କେନ୍ଦୁଝର ତେଲକୋଇରେ ବଢୁଛି ହାତୀ ଉପଦ୍ରବ । ଫସଲ ନଷ୍ଟ କରିବା ସହ ଭାଙ୍ଗିଲା ଘରଦ୍ୱାର,   ମଂଚା ବାନ୍ଧି ଧାନ ଜଗିଛି ଚାଷୀ

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ବର୍ଷ ତମାମ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ହାତୀ ପାଇଁ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଧାନ ରୁଆ ଠାରୁ ଆରମ୍ଭ କରି ଅମଳ ପର୍ୟ୍ୟନ୍ତ ମଞ୍ଚାରେ ଚାଷୀର ଜୀବନ ବିତୁଛି। ତଥାପି ଏକର ଏକର ପାଚିଲା ଧାନ ଫସଲ ହାତୀ ମୁହଁରେ ଯାଉଛି । ହାତୀପଲ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ମଣିଷ ମାରୁଥିବା ଅଭିଯୋଗ ହୋଇଛି । ହାତୀଙ୍କ ସୁରକ୍ଷା ପାଇଁ ଅପରାହ୍ଣ ୫ଟାରୁ ବିଦ୍ୟୁତ୍ କାଟ୍ ହେଉଛି । ଫଳରେ ୧୩ଟି ପଂଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି ୨ଟା ପରେ ଅନ୍ୟ ୯ଟି ପଂଚାୟତରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେଉଛି । ଫଳରେ ତେଲକୋଇ ଅନ୍ଧକାରମୟ ହୋଇ ପଡ଼ୁଛି। ଫଳରେ ପିଲାଙ୍କ ପାଠପଢା ପ୍ରଭାବିତ ହେଉଛି ।

ସପ୍ତାହେ ହେଲାଣି ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ସଞ୍ଜ ନଇଁବା ମାତ୍ରେ ସାହିରେ ପଶି ଘରଦ୍ୱାର ଭାଙ୍ଗୁଛନ୍ତି । ଭୟରେ ଲୋକମାନେ ଘର ଛାଡି ଏଣେ ତେଣେ ମୁଣ୍ଡି ଗୁଜୁଛନ୍ତି । ଗାଁ ମୁଣ୍ଡରେ ଏକୁଟିଆ ଘର ଥିବାରୁ ଚମ୍ପା ନିଜ ଛୁଆଙ୍କ ସୁରକ୍ଷା ପାଇଁ ଅନ୍ୟ ଉପାୟ ନପାଇ ୪ ଦିନ ହେଲାଣି ଅର୍ଦ୍ଧ ନିର୍ମିତ ସରକାରୀ ପକ୍କା ଘରର ଛାତ ଉପରେ ଜରି ପାଲ ଟାଙ୍ଗି ରାତି ବିତାଉଛନ୍ତି। ସକାଳ ହେଲେ ଅନ୍ୟ ସମସ୍ତେ ତଳକୁ ଓହ୍ଲାଇ ଆସୁଥିବା ବେଳେ ଦିବ୍ୟାଙ୍ଗ ପୁଅ ଶ୍ୟାମସୁନ୍ଦରଙ୍କ ଦିନ ରାତି ସେଇଠି କଟୁଛି। ରବିବାର ରାତିରେ ଚମ୍ପାଙ୍କର ୨ ବଖରା ମାଟି ଘରକୁ ମାଟିରେ ମିଶାଇ ଦେଇଛି ଦନ୍ତା । ସୌଭାଗ୍ୟକୁ ସମସ୍ତେ ଛାତ ଉପରେ ଆଶ୍ରୟ ନେଇଥିବାରୁ ଜୀବନ ବଞ୍ଚି ଯାଇଛି ।

କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ମଣିଷ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଲାଗି ରହିଛି। କେତେବେଳେ ହାତୀ ମଣିଷ ମାରୁଛି ତ ଆଉ କେତେବେଳେ ନିଜେ ମଧ୍ୟ ମରୁଛି। ୨୦୦୭ରୁ ଆଜି ପର୍ଯ୍ୟନ୍ତ ହାତୀ ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ବର୍ଷରେ ବିଭିନ୍ନ କାରଣରୁ ୧୪ଟି ହାତୀଙ୍କ ମୃତ୍ୟୁ ଘଟିଛି । ବନ ବିଭାଗ ପକ୍ଷରୁ ଉଭୟ ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

The post କେନ୍ଦୁଝର ତେଲକୋଇରେ ବଢୁଛି ହାତୀ ଉପଦ୍ରବ । ଫସଲ ନଷ୍ଟ କରିବା ସହ ଭାଙ୍ଗିଲା ଘରଦ୍ୱାର,   ମଂଚା ବାନ୍ଧି ଧାନ ଜଗିଛି ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବା ପଡିଲା ମହଙ୍ଗା  । ପାଣିରେ ବୁଡି ନାବାଳିକା ମୃତ

କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ସାରା ରାଜ୍ୟରେ ଉତ୍ସବର ମାହୋଲ ରହିଛି । ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଢୁଆଁ ମହାଳିକ ସାହିରୁ ଆସିଛି ଦୁଖଦ ଖବର । ପୋଖରୀରେ ଭାସୁଥିବା ଡଙ୍ଗା ଆଣିବାକୁ ଯାଇ ଜଣେ ନାବାଳିକାର ମୃତ୍ୟୁ ହୋଇଛି ।

ସକାଳେ ଡଙ୍ଗା ଭସା ପର୍ବ ସରିଥିଲା । ଲୋକମାନେ ପୋଖରୀରେ ଡଙ୍ଗା ଭସାଇ ଫେରିଆସିଥିଲେ । ହେଲେ ନାବାଳିକା ଜଣଙ୍କ ପୋଖରୀ ଭିତରେ ଭାସୁଥିବା ଡଙ୍ଗା ଆଣିବାକୁ ପାଣି ଭିତରେ ପଶି ଯାଇଥିଲେ । ହେଲେ ଡଙ୍ଗା ପାଖରେ ପହଂଚିବା ପୂର୍ବରୁ ନାବାଳିକା ଜଣଙ୍କ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ନାବାଳିକା ଜଣଙ୍କୁ ପାଣିରୁ ଉଦ୍ଧାର କରିଥିଲେ ବି ତାଙ୍କର ମୃତ୍ୟୁ ହୋଇଛି ।

The post କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବା ପଡିଲା ମହଙ୍ଗା  । ପାଣିରେ ବୁଡି ନାବାଳିକା ମୃତ first appeared on Kanak News.

from Kanak News
via <a href="https://ifttt.com/?

ବିଜେଡ଼ିରେ ସାମିଲ ହେବା ପରେ ତାରାତାରିଣୀ ପୀଠରେ ଭି.କେ ପାଣ୍ଡିଆନ । ସକାଳେ ନବୀନ ନିବାସରେ ବିଧିବଦ୍ଧ ଭାବେ ଦଳରେ ହୋଇଥିଲେ ସାମିଲ

କନକ ବ୍ୟୁରୋ : ବିଜେଡିରେ ସାମିଲ ହେବା ପରେ ତାରା ତାରିଣୀ ପୀଠରେ ପହଁଚିଲେ ଭି.କେ ପାଣ୍ଡିଆନ୍ । ସେଠାରେ ପହଂଚିବା ପରେ ହଜାର ହଜାର ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ସେ ତାରାତାରିଣୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ତାଙ୍କୁ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ, ଆସ୍କା ସାଂସଦ ପ୍ରମିଳା ବିଷୋଇ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ସମତେ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।

The post ବିଜେଡ଼ିରେ ସାମିଲ ହେବା ପରେ ତାରାତାରିଣୀ ପୀଠରେ ଭି.କେ ପାଣ୍ଡିଆନ । ସକାଳେ ନବୀନ ନିବାସରେ ବିଧିବଦ୍ଧ ଭାବେ ଦଳରେ ହୋଇଥିଲେ ସାମିଲ first appeared on Kanak News.

from Kanak News
via <a href="https://ifttt.com/?

ଭୟ ବଢାଉଛି ଚାଇନା ନିମୋନିଆ । ଦିନକୁ ଦିନ ବେଜିଂରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଅଜଣା ରୋଗ ସମ୍ପର୍କରେ ସତର୍କ କରାଉ ନାହିଁ ଚୀନ ସରକାର

କନକ ବ୍ୟୁରୋ : କରୋନା ଡର ମନରୁ ନ ଲିଭୁଣୁ, ଏବେ ଆଉ ଏକ ରୋଗକୁ ନେଇ ଚିନ୍ତା ବଢିଲାଣି । କରୋନା ଭଳି ଏହି ରୋଗ ମଧ୍ୟ ଚୀନରୁ ଆରମ୍ଭ ହୋଇଛି । ଚୀନରେ ରହସ୍ୟମୟ ନିମୋନିଆ ଦ୍ରୁତ ବେଗରେ ବ୍ୟାପୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଶିଶୁମାନେ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହେଉଛନ୍ତି । ବେଜିଂ ଓ ଏହାର ଆଖ ପାଖ ସହରରେ ପ୍ରାୟ ସବୁ ଡାକ୍ତରଖାନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ୭ ହଜାରରୁ ଅଧିକ ରୋଗୀ ଏହି ରହସ୍ୟମୟ ନିମୋନିଆରେ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି । ସେପଟେ ଚାଇନାରେ ବଢୁଥିବା ଅଜଣା ରୋଗକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବେଜିଂକୁ ରିପୋର୍ଟ ମାଗିଥିଲେ ବି, ଚୀନ ପକ୍ଷରୁ କୌଣସି ରିପୋର୍ଟ ପ୍ରଦାନ କରାଯାଇ ନାହିଁ । ଏଥିସହ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଚୀନ ସରକାର ମଧ୍ୟ ଏନେଇ କୌଣସି ସୂଚନା ପ୍ରଦାନ କରୁନାହିଁ । କରୋନା ମହାମାରୀ ଭଳି ଚୁପ୍ ବସିଛି ଚୀନ ସରକାର । ଏପଟେ ଭାରତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଜାଗ ହେବା ଆରମ୍ଭ ହୋଇ ଯାଇଛି । କରୋନା ରୋଗ ଚୀନରୁ ହିଁ ଆସିଥିଲା । ତେଣୁ ଏହି ଅଜଣା ରୋଗର ଖବର ମିଳିବା କ୍ଷଣି ସତର୍କ ହୋଇ ଯାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟ ଗୁଡିକୁ ଆଲର୍ଟ ରହିବାକୁ କହିଛନ୍ତି । ତେବେ ଏହି ଅଜଣା ନିମୋନିଆ ଭାରତରେ ବ୍ୟାପିବାର ସମ୍ଭାବନା କମ୍ ରହିଛି । କିନ୍ତୁ ସତର୍କତା ଅବଲମ୍ବନ କରିବାକୁ ସୂଚାଇ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

The post ଭୟ ବଢାଉଛି ଚାଇନା ନିମୋନିଆ । ଦିନକୁ ଦିନ ବେଜିଂରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଅଜଣା ରୋଗ ସମ୍ପର୍କରେ ସତର୍କ କରାଉ ନାହିଁ ଚୀନ ସରକାର first appeared on Kanak News.

from Kanak News
via <a href="https://ifttt.com/?

ଚତୁର୍ଥ ଶ୍ରେଣୀ ପିଲାଙ୍କ ଉନ୍ମତ କାଣ୍ଡ । ସହପାଠୀଙ୍କୁ ୧୦୮ ଥର କମ୍ପାସ ଭୂଷିଦେଲେ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ବିବ୍ରତ କଲାପରି ମାମଲା ସାମ୍ନାକୁ ଆସିଛି । ଏକ ଘରୋଇ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ଖେଳିବାବେଳେ ଝଗଡା ହୋଇଥିଲା । ଏହି ଝଗଡା ସମୟରେ ତିନିଜଣ ଛାତ୍ର ସେମାନଙ୍କର ଜଣେ ସହପାଠୀଙ୍କୁ କମ୍ପାସରେ ୧୦୮ ଥର ଭୂଷି ଦେଇଥିଲେ । ଖାଲି ଏତିକିରେ ସେମାନେ ଶାନ୍ତ ହେଇନଥିଲେ ତାପରେ ସେମାନେ ସହପାଠୀକୁ ଲାତ, ବିଧା ଗୋଇଠା ମାରି ଚାଲିଥିଲେ ଅନ୍ୟମାନେ ଆସି ନ ଛଡ଼େଇଲା ପର୍ଯ୍ୟନ୍ତ । ପୀଡିତ ଛାତ୍ରଙ୍କ ପିତାଙ୍କ ଅଭିଯୋଗକ୍ରମେ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

ଗତ ଶୁକ୍ରବାର ଦିନର ଘଟଣା । ସ୍ଥାନ ସହରର ଏରୋଡ୍ରୋମ ପୋଲିସ ଷ୍ଟେସନ ଅଞ୍ଚଳ । ଗରିମା ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ । ଶ୍ରେଣୀଗୃହ ପିଲାମାନଙ୍କ ଦ୍ଵାରା ଭର୍ତ୍ତି ହେଇଥାଏ । କ୍ଳାସ ଟିଚର ଅନୁପସ୍ଥିତ ଥାଆନ୍ତି ତେଣୁ ପିଲାଙ୍କ ପାଟିରେ କ୍ଳାସରୁମ୍ ଫାଟି ପଡୁଥାଏ । ପିଲାମାନେ ନିଜନିଜ ଭିତରେ କଥାବାର୍ତ୍ତା ଖେଳାଖେଳିରେ ମସ୍ତ ଥାଆନ୍ତି । ହଠାତ କ୍ଳାସର ଶେଷ ଆଡୁ ଜୋର ପାଟିତୁଣ୍ଡ ଶୁଭିଲା । ଘଟଣା କଣ ଦେଖୁ ଦେଖୁ ତିନିଜଣ ପିଲା ତାଙ୍କର ଜଣେ ସହପାଠୀକୁ ଜ୍ୟାମିତି ବକ୍ସରେ ଆସୁଥିବା ‘କମ୍ପାସ’ ସାହାଯ୍ୟରେ ଆକ୍ରମଣ କରି ଚାଲିଥାନ୍ତି । ବିଚରା ପିଲାଟି ଯନ୍ତ୍ରଣାରେ ଚିତ୍କାର କରୁଥାଏ । ଅନ୍ୟ ପିଲାମାନେ ଭୟରେ ଜଡସଡ ହୋଇ ଶ୍ରେଣୀର ଗୋଟିଏ କଡକୁ ଆଉଜି ଯାଇଥାନ୍ତି ।  ଏତେ ଛୋଟ ଛୋଟ ପିଲାମାନେ ଯେମିତି ରକ୍ତମୁଖା ହେଇଯାଇଥାନ୍ତି ।  କମ୍ପାସ ଦ୍ଵାରା  ଲଗାତାର ଆକ୍ରମଣ କରୁଥାନ୍ତି । ଏତିକିରେ ବି ସେମାନଙ୍କର ମନ ବୁଝିଲାନି ଯେ ତାକୁ  ଲାତ, ବିଧା ଗୋଇଠା ମାରି ତଳେ ପକେଇଦେଲେ । ପାଟିତୁଣ୍ଡ ଶୁଣି ଅନ୍ୟ କ୍ଳାସରୁ ଶିକ୍ଷାକମାନେ ଦଉଡି ଆସି ସେମାନଙ୍କୁ ଅଲଗା କରିଥିଲେ । ନହେଲେ ସେଦିନ ଘଟଣା ଯେ କଣ ହେଇଥାନ୍ତା ତାହା କଳ୍ପନାର ବାହାରେ ।

ସ୍କୁଲ ଛୁଟି ପରେ ପିଲାଟି ଆସି ଘରେ ବାପା ମା’ ଙ୍କୁ ସବୁ ଘଟଣା କହିବା ପରେ ତା ଆରଦିନ ସେମାନେ ସ୍କୁଲ ଯାଇ ପ୍ରଧାନଶିକ୍ଷକଙ୍କୁ ଏ ବାବଦରେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଧାନଶିକ୍ଷକ ପୁରା ଘଟଣାକୁ ଅସ୍ଵୀକାର କରିଦେଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ନିଜ ଦାୟିତ୍ବ ମୁଣ୍ଡରୁ ଖସାଇଲା ପରି ଆଚରଣରେ ଅସନ୍ତୁଷ୍ଟ ହୋଇ ପିଲାର ଅଭିଭାବକ ପୋଲିସରେ ରିପୋର୍ଟ କରିଥିଲେ । ଯେହେତୁ ମାମଲାଟି ୧୦ ବର୍ଷ ବୟସ ପିଲାଙ୍କର ତେଣୁ ଘଟଣାର ଗୁରୁତ୍ବ ବୁଝି ପୋଲିସ ତୁରନ୍ତ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନ୍ତର୍ଗତରେ କମିଟି ଗଠନ କରିଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ ଆକ୍ରମଣ କରିଥିବା ସେହି ତିନିଜଣ ଛାତ୍ରଙ୍କର ଅଭିଭାବକମାନଙ୍କୁ ଡକାଇ ପଚରାଉଚୁରା କରାଯିବ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

The post ଚତୁର୍ଥ ଶ୍ରେଣୀ ପିଲାଙ୍କ ଉନ୍ମତ କାଣ୍ଡ । ସହପାଠୀଙ୍କୁ ୧୦୮ ଥର କମ୍ପାସ ଭୂଷିଦେଲେ first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତରକାଶୀ ଟନେଲରେ ୧୬ ଦିନରେ ଉଦ୍ଧାର କାର୍ଯ୍ୟ ଜାରି । ଘଟଣାସ୍ଥଳରେ ପହଁଚି ଶ୍ରମିକଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର

କନକ ବ୍ୟୁରୋ : ଯୁଦ୍ଧକାଳୀନ ଭିତିରେ ଚାଲିଛି ଇତ୍ତରକାଶୀ ସିଲକ୍ୟାରା ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାମ । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାମ ୧୬ ଦିନରେ ପହଁଚିଲାଣି । ଏବେ ବି ସୁଡଙ୍ଗରୁ ଉଦ୍ଧାର ହୋଇ ପାରି ନାହାଁନ୍ତି । ସେପଟେ ଅର୍ଗର୍ ମେସିନ୍ ଭାଙ୍ଗିବା ପରେ ଏବେ ଭର୍ଟିକାଲ ବା ଭୂଲମ୍ବ ଖନନ ପ୍ରକ୍ରିୟା ଜାରି ରହିଛି । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ପାହାଡର ଉପର ପଟୁ ଖନନ କାମ ଦୃତ ବେଗରେ ଆଗେଇ ଚାଲିଛି । ପାଖାପାଖି ୯୦ ମିଟର ଖୋଳିବା ପରେ ଶ୍ରମିକଙ୍କ ପାଖରେ ପହଁଚିବା ସମ୍ଭବ ହେବ । ଆଉ ଏବେ ସୁଦ୍ଧା ୩୦ ମିଟର ପର୍ଯ୍ୟନ୍ତ ଖନନ କରା ସରିଛି । ଯୁଦ୍ଧକାଳୀନ ଭିତିରେ ଖନନ ପ୍ରକ୍ରିୟା ଜାରି ରହିଛି । ଯଦି ଏହି ଭଳି ଭାବେ କାମ ଜାରି ରହେ, ତାହାଲେ ଆସନ୍ତା ୩୦ ତାରିଖ ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି କହିଛନ୍ତି ଏନଏଚଆଇଡିସିଏଲ ନିର୍ଦ୍ଦେଶକ ମେହମୁଦ୍ଦ ଅହମଦ୍ ।

ସେପଟେ ଉତ୍ତରକାଶୀ ସିଲକ୍ୟାରା ଟନେଲରେ ଉଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ପହଁଚିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର । ଟନେଲ ନିକଟରେ ପହଁଛି ଫସିରହିଥିବା ଶ୍ରମିକଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । । କିଭଳି ଅଛନ୍ତି, ଶ୍ରମିକମାନେ ସେମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା କିଛି ଉପୁଜିଛି କି ନାହିଁ, ସେନେଇ ପଚାରି ବୁଝିଛନ୍ତି ପି.କେ ମିଶ୍ର । ଏହାସହ କିଭଳି ଉଦ୍ଧାର କାମ ଚାଲିଛି, ସେକଥା ମଧ୍ୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ।

The post ଉତ୍ତରକାଶୀ ଟନେଲରେ ୧୬ ଦିନରେ ଉଦ୍ଧାର କାର୍ଯ୍ୟ ଜାରି । ଘଟଣାସ୍ଥଳରେ ପହଁଚି ଶ୍ରମିକଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର first appeared on Kanak News.

from Kanak News
via <a href="https://ifttt.com/?

ରାଜନୀତିରେ ଯୋଗ ଦେବେ ଅକ୍ଷରା ସିଂ । ଜାଣନ୍ତୁ କେଉଁ ପାର୍ଟିରେ ଯୋଗଦେବା ନେଇ କଲେ ଖୁଲାସା

କନକ ବ୍ୟୁରୋ : ଭୋଜପୁରୀ ଅଭିନେତ୍ରୀ ତଥା ଗାୟୀକା ଅକ୍ଷରା ସିଂ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି କି, ଖୁବଶୀଘ୍ର ସେ ପ୍ରଶାନ୍ତ କିଶୋରଙ୍କ ଜନ ସ୍ୱରାଜ ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି । ଏ ଖବର ଆସିବା ପରେ ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିଜରେ ଚର୍ଚ୍ଚା ଜୋର ଧରିଛି ।

ନିଜର ମଧୁର ସ୍ୱର ଓ ଅଭିନୟ ପାଇଁ ଚର୍ଚ୍ଚାରେ ଥିବା ଅକ୍ଷରାଙ୍କୁ ଏବେ ରାଜନୀତି ମଞ୍ଚରେ ଦେଖିବାକୁ ମିଳିବ । ପ୍ରଶାନ୍ତ କିଶୋରଙ୍କ ଜନ ସ୍ୱରାଜ ପାର୍ଟିରେ ଯୋଗଦେବା ପୂର୍ବରୁ ଅକ୍ଷରା ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି ।

ଅକ୍ଷରାଙ୍କ ପିତା ଇନ୍ଦ୍ରଜିତ ସିଂ କହିଛନ୍ତି କି, ଜନ ସ୍ୱରାଜ ଏକ ରାଜନୈତିକ ଦଳ ନୁହେଁ ବରଂ ଏକ ଅଭିଯାନ । ଦେଶ ଓ ବିହାର ପାଇଁ କିଛି କରିବାକୁ ଏହି ପାର୍ଟିର ଲକ୍ଷ୍ୟ । ମୋ ଝିଅ ଏହି ପାର୍ଟିରେ ଯୋଗ ଦେବାକୁ ଯାଉଥିବାରୁ ମୁଁ ଗର୍ବିତ ବୋଲି ସେ କହିଛନ୍ତି । ଏହାସହ ଅକ୍ଷରାଙ୍କ ସମର୍ଥନରେ ପୂରା ପରିବାର ଥିବା କଥା ସେ ସ୍ପଷ୍ଟ କରିଛନ୍ତି ।

ଭୋଜପୁରୀ ଇଣ୍ଡଷ୍ଟ୍ରିଜରେ ଅକ୍ଷରା ପ୍ରଥମ ନୁହଁନ୍ତି ଯେ କି, ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି । ଏହା ପୂର୍ବରୁ ପବନ ସିଂ ମଧ୍ୟ ରାଜନୀତିରେ ଯୋଗ ଦେବାକୁ ଯାଉଥିବା ସୂଚନା ଦେଇଛନ୍ତି । ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ କି ମୁଁ ନିର୍ବାଚନ ଲଢିବାକୁ ଅନେକ ବସିଛି, ହେଲେ ସୁଯୋଗ ମିଳିଲେ ତୁରନ୍ତ ଆଗକୁ ଆସିବି । ଏହାସହ ସେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

The post ରାଜନୀତିରେ ଯୋଗ ଦେବେ ଅକ୍ଷରା ସିଂ । ଜାଣନ୍ତୁ କେଉଁ ପାର୍ଟିରେ ଯୋଗଦେବା ନେଇ କଲେ ଖୁଲାସା first appeared on Kanak News.

from Kanak News
via <a href="https://ifttt.com/?

କେବିସି ଜୁନିଅର ହଟସିଟରେ ଓଡ଼ିଆ ପୁଅ ଅତ୍ୟୁକ୍ତଙ୍କ କମାଲ, ଜିତିଲେ ୨୫ ଲକ୍ଷ । ବିଗ୍ ବିଙ୍କୁ ଶିଖାଇଲେ ଓଡିଆ ଭାଷା ।

କନକ ବ୍ୟୁରୋ: ଲୋକପ୍ରିୟ ଟେଲିଭିଜନ ସୋ କୌନ ବନେଗା କରୋଡ଼ପତି(KBC) ହଟ୍ ସିଟରେ ଓଡ଼ିଆ ବାଳକ ଚମକିଛନ୍ତି । କେବିସି ଜୁନିୟର ହଟସିଟରେ ପୁଅ ଅତ୍ୟୁକ୍ତଙ୍କ ୧୩ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ମାତ୍ର ୧୦ ବର୍ଷ ବୟସରେ କେବିସିରେ ନିଜର ଦକ୍ଷତା ଦେଖାଇଛନ୍ତି ଅତ୍ୟୁକ୍ତ। ବିଗବିଙ୍କୁ ଶିଖାଇଛନ୍ତି ଓଡ଼ିଆ ଭାଷା । କୋରିଆନ ଭାଷାରେ ଆଙ୍କରିଂ ମଧ୍ୟ କରିଛନ୍ତି। ସୁପର ଜ୍ୟାକପଟ୍ ରାଉଣ୍ଡରେ ୧୦ ରୁ ୮ଟି ପ୍ରଶ୍ନର ଉତ୍ତର ଦେଇଥିଲେ। ୧୪ ନମ୍ବର ପ୍ରଶ୍ନରେ କ୍ୱିଟ୍ କରିଥିଲେ । ବଡ଼ ହୋଇ ଭାରତୀୟ ନୌ ସେନାରେ ସାମିଲ ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି ଅତ୍ୟୁକ୍ତ ।

 

The post କେବିସି ଜୁନିଅର ହଟସିଟରେ ଓଡ଼ିଆ ପୁଅ ଅତ୍ୟୁକ୍ତଙ୍କ କମାଲ, ଜିତିଲେ ୨୫ ଲକ୍ଷ । ବିଗ୍ ବିଙ୍କୁ ଶିଖାଇଲେ ଓଡିଆ ଭାଷା । first appeared on Kanak News.

from Kanak News
via <a href="https://ifttt.com/?

ଉଦ୍ଧାର ହେଲା ଗାତରେ ପଡିଥିବା ନାବାଳିକା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ: ଉଦ୍ଧାର ହେଲା ଗାତରେ ପଡିଥିବା ନାବାଳିକା । ମାଲକାନଗିରି ଜିଲ୍ଲା ମାଥିଲି ସଦର ବ୍ଲକ କଲୋନୀରେ ବିଦ୍ୟୁତ ଖୁଣ୍ଟ ପାଇଁ ଖୋଳା ଯାଇଥିବା ଗାତରେ ପଡି ଫସିଯାଇଥିଲା ନାବାଳିକା । ଘଣ୍ଟା ଘଣ୍ଟା ଉଦ୍ୟମ ପରେ ନାବାଳିକାକୁ ଉଦ୍ଧାର କରିଛନ୍ତି ଦମକଳ ବାହିନୀ । ଉଦ୍ଧାର ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖାଯାଇଛି ।

ସୂଚନା ମୁତାବକ, ବିଦ୍ୟୁତ ଖୁଣ୍ଟ ପଡିବାକୁ ଗାତ ଖୋଳାଯାଇଥିଲା । ଖେଳିବା ସମୟରେ ୮ବର୍ଷର ଝିଅ ଗାତ ଭିତରେ ପଡିଯାଇଥିଲା । ହେଲେ ବାହାରିପାରିନଥିଲା । ତା’ର ପାଟିଶୁଣି ଘର ଲୋକ ଆସିଥିଲେ ବି ନାବାଳିକାର ଗୋଡ ଅସୁବିଧାରେ ରହିଥିବାରୁ ତାକୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା । ଫଳରେ ଦମକଳବାହିନୀ କର୍ମଚାରୀ ଆସି ଉଦ୍ଧାର କରିଥିଲେ ।

The post ଉଦ୍ଧାର ହେଲା ଗାତରେ ପଡିଥିବା ନାବାଳିକା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି । first appeared on Kanak News.

from Kanak News
via <a href="https://ifttt.com/?

ଜେସିବି ଲଗାଇ ଏଟିଏମ୍ ତାଡିନେଲେ ଦୁର୍ବୃତ୍ତ । ବାହାନଗା ବଜାରରେ ଚାଞ୍ଚଲ୍ୟ ।

କନକ ବ୍ୟୁରୋ: ଜେସିବି ଲଗାଇ ଏଟିଏମ୍ ତାଡିନେଲେ ଦୁର୍ବୃତ୍ତ । ବାଲେଶ୍ୱର, ସୋର ବାହାନଗା ବଜାରରେ ଚାଞ୍ଚଲ୍ୟ । ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ଜେସିବି ଲଗାଇ ଏସବିଆଇ ଏଟିଏଏମ୍ ତାଡିଲେ ଲୁଟେରା । ପରେ କଟରରେ କାଟି ଏଟିଏମ୍ରୁ ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଜେସିବିରେ ତାଡିବା ପରେ, ଏଟିଏମ୍ ଭିତରେ ପସି ଭିତରୁ ସଟର ଟାଣି ଦେଇଥିଲେ ଲୁଟେରା । ଫଳରେ କାହାକୁ ସନ୍ଦେହ ହୋଇ ନଥିଲା । ବାହାରକୁ ବି କିଛି ଜଣା ପଡି ନଥିଲା ।

କଟରରେ କାଟି ଏଟିଏମ୍ ଭିତରୁ ସବୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ସବୁଠାରୁ ବଡ କଥା ହେଉଛି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କହିବା କଥା, ଉକ୍ତ ଏଟିଏମରେ ୨୬ ଲକ୍ଷ ଟଙ୍କା ଭରା ଯାଇଥିଲା । ଏହା ପୂର୍ବରୁ ବି କିଛି ଟଙ୍କା ଏଟିଏମ୍ରେ ରହିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ ।

The post ଜେସିବି ଲଗାଇ ଏଟିଏମ୍ ତାଡିନେଲେ ଦୁର୍ବୃତ୍ତ । ବାହାନଗା ବଜାରରେ ଚାଞ୍ଚଲ୍ୟ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started