କନକ ବ୍ୟୁରୋ: ଉତ୍ତରକାଶୀରେ ଫଶିଥିବା ଶ୍ରମିକ କେବେ ଉଦ୍ଧାର ହେବେ ତାକୁ ନେଇ ସବୁଠି ଚର୍ଚ୍ଚା । ସୁଡ଼ଙ୍ଗରୁ ଶ୍ରମିକ ଆଜି ବାହାରିବେ, କାଲି ବାହାରିବେ, ଆଉ କିଛି ଘଣ୍ଟାର ଅପେକ୍ଷା, ଏହିଭଳି ଖବର ଭିତରେ କୌଣସି ଆଶ୍ୱସ୍ତିକର ସୂଚନା ଆସିପାରୁନାହିଁ । ଆଉ ସମୟ ଗଡିବା ସହ ଭୟ ବି ବଢୁଛି । କିନ୍ତୁ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ବିଶେଷଜ୍ଞ ଅତି ସତର୍କତାର ସହ ଆଗକୁ ବଢୁଛନ୍ତି ।
ରବିବାରଠାରୁ ସୁଡଙ୍ଗର ଉପରପଟୁ କିଛି ଏହିଭଲି ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ଭଗ୍ନାବଶେଷ ଦେଇ ଯେଉଁ ହୋରାଇଜେଂଟାଲ ଅର୍ଥାତ ସମାନ୍ତରାଳ ଖନନ ଚାଲିଥିଲା ତାକୁ ସାମୟିକ ଅଟକାଇ ଦିଆଯାଇଛି । କାରଣ ଉଭୟପଟୁ ଡ୍ରିଲିଂ କଲେ ସୁଡଙ୍ଗ ଧସିବାର ଆଶଙ୍କା ବି ରହିଛି । ରାଜ୍ୟର ନୋଡାଲ ଅଧିକାରୀ ନୀରଜ ଖେରବାଲ କହିଛନ୍ତି, ଖନନ କରୁଥିବା ଆମେରିକା ଅଗର ମେସିନର କିଛିଅଂଶ ଭାଙ୍ଗି ଯାଇଥିଲା । ହାଇଦ୍ରାବାଦରୁ ଅଣାଯାଇଥିବା ପ୍ଲାଜ୍ମା କଟର ଜରିଆରେ ଏହାକୁ କଟା ଯାଉଛି । ପ୍ରାୟ ୧୫ ମିଟର ଅଂଶ କଟା ସରିଛି । ବାକି ଅଂଶ ସୋମବାର ସୁଦ୍ଧା କାଟି ସଫା କରାଯିବ । ଏହାପରେ ମାନୁଆଲ ଉପାୟରେ ଭଗ୍ନାବଶେଷକୁ କଢାଯିବ । ଶ୍ରମିକଙ୍କ ପାଖରେ ପହଞ୍ଚିିବାକୁ ଆଉମାତ୍ର ୧୦ ମିଟର ବାକି ଅଛି । ହୋରାଇଜେଣ୍ଟାଲ ଡ୍ରିଲିଂ ସମୟରେ ବାରମ୍ବାର ବାଧା ଆସୁଥିବାରୁ ଏବେ ବିକଳ୍ପ ରାସ୍ତା ନେଇ ବିଚାର କରାଯାଉଛି ।
ଏନଏଚଆଇଡିସିଏଲର ପ୍ରକଳ୍ପ ନିର୍ଦ୍ଦେଶକ ମେହମୁଦ ଅହମ୍ମଦ କହିଛନ୍ତି, ସୁଡ଼ଙ୍ଗର ଉପରପଟୁ ୧୫ ମିଟର ଯାଏଁ ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଛି । ଶ୍ରମିକଙ୍କ ପାଖରେ ପହଂଚିବାକୁ ପ୍ରାୟ ୮୬ ମିଟର ଖୋଳିବାକୁ ପଡ଼ିବ । ତେଣୁ ୪ ଦିନ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି । ଏପଟେ ଉତ୍ତରକାଶୀରେ ଆଗାମୀ ୩ ଦିନ ବର୍ଷା ଆଶଙ୍କା ରହିଛି । ୨୬ରୁ ୨୮ ତାରିଖ ଯାଏଁ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ବିଶେଷଜ୍ଞ ଓ ଉଦ୍ଧାରକାରୀ ଦଳର ଚିନ୍ତା ବଢାଇ ଦେଇଛି ।
The post ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିବ ସମୟ । ପ୍ଲାଜମା କଟରରେ କଟା ଚାଲିଛି ଭାଙ୍ଗିଯାଇଥିବା ଅଗର ମେସିନ, ପାହାଡ଼ ଉପରୁ ବି ଚାଲିଛି ଡ୍ରିଲିଂ first appeared on Kanak News.
from Kanak News
via <a href="https://ifttt.com/?