ଭୁବନେଶ୍ୱରରେ ବଢ଼ି ଚାଲିଛି ଚୋରି, ରାହାଜାନୀ, ଲୁଟ । ରୋକିବାରେ ସକ୍ଷମ ହେଉନି ପୁଲିସ । ଭୟରେ ରାଜଧାନୀବାସୀ 

କନକ ବ୍ୟୁରୋ: ଚୋରି, ରାହାଯାନୀ, ଲୁଟ ଆଉ ଡକାୟତି । ରାତି ତ’ ରାତି ଏଠି ଦିନରେ ବି ଲୋକେ ଅସୁରକ୍ଷିତ । ଘଣ୍ଟାଏ ଛାଡି କି ଗଲେ ଘର ଭିତରେ ପଶି ଅବସ୍ଥା ବାର ବଜେଇ ଦେଉଛନ୍ତି ଲୁଟେରା । ଲୁଟେରାଙ୍କ କାରନାମା ଦେଖିଲେ ଲାଗୁଛି, ସତେ ଯେମିତି ଅପରାଧୀମାନେ ଏବେ ଉପରମୁହାଁ । ମାଳମାଳ ଚୋରୀ ଡକାୟତି ହେଉଥିବା ବେଳେ, କାଁ ଭାଁ ଅପରାଧୀ ଧରାପଡ଼ୁଛନ୍ତି । ଆଉ ଅଧିକାଂଶ ମାମଲାରେ ପୁଲିସ୍ ଫେଲ ।

ଏକଥା ଆମେ କହୁନୁ, ବରଂ କହୁଛନ୍ତି ଖୋଦ ରାଜଧାନୀବାସୀ । ଅପରାଧୀଙ୍କ ଉତ୍ପାତ ଦେଖି ଘର ମାଲିକମାନେ ଏବେ ରାଜଧାନୀ ଛାଡି ଗାଁକୁ ଚାଲିଯିବାକୁ ବସିଲେଣି । ଏପରିକି ପୁଲିସ କରୁଥିବା ତଦନ୍ତ ପ୍ରକ୍ରିୟାକୁ  ନେଇ ପୁଲିସ ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି ଅଭିଯୋଗକାରୀ ।

  • ଖସିଗଲେ ସୁନା ଦୋକାନ ମାଲିକ!
  • ସୁନା ପାଇଲେନି ଅଭିଯୋଗକାରୀ !

ସେପଟେ ଦିନ ଦ୍ୱିପ୍ରହରରେ ସୁରଞ୍ଜନ ଦାସଙ୍କ ଘରେ ପଶି ସୁନା ଗହଣା ଲୁଟ ଘଟଣାରେ ବଡଗଡ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଚୋରୀ ଯାଇଥିବା ସୁନା, ଟଙ୍କାର ଅଳ୍ପ କିଛି ଅଂଶ ମିଳିଥିବା ବେଳେ ବାକି ସୁନା ଓ ଟଙ୍କା କୁଆଡେ ଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ସୁରଞ୍ଜନ । ଏପରିକି ଏହି ଚୋରି ଜିନିଷ ଜଣେ ସୁନା ଦୋକାନ ମାଲିକଙ୍କୁ ବିକ୍ରି କରାଯାଇଥିବା ବେଳେ, ତାଙ୍କୁ ପୁଲିସ ଛାଡି ଦେଇଥିବା ଅଭିଯୋଗ କରିଛନ୍ତି ସୁରଞ୍ଜନଙ୍କ ସଂପର୍କୀୟ । ତେବେ ପୁଲିସ କହିଛି, ଏହି ଘଟଣାରେ ଯେ କେହି ବି ଥାନ୍ତୁ ତଦନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

ରାଜଧାନୀରେ କ୍ରମାଗତ ଲୁଟପାଟ୍ ଘଟଣାକୁ ନେଇ ଲୋକଙ୍କ ଛାତିରେ ଛନକା ପଶିଛି । ଘର ଭିତରେ ହେଉ କି ବାହାରେ ଲୋକମାନେ ଏବେ ନିଜ ସୁରକ୍ଷାକୁ ନେଇ ତ୍ରାହି ତ୍ରାହି ଡାକିବା ଆରମ୍ଭ କରିଦେଲେଣି । ଏଭଳି ସ୍ଥିତିରେ କମିଶନରେଟ ପୁଲିସ ଉପରୁ ଲୋକଙ୍କ ଆସ୍ଥା ଧୀରେ ଧୀରେ ତୁଟୁ ଥିବା ବେଳେ, କମିଶନରେଟ ପୁଲିସ ଏବେ କୋମାରେ ଓ ପାଟ୍ରୋଲିଂ ବ୍ୟବସ୍ଥା ଆଇସିୟୁରେ ପଡିଥିବା ଚର୍ଚ୍ଚା ହେଉଛି ।

The post ଭୁବନେଶ୍ୱରରେ ବଢ଼ି ଚାଲିଛି ଚୋରି, ରାହାଜାନୀ, ଲୁଟ । ରୋକିବାରେ ସକ୍ଷମ ହେଉନି ପୁଲିସ । ଭୟରେ ରାଜଧାନୀବାସୀ  first appeared on Kanak News.

from Kanak News
via <a href="https://ifttt.com/?

ପ୍ରତି ପଞ୍ଚାୟତରେ ଏଣିକି ମିଳିବ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଉପଲବ୍ଧ ହେବ ୧୫ଟି ସୁବିଧା

କନକ ବ୍ୟୁରୋ: ଏବେ ଅପହଞ୍ଚ ଇଲାକାରେ ପହଞ୍ଚିବ ବ୍ୟାଙ୍କ ସେବା । ରାଜ୍ୟର ଅନେକ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚି ନଥିବା ଖବର ବାରମ୍ବାର ଆସିବା ପରେ ଏଥିପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ପ୍ରତି ପଞ୍ଚାୟତାରେ ଆରମ୍ଭ କରିଛନ୍ତି ଆମ ବ୍ୟାଙ୍କ ସେବା । ତେବେ ଆଉ ବ୍ୟାଙ୍କ ସେବା ପାଇବା ପାଇଁ ଯିବାକୁ ପଡିବନି ମାଇଲି ମାଇଲି ବାଟ । ଏବେ ନିଜ ପଞ୍ଚାୟତରେ, ଘର ପାଖରେ ସମସ୍ତେ ପାଇବେ ବ୍ୟାଙ୍କ ସେବା । ଏଥିପାଇଁ ଐତିହାସିକ ପଦକ୍ଷେପ ନେଇ ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟର ବ୍ୟାଙ୍କ ନଥିବା ୪ ହଜାର ୩୭୩ ପଞ୍ଚାୟତରେ ଖୋଲିବ ସିଏସପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍ । ଏଥିରେ ୧୫ଟି ବ୍ୟାଙ୍କ ସେବା ମିଳିପାରିବ । ଏଥିପାଇଁ ରାଜ୍ୟ ସରକାର ୫ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୁଡିକୁ ଘର ଯୋଗାଇ ଦେବେ । ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗର ଉଦ୍ୟମରେ ଏହି ସେବା ମିଳିବ । ରାଜ୍ୟ ସରକାର ଆମ ବ୍ୟାଙ୍କ ସେବା ଆରମ୍ଭ କରିବା ପରେ ଏହାକୁ ନେଇ ବେଶ୍ ଖୁସି ଉପାନ୍ତ ଅଞ୍ଚଳର ଲୋକେ । ବିଶେଷକରି ବୟସ୍କ, ଭିନ୍ନକ୍ଷମ ଓ ଗର୍ଭବତୀ, ଯେଉଁମାନେ ବ୍ୟାଙ୍କ ସେବା ପାଇଁ ଦୂର ବାଟ ଯାଉଥିଲେ, ସେମାନେ ଏବେ ଘର ପାଖରେ ସେବା ପାଇବେ ଜାଣି ଖୁସି ହୋଇଛନ୍ତି ।

ତେବେ ଗତ କିଛି ଦିନ ହେଲା ବ୍ୟାଙ୍କ ସେବା ପାଇଁ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଅନେକ ଅସୁବିଧାର ସମ୍ମୁଖୀନ ହେବାର ଚିତ୍ର ବାରମ୍ବାର ସାମନାକୁ ଆସୁଥିଲା । କିନ୍ତୁ ସେହି ସମସ୍ୟା ଏବେ ଦୂର ହେବ ବୋଲି ଆଶା କରାଯାଉଛି ।

The post ପ୍ରତି ପଞ୍ଚାୟତରେ ଏଣିକି ମିଳିବ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଉପଲବ୍ଧ ହେବ ୧୫ଟି ସୁବିଧା first appeared on Kanak News.

from Kanak News
via <a href="https://ifttt.com/?

ବନ୍ଧା ହେଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ । ନଗଦ ୩୭ ଲକ୍ଷରୁ ଅଧିକ ଟଙ୍କା ଜବତ ପରେ ଗିରଫ କଲା ଭିଜିଲାନ୍ସ ।

କନକ ବ୍ୟୁରୋ: ଗିରଫ ହେଲେ ବୈପାରୀଗୁଡା ଥାନ୍ତ ଅଧିକାରୀ ସୁଶାନ୍ତ ଶତପଥୀ । ସୁଶାନ୍ତ କଟକ ଘରେ ବିଡା ବିଡା ଟଙ୍କା ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ଆଜି ଏହି ଘରୁ ୨୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ବର୍ତମାନ ସୁଦ୍ଧା ସୁଶାନ୍ତଙ୍କ କଟକ ଓ ବୈପାରୀଗୁଡା ସରକାରୀ କ୍ୱାଟର, ଥାନା ଚାମ୍ବର ଓ ବସରୁ ୩୭ ଲକ୍ଷ ୨୭ ହଜାର ଜବତ ହୋଇସାରିଲାଣି ।

  • ଆଇଆଇସିଙ୍କ ଘରେ ଟଙ୍କାର ପାହାଡ
  • ଘର, ଚାମ୍ବର ଓ ବ୍ୟାଗରେ ବିଡା ବିଡା ଟଙ୍କା
  • ଟଙ୍କା ଓ ଥାନା ଅଧିକାରୀଙ୍କ ଫଟୋ

ବୈପାରୀଗୁଡା ଥାନାର ଆଇଆଇସି ସୁଶାନ୍ତ କୁମାର ଶତପଥୀ । କୁହାଯାଏ, ଚାକିରି କରିବ ପୁଲିସ, ମାଛ ଖାଇବ ଇଲିସି । ଏହି ଉକ୍ତି ବୋଧହୁଏ ସୁଶାନ୍ତଙ୍କ କ୍ଷେତ୍ରରେ ବେଶ ପ୍ରଯୁଜ୍ୟ ସାବ୍ୟସ୍ତ ହୋଇଛି । ଦୁଇଦିନର ଚଢାଉରେ ଭିଜିଲାନ୍ସ ଯେଉଁ ନଗଦ ଟଙ୍କା ପାଇଛି, ତାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି ।

ବୈପାରୀଗୁଡା ଥାନା ଆଇଆଇସିଙ୍କ ବକ୍ସିବଜାର ସ୍ଥିତ କ୍ୱାର୍ଟରରେ, ମଙ୍ଗଳବାର ସକାଳୁ ଭିଜିଲାନ୍ସ ଯେତେବେଳେ ଚଢାଉ କରିଥଲା ସେତେବେଳେ ଘରୁ ମିଳିିଥିଲା ବିଡା ବିଡା ଟଙ୍କା । ଜବତ ହୋଇଛି ଲକ୍ଷେ କି ଦୁୁଇ ଲକ୍ଷ ନୁହେଁ ବରଂ ୨୯ ଲକ୍ଷ ୭୭ ହଜାର ଟଙ୍କା । ମେସିନ ଦ୍ୱାରା ଟଙ୍କା ଗଣୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆଉ ଏତେ ଟଙ୍କା ଦେଖିବା ପରେ ଭିିଜିଲାନ୍ସ ଅଧିକାରୀ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

  • ନଗଦ ଯଦି ଏତେ, ଭିତରେ ପୁଣି କେତେ?
  • କୁଆଡୁ ଆଣିଲେ ଏତେ ଟଙ୍କା?

ବର୍ତମାନ ସୁଦ୍ଧା ବୈପାରୀଗୁଡା ଆଇଆଇସିଙ୍କ ନିକଟରୁ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିସାରିଲାଣି ଭିଜିଲାନ୍ସ । କନଷ୍ଟେବଳରୁ ଆଇଆଇସି ହୋଇଥିବା ସୁଶାନ୍ତ ବୈପାରୀଗୁଡା ଥାନାରେ ୫ ମାସ ହେଲା ଥାନା ଅଧିକାରୀ ଭାବେ ଯୋଗଦେଇଥିଲେ । ସୋମବାର ବସ ଯୋଗେ ସେ କଟକ ଆସି କେନ୍ଦ୍ରାପଡା ଯାଇଥାନ୍ତେ । ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ମାଡିବସିଥିଲା ଭିଜିଲାନ୍ସ ଟିମ୍ ।

ବସରୁ ୨ ଲକ୍ଷ ୭୦ ହଜାର ଟଙ୍କା ବି ଜବତ ହୋଇଥିଲା । ସେହିଭଳି ଚଢାଉ ବେଳେ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଜବତ ହୋଇଥିଲା । ରାତିରେ ସରକାରୀ ଘରେ ଚଢାଉ ବେଳେ ୩ ଲକ୍ଷ ଜବତ ହୋଇଛି । ବୈପାରୀଗୁଡା ଥାନା ଅଧିକାରୀ ନାଁରେ ପୂର୍ବର୍ରୁ ଅନେକ ଅଭିଯୋଗ ଆସିଥିଲା । ମାସେ ହେଲା ସେ ଭିଜିଲାନ୍ସ ସ୍କାନରରେ ଥିଲେ ।

ଅଳ୍ପଦିନ ମଧ୍ୟରେ ଏତେ ଟଙ୍କା କୁଆଡୁ ଆସିଲା ତାର ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ଆଇଆଇସି । ଫଳରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି । ସୁଶାନ୍ତଙ୍କ ସେୟାର ମାର୍କେଟ ଓ ଅନ୍ୟ ଜମା ସହ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହେବ ବୋଲି ଜଣାପଡିଛି । ପ୍ରଶ୍ନ ଉଠୁଛି…

  • କଟକ ଘରେ ଏତେ ଟଙ୍କା ଦେଇଥିଲା କିଏ?
  • ବସରେ ଏତେ ଟଙ୍କା କୁଆଡେ ନେଇଥାନ୍ତେ?
  • ଗଞ୍ଜେଇ ମାଫିଆ ମୋଟା ଟଙ୍କା ଦେଉଥିଲେ କି?
  • ୫ ଦିନ ହଠାତ୍ କାହିଁକି ଛୁଟିରେ ଯାଉଥିଲେ ଆଇଆଇସି ?
  • ଆଇଆଇସିଙ୍କୁ କିଏ ଏଥିପାଇଁ ସହଯୋଗ କରୁଥିଲା କି?

The post ବନ୍ଧା ହେଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ । ନଗଦ ୩୭ ଲକ୍ଷରୁ ଅଧିକ ଟଙ୍କା ଜବତ ପରେ ଗିରଫ କଲା ଭିଜିଲାନ୍ସ । first appeared on Kanak News.

from Kanak News
via <a href="https://ifttt.com/?

ଭି.କେ. ପାଣ୍ଡିଆନ ଯୋଗଦେବା ପରେ ଚଳଚଞ୍ଚଳ ବିଜେଡି ଶିବିର । ଭେଟୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ବର୍ଗର ଲୋକ । ଆଗକୁ ବଡ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା

କନକ ବ୍ୟୁରୋ: ବିଜେଡିରେ ଭି.କେ. ପାଣ୍ଡିଆନ ସାମିଲ ହେବା ପରେ ଚଳଚଞ୍ଚଳ ହୋଇଛି ଦଳୀୟ ଶିବିର । ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଧାୟକ, ନେତା ଓ ବିଭିନ୍ନ ସଙ୍ଗଠନର ସଦସ୍ୟ । ତାଙ୍କୁ ଦଳର ଏବେ କେଉଁ ଭୂମିକା ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, ପାଣ୍ଡିଆନଙ୍କୁ ବିଜେଡିରେ ବଡ ଦାୟିତ୍ୱ ମିଳିପାରେ । ଆଉ ବିଜେଡି ନେତାଙ୍କ ବୟାନ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ନବୀନ ନିବାସରେ ଜମୁଛି ନେତା ଓ ବିଭିନ୍ନ ବର୍ଗର ଲୋକଙ୍କ ଭିଡ । ବିଧାୟକ, ନେତା ଓ ବିଭିନ୍ନ ସଂଗଠନର ଲୋକ ପାଣ୍ଡିଆନଙ୍କୁ ଭେଟୁଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପ୍ରୀତି ରଞ୍ଜନ ଘଡାଇ, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମଦୁଲି, ବିଧାୟକ ସ୍ନେହାଙ୍ଗିନି ଛୁରିଆଙ୍କ ସମେତ ଦଳର ବହୁ ବିଧାୟକ ଓ ନେତା ପାଣ୍ଡିଆନଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି ।

ତେବେ ଦଳର ପ୍ରାଥମିକ ସଦସ୍ୟ ଭାବରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ ବି ତାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ସେ ଆଗାମୀ ନିର୍ବାଚନରେ ବିଜେଡିର ମୁଖ୍ୟ ରଣନୀତିକାର ହେବେ ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି, ଆଗାମୀ ଦିନରେ ଦଳରେ ତାଙ୍କୁ ବଡ ଦାୟିତ୍ୱ ମିଳିପାରେ । ଯଦିଓ ବିଜେଡି ସୁପ୍ରିମୋ କିମ୍ବା ପାଣ୍ଡିଆନ ନିଜେ ଏ ସମ୍ପର୍କରେ କିଛି କହି ନାହାନ୍ତି, ତଥାପି ଦଳୀୟ ନେତାମାନଙ୍କ ବୟାନ, ଚର୍ଚ୍ଚାକୁ ଖୋରାକ ଯୋଗାଉଛି । କେବଳ ଏତିକି ନୁହେଁ, ୨୦୨୪ ନିର୍ବାଚନରେ ପାଣ୍ଡିଆନ କେଉଁ ଆସନରୁ ଲଢ଼ିବେ ସେ ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

The post ଭି.କେ. ପାଣ୍ଡିଆନ ଯୋଗଦେବା ପରେ ଚଳଚଞ୍ଚଳ ବିଜେଡି ଶିବିର । ଭେଟୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ବର୍ଗର ଲୋକ । ଆଗକୁ ବଡ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

କେତେ ସୁରକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଲେଜର ସ୍କାନିଂ କହିବ ସତ । ପ୍ରଥମ ଦିନରେ ୩୭ଟି ପଏଣ୍ଟର ଡକ୍ୟୁମେଣ୍ଟେସନ ଶେଷ

କନକ ବ୍ୟୁରୋ: ଲେଜର ସ୍କାନିଂ କହିବ ରତ୍ନଭଣ୍ଡାରର ସତ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଅମୁହାଁ ଦେଉଳର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ଶେଷ ହୋଇଛି । କାଲି ବାହାର କାନ୍ଥର ଲେଜର ସ୍କାନିଂ ହେବ । ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ ଉତ୍ତୋଳନ କରାଯାଉଛି । ଏହା ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ତଥ୍ୟ ଦେବ ଓ ରିପୋର୍ଟ ପରେ ପରବର୍ତୀ ନିଷ୍ପତି ନିଆଯିବ ।

  • କେତେ ସୁରକ୍ଷିତ ରତ୍ନଭଣ୍ଡାର?
  • ଲେଜର ସ୍କାନିଂ କହିବ ସତ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇର ସ୍ୱତନ୍ତ୍ର ବୈଷୟିକ ଟିମ ଲେଜର ସ୍କାନିଂ ଆରମ୍ଭ କରିଛି । ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଓ ନାଭିକଟା ମଣ୍ଡପର ମଝି ଅଂଶରେ ୩ଟି ସ୍ଥାନରେ ଲେଜର ସ୍କାନିଂ କରାଯାଉଛି । ଏଥିରେ ୩୬୦ ଡିଗ୍ରୀରେ ୩ଡି ଫଟୋ ଉତ୍ତୋଳନ କରାଯାଉଛି , ଯାହା ରତ୍ନଭଣ୍ଡାରର ପଥର କାନ୍ଥରେ ସୂଷ୍ମ ଫାଟ ଥିଲେ ବି ଡିଜିଟାଲ ମେଥଡରେ ଚିହ୍ନଟ କରିପାରିବ ।

  • ପ୍ରତି ଫଟୋ ଉତ୍ତୋଳନ ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗୁଛି
  • ରତ୍ନଭଣ୍ଡାର ଲେଜର ସ୍କାନିଂ ୩ରୁ ୪ ଦିନ ଲାଗିପାରେ
  • ଲେଜର ସ୍କାନିଂ ଦ୍ୱାରା କେବଳ ପଥର କାନ୍ଥର ଫଟୋ ଉଠିଥିବା ସ୍ଥାନର ସ୍ଥିତି ଜଣାପଡିବ
  • ପ୍ରଥମ ଦିନରେ ୩୭ ସ୍ଥାନର ସ୍କାନିଂ କରାଯାଇଛି
  • ବାହାର ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିଲେ ଭିତର ରତ୍ନଭଣ୍ଡାରର ସ୍ଥିତି ପରଖାଯିବ

ଏଏସଆଇର ୭ ଜଣିଆ ଟେକ୍ନିକାଲ ଟିମ ଏହି ଲେଜର ସ୍କାନିଂ କରୁଛନ୍ତି । ଏହାଛଡା ବୈଷୟିକ କୋର କମିଟି ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଏଏସଆଇ ଟିମ ବି ଉପସ୍ଥିତି ଅଛନ୍ତି । ତେବେ ଏବେ ଆସନ୍ତୁ ଜାଣିବା ଏହି ଲେଜର ସ୍କାନ କଣ ଓ ଏହା ପଥର କାନ୍ଥର ସୁଷ୍ମ ଫାଟକୁ କିଭଳି ଚିହ୍ନଟ କରିପାରିବ?

  • ଲେଜର ସ୍କାନିଂ ହେଉଛି ଏକ ଛୋଟ କ୍ୟାମେରା, ଯାହା ୩୬୦ ଡିଗ୍ରୀରେ ବୁଲି ଫଟୋ ଉଠାଇପାରିବ
  • ଡିଜିଟାଲ ମେଥଡରେ କାନ୍ଥର ଦୁର୍ବଳ ସ୍ଥିତି ଚିହ୍ନଟ କରିପାରିବ
  • ଯେଉଁ ଫଟୋ ଉଠିବ ତାହା ଥ୍ରୀଡି ରହିବ
  • ଏହି ଲେଜର ସ୍କାନରର ଉଚ୍ଚତା ୭ ଇଞ୍ଚ ଓ ଚଉଡା ୪ ଇଞ୍ଚ୍
  • ଲେଜର ବିମଗୁଡିକ କାନ୍ଥର ସୂଷ୍ମ ଛିଦ୍ର ଦେଇ ଅତିକ୍ରମ କରିବ
  • ଫଟୋଗୁଡିକୁ ସଫ୍ଟୱେର ଜରିଆରେ ଅନୁଶୀଳନ କରିହେବ

ରତ୍ନଭଣ୍ଡାର କାନ୍ଥରେ ଅନେକ ଫାଟ ରହିବା ସହ କାନ୍ଥ ଓଦାଳିଆ ଥିବା ଯାଞ୍ଚ ରିପୋର୍ଟରେ ଜଣାପଡିଥିଲା । ଆଉ ଲେଜର ସ୍କାନିଂ ପରେ ସ୍ଥିତି ଜଣାପଡିବ ବୋଲି ଆଶା କରାଯାଉଛି । ସ୍କାନିଂ ପରେ ଏଏସଆଇ ରିପୋର୍ଟ ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

The post କେତେ ସୁରକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଲେଜର ସ୍କାନିଂ କହିବ ସତ । ପ୍ରଥମ ଦିନରେ ୩୭ଟି ପଏଣ୍ଟର ଡକ୍ୟୁମେଣ୍ଟେସନ ଶେଷ first appeared on Kanak News.

from Kanak News
via <a href="https://ifttt.com/?

ହାରିଲା ପାହାଡ, ଜିତିଲେ ଉଦ୍ଧାରକାରୀ ଦଳ । ୧୭ ଦିନର ସଂଘର୍ଷ ପରେ ଟନେଲରେ ଫସିିଥିବା ଶ୍ରମିକଙ୍କ ଅତି ପାଖରେ ଟିମ୍ । ଯେ କୌଣସି ସମୟରେ ହୋଇପାରନ୍ତି ଉଦ୍ଧାର

କନକ ବ୍ୟୁରୋ: ୧୭ ଦିନ ପରେ ସୂର୍ଯ୍ୟ ଦେଖିପାରନ୍ତି ଶ୍ରମିକ । ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇଥିବାରୁ ଯେକୌଣସି ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇପାରେ । ସାରା ଦେଶରେ ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କରିଥିଲେ ୧୪୦ କୋଟି ଜନତା । ଏବେ ଉଦ୍ଧାର କାର୍ଯ୍ୟରେ ଆସୁଥିବା ଅସୁବିଧାକୁ ଅତିକ୍ରମ କରି ଶ୍ରମିକଙ୍କ ପାଖରେ ପହଞ୍ଚିଛି ଉଦ୍ଧାରକାରୀ ଦଳ ।

  • ୧୭ ଦିନର ସଂଘର୍ଷ
  • ସୁଡ଼ଙ୍ଗରେ ୪୧ ଶ୍ରମିକ
  • ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା

ଏ ସଂଗ୍ରାମ ସହଜ ନଥିଲା । ପାଦେ ପାଦେ ବିପଦ । ପ୍ରତି ମୁହୁର୍ତ୍ତରେ ଆହ୍ୱାନ । କେତେବେଳେ ମଣିଷ ଥକି ଯାଉଥିଲା । ଆଉ କେତେବେଳେ ମେସିନ୍ ନଇଁ ଯାଉଥିଲା । ଆଉ ଏହାରି ଭିତରେ ବନ୍ଧକ ଭଳି ଅଟକି ରହିଥିଲେ ୪୧ ଶ୍ରମିକ । ନା’ ସୂର୍ଯ୍ୟ ଦେଖିବାର ସୁଯୋଗ ଥିଲା, ନା’ ଜହ୍ନ ଦେଖିବାର ଅବକାଶ । ଉଦ୍ଧାରକାରୀ ଦଳ ପହଞ୍ଚାଇ ଦେଇଥିବା ମିଞ୍ଜି ମିଞ୍ଜି ଆଲୁଅ ଭିତରେ ଦିନରାତି ଅନୁଭବ କରିବାର ସୁଯୋଗ ବି ନଥିଲା ।

କ୍ୟାମେରାରେ କଏଦ ହୋଇଥିବା ଶ୍ରମିକଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା, ସେମାନଙ୍କ ଅସହାୟତା । କିଛି ସୀମିତ ସୀମା ଭିତରେ କଟୁଥିଲା ଶ୍ରମିକଙ୍କ ଜୀବନ । ଜଣେ ଆଉ ଜଣଙ୍କ ମୁହିଁ ଦେଖି, ପରସ୍ପରକୁ ସାନ୍ତ୍ୱନା ଦେଉଥିଲେ । ଆଉ କୌଣସି ବିକଳ୍ପ ନଥିଲା । ପରିବାର ଲୋକଙ୍କ ସହ କଥା ହେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା ସତ । ଶ୍ରମିକମାନେ ପରିବାର ଲୋକଙ୍କ ସହ କଥା ହୋଇଥିଲେ ସତ । କିନ୍ତୁ କିଛି ପଦର କଥା, ୧୭ ଦିନର କଷ୍ଟକୁ ଲାଘବ କରିବା ପାଇଁ ଯଥେଷ୍ଟ ନଥିଲା ।

ସୁଡ଼ଙ୍ଗ ଭିତରେ ଶ୍ରମିକ, ବାହାରେ ଉଦ୍ଧାରକାରୀ ଦଳ । ଆଉ ସୁଡ଼ଙ୍ଗଠୁ ବହୁ ଦୂରରେ, ସାରା ଦେଶରେ ଏହି ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କରୁଥିଲେ ୧୪୦ କୋଟି ଲୋକ । ଉଦ୍ଧାର କାର୍ଯ୍ୟରେ ଆସୁଥିବା ଅସୁବିଧାକୁ ଅତିକ୍ରମ କରି ଉଦ୍ଧାରକାରୀ ଦଳ ସଫଳତା ପାଆନ୍ତୁ । ଏହା ହିଁ ଥିଲା ସମସ୍ତଙ୍କ କାମନା ।

ସୂଚନାଯୋଗ୍ୟ ଯେ, ୧୨ ନଭେମ୍ବର ସକାଳର ସୂର୍ଯ୍ୟ ଉଇଁଲା ବେଳକୁ, ଅଘଟଣ ଘଟିସାରିଥିଲା । ଯେତେବେଳେ ସାରା ଭାରତରେ ଆଲୋକର ପର୍ବକୁ ନେଇ ଉତ୍ସାହ ଥିଲା, ସେତେବେଳେ ସୁଡ଼ଙ୍ଗ ସନ୍ଧିରେ ଫଶି ସାରିଥିଲେ ୪୧ ଶ୍ରମିକ । ଶ୍ରମିକଙ୍କ ସମ୍ପର୍କରେ ସୂଚନା ଆସିଲା ସତ, କିନ୍ତୁ ସେମାନଙ୍କୁ ଉଦ୍ଧାର କରିବା ସହଜ ନଥିଲା । ଏହାପରେ ସାରା ଦେଶରୁ ମେସିନ୍ ଆସିଲା । ବିଦେଶରୁ ବିଶେଷଜ୍ଞ ଆସିଲେ । ହେଲେ ଉଦ୍ଧାର ସମ୍ଭବ ହୋଇନଥିଲା । ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି । ହୁଏତ ଆଜି ହିଁ ସେମାନଙ୍କ ପାଇଁ ଦୀପାବଳି ।

The post ହାରିଲା ପାହାଡ, ଜିତିଲେ ଉଦ୍ଧାରକାରୀ ଦଳ । ୧୭ ଦିନର ସଂଘର୍ଷ ପରେ ଟନେଲରେ ଫସିିଥିବା ଶ୍ରମିକଙ୍କ ଅତି ପାଖରେ ଟିମ୍ । ଯେ କୌଣସି ସମୟରେ ହୋଇପାରନ୍ତି ଉଦ୍ଧାର first appeared on Kanak News.

from Kanak News
via <a href="https://ifttt.com/?

କାମ କଲା ପୁରୁଣା ଫର୍ମୁଲା । ସଫଳ ହେଲା ରାଟ୍ ହୋଲ୍ ମାଇନିଂ ପ୍ରୋସେସ । ସୁଡଙ୍ଗ ଭିତରେ ମୂଷା ଭଳି ହାତରେ ଖୋଳି ଖୋଳି ପହଞ୍ଚିଲେ ଦକ୍ଷ ଶ୍ରମିକ

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଶେଷ ହେବ ୧୭ ଦିନର ଅପେକ୍ଷା । ଉଦ୍ଧାର ହେବେ ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୫ ଓଡିଆଙ୍କ ସମେତ ୪୧ ଜଣ ଶ୍ରମିକ । ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ନିକଟତର ହୋଇଛି ଏନଡିଆରଏଫ୍ ଟିମର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ଉଦ୍ଧାର ହେବାକୁ ଥିବା ସ୍ଥାନରେ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି । ତେବେ କୁହାଯାଉଛି, ଶେଷ ମୂହୂର୍ତରେ କାମ ଦେଲା ପୁରୁଣା ଫର୍ମୁଲା ।

  • ଶ୍ରମିକଙ୍କ ପାଇଁ ବରଦାନ ରାଟ୍ ହୋଲ୍ ମାଇନିଂ
  • ଉଦ୍ଧାରର ଶେଷ ପର୍ଯ୍ୟୟରେ ହେଲା ସହାୟକ

ଆମେରିକାରୁ ଆସିଥିବା ଅଗର ମେସିନ ଭାଙ୍ଗିଯିବା ପରେ ଉଦ୍ଧାରକାରୀ ଦଳର ଚିନ୍ତା ବଢି ଯାଇଥିଲା । ହୋରାଇଜେଣ୍ଟାଲ ଅର୍ଥାତ ଭଗ୍ନାବଶେଷ ଦେଇ ସମାନ୍ତରାଳ ଖନନ ବେଳେ ବାରମ୍ବାର କଠିନ ଚଟାଣ ଆସିବାରୁ ଭାଙ୍ଗି ଯାଇଥିଲା ଡ୍ରିଲିଂ ମେସିନ୍ । ତେଣୁ ବିକଳ୍ପ ରାସ୍ତା କଥା ଚିନ୍ତା କରିଥିଲେ ଉଦ୍ଧାରକାରୀ ବିଶେଷଜ୍ଞ ଦଳ । ଏଥିପାଇଁ ରବିବାରଠାରୁ ପାହାଡର ଉପରପଟୁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହେଲା । ପାହାଡର ଉପରପଟୁ ଗୁଡାଏ ବାଟ ଡ୍ରିଲିଂ ସରିଥିବାବେଳେ, ପୁଣି ଭଗ୍ନାବଶେଷ ଦେଇ ସମାନ୍ତରାଳ ଭାବେ ଖନନ ଆରମ୍ଭ ହେଲା । କିନ୍ତୁ ମେସିନ ସାହାଯ୍ୟରେ ଆଉ ଖନନ ସମ୍ଭବ ନହେବାରୁ ମାନୁଆଲ ଉପାୟରେ ଅର୍ଥାତ ଶ୍ରମିକମାନେ ହାତରେ ଖୋଳିବା ଆରମ୍ଭ କରିଥିଲେ ।

କ’ଣ ଏହି ରାଟ୍ ହୋଲ ମାଇନିଂ?

  • ନାଁରୁ ହିଁ ଜଣାପଡୁଛି ଯେ, ମୂଷା ଗାତ ଖୋଳିବା ପରି ଏହି ପ୍ରକ୍ରିୟା
  • ଲୁହାପଥର କିମ୍ବା କୋଇଲା ଖଣିରେ ଏଭଳି ଖନନ କରାଯାଏ
  • ମାଇନିଂ କରୁଥିବା ଶ୍ରମିକ ୪ ଫୁଟ୍ ଓସାରର ଗାତ ଖୋଳି ପ୍ରବେଶ କରନ୍ତି
  • ଗାତରେ ଥରକରେ କେବଳ ଜଣେ ଶ୍ରମିକ ହିଁ ପ୍ରବେଶ କରିପାରିବେ
  • କେବଳ ହାତରେ କିଛି ଉପକରଣ ଧରି ଧିରେଧିରେ ଗାତ ଖୋଳିବାକୁ ପଡେ
  • ଏହି ଗାତ ଦେଇ ଶ୍ରମିକଙ୍କ ପାଖରେ ପହଞ୍ଚିଛି ଉଦ୍ଧାରକାରୀ ପାଇପ୍

ବିଜ୍ଞାନ ସମ୍ମତ ହୋଇନଥିବାରୁ ୨୦୧୪ରେ ରାଟ୍ ହୋଲ ମାଇନିଂକୁ ବ୍ୟାନ କରାଯାଇଥିଲା । ତଥାପି ଲୁଚାଛପାରେ ଏଭଳି ଖଣି ଖୋଳା ଚାଲିଥିବାରୁ ଏକାଧିକ ଅଘଟଣ ଘଟିଛି ଓ ଜୀବନ ଯାଇଛି । କିନ୍ତୁ ଦେଶର ସବୁଠୁ ବଡ ବିପଦ ବେଳେ ସେହି ବ୍ୟାନ ପ୍ରକ୍ରିୟା ହିଁ କାମରେ ଆସିଛି । ଏହି ପ୍ରକ୍ରିୟାକୁ କ୍ରିୟାନ୍ୱିତ କରିବା ପାଇଁ ୧୨ ଜଣ ସଦସ୍ୟ ବିଶିଷ୍ଟ ୨ ଟିକିଆ ଦଳ ଦିଲ୍ଲୀରୁ ଆସିଥିଲେ । ଯଦିଓ ଉତ୍ତରାଖଣ୍ଡ ସରକାରଙ୍କ ନୋଡାଲ ଅଧିକାରୀ ନୀରଜ ଖେରୱାଲ ଏମାନଙ୍କୁ ବିଶେଷଜ୍ଞ ବୋଲି ପରିଚୟ କରାଇଥିଲେ ।

ହାତରେ ଖୋଳି ଶ୍ରମିକମାନେ ଫସିରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ବାଟ ଖୋଲି ଦେଇଥିଲେ । ଏପଟେ ଶ୍ରମିକମାନେ ଉଦ୍ଧାର ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯିବା ପରେ ସୁଡଙ୍ଗ ବାହାରେ ପ୍ରସ୍ତୁତ ରଖାଯାଇଥିଲା ୪୧ଟି ଆମ୍ବୁଲାନ୍ସ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ ଉତ୍ତରାଖଣ୍ଡ ସରକାର । ସୁଡଙ୍ଗ ଭିତରେ ପ୍ରସ୍ତୁତ କରାଯାଇଥିଲା ୮ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ହସ୍ପିଟାଲ । ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତୟାର ହୋଇ ରହିଥିଲେ ବିଶେଷଜ୍ଞ ଡାକ୍ତର ।

The post କାମ କଲା ପୁରୁଣା ଫର୍ମୁଲା । ସଫଳ ହେଲା ରାଟ୍ ହୋଲ୍ ମାଇନିଂ ପ୍ରୋସେସ । ସୁଡଙ୍ଗ ଭିତରେ ମୂଷା ଭଳି ହାତରେ ଖୋଳି ଖୋଳି ପହଞ୍ଚିଲେ ଦକ୍ଷ ଶ୍ରମିକ first appeared on Kanak News.

from Kanak News
via <a href="https://ifttt.com/?

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଭାରତ । ଆଜିର ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଭାରତ ଆଜି ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିବ । ସେହିପରି ଅଷ୍ଟ୍ରେଲିଆ ମ୍ୟାଚ ଜିତି ସିରିଜ ହାରିବାରୁ ରକ୍ଷା ପାଇବାକୁ ଚେଷ୍ଟା କରିବ । ଭାରତ ୫ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି ।

The post ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ first appeared on Kanak News.

from Kanak News
via <a href="https://ifttt.com/?

ରତ୍ନଭଣ୍ଡାର ପ୍ରଥମ ଦିନର ଲେଜର ସ୍କାନିଂ ଶେଷ । କାଲି ସକାଳେ ପୁଣି ହେବ ସ୍କାନିଂ ।

କନକ ବ୍ୟୁରୋ: ଶେଷ ହେଲା ରତ୍ନଭଣ୍ଡାରର ପ୍ରଥମ ଦିନର ସ୍କାନିଂ । ରତ୍ନଭଣ୍ଡାର ବାହାର କାନ୍ଥର ସ୍କାନିଂ ଶେଷ ହୋଇଛି । ଅମୁହାଁ ଦେଉଳ ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ଡକ୍ୟୁମେଣ୍ଟେସନ୍ ହୋଇଛି । ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକ୍ୟୁମେଣ୍ଟେସନ୍ ଶେଷ ହୋଇଛି ବୋଲି ସୂଚନା ରହିଛି । ତେବେ କାଲି ସକାଳେ ପୁଣିଥରେ ଲେଜର ସ୍କାନିଂ ହେବ । ବାହାର କାନ୍ଥର ଉତ୍ତର ଭାଗର ଲେଜର ସ୍କାନିଂ ହେବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

The post ରତ୍ନଭଣ୍ଡାର ପ୍ରଥମ ଦିନର ଲେଜର ସ୍କାନିଂ ଶେଷ । କାଲି ସକାଳେ ପୁଣି ହେବ ସ୍କାନିଂ । first appeared on Kanak News.

from Kanak News
via <a href="https://ifttt.com/?

ମା ନୁହେଁ ରାକ୍ଷସୀ । ନିଜ ୭ ବର୍ଷର ଝିଅକୁ କରାଉଥିଲା ଯୌନ ଶୋଷଣ

ଯେଉଁଠି ମା’କୁ ମମତାର ଦେବୀ ବୋଲି କୁହାଯାଏ , ଯେଉଁ ଦେଶରେ ମା’କୁ ସମଗ୍ର ସଂସାର ବୋଲି ବର୍ଣନା କରାଯାଏ ,  ଯେଉଁ ସଂସ୍କୃତିରେ ମା’କୁ ପ୍ରଥମ ଗୁରୁ ବୋଲି କୁହାଯାଏ ସେଇଠି ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କ ମୁଣ୍ଡ ତଳକୁ କରିଦେବ । ମା’ ଶବ୍ଦ ଆଜି କେରଳର ସେହି ଶିଶୁଟି ପାଇଁ ଏକ ଅଭିଶାପଠୁ କିଛି କମ ନୁହେଁ ।  ଯେଉଁ ମା’ ନିଜ ଗର୍ଭରୁ ଜନ୍ମ ଦେଇଥିବା ଶିଶୁକୁ ଲଗାତାର ନିଜ ପ୍ରେମୀ ଦ୍ଵାରା ଧର୍ଷଣ କରାଉଛି ତାକୁ ଆପଣ କଣ ବୋଲି କହିବେ ?

ଏହା ହେଉଛି ଏମିତି ଜଣେ ମହିଳାଙ୍କ କାହାଣୀ ଯିଏ ମା’ ଶବ୍ଦକୁ ଲଜ୍ଜିତ କରିଛି । ଏହା ହେଉଛି ୭ ବର୍ଷର ଏକ ଝିଅର କାହାଣୀ ଯାହା ପାଇଁ ମା’ ଶବ୍ଦ କୌଣସି ଅଭିଶାପଠାରୁ କମ୍ ନୁହେଁ । ସେହି କୋମଳମତି ଝିଅଟି ମାନସିକ ଏବଂ ଶାରୀରିକ ଯନ୍ତ୍ରଣାର ଏପରି ଏକ ସମୟ ଦେଇ ଗତି କରିଛି  ଯାହାର କଳ୍ପନା ମାତ୍ରକେ ଜଣଙ୍କର ହୃଦୟ ଭାଙ୍ଗିପଡ଼ିବ । ଦୁଃଖର କଥା ସେହି  ଯନ୍ତ୍ରଣା ତାକୁ ତା ନିଜ ମା’ ହିଁ ଦେଇଛି । ନିଜର କୋମଳମତି ମାତ୍ର ୭ ବର୍ଷର ଝିଅକୁ ନିଜର ପ୍ରେମୀ ପାଖରେ ଏମିତି ପରଷି ଦେଉଥିଲା ଯେମିତି ସିଏ ଗୋଟେ ପଣ୍ୟ ବସ୍ତୁ ।

ମା’ର ପ୍ରେମିକ ସେ ଝିଅକୁ ତା ସାମନାରେ ହିଁ ଧର୍ଷଣ କରୁଥିଲା । ଏସବୁ ଦେଖି ସେ ପିଶାଚୀ ମା’ର ମନରେ ଟିକେ ହେଲେ କଷ୍ଟ ହେଉନଥିଲା 

ମା’ କରାଉଥିଲା ଯୌନଶୋଷଣ

ଏହି ମହିଳା ପ୍ରତିଦିନ ନିଜ ଝିଅକୁ ଯୌନ ଶୋଷଣ କରାଉଥିଲା । କୁନି ଝିଅଟିର ସମ୍ବେଦନଶୀଳ ଅଙ୍ଗ କ୍ଷତାକ୍ତ ହେଉଥିଲେ ମଧ୍ୟ ମା’ ସେସବୁକୁ ଅଣଦେଖା କରିଦେଉଥିଲା । ମା’ ସାମନାରେ ସେ ରାକ୍ଷସ ପ୍ରବୃତ୍ତିର ତା ପ୍ରେମିକ ଝିଅକୁ ଅତ୍ୟନ୍ତ ନୃଶଂସ ଭାବେ ଧର୍ଷଣ କରେ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ବର୍ଷେ ଧରି ସେ ଝିଅଟି ଏପରି ନିର୍ଯାତନାର ଶିକାର ହେଇ ଚାଲିଥିଲା । ଏମିତି କାହାଣି ଶୁଣି ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ଯେ ଏତେ କମ ବଯସର ଝିଅଟେ ଏତେ କଷ୍ଟ କେମିତି ସହିଲା ।

୨୦୧୮ ରୁ ୨୦୧୯ ପର୍ଯ୍ୟନ୍ତ ଝିଅଟି ଲଗାତାର ଯୌନ ନିର୍ଯାତନାର ଶିକାର ହେଉଥିଲା ।  ସେ ଯନ୍ତ୍ରଣା ସହିବାକୁ ବାଧ୍ୟ ହେଉଥିଲା । କାହାକୁ ବା କହିବ ? ଯେଉଁ ମା’କୁ ନିଜ କଷ୍ଟ କହିଥାନ୍ତା ସେହି ମା ହିଁ ତ ଏସବୁ କରାଉଥିଲା ।

୭ ବର୍ଷର କୁନି ଝିଅର ଭୟଙ୍କର କାହାଣୀ 

ଅଭିଯୁକ୍ତ ମହିଳାଙ୍କର ଦୁଇଟି ଝିଅ ଥିଲେ। ସ୍ୱାମୀ ମାନସିକ ରୋଗରେ ପୀଡ଼ିତ ।  ଏହି ସମୟ ମଧ୍ୟରେ ଏହି ମହିଳା ଶିଶୁପାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କରେ ପଡ଼ିଥିଲା । ନିଜ ପ୍ରେମିକକୁ ଖୁସି କରିବା ପାଇଁ ସେ ନିଜ ସାନ ଝିଅକୁ ମଧ୍ୟ ଏହି ବ୍ୟକ୍ତିଙ୍କ ନିକଟକୁ ଉପଭୋଗ କରିବା ପାଇଁ ପଠାଇ ଦେଉଥିଲା । ସେହି ସମୟରେ ଝିଅଟିକୁ ମାତ୍ର ୭ ବର୍ଷ ହୋଇଥିଲା ।  ଅଭିଯୁକ୍ତ ମହିଳା ଜଣକ ନିଜ ଝିଅକୁ ନିଜର ପ୍ରେମୀ ଶିଶୁପାଲ ଘରକୁ ନେଇଯାଉଥିଲେ । ଯେଉଁଠି ଶିଶୁପାଳ ଝିଅକୁ ବଳାତ୍କାର କରୁଥିଲା । ଏହିପରି କ୍ରମ ପ୍ରାୟ ବର୍ଷେ ଧରି ଜାରି ରହିଥିଲା । ଝିଅଟି ମା କୁ ତାର ପ୍ରାଇଭେଟ ପାର୍ଟରେ ଯନ୍ତ୍ରଣା ହେଉଥିବାର ବାରମ୍ବାର ଜଣାଇଥିଲା କିନ୍ତୁ ମା’ ସେ ସବୁ ଶୁଣି ନଶୁଣିଲା ପରି ଆଡେଇ ଦେଇଥାଏ ।  ନିଜ ପ୍ରେମିକକୁ ଖୁସି କରିବା ପାଇଁ ମା’ ଏତେ ତଳକୁ ଖସି ଯାଇପାରେ ତାହା କଳ୍ପନାର ବାହାରେ ।

ପିତା ମାନସିକ ରୋଗୀ ସ୍ବାମୀ ମାନସିକ ରୋଗରେ ପୀଡ଼ିତ । ସେ କିଛି ଜାଣି ପାରନ୍ତି ନାହିଁ ।  ଝିଅଟିର ବଡ଼ ଭଉଣୀକୁ ୧୧ ବର୍ଷ ହେଇଥାଏ । ପୁର ଘରକୁ କବଜା କରି ରଖିଥାଏ ଆରୋପି ମହିଳା ଜଣକ । ଦିନେ ସୁଯୋଗ ପାଇ ଝିଅଟି ତା ବଡ଼ ଭଉଣୀକୁ ସବୁକଥା କହିଦେଲା । ସେମାନେ ଦୁଇ ଜଣ ସୁଯୋଗ ଉଣ୍ଡୀ ଦିନେ ଜେଜେମା ଘରକୁ ଯାଇ ତାଙ୍କୁ ସବୁକଥା ବର୍ଣନା କରି କହିଦେଲେ । ଏ କଥା ସବୁ ଶୁଣି ଜେଜେମା ମୁଣ୍ଡରେ ହାତ ଦେଇ ବସିଲା । କଣ କରିବ କିଛି ବୁଦ୍ଧି ନପାଇ ପୋଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ । ଏହାପରି ଭାବରେ ପୁରା ମାମଲା ଲୋକଲୋଚନକୁ ଆସିଥିଲା ।

ଏହି ମାମଲା କେରଳ ହାଇକୋର୍ଟରେ ଦୀର୍ଘଦିନ ଧରି ଚାଲିଥିଲା । ମାମଲାର ବିଚାର କରି ବିଚାରପତି ସମ୍ପୃକ୍ତ ମହିଲାକୁ ୪୦ ବର୍ଷର ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ଏହି ଘଟଣାର ବିଚାର କରୁଥିବା ଜଜ ରେଖା ସିଂ କହିଛନ୍ତି ଏହା ଏକ ଅତ୍ୟନ୍ତ ସଂବେଦନଶୀଳ ଘଟଣା ଅଟେ । ଯେଉଁଥିରେ ମା’ ଶବ୍ଦକୁ ଅଭିଯୁକ୍ତ ମହିଳା ଜଣକ ଅପମାନିତ କରିଛନ୍ତି । ତାଙ୍କୁ କଠିନରୁ କଠିନ ସଜା ଦେବ ଉଚିତ । ମହିଳା ଜଣକ ପ୍ରଥମେ ନିଜର ବଡ଼ ଝିଅ ପ୍ରତି ମଧ୍ୟ ସେହିପରି ଯୌନଶୋଷଣ କରାଉଥିଲା । ପରେ ଭାବିଲା ଛୋଟ ପିଲା ଦ୍ଵାରା ଏମିତି କଲେ ବିପଦ କମ କରଣ ସେ କାହାକୁ କିଛି କହି ପାରିବନି ।

ଘଟଣାର ଅନ୍ୟ ଆରୋପୀ ଶିଶୁପାଳ ପୂର୍ବରୁ ଆତ୍ମହତ୍ୟା କରିସାରିଛି ।

The post ମା ନୁହେଁ ରାକ୍ଷସୀ । ନିଜ ୭ ବର୍ଷର ଝିଅକୁ କରାଉଥିଲା ଯୌନ ଶୋଷଣ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started