ଭାରତର ଟି -90 ଏବଂ ଅର୍ଜୁନ ଟ୍ୟାଙ୍କକୁ ଡରିଗଲା ପାକିସ୍ଥାନ । ତୁର୍କୀରୁ ଆଣୁଛି ଟ୍ୟାଙ୍କ ବିଧ୍ଵଂସୀ କ୍ଷେପଣାସ୍ତ୍ର

ପାକିସ୍ତାନ ତୁର୍କୀରୁ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ଅସ୍ତ୍ରଶସ୍ତ୍ର ସିଷ୍ଟମ (ATGW) କିଣୁଛି । ତୁର୍କୀ ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀ ରୋକେଟସନ କମ୍ପାନୀ ଠାରୁ ପାକିସ୍ତାନ ଏହି ଅସ୍ତ୍ରବ୍ୟବସ୍ଥା ପାଇବାକୁ ଯାଉଛି । ପାକିସ୍ତାନ ମଧ୍ୟ ରୋକେସନଙ୍କ ସହ ATGW ର ସହ-ଉତ୍ପାଦନ ଉପରେ ବିଚାର କରୁଛି ।  ପାକିସ୍ତାନ ଆଣିବାକୁ ଯାଉଥିବା ଏହି ଆଣ୍ଟି-ଟ୍ୟାଙ୍କ ଅସ୍ତ୍ର ଶତ୍ରୁ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ପରିକଳ୍ପନା କରାଯାଇଛି । ଆଣ୍ଟି-ଟ୍ୟାଙ୍କ ଗାଇଡ୍ ଅସ୍ତ୍ର ପ୍ରଣାଳୀ କିମ୍ବା କ୍ଷେପଣାସ୍ତ୍ରଗୁଡିକ ସ୍ୱଳ୍ପ-ମଧ୍ୟମ କିମ୍ବା ଦୂରଗାମୀ ମାରକ କ୍ଷମତା ବିଶିଷ୍ଟ ଅଟେ ।

ତୁର୍କୀ ପାକିସ୍ତାନର ଦୀର୍ଘମିଆଦୀ ସହଯୋଗୀମାନଙ୍କ ମଧ୍ୟରୁ ଅନ୍ୟତମ । ତୁର୍କୀ କ୍ରମାଗତ ଭାବରେ ପାକିସ୍ତାନକୁ ସାମରିକ ଉପକରଣ ଯୋଗାଉଛି। ଗତ ବର୍ଷ ନଭେମ୍ବରରେ ତତ୍କାଳୀନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନ ମିଳିତ ଭାବେ କର୍ଭେଟ ଯୁଦ୍ଧ ଜାହାଜ ପିଏନଏସ ଖାଇବର ଉଦ୍ଘାଟନ କରିଥିଲେ । ପାକିସ୍ତାନ ନୌସେନା ପାଇଁ ତୁର୍କୀ ଦ୍ୱାରା ନିର୍ମିତ ଚାରୋଟି କର୍ଭେଟ୍ ଜାହାଜ ପର୍ଯ୍ୟାୟର ଏହା ତୃତୀୟ ଜାହାଜ ଥିଲା ।

ଦି ପ୍ରିଣ୍ଟ ରିପୋର୍ଟ ଅନୁଯାୟୀ, ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀ କମ୍ପାନୀ ରୋକେଟସନ ଦ୍ୱାରା ନିର୍ମିତ ଆଣ୍ଟି-ଟ୍ୟାଙ୍କ ଅସ୍ତ୍ରରେ ଇମେଜିଙ୍ଗ ଇନଫ୍ରାଡେଡ୍ ଏବଂ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର  ସହିତ ମ୍ୟାନ୍-ପୋର୍ଟେବଲ୍ କାରାଓକେ ପ୍ରଣାଳୀ ଅନ୍ତର୍ଭୁକ୍ତ ଅଟେ  । ରୋକେଟସନ ୱେବସାଇଟ୍ ଅନୁଯାୟୀ, ଏହାର କାଟାଲଗ୍ ର ଅନ୍ୟ ATGW ଅଂଶ OMTAS, ମଧ୍ୟମ ରେଞ୍ଜ୍ ଆଣ୍ଟି ଟ୍ୟାଙ୍କ୍ ଅସ୍ତ୍ର ପ୍ରଣାଳୀ ଏବଂ UMTAS – ଏକ ଦୂରଗାମୀ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ପ୍ରଣାଳୀ ଅନ୍ତର୍ଭୁକ୍ତ ଅଟେ ।

କଣ ଭାରତକୁ ଭୟ କରି ଆଣିବାକୁ ଯାଉଛି  ଆଣ୍ଟି ଟ୍ୟାଙ୍କ ମିସାଇଲ ?

ତୁର୍କୀ ସହିତ ପାକିସ୍ତାନର ଦୀର୍ଘ ଦିନର ପ୍ରତିରକ୍ଷା ସମ୍ପର୍କ ରହିଛି ଏବଂ ଦୁଇ ଦେଶ ନିକଟ ଅତୀତରେ ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ନିର୍ମାଣ କରି ଘନିଷ୍ଠ ସାମରିକ ସହଯୋଗ ସ୍ଥାପନ କରିଛନ୍ତି । ପଞ୍ଚମ ପିଢିର କାନ୍ ଯୁଦ୍ଧ ବିମାନ ପାଇଁ ତୁର୍କୀ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ (TAI) ର ବିକାଶ କାର୍ଯ୍ୟକ୍ରମରେ ପାକିସ୍ତାନ ମଧ୍ୟ ଅଂଶଗ୍ରହଣ କରିବ । ଡିସେମ୍ବର ୨୦୨୩ ସୁଦ୍ଧା ପଞ୍ଚମ ପିଢିର ଯୁଦ୍ଧ ବିମାନ TF-X ର ପ୍ରଥମ ଉଡାଣ ପାଇଁ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି । ତେବେ ନିକଟରେ ପାକିସ୍ତାନ ଆଣିଥିବା ଗ୍ରହଣ କରିଥିବା ସିଷ୍ଟମରୁ ଜଣାପଡିଛି ଯେ ଭାରତର ଟି -90 ଏବଂ ଅର୍ଜୁନ ଟ୍ୟାଙ୍କର ଭୟ ଯୋଗୁଁ ପାକିସ୍ତାନ ଏହାକୁ ସେନାରେ ସାମିଲ କରିଛି ।  ଆଣ୍ଟି-ଟ୍ୟାଙ୍କ ଗାଇଡ୍ ଅସ୍ତ୍ର (ATGW) ହେଉଛି ଏକ ଗାଇଡ୍ ମିସାଇଲ୍ ଯାହା ମୁଖ୍ୟତଃ ଟ୍ୟାଙ୍କ ଏବଂ ଭାରୀ ସଶସ୍ତ୍ର ସାମରିକ ଯାନଗୁଡିକୁ ନଷ୍ଟ କରିବା ପାଇଁ ପରିକଳ୍ପିତ । ଆଜ୍ଞା ହଁ, ଏହାକୁ ବିଚାର କରିବାବେଳେ ପାକିସ୍ତାନରେ ମଧ୍ୟ ଭାରତର ଟି -90 ଟ୍ୟାଙ୍କ କଥା ଭାବିକି ଏହି ନିଷ୍ପତି ନେଇଥିବ । ଏହା ହେଉଛି ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା  ଟ୍ୟାଙ୍କ ।  ଭାରତରେ ପ୍ରାୟ ୧୧୦୦ ଟି -90 ଭୀଷ୍ମ ଟ୍ୟାଙ୍କ ଅଛି ।  ଯଦି ଆମେ ଭାରତର ଅର୍ଜୁନ ଟ୍ୟାଙ୍କ ବିଷୟରେ କଥା ହେବା ତେବେ ଏହି  ଅର୍ଜୁନ ଟ୍ୟାଙ୍କ ୨୦୦୪ ମସିହାରୁ ଭାରତୀୟ ସେନାରେ ସାମିଲ ହେଇଛି । ଏହାର ଶକ୍ତି ଶତ୍ରୁର ନିଦ ହଜେଇଦେବାକୁ ସମର୍ଥ ।

The post ଭାରତର ଟି -90 ଏବଂ ଅର୍ଜୁନ ଟ୍ୟାଙ୍କକୁ ଡରିଗଲା ପାକିସ୍ଥାନ । ତୁର୍କୀରୁ ଆଣୁଛି ଟ୍ୟାଙ୍କ ବିଧ୍ଵଂସୀ କ୍ଷେପଣାସ୍ତ୍ର first appeared on Kanak News.

from Kanak News
via <a href="https://ifttt.com/?

ମହିଳା IASଙ୍କର ମଣ୍ଡଳ କାରାଗାରରେ ଅତର୍କିତ ଚଢଉ । ସାହାସକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଏବେ ଚର୍ଚ୍ଚାରେ । ଅଚାନକ ମଣ୍ଡଳକାରାଗାରରେ ଚଢଉ କରିଥିଲେ ଆଇଏଏସ୍ ଦୁର୍ଗାଶକ୍ତି ନାଗପାଲ । ସେଠାରେ ଜେଲରେ ଥିବା କୁଖ୍ୟାତ ମାଫିଆ ମୁଖତାର ଅନସାରୀର ସେଲ ଭିତରକୁ ଯାଇ ନିଜେ ତଲାସି କରିଥିଲେ । ଆଉ ଗୋଟିଏ କୋଣରେ ଜାକିଜୁକି ହୋଇ ଛିଡା ହୋଇଥିଲା ଅନସାରୀ ।

ଆଇଏଏସ୍ ଦୁର୍ଗାଶକ୍ତିଙ୍କ ଏଭଳି ସାହାସକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି । ଚଢଉ ବେଳେ ତାଙ୍କ ସହ ଥିଲେ ଜିଲ୍ଲା ଏସପି । ତାଙ୍କ ଏଭଳି ଅଚାନକ ଚଢଉରେ ଜେଲରେ ହଇଚଇ ସୃଷ୍ଟି ହୋଇଥିଲା । ଦୁର୍ଗାଶକ୍ତି ୨୦୧୦ ବ୍ୟାଚର ଆଇଏଏସ୍ । ବର୍ତ୍ତମାନ ସେ ବାନ୍ଦା ଜିଲ୍ଲାର ଜିଲ୍ଲାଧିକାରୀ ଭାବେ କାର୍ଯ୍ୟରତ । ଏହା ପୂର୍ବରୁ ସେ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗରେ ସଚିବ ଥିଲେ ।

The post ମହିଳା IASଙ୍କର ମଣ୍ଡଳ କାରାଗାରରେ ଅତର୍କିତ ଚଢଉ । ସାହାସକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

ଟନେଲରେ ଡ୍ରିଲିଂ କାମ ଶେଷ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ପାଇପ୍ । ଟନେଲ ବାହାରେ ପହଞ୍ଚିଲା ଆମ୍ବୁଲାନ୍ସ, ଡାକ୍ତର ଟିମ୍ ।

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲରେ ଡ୍ରିଲିଂ କାମ ଶେଷ ହୋଇଛି । ଶ୍ରମିକଙ୍କ ପାଖରେ ପହଞ୍ଚିସାରିଛି ପାଇପ୍ । ଏହା ସାହାଯ୍ୟରେ ଶ୍ରମିକଙ୍କୁ ବାହାରକୁ କଢାଯିବ । ଏନେଇ ଉତରାଖଣ୍ଡ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୫୫.୩ମିଟର ପର୍ଯ୍ୟନ୍ତ ପାଇପ ପ୍ରବେଶ କରାଯାଇଛି ।

ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ସ୍ୱତନ୍ତ୍ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।

The post ଟନେଲରେ ଡ୍ରିଲିଂ କାମ ଶେଷ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ପାଇପ୍ । ଟନେଲ ବାହାରେ ପହଞ୍ଚିଲା ଆମ୍ବୁଲାନ୍ସ, ଡାକ୍ତର ଟିମ୍ । first appeared on Kanak News.

from Kanak News
via <a href="https://ifttt.com/?

ବୈପାରୀଗୁଡ଼ା ଆଇଆଇସିଙ୍କ ଠାରୁ ଜବତ ହେଲାଣି ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା । ମେସିନ ସହାୟତାରେ ଚାଲିଛି ଟଙ୍କା ଗଣା

କନକ ବ୍ୟୁରୋ : ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କ ବିଭିନ୍ନ ଠିକଣାରୁ ଏପର୍ଯ୍ୟନ୍ତ ନଗଦ ୩୭ଲକ୍ଷ ୨୭ହଜାର ଟଙ୍କା ଜବତ । ଗତକାଲି ତାଙ୍କ ନିକଟରୁ, ଅଫିସ ଚାମ୍ବରରୁ ଓ ଘରୁ ନଗଦ ୭ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ଆଜି, ସକାଳୁ କଟକ ବକ୍ସିବଜାର ସରକାରୀ ବାସଭବନରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ମିଳିଛି । ଏବେବି ଚାଲିଛି ତଲାସି ।

ବିପୁଳ ପରିମାଣର ୫ଶହ ଓ ଶହେ ଟଙ୍କିଆ ନୋଟ ଜବତ କରିଛି ଭିଜିଲାନ୍ସ । ସେହି ନୋଟକୁ ମେସିନ୍ ସହାୟତାରେ ଗଣୁଛନ୍ତି ଅଧିକାରୀ । ସୁଶାନ୍ତଙ୍କୁ ଜୟପୁର ଭିଜିଲାନ୍ସ ଅଫିସରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଗତକାଲି ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା, ଓ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଟଙ୍କା ଜବତ ହୋଇଥିଲା । ବୈପାରୀଗୁଡ଼ା ସ୍ଥିତ ଘରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା

The post ବୈପାରୀଗୁଡ଼ା ଆଇଆଇସିଙ୍କ ଠାରୁ ଜବତ ହେଲାଣି ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା । ମେସିନ ସହାୟତାରେ ଚାଲିଛି ଟଙ୍କା ଗଣା first appeared on Kanak News.

from Kanak News
via <a href="https://ifttt.com/?

ମଣିଷ ଦେହରେ ଘୁଷୁରି ଜୀବାଣୁ । ଟେନ୍ସନ୍ ରେ ବ୍ରିଟେନ ।

ବ୍ରିଟେନରେ ପ୍ରଥମ ଥର ପାଇଁ ଘୁଷୁରି ଶରୀରରେ ଦେଖାଯାଉଥିବା ଏକ ପ୍ରକାର ଜୀବାଣୁ ମନୁଷ୍ୟ ଦେହରେ ଚିହ୍ନଟ ହୋଇଛି । ଏହା ବ୍ରିଟେନ ପାଇଁ ଚିନ୍ତାର କାରଣ ସାଜିଛି । ବାସ୍ତବରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା ।  ସେ ନିଶ୍ୱାସପ୍ରଶ୍ବାସ  ନେବାରେ ଅସୁବିଧା ଅନୁଭବ କରୁଥିଲେ ।  ଯେତେବେଳେ ଏହା ପରୀକ୍ଷା କରାଯାଇଥିଲା, ଏହା ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ H1N2 ବୋଲି ଚିହ୍ନଟ ହୋଇଛି ।

ବ୍ରିଟେନରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପ୍ରଥମ ଥର ପାଇଁ ଘୁଷୁରିଦେହରେ ମିଳୁଥିବା ଏକପ୍ରକାର ଜୀବାଣୁ ମନୁଷ୍ୟ ଦେହରେ  ଚିହ୍ନଟ ହୋଇଛି । ୟୁକେ ହେଲଥ ସିକୁରୀଟିଜ ଏଜେନ୍ସି  (UKHSA) ଏହି ସୂଚନା ଦେଇଛି । ଏଜେନ୍ସି କହିଛି ଯେ ବ୍ରିଟେନରେ ପ୍ରଥମ ଥର ପାଇଁ ମଣିଷରେ ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ ଏ (H1N2) v ଚିହ୍ନଟ ହୋଇଛି । ରୁଟିନ୍ ଚେକଅପ୍ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ।

UKHSA କହିଛି ଯେ ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ସେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ । ଯେତେବେଳେ ଏହାର ପରୀକ୍ଷଣ କରାଯାଇଥିଲା, ଏହା ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ H1N2 ବୋଲି ଜଣାପଡିଛି ।  ପ୍ରକୃତରେ ଏହା ଏପରି ଏକ ଜୀବାଣୁ ଯାହା ଘୁଷୁରି ଦେହରେ ବ୍ୟାପିଥାଏ । କିନ୍ତୁ ମଣିଷ ଶରୀରରେ ଏହି ଷ୍ଟ୍ରେନ୍‌ ମିଳିବ ଏକ ପ୍ରଥମ ଘଟଣା । ଉକ୍ତ ବ୍ୟକ୍ତି ବର୍ତ୍ତମାନ ସମ୍ପୁର୍ଣ୍ଣ ଭଲ ଅଛନ୍ତି କିନ୍ତୁ ତାଙ୍କ ଉପରେ ନିରନ୍ତର ନଜର ରଖାଯାଉଛି ।

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ଇନ୍ସିଡେଣ୍ଟ ନିର୍ଦ୍ଦେଶକ ଡକ୍ଟର ମୀରା ଚନ୍ଦ କହିଛନ୍ତି ଯେ ବ୍ରିଟେନର ଜଣେ ବ୍ୟକ୍ତିଙ୍କଠାରେ ଆମେ ପ୍ରଥମ ଥର ଏହି ଜୀବାଣୁ ଚିହ୍ନଟ କରିଛୁ । ଏହି ଜୀବାଣୁ ସାଧାରଣତ  ଘୁଷୁରି ମାନଙ୍କ ଠାରେ  ଦେଖାଯାଇଯାଏ । ୨୦୦୯ ରେ ସ୍ୱାଇନ୍ ଫ୍ଲୁ ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିଲା । ଏହା ଏକ ଭୂତାଣୁ ଦ୍ଵାରା ବ୍ୟାପିଥିଲା । ​​ଯେଉଁଥିରେ ଘୁଷୁରି, ପକ୍ଷୀ ଏବଂ ମଣିଷ ମଧ୍ୟରେ ବୁଲୁଥିବା ଭୂତାଣୁରୁ ଜେନେଟିକ ପଦାର୍ଥ ରହିଥିଲା ।

The post ମଣିଷ ଦେହରେ ଘୁଷୁରି ଜୀବାଣୁ । ଟେନ୍ସନ୍ ରେ ବ୍ରିଟେନ । first appeared on Kanak News.

from Kanak News
via <a href="https://ifttt.com/?

ଅଳିଆ ହଟାଇବାକୁ ବିଜେପିର ସତ୍ୟାଗ୍ରହ । ସୈନିକ ସ୍କୁଲ ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ।

କନକ ବ୍ୟୁରୋ: ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଡମ୍ପିୟାର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ । ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ସ୍ଥାନୀୟ ଅଂଚଳବାସୀ ଅତିଷ୍ଠ ହୋଇଥିବା ବେଳେ ଚୁପ୍ ବସିଛି ବିଏମସି । ଡମ୍ପିୟାର୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି । ରାଜଧାନୀର ଛାତି ଉପରେ ଅଳିଆ ପାହାଡର କାୟା ବୃଦ୍ଧି ପାଉଥିବା ସମସସ୍ୟାର ସ୍ଥାୟୀ ସମାଧାନ ନକରି ମହଲତ ଦେବାରେ ଲାଗିଛି ବିଏମସି । ତୁରନ୍ତ ଏହି ଅସ୍ଥାୟୀ ଡମ୍ପିୟାର୍ଡକୁ ସମ୍ପୂର୍ଣ୍ଣ ଉଛେଦ୍ଦ କରାଯାଉ, ସମସ୍ୟା ସମାଧାନ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

The post ଅଳିଆ ହଟାଇବାକୁ ବିଜେପିର ସତ୍ୟାଗ୍ରହ । ସୈନିକ ସ୍କୁଲ ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଧାରଣା । first appeared on Kanak News.

from Kanak News
via <a href="https://ifttt.com/?

ଆଉ ମାତ୍ର ୩ମିଟର । ଖୁବ୍ ଶୀଘ୍ର ଉଦ୍ଧାର ହେବେ ୪୧ ଶ୍ରମିକ । ସୂଚନା ଦେଲେ ଟନେଲ ବିଶେଷଜ୍ଞ କ୍ରିସ କୁପରଙ୍କ ସୂଚନା ।

କନକ ବ୍ୟୁରୋ: ଖୁବଶୀଘ୍ର ଟନେଲରୁ ବାହାରିବେ ଫସିଥିବା ଶ୍ରମିକ । ଉଦ୍ଧାରକାରୀ ଦଳଙ୍କ ଠାରୁ ଆଉ ୩ ମିଟର ଦୂରରେ ଥିବା କୁହାଯାଉଛି । ଯଦି ବିନା ବାଧାରେ ସବୁକିଛି ଠିକ୍ ଠାକ୍ ଚାଲେ ତାହାଲେ ଖୁବଶୀଘ୍ର ଟନେଲରୁ ଶ୍ରମିକମାନେ ଉଦ୍ଧାର ହେବେ ।ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଞ୍ଚିିବା ଖବର ଆସିବା ପରେ ଟନେଲ ବାହାର ଅଞ୍ଚଳ ଅଧିକ ଚଳଚଞ୍ଚଳ ହୋଇଛି ।ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି ।

ଗତକାଲି ରାତିରୁ ସୁରୁଖୁରୁରେ ଡ୍ରିଲିଂ କାମ ଚାଲିଥିବ ଟନେଲ ବିଶେଷଜ୍ଞ କ୍ରିସ କୁପର ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟର ସମୀକ୍ଷା କରି ସମାନ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ମାନୁଆଲ ଡ୍ରିଲିଂରେ ସ୍ୱତନ୍ତ୍ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ସେପଟେ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ଏବେ ବନ୍ଦ ରହିଛି । ୪୩ମିଟର ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।

The post ଆଉ ମାତ୍ର ୩ମିଟର । ଖୁବ୍ ଶୀଘ୍ର ଉଦ୍ଧାର ହେବେ ୪୧ ଶ୍ରମିକ । ସୂଚନା ଦେଲେ ଟନେଲ ବିଶେଷଜ୍ଞ କ୍ରିସ କୁପରଙ୍କ ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ସାମାନ୍ୟ ବଚସାରୁ ବୋମାମାଡ । ଜଟଣୀ ତରାବୋଇ ଗାଁରେ ଗୋଷ୍ଠୀ ସଂଘର୍ଷ, ବ୍ୟାପକ ଭଙ୍ଗାରୁଜା । ଗାଁରେ ପୋଲିସ ଛାଉଣି ।

କନକ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ଥାନା ତରାବୋଇ ଗାଁରେ ଗୋଷ୍ଠୀ ସଂଘର୍ଷ । ବୋମାମାଡ ଓ ଗାଡି ଭଂଗାରୁଜା । ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଗଣ୍ଡଗୋଳରୁ ଉଭୟ ଗୋଷ୍ଠୀର ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ପୂର୍ବ ଘଟଣାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ଏବଂ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି ।

The post ସାମାନ୍ୟ ବଚସାରୁ ବୋମାମାଡ । ଜଟଣୀ ତରାବୋଇ ଗାଁରେ ଗୋଷ୍ଠୀ ସଂଘର୍ଷ, ବ୍ୟାପକ ଭଙ୍ଗାରୁଜା । ଗାଁରେ ପୋଲିସ ଛାଉଣି । first appeared on Kanak News.

from Kanak News
via <a href="https://ifttt.com/?

‘ଭୋକ ଶୋଷରେ ମୋତେ ପାହାଚ ଚଢାଇଲେ…୩ ଥର ବେହୋସ୍ ହୋଇଗଲି’: ଜଣାଶୁଣା ବ୍ୟବସାୟୀ ଗୌତମ ସିଂଘାନିଆଙ୍କ ଉପରେ ପତ୍ନୀଙ୍କ ଅଭିଯୋଗ

କନକ ବ୍ୟୁରୋ: ରେମଣ୍ଡ କମ୍ପାନୀର ସିଏମଡି ଗୌତମ ସିଂଘାନିଆ ଓ ତାଙ୍କ ପତ୍ନୀ ନବାଜ ମୋଦୀଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ବିବାଦ ବଢିବାରେ ଲାଗିଛି । ଯେବେଠୁ ଛାଡପତ୍ର ପାଇଁ ଗୌତମ ସିଂଘାନିଆ ଘୋଷଣା କରିଛନ୍ତି ସେବେଠୁ ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛନ୍ତି ପତ୍ନୀ ନବାଜ ।

୩୨ ବର୍ଷର ସମ୍ପର୍କ ତୁଟିବାକୁ ଯାଉଛି । ଦୀପାବଳି ପରେ ଗୌତମ , ପତ୍ନୀ ନବାଜ୍ ମୋଦୀଙ୍କୁ ଛାଡପତ୍ର ଦେବେ ବୋଲି ଘୋଷଣା କରିଥିଲେ । ଏହାପରେ ଗୌତମଙ୍କ ଉପରେ ଗୋଟିଏ ପରେ ଗୋଟିଏ ଗୁରୁତର ଅଭିଯୋଗ ଆଣୁଛନ୍ତି ନବାଜ୍ ମୋଦୀ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ତାଙ୍କର ବ୍ଲଡ ପ୍ରେସର ସହ ସୁଗାର ସମସ୍ୟା ରହିଛି । ଏହା ଜାଣି ମଧ୍ୟ ନିଜର ସ୍ୱାର୍ଥ ପାଇଁ ବିନା ଖାଦ୍ୟ ଓ ପାନୀୟରେ ତାଙ୍କୁ ତିରୁପତିଙ୍କ ମନ୍ଦିରକୁ ଯିବା ପାଇଁ ପାହାଚ ଚଢାଇଲେ ଗୌତମ । ବାଟରେ ୩ ଥର ସେ ବେହୋସ୍ ମଧ୍ୟ ହୋଇଗଲେ । ତାଙ୍କର ସ୍ୱାସ୍ଥ୍ୟ ଖରାପ ରହୁଥିଲେ ବି ଗୌତମଙ୍କର ଏହାକୁ ନେଇ ଟିକେ ବି ଚିନ୍ତା ନାହିଁ ବୋଲି ଅଭିଯୋଗ କରିଛନ୍ତି ପତ୍ନୀ ନବାଜ୍ ।
ଛାଡପତ୍ର ଘୋଷଣା ପରେ ଗୌତମଙ୍କ ୧୧ହଜାର କୋଟି ଟଙ୍କା ଦାବି କରିଛନ୍ତି ପତ୍ନୀ ନବାଜ୍ । ଏହା ଦେବାକୁ ଗୌତମ ରାଜି ଥିବା ମଧ୍ୟ ଜଣାପଡିଛି । ଏବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବଢିବାକୁ ଲାଗିଥିବାବେଳେ ଗୌତମଙ୍କୁ ତାଙ୍କ ବାପା ତଥା ରେମଣ୍ଡ କମ୍ପାନୀ ଚିଫ୍ ବିଜୟପତି ସିଂଘାନିଆ ସମର୍ଥନ ଜଣାଇଛନ୍ତି ।

The post ‘ଭୋକ ଶୋଷରେ ମୋତେ ପାହାଚ ଚଢାଇଲେ…୩ ଥର ବେହୋସ୍ ହୋଇଗଲି’: ଜଣାଶୁଣା ବ୍ୟବସାୟୀ ଗୌତମ ସିଂଘାନିଆଙ୍କ ଉପରେ ପତ୍ନୀଙ୍କ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ମେସିନ୍ ଫେଲ ମାରିଲା, ଏବେ ମଣିଷ ଖୋଳୁଛନ୍ତି ଗାତ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିଛନ୍ତି ରାଟ୍ ହୋଲ ମାଇନିଙ୍ଗ ଟିମ୍ ।

କନକ ବ୍ୟୁରୋ: ଦୁଇ ସପ୍ତାହରୁ ଅଧିକ ଦିନ ହୋଇଥିଲେ ବି ଉତ୍ତରକାଶୀ ଟନେଲରେ ଫଶିଥିବା ୪୧ ଜଣ ଶ୍ରମିକଙ୍କୁ ଏଯାଏଁ ଉଦ୍ଧାର କରାଯାଇପାରିନାହିଁ । ସେମାନଙ୍କୁୁ ଉଦ୍ଧାର ପାଇଁ ଆମେରିକାରୁ ଅଗର ମେସିନ ଆସିଥିଲେ ବି ତାହା ବି ମଝିରେ ଫଶିଗଲା । ଏମିତି କେକେ ମେସିନ୍ ବିଫଳ ହେଲାଣି । ଶେଷରେ ମଣିଷ ଆରମ୍ଭ କରିଛନ୍ତି ପାହାଡ ଖୋଳି ଶ୍ରମିକଙ୍କୁ ଉଦ୍ଧାର କରିବା କାମ । ଏହା ଏବେ କରୁଛି
ରାଟ୍ ହୋଲ ମାଇନିଙ୍ଗ ଗ୍ରୁପ୍ ।

ଆମେରିକାର ଅଗର ମେସିନ୍ ଖରାପ ହୋଇଯିବା ପରେ ରେସ୍କ୍ୟୁ ଟିମ୍ ଏବେ ରାଟ୍ ହୋଲ୍ ଟିମର ସାହାରା ନେଇଛନ୍ତି । ଏହି ଟିମ୍ ଏବେ ମାନୁଆଲ ଡ୍ରିଲିଂ କରୁଛି । ଯେଉଁଠୁ ଅଗର ମେସିନ୍ କାମ ଛାଡିଥିଲା ସେଇଠୁ କାମ କରିବା ଆରମ୍ଭ କରିଛି ଏହି ଟିମ୍ । ର୍ୟାଟ୍ ମାଇନିଙ୍ଗ ଟିମ୍ ପାଖାପାଖି ୫ ମିଟର ଯାଏଁ ଖୋଳିସାରିଲେଣି । ସୁଡଙ୍ଗ ଉପର ପାହାଡରୁ ମଧ୍ୟ ମାନୁଆଲ ଡ୍ରିଲିଂ କରାଯାଉଛି । ଏହା ଭିତର ଦେଇ ସୁଡଙ୍ଗ ଭିରତକୁ ୧ ମିଟର ଗୋଲେଇର ପାଇପକୁ ପ୍ରବେଶ କରାଯାଉଛି , ଯାହା ମାଧ୍ୟମରେ ଶ୍ରମିକଙ୍କୁ ବାହାରକୁ ଅଣାଯାଇପାରିବ ବୋଲି କୁହାଯାଉଛି ।

କ’ଣ ଏହି ରାଟ୍ ହୋଲ ଟିମ୍?

ରାଟ୍ ହୋଲ ମାଇନିଙ୍ଗ ଟିମକୁ ଅତି ସଂକୀର୍ଣ୍ଣ ସୁଡଙ୍ଗକୁ ପଠାଯାଏ । ବିଶେଷ କରି କୋଇଲା ଖନନ ପାଇଁ ଶହଶହ ଫୁଟ ତଳକୁ ଏମାନେ ଯାଆନ୍ତି । ବିପଦପୂର୍ଣ୍ଣ ଅଞ୍ଚଳ ବିଶେଷ କରି ମେଘାଳୟର କୋଇଲା ଖଣି ଗୁଡିକରେ ଏମାନଙ୍କୁ ନିୟୋଜିତ କରାଯାଇଥାଏ ।

୨୦୧୪ରୁ ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲ ଶ୍ରମିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ମାଇନିଙ୍ଗ ଖନନ ଉପରେ ବ୍ୟାନ୍ ଲଗାଇଥିଲା । ହେଲେ ବେଆଇନ ଭାବେ ଏବେବି ରାଟ୍ ହୋଲ ଖନନ ଜାରି ରହିଛି । ମେଘାଳୟରେ ପ୍ରତିବର୍ଷ ର୍ୟାଟ ହୋଲ ମାଇନିଙ୍ଗରେ ଏକାଧିକ ଶ୍ରମିକ ନିଜ ଜୀବନ ହରାଉଛନ୍ତି । ଯାହାକୁ ନେଇ ସବୁବେଳେ ବିବାଦ ଲାଗିରହିଛି ।

The post ମେସିନ୍ ଫେଲ ମାରିଲା, ଏବେ ମଣିଷ ଖୋଳୁଛନ୍ତି ଗାତ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିଛନ୍ତି ରାଟ୍ ହୋଲ ମାଇନିଙ୍ଗ ଟିମ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started