ଗଜପତି ପରେ ରାୟଗଡାରେ ବାଘ ଆତଙ୍କ । ନିଜେ ସୁରକ୍ଷିତ ରହିବା ସହ ଗୃହପାଳିତ ପଶୁଙ୍କୁ ଜଂଗଲକୁ ନଛାଡିବାକୁ ବନବିଭାଗର ପରାମର୍ଶ ।

କନକ ବ୍ୟୁରୋ: ଗତ କିଛି ଦିନ ହେଲା ବାଘକୁ ନେଇ ଗଜପତି ଓ ରାୟଗଡା ଜିଲ୍ଲାରେ ଆତଙ୍କ ଲାଗି ରହିଛି । ଗଜପତି ଜିଲ୍ଲାର ଆର ଉଦୟଗିରି ଅଂଚଳରେ ପ୍ରଥମେ ବାଘର ଆତଙ୍କ ଦେଖା ଦେଇଥିଲା । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ପରେ ବାଘର ଫଟୋ କଏଦ ହୋଇଥିଲା । ଗତ କାଲି ସନ୍ଧ୍ୟାରେ ଏହି ବାଘଟି ଗଜପତି ଜିଲ୍ଲା ସୀମାନ୍ତ ଅତିକ୍ରମ କରି ରାୟଗଡା ସୀମାରେ ପ୍ରବେଶ କରିଥିବା ସନ୍ଦେହ କରିଛି ଗଜପତି ବନ ବିଭାଗ ।

ଗଜପତି ବନ ବିଭାଗର ସୂଚନା ପରେ ତତ୍ପରତା ହୋଇଛି ଗୁଣୁପୁର ବନ ବିଭାଗ । ଗଜପତି ଓ ରାୟଗଡା ଜିଲ୍ଲା ସୀମାନ୍ତରେ ରହିଥିବା ଗ୍ରାମଗୁଡିକୁ ଯାଇ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଛି । ଗତ କାଲି ପଦ୍ମପୁର ବନପାଳ ଓ ଅନ୍ୟ କର୍ମଚାରୀମାନେ ପଦ୍ମପୁର ବ୍ଲକର ତବଲାଗୁଡା ,ଡଲମା ,ତରପାଗୁଡା ଓ ଲିକିଟିପଦର ଅଂଚଳରେ ବାସ କରୁଥିବା ଲୋକଙ୍କୁ ନିଜେ ସୁରକ୍ଷିତ ରହିବା ସହ ଗୃହପାଳିତ ପଶୁଙ୍କୁ ଜଙ୍ଗଲ ମଧ୍ୟକୁ ନ ଛାଡିବା ପାଇଁ ପରାମର୍ଶ ଦେଇଛନ୍ତି ।

The post ଗଜପତି ପରେ ରାୟଗଡାରେ ବାଘ ଆତଙ୍କ । ନିଜେ ସୁରକ୍ଷିତ ରହିବା ସହ ଗୃହପାଳିତ ପଶୁଙ୍କୁ ଜଂଗଲକୁ ନଛାଡିବାକୁ ବନବିଭାଗର ପରାମର୍ଶ । first appeared on Kanak News.

from Kanak News
via <a href="https://ifttt.com/?

ଉଚ୍ଚ ବେତନର ଚାକିରି ଛାଡିଲେ, ଗାଁରେ ଖୋଲିଲେ ବୈଶାଳୀ ଡାଏରୀ । ଏବେ ମାସିକ ଲକ୍ଷାଧିକ ଟଙ୍କାର ରୋଜଗାର, ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏ. ସୁରେନ୍ଦ୍ରନାଥ ।

କନକ ବ୍ୟୁରୋ : ବ୍ରହ୍ମପୁର ସଦରର କୁକୁଡ଼ାଖଣ୍ଡି ଗ୍ରାମରେ ଥିବା ବୈଶାଳୀ ଡାଏରୀର ଷ୍ଟାର୍ଟଅପ୍ ନିଶ୍ଚିତ ରୂପେ ଯୁବପୀଢ଼ିଙ୍କ ପାଇଁ ଏକ ପ୍ରେରଣାଯୋଗ୍ୟ କାହାଣୀ। ବିଟେକ୍ ଡିଗ୍ରୀଧାରୀ ଏ. ସୁରେନ୍ଦ୍ରନାଥଙ୍କୁ ନିଜ ଅଞ୍ଚଳ ପାଇଁ କିଛି କରିବା ପାଇଁ ପ୍ରବର୍ତ୍ତାଇଥିଲେ ତାଙ୍କ ବାପା, ଯାହାକି ଅଞ୍ଚଳବାସୀଙ୍କ ପାଇଁ ସହାୟକ ହେବ ଏବଂ ଅନ୍ୟ ବେକାରୀ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବ। ଇଞ୍ଜିନିୟରିଂ ପଢ଼ିବା ପରେ ସୁରେନ୍ଦ୍ର ପୁନେର କମ୍ପାନୀରେ କାର୍ଯ୍ୟରତ ଥିଲେ। ସେ ଯେତେବେଳେ ବି ନିଜ ଗ୍ରାମକୁ ଆସନ୍ତି ସେ ଉପଲବ୍ଧି କରିଥିଲେ ଯେ କ୍ଷୀର ଏବଂ ଦୁଗ୍ଧ ତିଆରୀ ବିବିଧ ଉତ୍ପାଦ ଚାହିଦା ତାଙ୍କ ଅଞ୍ଚଳରେ ବହୁତ ରହିଛି। ତାଙ୍କ ଅଞ୍ଚଳରେ ବହୁ ଗୋପାଳକ ଚାଷୀ ଅଛନ୍ତି ଯେଉଁମାନେ କି ତାଙ୍କ ଉତ୍ପାଦକୁ ଠିକ ସ୍ଥାନରେ ବିକ୍ରୀ କରିପାରୁନାହାନ୍ତି। ସୁରେନ୍ଦ୍ରନାଥ ପୁନେରେ ଉଚ୍ଚ ବେତନର ଚାକିରୀ ଛାଡି ଆରମ୍ଭ କରନ୍ତି କୁକୁଡ଼ାଖଣ୍ଡୀ ଗ୍ରାମରେ ବୈଶାଳୀ ଡାଏରୀ ।

୨୦୧୭ ମସିହାରେ ମାତ୍ର ୫ ଲକ୍ଷ ଟଙ୍କାରେ ଆରମ୍ଭ କରନ୍ତି ଏହି ଷ୍ଟାର୍ଟଅପ୍ । ପ୍ରତ୍ୟେକ ଦିନ ୨ ଲିଟର କ୍ଷୀର ସଂଗ୍ରହରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ୧୬୦୦ ଲିଟରରୁ ଉର୍ଦ୍ଧ କ୍ଷୀର ସଂଗ୍ରହ କରିବାରେ ସଫଳତା ହାସଲ କରିଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଥିବା ଗୋପାଳକଙ୍କ ପାଇଁ ସହାୟକ ହୋଇପାରିଛି। ସରକାରଙ୍କ ତରଫରୁ କୌଣସି ପ୍ରକାର ସହାୟତା ପାଇନଥିବା ବେଳେ ତାଙ୍କ ଏହି ଜୟଯାତ୍ରାରେ ସହାୟକ ହୋଇଛନ୍ତି ତାଙ୍କ ସାଙ୍ଗସାଥୀ, ପରିବାର, ନିକଟ ସମ୍ପର୍କୀୟଙ୍କ ସମେତ ରତନ ଟାଟା କମ୍ପାନୀ ଏବଂ ଅଲମ୍ପିକ କ୍ରୀଡ଼ାବିତ୍ ଗଗନ ନାରଙ୍ଗଦ୍ବାରା ଆର୍ଥିକ ପ୍ରୋତ୍ସାହନ ପାଇଛନ୍ତି। ଯାହାର ଫଳସ୍ଵରୂପ ବୈଶାଳୀ ଡାଏରୀ ଲକ୍ଷାଧିକ ଟଙ୍କା ବ୍ୟୟ କରି ବହୁ ଆଧୁନିକ ଯନ୍ତ୍ରପାତି ସ୍ଥାପନ କରି ଆଜି ୨୫ରୁ ଉର୍ଦ୍ଧ୍ବ ଯୁବକଯୁବତୀଙ୍କୁ ରୋଜଗାର ଦେବାରେ ସଫଳ ହୋଇଛି। ଯାହାକି ଦୁଗ୍ଧରମାନ ଅକ୍ଷୁର୍ଣ ରଖିବା ସହ ବିଭିନ୍ନ ଉତ୍ପାଦ ତିଆରି କରିବାରେ ସକ୍ଷମ ।

ବଜାରରେ ‘ଅନନ୍ତ ସାଗର’ ନାମରେ ବିକ୍ରୀ ହେଉଥିବା ଏହି ଉତ୍ପାଦ ଆଜି କ୍ଷୀର, ଦହି, ପନୀର, ଘିଅ, ରୋସଗଲା, ଗୁଲାବ ଜାମୁନ ଏବଂ ପେଢ଼ା ଆଦି ତିଆରି କରି ବ୍ରହ୍ମପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳର ଚାହିଦା ମେଣ୍ଟାଇବା ସହ ସ୍ଥାନୀୟ ଗୋପାଳକଙ୍କୁ ସ୍ବାବଲମ୍ବୀ କରିପାରିଛି । ଆଗାମୀ ଦିନରେ ସେ ସ୍ଥାନୀୟ ଅଞ୍ଚଳରୁ ୫୦୦୦ ଲିଟର କ୍ଷୀର ସଂଗ୍ରହ ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି । ତାଙ୍କ ମୂଳମନ୍ତ୍ର ହେଲା ସ୍ଥାନୀୟ ଉତ୍ପାଦକୁ ହାଇଜେନିକ ଭାବେ ଗ୍ରାହକଙ୍କ ପାଖରେ ସ୍ଵଳ୍ପ ଦରରେ ପହଁଚାଇବା । ସୁରେନ୍ଦ୍ରଙ୍କ ଏହି ଜୟଯାତ୍ରା ନିଶ୍ଚିତ ରୂପେ ଆଜିର ଯୁବପିଢ଼ୀଙ୍କୁ ପ୍ରେରଣା ଯୋଗାଇବ। ବିବାହ, ପର୍ବପର୍ବାଣୀ ପାଇଁ ନିଜ ଚାହିଦା ମୁତାବକ ଉତ୍ପାଦ ତାଙ୍କ ଠାରୁ ନିମ୍ନ ଠିକଣାରେ ଗ୍ରାହକ ଯୋଗାଯୋଗ କରି କ୍ରୟ କରିପାରିବେ ।

ବୈଶାଳୀ ଡାଏରୀ ପ୍ରା: ଲି:
କୁକୁଡ଼ାଖଣ୍ଡି, ଗଞ୍ଜାମ (ଓଡ଼ିଶା) ୭୬୧୧୦୦
୮୦୯୩୧୫୧୫୭୬, ୮୦୯୩୦୫୧୫୭୬

The post ଉଚ୍ଚ ବେତନର ଚାକିରି ଛାଡିଲେ, ଗାଁରେ ଖୋଲିଲେ ବୈଶାଳୀ ଡାଏରୀ । ଏବେ ମାସିକ ଲକ୍ଷାଧିକ ଟଙ୍କାର ରୋଜଗାର, ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏ. ସୁରେନ୍ଦ୍ରନାଥ । first appeared on Kanak News.

from Kanak News
via <a href="https://ifttt.com/?

ହମାସର ନୂଆ ଚାଲ୍ । ବନ୍ଧକମାନଙ୍କୁ ପଠାଇ ଦେଉଛି ଅନ୍ୟ ଆତଙ୍କବାଦୀ ସଂଗଠନ ପାଖକୁ ।

ଆତଙ୍କବାଦୀ ସଂଗଠନ ହମାସ ଅନ୍ୟ ଆତଙ୍କବାଦୀ ସଂଗଠନ ପାଖକୁ ବନ୍ଧକ ଇସ୍ରାଏଲ ନାଗରିକମାନଙ୍କୁ  ପଠାଇ ଦେଉଛି । ଏହା ପ୍ରକାଶ ପାଇବା ପରେ ଆମେରିକୀୟ ଏବଂ ଇସ୍ରାଏଲ୍ ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି । ହମାସ କବଳରେ ବନ୍ଦୀ ଥିବା ଲୋକମାନଙ୍କୁ ଅନ୍ୟ ସଂଗଠନକୁ ପଠାଯାଇଥିବା ନାଗରିକଙ୍କ ମଧ୍ୟରେ ଇସ୍ରାଏଲର ବିବାସଙ୍କ ପରିବାର ମଧ୍ୟ ଅନ୍ତର୍ଭୁକ୍ତ ।

ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ଦୁଇ ପକ୍ଷରୁ ହଜାର ହଜାର ନାଗରିକ ମୃତ୍ଯୁବରଣ କଲାପରେ ଏବେ କିଛିଦିନ ପାଇଁ ଅସ୍ତ୍ରବିରତି ହୋଇଛି । ଆରବ ଦେଶ ଏବଂ ଆମେରିକାର ଉଦ୍ୟମ ପରେ ଉଭୟଙ୍କ ମଧ୍ୟରେ ଅସ୍ତ୍ରବିରତି ପାଇଁ ଏକ ଚୁକ୍ତି ହୋଇଥିଲା । ଯାହା ଅନୁଯାୟୀ ଉଭୟ ଇସ୍ରାଏଲ୍ ଏବଂ ହମାସ୍ ବନ୍ଧକ ଥିବା ଲୋକଙ୍କୁ ମୁକ୍ତ କରୁଛନ୍ତି । ଏହି ସମୟରେ ଏକ ବଡ ଖବର ବାହାରକୁ ଆସୁଛି, ଯାହା ଅତ୍ୟନ୍ତ ଚକିତକର ।

ଖବର ଅନୁଯାୟୀ ହମାସ୍ ଇସ୍ରାଏଲ୍ ନାଗରିକଙ୍କୁ ଅନ୍ୟ ଆତଙ୍କବାଦୀ ସଂଗଠନକୁ ହସ୍ତାନ୍ତର କରୁଛି । ହାମାସର ଏହି କୌଶଳ ହେତୁ ଅନେକ ଲୋକଙ୍କ ସମସ୍ୟା ବଢି ଯାଇଛି ।  ଏଥି ସହିତ, ଇସ୍ରାଏଲ୍ ଏବଂ ଆମେରିକୀୟ ଏଜେନ୍ସିମାନେ ଏହି ବିଷୟରେ ସତର୍କ ହୋଇ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏହା କୁହାଯାଉଛି ଯେ ଏହା ହମାସର କିଛି ନୂଆ ଚାଲ ହୋଇପାରେ । ବୋଧହୁଏ ସେ ଇସ୍ରାଏଲ ଉପରେ ଚାପ ପକାଇବାକୁ ଏକ ନୂଆ ଯୋଜନା କରୁଛି ।

ବନ୍ଧକମାନଙ୍କୁ ଅନ୍ୟ ଆତଙ୍କବାଦୀ ସଙ୍ଗଠନକୁ ହସ୍ତାନ୍ତର କରୁଛି ହମାସ

ହମାସ ଅନ୍ୟ ଆତଙ୍କବାଦୀ ସଂଗଠନକୁ ପଠାଇଥିବା ବନ୍ଧକମାନଙ୍କ ମଧ୍ୟରେ ଇସ୍ରାଏଲର ବିବାସଙ୍କ ପରିବାର ମଧ୍ୟ ଅଛନ୍ତି । ଏହି ପରିବାରରେ ଦୁଇ ପିଲା ଏବଂ ସେମାନଙ୍କ ପିତାମାତା ଅଛନ୍ତି । ଏଥିମଧ୍ୟରୁ ଗୋଟିଏ ଝିଅର ବୟସ ଚାରି ବର୍ଷ ଏବଂ ତାଙ୍କ ନାମ ଆରିଏଲ ହୋଇଥିବାବେଳେ ଅନ୍ୟ ଝିଅଟି ମାତ୍ର ଦଶ ମାସର ଏବଂ ତାଙ୍କ ନାମ କଫିର ।  ଏହି ପିଲାମାନଙ୍କୁ ସେମାନଙ୍କ ପିତା ୟର୍ଡେନ ଏବଂ ମାତା ସିରିଙ୍କ ସହ ଅପହରଣ କରି ନେଇଯାଇଥିଲେ ।

୭ ଅକ୍ଟୋବରରେ ହମାସ ଆକ୍ରମଣ କରିଥିଲା

ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏଥି ସହିତ, ହମାସ୍ ପ୍ରାୟ ୨୪୦ ଜଣ ଇସ୍ରାଏଲ୍ ନାଗରିକଙ୍କୁ ଅପହରଣ କରି ବନ୍ଧକ ହିସାବରେ ନେଇଯାଇଥିଲେ । ଯେଉଁଥିରେ ବହୁ ସଂଖ୍ୟାରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି ।  ସେବେଠାରୁ ଇସ୍ରାଏଲ କ୍ରମାଗତ ଭାବରେ ହମାସ ଟାର୍ଗେଟ ଉପରେ ଆକ୍ରମଣ କରିଆସୁଛି । ଏହି ଆକ୍ରମଣ ଫଳରେ ଗାଜାରେ ବହୁ କ୍ଷୟକ୍ଷତି କରିଛି ।  ହମାସର ବହୁ ବରିଷ୍ଠ କମାଣ୍ଡୋଙ୍କୁ ଇସ୍ରାଏଲ ହତ୍ୟା କରିଛି ।

ଅସ୍ତ୍ରବିରତିର ଚତୁର୍ଥ ଦିନରେ ୧୧ ଜଣ ଇସ୍ରାଏଲ ନାଗରିକ ମୁକ୍ତ ହୋଇଛନ୍ତି

ଏହି ଯୁଦ୍ଧ ସମୟରେ ଆରବ ଏବଂ ଆମେରିକାର ମିଳିତ ଉଦ୍ୟମ ହେତୁ ଉଭୟଙ୍କ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା । ବନ୍ଧକ ଥିବା ଲୋକଙ୍କୁ ମୁକ୍ତ କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ। ଏହି ସମୟରେ ଅସ୍ତ୍ରବିରତିର ଚତୁର୍ଥ ଦିନରେ ହମାସ୍ ୩୩ ପାଲେଷ୍ଟାଇନ ନାଗରିକଙ୍କ ବଦଳରେ ୧୧ ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିଛି ।  ଏହା IDF ଦ୍ୱାରା ସ୍ପଷ୍ଟ କରାଯାଇଛି ।  ତେବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ହମାସ ଧ୍ୱଂସ ହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ।

The post ହମାସର ନୂଆ ଚାଲ୍ । ବନ୍ଧକମାନଙ୍କୁ ପଠାଇ ଦେଉଛି ଅନ୍ୟ ଆତଙ୍କବାଦୀ ସଂଗଠନ ପାଖକୁ । first appeared on Kanak News.

from Kanak News
via <a href="https://ifttt.com/?

ଆଇଆଇସିଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । କଟକ ବକ୍ସିବଜାର ସ୍ଥିତ ଘରୁ ମିଳିଲା ନଗଦ ୨୫ ଲକ୍ଷ । ଗତକାଲି ମିଳିଥିଲା ୭ ଲକ୍ଷ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ିଥିବା ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ । ଆଜି ସକାଳୁ ସକାଳୁ କଟକ ବକ୍ସିବଜାର ସ୍ଥିତ ସରକାରୀ ବାସଭବନରୁ ୨୫ ଲକ୍ଷ ଟଙ୍କା ମିଳିଥିବା ସୂଚନା ରହିଛି । ୫ଶହ ଟଙ୍କିଆ ଓ ଶହେ ଟଙ୍କିଆ ନୋଟ ଜବତ ହୋଇଥିବା ସୂଚନା ରହିଛି ।

ଗତକାଲି ଏକ ଘରୋଇ ବସ୍ରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା, ଓ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଟଙ୍କା ଜବତ ହୋଇଥିଲା । ବୈପାରୀଗୁଡ଼ା ସ୍ଥିତ ଘରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା । ଗତକାଲି ସାଢେ ୭ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଆଜି କଟକ ସରକାରୀ ବାସଭବନରୁ ୨୫ ଟଙ୍କା ଜବତ ହୋଇଛି ।

The post ଆଇଆଇସିଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । କଟକ ବକ୍ସିବଜାର ସ୍ଥିତ ଘରୁ ମିଳିଲା ନଗଦ ୨୫ ଲକ୍ଷ । ଗତକାଲି ମିଳିଥିଲା ୭ ଲକ୍ଷ । first appeared on Kanak News.

from Kanak News
via <a href="https://ifttt.com/?

ଋଣ ବୋଝ ସହିପାରିଲେନି । ୩ ପିଲାଙ୍କ ସହ ଆତ୍ମହତ୍ୟା କଲେ ଦମ୍ପତ୍ତି ।

କନକ ବ୍ୟୁରୋ: କର୍ଣ୍ଣାଟକ ତୁମକୁରୁ ସହରର ସଦାଶିବନଗର ଅଞ୍ଚଳରେ ଥିବା ଏକ ଘରୁ ଏକ ଦମ୍ପତି ଓ ସେମାନଙ୍କର ତିନି ପିଲାଙ୍କ ମୃତଦେହ ମିଳିଛି। ମୃତକମାନେ ହେଲେ ଗରୀବ ସାବ, ତାଙ୍କ ପତ୍ନୀ ସୁମୈୟା, ଝିଅ ହାଜିରା ଏବଂ ପୁଅ ମହମ୍ମଦ ଶଭନ ଓ ମହମ୍ମଦ ମୁନୀର। ସାବ ଜୀବିକା ପାଇଁ ‘କବାବ’ ବିକ୍ରି କରୁଥିଲେ। ସେ ତୁମକୁରୁର ଶିରା ତାଲୁକର ଲକ୍କେନାହଲ୍ଲୀ ଗ୍ରାମର ବାସିନ୍ଦା। ଋଣଭାରରେ ବୁଡ଼ି ରହିବା ଏବଂ ଋଣଦାତାଙ୍କ ନିର୍ୟାତନା ଯୋଗୁଁ ସେମାନେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ମୃତକଙ୍କ ଏକ ସୁଇସାଇଡ୍ ନୋଟ୍ ଏବଂ ଏକ ସେଲ୍ଫ ମେଡ୍ ଭିଡିଓରେ ଦର୍ଶାଯାଇଛି ଯେ ସେମାନେ ଋଣଭାର ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ତୁମକୁରୁ ଏସ୍‌ପି ଅଶୋକ କୁମାର କହିଛନ୍ତି। ଭିଡିଓରେ ମୃତକ ଜଣକ ବର୍ଣ୍ଣନା କରିଛନ୍ତି ଯେ କିପରି ସେହି ବିଲ୍ଡିଂରେ ରହୁଥିବା ବ୍ୟକ୍ତି ଓ ତାଙ୍କ ପରିବାର ସଦସ୍ୟ ତାଙ୍କ ପରିବାରକୁ ନିର୍ୟାତନା ଦେଇଥିଲେ ଏବଂ ସେମାନଙ୍କୁ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲେ। ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ୱର ଶୋକ ପ୍ରକାଶ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ଏହି ଘଟଣାରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।

The post ଋଣ ବୋଝ ସହିପାରିଲେନି । ୩ ପିଲାଙ୍କ ସହ ଆତ୍ମହତ୍ୟା କଲେ ଦମ୍ପତ୍ତି । first appeared on Kanak News.

from Kanak News
via <a href="https://ifttt.com/?

ଟନେଲରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ ୫ରୁ ୬ ମିଟର ବାକି । ମାନୁଆଲ ଡ୍ରିଲିଂ ବେଳେ ହେଉଛି ସମସ୍ୟା । ସ୍ୱତନ୍ତ୍ର ଇଂଜିନିୟର ଟିମ୍ ନିୟୋଜିତ ।

କନକ ବ୍ୟୁରୋ: ଉତ୍ତରକାଶୀର ନିର୍ମାଣଧୀନ ସୁଡ଼ଙ୍ଗରେ ଫସିରିହିଥିବା ଶ୍ରମିକଙ୍କ ପାଖରେ ଶୀଘ୍ର ପହଞ୍ଚିବା ନେଇ ଆଶା ରହିଛି । ଶ୍ରମିକଙ୍କ ପାଖରେ ପହଞ୍ଚିିବା ପାଇଁ ଆଉ ମାତ୍ର ୫ରୁ ୬ମିଟର ବାକି ଥିବା କହିଛନ୍ତି ଟନେଲ ବିଶେଷଜ୍ଞ କ୍ରିସ୍ କୁପର । ଭୂସମାନ୍ତର ଭାବେ କରାଯାଉଥିବା ଡ୍ରିଲିଂକୁ ଜୋରଦାର କରାଯାଇଛି । ୫୭ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରାଗଲେ ଶ୍ରମିକଙ୍କ ପାଖରେ ପହଞ୍ଚିହେବ ।

ଗତକାଲି ରାତିରୁ ସୁରୁଖୁରୁରେ ଡ୍ରିଲିଂ କାମ ଚାଲିଥିବ ଟନେଲ ବିଶେଷଜ୍ଞ କ୍ରିସ କୁପର ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟର ସମୀକ୍ଷା କରି ସମାନ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ମାନୁଆଲ ଡ୍ରିଲିଂରେ ସ୍ୱତନ୍ତ୍ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ସେହିପରି ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ମଧ୍ୟ ଚାଲିଛି । ୪୩ମିଟର ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।

The post ଟନେଲରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ ୫ରୁ ୬ ମିଟର ବାକି । ମାନୁଆଲ ଡ୍ରିଲିଂ ବେଳେ ହେଉଛି ସମସ୍ୟା । ସ୍ୱତନ୍ତ୍ର ଇଂଜିନିୟର ଟିମ୍ ନିୟୋଜିତ । first appeared on Kanak News.

from Kanak News
via <a href="https://ifttt.com/?

କଟକରେ ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ନିଶା କାରବାର, ରିଅଲ ଇଷ୍ଟେଟ୍, କଳା ଟଙ୍କା ନିବେଶ ଉପରେ ହେବ ଆଲୋଚନା ।

କନକ ବ୍ୟୁରୋ: କଟକରେ ଏସଆଇଟି ବୈଠକ । ଉପାଧ୍ୟକ୍ଷ ଜଷ୍ଟିସ ଅର୍ଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ । ନିଶା କାରବାର, ରିଅଲ ଇଷ୍ଟେଟ୍, ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କଳା ଟଙ୍କା ନିବେଶ ଉପରେ ହେବ ଆଲୋଚନା । ପୋଲିସ ଡିଜି, ଆୟକର ବିଭାଗ ଅଧିକାରୀଙ୍କ ସମେତ ବରିଷ୍ଠ ଅଧୀକାରୀ ଏହି ବୈଠକରେ ସାମିଲ ହେବେ ।

The post କଟକରେ ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ନିଶା କାରବାର, ରିଅଲ ଇଷ୍ଟେଟ୍, କଳା ଟଙ୍କା ନିବେଶ ଉପରେ ହେବ ଆଲୋଚନା । first appeared on Kanak News.

from Kanak News
via <a href="https://ifttt.com/?

ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ । ବସରେ ଆସୁଥିବା ବେଳେଧରିଲା ଭିଜିଲାନ୍ସ । ନଗଦ ସାଢେ ୭ ଲକ୍ଷ ଟଙ୍କା ଜବତ

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ିଥିବା ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କ ଘରେ ଏବେବି ଚାଲିଛି ତଲାସି । ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଏହାସହ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା, ଓ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଟଙ୍କା ଜବତ ହୋଇଛି । ଘରେ ଚଢାଉ ବେଳେ ୩ ଲକ୍ଷ ଟଙ୍କା ଜବତ ହୋଇଛି । ଏହିଭଳି ମୋଟ ସାଢେ ୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।

ଏତେ ଟଙ୍କା ବୈପାରୀଗୁଡା ଥାନା ଆଇଆଇସି କୁଆଡେ ନେଉଥିଲେ ଓ କାହିଁକି ନେଉଥିଲେ ତାହା ସନ୍ଦେହ ଘେରକୁ ଆସିଛି । ଏ ନେଇ ଥାନା ଅଧିକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ବୈପାରୀଗୁଡା ଥାନାରେ ସେ ୫ ମାସ ହେଲା ଆଇଆଇସି ଭାବେ ଯୋଗଦେଇଥିଲେ । ଟଙ୍କା କୁଆଡୁ ଆସିଲା ତାର ସନ୍ତୋଷଜନକ ଉତର ଦେଇପାରିନାହାନ୍ତି ଆଇଆଇସି । ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି । ଏକମାସ ଧରି ସେ ଭିଜିଲାନ୍ସର ସ୍କାନରରେ ରହିଥିଲେ ।

The post ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ । ବସରେ ଆସୁଥିବା ବେଳେଧରିଲା ଭିଜିଲାନ୍ସ । ନଗଦ ସାଢେ ୭ ଲକ୍ଷ ଟଙ୍କା ଜବତ first appeared on Kanak News.

from Kanak News
via <a href="https://ifttt.com/?

କଚାଡି ମାରିଲା ହାତୀ । ସୁନ୍ଦରଗଡ ବଡଗାଁରେ ହାତୀ ଭୟ ।

କନକ ବ୍ୟୁରୋ: ହାତୀ ଆକ୍ରମଣରେ ଜଣେ ମୃତ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଗରଗଡ଼ବାହାଲ ଗାଁରେ ଧାନ ବିଲକୁ ଜଗିବାକୁ ଯାଇଥିବା ବେଳେ କଚାଡ଼ି ମାରିଦେଲା ହାତୀ । ମୃତକ ଜଣକ ଗରଗଡ଼ବାହାଲ ଗାଁର ହିରାଲାଲ ବେହେରା । ଭୋର ସାଢ଼େ ୩ଟାରେ ବେଳେ ବିଲରେ ହାତୀ ପଶି ଫସଲ ନଷ୍ଟ କରୁଥିବା ଜାଣିବା ପରେ ହିରାଲାଲ ଧାନ ବିଲକୁ ଜଗିବାକୁ ଯାଇଥିଲେ । ଏହି ସମୟରେ କଚାଡ଼ି ମାରିଦେଇଛି ହାତୀ । ୩୦ ଟିକିଆ ହାତୀ ପଲ ଗତ କିଛି ଦିନ ହେଲା ସ୍ଥାନୀୟ ଅଂଚଳକୁ ଆସି ଉତ୍ପାତ କରୁଛନ୍ତି । ବନ ବିଭାଗ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହ ହାତୀ ଘଉଡାଇବା ପାଇଁ ବ୍ୟବସ୍ଥା କରୁଛି ।

The post କଚାଡି ମାରିଲା ହାତୀ । ସୁନ୍ଦରଗଡ ବଡଗାଁରେ ହାତୀ ଭୟ । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକୁ ଘାରୁଛି ଗ୍ୟାଷ୍ଟ୍ରିକ୍ କର୍କଟ । ଜାଣନ୍ତୁ ଏହାର ଲକ୍ଷଣ ।

କନକ ବ୍ୟୁରୋ: ସାରା ବିଶ୍ୱରେ ଏବେ ଗ୍ୟାଷ୍ଟ୍ରିକ କର୍କଟ ଏବେ ପ୍ରମ୍ରୁଖ ରୋଗ ଭାବେ ବଢିଚାଲିଛି, ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏକ ଅଧ୍ୟୟନରୁ ଜଣାପଡିଛି ଦେଶରେ ଗ୍ୟାଷ୍ଟ୍ରିକ କର୍କଟ ରୋଗରେ ଉତର-ପୂର୍ବ ରାଜ୍ୟର ଅଧିକାଂଶ ଲୋକ ପ୍ରଭାବିତ ହେଉଛନ୍ତି । ଆକ୍ରାନ୍ତ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରେ ୭.୨ ପ୍ରତିଶତ ରୋଗୀ ହେଉଛନ୍ତି ଗ୍ୟାଷ୍ଟ୍ରିକ କର୍କଟ ରୋଗୀ । ଏହି ହାର ବିଶ୍ୱର ଅନ୍ୟ ଆକ୍ରାନ୍ତ ଅଂଚଳଠାରୁ ଢେର ଅଧିକ । ଆମେରିକାର ମାୟୋ କ୍ଲିନିକ ଓ ଓସାକା ଇଂଟରନ୍ୟାସନାଲ ପ୍ରତିଷ୍ଠାନ ସହଯୋଗରେ ଭୁବନେଶ୍ୱରର ସାଇ ଇନିଷ୍ଟ୍ୟୁଚଟ ଅଫ ଗ୍ୟାଷ୍ଟ୍ରୋଏଂଟ୍ରୋଲଜି ଓ ଲିଭର ସାଇନ୍ସ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ତଥ୍ୟ ଅନୁସାରେ, ରାଜ୍ୟରେ ପ୍ରାରମ୍ଭିକ ଗ୍ୟାଷ୍ଟ୍ରିକ ହାର ପ୍ରାୟ ଶୂନ ଦଶମିକ ୬ ପ୍ରତିଶତ ରହିଛି । ପେଟଜନିତ ଲକ୍ଷଣ ଦେଖାଯାଉଥିବା ୧ହଜାରରୁ ଅଧିକ ବ୍ୟକ୍ତିଙ୍କୁ ଏକ ଅଧ୍ୟୟନରେ ସାମିଲ କରାଯାଇଥିଲା । ଯେଉଁଥିରେ ୬୫ ପ୍ରତିଶତ ପୁରୁଷ ବୋଲି ଜଣାପଡ଼ିଛି । ସେଥିରୁ ୨୫ଜଣଙ୍କୁ ଗ୍ୟାଷ୍ଟ୍ରିକ କ୍ୟାନସର ହୋଇଥିବା ବେଳେ ୬ଜଣଙ୍କୁ ପ୍ରାରମ୍ଭିକ ଗ୍ୟାଷ୍ଟ୍ରିକ କ୍ୟାନସର ହୋଇଥିବା ଜଣାପଡ଼ିଛି । ତେବେ ବଡ଼ କଥା ହେଉଛି ପ୍ରାରମ୍ଭିକ ଗ୍ୟାଷ୍ଟ୍ରିକରେ କ୍ୟାନସରର ଏଣ୍ଡୋସ୍କୋପିକ୍ ଚିହ୍ନଟ ସମ୍ଭବ । ଏପରିକି ବିନା ଅସ୍ତ୍ରୋପଚାରରେ ଏଣ୍ଡୋସ୍କୋପିକ୍ ଥେରାପିରେ ଏହାକୁ ଭଲ କରାଯାଇପାରିବ ବୋଲି ରିପୋର୍ଟରେ ଜଣାପଡ଼ିଛି ।

The post ବିଶ୍ୱକୁ ଘାରୁଛି ଗ୍ୟାଷ୍ଟ୍ରିକ୍ କର୍କଟ । ଜାଣନ୍ତୁ ଏହାର ଲକ୍ଷଣ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started