ଆଜି ପାରାଦୀପ ଯାଉଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବର କରିବେ ଉଦଘାଟନ ।

କନକ ବ୍ୟୁରୋ: ଆଜି ପାରାଦୀପ ଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେଠାରେ ବୋଇତ ବନ୍ଧାଣ ଉତ୍ସବର ଉଦଘାଟନ କରିବେ ମହାମହିମ । ଆଜି ସକାଳ ସାଢେ ୮ ଟାରେ ତାଙ୍କ କାରକେଟ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଯିବେ । ସେଠାରୁ ବାୟୁନୋର ସ୍ୱତନ୍ତ୍ର ବିମାନରେ ପାରାଦୀପ ଯିବେ । ଏଥିପାଇଁ ମୋଟ ୩ଟି ହେଲିକ୍ୟାପ୍ଟର ବ୍ୟବସ୍ଥା କରାଯାଇଛି । ପ୍ରାୟ ୯ ଟା ବେଳେ ରାଷ୍ଟ୍ରପତି ପାରାଦୀପରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

ତେବେ ପାରାଦୀପର ନେହେରୁ ବଙ୍ଗଳାରେ ରାଷ୍ଟ୍ରପତି ମଧ୍ୟାନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପାରାଦୀପରୁ ଅପରାହ୍ଣରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବାର କାଯ’୍ୟସୂଚୀ ରହିଛି । ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ବନ୍ଦର ନଗରୀ । ରାସ୍ତା ଘାଟ ପୁରା ଚକଚକ୍ କରାଯାଇଛି । କାନ୍ଥବାଡରେ ରଙ୍ଗବେରଙ୍ଗର ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ସାଧାରଣ ଜନତାଙ୍କ ଠାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗସ୍ତକୁ ନଜରରେ ରଖି ପାରାଦୀପରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ରାଜଭବନରେ ପହଂଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ତେବେ ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ରାଷ୍ଟ୍ରପତିଙ୍କ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଂଚିଥିଲେ ମହାମହିମ । ଏହାପରେ ଏ କଡା ସୁରକ୍ଷା ବଳୟରେ ରାଷ୍ଟ୍ରପତି ରାଜଭବନରେ ପହଂଚିଥିଲେ । ସେଠାରେ ରାତ୍ରୀ ଯାପନ କରିଛନ୍ତି ମହାମହିମ । ଆସନ୍ତାକାଲି ସକାଳେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ପାରାଦୀପ ଯିବା କାର୍ଯ୍ୟକ୍ରମ ରହିଛି ।

The post ଆଜି ପାରାଦୀପ ଯାଉଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବର କରିବେ ଉଦଘାଟନ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଡସେମ୍ବର ୪ ତାରିଖ ଯାଏଁ ଚାଲିବ ମେଳା , ପଡିଛି ୧୬ ଶହ ଷ୍ଟଲ । ମୁଖ୍ୟ ଆକର୍ଷଣ ଗ୍ରାମୀଣ କଟକର ଝଲକ, ଅଣ୍ଡର ୱାଟର ଆକ୍ୱାରିଅମ ।

କନକ ବ୍ୟୁରୋ: ସପ୍ତାହେରୁ ଅଧିକ ସମୟ ଧରି ଲାଗିବ ମେଳା । ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଉତ୍କଳୀୟ ପରମ୍ପରାକୁ ବହନ କରୁଥିବା ଏହି ଐତିହାସିକ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇଛି ସେଲଫି ଜୋନ । କଟକ ଇନ୍ କଟକ ମଧ୍ୟରେ ପ୍ରାୟ ୧୦ଟି ସେଲଫି ଜୋନ ପ୍ରସ୍ତୁତ କରାଯାଇଛି । ଅଣ୍ଡର ୱାଟର ଟନେଲ ଆକ୍ୱାରିଆମର ବି ବ୍ୟବସ୍ଥା ରହିଛି । ସେହିପରି ଭଳି କି ଭଳି ଦୋଳି ମଧ୍ୟ ପ୍ରସ୍ତୁତ ହେଲାଣି । ଏଥିସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିଛନ୍ତି ଆୟୋଜକ ।

ଭିଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିଶେଷକରି ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ବିଶେଷ ଯୋଜନା କରିଛି କମିଶନରେଟ୍ ପୋଲିସ ।ସପ୍ତାହେରୁ ଅଧିକ ସମୟ ଧରି ଲାଗିବ ମେଳା । ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଁଚିଛି । ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଉକ୍ରଳୀୟ ପରମ୍ପରାକୁ ବହନ କରୁଥିବା ଏହି ଐତିହାସିକ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇଛି ସେଲଫି ଜୋନ । କଟକ ଇନ୍ କଟକ ମଧ୍ୟରେ ପ୍ରାୟ ୧୦ଟି ସେଲଫି ଜୋନ ପ୍ରସ୍ତୁତ କରାଯାଇଛି । ଅଣ୍ଡର ୱାଟର ଟନେଲ ଆକ୍ୱାରିଆମର ବି ବ୍ୟବସ୍ଥା ରହିଛି । ସେହିପରି ଭଳି କି ଭଳି ଦୋଳି ମଧ୍ୟ ପ୍ରସ୍ତୁତ ହେଲାଣି । ଏଥିସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିଛନ୍ତି ଆୟୋଜକ । ଭିଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିଶେଷକରି ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ବିଶେଷ ଯୋଜନା କରିଛି କମିଶନରେଟ୍ ପୋଲିସ ।

The post ଆଜିଠୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଡସେମ୍ବର ୪ ତାରିଖ ଯାଏଁ ଚାଲିବ ମେଳା , ପଡିଛି ୧୬ ଶହ ଷ୍ଟଲ । ମୁଖ୍ୟ ଆକର୍ଷଣ ଗ୍ରାମୀଣ କଟକର ଝଲକ, ଅଣ୍ଡର ୱାଟର ଆକ୍ୱାରିଅମ । first appeared on Kanak News.

from Kanak News
via <a href="https://ifttt.com/?

କାର୍ତ୍ତିକ ପୂର୍ଣ୍ଣମାରେ ସୁନାବେଶରେ ଶ୍ରୀଜିଉ । ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ।

କନକ ବ୍ୟୁରୋ: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତରେ ଲକ୍ଷାଧିକ ଶ୍ରଦ୍ଧାଳଙ୍କୁ ଭିଡ । ପ୍ରବଳ ଭିଡ ଯୋଗୁ ସାରା ରାତି ମହାପ୍ରଭୁଙ୍କ ଦର୍ଶନ ଚାଲିଥିଲା । ପଞ୍ଚୁୁକ ତଥା ପୂର୍ଣ୍ଣମୀ ପାଇଁ ରାତିସାରା ଜଗା ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ତେବେ ଆଜି ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ୬୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ଭିତରେ କେବଳ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ବେଳାଭୂମିରେ ପୁଲିସ ଓ ଲାଇଫଗାର୍ଡ ରହିବେ । ମାର୍କେଟଛକଠାରୁ ଶ୍ରୀମନ୍ଦିର ଯାଏଁ ନୋ ଭେଇକଲ୍ ଜୋନ୍ ଘୋଷଣା କରାଯାଇଛି । ହଜାର ହଜାର ହବିଷ୍ୟାଳୀ ପୁରୀରେ ଡେରା ପକାଇଛନ୍ତି । ଆଜି ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରି ବ୍ରତ ଉଦଯାପନ କରିବେ ହବିଷ୍ୟାଳି । ବ୍ରତ ପାଳନକାରି ଆଜି ପୁଷ୍କରିଣି ଓ ମହୋଦଧିରେ ଡଙ୍ଗା ଭସାଇବା ପରେ ବ୍ରତ ଭାଙ୍ଗିବେ । ଆଜି ପୁରୀରେ ଆହୁରି ଅଧିକ ଭିଡ ଦେଖିବାକୁ ମିଳିଛି । ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି ।

The post କାର୍ତ୍ତିକ ପୂର୍ଣ୍ଣମାରେ ସୁନାବେଶରେ ଶ୍ରୀଜିଉ । ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି । first appeared on Kanak News.

from Kanak News
via <a href="https://ifttt.com/?

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଭୋରୁ ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ । ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ, ଆ-କା-ମା-ବୈ ଧ୍ୱନୀରେ କମ୍ପିଲା ପରିବେଶ ।

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ସାରା ଓଡ଼ିଶା । ଭୋରୁ ଭୋରୁ ହଜାର ହଜାର ଶଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳକୁ ମାନେ ଭୋର ୪ ଟାରୁ ଉଠି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି ।

ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ୟ ମିଳିଥାଏ । ଯେଉଁଥିପାଇଁ ଲୋକେ ଡଙ୍ଗାରେ ପାନ, ଗୁଆର ଥୋଇ ଧରମ ମାସରେ ଡଙ୍ଗା ଭସାଉଛନ୍ତି । ଭିଡକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗା ଆଦି ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

The post ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଭୋରୁ ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ । ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ, ଆ-କା-ମା-ବୈ ଧ୍ୱନୀରେ କମ୍ପିଲା ପରିବେଶ । first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ କୁନି ଝିଅ ଉପରେ ପଡିଲା ପ୍ରଧାନମନ୍ତ୍ରୀଙ୍କ ଆଖି: ଭାରତ ମାତା ବେଶରେ ସଜେଇ ହୋଇ ହାତରେ ଧରିଥିଲା ତ୍ରିରଙ୍ଗା

କନକ ବ୍ୟୁରୋ: ପ୍ରଚାର ସଭାରେ କୁନି ଝିଅକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଲେଙ୍ଗାନା ନିରମଲ୍ରେ ନିର୍ବାଚନ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ । ଭାଷଣ ଦେଉଥିବା ବେଳେ ତାଙ୍କ ଆଖି କୁନିଝିଅ ଉପରେ ପଡିଥିଲା । ଭାରତ ମାତା ବେଶରେ ସଜେଇ ହୋଇ କୁନିଝିଅଟି ହାତରେ ଧରିଥିଲା ତ୍ରିରଙ୍ଗା । ତା’ର ଭାବଭଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଝିଅର ଭାରତମାତା ବେଶ ତାଙ୍କୁ ପ୍ରଭାବିତ କରିଥିଲା । ସଭା ମଂଚ ଉପରୁ ଝିଅଟିକୁ ପ୍ରଶଂସା କରିଥିଲେ ମୋଦୀ । ଆଉ କହିଥିଲେ, ଏହି ଝିଅ ଦେଶର ଯୁବପିଢ଼ିଙ୍କୁ ପ୍ରେରଣା ଦେଉଛି ।

The post ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ କୁନି ଝିଅ ଉପରେ ପଡିଲା ପ୍ରଧାନମନ୍ତ୍ରୀଙ୍କ ଆଖି: ଭାରତ ମାତା ବେଶରେ ସଜେଇ ହୋଇ ହାତରେ ଧରିଥିଲା ତ୍ରିରଙ୍ଗା first appeared on Kanak News.

from Kanak News
via <a href="https://ifttt.com/?

ରେଭେନ୍ସା ବନାମ ଉତ୍କଳ ବିଶ୍ୱବିଦ୍ୟାଳୟ: ନାକ୍ ମାନ୍ୟତା ପରେ ବିତର୍କ

କନକ ବ୍ୟୁରୋ: ରେଭେନ୍ସା ବିଦ୍ୟାଳୟକୁ ନାକ୍ ପକ୍ଷରୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିବା ପରେ ଏବେ ସମସ୍ତଙ୍କ ନଜର ଉକ୍ରଳ ବିଶ୍ୱବିଦ୍ୟାଳୟ ଉପରେ, କାରଣ ଚଳିତବର୍ଷ ଏ ପ୍ଲସ୍ ମାନ୍ୟତାରୁ କେବଳ ଏ’ ମାନ୍ୟତାକୁ ଖସିଆସିଥିଲା ଉକ୍ରଳ ବିଶ୍ୱବିଦ୍ୟାଳୟ । ହେଲେ ଏହାପଛର କାରଣ କ’ଣ? କ’ଣ କହୁଛନ୍ତି ଛାତ୍ରଛାତ୍ରୀ ଓ କ’ଣ କହୁଛନ୍ତି ଶିକ୍ଷାବିତ?

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ଦେବା ପରେ ଏବେ ନଜର ଉକ୍ରଳ ବିଶ୍ୱବିଦ୍ୟାଳୟ ଉପରେ ପଡ଼ିଛି । ରାଜ୍ୟର ଏକ ନମ୍ବର ସରକାରୀ ବିଶ୍ୱବିଦ୍ୟାଳୟ ଉକ୍ରଳ ବିଶ୍ୱବିଦ୍ୟାଳୟ । ବଡ଼ ମଣିଷ ହେବାର, କ୍ୟାରରିୟର ଗଢ଼ିବାର ସ୍ୱପ୍ନ ନେଇ ସାରା ରାଜ୍ୟରୁ ଛାତ୍ରଛାତ୍ରୀମାନେ ଏଠାକୁ ସବୁ ବର୍ଷ ଛୁଟି ଆସିନ୍ତି । ବାଣୀବିହାରରେ ପାଠ ପଢ଼ିବେ, ଅନେକଙ୍କ ଭିତରେ ଜଣେ ହୋଇ ନିଜକୁ ପ୍ରତିଷ୍ଠା କରିବେ । ହେଲେ କେମିତି ଚାଲିଛି ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା । ଚଳିତ ବର୍ଷ ଆରମ୍ଭରେ ନାକ୍ ମାନ୍ୟତାରେ ତଳକୁ ଖସିଥିଲା ଉକ୍ରଳ ୟୁନିଭର୍ସିଟି । ଏ ପ୍ଲସ୍ ମାନ୍ୟତାରୁ ଏ କୁ ଖସିଆସିଥିଲା । ହେଲେ ଏହା ପଛର କାରଣ କ’ଣ? ଏନେଇ ଛାତ୍ରଛାତ୍ରୀ କ’ଣ କହୁଛନ୍ତି । ପିଲାଙ୍କ କହିବା କଥା ଭିତିଭୂମିର ଅଭାବ ରହିଛି । ସମ୍ବୂର୍ଣ୍ଣ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଆଲୋକୀକରଣର ସୁବିଧା ନାହିଁ । ମହିଳା ଛାତ୍ରୀବାସରୁ ଶ୍ରେଣୀକକ୍ଷ ଦୂର ହୋଇଥିବାରୁ ଯିବାଆସିବାରେ ଅସୁବିଧା ହେଉଛି । ଆଇକାର୍ଡ଼ ମିଳିବାରେ ମଧ୍ୟ ବିଳମ୍ବ ହେଉଛି, ଫଳରେ ଲାଇବ୍ରେରୀ ଯାଇ ପିଲା ପାଠ ପଢ଼ିପାରୁ ନାହାନ୍ତି ।

ସେପଟେ ଉକ୍ରଳ ବିଶ୍ୱବିଦ୍ୟାଳୟର ଏପରି ଅବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ଶିକ୍ଷାବିତ । ଉଚ୍ଚ ଶିକ୍ଷା ବିଭାଗ ଏଥିପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ । ରାଜଧାନୀରେ ଉକ୍ରଳ ୟୁନିଭର୍ସିଟିରେ ଯଦି ଭିତିଭୂମିର ଅଭାବ ରହିଛି, ତାହେଲେ ଅନ୍ୟ ଜାଗାରେ ଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକର କିପରି ଅବସ୍ଥା ଥିବ ବୋଲି ଶିକ୍ଷାବିତ ପ୍ରଶ୍ନ ଉଠାଇଛନ୍ତି । କେବଳ ଶିକ୍ଷାଦାନ ନୁହେଁ ପିଲାଙ୍କ ଭିତରେ ଥିବା ଅନ୍ତର୍ନିହତ ଗୁଣର ପରିକ୍ରକାଶ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯିବା ଜରୁରୀ ।

ଏସବୁ ଭିତରେ ନାକ୍ର ଏକ ୫ ଜଣିଆ ଟିମ୍ ଅକ୍ଟୋବରରେ ଦ୍ୱିତୀୟ ଥର ପାଇଁ ନିକଟରେ ଉକ୍ରଳ ୟୁନିଭର୍ସିଟିରେ ଅନୁଧ୍ୟାନ କରି ଫେରିଛନ୍ତି । ରାଜ୍ୟପାଳ ଚିଠି ଲେଖିବା ପରେ ନାକ୍ ଟିମ୍ ପୁନର୍ବାର ଏହି ଅନୁଧ୍ୟାନ କରିଛନ୍ତି । ହେଲେ ଏହାର ରିପୋର୍ଟ ଏଯାଏଁ ଆସିନାହିଁ । ସେପଟେ ୨୭ ନଭେମ୍ବରରେ ଉକ୍ରଳ ବିଶ୍ୱବିଦ୍ୟାଳୟ ୮୧ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ଥିବା ବେଳେ ନାକ ଟିମର ରିପୋର୍ଟକୁ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ ଓ କର୍ତୃପକ୍ଷ ।

ଗୋଟିଏ ପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ପାଇ ଇତିହାସ ରଚିଛି । ଏପଟେ ଉକ୍ରଳ ୟୁନିଭର୍ସିଟିକୁ ନେଇ ପ୍ରଶ୍ନ ଚିହ୍ନ ଉଠିଛି । ରାଜ୍ୟର ଏକ ନମ୍ବର ବିଶ୍ୱବିଦ୍ୟାଳୟର ମାନ୍ୟତାରେ ଉନ୍ନତି ପାଇଁ କର୍ତୃପକ୍ଷ କେଉଁ କେଉଁ ନୂଆ ପଦକ୍ଷେପ ନେବେ, ତାରି ଉପରେ ନଜର ରହିବ ।

The post ରେଭେନ୍ସା ବନାମ ଉତ୍କଳ ବିଶ୍ୱବିଦ୍ୟାଳୟ: ନାକ୍ ମାନ୍ୟତା ପରେ ବିତର୍କ first appeared on Kanak News.

from Kanak News
via <a href="https://ifttt.com/?

ସାପ ଚୋଟରେ ସ୍ତ୍ରୀ-ଝିଅଙ୍କୁ ହତ୍ୟା: ହତ୍ୟା ପଛରେ ୮ ଲକ୍ଷ ଟଙ୍କାର ଲୋଭ!

କନକ ବ୍ୟୁରୋ: ଆଠ ଲକ୍ଷ ଟଙ୍କାର ଲୋଭ ସ୍ୱାମୀକୁ ସଜାଇଦେଲା ହତ୍ୟାକାରୀ । କବିସୂର୍ଯ୍ୟନଗର ଅଢ଼େଇବର ଗାଁର ଚାଂଚଲ୍ୟକର ହତ୍ୟାକାଣ୍ଡ ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଗୋଟିଏ ପଟେ ପରକୀୟା ପ୍ରୀତି, ଅନ୍ୟପଟେ କ୍ଷତିପୂରଣ ଟଙ୍କାର ଲୋଭ ଅଭିଯୁକ୍ତକୁ ବନାଇ ଦେଇଥିଲା ସଇତାନ । ବଲିଉଡ ହରର ଫିଲ୍ମର କାହାଣୀ ଠାରୁ ଏହି ହତ୍ୟାକାଣ୍ଡର ରହସ୍ୟ କିଛି କମ୍ ନୁହେଁ ।

କବିସୂର୍ଯ୍ୟନଗର ଅଢ଼େଇବର ଗାଁର ଏହି ଚାଂଚଲ୍ୟକର ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଗୋଟିଏ ପଟେ ପରକୀୟା ପ୍ରୀତି, ଅନ୍ୟପଟେ କ୍ଷତିପୂରଣ ଟଙ୍କାର ଲୋଭ ଅଭିଯୁକ୍ତ କେ ଗଣେଶ ପାତ୍ରକୁ ବନାଇ ଦେଇଥିଲା ସଇତାନ । ସ୍ତ୍ରୀ ବାସନ୍ତୀ ପାତ୍ର ଓ ୨ ବର୍ଷର କୁନି ଝିଅ ଶୋଇଥିବା ବେଳେ ସାପ ଚୋଟରେ ଗଶେଶ ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ପରେ କିପରି କ୍ଷତିପୂରଣ ଟଙ୍କା ମିଳିବ ଯୋଜନା କରିଥିଲା ଗଣେଶ । କାରଣ ତା’ ମାଆ ବଜ୍ରପାତରେ ମରିଯିବା ପରେ ତାଙ୍କୁ ୪ ଲକ୍ଷ ଟଙ୍କା ମିଳିଥିଲା । ସର୍ପାଘାତରେ ବି କ୍ଷତିପୂରଣ ମିଳେ ବୋଲି ଜାଣିଥିଲା ଗଶେଶ । ଏପଟେ ଶ୍ୱଶୁର ଖଲି ପାତ୍ର ହତ୍ୟା ଅଭିଯୋଗ ଆଣିବା ପରେ ଥାନାରୁ ମାମଲା ଉଠାଇ ଦେଲେ ତାଙ୍କୁ ବି କ୍ଷତିପୂରଣ ଟଙ୍କାରୁ ଭାଗ ଦେବ ବୋଲି କହିଥିଲା ଗଣେଶ ।

ଝିଅ ଓ ନାତୁଣୀଙ୍କ ମୃତ୍ୟୁର ସଉଦା କରିବାକୁ ଖଲି ପାତ୍ର ମନା କରିଦେବା ପରେ ପୂରା ୮ ଲକ୍ଷ ଟଙ୍କା ଦେବା ପାଇଁ ଲୋଭ ଦେଖାଇଥିଲା ଗଶେଶ । କିନ୍ତୁ ଝିଅର ହତ୍ୟାକାରୀଙ୍କୁ ଆଇନର ଦଣ୍ଡ ଦେବାକୁ ନିଷ୍ପତି ନେଇଥିଲେ ଖଲି ପାତ୍ର ।

ସାପ ଓ ଷଡ଼ଯନ୍ତ୍ରର ଆଉ ଏକ ସାଂଘାତିକ ଦିଗ ପଦାକୁ ଆସିଛି । ସାପୁଆଙ୍କ ଠାରୁ ବିଷାକ୍ତ ନାଗ ସାପ ଆଣିବା ପାଇଁ ଅନେକ ସାପୁଆଙ୍କ ସହ ଯୋଗାଯୋଗ କରିଥିଲା ଅଭିଯୁକ୍ତ । ପୁଲିସ ସ୍କାନରରେ ଚାରି ଜଣ ସାପୁଆ ଥିବା ବେଳେ ବସନ୍ତ ଆଚାର୍ଯ୍ୟ ନାମକ ଜଣେ ସାପୁଆଙ୍କ ବୟାନ ରେକର୍ଡ କରିଛି ପୁଲିସ । ୨ ହଜାର ଟଙ୍କା ନେଇ ବସନ୍ତ ଆଚାର୍ଯ୍ୟ ସାପ ଯୋଗାଇଥିବା କୁହାଯାଉଛି ।

ବଲିଉଡ୍ ହରର କାହାଣୀ ଭଳି କବିସୂର୍ଯ୍ୟନଗରର ଏହି ଛାତିଥରା ଘଟଣାକୁ ଏବେ ବ ଅନେକ ବିଶ୍ୱାସ କରିପାରୁନାହାନ୍ତି । ନିଜ ସ୍ତ୍ରୀ ଓ ଜନ୍ମକଲା ଝିଅକୁ ସାପ ଚୋଟରେ ମାରି ଅଭିଯୁକ୍ତ ଗଣେଶ ଯେଉଁ ସାଂଘାତିକ ଷଡ଼ଯନ୍ତ୍ର ରଚିଥିଲା ତାହା ଉପରୁ ଧିରେ ଧିରେ ପରଦା ଉଠୁଛି ।

The post ସାପ ଚୋଟରେ ସ୍ତ୍ରୀ-ଝିଅଙ୍କୁ ହତ୍ୟା: ହତ୍ୟା ପଛରେ ୮ ଲକ୍ଷ ଟଙ୍କାର ଲୋଭ! first appeared on Kanak News.

from Kanak News
via <a href="https://ifttt.com/?

ଘୁଷୁରି ଚାଷ କରି ସ୍ୱାବଲମ୍ବୀ ହେଲେ ଗୋପ ନାହିଟି ଗାଁର ଉଚ୍ଚ ଶିକ୍ଷିତ ଦମ୍ପତ୍ତି । ଦୁଇବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମରୁ ମିଳୁଛି ଭଲ ରୋଜଗାର

କନକ ବ୍ୟୁରୋ : ଉଚ୍ଚଶିକ୍ଷିତ ଦମ୍ପତ୍ତିଙ୍କ ଧଳା ଘୁଷୁରି ଚାଷ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନାହିଟି ଗାଁର ଦମ୍ପତି ଲିଟନ ବେହେରା ଓ ଝୁନା ବେହେରା ଘୁଷୁରି ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ଦେଶ ବିଦେଶରେ ବିଭିନ୍ନ ଘରୋଇ କମ୍ପାନୀରେ ଚାକିରି କରି ମୋଟା ଅଙ୍କର ଦରମା ପାଉଥିଲେ ଲିଟନ । ଏବେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଛି ରୁଣ ନେଇ ଗାଁରେ କରିଛନ୍ତି ଧଳା ଘୁଷୁରୀ ଫାର୍ମ । ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମରେ ୨ହଜାରରୁ ଅଧିକ ଘୁଷୁରି ଅଛନ୍ତି । ଜନ୍ମ ହେବାର ୭ ମାସ ଭିତରେ ଏମାନେ ବିକ୍ରି ଉପଯୋଗୀ ହେଉଛନ୍ତି । ମସକୁ ୨ରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର ହେଉଥିବା କହିଛନ୍ତି ଯୁବ ଚାଷୀ ।

ଆସାମ, ମେଘାଳୟ, ନାଗାଲାଣ୍ଡ ଭଳି ବାହାର ରାଜ୍ୟକୁ ରପ୍ତାନୀ ହେଉଛି ଘୁଷୁରି । ଏହା ଏକ ଲାଭଜନକ ବ୍ୟବସାୟ ହୋଇଥିବା ବେଳେ ଏମାନେ ବର୍ଷକୁ ଦୁଇଥର ଛୁଆ ଦେଇଥାଆନ୍ତି । ଖୁବ୍ କମ୍ ଦିନ ବ୍ୟବଧାନରେ ଏମାନେ ବଡ଼ ହୋଇଥାଆନ୍ତି । ଥରକେ ୧୦ରୁ ୧୫ଟି ଛୁଆ ଦେଇଥାଆନ୍ତି ଘୁଷୁରି । ଏହି ଫାର୍ମରୁ କେବଳ ବଡ଼ ଘୁଷୁରି ନୁହେଁ ନିକଟସ୍ଥ ଜିଲ୍ଲାରେ ହୋଇଥିବା ଫାର୍ମକୁ ଘୁଷୁରି ଛୁଆ ଯୋଗାଉଛନ୍ତି ଲିଟନ ।

ୟୁଟ୍ୟୁବରୁ ଘୁଷୁରି ଚାଷ ବିଷୟରେ ଜାଣିବା ପରେ ଏହି ଚାଷ ପ୍ରତି ମନ ବଳାଇଥିଲେ ଯୁବଚାଷୀ । ଯାହା ତାଙ୍କୁ ଏବେ ସ୍ୱାବଲମ୍ବୀ କରାଇପାରିଛି ।

The post ଘୁଷୁରି ଚାଷ କରି ସ୍ୱାବଲମ୍ବୀ ହେଲେ ଗୋପ ନାହିଟି ଗାଁର ଉଚ୍ଚ ଶିକ୍ଷିତ ଦମ୍ପତ୍ତି । ଦୁଇବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମରୁ ମିଳୁଛି ଭଲ ରୋଜଗାର first appeared on Kanak News.

from Kanak News
via <a href="https://ifttt.com/?

କତା, ଉଲ ଓ ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ ହେଉଛି ଘରସଜ୍ଜା ସାମଗ୍ରୀ । ୬ ମାସ ପ୍ରଶିକ୍ଷଣ ପରେ ରୋଜଗାରକ୍ଷମ ହୋଇଛନ୍ତି ମହିଳା

କନକ ବ୍ୟୁରୋ : ନଡ଼ିଆ କତାରେ ତିଆରି ହେଉଛି ଘରସଜା ସାମଗ୍ରୀ । କତା, ଅଦରକାରୀ କାଗଜ ଓ ଉଲ୍ରେ ତିଆରି ହୋଇଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମୂତି । ଘର, ହାତୀଘୋଡ଼ା, ଫୁଲତୋଡ଼ା, କଳସୀ ଓ କଣ୍ଢେଇ ଭଳି ସୁନ୍ଦର ସୁନ୍ଦର ଗୃହ ଉପକରଣ ତିଆରି କରୁଛନ୍ତି ମହିଳା । ଦେଖିବାକୁ ଯେତିକି ଆକର୍ଷଣୀୟ ହୋଇଛି ଲୋକଙ୍କୁ ମଧ୍ୟ ସେତିକି ପସନ୍ଦ ଆସୁଛି । ବାଲେଶ୍ୱର ଭୋଗରାଇ ବ୍ଲକ ପସରବିନ୍ଧା ଗାଁର ୧୫ରୁ ଅଧିକ ଏସଏଚଜି ମହିଳା ଏକାଠି ହୋଇ ଏହି ସବୁ ସାମଗ୍ରୀ ତିଆରି କରୁଛନ୍ତି । ଏହି କାମ ପାଇଁ ମିଶନ ଶକ୍ତି ପକ୍ଷରୁ ମହିଳାଙ୍କୁ ମିଳୁଛି ପ୍ରୋତ୍ସାହନ ।

ଘର କାମ ପରେ ବଳକା ସମୟରେ ଏକାଠି ହୋଇ ମହିଳା ମାନେ ଏହି କାମରେ ଲାଗି ପଡ଼ନ୍ତି । ତାଲିମ ନେବାର ୬ ମାସ ଭିତରେ ଏଭଳି ଜିନିଷ ତିଆରି କରିଛନ୍ତି ମହିଳା । ଫୁଲ ଦାନୀ, ବିଭିନ୍ନ ପ୍ରକାରର ଠାକୁରଙ୍କ ପ୍ରତିମୂର୍ତିି, ବିଭିନ୍ନ ପ୍ରକାରର ପଶୁପକ୍ଷୀ, ଅନେକ ପ୍ରକାରର ଗଛ, ୱାଲ ହ୍ୟାଙ୍ଗିଙ୍ଗ ଭଳି ସାମଗ୍ରୀ ତିଆରି କରୁଛନ୍ତି ମହିଳା । ଏହି ସବୁ ସାମଗ୍ରୀ ମିଶନ ଶକ୍ତି ବଜାରରେ ବିକ୍ରି କରିବା ସହ ଆଖପାଖ ଅଂଚଳରେ ଅନୁଷ୍ଠିତ ହେଉଥିବା ମେଳା ମହୋତ୍ସବରେ ବିକ୍ରି କରାଯାଉଛି । ଏହା ସହ ସ୍ଥାନୀୟ ବ୍ୟବସାୟୀଙ୍କ ସହାୟତାରେ ପଶ୍ଚିମବଙ୍ଗ ବଜାରରେ ବିକ୍ରି କରୁଛନ୍ତି ମହିଳା ।

ଘର କାମ ସହିତ କିଛି ରୋଜଗାର କରିବା ପାଇଁ ସ୍ୱପ୍ନ ଦେଖିଥିବା ମହିଳାଙ୍କ ପାଇଁ ସହାୟକ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ । ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ଏକ ୬ ମାସିଆ ତାଲିମ ଦେବା ପରେ ଏମାନେ ଏବେ ଏହି କାମ ଦ୍ୱାରା ରୋଜଗାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ମିଶନ ଶକ୍ତି ଓ ଓଡ଼ିଶା ଜୀବୀକା ମିଶନ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାରର ଷ୍ଟଲ ଓ ବଜାର ସୁବିଧା ମିଳିଲେ ଏମାନେ ଆହୁରି ଅଧିକ ରୋଜଗାର କରିପାରିବେ ବୋଲି କହିଛନ୍ତି ।

The post କତା, ଉଲ ଓ ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ ହେଉଛି ଘରସଜ୍ଜା ସାମଗ୍ରୀ । ୬ ମାସ ପ୍ରଶିକ୍ଷଣ ପରେ ରୋଜଗାରକ୍ଷମ ହୋଇଛନ୍ତି ମହିଳା first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଘଟଣାରେ ଦୁଇ ଗୋଡ ହରାଇବା ପରେ ଜୀବନ ଯୁଦ୍ଧରେ ହାରି ନାହାଁନ୍ତି ଯାଜପୁରର ଅଶୋକ । ବାୟୋଫ୍ଲେକ୍ସ ପଦ୍ଧତିରେ ମାଛ ଚାଷ କରି କରୁଛନ୍ତି ଭଲ ରୋଜଗାର

କନକ ବ୍ୟୁରୋ : ଯୁବକ ଜଣକ ହେଉଛନ୍ତି ରସୁଲପୁର ବ୍ଲକ ଗନ୍ଧଣ ପଂଚାୟତ ଏକତଳା ଗାଁର ଅଶୋକ ମହାନ୍ତି । ଯୁକ୍ତତିନି ବାଣିଜ୍ୟ ପଢୁଥିବା ବେଳେ ଅଧାରୁ ପାଠଛାଡି ଭୁବନେଶ୍ୱରର ଏକ କୋରିଅର ସଂସ୍ଥାରେ କାର୍ୟ୍ୟକରୁଥିଲେ । କୋରିଅର ସଂସ୍ଥାରେ ନିଜସହ କର୍ମି ଥିବା ବିଜୟଲକ୍ଷ୍ମୀ ପଣ୍ଡାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମନରେ ଅନେକ ଆଶା ଓ ସ୍ୱପ୍ନ ଥିଲା ଜୀବନକୁ ନେଇ ହେଲେ ୨୦୧୩ ମସିହାରେ ବଦଳିଯାଇଥିଲା ଜୀବନର ଗତିପଥ । କୋରିଅର ନେଇ ଯାଉଥିବା ବେଳେ ବାଲେଶ୍ୱର ଠାରେ ଟ୍ରେନ ଦୁର୍ଘଟଣାରେ ଦୁଇଗୋଡ ହରାଇବସିଲେ । ଜଣେ ସୁସ୍ଥ ସବଳ ମଣିଷରୁ ସେ ପାଲଟି ଯାଇଥିଲେ ଦିବ୍ୟାଙ୍ଗ । ତଥାପି ପ୍ରେମରେ ବାନ୍ଧି ହୋଇଥିବା ବିଜୟଲକ୍ଷ୍ମୀ ଅଶୋକଙ୍କ ହାତ ଛାଡିନଥିଲେ । ଏହା ପରେ ବିଜୟଲକ୍ଷ୍ମୀ ଅଶୋକଙ୍କ ହାତ ଧରି ଭୁବନେଶ୍ୱର ଛାଡି ଏକତଳା ଗାଁର ବୋହୁ ସାଜିଥିଲେ । ପରିବାର ଚଳାଇବା ପାଇଁ ଅଶୋକ ଓ ବିଜୟଲକ୍ଷ୍ମୀ ଘର ଆଗରେ ଏକପାନ ଦୋକାନ କରିଥିଲେ । ମାତ୍ର କିଛି କରିବାର ଆଗ୍ରହକୁ ପୂରଣ କରିଥିଲା କନକ ନ୍ୟୁଜର ଏକ ଖବର । ବାଲେଶ୍ୱରରେ ଜଣେ ଚାଷୀଙ୍କର ବାୟୋ ଫ୍ଲକ୍ସ ମାଛ ଚାଷ ଦେଖି ୨୦୧୯ ମସିହାରେ ନିଜ ଘରେ ଆରମ୍ଭ କରିଥିଲେ ମାଛ ଚାଷ । ସେବେଠୁ ଆଉ ପଛକୁ ଫେରିଚାହିଁ ନାହାନ୍ତି ଏହି ଦମ୍ପତି ।

ଅଶୋକ ପତ୍ନୀ ବିଜୟଲକ୍ଷ୍ମୀଙ୍କ ସହ ମିଶି ପ୍ରଥମେ ଗୋଟିଏ କୁଣ୍ଡରେ ମାଛଚାଷ ଆରମ୍ଭ କରିଥିଲେ । ନିଜସ୍ୱ ଉଦ୍ୟମରେ ପ୍ରଥମେ ଦୁଇଟି ଟାଙ୍କି କରି ସେଥିରେ ମାଗୁର ମାଛ ଚାଷ କରିଥିଲେ । ମାତ୍ର ଉପଯୁକ୍ତ ଜ୍ଞାନ କୌଶଳ ଅଭାବରୁ ମାଛ ଗୁଡିକ ମରିଯିବାରୁ ବହୁତ କ୍ଷତି ସହିଥିଲେ । ପରେ ଅଶୋକ ଜିଲ୍ଳା ମତ୍ସ୍ୟ ବିଭାଗ ସହାୟତାରେ ସିଫାରେ ପ୍ରଶିକ୍ଷଣ ନେବା ସହ ଭୁବନେଶ୍ୱରରେ ନ୍ୟାସନାଲ ଫିସ୍ ଏକାଡେମୀରୁ ପାଂଚ ଦିନିଆ ପ୍ରଶିକ୍ଷଣ ନେଇ ପୂନର୍ବାର ଚାରିଟି କୁଣ୍ଡରେ ମାଛଚାଷ କରିଥିଲେ । ଅଶୋକ ନିଜର ଏହି ପ୍ରକଳ୍ପରେ ଦୁଇଲକ୍ଷ ଟଙ୍କା ବିନିଯୋଗ କରିଥିବା ବେଳେ ମାଗୁର, କଉ, ତିଲାପିଆ, ରୂପଚାନ୍ଦ ପ୍ରଜାତିର ମାଛ ଚାଷକରି ବାର୍ଷିକ ଅଢେଇଲକ୍ଷ ଟଙ୍କା ଲାଭ କରି ନିଜକୁ ଆତ୍ମ ନିର୍ଭରଶୀଳ କରିପାରିଛନ୍ତି । ମତ୍ସ୍ୟ ବିଭାଗର ସହାୟତାରେ ଆଗକୁ ବଢିବା ସହ ଆଗାମୀ ଦିନରେ କୁଆଖିଆଠରେ ଏକ ମାଛ ଖାଦ୍ୟ ପ୍ରସ୍ତୁତି ୟୁନିଟ କରିବାକୁ ଇଛା ରଖିଛନ୍ତି । ଅଶୋକ ଓ ବିଜୟଲକ୍ଷ୍ମୀଙ୍କର ଏହି ନିଷ୍ଠାପର ଉଦ୍ୟମ ଯୋଗୁଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯାଇଛି ।

ତେବେ ଜୀନବ ଯୁଦ୍ଧରେ ହାରିନଯାଇ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ଅଶୋକ ଓ ବିଜୟଲକ୍ଷ୍ମୀଙ୍କର ଏହି ମାଛଚାଷ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ।

The post ଦୁର୍ଘଟଣାରେ ଦୁଇ ଗୋଡ ହରାଇବା ପରେ ଜୀବନ ଯୁଦ୍ଧରେ ହାରି ନାହାଁନ୍ତି ଯାଜପୁରର ଅଶୋକ । ବାୟୋଫ୍ଲେକ୍ସ ପଦ୍ଧତିରେ ମାଛ ଚାଷ କରି କରୁଛନ୍ତି ଭଲ ରୋଜଗାର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started