ଅଧିନାୟକ ଘୋଷଣା କଲା ଗୁଜୁରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶୁଭମନ ହେଲେ କ୍ୟାପଟେନ

କନକ ବ୍ୟୁରୋ: ଆଇପିଏଲକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଗୁଜୁରାଟ ଟାଇଟନ୍ସ ନିଜ ଅଧିନାୟକ ନାଁ ଘୋଷଣା କରିଛି । ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ଆସନ୍ତା ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ରହିବେ । ଗୁଜୁରାଟର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଚାଲିଯିବା ପରେ ଏଭଳି ବଡ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ ।

ଗୁଜୁରାଟ କ୍ୟାପଟେନ ରେସରେ କେନ ୱିଲିୟମସନଙ୍କ ନାଁ ବି ରହିଥିଲା । ହେଲେ ଭବିଷ୍ୟତକୁ ନଜରରେ ରଖି ଫ୍ରାଞ୍ଚାଇଜ ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ସେହିପରି ଗତ ଆଇପିଏଲରେ ଶୁଭମନ ଗିଲ ସର୍ବାଧିକ ସ୍କୋରର ହୋଇଥିଲେ । ସେ ମ୍ୟାଚରେ ୮୯୦ ରନ କରିଥିଲେ । ଏହାସହ ବିଶ୍ୱକପରେ ବି ସେ ଟିମ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଥିଲେ ।

The post ଅଧିନାୟକ ଘୋଷଣା କଲା ଗୁଜୁରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶୁଭମନ ହେଲେ କ୍ୟାପଟେନ first appeared on Kanak News.

from Kanak News
via <a href="https://ifttt.com/?

ଡିସେମ୍ବରରେ ପୁଣି ବାତ୍ୟା ଆଶଙ୍କା । ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ମୁହାଁ ହେବା ନେଇ ଆକଳନ । ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ରହିପାରେ ପ୍ରଭାବ ।

କନକ ବ୍ୟୁରୋ: ବାତ୍ୟା ନେଇ ଆକଳନ କରୁଛି ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ୍ ପାଶ୍ୱର୍ବର୍ତ୍ତୀ ମଲାକା ଷ୍ଟ୍ରେଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୨୯ ତାରିଖରେ ଅବପାତ ସୃଷ୍ଟି ହେବା ନେଇ କହିଛନ୍ତି ପାଣିପାଗ ବିଜ୍ଞାନୀ । ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

The post ଡିସେମ୍ବରରେ ପୁଣି ବାତ୍ୟା ଆଶଙ୍କା । ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ମୁହାଁ ହେବା ନେଇ ଆକଳନ । ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ରହିପାରେ ପ୍ରଭାବ । first appeared on Kanak News.

from Kanak News
via <a href="https://ifttt.com/?

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଅସଦାଚରଣ । ଖାଲିସ୍ତାନୀମାନେ ତାଙ୍କୁ ଠେଲାପେଲା କରିବାକୁ ଚେଷ୍ଟା କରିଥିଲେ

ଆମେରିକାର ବିଚ୍ଛିନ୍ନତାବାଦୀମାନେ ଭାରତୀୟ ରାଷ୍ଟ୍ରଦୂତଙ୍କ ପ୍ରତି ଅସଦାଚରଣ କରିଛନ୍ତି । ନିଷିଦ୍ଧ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍’ କିମ୍ବା SFJ ସହିତ ଜଡିତ ବିଚ୍ଛିନ୍ନତାବାଦୀମାନେ ରାଜଦୂତ ସିଂଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ତେବେ ଭାରତୀୟ ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅସଦାଚରଣ ଉଦ୍ୟମ ପରେ ସାନ୍ଧୁ ଶୀଘ୍ର ଗୁରୁଦ୍ୱାରରୁ ଫେରି ଆସିଥିଲେ । ଚଳିତ ବର୍ଷ ଆମେରିକାରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ ମଧ୍ୟ କରାଯାଇଥିଲା ।

ଶିଖ ବିଚ୍ଛିନ୍ନତାବାଦୀମାନେ ଆମେରିକାର ଭାରତରେ ଥିବା ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁଙ୍କୁ ଧକ୍କା ଦେବାକୁ ଚେଷ୍ଟା କରିଛନ୍ତି । ନ୍ୟୁୟର୍କର ହିକ୍ସଭିଲ୍ ଗୁରୁଦ୍ୱାରରେ ଏହି ଘଟଣା ଘଟିଛି ।  ନିଷିଦ୍ଧ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍’ ସହିତ ଜଡିତ ବିଚ୍ଛିନ୍ନତାବାଦୀମାନେ ସିଂଙ୍କୁ ଘେରି ରହିବାକୁ ଚେଷ୍ଟା କରିଥିଲେ । ହରଦୀପ ସିଂ ନିଜ୍ଜରକୁ ହତ୍ୟା ଏବଂ ଗୁରୁପତୱନ୍ତ ସିଂ ପନ୍ନୁର  ହତ୍ୟା ଉଦ୍ୟମକୁ ନେଇ ସମସ୍ତେ କ୍ରୋଧିତ ଅଛନ୍ତି ।  ବିଚ୍ଛିନ୍ନତାବାଦୀମାନେ ଏହି ଦୁଇଟି ଘଟଣା ପାଇଁ ଭାରତକୁ ଦାୟୀ କରୁଥିଲେ ଏବଂ ଭାରତୀୟ କୂଟନୀତିଜ୍ଞଙ୍କଠାରୁ ଉତ୍ତର ମାଗିଥିଲେ । ତେବେ ଏହି ଘଟଣା ପରେ ସାନ୍ଧୁ ତୁରନ୍ତ ଗୁରୁଦ୍ୱାରରୁ ଫେରି ଆସିଥିଲେ ।

ନିକଟରେ କିଛି ଖବରକାଗଜ ରିପୋର୍ଟ ଅନୁସାରେ ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଆମେରିକା ଭାରତକୁ ଚେତାବନୀ ଦେଇଥିଲା ବୋଲି ପ୍ରକାଶିତ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା । ଏହି ସମୟରେ ଚଳିତ ବର୍ଷ ଜୁନ୍ ମାସରେ ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜ୍ଜରକୁ କାନାଡାରେ ହତ୍ୟା କରାଯାଇଥିଲା । ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ବିଷୟରେ ଅଭିଯୋଗ କରିଥିଲେ ।  ଭାରତ ସରକାର କାନାଡା ସରକାରଙ୍କ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ।

କିଏ ଏହି ଗୁରୁପତୱନ୍ତ ସିଂ ପନ୍ନୁ  ?

ଗୁରୁପତୱନ୍ତ ସିଂ ପନ୍ନୁ ପଞ୍ଜାବରେ ଶିଖମାନଙ୍କ ପାଇଁ ଏକ ପୃଥକ ରାଜ୍ୟର ସମର୍ଥକ । ସେ ଶିଖ୍ ଫର ଜଷ୍ଟିସ୍ (SFJ) ର ମୁଖପାତ୍ର ଅଟେ ଯେଉଁ ସଂଗଠନ ଏକ ସ୍ବାଧୀନ ଶିଖ ରାଜ୍ୟ ଖାଲିସ୍ତାନ ଦାବି କରିଆସୁଛି । ପନ୍ନୁ ପଞ୍ଜାବ ଅମୃତସର  ସୀମାନ୍ତରେ ଥିବା ଖାନକୋଟର ବାସିନ୍ଦା ଅଟେ । ପିତା ମୋହିନ୍ଦର ସିଂ ପଞ୍ଜାବ ରାଜ୍ୟ କୃଷି ମାର୍କେଟିଂ ବୋର୍ଡରେ କାର୍ଯ୍ୟ କରୁଥିଲେ। ମାତାଙ୍କ ନାମ ଅମରଜିତ୍ କୌର ।  ପନ୍ନୁଙ୍କର ଗୋଟେ ଭାଇ ମଧ୍ୟ ଅଛି ଯାହାର ନାମ ମାଗୱନ୍ତ ସିଂ ପନ୍ନୁ । ୨୦୨୦ ମସିହାରେ ଭାରତ ସରକାର ତାକୁ ଆତଙ୍କବାଦୀ ବୋଲି ଘୋଷଣା କରିଥିଲେ ।

ଦୂତାବାସ ଉପରେ ଆକ୍ରମଣ ହୋଇଥିଲା

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ହୋଇଥିବା ଅସଦାଚରଣ ଏବେକାର ନଗଦ ଘଟଣା  କିନ୍ତୁ ଏହାପୂର୍ବରୁ ଭାରତୀୟ ଦୂତାବାସ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ଏବଂ ଜୁଲାଇ ମାସରେ ଖାଲିସ୍ତାନୀ ସମର୍ଥକମାନେ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ । ମାର୍ଚ୍ଚରେ ହୋଇଥିବା ଆକ୍ରମଣରେ  ଦୂତାବାସ କ୍ଷତିଗ୍ରସ୍ତ ମଧ୍ୟ ହୋଇଥିଲା । ପରେ ଭାରତ ଏବଂ ଆମେରିକୀୟ ସରକାର ଏହି ଘଟଣାକୁ ନିନ୍ଦା କରିଥିଲେ ଏବଂ ଏହି ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।

 

The post ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଅସଦାଚରଣ । ଖାଲିସ୍ତାନୀମାନେ ତାଙ୍କୁ ଠେଲାପେଲା କରିବାକୁ ଚେଷ୍ଟା କରିଥିଲେ first appeared on Kanak News.

from Kanak News
via <a href="https://ifttt.com/?

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର । ଆଖି ଅପରେସନ୍ ପାଇଁ ରୋଗୀଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।

କନକ ବ୍ୟୁରୋ: ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର । ଆଖି ଅସ୍ତ୍ରୋପଚାର ପାଇଁ ରୋଗୀଙ୍କ ଠାରୁ ୫ହଜାର ୫ଶହ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଚକ୍ଷୁ ଡାକ୍ତର । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସଞ୍ଜୀବ କୁମାର ମୋତିଆ ବିନ୍ଦୁ ଅପରେସନ ପାଇଁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ଯାଲୋଇ ଗାଁର ଲକ୍ଷ୍ମଣ ତ୍ରିପାଠୀଙ୍କ ଅସ୍ତ୍ରୋପଚାର ପାଇଁ ଏହି ଟଙ୍କା ନେଉଥିଲେ ଡାକ୍ତର । ତେବେ ଡାକ୍ତରଙ୍କ ବାସଭବନ, ସୋନପୁର ସହର ସ୍ଥିତ ସରକାରୀ ଘରେ ଚଢ଼ଉ କରିଛି ଭିଜିଲାନ୍ସ ।

The post ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର । ଆଖି ଅପରେସନ୍ ପାଇଁ ରୋଗୀଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଗାତରେ ପଡ଼ିଲା ନାବାଳିକା । ଏକ ଘଣ୍ଟାରୁ ଅଧିକ ସମୟ ହେଲା ଚାଲିଛି ଉଦ୍ଧାର କାମ ।

କନକ ବ୍ୟୁରୋ: ବିଦ୍ୟୁତ ଖୁଣ୍ଟ ପାଇଁ ଖୋଳା ଯାଇଥିବା ଗାତରେ ପଡି ଫସିଗଲା ନାବାଳିକା । ପ୍ରାୟ ଏକ ଘଣ୍ଟା ହେଲାଣି ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ହେଲେ ନାବାଳିଙ୍କୁ ଗାତରୁ ଉଦ୍ଧାର କରାଯାଇପାରୁ ନାହିଁ । ମାଲକାନଗିରି ଜିଲ୍ଲା ମାଥିଲି ସଦର ବ୍ଲକ କଲୋନୀରେ ଘଟିଛି ଏହି ଅଘଟଣ । ୮ ବର୍ଷର ଶିଶୁ କନ୍ୟ ଘର ପାଖରେ ଖେଳୁଥିବା ବେଳେ ବିଦ୍ୟୁତ ଖୁଣ୍ଟ ପୋତିବା ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡିଥିଲା । ଖବର ପାଇ ମାଥିଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନାବାଳିକାକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି ।

The post ପୁଣି ଗାତରେ ପଡ଼ିଲା ନାବାଳିକା । ଏକ ଘଣ୍ଟାରୁ ଅଧିକ ସମୟ ହେଲା ଚାଲିଛି ଉଦ୍ଧାର କାମ । first appeared on Kanak News.

from Kanak News
via <a href="https://ifttt.com/?

ୟୁଟ୍ୟୁବ ଏବଂ ଫେସବୁକକୁ ଭାରତ ସରକାରଙ୍କ କଡ଼ା ଚେତାବନୀ ।

ଭାରତ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଭିଡିଓ ଷ୍ଟ୍ରିମିଂ ସାଇଟ ୟୁଟ୍ୟୁବକୁ ତାଗିଦ କରିଛନ୍ତି । ସୋସିଆଲ ମିଡିଆ କମ୍ପାନୀମାନଙ୍କୁ ଡିପଫେକ ଏବଂ ଫେକ ନ୍ଯୁଜର ପ୍ରସାର ବନ୍ଦ କରିବାକୁ ସରକାର ଚେତାବନୀ ଦେଇଛନ୍ତି ।

ଏକ ରୁଦ୍ଧଦ୍ୱାର ବୈଠକରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଡିପଫେକ ଏବଂ ଫେକ ନ୍ଯୁଜର ପ୍ରସାରଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ।

ମିଡିଆ ନିୟମ ୨୦୨୨ କୁ କାର୍ଯ୍ୟକାରୀ କରିବାକୁ ପଡିବ

ମିଡ଼ିଆ ରିପୋର୍ଟ ଅନୁଯାୟୀ ସରକାର ଅଗ୍ରଣୀ ସୋସିଆଲ ମିଡିଆ କମ୍ପାନୀଗୁଡିକ ସହିତ ଏକ ବୈଠକ  କରିଥିଲେ ଯେଉଁଥିରେ ଏକ ସପ୍ତାହ ମଧ୍ୟରେ ସମସ୍ତ ସୋସିଆଲ ମିଡିଆ କମ୍ପାନୀକୁ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଅନୁଯାୟୀ ସମସ୍ତ ସୋସିଆଲ ମିଡିଆ ଉପରେ ମିଡିଆ ନିୟମ ୨୦୨୨ ଲାଗୁ କରାଯିବ ।  ସୋସିଆଲ୍ ମେଡ଼ିଆ ପ୍ଲାଟଫର୍ମଗୁଡିକର ବିଷୟବସ୍ତୁ ଏବଂ ଶିଶୁମାନଙ୍କ ପାଇଁ ବିପଦପୂର୍ଣ୍ଣ କଣ୍ଟେଣ୍ଟ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ ।

ସରକାରଙ୍କ କଡ଼ା ପଦକ୍ଷେପ

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସରକାର ଡିପଫେକ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରୁଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ଏଆଇ ସହାୟତାରେ ମିଥ୍ୟା ଖବର ପ୍ରସାରଣକୁ ରୋକିବା ନିହାତି ଆବଶ୍ୟକ । ରିପୋର୍ଟ ଅନୁସାରେ ମିଥ୍ୟା ଖବର ପ୍ରଚାର କରୁଥିବା ଏଭଳି ପ୍ଲାଟଫର୍ମ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏଥିପାଇଁ ସରକାର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନଜର ରଖିଛନ୍ତି । ଆମେ ଆପଣଙ୍କୁ କହିଦେଉଛୁ ଯେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଡିପଫେକ ପ୍ରସଙ୍ଗ ଉଠାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜି -20 ବୈଠକରେ ଡିପଫେକର ବିପଦ ଏବଂ ଏଆଇର ନିୟନ୍ତ୍ରଣ ଉପରେ ପ୍ରଶ୍ନ ଉଠାଇଥିଲେ ।

The post ୟୁଟ୍ୟୁବ ଏବଂ ଫେସବୁକକୁ ଭାରତ ସରକାରଙ୍କ କଡ଼ା ଚେତାବନୀ । first appeared on Kanak News.

from Kanak News
via <a href="https://ifttt.com/?

ଇଂରେଜ ଲେଖକ ପଲ୍ ଲିଞ୍ଚ ୨୦୨୩ ପାଇଁ ପାଇଲେ ସମ୍ମାନଜନକ ବୁକର୍ ପୁରସ୍କାର। ଉପନ୍ୟାସ ‘’ପ୍ରଫେଟ ସଙ୍ଗ’ ପାଇଁ ପାଇଲେ ପୁରସ୍କାର ।

ଇଂରେଜ ଲେଖକ ପଲ୍ ଲିଞ୍ଚ ଗତ ରବିବାର ଦିନ  ତାଙ୍କ ଉପନ୍ୟାସ ‘’ପ୍ରଫେଟ ସଙ୍ଗ’ ପାଇଁ ସମ୍ମାନଜନକ ବୁକର୍ ପୁରସ୍କାର ୨୦୨୩ ପାଇଛନ୍ତି ।

ଏହି ଉପନ୍ୟାସରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଏକ ପରିବାର ଏବଂ ଦେଶର କାହାଣୀ କୁହାଯାଇଛି ।  ଷଡଯନ୍ତ୍ର ଅନୁଯାୟୀ ଏକ କାଳ୍ପନିକ ଇଂରେଜ ସରକାରଙ୍କ ଅତ୍ୟାଚାର ସୀମା ଲଙ୍ଘି ଦେଶ ଅରାଜକତା ଆଡକୁ ଗତି କରୁଛି । ଲିଞ୍ଚଙ୍କ ପଞ୍ଚମ ଉପନ୍ୟାସ ପାଶ୍ଚାତ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ତଥା ସିରିଆରେ ହେଉଥିବା ବିସ୍ଫୋରଣ ପରି ବିପର୍ଯ୍ୟୟ ପ୍ରତି ତାଙ୍କର ଉଦାସୀନତା ଦେଖାଇବାକୁ ଚେଷ୍ଟା କରିଛି ।

ବୁକର୍ ୨୦୨୩ ର  ବିଚାରପତିଙ୍କ ଅଧ୍ୟକ୍ଷ ଇଏସଆଇ ଏଦୁଗିଆନ୍ କହିଛନ୍ତି, “’’ପ୍ରଫେଟ ସଙ୍ଗ’ ର କାହାଣି ଆମ କବାଟରେ ହେଉଥିବା  ପ୍ରଥମ ଠକଠକ ଶବ୍ଦ ସଦୃଶ ଯାହା ଆମ ଶାଳୀନତାରୁ ଆମକୁ ବାହାରକୁ ଆଣିଥାଏ । ଆୟରଲ୍ୟାଣ୍ଡରେ ନିଜ ପରିବାରକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଜଣେ ମହିଳାଙ୍କ ଭୟାବହ କଷ୍ଟକୁ ଆମେ ଅନୁସରଣ କରୁଛୁ, ଯିଏ ନେତୃତ୍ବ ନେବାକୁ ଚେଷ୍ଟା କରୁଛି । ” ଏହା ଭାବପ୍ରବଣ କାହାଣୀ, ସାହସ ଏବଂ ଧୈର୍ଯ୍ୟର ଏକ ବିଜୟ ।

ଲେଖକ ଲିଞ୍ଚ ପୂର୍ବରୁ ଆୟର୍ଲାଣ୍ଡର ରବିବାର ଟ୍ରିବ୍ୟୁନ୍ ଖବରକାଗଜର ମୁଖ୍ୟ ଚଳଚ୍ଚିତ୍ର ସମାଲୋଚକ ଥିଲେ ।  ସେ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ପାଠକମାନେ ତାଙ୍କ ଲେଖାର ତୀବ୍ର ବାସ୍ତବତା ସହିତ କାହାଣୀର ମର୍ମକୁ ଯାଇ ବୁଝିବାକୁ ଚେଷ୍ଟା କରନ୍ତୁ । ଆମେ ବର୍ତ୍ତମାନ କୋଉଠି ଅଛୁ ଏବଂ ଆମର ଗତି କୁଆଡେ । ବୁକର୍ ପୁରସ୍କାର ୱେବସାଇଟରେ ପ୍ରକାଶିତ ମନ୍ତବ୍ୟରେ ଲିଞ୍ଚ କହିଛନ୍ତି ଯେ ମୁଁ ପାଠକ ମାନଙ୍କୁ ଏଥିରେ ଗଭୀର ଭାବରେ ସଂଶ୍ଳିଷ୍ଟ କରିବାକୁ ଚାହୁଁଛି ।  ଯେ ପୁସ୍ତକ ଶେଷ ସୁଦ୍ଧା ସେମାନେ ଏଭଳି ସମସ୍ୟାର ଭୟବହତା ଅନୁଭବ କରନ୍ତୁ । “

The post ଇଂରେଜ ଲେଖକ ପଲ୍ ଲିଞ୍ଚ ୨୦୨୩ ପାଇଁ ପାଇଲେ ସମ୍ମାନଜନକ ବୁକର୍ ପୁରସ୍କାର। ଉପନ୍ୟାସ ‘’ପ୍ରଫେଟ ସଙ୍ଗ’ ପାଇଁ ପାଇଲେ ପୁରସ୍କାର । first appeared on Kanak News.

from Kanak News
via <a href="https://ifttt.com/?

ପାରାଦୀପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ପରେ ଜାହାଜରେ ବସି କଲେ ଜଳଯାତ୍ରା ।

କନକ ବ୍ୟୁରୋ: ପାରାଦୀପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଜାହାଜରେ ବସି ଜଳଯାତ୍ରା କରିଛନ୍ତି ମହାମହିମ । କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ସେପଟେ ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ବନ୍ଦର ନଗରୀ ।

ସାଧାରଣ ଜନତା ଓ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ନେହେରୁ ବଙ୍ଗଳାରେ ରାଷ୍ଟ୍ରପତି ମଧ୍ୟାନ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ମତ୍ସ୍ୟଜୀବୀଙ୍କୁ ଭେଟି ଆଲୋଚନା କରିବେ ରାଷ୍ଟ୍ରପତି । ପାରାଦୀପରୁ ଅପରାହ୍ଣରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବାର କାର୍ଯ୍ୟସୂଚୀ ରହିଛି ।

The post ପାରାଦୀପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ପରେ ଜାହାଜରେ ବସି କଲେ ଜଳଯାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତାକାଲିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ । ବାହାର କାନ୍ଥର ସ୍କାନିଂ କରି ରିପୋର୍ଟ ଦେବ ଏଏସଆଇ । ବୈଷୟିକ ଟିମ୍ ସମୀକ୍ଷା କରିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଆଯିବ ନିଷ୍ପତ୍ତି ।

କନକ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ । କାର୍ତିକ ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପରଦିନଠୁ ସ୍କାନିଂ କରିିବାକୁ ନିଷ୍ପତ୍ତିି ନିଆଯାଇଥିଲା । ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି, ତାହା ଚିହ୍ନଟ କରାଯିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବାର ସୂଚନା ରହିଛି ।

ରତ୍ନଭଣ୍ଡାରର ସ୍ଥିତିକୁ ଯାଞ୍ଚ କରିବା ପରେ ଏଏସଆଇ ଫାଇନାଲ ରିପୋର୍ଟ ଦେବ । ରିପୋର୍ଟ ଆସିବା ପରେ ବୈଷୟିକ କମିଟି ସମୀକ୍ଷା କରିବ । ଏଏସଆଇର ରିପୋର୍ଟ ଆଧାରରେ ରତ୍ନଭଣ୍ଡାରକୁ ନେଇ ପରବର୍ତି ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

The post ଆସନ୍ତାକାଲିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ । ବାହାର କାନ୍ଥର ସ୍କାନିଂ କରି ରିପୋର୍ଟ ଦେବ ଏଏସଆଇ । ବୈଷୟିକ ଟିମ୍ ସମୀକ୍ଷା କରିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଆଯିବ ନିଷ୍ପତ୍ତି । first appeared on Kanak News.

from Kanak News
via <a href="https://ifttt.com/?

ବିିଜେଡିରେ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କଲେ ବରିଷ୍ଠ ସାଂସଦ ଓ ବିଧାୟକ । କହିଲେ ତାଙ୍କର ବିସ୍ତୃତ ଅଭିଜ୍ଞତା ଦଳ ପାଇଁ ଲାଭଦାୟୀ ହେବ ।

କନକ ବ୍ୟୁରୋ: ବିଜେଡିରେ ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଦଳର ସମସ୍ତ ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଦଳରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେବା ସହ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।

ତେବେ ଭିକେ ପାଣ୍ଡିଆନଙ୍କ ବିଜେଡିରେ ସାମିଲ ହେବା ନେଇ ଦଳୀୟ ନେତା, ମନ୍ତ୍ରୀ ବେଶ୍ ଆଶାୟୀ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ଥିବାବେଳେ ଯେଉଁଭଳି ଭାବେ ସେ ବିଭିନ୍ନ ଜିଲ୍ଲାକୁ ଯାଇ ଲୋକଙ୍କର ସୁବିଧା ଅସୁବିଧା କଥା ବୁଝିଛନ୍ତି ଏବେ ଦଳରେ ସାମିଲ ହେବା ପରେ ଦଳ ତଥା ରାଜ୍ୟର ବିକାଶ ପାଇଁ ତାଙ୍କର ସେହି ନିଷ୍ଠା ବଳବତ୍ତର ରହିବ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ବିସ୍ତୃତ ଅଭିଜ୍ଞତା ଦଳ ପାଇଁ ବେଶ୍ ଲାଭଦାୟୀ ହେବ ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର । ସେହିଭଳି ତାଙ୍କର କାର୍ଯ୍ୟଦକ୍ଷତାକୁ ବଖାଣିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।

The post ବିିଜେଡିରେ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କଲେ ବରିଷ୍ଠ ସାଂସଦ ଓ ବିଧାୟକ । କହିଲେ ତାଙ୍କର ବିସ୍ତୃତ ଅଭିଜ୍ଞତା ଦଳ ପାଇଁ ଲାଭଦାୟୀ ହେବ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started