ଖୁବଶୀଘ୍ର ଭାରତ ଶୁଣିବ ଭଲ ଖବର… ଭଗବାନଙ୍କୁ ପ୍ରାର୍ଥନା, ବାହାରିବେ ଶ୍ରମିକ

କନକ ବ୍ୟୁରୋ: ଅପରାହ୍ନର ସୂର୍ଯ୍ୟାସ୍ତ ସହ ବୁଡିଗଲାଣି ଅପରାହ୍ନ । ନଇଁ ଆସିଲାଣି ସଞ୍ଜ, ପୁଣି ମାଡି ଆସିଲାଣି ଅନ୍ଧାର । ରାତି ଟିକେ ବଢିଗଲେ ସୁଡଙ୍ଗ ଭିତରର ଅନ୍ଧାର ଆଉ ସୁଡଙ୍ଗ ବାହାରର ଅନ୍ଧାର ଏକାକାର ହୋଇଯିବ ସତ କିନ୍ତୁ ଆଜିର ଅନ୍ଧାର ଭିତରୁ ଉଇଁବ ଆଶାର ଆଲୋକ । ପାହାଡର ଛାତି ଚିରି ବାହାରିବେ ଶ୍ରମିକ । ସୁଡଙ୍ଗ ଭିତରେ ୧୬ ଦିନର ସଂଘର୍ଷର ହେବ ଅନ୍ତ, ଶ୍ରମିକ ଦେଖିବେ ଦୁନିଆ । ଟନେଲରେ ଫଶିଥିବା ୪୧ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସବୁ ପ୍ରକାର ବ୍ୟବସ୍ଥା ସରିଛି । ଟନେଲ ଭିତରରେ ଅସ୍ଥାୟୀ ମେଡିକାଲ ତିଆରି ହୋଇଛି, ଆମ୍ବୁଲାନ୍ସ ଆସି ଛିଡା ହୋଇଛି । ଆଉ ଏହାରି ଭିତରେ ଅପରେସନ ଜୀନ୍ଦେଗୀ ସଫଳ ହେବାକୁ କୋଟି କୋଟି ଭାରତୀୟ ପ୍ରାର୍ଥନା କରୁଛନ୍ତି । ଭଗବାନ ଭଲରେ ଭଲରେ ସେମାନଙ୍କୁ ବାହାର କରି ଆଣନ୍ତୁ ଏହି ଗୁହାରୀ କରୁଛନ୍ତି । ସମସ୍ତ ଆଶା, ସମସ୍ତ ବିଶ୍ୱାସ ଆଉ ଆସ୍ଥା ଆଶୀର୍ବାଦ ନେଇ ଶେଷରେ ସେମାନେ ଉଦ୍ଧାର ହେବେ । କାରଣ ବ୍ୟର୍ଥ ଯିବନି କୋଟି କୋଟି ଲୋକଙ୍କ ପ୍ରାର୍ଥନା ।

ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ନିକଟତର ପହଂଚିଲା ଏନଡିଆରଏଫ୍ ଟିମର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ଏବେବି ୨ ମିଟର୍ ଡ୍ରିଲିଂ ବାକି ରହିଛି । ଅର୍ଥାତ୍ ୫୮ ମିଟର୍ ଡ୍ରିଲିଂ ସରିଛି । ଏହାସହ ୪୫ ମିଟର ଭର୍ଟିକାଲ ଡ୍ରିଲିଂ ମଧ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ଏନଡିଏମ୍ଏ ଅଧିକାରୀ । କହିଛନ୍ତି, ଉଦ୍ଧାର କାମରେ ଏନଡିଆରଏଫ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ପ୍ରତି ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ୩ରୁ ୫ ମିନିଟ୍ ଲାଗିବ । ଅର୍ଥାତ୍ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୩ରୁ ୪ ଘଂଟା ସମୟ ଲାଗିବ । ତେଣୁ ଉଦ୍ଧାର ପାଇଁ କୌଣସି ତରବରିଆ ହେବାର ଆବଶ୍ୟକତା ନାହିଁ ।

ସୁରକ୍ଷା ପାଇଁ ସବୁ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏନଡିଏମ୍ଏ ଅଧିକାରୀ । ସେପଟେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଂଚିବା ଖବର ଆସିବା ପରେ ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ସ୍ୱତନ୍ତ୍ ଦ ‘ର୍ୟାଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।

The post ଖୁବଶୀଘ୍ର ଭାରତ ଶୁଣିବ ଭଲ ଖବର… ଭଗବାନଙ୍କୁ ପ୍ରାର୍ଥନା, ବାହାରିବେ ଶ୍ରମିକ first appeared on Kanak News.

from Kanak News
via <a href="https://ifttt.com/?

ଉଦ୍ଧାର ହେବା ପରେ ଶ୍ରମିକମାନଙ୍କର କଣ ହେବ? ସୁଡଙ୍ଗ ବାହାରେ ପ୍ରସ୍ତୁତ ୪୧ ଆମ୍ବୁଲାନ୍ସ । ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ଚିନୁକ୍ ହେଲିକପ୍ଟର….

କନକ ବ୍ୟୁରୋ: ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଆଜିକୁ ୧୭ ଦିନ ହେଲା ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାତାର ଉଦ୍ୟମ ଚାଲିଥିବା ବେଳେ, ମଙ୍ଗଳବାର ସେମାନଙ୍କୁ କୌଣସି ମୁହୂର୍ତ୍ତରେ ବି ଉଦ୍ଧାର କରାଯିବ ବୋଲି କୁହାଯାଉଛି । ତେବେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ୮୦୦ ମିଲିମିଟର ମୋଟା ପାଇପ୍ ସୁଡଙ୍ଗ ଭିତରକୁ ପଠାଯାଇଛି । ଆଉ ଏନଡିଆରଏଫ୍ ଟିମ ମଧ୍ୟ ସୁଡଙ୍ଗ ଭିତରେ ପହଞ୍ଚି ସାରିଛି ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୨ ତାରିଖରେ ୪୧ ଜଣ ଶ୍ରମିକ ଏହି ଟନେଲ ଭିତରେ ଫସିଯାଇଥିଲେ । ଯାହା ପରେ ତାଙ୍କୁ ଉଦ୍ଧାର କରିବାକୁ ଲଗାତାର ଉଦ୍ୟମ କରାଯାଇଥିଲା । ଏମିତି କି ଆମେରିକାରୁ ଆସିଥିବା ଅଗର ମେସିନ୍ ସାହାଯ୍ୟରେ ଡ୍ରିଲିଂ କରାଯାଇଥିଲା ।

କେମିତି ବାହାରକୁ ଆସିବେ ଶ୍ରମିକ?

ସୁଡଙ୍ଗ ଭିତରୁ ଏନଡିଆରଏଫ୍ ଟିମ୍ ସାହାଯ୍ୟରେ ଜଣକ ପରେ ଜଣେ ଶ୍ରମିକଙ୍କୁ ବାହାରକୁ ଅଣାଯିବ । ଏଥିପାଇଁ ଏକ ଖାସ୍ ଷ୍ଟ୍ରେଚର ପ୍ରସ୍ତୁତ କରାଯାଇଛି । ଏହି ଷ୍ଟ୍ରେଚରରେ ଶୁଆଇ ରେସ୍କ୍ୟୁ ପାଇପ୍ ଜରିଆରେ ଶ୍ରମିକମାନଙ୍କୁ ବାହାରକୁ ବାହାର କରାଯିବ । ତେବେ ଏହା ପୂର୍ବରୁ ରେସ୍କ୍ୟୁ ପାଇପକୁ ଭଲ ଭାବରେ ସଫା କରାଯିବ । ରେସ୍କ୍ୟୁ ପାଇପରେ ଯେଭଳି ମାଟି କିମ୍ବା ଅନ୍ୟ କିଛି ସାମଗ୍ରୀ ରହିଯିବନି, ସେ ଉପରେ ବେଶ୍ ଧ୍ୟାନ ଦିଆଯାଉଛି । ତେବେ ରେସ୍କ୍ୟୁ ପାଇପକୁ ସଫା କରିବା ପରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଏହି ପାଇପ୍ ଜରିଆରେ ଉଦ୍ଧାର କରାଯିବ ।

ମିଳିଥିବା ସୂଚନା ମୁତାବକ, ଜଣେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ୩ରୁ ୫ ମିନିଟ୍ ସମୟ ଲାଗିବ । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ମୋଟ୍ ଉପରେ ୩ରୁ ୪ ଘଣ୍ଟା ସମୟ ଲାଗିପାରେ । ସ୍ପେଶାଲ ଷ୍ଟ୍ରେଚର ପ୍ରଥମେ ଜଣେ ଶ୍ରମିକଙ୍କୁ ନେଇ ଆସିଲା ପରେ, ପୁଣିଥରେ ଟନେଲ ଭିତରକୁ ଯିବ । ଏହାପରେ ଆଉ ଜଣେ ଶ୍ରମିକଙ୍କୁ ଉଦ୍ଧାର କରିବ । ଏହିଭଳି ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଟନେଲ ଭିତରୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି ।

ସୁଡଙ୍ଗ ଭିତରେ ଅସ୍ଥାୟୀ ହସ୍ପିଟାଲ

ଉତ୍ତରକାଶୀ ସିଲକ୍ୟାରା ଟନେଲ ଭିତରେ ଏକ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଇଛି । ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ପରେ ଏହି ମେଡିକାଲରେ ତାଙ୍କର ଚେକଅପ୍ କରାଯିବ । ଜରୁରୀକାଳୀନ ସ୍ଥିତି ପାଇଁ ଏହି ହସ୍ପିଟାଲରେ ୮ଟି ବେଡ୍ ବ୍ୟବସ୍ଥା କରାଯାଇଛି । ଡାକ୍ତରମାନଙ୍କର ଏକ ଏକ୍ସପର୍ଟ ଟିମ୍ ମଧ୍ୟ ଏଠାରେ ନିୟୋଜିତ ହୋଇଛନ୍ତି ।

ସୁଡଙ୍ଗରୁ ହସ୍ପିଟାଲ ଦୂରତା ୩୦ କିମି

ସୁଡଙ୍ଗରୁ ଉଦ୍ଧାର ହେବା ପରେ ଶ୍ରମିକମାନଙ୍କ ପାଇଁ ମୋଟ ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି । ଟନେଲ ଭିତରୁ ଉଦ୍ଧାର ପାଇବା ପରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯିବ । ଚିନ୍ୟାଲିସୌର କମ୍ୟୁନିଟି ହେଲଥ ସେଣ୍ଟରରେ ଏଥିପାଇଁ ୪୧ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ଆମ୍ବୁଲାନ୍ସ ଭଲ ଭାବେ ହସ୍ପିଟାଲରେ ପହଞ୍ଚିବା ପାଇଁ ନୂଆ ରାସ୍ତାର ମଧ୍ୟ ନିର୍ମାଣ ହୋଇଛି । ତେବେ ସୁଡଙ୍ଗଠାରୁ ହସ୍ପିଟାଲର ଦୂରତା ୩୦ କିଲୋମିଟର ବୋଲି ଜଣାପଡିଛି ।

ସୁଡଙ୍ଗ ଭିତରେ ୧୭ ଦିନ ହେଲା ଫସି ରହିଛନ୍ତି ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ହସ୍ପିଟାଲ ନିଆଯିବ । ତେବେ ମିଳିଥିବା ସୂଚନା ମୁତାବକ, ଆବଶ୍ୟକ ପଡିଲେ ଶ୍ରମିକମାନଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯିବ । ଏଥିପାଇଁ ବାୟୁସେନାର ଚିନୁକ ହେଲିକପ୍ଟରକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ତେବେ ଉଦ୍ଧାର ହେବା ପରେ ଶ୍ରମିକମାନଙ୍କୁ ଆଗାମୀ ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ନଜରରେ ରଖାଯିବ ।

The post ଉଦ୍ଧାର ହେବା ପରେ ଶ୍ରମିକମାନଙ୍କର କଣ ହେବ? ସୁଡଙ୍ଗ ବାହାରେ ପ୍ରସ୍ତୁତ ୪୧ ଆମ୍ବୁଲାନ୍ସ । ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ଚିନୁକ୍ ହେଲିକପ୍ଟର…. first appeared on Kanak News.

from Kanak News
via <a href="https://ifttt.com/?

ଉତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକ ଉଦ୍ଧାରକୁ ଆଉ ଅଳ୍ପ ସମୟ: ଆହୁରି ୨ ମିଟର ଡ୍ରିଲିଂ ବାକି

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ନିକଟତର ପହଂଚିଲା ଏନଡିଆରଏଫ୍ ଟିମ୍ର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ଏବେବି ୨ ମିଟର୍ ଡ୍ରିଲିଂ ବାକି ରହିଛି । ଅର୍ଥାତ୍ ୫୮ ମିଟର୍ ଡ୍ରିଲିଂ ସରିଛି । ଏହାସହ ୪୫ ମିଟର ଭର୍ଟିକାଲ ଡ୍ରିଲିଂ ମଧ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ଏନଡିଏମ୍ଏ ଅଧିକାରୀ । କହିଛନ୍ତି, ଉଦ୍ଧାର କାମରେ ଏନଡିଆରଏଫ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ପ୍ରତି ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ୩ରୁ ୫ ମିନିଟ୍ ଲାଗିବ । ଅର୍ଥାତ୍ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୩ରୁ ୪ ଘଂଟା ସମୟ ଲାଗିବ । ତେଣୁ ଉଦ୍ଧାର ପାଇଁ କୌଣସି ତରବରିଆ ହେବାର ଆବଶ୍ୟକତା ନାହିଁ । ସୁରକ୍ଷା ପାଇଁ ସବୁ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏନଡିଏମ୍ଏ ଅଧିକାରୀ । ସେପଟେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଂଚିବା ଖବର ଆସିବା ପରେ ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ସ୍ୱତନ୍ତ୍ ଦ ‘ର୍ୟାଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।

The post ଉତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକ ଉଦ୍ଧାରକୁ ଆଉ ଅଳ୍ପ ସମୟ: ଆହୁରି ୨ ମିଟର ଡ୍ରିଲିଂ ବାକି first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ଆଇପିଏଲରେ ବି ଖେଳିବେ ଧୋନୀ: ପୁଣି ଦେଖିବାକୁ ମିଳିବ କ୍ୟାପଟେନ କୁଲଙ୍କ କମାଲ

କନକ ବ୍ୟୁରୋ: ଆଇପିଏଲ ୨୦୨୪କୁ ଆହୁରି ଅନେକ ଦିନ ବାକି । ହେଲେ ଏବେଠୁ ଆରମ୍ଭ ହୋଇଗଲାଣି ଖେଳାଳିଙ୍କ ରିଲିଜ ପ୍ରକ୍ରିୟା । ଏହାସହ ଡିସେମ୍ବର ମାସରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ବି ଆରମ୍ଭ ହେବ । ତେବେ ଏହି ପ୍ରକ୍ରିୟା ଭିତରେ ଅନେକ ଫ୍ରାଞ୍ଚାଇଜ କିଛି ଖେଳାଳିଙ୍କୁ ରିଟେନ ରଖି ଅନ୍ୟ କିଛି ଖେଳାଳିଙ୍କୁ ରିଲିଜ କରିଛି । ଏହି ପ୍ରକ୍ରିୟାରେ ମହେନ୍ଦ୍ର ସିଂ ଧୋନୀ ବି ସାମିଲ ଅଛନ୍ତି । ୨୦୨୪ ଆଇପିଏଲ ପାଇଁ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ ରିଟେନ ରଖିଛି । ଫ୍ରାଞ୍ଚାଇଜ ସ୍ପଷ୍ଟ କରିଛି ଯେ, ୨୦୨୪ରେ ଧୋନୀ ଚେନ୍ନାଇ ପାଇଁ ଖେଳୁଥିବାର ନଜର ଆସିବେ ।

୨୦୨୦ ମସିହାରେ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ହେଲେ ସେବେଠାରୁ ସେ ଆଇପିଏଲ ଖେଳିବା ଜାରି ରଖିଛନ୍ତି । ଆଉ ପ୍ରତି ବର୍ଷ ଆଇପିଏଲରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ହୋଇଥାଏ । କେବେ ଧୋନୀ ଆଇପିଏଲରୁ ଅବସର ନେବେ ତାକୁ ତର୍କ ବିତର୍କ ଆରମ୍ଭ ହୋଇଥାଏ । ହେଲେ ଏହି କଥା ଧୋନୀଙ୍କ ଛଡା ଆଉ କେହି ଜାଣି ନହାନ୍ତି । ଗତ ବର୍ଷ ଆଇପିଏଲ ପ୍ରଥମ ମ୍ୟାଚରେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ଏହା ତାଙ୍କ ଶେଷ ଆଇପିଏଲ କି ସେ ହସିକି କହିଥିଲେ ଜମାରୁ ବି ନୁହେଁ ।

ଧୋନୀ ଆଇପିଏଲ ଇତିହାସର ଏକମାତ୍ର ଖେଳାଳି ଯିଏ ୨୦୦୭ରୁ ଏବେ ଯାଏଁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ରହିଆସିଛନ୍ତି । ଚେନ୍ନାଇ ୨ ବର୍ଷ ବ୍ୟାନ ହେବା ବେଳେ ସେ ପୁନେ ଦଳରେ ଅଧିନାୟକ ରହିଥିଲେ । ଏହାସହ ସେ ଚେନ୍ନାଇକୁ ଆଇପିଏଲରେ ୫ଥର ଚାମ୍ପିୟନ କରାଇବାରେ ସଫଳ ହୋଇଛନ୍ତି । ୨୦୨୩ ଆଇପିଏଲରେ ଧୋନୀ ଭଲ ଫର୍ମରେ ନଜର ଆସିଥିଲେ । ସେ ଶେଷ ବେଳକୁ ବ୍ୟାଟିଂ ଆସି ବିସ୍ଫୋରକ ଖେଳୁଥିବାର ନଜର ରହିଥିଲା ।

ଆଇପିଏଲରେ ଧୋନୀ ୨୫୦ ମ୍ୟାଚ ଖେଳି ୫ ହଜାର ୮୨ ରନ କରିଛନ୍ତି । ତାଙ୍କ ଚତୁର ବୁଦ୍ଧିରେ ବିପକ୍ଷ ଦଳ ଚିତ ହୋଇ ଯାଆନ୍ତି । ଶେଷ ବେଳେ ବ୍ୟାଟିଂ କରି ମ୍ୟାଚ ଜିତାଇବା ହେଉ କି ୱିକେଟ ପଛରେ ଛିଡାହୋଇ ରଣନୀତି କରିବା ସବୁଥିରେ ମାହି ମାହିର ।

ତେବେ ୨୦୨୪ ଆଇପିଏଲରେ ଧୋନୀ ପୁଣି ନିଜ କମାଲ ଦେଖାଇବେ । ଆଉ ଧୋନୀଙ୍କୁ ଦେଖିବାକୁ ଷ୍ଟାଡିୟମରେ ଫ୍ୟାନ୍ସ ଭିଡ ଜମାଇବେ, ଆଉ ଧୋନୀ ଧୋନୀ କହି ଚିୟର କରିବେ । ଅନେକ ଭାବିଥିଲେ ଆଗାମୀ ଆଇପିଏଲରେ ଆଉ ଧୋନୀ ଖେଳିବେ ନାହିଁ । ହେଲେ ଧୋନୀଙ୍କୁ ରିଟେନ ରଖି ଫ୍ୟାନଙ୍କୁ ବଡ ସରପ୍ରାଇଜ ଦେଇଛନ୍ତି ଫ୍ରାଞ୍ଚାଇଜ । ତେବେ ୨୦୨୪ ବିଶ୍ୱକପରେ ଧୋନୀଙ୍କ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କ ନଜର । ଆଉ ଏହା ତାଙ୍କ ଶେଷ ଆଇପିଏଲ ନା ନାହିଁ ତାହା ବି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

The post ୨୦୨୪ ଆଇପିଏଲରେ ବି ଖେଳିବେ ଧୋନୀ: ପୁଣି ଦେଖିବାକୁ ମିଳିବ କ୍ୟାପଟେନ କୁଲଙ୍କ କମାଲ first appeared on Kanak News.

from Kanak News
via <a href="https://ifttt.com/?

ଉତରକାଶୀରେ ଶ୍ରମମନ୍ତ୍ରୀ ସାରଦା ନାୟକ: ଉଦ୍ଧାରକାର୍ଯ୍ୟ ସ୍ଥଳରେ ପହଂଚି ଓଡ଼ିଆ ଶ୍ରମିକଙ୍କ କଥା ବୁଝିଲେ ସାରଦା ନାୟକ

କନକ ବ୍ୟୁରୋ: ଓଡ଼ିଆ ଶ୍ରମିକ ଫସିବା ପରେ ଉତରକାଶୀ ଯାଇଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ । ଉଦ୍ଧାରକାର୍ଯ୍ୟ ସ୍ଥଳରେ ପହଂଚି ଓଡ଼ିଆ ଶ୍ରମିକଙ୍କ କଥା ବୁଝଛନ୍ତି । ସାରଦା ନାୟକଙ୍କ ସହିତ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ଓ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ରହିଛନ୍ତି । କନକ ନ୍ୟୁଜ୍କୁ ସୂଚନା ଦେଇ କହିଛନ୍ତି ଯେ ଖୁବଶୀଘ୍ର ଉଦ୍ଧାର ହେବେ ଫସିଥିବା ଶ୍ରମିକ । ବାହାରେ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଘଟଣାସ୍ଥଳରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖୁଛନ୍ତି । ତେଣୁ କୌଣସି ମୁହୂର୍ତରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରେ ବୋଲି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ।

 

The post ଉତରକାଶୀରେ ଶ୍ରମମନ୍ତ୍ରୀ ସାରଦା ନାୟକ: ଉଦ୍ଧାରକାର୍ଯ୍ୟ ସ୍ଥଳରେ ପହଂଚି ଓଡ଼ିଆ ଶ୍ରମିକଙ୍କ କଥା ବୁଝିଲେ ସାରଦା ନାୟକ first appeared on Kanak News.

from Kanak News
via <a href="https://ifttt.com/?

ଶ୍ରମିକଙ୍କ ଶୀଘ୍ର ଉଦ୍ଧାର ଖବର ପାଇବା ପରେ ଟନେଲ୍ ବାହାରେ ପରିଜନ: ଉଦ୍ଧାର ପରେ ଶ୍ରମିକଙ୍କ ସହ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବେ ପରିଜନ

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ପାଖରେ ପହଂଚିଲା ଏନଡିଆରଏଫ୍ ଟିମ୍ର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ସେପଟେ ଉଦ୍ଧାର ପ୍ରକ୍ରିୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଟ୍ୱିଟ୍ କରି ସେ ଲେଖିଛନ୍ତି, ବାବା ବୌଖ ନାଗ ଜୀଙ୍କ ଆଶୀର୍ବାଦ, କୋଟି କୋଟି ଦେଶବାସୀଙ୍କ ପ୍ରାର୍ଥନା ଏବଂ ଉଦ୍ଧାରକାରୀ ଦଳର ଅକ୍ଳାନ୍ତ ପରିଶ୍ରମ ଯୋଗୁ ଶ୍ରମିକଙ୍କୁ ବାହାର କରିବା ପାଇଁ ଟନେଲରେ ପାଇପ୍ ଖଂଜିବା କାମ ଶେଷ ହୋଇଛି । ତେଣୁ ଶୀଘ୍ର ସମସ୍ତ ଶ୍ରମିକଙ୍କୁ ବାହାର ଅଣାଯିବ ବୋଲି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଂଚିବା ଖବର ଆସିବା ପରେ ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ସ୍ୱତନ୍ତ୍ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।

The post ଶ୍ରମିକଙ୍କ ଶୀଘ୍ର ଉଦ୍ଧାର ଖବର ପାଇବା ପରେ ଟନେଲ୍ ବାହାରେ ପରିଜନ: ଉଦ୍ଧାର ପରେ ଶ୍ରମିକଙ୍କ ସହ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବେ ପରିଜନ first appeared on Kanak News.

from Kanak News
via <a href="https://ifttt.com/?

କେଉଁ ଟିମ୍ ପାଖରେ ଅଛି କେତେ ଟଙ୍କା? ଆଇପିଏଲ ମିନି ନିଲାମୀରେ କିଏ ହେବେ ଦାମୀ ଖେଳାଳୀ, କେଉଁ ଖେଳାଳୀଙ୍କ ଉପରେ ରହିବ ସମସ୍ତଙ୍କର ନଜର?

କନକ ବ୍ୟୁରୋ : ଡିସେମ୍ବର ୧୯ରେ ଦୁବାଇରେ ହେବ ଆଇପିଏଲ ମିନି ନିଲାମୀ । ତେବେ ଏହି ମିନି ନିଲାମୀ ପୂର୍ବରୁ ଫ୍ରାଞ୍ଚାଇଜ ଗୁଡିକ ଅନେକ ଖେଳାଳୀଙ୍କୁ ରିଲିଜ କରିଥିବା ବେଳେ ଟ୍ରେଡ ମଧ୍ୟ ଶେଷ ହୋଇଛି । ଦୁବାଇରେ ହେବାକୁ ଥିବା ନିଲାମୀରେ ଅନେକ ଷ୍ଟାର ଖେଳାଳୀଙ୍କୁ ଦେଖିବାକୁ ମିଳିବ । ଖାସକରି ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର୍କ, କମିନ୍ସ, ରଚିନ ରବୀନ୍ଦ୍ର, ଡାରେଲ ମିଚେଲଙ୍କ ଭଳି ଖେଳାଳୀ ନିଲାମୀରେ ନିଜ ନାଁ ସାମିଲ କରିପାରନ୍ତି । ଏଭଳି ସ୍ଥିତିରେ କେଉଁ ଖେଳାଳୀଙ୍କୁ କେତେ ଟଙ୍କାରେ କିଏ ନିଜ ଦଳରେ ସାମିଲ କରିବ ତାହା ଉପରେ ସମସ୍ତଙ୍କର ନଜର ରହିବ । ତେବେ ନିଲାମୀ ପୂର୍ବରୁ କେଉଁ ଫ୍ରାଞ୍ଚାଇଜ ପାଖରେ କେତେ ଟଙ୍କା ରହିଛି ତାହା ବେଶ ଗୁରୁତ୍ୱପୂର୍ଣ୍ଣ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଟ୍ରେଡ କରି ନିଜ ଦଳରେ ସାମିଲ କରିବା ପରେ ଗୁଜୁରାଟ ଟାଇଟନ୍ସ ପାଖରେ ସର୍ବାଧିକ ୩୮.୧୫ କୋଟି ବଳକା ରହିଛି । ଗୁଜୁରାଟ ଟାଇଟନ୍ସରେ ହାର୍ଦ୍ଦିକଙ୍କୁ ୧୫ କୋଟି ମିଳୁଥିଲା । ଏହାଛଡା ଆସନ୍ତା ନିଲାମୀରେ ଗୁଜୁରାଟ ପାଖରେ ୯ ଜଣ ଖେଳାଳୀଙ୍କୁ ନିଜ ଦଳରେ ସାମିଲ କରିବାର ସୁଯୋଗ ରହିଛି । ଏହି ୯ ଜଣଙ୍କ ମଧ୍ୟରୁ ୨ ଜଣ ବିଦେଶୀ ଖେଳାଳୀଙ୍କ ପାଇଁ ସ୍ଲଟ୍ ଫାଙ୍କା ରହିଛି ।
ସେହିଭଳି ଗତବର୍ଷର ଆଇପିଏଲ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ପାଖରେ ୩୧.୪ କୋଟି ବଳକା ରହିଛି । ଚେନ୍ନାଇ ଚଳିତ ବର୍ଷ ବେନ ଷ୍ଟୋକ୍ସଙ୍କ ଭଳି ଷ୍ଟାର କ୍ରିକେଟରଙ୍କୁ ରିଲିଜ କରିଛି । ଏବେ ଚେନ୍ନାଇ ଟିମରେ ୬ ଜଣ ଖେଳାଳୀଙ୍କ ପାଇଁ ସ୍ଲଟ ବାକି ରହିଛି, ଯେଉଁଥିରେ ୩ ଜଣ ବିଦେଶୀ ଖେଳାଳୀଙ୍କୁ ନେଇପାରିବ ଧୋନୀଙ୍କ ଟିମ୍ । ଦିଲ୍ଲୀ କ୍ୟାପିଟାଲ୍ସ ପର୍ସରେ ୨୮.୯୫ କୋଟି ଟଙ୍କା ରହିଛି । ଦିଲ୍ଲୀ ଟିମରେ ୯ଟି ସ୍ଲଟ ଫାଙ୍କା ଥିବା ବେଳେ ୪ ଜଣ ବିଦେଶୀ ଖେଳାଳୀଙ୍କୁ ନେଇପାରିବ ଦଳ ।

ନିଲାମୀ ପୂର୍ବରୁ ଟ୍ରେଡରେ ଦୁଇ ଜଣ ଖେଳାଳୀଙ୍କୁ ଦଳରେ ସାମିଲ କରିଛି ଆରସିବି । ମୁମ୍ବାଇର କ୍ୟାମେରନ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କାରେ ଟ୍ରେଡ୍ କରିଛି ଆରସିବି । ସେହିଭଳି ହସରଙ୍ଗା, ହାଜେଲଉଡ, ହର୍ଷଲ ପଟେଲଙ୍କ ଭଳି ଖେଳାଳୀଙ୍କୁ ରିଲିଜ ମଧ୍ୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ନିଲାମୀ ପୂର୍ବରୁ ଆରସିବି ପର୍ସରେ ୨୩.୨୫ କୋଟି ଟଙ୍କା ଥିବା ବେଳେ ଦଳରେ ୬ ଜଣ ଖେଳାଳୀଙ୍କ ପାଇଁ ସ୍ଲଟ ଫାଙ୍କା ରହିଛି । ଯେଉଁଥିରୁ ୩ ଜଣ ବିଦେଶୀ ଖେଳାଳୀଙ୍କୁ ସାମିଲ କରିପାରିବ ଦଳ । ଖାସକରି ଅଧିକ ବୋଲରଙ୍କୁ ଦଳ ରିଲିଜ କରିଥିବା ବେଳେ ନିଲାମୀରେ ବୋଲରଙ୍କ ଉପରେ ଅଧିକ ଫୋକସ କରିବ ଆରସିବି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଟ୍ରେଡ କରି ଦଳରେ ସାମିଲ କରିବା ପରେ ଦଳର ପର୍ସରେ ଏବେ ମାତ୍ର ୧୭.୭୫ କୋଟି ଟଙ୍କା ରହିଛି । କିନ୍ତୁ ଦଳରେ ଏବେ ବି ୮ଟି ସ୍ଲଟ ଫାଙ୍କା ରହିଛି । ୮ ସ୍ଲଟ ମଧ୍ୟରୁ ୪ଟି ସ୍ଲଟ ବିଦେଶୀ ଖେଳାଳୀଙ୍କ ପାଇଁ ରହିଛି । କେକେଆରର ପର୍ସରେ ୩୨ କୋଟି ରହିଥିବା ବେଳେ ସର୍ବାଧିକ ୧୨ଟି ସ୍ଲଟ ଫାଙ୍କା ରହିଛି । ଯେଉଁଥିରୁ ୪ଟି ସ୍ଲଟ ବିଦେଶୀ ଖେଳାଳୀଙ୍କ ପାଇଁ ରହିଛି । ବିଶ୍ୱକପ ବିଜୟୀ ଅଧିନାୟକ ପାଟ କମିନ୍ସଙ୍କୁ ଚଳିତଥର ନିଲାମୀରେ ପୁଣି କିଣିପାରେ ଦଳ । ଲକ୍ଷ୍ନୌ ପାଖରେ ୧୩.୧୫ କୋଟି ଟଙ୍କା ରହିଥିବା ବେଳେ ୬ଟି ସ୍ଲଟ ଫାଙ୍କା ରହିଛି । ଦଳ କୌଣସି ବଡ ଚେହେରାଙ୍କୁ ରିଲିଜ କରି ନଥିବାରୁ ନିଲାମୀରେ ନିର୍ଣ୍ଣାୟକ ଭୂମିକା ତୁଲାଇପାରେ ।

ନିଲାମୀକୁ ଯିବା ପୂର୍ବରୁ ପଞ୍ଜାବ କିଙ୍ଗସ ପର୍ସରେ ୨୯ କୋଟି ଥିବା ବେଳେ ଦଳରେ ମାତ୍ର ୮ଟି ସ୍ଲଟ ବାକି ରହିଛି । ନିଲାମିରେ ସର୍ବାଧିକ ୨ ଜଣ ବିଦେଶୀ ଖେଳାଳୀଙ୍କୁ ଦଳରେ ସାମିଲ କରିପାରିବ ପଞ୍ଜାବ । ତେଣୁ ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବଡ ଚେହେରାଙ୍କ ଉପରେ ପଞ୍ଜାବ ଫୋକସ କରିପାରେ । ରାଜସ୍ଥାନ ପାଖରେ ମାତ୍ର ୧୪.୫ କୋଟି ଥିବା ବେଳେ ଟିମରେ ସ୍ଲଟ ୮ଟି ବାକି ରହିଛି । ନିଲାମୀରେ ସର୍ବାଧିକ ୩ ଜଣ ବିଦେଶୀ ଖେଳାଳୀଙ୍କୁ ଦଳରେ ସାମିଲ କରିବାର ସୁଯୋଗ ରାଜସ୍ଥାନ ପାଖରେ ରହିଛି । ଦଳରେ ଷ୍ଟାର ଅଲରାଉଣ୍ଡରଙ୍କର ଅଭାବ ରହିଛି, ତେଣୁ ବେନ୍ ଷ୍ଟୋକ୍ସଙ୍କୁ ଦଳରେ ସାମିଲ କରିପାରେ ରାଜସ୍ଥାନ । ସନରାଇଜର୍ସ ହାଇଦ୍ରାବାଦ ପାଖରେ ୩୪ କୋଟି ଟଙ୍କା ଥିବା ବେଳେ ନିଲାମୀରେ ବଡ ଧରଣର ଓଲଟପାଲଟ କରିପାରେ ଦଳ । ଦଳରେ ଏବେ ୬ଟି ସ୍ଲଟ ବାକି ଥିବା ବେଳେ ସର୍ବାଧିକ ୩ ଜଣ ବିଦେଶୀ ଖେଳାଳୀଙ୍କୁ କିଣିପାରିବ ଦଳ । ସନରାଇଜର୍ସ ହାଇଦ୍ରାବାଦ ଯେହେତୁ ସେଭଳି କୌଣସି ବଡ ଚେହେରାଙ୍କୁ ରିଲିଜ୍ କରିନାହିଁ । ତେଣୁ ନିଲାମୀରେ ବେଶ ଫାଇଦାରେ ରହିବ ହାଇଦ୍ରାବାଦ ।

The post କେଉଁ ଟିମ୍ ପାଖରେ ଅଛି କେତେ ଟଙ୍କା? ଆଇପିଏଲ ମିନି ନିଲାମୀରେ କିଏ ହେବେ ଦାମୀ ଖେଳାଳୀ, କେଉଁ ଖେଳାଳୀଙ୍କ ଉପରେ ରହିବ ସମସ୍ତଙ୍କର ନଜର? first appeared on Kanak News.

from Kanak News
via <a href="https://ifttt.com/?

ଯୁଦ୍ଧ ସମୟରେ ଏଲନ ମସ୍କ କାହିଁକି ଗଲେ ଇସ୍ରାଏଲ ?

ଏଲନ୍ ମସ୍କ ଗାଜା ଷ୍ଟ୍ରିପ୍ ନିକଟସ୍ଥ  କିବୁଜ୍ ସହର ପରିଦର୍ଶନ କରିଥିଲେ ।  ଅକ୍ଟୋବର ୭ ରେ ହମାସ କିବୁଜ୍ ସହର ଉପରେ ଆକ୍ରମଣ କରିଥିଲା ।  ​​ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ମସ୍କଙ୍କ ଗସ୍ତ ସମ୍ପର୍କରେ ନେତାନ୍ୟାହୁ କହିଛନ୍ତି ଯେ ସେ କିବୁଜ୍ ରେ ହମାସ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ନରସଂହାରର ଭୟାବହତା ଦେଖାଇଛନ୍ତି । ଏହି ସମୟ ମଧ୍ୟରେ ଆମେ କିବୁଜ୍ ରେ ପୀଡିତମାନଙ୍କ ଘର ମଧ୍ୟ ପରିଦର୍ଶନ କରିଥିଲୁ ।

https://platform.twitter.com/widgets.js

ଟେସଲା ସିଇଓ ଏଲନ୍ ମସ୍କ ବର୍ତ୍ତମାନ ଇସ୍ରାଏଲ ଗସ୍ତରେ ଅଛନ୍ତି । ଯୁଦ୍ଧ ମଧ୍ୟରେ ସେ ସୋମବାର ଇସ୍ରାଏଲରେ ପହଞ୍ଚିଥିଲେ । ଏହି ସମୟ ମଧ୍ୟରେ ସେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କୁ ଭେଟିଥିଲେ । ମସ୍କ ଗାଜା ଷ୍ଟ୍ରିପ୍ ନିକଟରେ ଥିବା ଏକ କିବ୍ବୁଜ୍ ସହର ପରିଦର୍ଶନ କରିଥିଲେ ।  ଅକ୍ଟୋବର ୭ ରେ ହାମାସ ନିଜେ କିବ୍ବୁଜ୍ ଉପରେ ଆକ୍ରମଣ କରିଥିଲା ​​ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ମସ୍କଙ୍କ ଗସ୍ତ ସମ୍ପର୍କରେ ନେତାନ୍ୟାହୁ କହିଛନ୍ତି ଯେ ସେ କିବୁଜ୍ ରେ ହମାସ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ନରସଂହାରର ଭୟାବହତା ଦେଖାଇଛନ୍ତି । ଏହି ସମୟ ମଧ୍ୟରେ ଆମେ କିବୁଜ୍ ରେ ପୀଡିତମାନଙ୍କ ଘର ମଧ୍ୟ ପରିଦର୍ଶନ କରିଥିଲୁ । ନେତାନ୍ୟାହୁ ମଧ୍ୟ ମସ୍କକୁ ଇସ୍ରାଏଲ୍ ସାଧାରଣ ନାଗରିକଙ୍କ ଘର ଦେଖାଇଥିଲେ ଯେଉଁମାନେ ହମାସ ଆତଙ୍କବାଦୀନାମାଙ୍କ ଦ୍ୱାରା ଅତି ନିର୍ମମ ଭାବରେ ହତ୍ୟାର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରେ ଚାରି ବର୍ଷର ଇସ୍ରାଏଲ-ଆମେରିକୀୟ ଝିଅ ଅଭିଗେଲ ଇଦାନ ଅଛନ୍ତି, ଯାହାର ପିତାମାତା ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଥିଲେ ।

https://platform.twitter.com/widgets.js

ଏହି ସମୟରେ, ନେତାନ୍ୟାହୁ ମସ୍କଙ୍କୁ ସେହି ଫିଲ୍ମ ମଧ୍ୟ ଦେଖାଇଥିଲେ ଯାହା IDF ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଏହି ଚଳଚ୍ଚିତ୍ରରେ, ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣର ସମ୍ପୂର୍ଣ୍ଣ ଭୟାବହତା ଦେଖାଯାଇଛି ।

ଗାଜା ପୁନଃନିର୍ମାଣରେ ସହଯୋଗ କରିବି

ଏହି ସମୟରେ, X ରେ ନେତାନ୍ୟାହୁଙ୍କ ସହ ଲାଇଭ୍ ଚାଟ୍ ସମୟରେ ମସ୍କ କହିଥିଲେ ଯେ ‘ହମାସକୁ ହଟାଇବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ହତ୍ୟାକାରୀଙ୍କୁ ହଟାଇବା ଜରୁରୀ ହୋଇପଡିଛି । ଏହି ପ୍ରକାର ପ୍ରଚାର ବନ୍ଦ ହେବା ଉଚିତ୍।‘ ଏହି ପରି ପ୍ରଚାର ଲୋକଙ୍କୁ ହତ୍ୟା ପରି ଅପରାଧ କରିବାକୁ ଉସୁକେଇଥାଏ । ମୁଁ ଗାଜାର ପୁନଃନିର୍ମାଣରେ ସାହାଯ୍ୟ କରିବି ଏବଂ ଯୁଦ୍ଧ ପରେ ଗାଜାର ଏକ ଉତ୍ତମ ଭବିଷ୍ୟତ ପାଇଁମଧ୍ୟ ସାହାଯ୍ୟ କରିବି । ୟୁହିଦି ବିରୋଧୀ ଛବିକୁ ସଜାଡିବାକୁ ଚେଷ୍ଟା କରୁଛନ୍ତି ମସ୍କ

ନିକଟରେ ଏକ ୟୁହିଦି ବିରୋଧୀ ଟୁଇଟକୁ ସମର୍ଥନ କରି ଏଲନ୍ ମସ୍କ ଟ୍ରୋଲର ଶିକାର ହୋଇଥିଲେ। ସେ  ୟୁହିଦି ବିରୋଧ ପ୍ରଚାରକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ହୋଇଥିଲା । ସେ ପ୍ରକୃତରେ ଏକ ଆଣ୍ଟି ୟୁହିଦି  ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଟିଲେ । ଏଥିପାଇଁ ପରେ ସେ ଲୋକଙ୍କ କ୍ରୋଧର ଶିକାର ହୋଇଥିଲେ । ବର୍ତ୍ତମାନ ଅନେକ ରିପୋର୍ଟରେ ଏଇଆ କୁହାଯାଇଛି ଯେ ସେ ତାଙ୍କର ଏହି ୟୁହିଦି ବିରୋଧୀ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ସେ ଇସ୍ରାଏଲରେ ଯାଇଛନ୍ତି ।

The post ଯୁଦ୍ଧ ସମୟରେ ଏଲନ ମସ୍କ କାହିଁକି ଗଲେ ଇସ୍ରାଏଲ ? first appeared on Kanak News.

from Kanak News
via <a href="https://ifttt.com/?

ଉତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକ ଉଦ୍ଧାରକୁ ଆଉ ଅଳ୍ପ ସମୟ: ସମସ୍ତ ପାଇପ ଖଞ୍ଜା ସରିଥିବା ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ପାଖରେ ପହଂଚିଲା ଏନଡିଆରଏଫ୍ ଟିମ୍ର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ସେପଟେ ଉଦ୍ଧାର ପ୍ରକ୍ରିୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଟ୍ୱିଟ୍ କରି ସେ ଲେଖିଛନ୍ତି, ବାବା ବୌଖ ନାଗ ଜୀଙ୍କ ଆଶୀର୍ବାଦ, କୋଟି କୋଟି ଦେଶବାସୀଙ୍କ ପ୍ରାର୍ଥନା ଏବଂ ଉଦ୍ଧାରକାରୀ ଦଳର ଅକ୍ଳାନ୍ତ ପରିଶ୍ରମ ଯୋଗୁ ଶ୍ରମିକଙ୍କୁ ବାହାର କରିବା ପାଇଁ ଟନେଲରେ ପାଇପ୍ ଖଂଜିବା କାମ ଶେଷ ହୋଇଛି । ତେଣୁ ଶୀଘ୍ର ସମସ୍ତ ଶ୍ରମିକଙ୍କୁ ବାହାର ଅଣାଯିବ ବୋଲି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଂଚିବା ଖବର ଆସିବା ପରେ ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ସ୍ୱତନ୍ତ୍ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।

The post ଉତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକ ଉଦ୍ଧାରକୁ ଆଉ ଅଳ୍ପ ସମୟ: ସମସ୍ତ ପାଇପ ଖଞ୍ଜା ସରିଥିବା ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି first appeared on Kanak News.

from Kanak News
via <a href="https://ifttt.com/?

ତୃତୀୟ ମ୍ୟାଚ ପୂର୍ବରୁ ୬ ଜଣ ଖେଳାଳୀଙ୍କୁ ସ୍ୱଦେଶ ପଠାଇଲା ଅଷ୍ଟ୍ରେଲିଆ । ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ଭାରତ ଏହି ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ସିରିଜ ବଞ୍ଚାଇ ରଖିବାକୁ ଏହା ଶେଷ ସୁଯୋଗ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ବଡ ପରିବର୍ତ୍ତନ କରିଛି । ଅଷ୍ଟ୍ରେଲିଆ ନିଜର ୬ ଜଣ ଖେଳାଳୀଙ୍କୁ ଦେଶକୁ ପଠାଇବାକୁ ନିଷ୍ପତ୍ତି ନେଇଛିି, ଯେଉଁମାନେ ବିଶ୍ୱକପ ଦଳର ସଦସ୍ୟ ଥିଲେ । ତୃତୀୟ ମ୍ୟାଚ୍ ପୂର୍ବରୁ ଷ୍ଟିଭ ସ୍ମିଥ ଓ ଆଡମ ଜମ୍ପା ଅଷ୍ଟ୍ରେଲିଆ ଫେରି ଯାଇଥିବା ବେଳେ ମ୍ୟାକ୍ସୱେଲ, ଷ୍ଟୋଇନିସ, ଜୋସ ଇଙ୍ଗଲିସ, ସିନ୍ ଆବଟ ଆସନ୍ତାକାଲି ସ୍ୱଦେଶ ଫେରିଯିବେ । ଗତ ମ୍ୟାଚରେ ଇଙ୍ଗଲିସ ଭାରତ ବିପକ୍ଷରେ ଶତକ ହାସଲ କରିଥିଲେ । ଫର୍ମରେ ଥିବା ସତ୍ତେ୍ୱ ମଧ୍ୟ ଇଙ୍ଗଲିସଙ୍କୁ ସ୍ୱଦେଶ ପଠାଇବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ ଟିମ୍ ମ୍ୟାନେଜମେଣ୍ଟ ।

https://platform.twitter.com/widgets.jsଅନ୍ୟପଟେ ଭାରତ ଆଜି ସିରିଜ ହାତେଇବାକୁ ମୈଦାନକୁ ଓହ୍ଲାଇବ । ଗତ ୨ଟି ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି । ଉଭୟ ମ୍ୟାଚରେ ୨୦୦ରୁ ଅଧିକ ସ୍କୋର କରିବାରେ ସଫଳ ହୋଇଛନ୍ତି ଭାରତୀୟ ବ୍ୟାଟର । ଏହାସହ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ରେ ସର୍ବାଧିକ ସ୍କୋର କରିଛି ଟିମ୍ ଇଣ୍ଡିଆ ।

The post ତୃତୀୟ ମ୍ୟାଚ ପୂର୍ବରୁ ୬ ଜଣ ଖେଳାଳୀଙ୍କୁ ସ୍ୱଦେଶ ପଠାଇଲା ଅଷ୍ଟ୍ରେଲିଆ । ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started