ଉଦ୍ଧାରକାମରେ ରେସ୍କ୍ୟୁ ରୋବଟ୍ ଓ ଡ୍ରୋନ୍: ଶ୍ରମିକଙ୍କ ମାନସିକ ଓ ଶାରୀରିକ ସ୍ଥିତି ନିରୀକ୍ଷଣ କରାଯିବ

କନକ ବ୍ୟୁରୋ: ଉତରାଖଣ୍ଡ ଉତରକାଶୀ ସିଲକିଆରା ଟନେଲ ୧୬ଦିନ ହେବ ଫଶିରହିଛନ୍ତି ୪୧ଜଣ ଶ୍ରମିକ । ଉଦ୍ଧାରକାର୍ଯ୍ୟ ପାଇଁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ସେପଟେ ମାନୁଆଲ ଡ୍ରିଲିଂ ପାଇଁ ବିଚାର ସହ ସବୁ ବ୍ୟବସ୍ଥା କରାଯାଉଛି । ଏହା ଭିତରେ ଆସିଛି ବଡ ଖବର । ସୁଡ଼ଙ୍ଗ ଭିତରକୁ ମଣିଷ ଯିବା ଅସମ୍ଭବ ତେଣୁ ଶ୍ରମିକଙ୍କ ଟିକନିକ ସ୍ଥିତି ପରଖିବାକୁ ଏଣିକି ଯିବ ରବର୍ଟ । ଘଟଣାସ୍ଥଳରେ ପହଁଚିଛନ୍ତି ଅର୍ନ୍ତଜାତୀୟ ରବଟିକ ସାଇନଟିଷ୍ଟ ତଥା ଦେଶର ଡ୍ରୋନମ୍ୟାନ ଭାବେ ଜଣାଶୁଣା ଲକ୍ଷେ୍ନøର ମିଳିନ୍ଦ ରାଜ

ସୁଡ଼ଙ୍ଗରେ କ’ଣ କରିବ ‘ରେସ୍କ୍ୟୁ ରୋବଟ୍’?
-୨୪ଘଂଟା ଧରି ଶ୍ରମିକଙ୍କୁ ମାନସିକ ଓ ଶାରୀରିକ ସ୍ଥିତି ନିରୀକ୍ଷଣ କରିବ
-ମନିଟର ସମୟର ଉଭୟ ଅଡିଓ ଓ ଭିଡିଓ ରେକର୍ଡିଂ କରିବ
-ସୁଡ଼ଙ୍ଗ ଭିତରେ ହାଇସ୍ପିଡ ଇଂଟରନେଟ୍ ସେବା ଯୋଗାଇବ
-ସୁଡ଼ଙ୍ଗରେ ଥିବା ବିଷାକ୍ତ ଗ୍ୟାସକୁ ଚିହ୍ନଟ ଓ ଏହାକୁ ହ୍ରାସ କରିବ
-ଡ୍ରିଲିଂ ସମୟରେ ଯଦି କିଛି ସମସ୍ୟା ଉପୁଜେ ତେବେ ଏହାର ସୂଚନା ଦେବ
-ଅଲଟ୍ରା ଭାଓଲେଟ ସିଷ୍ଟମ ବ୍ୟବହାର କରି ଭୂତାଣୁକୁ ନଷ୍ଟ କରିବ
-ଶ୍ରମିକ ବ୍ୟବହାର କରୁଥିବା ମୋବାଇଲରେ ହାଇସ୍ପିଡ ଇଂଟରନେଟ ସେବା ଯୋଗାଇବ
-ଡ୍ରୋନ ସାହଯ୍ୟରେ ରୋବଟ୍କୁ ମନିଟର କରାଯିବ ।

ଦେଶବିଦେଶରେ ହୋଇଥିବା ବଡ଼ ବଡ ଦୁର୍ଘଟଣା ତଥା ଭାରତୀୟ ସେନାରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛି ମିଳିିନ୍ଦଙ୍କ ରବର୍ଟ । ଡ୍ରୋନ ମ୍ୟାନ ଏବେ ଦୁର୍ଘଟଣା ସ୍ଥଳରେ ପହଁଚି ସାରିଛନ୍ତି । ଆଗକୁ ଅଧିକରୁ ଅଧିକ ସ୍ଥିତିର ସମୀକ୍ଷା କରାଯାଇ ମିଶନକୁ ତ୍ୱରାନିତ୍ୱ କରାଂଯିବ । ଖୁବ ଶିଘ୍ର ରବର୍ଟ ଓ ଡ୍ରୋନର ଡେମୋ କରାଯାଇ ମିଶନକୁ ତ୍ୱରାନିତ୍ୱ କରିବାକୁୁ ଲକ୍ଷ୍ୟ ରଖାଯାଇଛି । ସେପଟେ ଦେଶବିଦେଶର ବିଶେଷଜ୍ଞ ସ୍ଥିତିକୁ ସମୀକ୍ଷା କରିବ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି ।

ସୋମବାର ସକାଳୁ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଟନେଲ ନିକଟରେ ପହଁଚିଥିଲେ । ଏଠାରେ ନିର୍ମାଣ କରଯାଇଥିବା ଅସ୍ଥାୟୀ ମନ୍ଦିରରେ ପୂଜା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ଉତରକାଶୀ ସିଲ୍କ୍ୟାରା ଟନେଲରେ ଉଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ପହଁଚିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର । ଟନେଲରେ ପହଁଛି ଫସିରହିଥିବା ଶ୍ରମିକଙ୍କ ସହ କରିଛନ୍ତି ଆଲୋଚନା । ଆସନ୍ତା ୨୪ ଘଂଟାରେ ୧୧୦ ମିଟର ଭୂଲମ୍ବ ଖନନ କରି ଶ୍ରମିକଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛନ୍ତି ଉଦ୍ଧାରକାରୀ ଦଳ । ଏହାପରେ ଶ୍ରମିକଙ୍କୁ ଏୟାର ଲିଫ୍ଟିଂ କରି ଉଦ୍ଧାର କରିବାକୁ ଯୋଜନା ରହିଛି । ସେପଟେ ଉଦ୍ଧାର କାମରେ ସାମିଲ ହୋଇଛି ସେନା । ପ୍ରତିଦିନ ସକାଳେ ନୂଆ ଆଶା ନେଇ ଉଦ୍ଧାର ଅଭିଯାନ ଆରମ୍ଭ ହେଉଛି । ଉଦ୍ଧାରକାରୀ ଦଳ ଶୀଘ୍ର ଉଦ୍ଧାର ହେବାର ପ୍ରତିଶ୍ରୁତି ଦେଉଛନ୍ତି ।

The post ଉଦ୍ଧାରକାମରେ ରେସ୍କ୍ୟୁ ରୋବଟ୍ ଓ ଡ୍ରୋନ୍: ଶ୍ରମିକଙ୍କ ମାନସିକ ଓ ଶାରୀରିକ ସ୍ଥିତି ନିରୀକ୍ଷଣ କରାଯିବ first appeared on Kanak News.

from Kanak News
via <a href="https://ifttt.com/?

ରତ୍ନ ଭଣ୍ଡାର ଖୋଲିବା ନେଇ ଭକ୍ତଙ୍କ ଭିତରେ ବଢିଲା ଉତ୍ସାହ । ଆସନ୍ତା କାଲି ଠାରୁ ହେବ ଲେଜର ସ୍କାନିଂ

କନକ ବ୍ୟୁରୋ : ସିଂହଦ୍ୱାର ସମ୍ମୁଖରେ ଲମ୍ବାଧାଡି । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ରାଜାରାଜେଶ୍ୱର ବା ସୁନାବେଶରେ ଦେଖିବାକୁ ଆକୁଳ ଭକ୍ତ । କାର୍ତିକ ପୂର୍ଣ୍ଣିମାରେ ଇଏ ହେଉଛି ସିଂହଦ୍ୱାର ସମ୍ମୁଖର ଚିତ୍ର । ରତ୍ନସିଂହାସନରେ ଠାକୁରଙ୍କ ସୁନାବେଶ ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମହଣ ମହଣ ସୁନାରେ ଆଭୂଷିତ ହୋଇଛନ୍ତି ୩ ଠାକୁର । ଆଉ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି କାର୍ତିକ ବ୍ରତକୁ ଉଦଯାପନ କରିଛନ୍ତି ହବିଷ୍ୟାଳି । କାର୍ତିକ ପୂର୍ଣ୍ଣିମା ଥିବାରୁ ରାତିରେ ମନ୍ଦିରରେ ପହଡ ପଡିନଥିଲା । ରାତିସାରା ଜଗାଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଲମ୍ବାଧାଡିର ଠିଆହୋଇ ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ମହପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ମହାପ୍ରସାଦ ପାଇ ଆନନ୍ଦରେ ଘରକୁ ଫେରିଛନ୍ତି ଭକ୍ତ ।

କାର୍ତ୍ତିକ ମାସର ଶେଷଦିନରେୁ ରାତି ୨ଟାରୁ ମହୋଦଧିରେ ହିବଷ୍ୟାଳି ଓ ଲୋକ ଏକାଠି ହୋଇ ଡଙ୍ଗା ଭସାଇଛନ୍ତି । ରାଇଦାମୋଦର ପୂଜା କରିବା ସହ କାର୍ତିକ ବ୍ରତର ବି ପରିସମାପ୍ତି କରିଛନ୍ତି । ପରମ୍ପରା ଅନୁସାରେ ସାଧବପୁଅର ଇତିହାସ ଗାଥାକୁ ମନେ ପକାଇଛନ୍ତି ପ୍ରତିଟି ଓଡିଆ । କାର୍ତିକ ପୂର୍ଣ୍ଣିମାରେ ସୂର୍ଯ୍ୟୋଦୟ ଦେଖିବା ସହ ଆଳତୀ କରିବାକୁ ବି ବେଳାଭୂମିରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମହୋଦଧିଠାରୁ ଶ୍ରୀମନ୍ଦିର ଯାଏଁ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ ପୁରା ସତର୍କ ହୋଇ ରହିଛି ।

କାର୍ତିକ ମାସ ସରିବା ପରେ ମଙ୍ଗଳବାରଦିନ ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ । ଏନେଇ ଏଏସଆଇ ଫାଇନାଲ ରିପୋର୍ଟ ଦେବା ପରେ ବୈଷୟିକ ଟିମ ସମୀକ୍ଷା କରିବ । ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ନେଇ ନିଷ୍ପତି ହେବ । ଯଦି କୌଣସି ଫାଟ ଥାଏ ତେବେ ପରବର୍ତୀ ନିଷ୍ପତି ନିଆଯିବ ।

The post ରତ୍ନ ଭଣ୍ଡାର ଖୋଲିବା ନେଇ ଭକ୍ତଙ୍କ ଭିତରେ ବଢିଲା ଉତ୍ସାହ । ଆସନ୍ତା କାଲି ଠାରୁ ହେବ ଲେଜର ସ୍କାନିଂ first appeared on Kanak News.

from Kanak News
via <a href="https://ifttt.com/?

ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ବୋଇତରେ ବସିଲେ, ନୌବାଣିଜ୍ୟ ଇତିହାସକୁ ମନେ ପକାଇଲେ

କନକ ବ୍ୟୁରୋ : ଅତୀତରେ ହଜି ଯାଇଥିବା ସେଇ ସ୍ମୃତି, ସେମିତି ଅଭୁଲା ଓ ଅକ୍ଷତ ହୋଇରହିଛି । ହୋଇପାରେ, ସେ ସାଧବ ନାହାଁନ୍ତି, ସେଭଳି ନୌବାଣିଜ୍ୟ ପରମ୍ପରା ନାହିଁ । କିନ୍ତୁ ଆମ ପୂର୍ବ ପୁରୁଷଙ୍କ ଦାନକୁ ଆମେ ଆଜି ବି ସାଇତି ରଖିଛୁ ।

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯେତେବେଳେ ଜାହାଜରେ ବସି ଜଳଯାତ୍ରା କରୁଥିଲେ, ସେତେବେଳେ ଅତୀତର ସେଇ ପୁରୁଣା ସ୍ମୃତି ପୁଣି ଥରେ ଜୀବନ୍ତ ହୋଇଯାଇଥିଲା । ସାଧବ ପୁଅଙ୍କ ସାଧନାକୁ ଯେମିତି ସମସ୍ତେ ସଲାମ୍ କରୁଥିଲେ ।

ଐତିହାସିକ ବୋଇତ ବନ୍ଦାଣ ଉତ୍ସବର ଉଦ୍ଘାଟନ କରିବା ସହ ମହାମହିମ ରାଷ୍ଟ୍ରପତି, ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ସୁବର୍ଣ୍ଣ ଇତିହାସକୁ ମନେପକାଇଥିଲେ । ସମୁଦ୍ର କେମିତି ମଣିଷକୁ ସଂବୃଦ୍ଧ କରିଛି । ଭାରତର ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି, ସେ ଉପରେ ଆଲୋକପାତ କରିଥିଲେ ଦ୍ରୌପଦି ମୁର୍ମୁ । ସେହିପରି ସମୁଦ୍ର କେବଳ ବ୍ୟବସାୟ କିମ୍ବା ବାଣିଜ୍ୟ ଉପରେ ସୀମିତ ନଥିଲା ବରଂ ଏହା ବୈଦେଶିକ ସମ୍ପର୍କକୁ ମଜବୁତ କରିଛି ବୋଲି ରାଷ୍ଟ୍ରପତି କହିଥିଲେ ।

ରାଷ୍ଟ୍ରପତିଙ୍କ ପାରାଦୀପ ଗସ୍ତକୁ ନେଇ ଜନତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିିଳିଥିଲା । ପାଦରେ ଚାଲି ଚାଲି ଜନତାଙ୍କ ଅଭିଭାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ଏମିତି କି ରାସ୍ତାରେ କୁନି କୁନି ପିଲାଙ୍କୁ ଭେଟିଥିଲେ । ପିଲାଙ୍କୁ ଚକୋଲେଟ୍ ବାଂଟିବାର ମଧ୍ୟ ଦେଖିବାକୁ ମିଳିଥିଲା । ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଥିଲା ବନ୍ଦର ନଗରୀ । ସାଧାରଣ ଜନତା ଓ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା ।

ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ସାମିଲ୍ ହୋଇ ଭୁବନେଶ୍ୱର ଫେରି ଆସିଥିଲେ ରାଷ୍ଟ୍ରପତି । ସନ୍ଧ୍ୟାରେ ସମସ୍ତ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରି ଯାଇଥିଲେ । ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମେୟାର ପ୍ରମୁଖ ଉପସ୍ଥିତ ରହି ମେଲାଣି ଦେଇଥିଲେ ।

The post ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ବୋଇତରେ ବସିଲେ, ନୌବାଣିଜ୍ୟ ଇତିହାସକୁ ମନେ ପକାଇଲେ first appeared on Kanak News.

from Kanak News
via <a href="https://ifttt.com/?

ଡିସେମ୍ବରରେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି

କନକ ବ୍ୟୁରୋ : ସୋମବାର ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ, ସୋମବାର ସକାଳ ସାଢେ ୮ଟା ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହା ନିକଟବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟ୍ ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ । ୨୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ପରବର୍ତ୍ତୀ ୪୮ ଘଂଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । କିନ୍ତୁ ବାତ୍ୟାର ଗତିପଥ କେଉଁ ଦିଗରେ ରହିବ ସେନେଇ ବର୍ତମାନ କୌଣସି ଆକଳନ କରିନାହିଁ ଭାରତୀୟ ପାଣିପାଗ ବିଭାଗ ।

ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ରର ଗତିପଥ ବାବଦରେ ଆଇଏମଡି ଜାରି କରିଥିବା ଏହି ଚିତ୍ରକୁ ଦେଖନ୍ତୁ । ଏଥିରୁ ଜଣାପଡୁଛି ଯେ, ଡିସେମ୍ବର ୧ ତାରିଖ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଂଚି ସାରିଥିବ ଏବଂ ସେତେବେଳକୁ ବାତ୍ୟାର ରୂପ ନେଇସାରିଥିବ । କିନ୍ତୁ ଏହା ପରବର୍ତୀ ଗତିପଥ ନେଇ କୌଣସି ଆକଳନ କରିନାହିଁ ଭାରତୀୟ ପାଣିପାଗ ବିଭାଗ । ଜିଏଫଏସ ଆମେରିକା… କିନ୍ତୁ ପାଣିପାଗ ସଂପର୍କୀତ ଅନ୍ତର୍ଜାତୀୟ ମଡେଲ ଜିଏଫଏସ ଅନୁଯାୟୀ ଏହା ବାଂଲାଦେଶ ମୁହାଁ ହେବ । ନଭେମ୍ବର ୨୮ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ, ୨୯ରେ ଅବପାତ ଓ ୩୦ ତାରିଖ ବେଳକୁ ବାତ୍ୟାର ରୂପ ନେବ । ଆଇସିଓଏନ… ଆଇସିଓଏନ୍ ଜର୍ମାନ ମଡେଲ ଅନୁସାରେ ୨୮ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ, ୨୯ରେ ଅବପାତ ଓ ୩୦ରେ ତୀବ୍ର ଅବପାତ ହୋଇ ତାମିଲନାଡୁ ମୁହାଁ ହେବ ।

ଆଇସିଏମଡବ୍ଲୁଏଫ… ୟୁରୋପୀୟ ମଡେଲ ଆଇସିଏମଡବ୍ଲୁଏଫର ଆକଳନ ଅନୁଯାୟୀ- ଡିସେମ୍ବର ୨ରୁ ୪ ମଧ୍ୟରେ ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ତୀବ୍ର ବାତ୍ୟା ରୂପରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ମୁହାଁ ହୋଇପାରେ ।

ଦେଶରେ ବାତ୍ୟା ନେଇ ସଠିକ ପୂର୍ବାନୁମାନ କରିଆସୁଥିବା ଭାରତୀୟ ପାଣିପାଗ ବିଭାଗ କିନ୍ତୁ ଡିସେମ୍ବର ୧ ତାରିଖ ପରେ ବାତ୍ୟାର ଗତି କେଉଁଆଡେ ହେବ ତାହା ସ୍ପଷ୍ଟ କରିନାହିଁ । ଏପରିକି ଏହାର ତୀବ୍ରତା ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ତେଣୁ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବ ବୋଲି ଆକଳନ କରାଯାଉଛି । ଲଘୁଚାପ କ୍ଷେତ୍ରର ଗତିବିଧି ଉପରେ ମଧ୍ୟ ଆଇଏମଡି ସତର୍କ ନଜର ରଖିଛି ।

The post ଡିସେମ୍ବରରେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି first appeared on Kanak News.

from Kanak News
via <a href="https://ifttt.com/?

ବିଜେଡିରେ ଭି.କେ.ପାଣ୍ଡିଆନ୍ । ନବୀନ ନିବାସରେ ମିଶ୍ରଣ ପର୍ବ

କନକ ବ୍ୟୁରୋ : ନବୀନ ନିବାସରୁ ଆସିଥିବା ଚିତ୍ର, ଦୀର୍ଘ ଦିନ ହେବ ଚାଲିଥିବା ଚର୍ଚ୍ଚା ଉପରେ ଏକପ୍ରକାର ପୂର୍ଣ୍ଣଛେଦ ପକାଇଛି । ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭି.କେ.ପାଣ୍ଡିଆନ । ଏବଂ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଦଳରେ ସାମିଲ ହେବା ପରେ ଓଡିଶାବାସୀଙ୍କ ପାଇଁ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ୍ ।

ନବୀନ ନିବାସରେ ଦଳରେ ସାମିଲ ହେବା ପରେ ଦଳୀୟ କାର୍ଯ୍ୟାଳୟ ଶଂଖ ଭବନକୁ ଯାଇ ନେତା ଓ କର୍ମୀଙ୍କୁ ଭେଟିଛନ୍ତି ପାଣ୍ଡିଆନ୍ । ଆଉ ପ୍ରଶାସନିକ ଅଧିକାରୀରୁ ପାଣ୍ଡିଆନ୍ ରାଜନୀତିର ମଇଦାନକୁ ପ୍ରବେଶ କରିବା ପରେ, ବିଜେଡି ଶିବିର ବେଶ୍ ଚଳଚଂଚଳ ହୋଇଛି । ପାଣ୍ଡିଆନଙ୍କ ଯୋଗଦାନ ଦଳରେ ଶକ୍ତି ବଢ଼ାଇବ ବୋଲି ଦଳର ବରିଷ୍ଠ ନେତା କହିଛନ୍ତି । ପ୍ରଶାସନିକ ସ୍ତରରେ ଯେଉଁଭଳି ନିଷ୍ପତି ନେଉଥିଲେ , ରାଜନୀତିରେ ମଧ୍ୟ ତାଙ୍କୁ ସେହିଭଳି ଦେଖିବାକୁ ମିଳିବ ବୋଲି ମତ ରଖିଛନ୍ତି ।

୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ସେ ଓଡିଶାର ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସମୟରେ ନିଜର ଦକ୍ଷତା ପ୍ରମାଣିତ କରି ସିଧା ଏଂଟ୍ରି ମାରିଥିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ । ଆଉ ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଅକ୍ଟୋବର ୨୩ରେ ଚାକିରିରୁ ସ୍ୱେଛାକୃତ ଅବସର ନେଇଥିଲେ ଭି.କେ.ପାଣ୍ଡିଆନ । ଅକ୍ଟୋବର ୨୪ରେ ତାଙ୍କୁ ମିଳିଥିଲା ଫାଇଭ-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଦାୟିତ୍ୱ ।

ହେଲେ, ଏତିକିରେ ଚର୍ଚ୍ଚା ଥମିନି । ଆଗକୁ କେଉଁ ଭୂମିକାରେ ଆସିବେ ଭି. କେ. ପାଣ୍ଡିଆନ୍? ୨୦୨୪ ନିର୍ବାଚନରେ ତାଙ୍କ ଭୂମିକା କଣ ରହିବ? ସେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ କି ନାହିଁ? ଯଦି ଲଢ଼ିବେ କେଉଁଠୁ ଲଢ଼ିବେ? ସେ ନେଇ ଆରମ୍ଭ ହୋଇଛି ନୂଆ ଆଲୋଚନା । ଆଉ ଏସବୁ ଭିତରେ ଦଳରେ ମିଶିବାର ପ୍ରଥମ ଦିନରେ ପାର୍ଣ୍ଡିଆନ ଗଞ୍ଜାମ ଗସ୍ତ କରି ମା ତାରାତାରେଣୀଙ୍କ ଦର୍ଶନ କରିଛନ୍ତି । ଯାହାକି ନୂଆ ଚର୍ଚ୍ଚାକୁ ବଢ଼ାଇଛି ।

The post ବିଜେଡିରେ ଭି.କେ.ପାଣ୍ଡିଆନ୍ । ନବୀନ ନିବାସରେ ମିଶ୍ରଣ ପର୍ବ first appeared on Kanak News.

from Kanak News
via <a href="https://ifttt.com/?

କାହିଁକି ଲରେନ୍ସ ବିଷ୍ଣୋଇ ହେଲା ସଲମାନ ଖାନର ମୂଖ୍ୟ ଶତ୍ରୁ  ? କଣ ରହିଛି କାରଣ ?

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କହିଛି ଯେ ପ୍ରକୃତରେ ସଲମାନ ଖାନଙ୍କ ସହ ତାଙ୍କର ଏକ ପ୍ରକାର ବ୍ୟକ୍ତିଗତ ଶତ୍ରୁତା ନାହିଁ । କିନ୍ତୁ ସେ ତାଙ୍କୁ ହତ୍ୟା କରିବେ । ହଁ, ଯଦି ସେ କ୍ଷମା ମାଗନ୍ତି ଏବଂ ତାଙ୍କ ସମାଜ ତାଙ୍କୁ ଗ୍ରହଣ କରେ ତେବେ ସେ ତାଙ୍କୁ ଛାଡିଦେବେ ।  ପ୍ରଶ୍ନ ହେଉଛି, ସଲମାନ ଖାନ ଏମିତି କଣ  ଭୁଲ କରିଛନ୍ତି ଯେ ଜୀବନ ନେବାଯାଏ କଥା ଯାଇଛି ?

“ତା’ର ଅହଂକାରକୁ ଏବେ ନହେଲେ ଭବିଷ୍ୟତରେ ଭାଙ୍ଗିଦେବୁ ।“ ସଲମାନ ଖାନଙ୍କ ବିରୋଧରେ ଏପରି ବିବାଦିତ ବୟାନ ଦେଇ ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଆସିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ । ଲରେନ୍ସ ବିଷ୍ଣୋଇ ବିଷୟରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ ଯେ ସେ ଆମ ଦେଶର ଜଣେ କୁଖ୍ୟାତ ଅପରାଧୀ । ତା ନାଁ ରେ ବହୁତ କେସ କୋର୍ଟରେ ଗଡୁଛି ।

ପଞ୍ଜାବୀ ଲୋକ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସେ ଲାଇମଲାଇଟ୍ କୁ ଆସିଥିଲା ।  “ତା’ର ଅହଂକାରକୁ ଏବେ ନହେଲେ ଭବିଷ୍ୟତରେ ଭାଙ୍ଗିଦେବୁ ।“  ବାସ୍ତବରେ ଏ ଧମକ ସେ ବଲିଉଡ ଷ୍ଟାର ସଲମାନ ଖାନଙ୍କ ପାଇଁ ଦେଇଛି । ଚଳଚ୍ଚିତ୍ର ତାରକା ସଲମାନଙ୍କ ସହ ତାଙ୍କର ଶତ୍ରୁତା କ’ଣ ?

ଚଳଚ୍ଚିତ୍ର “ହମ୍ ସାଥ୍ ସାଥ୍ ହେ” ସୁଟିଂ ସମୟର ଘଟଣା

ସଲମାନ ଖାନଙ୍କ ଜୀବନ ପଛରେ ଲରେନ୍ସ ବିଷ୍ଣୋଇ କ’ଣ ପାଇଁ ପଡିଛି ? ସଲମାନ ଖାନ ଜଣେ ଗ୍ୟାଙ୍ଗଷ୍ଟର ନୁହଁ ଯେ  ଯିଏ ତାଙ୍କୁ ଚ୍ୟାଲେଞ୍ଜ କରିବ ।  ସଲମାନ ଖାନ କାହାକୁ ମାରିବା ପାଇଁ ସୁପାରି ମଧ୍ୟ ନିଏ ନାହିଁ ।   ସଲମାନ ଖାନ ଏମିତି କୌଣସି ବେଆଇନ ବ୍ୟବସାୟରେ ଜଡିତ ନୁହଁନ୍ତି ଯାହା ତା ବ୍ୟବସାୟକୁ କ୍ଷତି ପହଞ୍ଚାଇବ । ତେବେ କୋଉ କରଣ ପାଇଁ ସିଏ ତାଙ୍କ ପଛରେ ପଡିଛି ?  | ଏହି ବିଷୟଟି ପ୍ରାୟ ୨୫ ବର୍ଷ ପୁରୁଣା ଏବଂ ଏହା ରାଜସ୍ଥାନ ସହିତ ଜଡିତ ଅଟେ ।

ତାହା ଥିଲା ୧୯୯୮ ମସିହାର କଥା ।  ଫିଲ୍ମ ହମ ସାଥ ସାଥ ହେ ର ସୁଟିଂ ପାଇଁ ସଲମାନ ଖାନ ଯୋଧପୁରରେ ଥିଲେ । ତାଙ୍କ ଦଳ କଳା ହରିଣ (ବ୍ଲାକବକ୍) ଶିକାର କରିଥିବାର  ଅଭିଯୋଗ ହୋଇଥିଲା । ପ୍ରାୟ ୩  ଦଶନ୍ଧି ଧରି ଶୁଣାଣି ପରେ ଯୋଧପୁର କୋର୍ଟ ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦଣ୍ଡିତ କରିଥିଲେ । ତେବେ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି । କୌତୂହଳର ବିଷୟ, ଯେତେବେଳେ ବ୍ଲାକବକ୍ ଶିକାର ମାମଲା ଖବରକାଗଜ ଏବଂ ଟିଭିରେ ଆସିଲା ସେତେବେଳେ ଲରେନ୍ସକୁ ମାତ୍ର ପାଞ୍ଚ ବର୍ଷ ହୋଇଥିଲା ।  ବର୍ତ୍ତମାନ ତାଙ୍କୁ ୩୦ ବର୍ଷ ବୟସ ଏବଂ ପ୍ରାୟ ଏକ ବର୍ଷ ପୂର୍ବେ ସେ ଯେ କୌଣସି ପ୍ରକାରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ  ଧମକ ଦେଇଥିଲେ।

୨୫ ବର୍ଷ ତଳେ ଘଟିଥିବା ହରିଣ ଶିକାର ସହ ଲରେନ୍ସ ବିଷ୍ଣୋଇଙ୍କର ଏହା ସହିତ କ’ଣ ସମ୍ପର୍କ ଅଛି ?

କଳା ହରିଣକୁ ଭଗବାନଙ୍କ ପରି ମାନନ୍ତି ବିଷ୍ଣୋଇ ସମ୍ପ୍ରଦାୟ ପ୍ରକୃତରେ ଯେଉଁ କଳା ହରିଣ ଶିକାର ମାମଲା ସାମ୍ନାକୁ ଆସିଲା ସେହି ହରିଣକୁ ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟ  ଦେବତା ଭାବରେ ପୂଜା କରନ୍ତି । ବିଷ୍ଣୋଇ ସମ୍ପ୍ରଦାୟ ବିଶ୍ବାସ କରେ ଯେ ସେମାନଙ୍କର ଗୁରୁ ଜମ୍ବେଶ୍ୱର ଏକ କଳା ହରିଣ ଆକାରରେ ଜନ୍ମ ହୋଇଥିଲେ । ଯିଏ ଜାମ୍ବାଜୀ ଭାବରେ ଜଣାଶୁଣା ।  ଯେଉଁମାନେ କଳାହରିଣ ଶିକାର କରନ୍ତି କିମ୍ବା ଗଛ କାଟନ୍ତି, ସେମାନଙ୍କୁ ବିଷ୍ଣୋଇ ସମାଜ କଦାପି କ୍ଷମା କରନ୍ତି ନାହିଁ ।  ଲରେନ୍ସ ବିଷ୍ଣୋଇ କହିଥିଲେ ଯେ ସଲମାନ ଖାନଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ସେ ସେମାନଙ୍କର ଦେବତାଙ୍କୁ ଅପମାନିତ କରିଛନ୍ତି ଏବଂ ଏହା କରୁଥିବା ବ୍ୟକ୍ତିଙ୍କୁ କିପରି କ୍ଷମା କରି ପାରିବେ ? ହଁ, ଯଦି ସଲମାନ ଖାନ କ୍ଷମା ମାଗନ୍ତି ଏବଂ ତାଙ୍କ ସମାଜ ତାଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରେ ତେବେ ସେ କ୍ଷମା କରିଦେବେ ।

ପାଞ୍ଚ ବର୍ଷ କାରାଦଣ୍ଡ ସଜା ହେଇଛି କିନ୍ତୁ ସଲମାନ ଜାମିନରେ ଅଛନ୍ତି

ଏପ୍ରିଲ ୨୦୧୮ ରେ ଯୋଧପୁରର ସେଶନ କୋର୍ଟ ସଲମାନ ଖାନଙ୍କୁ ପାଞ୍ଚ ବର୍ଷ ଜେଲ ଏବଂ ୧୦,୦୦୦ ଟଙ୍କା ଜୋରିମାନା କରିଛନ୍ତି । ପ୍ରମାଣ ଅଭାବରୁ ଅନ୍ୟ କଳାକାରମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।  ଯଦିଓ ତାଙ୍କୁ ଜାମିନ ମିଳିଛି। ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ରାଜସ୍ଥାନ ହାଇକୋର୍ଟ ଯାଇ ଆବେଦନପତ୍ରରେ କହିଛନ୍ତି ଯେ ସଲମାନ ଖାନ ଆର୍ମସ ଆକ୍ଟ ମାମଲାରେ ଏକ ଜାଲ୍ ଆଫିଡେଭିଟ୍ ଦାଖଲ କରିଛନ୍ତି । ତେବେ ସରକାରଙ୍କ ଆବେଦନକୁ ଯୋଧପୁର ଜିଲ୍ଲା ଏବଂ ସେଶନ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ମାର୍ଚ୍ଚ ୨୦୨୨ ରେ ରାଜସ୍ଥାନ ହାଇକୋର୍ଟ ଯୋଧପୁର ଜିଲ୍ଲା ଏବଂ ସେଶନ କୋର୍ଟରେ ଦାଖଲ ହୋଇଥିବା ଦୁଇଟି ଆବେଦନ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

The post କାହିଁକି ଲରେନ୍ସ ବିଷ୍ଣୋଇ ହେଲା ସଲମାନ ଖାନର ମୂଖ୍ୟ ଶତ୍ରୁ  ? କଣ ରହିଛି କାରଣ ? first appeared on Kanak News.

from Kanak News
via <a href="https://ifttt.com/?

ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଦୁଃଖ ବୁଝୁନି ବୀମା କମ୍ପାନୀ । କ୍ରପ କଟିଂ ଆଳରେ ଚାଷୀ ମାରଣ ନୀତି କରାଯାଉଥିବା ଅଭିଯୋଗ

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଚାଷୀର ପିଛା ଛାଡୁନି ସମସ୍ୟା । କେତେବେଳେ ରୋଗ ପୋକ ତ ଆଉ କେତେବେଳେ ଗଜା ମରୁଡିର ଶିକାର ହେଉଛି ଚାଷୀ । ବିଭିନ୍ନ ପ୍ରତିକୁଳ ପାଗ, ରୋଗ ପୋକ ଆଦିରୁ ନିଜ ଫସଲକୁ ବଂଚାଇ ଦୁଇ ପଇସା ଲାଭ ଆଶାରେ ବସିଛି ଚାଷୀ । ହେଲେ ଏବେ ବୀମା କମ୍ପାନୀ ପାଇଁ ଚାଷୀ ନିରାଶ ହୋଇପଡିଛି । ଅମଳ ଫସଲ ବିକି ବେଶ ଦୁଇପଇସା ପାଇବା ପାଇଁ ଆଶା ରଖିଥିଲା ଚାଷୀ । ହେଲେ ଏବେ ଦାଉ ସାଧିଛି ବୀମା କଂପାନୀ । କ୍ଷତିରେ ପଡିଥିବା ଚାଷୀଙ୍କୁ ସାହାଯ୍ୟ ନଦେଇ ନିଜ ମନଇଛା କ୍ରପ କଟିଂ କରିଚାଲିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛି ।

The post ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଦୁଃଖ ବୁଝୁନି ବୀମା କମ୍ପାନୀ । କ୍ରପ କଟିଂ ଆଳରେ ଚାଷୀ ମାରଣ ନୀତି କରାଯାଉଥିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ବୁଢି ମାଆ ଓ ସ୍ତ୍ରୀକୁ କଥା ଦେଇ ଦାଦନ ଖଟିବାକୁ ଯାଇଥିଲେ ସ୍ୱାମୀ । ଘରକୁ ଆସିବା ଆଗରୁ କର୍ମକ୍ଷେତ୍ରରେ ଚାଲିଗଲା ଜୀବନ

କନକ ବ୍ୟୁରୋ : ପିଲାଛୁଆଙ୍କ ଭୋକ ମେଂଟାଇବା ପାଇଁ ଦାଦନ ଖଟିବାକୁ ଯାଇଥିବା ମଣିଷଟା ଯେତେବେଳେ ଶବ ହୋଇ ଫେରେ ସେତେବେଳେ ସବୁ ସ୍ୱପ୍ନ ଭାଙ୍ଗି ଯାଏ । ଅଭାବ-ଅନଟନକୁ ନେଇ ବଂଚୁଥିବା ପରିବାରଟି ଜିଇଁ ଥାଉ ଥାଉ ସତେ ଯେମିତି ମରି ଯାଏ । ପୁଅର ଫଟୋକୁ ଧରି ବୁଢି ମାଆ ବସିଛି । ଭାବୁଛି ପୁନେରୁ ତା’ ପୁଅ ଆସିବ, ପରିଣତ ବୟସରେ ତା’ କଥା ବୁଝିବ । ହେଲେ ଆଉ କେବେ ବି ତାହା ସମ୍ଭବ ନୁହେଁ । କାରଣ ଦାଦନ ଖଟିବାକୁ ଯାଇଥିବା ପୁଅ ଅକାଳରେ ଝଡି ପଡିବା ପରେ ପୁରୁଷଶୂନ୍ୟ ହୋଇଯାଇଛି ପରିବାର । ଆମେ କହୁଛୁ ମୟୂରଭଂଜ ଜିଲ୍ଲା ଖୁଂଟା ବ୍ଲକ ଅଧିନ ନଛିପୁର ଗାଁର ମୃତ ଦାଦନ ଶ୍ରମିକ ସୁକୁଲ ହେମ୍ବ୍ରମଙ୍କ ପରିବାର କଥା ।

ସୁକୁଲ ପୁନେରେ ଦାଦନ ଖଟୁଥିବା ବେଳେ ଅସୁସ୍ଥତା କାରଣରୁ ଦୀପାବଳି ପୂର୍ବ ଦିନ ତାଙ୍କର ଦେହାନ୍ତ ହୋଇଛି । ସ୍ୱାମୀ ଆରପାରିକୁ ଚାଲି ଯାଇଥିବା ବେଳେ ସ୍ତ୍ରୀ ୬ ମାସର ଗର୍ଭବତୀ ଅଛନ୍ତି । ୭ ବର୍ଷର ନାତୀ, ଗର୍ଭବତୀ ବୋହୂଙ୍କ ପ୍ରତିପୋଷଣ କେମିତି କରିବେ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ମୃତ ଦାଦନ ଶ୍ରମିକଙ୍କ ମାଆ । ସେପଟେ ହଠାତ୍ ସୁଖ ସଂସାରରେ ଧସେଇ ପଶିଥିବା ଦୁଃଖର ପାହାଡକୁ କେମିତି ସାମ୍ନା କରିବେ କିଛି ବୁଝି ପାରୁନାହାନ୍ତି ସ୍ତ୍ରୀ ।

ଦାଦନ ଦେଇଥିବା ଅକୁହା ଯନ୍ତ୍ରଣାକୁ ବୟାନ କରିବା ଯେତିକି କଷ୍ଟ ତାକୁ ଅଙ୍ଗେ ଲିଭାଇବା ତାଠାରୁ ଅଧିକ ବେଦନାଦାୟକ ଓ ଦରଦଭରା ।

The post ବୁଢି ମାଆ ଓ ସ୍ତ୍ରୀକୁ କଥା ଦେଇ ଦାଦନ ଖଟିବାକୁ ଯାଇଥିଲେ ସ୍ୱାମୀ । ଘରକୁ ଆସିବା ଆଗରୁ କର୍ମକ୍ଷେତ୍ରରେ ଚାଲିଗଲା ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ଔପଦା ଥାନା ଅଘିରାପଦା ଗରୁଡଗାଁ ବସନ୍ତ ରାଉତଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ସାଇତା ସାମଗ୍ରୀ

କନକ ବ୍ୟୁରୋ : ଝିଅ ବାହାଘର ପାଇଁ ସାଇତି ରଖିଥିବା ଜିନିଷ ଜଳି ପାଉଁଶ ହୋଇଯାଇଛି । ପଡିଛି ପୋଡା ଶାଢ଼ୀ, ଅଧା ଜଳି ଯାଇଥିବା ଆଟାଚ୍ । ଅନ୍ୟାନ୍ୟ ଘର କରଣା ସାମଗ୍ରୀ ବି ନିଆଁରେ ଜଳି ଛାରଖାର ହୋଇଯାଇଛି । ଘରେ ଥିବା ସାର୍ଟିଫିକେଟ, ଆଧାରକାର୍ଡ, ସୁନା ଗହଣା ଟଙ୍କା ସବୁ କିଛି । ଏଥିସହ ପୋଡି ଯାଇଛି ଝିଅ ବାହାଘର ପାଇଁ ସାଇତି ରଖିଥିବା ସ୍ୱପ୍ନ । ଏ ହେଉଛି, ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଘିରାପଦା ଗରୁଡଗାଁ ବସନ୍ତ ରାଉତଙ୍କ ଘରର ଦୃଶ୍ୟ । ବର୍ଷ ବର୍ଷ କଷ୍ଟ କରି ସଂଚୟ କରିଥିବା ଜିନିଷ ପୋଡି ଯିବା ପରେ ବାହୁନି ବାହୁନି କାନ୍ଦୁଛନ୍ତି ପୂରା ପରିବାର ।

କାର୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତିରୁ ଘରୁ ବାହରିଥିଲେ ବସନ୍ତଙ୍କ ପରିବାର । ହେଲେ, ଅଳ୍ପ କିଛି ବାଟ ଯିବା ପରେ ଘରେ ନିଆଁ ଲାଗି ଯାଇଥିବା ପଡୋଶୀ ଫୋନ୍ କରି କହିଥିଲେ । ଆଉ ଫେରି ଦେଖିଥିଲେ ହୁତୁ ହୁତୁ ହୋଇ ଜଳୁଛି ଘର । ନିଆଁକୁ ତୁରନ୍ତ ଆୟତ କରିବା ସମ୍ଭବ ହୋଇନଥିଲା । ଦମକଳ ବାହିନୀ ପହଁଚିବାବେଳକୁ ସବୁ କିଛି ସରି ଯାଇଛି ।

ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ତେବେ ଦିନ ମଜୁରିଆ ଭାବେ କାମ କରୁଥିବା ବସନ୍ତ ଏବେ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

The post ଔପଦା ଥାନା ଅଘିରାପଦା ଗରୁଡଗାଁ ବସନ୍ତ ରାଉତଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ସାଇତା ସାମଗ୍ରୀ first appeared on Kanak News.

from Kanak News
via <a href="https://ifttt.com/?

କୋକସରାରେ ଅଭାବୀ ପରିବାରକୁ ମିଳୁନି ସରକାରୀ କୋଠା ଘର । ବର୍ଷାରେ ଝାଟି ମାଟିର କୁଡିଆ ଭାଙ୍ଗିଯିବା ପର ପିଣ୍ଡାରେ ରହୁଛନ୍ତି ସବିତା ଓ ଦୁଇ ପିଲା

କନକ ବ୍ୟୁରୋ : ସ୍ୱାମୀ ପେଟପାଟଣା ପାଇଁ ଦାଦନ ଖଟିବାକୁ ଗାଁରେ ପରିବାର ଛାଡି ରାଜ୍ୟ ବାହାରକୁ ଯାଇଛନ୍ତି । ଏପଟେ ମୁଣ୍ଡ ଗୁଂଜିବା ପାଇଁ ଆଶ୍ରୟ ଖୋଜୁଛନ୍ତି ସ୍ତ୍ରୀ । ବର୍ଷାରେ ଝାଟି ମାଟିର କୁଡିଆଟି ଭାଙ୍ଗି ଯିବା ପରେ ଦୁଇ ପିଲାଙ୍କୁ ଧରି ପର ଘରେ ଆଶ୍ରୟ ନେଇଛନ୍ତି କୋକସରା ବ୍ଲକ ମହିମା ପଂଚାୟତ ଭୁର୍ଷାଗୁଡା ଗାଁର ସବିତା ଧାଙ୍ଗଡା ମାଝୀ । ସ୍ୱାମୀ ଦାଦନ ଖଟି ଦୁଇ ପଇସା ପଠାଇଲେ ଖାଉଥିବା ଏହି ପରିବାର ପାଖରେ ଘର ମରାମତି କରିବାର ସାମର୍ଥ୍ୟ ବି ନାହିଁ । କି ସରକାରଙ୍କ ପକ୍ଷରୁ ଆବାସ ଖଣ୍ଡେ ଜୁଟୁ ନାହିଁ ।

ରାଜନୈତିକ ଉଦେଶ୍ୟ, ପାତରଅନ୍ତର ନୀତି ଓ ଲାଂଚ ପାଇଁ କୋକସରା ବ୍ଲକରେ ଯୋଗ୍ୟ ବ୍ୟକ୍ତି ଅଯୋଗ୍ୟ ପାଲଟିଯାଉଛନ୍ତି । ତେଣୁ ସବିତାଙ୍କ ଭଳି ଗରିବ ପରିବାର ବର୍ଷ ବର୍ଷ ଧରି ଭଙ୍ଗା କୁଡିଆରେ ରହିବା ପାଇଁ ବାଧ୍ୟ ହେଉଛନ୍ତି । ରହିବାକୁ ବାସ ନାହିଁ, ତଥାପି ସରକାରୀ ଆବାସ ପାଇଁ ର ସ୍ଥିତି ଅନୁଧ୍ୟାନ କରୁଥିବା ପଂଚାୟତ ଅଧିକାରୀଙ୍କ ନଜର ସବିତାଙ୍କ ଉପରେ ପଡୁନଥିବା ଅଭିଯୋଗ ହୋଇଛି ।

କୋକସରାର ସବିତାଙ୍କ ଅବସ୍ଥା ଦେଖିବା ପରେ ସରକାରୀ ଯୋଜାନକୁ ନେଇ ପ୍ରଶ୍ନ ଉଠିଛି । ଯଦି ସବିତା ଘର ପାଇବା ପାଇଁ ଅଯୋଗ୍ୟ, ତେବେ ଯୋଗ୍ୟ ବ୍ୟକ୍ତି କିଏ? କେଉଁ ମାପଦଣ୍ଡ ଆଧାରରେ ଆବାସ ଯୋଗାଇ ଦିଆଯାଉଛି? ଦୁଃଖିଙ୍କ ଦୁଃଖ ବୁଝିବାକୁ ପ୍ରଶାସନିକ ବ୍ୟବସ୍ଥା ଅଛି ତ?

The post କୋକସରାରେ ଅଭାବୀ ପରିବାରକୁ ମିଳୁନି ସରକାରୀ କୋଠା ଘର । ବର୍ଷାରେ ଝାଟି ମାଟିର କୁଡିଆ ଭାଙ୍ଗିଯିବା ପର ପିଣ୍ଡାରେ ରହୁଛନ୍ତି ସବିତା ଓ ଦୁଇ ପିଲା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started