାଏଲ ଅଧିକ ପ୍ରାଧାନ୍ୟ ଦେବା ଉଚିତ । ସେ କହିଛନ୍ତି ଯେ ଶିଶୁ, ମହିଳା, ବୃଦ୍ଧ ଏବଂ ଅନ୍ୟ ସାଧାରଣ ନାଗରିକଙ୍କୁ ବଞ୍ଚାଇବା ପାଇଁ ଆଉ କିଛି ଦିନ ପାଇଁ ଅସ୍ତ୍ରବିରତି ଚୁକ୍ତି କରିବାକୁ ପଡିବ । ଅବଶିଷ୍ଟ ବନ୍ଧକମାନେ ହେଉଛନ୍ତି ସୈନିକ, ଯେଉଁମାନଙ୍କୁ ସାଧାରଣ ବନ୍ଦୀମାନଙ୍କ ପରି ବ୍ୟବହାର କରାଯିବା ଉଚିତ୍ । ସେମାନେ ହାମାସର କମାଣ୍ଡର ଇବ୍ରାହିମ ହମିଦ ଏବଂ ଅବଦୁଲ୍ଲା ବରଗୋତିଙ୍କୁ ମୃତ୍ୟୁଦଣ୍ଡ ଦେବା ଉଚିତ୍ ।

‘ମୋ ପିତାଙ୍କ ସମେତ ହମାସର ସମସ୍ତ ଶୀର୍ଷ ନେତାମାନଙ୍କୁ ହତ୍ୟା କର’

ସେ ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଇସ୍ରାଏଲ ହାମାସକୁ ଏକ-ଦୁଇ ମାସ କିମ୍ବା ଛଅ ମାସ ସମୟ ଦେବା ଉଚିତ୍ । ଏହି ସମୟ ମଧ୍ୟରେ, ଯଦି ଏହାର ବନ୍ଧକମାନଙ୍କୁ ମୁକ୍ତ କରା ନ ଯାଏ, ତେବେ ଇସ୍ରାଏଲର ଜେଲରେ ରଖାଯାଇଥିବା ହମାସର ବରିଷ୍ଠ ନେତାମାନଙ୍କୁ ଫାଶୀ ଦେଇଦେବା ଉଚିତ୍। ତାଙ୍କ ପିତା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତାଙ୍କ ପିତାଙ୍କ ବିଷୟରେ ମୋସାବ କହିଛନ୍ତି ଯେ ୧୦-୧୫ ବର୍ଷ ପୂର୍ବେ ସେ ତାଙ୍କ ପିତାଙ୍କ ଜୀବନ ରକ୍ଷା କରି ଏକ ବଡ଼ ଭୁଲ କରିଛନ୍ତି। ସେ ସେହି ସମୟରେ ତାଙ୍କୁ ମରିବାକୁ ଦେବା ଉଚିତ୍ ଥିଲା । ସେ କହିଛନ୍ତି ଯେ ପୂର୍ବ ଅପେକ୍ଷା ପରିସ୍ଥିତି ଏବେ ଆହୁରି ଅଧିକ  ଖରାପ ହୋଇଯାଇଛି ।

୭ ଅକ୍ଟୋବରରେ ହମାସ ଆକ୍ରମଣ କରିଥିଲା

ଆପଣ ସମସ୍ତେ ଜାଣିଥିବେ ଯେ ଗତ ଅକ୍ଟୋବର ୭ ତାରିଖରେ ହମାସ ଜଳ, ସ୍ଥଳ ଓ ଆକାଶ ତିନି ମାର୍ଗାରୂ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରିଥିଲା । ଇସ୍ରାଏଲ ରେ ଏମିତି ନରସଂହାର ଚଳାଇଥିଲା ଯେ ତାହା ଆଗାମୀ ବହୁତ ପିଢି ଯାଏ ଇସ୍ରାଏଲର ମନେ ରହିବ । ଏହି ଆକ୍ରମଣରେ ପ୍ରାୟ ୧୪୦୦ ନାଗରିକଙ୍କ ପ୍ରାଣହାନୀ ଘଟିଥିଲା ଓ ୨୦୦ ଉର୍ଦ୍ଧ ଲୋକଙ୍କୁ ଅପହରଣ କରି ବନ୍ଧକ ହିସାବରେ ନେଇଯାଇଥିଲା । ସେବେଠାରୁ ଇସ୍ରାଏଲ ହମାସ ଶାସିତ ଗାଜା ଉପରେ ଆକ୍ରମଣ କରି ଆସୁଛି । ଏହି ଆକ୍ରମଣରେ ବହୁ ହମାସ ଆତଙ୍କବାଦୀ ଓ କମାଣ୍ଡର ସଫା ହେଇସାରିଲେଣି ।

ବନ୍ଧକ ମୁକ୍ତି ପାଇଁ ହୋଇଛି ଅସ୍ତ୍ରବିରତି

ଆମେରିକା ଓ ଆରବ ଦେଶର ମିଳିତ ପ୍ରାୟସରେ ଦୁଇ ପକ୍ଷ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଏହି ଅସ୍ତ୍ରବିରତି ଚୁକ୍ତି ଅନୁସାରେ ହମାସ କବଳରେ ଥିବା ବନ୍ଧକ ମାନଙ୍କ ବଦଳରେ ଇସ୍ରାଏଲ କିଛିଦିନ ପାଇଁ ଆକ୍ରମଣ ବନ୍ଦ ରହିବ ଓ ଇସ୍ରାଏଲ ଜେଲରେ ବନ୍ଦୀଥିବା କିଛି ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ମୂଳରୁ ଏହା ସ୍ପଷ୍ଟ କରିଛନ୍ତି ଯେ , ଯେ ପର୍ଯ୍ୟନ୍ତ ହମମାସକୁ ସମ୍ପୂର୍ଣ ରୂପେ ଶେଷ ନହେଇଛି ସେଯାଏ ଏ ଲଢେଇ ଜାରି ରହିବ ।

The post ଯଦି ………… ମୋ ବାପାଙ୍କୁ ହତ୍ୟା କରିଦେବ । ଏମିତି କହିଲେ ହମାସ କମାଣ୍ଡରର ପୁଅ first appeared on Kanak News.

from Kanak News
via <a href="https://ifttt.com/?

ପଡୋଶୀ ଘରେ ଲୁଚି ଥିଲେ ଜେଇ । ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ କନିଷ୍ଠ ଯନ୍ତ୍ରୀ

କନକ ବ୍ୟୁରୋ : ପଡୋଶୀ ଘରେ ଲୁଚିଥିଲେ ଲାଞ୍ଚୁଆ ଜେଇ । ଛାତ ଉପରୁ ଡିଆଁ ମାରି ପଡୋଶୀ ଘରେ ଥିଲେ ଲୁଚି । ଭିଜିଲାନ୍ସ ବିଭାଗ ଦ୍ୱାରା ଖୋଜା ଖୋଜି ପରେ ପଡୋଶୀ ଘରେ ଜେଇ ଥିବା ଜଣାପଡିଥିଲା । ଆଜି ସକାଳୁ ଭିଜିଲାନ୍ସ ବିଭାଗ ସୁନୀଲ ପାଢୀଙ୍କ ଘରେ ବେଲ ବଜାଇବା କ୍ଷଣି ଛାତ ଉପରକୁ ଯାଇ ପଡୋଶୀ ଘର ଚାତକୁ ଡେଇଁ ଫେରାର ହୋଇ ଯାଇଥିଲେ । ଜଳଯୋଗାଣ ବିଭାର ଜୁନିଅର ଇଂଜିନିୟର ସୁନିଲ କୁମାର ପାଢୀଙ୍କ ଜାଗମରା ସ୍ଥିତ ଘର ସମେତ ୫ଟି ସ୍ଥାନରେ ଜାରି ରହିଛି ଭିଜିଲାନ୍ସ ରେଡ୍ ।

କନିଷ୍ଠ ଯନ୍ତ୍ରୀଙ୍କ ଭୁବନେଶ୍ୱର ଓ ଗଞ୍ଜାମ ସ୍ଥିତ ୫ଟି ସ୍ଥାନରେ ଏକାକାଳୀନ ଚଢଉ କରୁଛି ଭିଜିଲାନ୍ସ ବିଭାଗ । ଜାଗମରା ସ୍ଥିତି ତିନି ତାଲା ବିଲ୍ଡିଂ, ଗଞ୍ଜାମ ଆସକା ସ୍ଥିତ ମାର୍କେଟ କମ୍ପେ୍ଲକ୍ସ, ପୈତୃକ ଘର, ସୁନୀଲଙ୍କ ଭଞ୍ଜନଗର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଏକାକାଳୀନ ଚଢାଉ କରୁଛି । ଭିଜିଲାନ୍ସ ବିଭାଗରର ୬ଜଣ ଡିଏସପି, ୩ ଇନସ୍ପେକ୍ଟର ଓ ୭ଜଣ ଏଏସଆଇ ଏହି ଚଢାଉରେ ନିୟୋଜିତ ହୋଇଛନ୍ତି । ଏବେ ସୁନିଲ ପାଢୀଙ୍କ ସନ୍ଧାନ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବାର ଅଭିଯୋଗ ହୋଇଥିଲା । ସୁନୀଲଙ୍କ ବାପା ଜଗବନ୍ଧୁ ପାଢୀ ଜଣେ ଅବସରର ପ୍ରାପ୍ତ ରେଞ୍ଜର । ତେବେ ଜଗବନ୍ଧୁ ପାଢୀ ମଧ୍ୟ ପୂର୍ବରୁ ତିନି ଥର ଚଢଉର ସମ୍ମୁଖୀନ ହୋଇଛନ୍ତି । ବର୍ତମାନ ତାଙ୍କର ମାମଲା ଭିଜିଲାନ୍ସ କୋର୍ଟରେ ବିଚାରଧୀନ ରହିଛି

The post ପଡୋଶୀ ଘରେ ଲୁଚି ଥିଲେ ଜେଇ । ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ କନିଷ୍ଠ ଯନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ସବୁ ସ୍କୁଲର ନବମ ଶ୍ରେଣୀ ସାଇକେଲରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶାର ବ୍ରାଣ୍ଡିଂ’ । ପିଲାଙ୍କ ଉପସ୍ଥାନ ବଢାଇବା ସରକାରଙ୍କ ଲକ୍ଷ୍ୟ ।

କନକ ବ୍ୟୁରୋ: ଆଜିଠୁ ରାଜ୍ୟର ସବୁ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା ‘ଆମେ ଗଢ଼ିବୁ ନୂଆ ଓଡ଼ିଶାର ବ୍ରାଣ୍ଡିଂ । ପୂର୍ବରୁ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତି ସ୍କୁଲକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । ଆଜି ସେହି କ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ସ୍କୁଲର ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ଷ୍ଟିକର ଲାଗିଛି । ଏହା ସହ ଆମେ ପଢ଼ିବୁ ବଢ଼ିବୁ ଶ୍ରେଷ୍ଠ ହେବୁର ଷ୍ଟିକର ମଧ୍ୟ ଲଗାଯାଇଛି । ପ୍ରଧାନଶିକ୍ଷୟିତ୍ରୀଙ୍କ କହିବା କଥା ସରକାର ନୂଆ ଯୋଜନା ଆଣିଛନ୍ତି । ପିଲାମାନେ କିଭଳି ସ୍ମାର୍ଟ ହେବେ, ସବୁଦିନ ସ୍କୁଲ ଆସିବେ, ଉପସ୍ଥାନ ବଢ଼ିବ ସେନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

The post ଆଜିଠୁ ସବୁ ସ୍କୁଲର ନବମ ଶ୍ରେଣୀ ସାଇକେଲରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶାର ବ୍ରାଣ୍ଡିଂ’ । ପିଲାଙ୍କ ଉପସ୍ଥାନ ବଢାଇବା ସରକାରଙ୍କ ଲକ୍ଷ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ସୁରଟ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଜିଅନ୍ତା ଜଳି ପାଉଁଶ ହୋଇଗଲେ ୭ ଶ୍ରମିକ ।୨୦ ଆହତଙ୍କ ଚାଲିଛି ଚିକିତ୍ସା, ୮ ଗୁରୁତର

କନକ ବ୍ୟୁରୋ: ଗୁଜରାଟ, ସୁରଟ ସ୍ଥିତ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ମଙ୍ଗଳବାର ବିଳମ୍ବତ ରାତିରେ କାରଖାନାରେ ବ୍ଲାଷ୍ଟ ହୋଇ ଅଗ୍ନିକାଣ୍ଡ ଘଟିବାରୁ ଜିଅନ୍ତା ଜଳିଗଲେ ୭ କର୍ମଚାରୀ । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏମାନଙ୍କ ଭିତରୁ ୮ଜଣ ଗୁରୁର ଥିବା ଜଣାପଡିଛି । ଅଗ୍ନିଶମ ବାହିନୀଙ୍କ ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟ୍ୟାଙ୍କ୍ରେ ପ୍ରଥମେ ବ୍ଲାଷ୍ଟ ହୋଇଥିଲା । ପରେ ନିଆଁ ସାରା କାରଖାନାରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିବା କାମ ଆରମ୍ଭ କରିଥିଲେ । ନିଆଁକୁ ଆୟତ କରିବାକୁ ୧୦ ଘଂଟାରୁ ଅଧିକ ସମୟ ଲାଗିଥିଲା । ପ୍ରାଥମିକ ଭାବେ ୨୦ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହାସହ ୭ କର୍ମଚାରୀ ଗାୟବ ଥିବା ଜଣାପଡିଥିଲା । ମାତ୍ର ନିଆଁକୁ ଆୟତ କରିବା ପରେ କାରଖାମା ଭିତରେ ୭ଟି କଙ୍କାଳ ମିଳିଥିଲା । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

The post ସୁରଟ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଜିଅନ୍ତା ଜଳି ପାଉଁଶ ହୋଇଗଲେ ୭ ଶ୍ରମିକ ।୨୦ ଆହତଙ୍କ ଚାଲିଛି ଚିକିତ୍ସା, ୮ ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ମାମଲା : କଟକ ସବରେଜିଷ୍ଟର କୋର୍ଟରେ ହାଜର ହେବେ ବିବାହ କରିବାକୁ ଥିବା ମହିଳାଙ୍କ ପୂର୍ବତନ ସ୍ୱାମୀ

କନକ ବ୍ୟୁରୋ : ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଅବେଦନ ମାମଲା । ବିଧାୟକ ଯେଉଁ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ତାଙ୍କ ପୂର୍ବତନ ସ୍ୱାମୀ ଆଜି ହାଜର ହେବେ ।
ଏନେଇ କଟକ ସବ୍ ରେଜିଷ୍ଟର କୋର୍ଟ ପକ୍ଷରୁ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ବିଜୟ ଶଙ୍କରଙ୍କ ପୂର୍ବ ବାନ୍ଧବୀ ସୋମାଲିକା ମଧ୍ୟ ହାଜର ହେବା ନେଇ ସୂଚନା ରହିଛି । ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ଆଜି ଚୂଡ଼ାନ୍ତ ନିଷ୍ପତି ହେବ ।

The post ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ମାମଲା : କଟକ ସବରେଜିଷ୍ଟର କୋର୍ଟରେ ହାଜର ହେବେ ବିବାହ କରିବାକୁ ଥିବା ମହିଳାଙ୍କ ପୂର୍ବତନ ସ୍ୱାମୀ first appeared on Kanak News.

from Kanak News
via <a href="https://ifttt.com/?

ମାତ୍ର ସପ୍ତାହକ ମଧ୍ୟରେ ନରମିଗଲା ତାଲିବାନର ସ୍ବର । ବଦଳେଇବାକୁ ପଡିଲା ଭାରତ ବିରୋଧୀ ନିଷ୍ପତି ।

ଏକ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ଭାରତରେ ଥିବା ଏହାର ଦୂତାବାସକୁ ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଥିଲା । ମାତ୍ର ଅଳ୍ପ କିଛି ଦିନ ପରେ ତାଙ୍କର ନିଷ୍ପତ୍ତି ବଦଳିଗଲା । ଆଫଗାନିସ୍ତାନ ପୁଣିଥରେ ଭାରତରେ ନିଜର ଦୂତାବାସ ଖୋଲିବାକୁ ଘୋଷଣା କରିଛି ।

ଆଫଗାନିସ୍ତାନ ପୁଣିଥରେ ଭାରତରେ ନିଜର ଦୂତାବାସ ଖୋଲିବାକୁ ଯାଉଛି।

ତାଲିବାନ ସରକାରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ଏହି ସୂଚନା ଦେଇଛନ୍ତି । ଷ୍ଟାନିକଜାଇ କହିଛନ୍ତି ଯେ ଆଫଗାନିସ୍ତାନ ଖୁବ୍ ଶୀଘ୍ର ଭାରତରେ ନିଜର ଦୂତାବାସ ଖୋଲିବ। ତାଲିବାନ ନେତା କହିଛନ୍ତି ଯେ ଆଫଗାନିସ୍ତାନ ପଡୋଶୀ ଦେଶ ସହ ଭଲ ସମ୍ପର୍କ ଚାହୁଁଛି ।

ଆମେ ଆପଣଙ୍କୁ ଜଣେଇଦେବାକୁ ଚାହୁଁଛୁ  ଯେ ମାତ୍ର ଏକ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ଭାରତରେ ଥିବା ଏହାର ଦୂତାବାସର ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଥିଲା । | ଷ୍ଟାନିକଜାଇ ସ୍ଥାନୀୟ ଗଣମାଧ୍ୟମ ଆରଟିଆକୁ କହିଛନ୍ତି ଯେ ହାଇଦ୍ରାବାଦ ଏବଂ ମୁମ୍ବାଇରେ ଥିବା ଆଫଗାନିସ୍ତାନ କନସୁଲେଟର ଅଧିକାରୀମାନେ କାବୁଲର ନିର୍ଦ୍ଦେଶ ପରେ ଦୂତାବାସ ପରିଦର୍ଶନ କରିଛନ୍ତି । ଆମେ ଶୀଘ୍ର ନୂଆଦିଲ୍ଲୀରେ ଏକ ଦୂତାବାସ ଖୋଲି ପୁଣି କାକଜ ଆରମ୍ଭ କରିବୁ | ଆମେ ପଡୋଶୀ ଦେଶ ସହିତ ଭଲ ସମ୍ପର୍କ ଚାହୁଁଛୁ ।

https://platform.twitter.com/widgets.js

ମାମୁଣ୍ଡଜେ ଭାରତ ସରକାରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ

ତାଲିବାନ ନେତାଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରଦୂତ ଫରିଦ ମାମୁଣ୍ଡଜେଙ୍କ ଅଧୀନରେ ଥିବା ମିଶନ କିଛି ଦିନ ପୂର୍ବରୁ ଭାରତ ସରକାରଙ୍କ ଉପରେ ଅଭିଯୋଗ କରିଥିଲା। ଆଶରଫ ଘାନି ସରକାରଙ୍କ ଦ୍ୱାରା ନିଯୁକ୍ତ ମାମୁଣ୍ଡଜେ ଭାରତ ସରକାର ସହଯୋଗ କରୁନଥିବା ଅଭିଯୋଗ କରିଥିଲେ । ମାମୁଣ୍ଡଜେ କହିଥିଲେ ଯେ ଭାରତ ସରକାରଙ୍କ ଦ୍ଵାରା କ୍ରମାଗତ ଭାବେ  ସମ୍ମୁଖୀନ ହେଉଥିବାଆହ୍ବାନ ଯୋଗୁ  ଦୂତାବାସକୁ ସବୁଦିନ ପାଇଁ ବନ୍ଦ କରିବାକୁ ପଡିବ।ମାମୁଣ୍ଡଜେ ଗତ କିଛି ମାସ ଧରି ଭାରତ ବାହାରେ ଅଛନ୍ତି । ତାଙ୍କୁ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନି ନିଯୁକ୍ତ କରିଥିଲେ । ଆଶ୍ରାଫ ଘାନି ସରକାରଙ୍କ ଦ୍ଵାରା ନିଯୁକ୍ତ ଦୂତାବାସର କୂଟନୀତିଜ୍ଞମାନେ ମଧ୍ୟ ସେପ୍ଟେମ୍ବର ୩୦ ରେ ଘୋଷଣା କରିଛନ୍ତି ଯେ ଏହି ମିଶନ ଅକ୍ଟୋବର ୧ ରୁ କାର୍ଯ୍ୟ ବନ୍ଦ କରିବାକୁ ଯାଉଛି ।

ଆପଣଙ୍କୁ ଜଣେଇ ରଖୁଛୁ ଯେ  ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ମଧ୍ୟ କାବୁଲରେ ଥିବା ଦୂତାବାସକୁ ସାମୟିକ ଭାବେ ବନ୍ଦ କରି ଦେଇଥିଲା ।ତାଲିବାନ ହାତରେ ଶାସନଡୋରି ବର୍ତ୍ତମାନ ଆଫଗାନିସ୍ତାନର ଶାସନ ଡୋରି ତାଲିବାନଙ୍କ ହାତରେ ରହିଛି । ୨୦୨୧ ମସିହାରେ ତାଲିବାନ ଆଶରଫ ଘାନିଙ୍କୁ ଆଫଗାନିସ୍ତାନରେ କ୍ଷମତାରୁ ହଟାଇ ଦେଶ ଅଧିକାର କରିଥିଲା । ଫରିଦ ତାଙ୍କ ଦ୍ୱାରା ନିଯୁକ୍ତ ରାଷ୍ଟ୍ରଦୂତ ଅଟନ୍ତି ।  ଏହା ସମ୍ଭବ ଯେ ତାଲିବାନ ସରକାର ତାଙ୍କୁ ବଦଳେଇବାକୁ ଚାହୁଁଛନ୍ତି। ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ଦ୍ଵାରା ଭାରତର କୌଣସି ବଡ଼ ଚିନ୍ତା ନାହିଁ । ହଁ, ଏହା ଆଉ ଏକ କଥା ଯେ ଆଫଗାନିସ୍ତାନର ଅନେକ ଛାତ୍ର ଭାରତରେ ରହି ପାଠ ପଢୁଛନ୍ତି ।  ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

The post ମାତ୍ର ସପ୍ତାହକ ମଧ୍ୟରେ ନରମିଗଲା ତାଲିବାନର ସ୍ବର । ବଦଳେଇବାକୁ ପଡିଲା ଭାରତ ବିରୋଧୀ ନିଷ୍ପତି । first appeared on Kanak News.

from Kanak News
via <a href="https://ifttt.com/?

ମା’ ଶବ ସହ ବର୍ଷେ ରହିଲେ ଦୁଇ ଭଉଣୀ । କାରଣ ପଚାରିବାରୁ କହିଲେ ଅସହାୟତାର କାହାଣୀ

କନକ ବ୍ୟୁରୋ: ସମୟ ଏତେ ଦାରୁଣ ପରିସ୍ଥିତିକୁ ଡାକିଆଣେ । ମଣିଷ ଏତେ ଅସହାୟ ହୋଇପଡେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାରାଣାସୀର ଏକ ଘଟଣାରୁ । ଏଠାରେ ଏକ ପରିବାରର ଦୁଇ ଭଉଣୀ ନିଜ ମା’ଙ୍କ ଶବ ସହ ଦୀର୍ଘ ୧୨ ମାସ କାଟିବା ପରେ ସତ ସାମ୍ନାକୁ ଆସିଛି । ଆଉ ଦୁଇ ଭଉଣୀ ନିଜ ଅସହାୟତାର କାହାଣୀ କହିବା ପରେ କାହାରି ବି ଆଖି ଆଖି ଓଦା ହୋଇଯିବ ।

ଘଟଣା ଲଙ୍କା ଥାନା କ୍ଷେତ୍ର ମଦରବା ଗାଓଁର । ମଦରବା ନିବାସୀ ଊଷା ତ୍ରିପାଠୀଙ୍କର ୨୦୨୨ ଡିସେମ୍ବର ୮ ତାରିଖରେ ମୃତ୍ୟୁ ହୋଇଥିଲା । ହେଲେ ଏହା କାହାରିକୁ ଜଣାନଥିଲା । ମା’ଙ୍କ ଶବ ସଂସ୍କାର କରିବା ବଦଳରେ ମୃତଦେହକୁ ଘରେ ରଖିଥିଲେ ଦୁଇ ଭଉଣୀ ପଲ୍ଲବୀ ଓ ବୈଶ୍ୱିକୀ । ଦିନେ କି ଦୁଇ ଦିନ ନୁହେଁ ବରଂ ପୁରା ୧୨ ମାସ ଅର୍ଥ ବର୍ଷେ । ଗତ ସପ୍ତାହକ ପୂର୍ବରୁ ତାଙ୍କ ଘରକୁ ଆସିଥିଲେ ତାଙ୍କ ପିଉସୀ । ହେଲେ କବାଟ ବାଡେଇବାରୁ ନା କେହି କବାଟ ଖୋଲିଥିଲେ ନା କେହି କିଛି ଭିତରୁ ଉତ୍ତର ଦେଇଥିଲେ । ଫଳରେ ସନ୍ଦେହ ହେବାରୁ ବୈଶ୍ୱିକୀଙ୍କ ପିଉସୀ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଆସି କବାଟ ବାଡେଇବା ପରେ ବି କେହି ନଖୋଲିବାରୁ ବାଧ୍ୟ ହୋଇ ପୁଲିସ କବାଟ ଭାଙ୍ଗି ଘର ଭିତରେ ପଶିଥିଲା । ଆଉ ଘର ଭିତରେ ଯାହା ଦେଖିଥିଲା ସେଥିରେ ପୁଲିସର ଆଶ୍ଚର୍ଯ୍ୟର ସୀମା ନଥିଲା । କାରଣ ଗୋଟିଏ ରୁମର ବେଡ ଉପରେ ମା’ର ଶବ କଙ୍କାଳ ଅବସ୍ଥାରେ ପଡିରହିଥିବାବେଳେ ଆଉ ଏକ ରୁମରେ ଦୁଇ ଭଉଣୀ ବସିଥିଲେ ।

ପୁଲିସ ସେମାନଙ୍କୁ ପଚରାଉଚୁରା କରିବାରୁ ସେମାନେ ନିଜ ଅସହାୟତା କଥା କହିଥିଲେ । ସେମାନଙ୍କ ବାପା ଅର୍ଥାତ୍ ମୃତ ଊଷା ଦେବୀଙ୍କ ସ୍ୱାମୀ ତାଙ୍କ ମୃତ୍ୟୁର ଦୁଇ ବର୍ଷ ପୂର୍ବରୁ ଘର ଛାଡି ପଳାଇଥିଲେ । ଦୀର୍ଘ ଦିନ ଅସୁସ୍ଥତା ପରେ ଗତ ବର୍ଷ ଡିସେମ୍ବରରେ ତାଙ୍କର ମୃତ୍ୟୁ ଖବର ପାଇ ମଧ୍ୟ ଘରକୁ ଆସିନଥିଲେ । ଫଳରେ ଅନ୍ତିମ ସଂସ୍କାର କରିବାକୁ ଅର୍ଥ ନଥିବାରୁ ମା’ଙ୍କର ଶେଷକୃତ୍ୟ କରିପାରିନଥିଲେ ଦୁଇ ଭଉଣୀ । କାଳେ କିଏ କ’ଣ କହିବେ ତେଣୁ କାହାକୁ କିଛି ନକହି ମା’ଙ୍କ ଶବକୁ ଘରେ ଲୁଚାଇ ରଖିଥିଲେ ।

ତେବେ ଗୋଟିଏ ଘରେ କିପରି ଦୁର୍ଗନ୍ଧରେ ରହୁଥିଲେ ବୋଲି ପୁଲିସ ପଚାରିବାରୁ ୨ ଭଉଣୀ କହିଥିଲେ ଯେ, ସେମାନେ ଅନେକ ସମୟରେ ଯାଇ ବାଲକୋନୀରେ ବସୁଥିଲେ । ଏବଂ ବାହାରକୁ ମଧ୍ୟ ପଳାଉଥିଲେ । ଅନ୍ୟପଟେ ପଡୋଶୀମାନେ ମଧ୍ୟ କହିଛନ୍ତି ଯେ, ଅନେକ ସମୟରେ ଦୁଇ ଭଉଣୀ ପଡୋଶୀଙ୍କ ଠାରୁ ମାଗିଯାଚି ଚଳୁଥିଲେ । ପୁଲିସ କଙ୍କାଳକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଦୁଇ ଭଉଣୀଙ୍କୁ ଅଧିକ ପଚାରାଉଚୁରା କରୁଥିବା ଜଣାପଡିଛି ।

The post ମା’ ଶବ ସହ ବର୍ଷେ ରହିଲେ ଦୁଇ ଭଉଣୀ । କାରଣ ପଚାରିବାରୁ କହିଲେ ଅସହାୟତାର କାହାଣୀ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ । ମିଶନ ଶକ୍ତି ମହାସଂଘ ଓ ଯାଜପୁର ପ୍ରଶାସନ ପକ୍ଷରୁ ଗୌତମବୁଦ୍ଧ ସଂସ୍କୃତି ଭବନରେ ଉଦଘାଟନ

କନକ ବ୍ୟୁରୋ : ଯାଜପୁର ମିଶନ ଶକ୍ତି ମହାସଂଘ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଗୈାତମ ବୁଦ୍ଧ ସଂସ୍କୃତି ଭବନରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟ ଉଦଘାଟନ ହୋଇଯାଇଛି । ଏଠାରେ ଟିକେଟ କାଉଣ୍ଟର ଠାରୁ ଆରମ୍ଭ କରି ପୁରା ପରିଚାଳନା ମହିଳାମାନଙ୍କ ଦ୍ୱାରା କରାଯିବ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଲିଉଡ୍ ସିନେ ଅଭିନେତା ଅରିନ୍ଦମ୍ ରାୟ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଯାଜପୁର ମିଶନ ଶକ୍ତି ମହାସଂଘ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏଭଳି ସୁଦୂର ପ୍ରସାରି ପଦକ୍ଷେପ ସମଗ୍ର ରାଜ୍ୟକୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ସେ ପ୍ରକାଶ କରିଛନ୍ତି । ସେହିଭଳି ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ ଯୋଗଦେଇଥିଲେ ।

The post ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ । ମିଶନ ଶକ୍ତି ମହାସଂଘ ଓ ଯାଜପୁର ପ୍ରଶାସନ ପକ୍ଷରୁ ଗୌତମବୁଦ୍ଧ ସଂସ୍କୃତି ଭବନରେ ଉଦଘାଟନ first appeared on Kanak News.

from Kanak News
via <a href="https://ifttt.com/?

ଘାଟିରେ ଓଲଟିଲା ଭ୍ୟାନ୍ । ୧୭ଜଣ ଯାତ୍ରୀ ଆହତ

କନକ ବ୍ୟୁରୋ : ଦେବଗଡରୁ ଆସିଛି ଏକ ବଡ ଦୁର୍ଘଟଣାର ଖବର । ଦେବଗଡ କଟାସର ଘାଟିରେ ଏକ ଭ୍ୟାନ୍ ଓଲଟିପଡିଥିବା ଖବର ସାମ୍ନାକୁ ଆସିଛି । ଏହି ଭ୍ୟାନରେ ଏକାଧିକ ଯାତ୍ରୀ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ଦେବଗଡ କଟାସର ଘାଟିରେ ଭ୍ୟାନଟି ଓଲଟିପଡିଛି ।

ତେବେ ଘାଟିକୁ ଭ୍ୟାନ୍ ଓଲଟି ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ୧୭ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ଛତାବର ଓ ଛେଣ୍ଡିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସୂଚନାରୁ ଜଣାପଡିଛି କି ଏକ ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ରିଆମାଳ ତିଳେଇପଶିରୁ ପରଜଙ୍ଗ ଆସୁଥିଲା ଭ୍ୟାନ । ଆଉ ବାଟରେ ଘାଟିରେ ଓଲଟିପଡିଛି ଭ୍ୟାନ୍

The post ଘାଟିରେ ଓଲଟିଲା ଭ୍ୟାନ୍ । ୧୭ଜଣ ଯାତ୍ରୀ ଆହତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started