ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଆଇଆଇସି । ବସରେ ଘରକୁ ଫେରୁଥିବାବେଳେ ଧରିଲା ଭିଜିଲାନ୍ସ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ । ଏକ ଘରୋଇ ବସରେ ନିଜ ଘର କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ମାଡିବସିଛି ଭିଜିଲାନ୍ସ ଟିମ୍ । ବସରୁ ୨ ଲକ୍ଷ ୭୦ ହଜାର ଟଙ୍କା ବି ଜବତ ହୋଇଛି । ସେହିଭଳି ଚଢାଉ ବେଳେ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଜବତ ହୋଇଛି । ଘରୁ ଚଢାଉ ବେଳେ ୩ ଲକ୍ଷ ଜବତ ହୋଇଛି । ଏହିଭଳି ମୋଟ ସାଢେ ୭ ଲକ୍ଷ ଟଙ୍କାକୁ ଜବତ କରି ସିଜ କରିଛି ଭିଜିଲାନ୍ସ ଟିମ୍ ।

ତେବେ ଏତେ ଟଙ୍କା ବୈପାରୀଗୁଡା ଥାନା ଆଇଆଇସି କୁଆଡେ ନେଉଥିଲେ ଓ କାହିଁକି ନେଉଥିଲେ ତାହା ସନ୍ଦେହ ଘେରକୁ ଆସିଛି । ଏ ନେଇ ଥାନା ଅଧିକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ବୈପାରୀଗୁଡା ଥାନାରେ ସେ ୫ ମାସ ହେଲା ଆଇଆଇସି ଭାବେ ଯୋଗଦେଇଥିଲେ । ବସ ଯୋଗେ ସେ କଟକ ଆସି କେନ୍ଦ୍ରାପଡା ଯାଇଥାନ୍ତେ । ଏଥିପାଇଁ ସେ ୫ ଦିନ ଛୁଟି ନେଇଥିଲେ । ଟଙ୍କା କୁଆଡୁ ଆସିଲା ତାର ସନ୍ତୋଷଜନକ ଉତର ଦେଇପାରିନାହାନ୍ତି ଆଇଆଇସି । ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି । ଏକମାସ ଧରି ସେ ଭିଜିଲାନ୍ସର ସ୍କାନରରେ ରହିଥିଲେ ।

The post ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଆଇଆଇସି । ବସରେ ଘରକୁ ଫେରୁଥିବାବେଳେ ଧରିଲା ଭିଜିଲାନ୍ସ । first appeared on Kanak News.

from Kanak News
via <a href="https://ifttt.com/?

ସରିଲା କାର୍ତ୍ତିକ ମାସ, ଘରେ ଘରେ ଛାଡ଼ଖାଇ । ସକାଳୁ ସକାଳୁ ଆମିଷ ବଜାରରେ ଭିଡ ।

କନକ ବ୍ୟୁରୋ: ସରିଲା କାର୍ତ୍ତିିର୍କ ମାସ, ଆଜି ଛାଡ଼ଖାଇ । ଗହଳି ଜମିଥିଲେ ବି ଆଜି ମଙ୍ଗଳବାର ହୋଇଥିବାରୁ ଟିକେ ଫିକା ପଡ଼ିଛି ଆମିଷ ବଜାର । ଆଜି ଠାରୁ ଆସନ୍ତାକାଲି ଅଧିକ ଭିଡ଼ ହେବା ଆଶା କରାଯାଉଛି । ଆଉ କିଛି ଆମିଷ ବଜାରରେ ଗହଳି ଲାଗିଛି ।

ଭୁବନେଶ୍ୱରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡ଼ି ୫୦୦ରୁ ୬୦୦ଟଙ୍କା କିଲୋରେ ମିଳୁଛି, ଦେଶୀ ଚିକେନ ୨୨୦ ଟଙ୍କା ରହିଛି । ସେହିପରି ବ୍ରହ୍ମପୁରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ସମୁଦ୍ର ମାଛ ୨ଶହରୁ ୬ଶହ ଟଙ୍କା, କଙ୍କଡ଼ା ୫ଶହରୁ ୮ଶହ, ଚିଙ୍ଗୁଡ଼ି ୨ଶହ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ପର୍ଯ୍ୟନ୍ତ ମିଳୁଛି । କଟକରେ ମଟନ କିଲୋ ୭ଶହ ଟଙ୍କା ହୋଇଥିବା ବେଳେ ଚିକେନ ୨୨୦ ଟଙ୍କା ରହିଛି । ବାଲେଶ୍ୱରରେ ଛୋଟ ଇଲିସି ୬ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡ଼ି ୨୮୦ରୁ ୬ଶହ ଟଙ୍କାରେ ମିଳୁଛି ।

The post ସରିଲା କାର୍ତ୍ତିକ ମାସ, ଘରେ ଘରେ ଛାଡ଼ଖାଇ । ସକାଳୁ ସକାଳୁ ଆମିଷ ବଜାରରେ ଭିଡ । first appeared on Kanak News.

from Kanak News
via <a href="https://ifttt.com/?

ଆରମ୍ଭ ହୋଇଛି ଚିତ୍ରକଳା ପ୍ରଦର୍ଶନୀ ‘କାନଭାସରେ ଭିତରକନିକା’ । ଯୋଗ ଦେଇଛନ୍ତି ପ୍ରତିଭାବାନ୍ ଯୁବ ଚିତ୍ରଶିଳ୍ପୀ ।

କନକ ବ୍ୟୁରୋ: ଆରମ୍ଭ ହୋଇଛି ଚିତ୍ରକଳା ପ୍ରଦର୍ଶନୀ ‘କାନଭାସରେ ଭିତରକନିକା’ । ଜୟଦେବ ଭବନ ଫଟୋ ଗ୍ୟାଲେରିରେ ଏହା ପ୍ରଦର୍ଶିତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଭିତରର ଓ ବାହାରର କିଛି ପ୍ରତିଭାବାନ୍ ଯୁବ ଚିତ୍ରଶିଳ୍ପୀଙ୍କୁ ନେଇ ଗତ ୧୮ ଓ ୧୯ ତାରିଖରେ ଭିତରକନିକାରେ ଏକ ଦୁଇଦିନିଆ ଚିତ୍ରକଳା ଶିବିର ଆୟୋଜନ କରାଯାଇଥିଲା । ଚିତ୍ରଶିଳ୍ପୀମାନେ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିକଟରୁ ଦେଖି ତାହାକୁ କାନଭାସରେ ଉତାରିଥିଲେ ।

ଭିତରକନିକାର ପକ୍ଷୀ, ପ୍ରାକୃତିକ ସୌନ୍ଦର୍ଯ୍ୟ, କୁମ୍ଭୀର, ହେନ୍ତାଳ ବଣ ଆଦି ଚିତ୍ର ମାଧ୍ୟମରେ ପ୍ରଦର୍ଶିତ ହୋଇଛି । କେନ୍ଦ୍ରାପଡ଼ା ଡେଭଲପେମେଂଟ ଫାଉଣ୍ଡେସନ୍ ପକ୍ଷରୁ ପ୍ରାଚୁର୍ଯ୍ୟ ଟ୍ରଷ୍ଟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗତକାଲି ଏହି ପ୍ରଦର୍ଶନୀକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ପଂଚାନନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କେନ୍ଦ୍ରାପଡ଼ା ଡେଭଲେପମେଂଟ ଫାଉଣ୍ଡେସନର ଆବାହକ ଚୌଧୁରୀ ଅମିତାଭ ଦାସ ଭିତରକନିକାର ପର୍ଯ୍ୟଟନର ପ୍ରଚାର, ପ୍ରସାର ପାଇଁ ଏପରି କାର୍ଯ୍ୟକ୍ରମ ଏକ ମାଧ୍ୟମ ବୋଲି କହିଥିଲେ ।

The post ଆରମ୍ଭ ହୋଇଛି ଚିତ୍ରକଳା ପ୍ରଦର୍ଶନୀ ‘କାନଭାସରେ ଭିତରକନିକା’ । ଯୋଗ ଦେଇଛନ୍ତି ପ୍ରତିଭାବାନ୍ ଯୁବ ଚିତ୍ରଶିଳ୍ପୀ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଗୌହାଟିରେ ଖେଳାଯିବ T-20 ତୃତୀୟ ମ୍ୟାଚ୍ । ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଦଳରେ ସାମିଲ ହେବେ ଶ୍ରେୟସ ଆୟାର ।

କନକ ବ୍ୟୁରୋ: ଆଜି ଗୁଆହାଟୀରେ ଖେଳାଯିବ ଭାରତ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଂଟି । ଏଯାବକ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ଭାରତ ଆଜିର ମ୍ୟାଚରେ ବିଜୟୀ ହୋଇ ୫ ଟିକିଆ ଶୃଂଖଳା ଜିତିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଶୃଙ୍ଖଳା ପରାଜୟ ବରଣର ବିପଦକୁ ଟାଳିବାକୁ ଚେଷ୍ଟା କରିବ କଙ୍ଗାରୁ ଟିମ୍ । ବର୍ଷାପଡ଼ା ଷ୍ଟାଡିୟମ୍ର ପିଚ୍ ବ୍ୟାଟିଂ ଅନୁକୂଳ ଥିବାରୁ ଏଠାରେ ମଧ୍ୟ ରନ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଆଜି ଶ୍ରେୟସ ଆୟର ମ୍ୟାଚ ଖେଳିବା ନେଇ ସୂଚନା ରହିଛି । ବିଶ୍ୱକପ ଖେଳିଥିବା ଏହି ଖେଳାଳି ଆଜିର ମ୍ୟାଚରେ କମାଲ କରିବେ ବୋଲି ବିଶ୍ୱାସ ରହିଛି । ତେଣୁ ତିଳକ ବର୍ମାଙ୍କୁ ଚୂଡାନ୍ତ ଏକାଦଶରେ ଆଉ ଖେଳିବେ ନାହିଁ । ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାଏକ୍ୱାଡ, ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଥିବାରୁ ଭାରତର ବ୍ୟାଟିଂକୁ ନେଇ ସେଭଳି ଚିନ୍ତା ନାହିଁ । ଆସନ୍ତା ବର୍ଷର ଟେଂଟି୍ୱ-୨୦ ବିଶ୍ୱକପ୍ ପୂର୍ବରୁ ବାମହାତୀ ବ୍ୟାର୍ଟ ରିଙ୍କୁ ସିଂହ ୬ ନମ୍ବର ସ୍ଥାନକୁ ଏକ ପ୍ରକାର ପକ୍କା କରି ସାରିଛନ୍ତି ଏବଂ ଫିନିସର୍ ଭୂମିକାକୁ ଭଲ ଭାବେ ତୁଲାଇବାରେ ସଫଳ ହେଉଛନ୍ତି ।

The post ଆଜି ଗୌହାଟିରେ ଖେଳାଯିବ T-20 ତୃତୀୟ ମ୍ୟାଚ୍ । ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଦଳରେ ସାମିଲ ହେବେ ଶ୍ରେୟସ ଆୟାର । first appeared on Kanak News.

from Kanak News
via <a href="https://ifttt.com/?

ସମ୍ବଲପୁରବାସୀଙ୍କୁ ଘାରୁଛି ପ୍ରଦୂଷଣ ଚିନ୍ତା । ଭାରୀଯାନ ଚଳାଚଳ ସହ ଗଛ କଟା ଯୋଗୁଁ ପୁରା ସହର ଧୂଳି ଧୂଆଁରେ ଭର୍ତ୍ତି ।

କନକ ବ୍ୟୁରୋ: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ନିକଟରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ତୁରନ୍ତ ପଦକ୍ଷେପ ନେବାକୁ ଦିଲ୍ଳୀ ସମେତ ପଡୋଶୀ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଆମ ରାଜ୍ୟରେ ଅନେକ ସହରରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି । ଯାହା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି ।

ସମ୍ବଲପୁର ସହରର ଯୁଆଡେ ଚାହିଁବେ ଚାରିଆଡେ ଧୂଳି ଉଡୁଛି । ଆଉ ରାସ୍ତାରେ ସବୁଠାରୁ ଅଧିକ ଧୂଳି ଉଡୁଛି । ଧୂଳି ଉଡିବା ଯୋଗୁଁ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି । କିନ୍ତୁ ଏହାରି ଭିତରେ ଭାଗ୍ୟକୁ ଆଦରି ଧୂଳିକୁ ଶୋଷି ଯାତାୟତ କରୁଛନ୍ତି ଲୋକେ । କୁହାଯାଉଛି, ସହରୀକରଣ ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଧୂଳି ଉଡୁଛି । ସେହିପରି ବର୍ଦ୍ଧିତ ଯାନବାହାନ ସଂଖ୍ୟା, ବଡ ବଡ ଗଛକୁ କାଟି ପକାଇବା, କଳକାରଖାନାର ଧୂଆଁ ଯୋଗୁଁ ବଢ଼ି ଚାଲିଛି ବାୟୁ ପ୍ରଦୂଷଣ ।

ସ୍ଥାନୀୟ ପ୍ରଦୂଷଣ ବୋର୍ଡର ବାୟୁ ଗୁଣବତା ଏକ୍ୟୁଆଇ ରିପୋର୍ଟରେ ବଢ଼ିଛି ସମ୍ବଲପୁରର ବାୟୁ ପ୍ରଦୂଷଣ ସ୍ତର । କିଛି ଦିନ ହେଲା ସମ୍ବଲପୁର ସହରରେ ଏକ୍ୟୁଆଇ ମାନ କେଉଁଦିନ ୧୮୦ ପିଏମ ଛୁଇଁଛି ତ ଆଉ କେଉଁ ଦିନ ୨୨୯ ପିଏମ ରହୁଛି । କେନ୍ଦ୍ରୀୟ ପ୍ରଦୂଷଣ ବୋଡର ନିୟମ ଅନୁସାରେ ପିଏମ ୧୦ମିଟର ପିଛା ୧୦୦ ମାଇକ୍ରୋଗ୍ରାମରୁ କମ୍ ରହିବା କଥା । ସେମିତି ପିଏମ-୨.୫ମିଟର ପିଛା ୬୦ ମାଇକ୍ରୋଗ୍ରାମ ରହିବା କଥା । ହେଲେ, ସହରରେ ଏହା ଅଧିକାଂଶ ଦିନ ଅଧିକ ରହୁଛି । ଏହି କଥାକୁ ଆଂଚଳିକ ପ୍ରଦୂଷଣ ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି ।

ତେବେ ଏଥିରେ ରୋକ ନଲାଗିଲେ, ସହରବାସୀ ଫୁସଫୁସ ଜନିତ ରୋଗରେ ସଂକ୍ରମିିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ଯାହା ସହରବାସୀଙ୍କୁ ଚିନ୍ତାରେ ପକାଇଛି ।

The post ସମ୍ବଲପୁରବାସୀଙ୍କୁ ଘାରୁଛି ପ୍ରଦୂଷଣ ଚିନ୍ତା । ଭାରୀଯାନ ଚଳାଚଳ ସହ ଗଛ କଟା ଯୋଗୁଁ ପୁରା ସହର ଧୂଳି ଧୂଆଁରେ ଭର୍ତ୍ତି । first appeared on Kanak News.

from Kanak News
via <a href="https://ifttt.com/?

ଜାତିର ପିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତୁଳନା! ଉପରାଷ୍ଟ୍ରପତି କହିଲେ ମହାତ୍ମା ଗାନ୍ଧୀ ଗତ ଶତାବ୍ଦୀର ଏବଂ ମୋଦୀ ଏହି ଶତାବ୍ଦୀର ମହାନ ବ୍ୟକ୍ତି । ବର୍ଷିଲେ ବିରୋଧୀ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ସାଂସଦ ମଣିକାମ ଟାଗୋର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଏପରି ତୁଳନାତ୍ମକ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ଟାଗୋର କହିଛନ୍ତି ଯେ ଚାଟୁକାର କରିବାର ସୀମା ଅଛି, କିନ୍ତୁ ଉପରାଷ୍ଟ୍ରପତି ମଧ୍ୟ ଏହାକୁ ଅତିକ୍ରମ କରିଛନ୍ତି । ଆପଣ ଯେଉଁ ଆସନରେ ବସିଛନ୍ତି ଏପରି ମନ୍ତବ୍ୟ ଗାରିମା ହ୍ରାସ କରୁଛି ।

ଗତକାଲି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଉପରାଷ୍ଟ୍ରପତି କହିଥିଲେ ଯେ, ଗତ ଶତାବ୍ଦୀର ମହାନ ବ୍ୟକ୍ତି ମହାତ୍ମା ଗାନ୍ଧୀ, କିନ୍ତୁ ଏହି ଶତାବ୍ଦୀର ମହାନ ବ୍ୟକ୍ତି ହେଉଛନ୍ତି ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଆମକୁ ବ୍ରିଟିଶମାନଙ୍କ ଦାସତ୍ୱରୁ ସତ୍ୟ ଏବଂ ଅହିଂସା ମାଧ୍ୟମରେ ମୁକ୍ତ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ପ୍ରଗତିର ପଥରେ ରଖିଛନ୍ତି ଯେଉଁଥିରେ ଆମେ ସବୁବେଳେ ଦେଖିବାକୁ ଚାହିଁବୁ । ମହାତ୍ମା ଗାନ୍ଧୀ ଗତ ଶତାବ୍ଦୀର ଜଣେ ମହାନ ବ୍ୟକ୍ତି ଏବଂ ନରେନ୍ଦ୍ର ମୋଦୀ ଏହି ଶତାବ୍ଦୀର ଜଣେ ମହାନ ବ୍ୟକ୍ତି । ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ଗୋଟିଏ ଜିନିଷ ଅଛି ଏବଂ ତାହା ହେଉଛି ସେମାନେ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କୁ ପ୍ରତିଫଳିତ କରିଛନ୍ତି । ଏହି ଦେଶର ବିକାଶକୁ ବିରୋଧ କରୁଥିବା ଶକ୍ତି ଏବଂ ଏହାର ବୃଦ୍ଧିକୁ ହଜମ କରିବାରେ ଅସମର୍ଥ ଶକ୍ତିମାନେ ଏକାଠି ହେଉଛନ୍ତି । ଯେତେବେଳେ ବି ଦେଶରେ କିଛି ଭଲ ଘଟଣା ଘଟେ, ଏହିପରି ଲୋକମାନେ ଏକ ଭିନ୍ନ ସ୍ଥିତିକୁ ଆସନ୍ତି, କିନ୍ତୁ ଏହା ହେବା ଉଚିତ୍ ନୁହେଁ । ଉପରାଷ୍ଟ୍ରପତିଙ୍କ ଏହି ତୁଳନାତ୍ମକ ବିବୃତି ପରେ ଏବେ ରାଜନୀତି ତେଜିଛି । କଂଗ୍ରେସ ନେତାଙ୍କ ସହ ବହୁଜନ ସମାଜ ପାର୍ଟି ସାଂସଦ ଦାନିଶ ଅଲି ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ।

 

The post ଜାତିର ପିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତୁଳନା! ଉପରାଷ୍ଟ୍ରପତି କହିଲେ ମହାତ୍ମା ଗାନ୍ଧୀ ଗତ ଶତାବ୍ଦୀର ଏବଂ ମୋଦୀ ଏହି ଶତାବ୍ଦୀର ମହାନ ବ୍ୟକ୍ତି । ବର୍ଷିଲେ ବିରୋଧୀ । first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତରକାଶୀ ଟନେଲରେ ମାନୁଆଲ ଡ୍ରିଲିଂ ବେଳେ ଗୋଟିଏ ପରେ ଗୋଟିଏ ସମସ୍ୟା । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ।

କନକ ବ୍ୟୁରୋ: ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ମଡ୍ରାସ୍ ସାପର୍ସଙ୍କୁ ବ୍ୟବହାର କରାଯାଇଛି । ଭାରତୀୟ ସେନାର ଅଭିଜ୍ଞ ତଥା ଶୀର୍ଷ ଶ୍ରେଣୀର ଇଞ୍ଜିନିୟରମାନଙ୍କର ଏକ ଗୋଷ୍ଠୀକୁ ମଡ୍ରାସ୍ ସାପର୍ସ କୁହାଯାଏ । ଯେଉଁମାନେ କି ଏହିଭଳି କଷ୍ଟକର ମିସନରେ ସାମିଲ ହୁଅନ୍ତି । ମଡ୍ରାସ୍ ସାପର୍ସର ବ୍ରିଟିଶ ଯୁଗରେ ଏହା ନିୟୋଜିତ ହୋଇଥିଲା । ସେହି ସମୟରେ ଏହି ଗୋଷ୍ଠୀକୁ ମଡ୍ରାସ ସାପର୍ସ କୁହାଯାଉଥିଲା । ସେମାନଙ୍କୁ ଏପରି ଭାବରେ ତାଲିମ ଦିଆଯାଇଥିଲା ଯେ ଏହି ଗୋଷ୍ଠୀରେ ଅନ୍ତର୍ଭୁକ୍ତ ସୈନିକମାନେ ବିନା ଅସ୍ତ୍ରରେ ସବୁଠୁ ବଡ ଆହ୍ୱାନକୁ ଦୂର କରିପାରିବେ ।

୧୯୪୭ ରେ ଦେଶ ସ୍ୱାଧୀନ ହେବା ପରେ ତୁରନ୍ତ ଜମ୍ମୁ କଶ୍ମୀର ଅଞ୍ଚଳରେ ମଡ୍ରାସ ସାପର୍ସ ନିୟୋଜିତ ହୋଇଥିଲେ । ଏହି ଗୋଷ୍ଠୀର ଅଧିକାଂଶ ସୈନିକ ଦକ୍ଷିଣ ଭାରତର ଥିଲେ । ସେ ଜାମ୍ମୁରେ ଅନେକ ପ୍ରମୁଖ ଉଦ୍ଧାର କାର୍ଯ୍ୟ କରିଥିଲେ । କେବଳ ଏତିକି ନୁହେଁ, ଅପରେସନ୍ ପୋଲୋରେ ମଡ୍ରାସ୍ ସାପର୍ସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

The post ଉତ୍ତରକାଶୀ ଟନେଲରେ ମାନୁଆଲ ଡ୍ରିଲିଂ ବେଳେ ଗୋଟିଏ ପରେ ଗୋଟିଏ ସମସ୍ୟା । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର । first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲ ସହ ଯୁଦ୍ଧବିରତି ବଢ଼ାଇବାକୁ ଚାହୁଁଛି ହମାସ୍ । ପ୍ରତିବଦଳରେ କରିଛି ୫୮ ଜଣ ବନ୍ଧକକୁ ମୁକ୍ତ । ଯୁଦ୍ଧବିରତି ମଧ୍ୟରେ ହମାସର ୫ ଜଣ ବରିଷ୍ଠ କମାଣ୍ଡର ନିପାତ ।

କନକ ବ୍ୟୁରୋ: ଇସ୍ରାଏଲ ସହ ଯୁଦ୍ଧବିରତି ବଢ଼ାଇବାକୁ ଚାହୁଛି ହମାସ୍ । ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ତୃତୀୟ ଦିନରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ଇସ୍ରାଏଲୀ-ଆମେରିକୀୟ ଯୁବତୀଙ୍କ ସମେତ ଆଉ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିଛି । ଏହାପରେ ହମାସ୍ ରବିବାର ଯୁଦ୍ଧବିରତିର ଅବଧି ବଢ଼ାଇବାକୁ ଚାହୁଁଛି ବୋଲି କହିଛି । ହମାସ କହିଛି ଯେ ଯଦି ଇସ୍ରାଏଲ ପାଲେଷ୍ଟାଇନର ଅଧିକ କଏଦୀଙ୍କୁ ମୁକ୍ତ କରିବା ପାଇଁ ଗମ୍ଭୀର ପ୍ରୟାସ କରେ ତେବେ ଯୁଦ୍ଧବିରତିକୁ ବୃଦ୍ଧି କରାଯାଇପାରେ ।

ତେବେ ଅସ୍ଥାୟୀ ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲ ବିମାନ ଗାଜାରେ ହମାସ୍ର ୫ ଜଣ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରିଛି । ବାଇଡେନଙ୍କ ସହ ଆଲୋଚନା ବେଳେ ନେତାନ୍ୟାହୁ କହିଛନ୍ତି ଯେ, ଅସ୍ଥାୟୀ ଯୁଦ୍ଧବିରତି ଶେଷ ହେବା ପରେ ଇସ୍ରାଏଲ ପୂରା ଶକ୍ତି ସହ ଗାଜାରେ ନିଜର ସାମରିକ ଅଭିଯାନ ଆରମ୍ଭ କରିବ । ହେଲେ ହମାସ ପଣବନ୍ଦୀକୁ ମୁକ୍ତ କରିବା ଆଳରେ ନୂଆ ଯୋଜନା କରୁଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ନେତାନ୍ୟାହୁ ମଧ୍ୟ ମୁକାବିଲା ପାଇଁ ନୂଆ ଯୋଜନା କରୁଥିବା ସୂଚନା ରହିଛି ।

The post ଇସ୍ରାଏଲ ସହ ଯୁଦ୍ଧବିରତି ବଢ଼ାଇବାକୁ ଚାହୁଁଛି ହମାସ୍ । ପ୍ରତିବଦଳରେ କରିଛି ୫୮ ଜଣ ବନ୍ଧକକୁ ମୁକ୍ତ । ଯୁଦ୍ଧବିରତି ମଧ୍ୟରେ ହମାସର ୫ ଜଣ ବରିଷ୍ଠ କମାଣ୍ଡର ନିପାତ । first appeared on Kanak News.

from Kanak News
via <a href="https://ifttt.com/?

ଚାଷ ଅମଳ ବେଳେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା । ଆସନ୍ତାକାଲି ସୁଦ୍ଧା ନେଇପାରେ ଅବପାତର ରୂପ ।

କନକ ବ୍ୟୁରୋ: ଫସଲ ଅମଳ ବେଳେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ । ଯାହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ବାତ୍ୟାର ଗତିପଥ ନେଇ କୌଣସି ବିସ୍ତୃତ ବିବରଣୀ ମିଳି ନାହିଁ । ଏପରିକି ଏହାର ତୀବ୍ରତା ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ତେଣୁ ଆଜି କାଲି ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବ ବୋଲି ଆକଳନ କରାଯାଉଛି । ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ମଧ୍ୟ ଆଇଏମଡି ସତର୍କ ନଜର ରଖିଛି । ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମ ସମ୍ଭାବ୍ୟ ବାତ୍ୟା ନେଇ ଆକଳନ କରିଛି । କେଉଁଠି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ସେନେଇ ପୂର୍ବାନୁମାନ କରିଛି । ଆକଳନ ଅନୁସାରେ, ଲଘୁଚାପ ଡିସେମ୍ବର ୧ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ୪ ତାରିଖ ବେଳକୁ ଏହା ଉତର ଉତର-ପଶ୍ଚିମ ଦିଗରେ ଗତି କରିବ । ଏହା ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ । ତେଣୁ ଡିସେମ୍ବର ୫ ତାରିଖରେ ସାମୁଦ୍ରିକ ଝଡର ରୂପ ନେଇ ଉତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିପାରେ । ତେବେ ଧାନ ଅମଳ ସମୟରେ ବାତ୍ୟା ଆସୁଥିବାରୁ ଚାଷୀଙ୍କ ଚିନ୍ତା ବଢିଛି ।

The post ଚାଷ ଅମଳ ବେଳେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା । ଆସନ୍ତାକାଲି ସୁଦ୍ଧା ନେଇପାରେ ଅବପାତର ରୂପ । first appeared on Kanak News.

from Kanak News
via <a href="https://ifttt.com/?

ଆଜିିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ । ରତ୍ନଭଣ୍ଡାର ବାହାର ପଟ କାନ୍ଥ ସହିତ ବିଭିନ୍ନ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟାର ଯାଞ୍ଚ କରିବ ଏଏସଆଇ ।

କନକ ବ୍ୟୁରୋ: ଆଜିିଠୁ ଆରମ୍ଭ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ । ମନ୍ଦିର ପ୍ରଶାସନ ଏଥିପାଇଁ ଏଏସଆଇକୁ ଅନୁମତି ପ୍ରଦାନ କରିଛି । ଲେଜର ସ୍କାନିଂ ଜରିଆରେ ପ୍ରଥମେ ରତ୍ନଭଣ୍ଡାର ବାହାର ପଟ କାନ୍ଥ ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି, ତାହା ଚିହ୍ନଟ କରାଯିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବାର ସୂଚନା ରହିଛି ।

ରତ୍ନଭଣ୍ଡାରର ସ୍ଥିତିକୁ ଯାଞ୍ଚ କରିବା ପରେ ଏଏସଆଇ ଚୂଡାନ୍ତ ରିପୋର୍ଟ ଦେବ । ରିପୋର୍ଟ ଆସିବା ପରେ ବୈଷୟିକ କମିଟି ସମୀକ୍ଷା କରିବ । ଏଏସଆଇର ରିପୋର୍ଟ ଆଧାରରେ ରତ୍ନଭଣ୍ଡାରକୁ ନେଇ ପରବର୍ତି ନିଷ୍ପତି ନିଆଯିବ । ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ସମସ୍ତ ପ୍ରକାର ସହଯୋଗ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଲେଜର ସ୍କାନର ଏକ ଛୋଟିଆ କ୍ୟାମେରା ସଦୃଶ
– ଗୋଟିଏ ସ୍ଥାନରେ ରହି ୩୬୦ ଡିଗ୍ରୀ ବୁଲି ସ୍କାନିଂ କରିପାରିବ
– ଏହାକୁ ଏକ ଟ୍ରାଇପଡ ଉପରେ ରଖି ଫଟୋ ଉଠାଯିବ
– ମନ୍ଦିରର ବିଭିନ୍ନ ସ୍ଥାନରେ ରଖି ସ୍କାନିଂ ଉଠାଯିବ
– ଯେଉଁ ଫଟୋ ଉଠିବ ତାହା ଥ୍ରୀଡି ରହିବ
– କ୍ୟାମେରାରରୁ ନିର୍ଗତ ଲେଜର ବିମଗୁଡିକ କାନ୍ଥର ସୂକ୍ଷ୍ମ ଛିଦ୍ର ଦେଇ ଅତିକ୍ରମ କରିବ
– ଫଟୋ ଗୁଡିକୁ କମ୍ପ୍ୟୁଟରରେ ଅପଲୋଡ ହେବ
– ଏକ ସଫ୍ଟୱୟାର ଜରିଆରେ ଅନୁଶୀଳନ ହେବ
– ଶହ ଶହ ବର୍ଷର ପଥର ମୂର୍ତ୍ତିର ସ୍ଥିତି ତର୍ଜମା କରିହେବ
– ଦେଶର ବିଭିନ୍ନ ଐତିହ୍ୟ ସ୍ଥଳରେ ଲେଜର ସ୍କାନିଂ ହୋଇଛି
– ଏହା ଛୋଟିଆ ହୋଇଥିଲେ ମଧ୍ୟ ଦାମ କୋଟିଏରୁ ଅଧିକ

The post ଆଜିିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ । ରତ୍ନଭଣ୍ଡାର ବାହାର ପଟ କାନ୍ଥ ସହିତ ବିଭିନ୍ନ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟାର ଯାଞ୍ଚ କରିବ ଏଏସଆଇ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started