କାନ୍ତାରା ଚାପର୍ଟର ୱାନର ପ୍ରଥମ ଟିଜର ରିଲିଜ । ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ ଝଲକ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ‘କାନ୍ତାରା-ଚାପ୍ଟର ୱାନ୍’ର ପ୍ରଥମ ଝଲକ । ଅତ୍ୟନ୍ତ ରହସ୍ୟ ଓ ରୋମାଂଚରେ ଭରା ଏହି ସିନେମାର ଟିଜର ଏବେ ରିଲିଜ ହୋଇଛି । ଅଭିନେତା ତଥା ସିନେ ନିର୍ଦ୍ଦେଶକ ଋଷଭ ସେଟ୍ଟୀ ଏକଦମ୍ ଭୟଙ୍କର ଲୁକ୍ରେ ଏଥିରେ ନଜର ଆସିଛନ୍ତି । ଟିଜର ଆରମ୍ଭରୁ ରିଷଭ ସେଟ୍ଟୀ ଜଙ୍ଗଲରେ ଦୌଡୁଥିବା ଦେଖିବାକୁ ମିଳିଛି । ଏହାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଖୁବ୍ ଭୟାନକ ରହିଛି । ୨୦୨୨ରେ ରିଲିଜ କାନ୍ତାରା ସାରା ଦେଶରେ ସଫଳତା ହାସଲ କରିବା ସାଙ୍ଗକୁ ବିଶ୍ୱସ୍ତରୀରେ ବେଶ୍ ପ୍ରଂଶସା ସାଉଁଟିଥିଲା । ଦର୍ଶକ ଏହାର ସ୍ୱିକେଲକୁ ଅପେକ୍ଷା କରି ବସିଥିଲେ ।

The post କାନ୍ତାରା ଚାପର୍ଟର ୱାନର ପ୍ରଥମ ଟିଜର ରିଲିଜ । ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ ଝଲକ first appeared on Kanak News.

from Kanak News
via <a href="https://ifttt.com/?

ଆଇପିଏଲର ଆଗାମୀ ସିଜନ୍ ପାଇଁ ଗୁଜରାଟ ଟାଇଟନ୍ସର ବଡ଼ ଘୋଷଣା । ଯୁବ ଓପ୍ନର ଶୁବମନ୍ ଗିଲଙ୍କୁ କଲା ଦଳର ଅଧିନାୟକ

କନକ ବ୍ୟୁରୋ : ଦୁଇ ଦିନରେ ଦୁଇ ବଡ଼ ପରିବର୍ତନ । ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ହାର୍ଦ୍ଦିକ ପାଣ୍ଡ୍ୟା ଫେରିବା ପରେ ଆଜି ଗୁଜରାଟ ଟାଇଟନ୍ସ ବଡ଼ ଘୋଷଣା କରିଛି । ହାର୍ଦ୍ଦିକଙ୍କ ସ୍ଥାନରେ ଯୁବ ଓପ୍ନର ଶୁବମନ ଗିଲ୍ଙ୍କୁ ଗୁଜରାଟ ଟାଇଟନ୍ସ ଅଧିନାୟକ ଘୋଷଣା କରିଛି । ଗତକାଲି ହାର୍ଦ୍ଦକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡ଼ିବାକୁ ନିଷ୍ପତି ନେଇଥିଲେ । ଯାହା ପରେ ଆଜି ଏହି ଏହି ବଡ଼ ଘୋଷଣା କରିଛି ଫ୍ରାଂଚାଇଜି । ୨୦୨୩ ସଂସ୍କରଣରେ ଗିଲ୍ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର୍ ହୋଇ ଅରେଞ୍ଜ କ୍ୟାପ୍ ଜିତିଥିଲେ । ଗିଲ୍ ୧୭ ମ୍ୟାଚ୍ ଖେଳି ୫୯ ଦଶମିକ ୩୩ ହାରରେ ୮୯୦ ରନ୍ କରିଥିଲେ । ଗିଲଙ୍କ ବ୍ୟତୀତ କେନ୍ ୱିଲିୟମସନ୍ ଅଧିନାୟକ ଦୌଡ଼ରେ ଥିଲେ । କିନ୍ତୁ ଫ୍ରାଂଜାଇଜି ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଯୁବ ଭାରତୀୟ ବ୍ୟାଟରଙ୍କୁ ଗୁରୁତ୍ୱ ଦେଇଛି । ୨୪ ବର୍ଷୀୟ ଗିଲ୍ ୨୦୧୮ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ । ଗିଲ୍ ଆଇପିଏଲ୍ରେ ୯୧ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୭୯୦ ରନ୍ କରିଛନ୍ତି । ସେ ୩ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ମାରିଛନ୍ତି । ନିକଟରେ ଗିଲ୍ ଭାରତ ପକ୍ଷରୁ ଦିନିକିଆ ବିଶ୍ୱକପ୍ ମଧ୍ୟ ଖେଳିଥିଲେ ।

The post ଆଇପିଏଲର ଆଗାମୀ ସିଜନ୍ ପାଇଁ ଗୁଜରାଟ ଟାଇଟନ୍ସର ବଡ଼ ଘୋଷଣା । ଯୁବ ଓପ୍ନର ଶୁବମନ୍ ଗିଲଙ୍କୁ କଲା ଦଳର ଅଧିନାୟକ first appeared on Kanak News.

from Kanak News
via <a href="https://ifttt.com/?

ଭୟ ବଢାଉଛି ଚାଇନାର ଅଜଣା ରୋଗ । ଦିନକୁ ଦିନ ବେଜିଂରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା , କରୋନା ମହାମାରୀର ଇତିହାସ ପୁଣି ଦୋହରିବ କି ଚାଇନା

କନକ ବ୍ୟୁରୋ : କରୋନା ପରେ ଏବେ ଚୀନ ଆତଙ୍କ ଖେଳାଉଛି ନିମୋନିଆ । ବିଶେଷ କରି ଶିଶୁ ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଚାଇନାରେ ରୋଗ ବଢିବା ପରେ ଭାରତ ସରକାର ସର୍ତକତା ଅବଲମ୍ବନ କରୁଛନ୍ତି । ଏଥିପାଇଁ ଆକ୍ସନରେ କେନ୍ଦ୍ର ସରକାର । ସବୁ ରାଜ୍ୟ ହସପିଟାଲଗୁଡିକ ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ମାମଲା ବୃଦ୍ଧି ହେଲେ, ନମୁନା ପରୀକ୍ଷା କରାଯିବ । ଚୀନର ସ୍କୁଲଗୁଡିକରେ ନିମୋନିଆ ବ୍ୟାପିବାରେ ଲାଗିଛି ହଜାର ହଜାର ପିଲା ଅସୁସ୍ଥ ହୋଇପଡିଛନ୍ତି । ଏହା ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ଏହି ମହମାରୀର କେନ୍ଦ୍ର ସ୍ଥଳ ବେଜିଂ ବୋଲି ଜଣାପଡିଛି । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଅସୁସ୍ଥ ହୋଇପଡିଥିବାରୁ ଅନେକ ସ୍କୁଲରେ ପାଠପଢା ବନ୍ଦ ରହିଛି । ଚୀନରେ ଏହି ରୋଗରେ ଦିନକୁ ୭ ହଜାରରୁ ଅଧିକ ଶିଶୁ ଡାକ୍ତରଖାନାରେ ଭର୍ତି ହେଉଛନ୍ତି ।

The post ଭୟ ବଢାଉଛି ଚାଇନାର ଅଜଣା ରୋଗ । ଦିନକୁ ଦିନ ବେଜିଂରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା , କରୋନା ମହାମାରୀର ଇତିହାସ ପୁଣି ଦୋହରିବ କି ଚାଇନା first appeared on Kanak News.

from Kanak News
via <a href="https://ifttt.com/?

ନ୍ୟୁୟର୍କରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର । କାର୍ଯ୍ୟକ୍ରମରେ ତରଣଜିତ ସିଂ ସନ୍ଧୁଙ୍କୁୁ ଗାଳିଗୁଜଜ ସହ ଧସ୍ତାଧସ୍ତି କଲେ ଖଲିସ୍ତାନୀ ସମର୍ଥକ

କନକ ବ୍ୟୁରୋ : ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବବ୍ୟହାର । ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂ ସନ୍ଧୁ ଗୁରୁଦ୍ୱାରରେ ଘେରିଲେ ଖଲିସ୍ତାନୀ ସମର୍ଥକ । ନାରାବାଜି କରିବା ସହ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଭାରତ ବିରୋଧରେ କ୍ରମାଗତ ଭାବେ ବିବୃତି ଦେଉଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପନ୍ନୁଙ୍କ ସମର୍ଥକ ଏଭଳି କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବିକ, ରବିବାର ନ୍ୟୁୟର୍କର ଏକ ଗୁରୁଦ୍ୱାରକୁ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂ ସନ୍ଧୁ ଯାଇଥିବା ବେଳେ ଘଟିଛି ଏଭଳି ଘଟଣା । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଖଲିସ୍ତାନୀ ସମର୍ଥକ ମାନେ ତରଣଜିତ ସିଂ ସନ୍ଧୁଙ୍କୁ ଠେଲାପେଲା କରିଥିଲେ । ଏଥିସହ ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ତରଣଜିତ ସିଂ ସାନ୍ଧୁଙ୍କ ହାତ ଥିବା ସେମାନେ କହିଛନ୍ତି । ଏଥିସହ ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ମଧ୍ୟ ହତ୍ୟା କରିଯିବା ନେଇ ଯୋଜନା କରୁଥିବା କହିବା ସହ ଆପଣଙ୍କ ହତ୍ୟା ପାଇଁ ଆପଣ ନିଜେ ଦାୟୀ ରହିବେ ବୋଲି କହୁଥିବା ଭିଡିଓରେ ଶୁଣିବାକୁ ମିଳିଛି ।

The post ନ୍ୟୁୟର୍କରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର । କାର୍ଯ୍ୟକ୍ରମରେ ତରଣଜିତ ସିଂ ସନ୍ଧୁଙ୍କୁୁ ଗାଳିଗୁଜଜ ସହ ଧସ୍ତାଧସ୍ତି କଲେ ଖଲିସ୍ତାନୀ ସମର୍ଥକ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀଙ୍କୁ ଟିଏମସି ସାଂସଦ ଶାନ୍ତନୁ ସେନଙ୍କ ଆପତିଜନକ ଟିପ୍ପଣୀ । କହିଲେ ମୋଦୀ ଯେଉଁଠି ଯାଆନ୍ତି, ଘଟେ ଅଘଟଣ, ତେଜସ କ୍ରାସର ରହିଛି ଆଶଙ୍କା

କନକ ବ୍ୟୁରୋ : ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସେନାର ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଥିଲେ । ଭାରତୀୟ ବାୟୁସେନା ଓ ମୋଦୀଙ୍କ ସୋସିଆଲ ମିଡିଆ ପୋଷ୍ଟରେ ତେଜସ ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା । ଏହାକୁ ନେଇ ଟିଏମସି ସାଂସଦ ଶାନ୍ତନୁ ସେନ ଏକ ବୟାନ ଦେଇଛନ୍ତି । ଟିଏମସି ସାଂସଦ କହିଛନ୍ତି ତାଙ୍କୁ ଏକଥାର ଭୟ ରହିଛି ତେଜସ କାଳେ ଦୁର୍ଘଟଣାଗସ୍ତ ହୋଇଯିବ । ସେନ କହିଛନ୍ତି ଯେଉଁଠି ମୋଦୀ ପହଁଚିଛନ୍ତି ସେଠି ବିଫଳତା ମିଳିଛି କିମ୍ବା କ୍ଷତି ସହିବାକୁ ପଡିଛି । ତେଣୁ ଆଗକୁ ତେଜସ ବିମାନ ଦୁର୍ଘଟଣାର ଶିକାର ହେବା ଭୟ ରହିଛଇ । ଅନ୍ୟପଟେ ଟିଏମସି ସାଂସଦଙ୍କ ବୟାନକୁ ଏକ ଅପମାନ ଜନକ ବୟାନ କହିଛି ବିଜେପି । ଟିଏମସି ମୁଖ୍ୟ ମମତା ବାର୍ନାଜୀ ନିଜ ସାଂସଦଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।

The post ପ୍ରଧାନମନ୍ତ୍ରୀଙ୍କୁ ଟିଏମସି ସାଂସଦ ଶାନ୍ତନୁ ସେନଙ୍କ ଆପତିଜନକ ଟିପ୍ପଣୀ । କହିଲେ ମୋଦୀ ଯେଉଁଠି ଯାଆନ୍ତି, ଘଟେ ଅଘଟଣ, ତେଜସ କ୍ରାସର ରହିଛି ଆଶଙ୍କା first appeared on Kanak News.

from Kanak News
via <a href="https://ifttt.com/?

ରୌପ୍ୟ ନଗରୀକୁ ଚଳଚଂଚଳ କଲା ବାଲିଯାତ୍ରା । ମହାନଦୀ ପଠାରେ କିଣାବିକାର ଆସର

କନକ ବ୍ୟୁରୋ : ବର୍ଷକ ପରେ ପୁଣି ଚଳଚଂଚଳ ହୋଇଉଠିଛି କଟକ ମହାନଦୀ ପଠା । ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ, କିଛି ନୂଆ ନେଇ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା । ୩୪ ଏକର ଜମି ଉପରେ ଆୟୋଜିତ ବାଲିଯାତ୍ରାର ଉଭୟ ତଳ ଓ ଉପର ପଡ଼ିଆରେ ପଡ଼ିଛି ୧୬ଶହରୁ ଅଧିକ ଦୋକାନ । ସେଥିମଧ୍ୟରୁ ୧୨୦୦ରୁ ଅଧିକ ଷ୍ଟଲ୍ ପଡ଼ିଥିବା ବେଳେ କେବଳ ଓରମାସ୍ର ପଡ଼ିଛି ୪୨୦ରୁ ଅଧିକ ଷ୍ଟଲ୍ । କାର୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ଆରମ୍ଭ ହେଉଥିବାରୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେହିପରି ଏଥର ବାଲିଯାତ୍ରାରେ ଆକର୍ଷଣ ସାଜିଛି ୩୦୦ ଟନ୍ ବାଲିରେ ପ୍ରସ୍ତୁତ ବାଲୁକା କଳା । ଏହାକୁ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ।

ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ
‘କଟକ ଇନ୍ କଟକ’ରେ ଗ୍ରାମୀଣ କଟକର ଝଲକ
ଏଥିରେ ଗ୍ରାମୀଣ ଜୀବନୀ, ଜୀବିକା ଓ ପରମ୍ପରାର ପ୍ରଦର୍ଶନ
୫ହଜାରରୁ ଅଧିକ ବର୍ଗଫୁଟ୍ରେ ନିର୍ମିତ ହୋଇଛି ଟନେଲ୍ ଆକ୍ୱାରିୟମ
ଏଥିରେ ରହିଛି ୫ହଜାରରୁ ଅଧିକ ବିଭିନ୍ନ ପ୍ରକାରର ମାଛ
ପର୍ଯ୍ୟଟକମାନଙ୍କୁ ମିଳିବ ସମୁଦ୍ର ମଧ୍ୟରେ ବୁଲିବାର ମଜା
ଜଳକ୍ରୀଡ଼ା, ଲେଜର୍ ସୋ’, ସବୁଜ ବାଣ ମୁଖ୍ୟ ଆକର୍ଷଣ
ପ୍ରତିଦିନ ସକାଳେ ପଥ ଉତ୍ସବର ଆୟୋଜନ

ସେପଟେ ବାଲିଯାତ୍ରା ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ପାଇଁ ନିୟୋଜିତ ହୋଇଛି ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ । ପୂରା ପଡ଼ିଆ ଉପରେ ନଜର ରଖିବ ୧୦୦ରୁ ଉଦ୍ଧ୍ୱର୍ ସିସିଟିଭି କ୍ୟାମେରା । ସେହିପରି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । କୁନି ପିଲା ଓ ରୋଗାଗ୍ରସ୍ତଙ୍କୁ ବାଲିଯାତ୍ରା ନ ଆଣିବାକୁ ପରାମର୍ଶ ଦେଇଛନ୍ତି ଡିସିପି । ଛିନତାଇ, ପକେଟ୍ମାର ରୋକିବାକୁ ପଡ଼ିଆରେ ସାଦା ପୋଷାକଧାରୀ ପୁଲିସ ମୁତୟନ ରହିବେ ।

ସବୁଥର ଭଳି ଏଥର ମଧ୍ୟ ବାଲିଯାତ୍ରାକୁ ଭବ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

The post ରୌପ୍ୟ ନଗରୀକୁ ଚଳଚଂଚଳ କଲା ବାଲିଯାତ୍ରା । ମହାନଦୀ ପଠାରେ କିଣାବିକାର ଆସର first appeared on Kanak News.

from Kanak News
via <a href="https://ifttt.com/?

ସରି ଆସୁଛି ଯୁଦ୍ଧ ବିରତି ସମୟ: କ’ଣ ହେବ ଇସ୍ରାଏଲର ଆଗାମୀ ପଦକ୍ଷେପ?

କନକ ବ୍ୟୁରୋ: ଭିଓ-ଇସ୍ରାଏଲ-ହମାସ ଭିତରେ ନଭେମ୍ବର ୨୨ରେ ହୋଇଥିବା ଯୁଦ୍ଧ ବିରତି ଚୁକ୍ତି ସୋମବାର ଶେଷ ହେବାକୁ ଯାଉଛି । କଥା ଦେଇ ଉଭୟ ହମାସ ପଣବନ୍ଦୀଙ୍କୁ ୪ଟି ପର୍ଯ୍ୟାୟରେ ମୁକ୍ତ କରୁଛି ।ସେପଟେ ଇସ୍ରାଏଲ ମଧ୍ୟ ବନ୍ଧକ ବନାଇଥିବା ପାଲେଷ୍ଟାଇବାସୀଙ୍କୁ ଛାଡୁଛି । ୪ଦିନର ଯୁଦ୍ଧ ବିରତିରେ ସୋମବାର ହେଉଛି ଶେଷ । ଏବେ ପ୍ରଶ୍ନ ଉଠୁଛି ଧାର୍ଯ୍ୟ ଯୁଦ୍ଧ ବିରତି ସମୟ ଶେଷ ହେବନା ଏହାର ଅବଧି ବଢ଼ିବ । କାରଣ ଆମେରିକା ସମେତ କିଛି ପାଶ୍ଚାତ୍ୟ ଦେଶ ଯୁଦ୍ଧ ବିରତି ବଢ଼େଇବା ସପକ୍ଷରେ ବାହାରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି । ଚାପ ଯୋଗୁଁ ହମାସ ଯୁଦ୍ଧ ବିରତି ଚୁକ୍ତି ପାଇଁ ରାଜି ହୋଇଥିଲା । ହମାସ କବଳରେ ଆମେରିକାବାସୀ ସହ ଅନ୍ୟଦେଶର ନାଗରିକ ପଣବନ୍ଦୀ ରହିଛନ୍ତି । ତେବେ ସମସ୍ତ ପଣବନ୍ଦୀ ଫେରିବା ପର୍ଯ୍ୟନ୍ତ ଯୁଦ୍ଧ ବିରତିକୁ ବୃଦ୍ଧି କରିବା ଆବଶ୍ୟକ ।

ଯଦି ଧାର୍ଯ୍ୟ ସମୟ ଅନୁସାରେ ଯୁଦ୍ଧ ବିରତି ଶେଷ ହେବ ତେବେ ଏକଥାର ଆଶଙ୍କା କରାଯାଉଛି ଯେ ଏଥରକ ଆକ୍ରମଣ ଅଧିକ ଜୋରଦାର କରିବ ଇସ୍ରାଏଲ । ରୟଟର୍ସ ସୂଚନା ଅନୁସାରେ ପ୍ଲାନ ଏ. ଇି ପରେ ଆଗକୁ ସି ଉପରେ କାମ କରିବ ଇସ୍ରାଏଲ । ଯେଉଁଥିରେ ହମାସର ସୈନ୍ୟ କ୍ଷମତାକୁ ଧୁଳିସାତ କରିବାକୁ ଆଇଡିଏଫର ଯୋଜନା । ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ତାଜା ବୟାନ ସାମ୍ନାକୁ ଆସିଛି । ବେଂଜାମିନ ନେତାନ୍ୟାହୁ ଏକଥା ସ୍ପଷ୍ଟ କରିଛନ୍ତି ଯେ ଯୁଦ୍ଧ ବିରତି ପରେ ଆକ୍ରମଣ ଜାରି ରହିବ । ଗାଜା ପଟିକୁ ୧୬ବର୍ଷ ଧରି କବଜା କରିଥିବା ହମାସ ମାଟିରେ ମିଶିବ । ଆଗାମୀ ଆକ୍ରମଣରେ ହମାସର ସୈନ୍ୟ କ୍ଷମତାକୁ ନଷ୍ଟ କରାଯିବ ।

ଆମେରିକା, ଇଜିପ୍ଟ. କତାର ସହ ଅନ୍ୟ କିଛି ଦେଶ ଯୁଦ୍ଧ ବିରତି ଅବଧି ବୃଦ୍ଧିକୁ ସମର୍ଥନ ଜଣାଇଛନ୍ତି । କାରଣ ଏହି ଦେଶର ନାଗରିକମାନେ ହମାସ ନିକଟରେ ପଣବନ୍ଦ ରହିଛନ୍ତି । ଏବେ ଦେଖିବାକୁ ବାକି ରହିଲା ସୋମବାର ଯୁଦ୍ଧ ବିରତି ଶେଷ ହେବ ନା ଅବଧି ବଢ଼ିବ ।

The post ସରି ଆସୁଛି ଯୁଦ୍ଧ ବିରତି ସମୟ: କ’ଣ ହେବ ଇସ୍ରାଏଲର ଆଗାମୀ ପଦକ୍ଷେପ? first appeared on Kanak News.

from Kanak News
via <a href="https://ifttt.com/?

ସମୟ ଗଡୁଛି, ଆଶଙ୍କା ବଢୁଛି । ଜାରି ରହିଛି ଭର୍ଟିକାଲ ଡ୍ରିଲିଂ

କନକ ବ୍ୟୁରୋ : ଯୁଦ୍ଧକାଳୀନ ଭିତିରେ ଚାଲିଛି ଉତରକାଶୀ ସିଲକ୍ୟାରା ଟନେଲ ଉଦ୍ଧାର କାମ । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାମ ୧୬ ଦିନରେ ପହଁଚିଲାଣି । କିନ୍ତୁ ଏବେବି ସୁଡଙ୍ଗ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଅଗର୍ ମେସିନ୍ ଭାଙ୍ଗିବା ପରେ ଏବେ ଭର୍ଟିକାଲ ଡ୍ରିଲିଂ ବା ଭୂଲମ୍ବ ଖନନ ପ୍ରକ୍ରିୟା ଜାରି ରହିଛି । ସୁଡଙ୍ଗର ଉପର ପଟୁ ଖନନ କାମ ଦୃତ ବେଗରେ ଆଗେଇ ଚାଲିଛି । ଭୂଲମ୍ବ ଖନନ ବେଳେ ସୁଡ଼ଙ୍ଗରେ ଯେଉଁ ମେସିନ୍ର ଅଂଶ କିଛି ଫସିରହିଥିଲା, ତାକୁ କାଢ଼ି ଦିଆଯାଇଛି । କିନ୍ତୁ ଅଗର ମେସିନର ଉପରି ଭାଗ ଏବେବି ପାଇପ୍ ଲାଇନ୍ ତଳେ ଫସି ରହିଛି । ଏହି କ୍ଷତିଗ୍ରସ୍ତ ଅଂଶକୁ କାଟିବା ପରେ ପାଇପ୍ ଭିତରକୁ ଯାଇପାରିବ । ମୋଟ ୮୬ ମିଟର୍ ଭୂଲମ୍ବ ଖନନ କରାଯିବ । ଆଉ ଏପର୍ଯ୍ୟନ୍ତ ୩୦ ମିଟର୍ ଡ୍ରିଲିଂ ଶେଷ ହୋଇଛି । ଏହାରି ଭିତରେ କିଛି ପାଣି, ଟାଣ ପଥର ମିଳିଥିଲା । ଏସବୁକୁ ହଟାଯିବା କାମ ଜାରି ରହିଛି । ଯଦି ଏହି ଭଳି ଭାବେ କାମ ଜାରି ରହେ, ତାହାଲେ ଆସନ୍ତା ୩୦ ତାରିଖ ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି ଏନ୍ଏଚ୍ଆଇଡିସିଏଲ ନିର୍ଦ୍ଦେଶକ ମେହମୁଦ୍ଦ ଅହମ୍ମଦ୍ କହିଛନ୍ତି ।

ସେପଟେ ଉତରକାଶୀ ସିଲ୍କ୍ୟାରା ଟନେଲରେ ଉଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ପହଁଚିଥିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର । ଟନେଲରେ ପହଁଛି ଫସିରହିଥିବା ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି । କିଭଳି ଅଛନ୍ତି, ଶ୍ରମିକମାନେ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କିଛି ଉପୁଜିଛି କି ନାହିଁ, ସେନେଇ ପଚାରି ବୁଝିଛନ୍ତି ପି.କେ ମିଶ୍ର । ଏହାସହ କିଭଳି ଉଦ୍ଧାର କାମ ଚାଲିଛି, ସେକଥା ମଧ୍ୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ।

ସେପଟେ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପୁଣିଥରେ ପୁରୁଣା ଫର୍ମୂଲା ଆପଣା ଯାଇପାରେ । ମାନୁଆଲ ଡ୍ରିଲିଂ ଜରିଆରେ ପାହାଡ଼କୁ କାଟି ଶ୍ରମିକଙ୍କୁ ବାହାରକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ଏନ୍ଏଚ୍ଏଆଇର ଅଧିକାରୀ ବିଶାଲ ଚୌହାନ । ତେବେ ଏହି ପ୍ରକ୍ରିୟା କୌଣସି ମୁହୂର୍ତରେ ଆରମ୍ଭ ହୋଇପାରେ । ଏଥିରେ ଗୋଟିଏ ଟିମ୍ରେ ରହିବେ ୬ଜଣ ସଦସ୍ୟ । ଯେଉଁମାନେ ତିନୋଟି ଲେଖାଏଁ ପର୍ଯ୍ୟାୟରେ କାମ କରିବେ ।

The post ସମୟ ଗଡୁଛି, ଆଶଙ୍କା ବଢୁଛି । ଜାରି ରହିଛି ଭର୍ଟିକାଲ ଡ୍ରିଲିଂ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଚାର ଭିତରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା: ତିରୁମାଲା ମନ୍ଦିରରେ ମୋଦୀ

କନକ ବ୍ୟୁରୋ: ସୋମବାର ଆନ୍ଧପ୍ରଦେଶ ତିରୁପତିର ପ୍ରସିଦ୍ଧ ତିରୁମାଲା ମନ୍ଦିରରେ ପହଁଚି ପ୍ରଭୁ ଭେଙ୍କେଟେଶ୍ୱରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପାରମ୍ପାରିକ ଦକ୍ଷିଣଭାରତୀୟ ପୋଷାକ ପରିଧାନ କରି ମୋଦୀ ସକାଳୁ ସକାଳୁ ମନ୍ଦିରରେ ପହଁଚିଥିଲେ । ପୂର୍ବ ନିର୍ଦ୍ଦାରିତ ସମୟ ଓ କାର୍ଯ୍ୟସୂଚୀ ଅନୁଯାୟୀ ପୂଜାପାଠ କରାଯାଇଥିଲା । ପ୍ରଭୁ ଭେଙ୍କେଟେଶ୍ୱରଙ୍କ ଦର୍ଶନ ସହ ଆର୍ଶୀବାଦ ଭିକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ୧୪୦କୋଟି ଭାରତୀୟଙ୍କ ସୁଖ, ସମୃଦ୍ଧି, ସୁରକ୍ଷା, କଲ୍ୟାଣ ପାଇଁ ସେ ପ୍ରାର୍ଥନା କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା ଶେଷ କରିବା ପରେ ବିଶାଳ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଭୟ ବିଆରଏସ ଓ କଂଗ୍ରେସକୁ ରୋଗ ସହ ତୁଳନା କରିବା ସହ ରାଜ୍ୟକୁ ରୋଗଗସ୍ତ ନକରାଇ ପଦ୍ମ ଫୁଟେଇବାକୁ ତେଲେଙ୍ଗାନବାସୀଙ୍କୁ ଅପିଲ କରିଛନ୍ତି ମୋଦୀ ।

ତେଲେଙ୍ଗାନା ବିଧାନସଭା ନିର୍ବାଚନ, ୫ ବିଧାନସଭା ନିର୍ବାଚନ ମଧ୍ୟରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ହେବାକୁ ଯାଉଛି । ଏଠାରେ ଦିମୁଖୀ କି ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ବିଜେପି, କଂଗ୍ରେସ, ବିଆରଏସ । ସେପଟେ ଚର୍ଚ୍ଚା ହେଉଛି ବିଆରଏସକୁ ସମର୍ଥନ ଦେଇପାରେ ଏଆଇଏମଆଇଏମ । ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଧିନ ଔୱେସୀ କହିଛନ୍ତି ବିଜେପି ମୁସଲିମ ଭୋଟ ଉପରେ ରାଜନୀତି କରୁଛି । କିନ୍ତୁ ରାଜ୍ୟବାସୀଙ୍କ ବିଶ୍ୱାସ ଭାଜନ ହୋଇ ପୁଣି ଥରେ କେସିଆର ମୁଖ୍ୟମନ୍ତ୍ରୀ ହେବେ ।

ମତଦାନକୁ ଅଳ୍ପକିଛି ଦିନ ବାକି ରହିଛି । ଏହା ପୂର୍ବରୁ ବିଆରଏସ ସରକାରଙ୍କୁ ଲାଗିଛି ବଡ ଝଟକା । ଚାଷୀଙ୍କୁ ଦିଆଯାଉଥିବା ନଗଦ ସହାୟତ ସ୍କିମ ରାୟତୁ ବନ୍ଦକ ଉପରେ ରୋଗ ଲଗାଇଛନ୍ତି ନିର୍ବାଚନ କମିଶନ । ଆଦର୍ଶ ନିର୍ବାଚନ ଆରଚଣ ବିଧି ଉଲ୍ଲଂଘନ ପରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି । ବିଆରଏସ ବିରୋଧରେ କମିଶନଙ୍କ ନିକଟରେ ଅଭିଯୋଗ ଆଣିଛି କଂଗ୍ରେସ ।

୫ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ୪ଟି ରାଜ୍ୟରେ ଭୋଟଦାନ ଶେଷ ହୋଇଛି । ଡିସେମ୍ବର ୩୦ରେ ୧୧୯ ଆସନ ଉପରେ ଭୋଟ ଦେବ ତେଲେଙ୍ଗାନା । କୁହାଯାଉଛି ଲୋକସଭା ନିର୍ବାଚନ ପୂର୍ବର ୫ରାଜ୍ୟ ନିର୍ବାଚନ ସେମିଫାଇନାଲ ହେବ । ତେବେ କାହା ହାତକୁୁ କେଉଁ ରାଜ୍ୟ ଆସୁଛି ସେକଥା ଡିସେମ୍ବର ୩ ଫଳାଫଳରେ ଜଣାପଡିବ

The post ପ୍ରଚାର ଭିତରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା: ତିରୁମାଲା ମନ୍ଦିରରେ ମୋଦୀ first appeared on Kanak News.

from Kanak News
via <a href="https://ifttt.com/?

ଖସିଲା ନାକ୍ ମାନ୍ୟତା, ବଦଳିଲା ବିଜ୍ଞାପନ ! ଉତ୍କଳ ବିଶ୍ୱବିଦ୍ୟାଳୟର ବିଜ୍ଞାପନକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ଗୁଣାତ୍ମକ ଗବେଷଣା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ନାକ୍ ଏ ପ୍ଲସ ସ୍ୱୀକୃତି । ଏହି ବିଜ୍ଞାପନ ଉପରେ ଟିକେ ନଜର ପକାନ୍ତୁ । ଇଏ, ବିଜ୍ଞାପନ ହେଉଛି ଗତ ବର୍ଷର । ଉକ୍ରଳ ବିଶ୍ୱବିଦ୍ୟାଳୟ ୮୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ସମୟରେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା ଏହି ବିଜ୍ଞାପନ ।

କିନ୍ତ ଚଳିତବର୍ଷ ନାକ୍ ର୍ୟାଙ୍କ ଏ ପ୍ଲସରୁ ଏ’କୁ ଖସି ଯିବା ପରେ ବଦଳିଯାଇଛି ବିଜ୍ଞାପନ । ଏଥର ବିଜ୍ଞାପନରେ ନାକ୍ ର୍ୟାଙ୍କ କଥା ଉଲ୍ଲେଖ ନାହିଁ, ବରଂ ଜାତୀୟ ର୍ୟାଙ୍କିଙ୍ଗରେ ଶ୍ରେଷ୍ଠ ଶହେ ଜଣଙ୍କ ଭିତରେ ରହିଥିବା ଡିଣ୍ଡିମ ପିଟୁଛି ଉକ୍ରଳ ବିଶ୍ୱବିଦ୍ୟାଳୟ । ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନରେ ଡିଜିଟାଇଲେଜେସନ ସମେତ ଗବେଷଣା ଓ ବିଦ୍ୟାର୍ଥୀ ବିନିମୟ କାର୍ଯ୍ୟକ୍ରମ ଉପରେ ବହୁ ଗୁରୁତ୍ୱ ଦିଆଯାଇଥିବା ବିଜ୍ଞାପନ କହୁଛି । ତେବେ ନାକ୍ ର୍ୟାଙ୍କ କାହିଁକି କମିଲା ସେନେଇ କୌଣସି ସ୍ପଷ୍ଟ ଉତର ଦେଇନାହାନ୍ତି କୁଳପତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ଦେବା ପରେ ଏବେ ସଭିଙ୍କ ନଜର ଉକ୍ରଳ ବିଶ୍ୱବିଦ୍ୟାଳୟ ଉପରେ । ରାଜ୍ୟର ସର୍ବବୃହତ ଓ ସର୍ବପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ, ଉକ୍ରଳ ବିଶ୍ୱବିଦ୍ୟାଳୟର ର୍ୟାଙ୍କ କାହିଁକି ଖସିଲା ସେନେଇ ଆରମ୍ଭ ହୋଇଗଲାଣି ତର୍କ ବିତର୍କ । ଏସବୁ ଭିତରେ ନାକ୍ର ଏକ ୫ ଜଣିଆ ଟିମ୍ ଅକ୍ଟୋବରରେ ଦ୍ୱିତୀୟ ଥର ପାଇଁ ନିକଟରେ ଉକ୍ରଳ ୟୁନିଭର୍ସିଟିରେ ଅନୁଧ୍ୟାନ କରି ଫେରିଛନ୍ତି । ରାଜ୍ୟପାଳ ଚିଠି ଲେଖିବା ପରେ ନାକ୍ ଟିମ୍ ପୁନର୍ବାର ଏହି ଅନୁଧ୍ୟାନ କରିଛନ୍ତି । ହେଲେ ଏହାର ରିପୋର୍ଟ ଏଯାଏଁ ଆସିନାହିଁ । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ଦେବା ପରେ ଅନେକ କହିଲେଣି ରେଭେନ୍ସାଠାରୁ ଶିଖୁ ଉକ୍ରଳ ବିଶ୍ୱବିଦ୍ୟାଳୟ ।

ଆଉ ଏହାରି ଭିତରେ ଉକ୍ରଳ ବିଶ୍ୱବିଦ୍ୟାଳୟ ପାଳନ କରୁଛି ୮୧ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରେକ୍ଷାଳୟରେ ଲାଗିଥିବା ଏହି ବ୍ୟାନର ଅନେକଙ୍କୁ ଚକିତ କରୁଛି । ନାକ୍ ର୍ୟାଙ୍କ ଖସିବା ପରେ ବି ବ୍ୟାନରରେ ଲେଖାଯାଇଛି ନାକ୍ ଏ ପ୍ଲସ ।

The post ଖସିଲା ନାକ୍ ମାନ୍ୟତା, ବଦଳିଲା ବିଜ୍ଞାପନ ! ଉତ୍କଳ ବିଶ୍ୱବିଦ୍ୟାଳୟର ବିଜ୍ଞାପନକୁ ନେଇ ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started