ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ଓଡ଼ିଶାର ଭାଷା, କଳା ସଂସ୍କୃତି ଓ ଐତିହ୍ୟର ରହିଛି ସ୍ୱତନ୍ତ୍ରତା

କନକ ବ୍ୟୁରୋ: ଆମେ ଜାଣିବା ଓଡ଼ିଶା କାହାଣୀ । ରାଜଧାନୀ ଭୁବନେଶ୍ୱରରେ ଆଇଏମ୍ଏମ୍ଟି କ୍ୟାମ୍ପସରେ ଓଡ଼ିଶା ରିସର୍ଚ୍ଚ ସେଂଟରର ହୋଇଛି ଉଦ୍ଘାଟନ । ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଓଡ଼ିଶା କୀର୍ତିରାଜିର ଛାପ ଏବେବି ଅନେକ ଦେଶରେ ରହିଛି । ଓଡ଼ିଶାର କଳା, ସଂସ୍କୃତି ଓ ଇତିହାସର ଗବେଷଣା ଆବଶ୍ୟକତା ରହିଛି । ଗବେଷଣା ହେଲେ, ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉକ୍ରଳ, କଳିଙ୍ଗ, ଉଡ୍ରରୁ ଓଡିଶା । ଏହି ଯାତ୍ରା ଏତେ ସହଜ ନଥିଲା । ନାମ ପରିବର୍ତନ ହେବା ସହ ସୁନାର ଓଡିଶାର ବି ହୋଇଛି ଅନେକ ପରିବର୍ତନ । ସହିଛି ଅନେକ ଘାତ ପ୍ରତିଘାତ । ଆଉ ଏହାରି ଭିତରେ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଓଡିଶା । ସତରେ ଭାରି ସୁନ୍ଦର ଆମ ଓଡିଶା ଆଉ ଏହି ଭାଷା ବି ଭାରି ମିଠା । ଓଡିଆ ଭାଷା , ସଂସ୍କୃତି ଓ ପରମ୍ପରା ପାଇଁ ଆମ ଓଡିଶା ଅନେକ ପ୍ରଶଂସା ସାଉଁଟିଛି ସତ କିନ୍ତୁ ଏବେବି ଅନେକ କାହାଣୀର ହୋଇପାରିନି ଉନ୍ମୋଚନ । କେବେ ଚର୍ଚ୍ଚା ହୋଇନଥିବା ଘଟଣା , କେବେ ଲେଖାହୋଇନଥିବା ପୋଥି, କେବେ ଆଲୋଚନା ହୋଇନଥିବା ଓଡିଶାକୁ ବିଶ୍ୱ ଦରବାରରେ ପହଂଚାଇବ ଓଡିଶା ଗବେଷଣା କେନ୍ଦ୍ର ।

ଓଡିଶା ରିସର୍ଚ୍ଚ କେନ୍ଦ୍ରର ଉଦଘାଟନୀ ଅବସରରେ କେନ୍ଦ୍ରମନ୍ତ୍ରୀ ଏହା କହିବା ପରେ ନୂଆ ସମ୍ଭବନା ସୃଷ୍ଟି ହୋଇଛି । ତେବେ କେବଳ ଏତିକି ନୁହେଁ, ଆଗକୁ ଓଡିଆଙ୍କ ଖାଦ୍ୟ, ଅର୍ଥନୀତି , ସ୍ୱାସ୍ଥ୍ୟ ନୀତି , ଓଡିଆ ଲୋକ ମାଣ୍ଡିଆ କାହିଁକି ଖାଉଥିଲେ ଏସବୁର ମଧ୍ୟ ଗବେଷଣା ହେବ । ଜଳବାୟୁ ପରିବର୍ତନ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଓଡିଶାର ଚିତ୍ର କିଭଳି ବଦଳିଛି ତାହାର ବି ହେବ ଗବେଷଣା । ଭୁବନେଶ୍ୱରରେ ଥିବା ଆଇଆଇଟି ଖଡଗପୁରର ଏକ୍ସଟେନସନ କ୍ୟାମ୍ପସରେ ଓଡିଶା ରିସର୍ଚ୍ଚ ସେଂଟର ପ୍ରତିଷ୍ଠା ହେବ । ସହଯୋଗ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ, ଆଇସିଏସଏସଆର, ଇଣ୍ଡିଆନନଲେଜ ସିଷ୍ଟମ ଡିଭିଜନ, ଆଇଆଇଏମ ସମ୍ବଲପୁର, ଆଇଆଇଟି ଖଡଗପୁର ଓ ଆଇଆଇଟି ଭୁବନେଶ୍ୱର ।

ଓଡିଶା ରିସର୍ଚ୍ଚ କେନ୍ଦ୍ରର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓଡିଶା ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭା ସାଂସଦ ଭର୍ତୃହରି ମହତାବ । ଆଉ ବଖାଣିଛନ୍ତି ଓଡିଶାର ଗୌରବମୟ ଗାଥା ।

The post ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ଓଡ଼ିଶାର ଭାଷା, କଳା ସଂସ୍କୃତି ଓ ଐତିହ୍ୟର ରହିଛି ସ୍ୱତନ୍ତ୍ରତା first appeared on Kanak News.

from Kanak News
via <a href="https://ifttt.com/?

ତିଲା ଗଣ୍ଡ ହତ୍ୟାକାଣ୍ଡର ବୀଭତ୍ସ କାହାଣୀ: ବିବାହ ପାଇଁ ଡାକି ହତ୍ୟା କରିଥିଲା ସଇତାନ ପ୍ରେମିକ

କନକ ବ୍ୟୁରୋ: ପ୍ରେମ, ପ୍ରତାରଣା, ବୀଭତ୍ସ ହତ୍ୟା । ପରକୀୟା ପ୍ରୀତିର ସାଂଘାତିକ ପରିଣାମ । ତିଲା ଗଣ୍ଡ ହତ୍ୟାକାଣ୍ଡ ସାରା ଓଡ଼ିଶାକୁ ଦୋହଲାଇ ଦେଇଥିବା ବେଳେ ତଦନ୍ତ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଭଲ ପାଇବାର ଛଳନା କରି ଦୁଇ ବର୍ଷ ହେଲା ସମ୍ପର୍କ ରଖିଆସୁଥିଲା ଅଭିଯୁକ୍ତ । ଆଉ ତିଲା ଗଣ୍ଡ ଯେତେବେଳେ ବିବାହ ପାଇଁ ଜିଦ ଧରିଲେ, ସେତେବେଳେ ପିଶାଚ ହତ୍ୟାକାରି ତାଙ୍କୁ ରାସ୍ତାରୁ ହଟାଇଦେଲା ।

ସାମନାକୁ ଆସିଛି ନବରରଙ୍ଗପୁର ରାଇଘର ଥାନା ଗୋନା ଗାଁର ମୁରମଡିହି ଜଙ୍ଗଲରେ ପୋତା ହୋଇଥିବା ଶବର ଛାତିଥରା କାହାଣୀ । ପରକୀୟା ପ୍ରୀତିର ଏହି ସାଂଘାତିକ ପରିଣାମ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଭଲ ପାଇବାର ଛଳନା କରି ଦୁଇ ବର୍ଷ ହେଲା ବାଗବେଢ଼ା ଗ୍ରାମର ତିଲା ଗଣ୍ଡ ଙ୍କ ସଂପର୍କ ରଖି ଆସୁଥିଲା ଅଭିଯୁକ୍ତ ଚନ୍ଦ୍ର ରାଉତ । ୫ଟି ପିଲାର ବାପା ଚନ୍ଦ୍ର ରାଉତର ମିଠା କଥାରେ ଭରସା କରି ଫସି ଯାଇଥିଲେ ତିଲା । ବିବାହ ପାଇଁ ଚାପ ପକାଉଥିବାରୁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ ।

ସ୍ତ୍ରୀ ଓ ପିଲାଙ୍କୁ ଛାଡ଼ି ତିଲାଙ୍କ ସହ ସଂସାର ଗଢ଼ିବାକୁ କଥା ଦେଇଥିଲା ଅଭିଯୁକ୍ତ ଚନ୍ଦ୍ର ରାଉତ । ବିବାହ କରିବା ପାଇଁ ତିଲା ଗଣ୍ଡଙ୍କୁ ଘରକୁ ଡାକିଥିଲା ଚନ୍ଦ୍ର । ହେଲେ ଏହା ପୂର୍ବରୁ ସ୍ତ୍ରୀ ସହ ତିଲାଙ୍କୁ ରାସ୍ତାରୁ ହଟାଇବା ପାଇଁ ପୂରା ଯୋଜନା ପ୍ରସ୍ତୁତ କରି ସାରିଥିଲା । ଏ ସଂପର୍କରେ କୌଣସି ସୂଚନା ପାଇନଥିଲେ ତିଲା । ଆଖିରେ ଆଖିଏ ସ୍ୱପ୍ନ ନେଇ ତିଲା ପହଁଚିଥିଲେ ଚନ୍ଦ୍ରର ଘରେ । ଗଳାରେ ବରଣମାଳା ଦେବା ବଦଳରେ ଗଳା ଚିପି ଜୀବନରୁ ମାରି ଦେଇଥିଲା ଅଭିଯୁକ୍ତ । ଏହାପରେ ରାତିର ଅନ୍ଧାର ଭିତରେ ଶବକୁ ଗାଏବ କରି ପ୍ରମାଣ ନଷ୍ଟ ପାଇଁ ଲାଗି ପଡିଥିଲେ ଚନ୍ଦ୍ର ଓ ତା’ ସ୍ତ୍ରୀ ।

ଯାହାକୁ ସେ ଏତେ ଭଲ ପାଉଥିଲା ବୋଲି କହୁଥିଲା, ତାର ମୃତଦେହକୁ ଅତି ନିର୍ମମ ଭାବେ ୩୧ ଖଣ୍ଡ କରି କାଟିଥିଲା ଚନ୍ଦ୍ର । ମୁରମଡିହି ଜଙ୍ଗଲରେ ଖଣ୍ଡ ବିଖଣ୍ଡିତ ମୃତଦେହକୁ ପୋତି ଦେଇଥିଲା ଅଭିଯୁକ୍ତ । ଶୀଘ୍ର ଶବ କିପରି ନଷ୍ଟ ହେବ, ସେଥିପାଇଁ ମୃତଦେହରେ ଲୁଣ ଦେଇଥିଲା ।

ମୁରମଡିହି ଜଙ୍ଗଲରେ ଏକ ଗଛ ତଳେ ପୋତା ଯାଇଥିଲା ତିଲାଙ୍କ ମୃତଦେହ । ଏହି ଗଛ ନିକଟରେ ରକ୍ତର ଛିଟା ଲାଗିଥିବା ଦେଖି ଏହା ଏକ ସୁପରିକଳ୍ପତ ହତ୍ୟାକାଣ୍ଡ ବୋଲି ଜାଣିପାରିଥିଲା ରାଇଘର ପୁଲିସ । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ସଂପର୍କରେ ସୁରାଗ ମିଳି ଯାଇଥିଲା । ଅଭିଯୁକ୍ତ ଚନ୍ଦ୍ର ଓ ତା’ ସ୍ତ୍ରୀ ସିୟା ରାଉତକୁ ପଚରାଉଚରା ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା । ଉଭୟଙ୍କୁ ଗିରଫ କରି ତଦନ୍ତକୁ ଆଗକୁ ବଢାଉଛି ପୁଲିସ ।

ତିଲାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର । ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସକ୍ରାର କରିଛନ୍ତି ପରିବାର ଲୋକ । ଅନ୍ୟପଟେ ଅଭିଯୁକ୍ତ ଦମ୍ପତି ଗିରଫ ହେବା ପରେ ସେମାନଙ୍କ ୫ଟି ସନ୍ତାନ ହୋଇଯାଇଛନ୍ତି ବେସାହାରା ।

The post ତିଲା ଗଣ୍ଡ ହତ୍ୟାକାଣ୍ଡର ବୀଭତ୍ସ କାହାଣୀ: ବିବାହ ପାଇଁ ଡାକି ହତ୍ୟା କରିଥିଲା ସଇତାନ ପ୍ରେମିକ first appeared on Kanak News.

from Kanak News
via <a href="https://ifttt.com/?

ଶ୍ରମିକ ଉଦ୍ଧାରକୁ ସମୟ ଲାଗିବ: ସୁଡ଼ଙ୍ଗରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ

କନକ ବ୍ୟୁରୋ: କେବେ ଉଦ୍ଧାର ପାଇବେ ଟନେଲରେ ଫସିଥିବା ୪୧ ଶ୍ରମିକ, ସାରା ଦେଶବାସୀଙ୍କ ମୁହଁରେ ଏବେ ସେହି ପ୍ରଶ୍ନ । ବାରମ୍ବାର ମେସିନ ଭାଙ୍ଗିଯାଉଛି, ଫଳରେ ଉଦ୍ଧାରକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଛି । ଏସବୁ ଭିତରେ ସୁଡ଼ଙ୍ଗରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ତେବେ ଏସବୁ ଭିତରେ ଆଶ୍ୱସ୍ତିର କଥା ହେଉଛି ଯେ, ସୁଡ଼ଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକ ସୁସ୍ଥ ଅଛନ୍ତି ।

ଉତରକାଶୀ ସୁଡ଼ଙ୍ଗରୁ ଶ୍ରମିକ ଆଜି ବାହାରିବେ, କାଲି ବାହାରିବେ, ଆଉ କିଛି ଘଂଟାର ଅପେକ୍ଷା, ଏହିଭଳି ଖବର ଭିତରେ କୌଣସି ଆଶ୍ୱସ୍ତିକର ସୂଚନା ଆସିପାରୁନାହିଁ । ଆଉ ସମୟ ଗଡିବା ସହ ଭୟ ବି ବଢୁଛି । କିନ୍ତୁ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ବିଶେଷଜ୍ଞ ଅତି ସତର୍କତାର ସହ ଆଗକୁ ବଢୁଛନ୍ତି । ରବିବାରଠାରୁ ସୁଡଙ୍ଗର ଉପରପଟୁ କିଛି ଏହିଭଲି ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ଏଥିସହ ଭଗ୍ନାବଶେଷ ଦେଇ ଯେଉଁ ହୋରାଇଜେଂଟାଲ ଅର୍ଥାତ ସମାନ୍ତରାଳ ଖନନ ଚାଲିଥିଲା ତାକୁ ସାମୟିକ ଅଟକାଇ ଦିଆଯାଇଛି । କାରଣ ଉଭୟପଟୁ ଡ୍ରିଲିଂ କଲେ ସୁଡଙ୍ଗ ଧସିବାର ଆଶଙ୍କା ବି ରହିଛି । ରାଜ୍ୟର ନୋଡାଲ ଅଧିକାରୀ ନୀରଜ ଖେରବାଲ କହିଛନ୍ତି, ଖନନ କରୁଥିବା ଆମେରିକା ଅଗର ମେସିନର କିଛିଅଂଶ ଭାଙ୍ଗି ଯାଇଥିଲା । ହାଇଦ୍ରାବାଦରୁ ଅଣାଯାଇଥିବା ପ୍ଲାଜ୍ମା କଟର ଜରିଆରେ ଏହାକୁ କଟା ଯାଉଛି । ପ୍ରାୟ ୧୫ ମିଟର ଅଂଶ କଟା ସରିଛି । ବାକି ଅଂଶ ସୋମବାର ସୁଦ୍ଧା କାଟି ସଫା କରାଯିବ । ଏହାପରେ ମାନୁଆଲ ଉପାୟରେ ଭଗ୍ନାବଶେଷକୁ କଢାଯିବ । ଶ୍ରମିକଙ୍କ ପାଖରେ ପହଂଚିବାକୁ ଆଉମାତ୍ର ୧୦ ମିଟର ବାକି ଅଛି ।

ହୋରାଇଜେଂଟାଲ ଡ୍ରିଲିଂ ସମୟରେ ବାରମ୍ବାର ବାଧା ଆସୁଥିବାରୁ ଏବେ ବିକଳ୍ପ ରାସ୍ତା ନେଇ ବିଚାର କରାଯାଉଛି । ଏନଏଚଆଇଡିସିଏଲର ପ୍ରକଳ୍ପ ନିର୍ଦ୍ଦେଶକ ମେହମୁଦ ଅହମ୍ମଦ କହିଛନ୍ତି, ସୁଡ଼ଙ୍ଗର ଉପରପଟୁ ୧୫ ମିଟର ଯାଏଁ ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଛି । ଶ୍ରମିକଙ୍କ ପାଖରେ ପହଂଚିବାକୁ ପ୍ରାୟ ୮୬ ମିଟର ଖୋଳିବାକୁ ପଡ଼ିବ । ତେଣୁ ୪ ଦିନ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି । ଏପଟେ ଉତ୍ତରକାଶୀରେ ଆଗାମୀ ୩ ଦିନ ବର୍ଷା ଆଶଙ୍କା ରହିଛି । ୨୬ରୁ ୨୮ ତାରିଖ ଯାଏଁ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ବିଶେଷଜ୍ଞ ଓ ଉଦ୍ଧାରକାରୀ ଦଳର ଚିନ୍ତା ବଢାଇ ଦେଇଛି ।

ଭାଙ୍ଗି ଯାଇଥିବା ଅଗର ମେସିନକୁ କାଟି ବାହାର କରିବା ପରେ ପୁଣିଥରେ ଉଦ୍ଧାରକାରୀ ପାଇପକୁ ପ୍ରବେଶ କରାଯିବ । ଯଦି ୮୦୦ ମିଲିମିଟର ଗୋଲେଇର ପାଇପ ପ୍ରବେଶରେ ବାଧା ଆସେ, ତେବେ ଏହାକୁ କମାଇବା ନେଇ ମଧ୍ୟ ବିଚାର କରିବେ ବିଶେଷଜ୍ଞ ଦଳ । ଅର୍ଥାତ ୮୦୦ ମିଲିମିଟର ସ୍ଥାନରେ ୭୦୦ ମିଲିମିଟରର ପାଇପ ଖଞ୍ଜିବାକୁ ଯୋଜନା କରାଯିବ । ତେବେ ଭର୍ଟିକାଲ ଡ୍ରିଲିଂ ଅପେକ୍ଷା ହୋରାଇଜେଂଟାଲ ଡ୍ରିଲିଂ ଅଧିକ ସୁରକ୍ଷିତ ବୋଲି କୁହାଯାଉଛି । କିନ୍ତୁ ଏଥିପାଇଁ ନିୟୋଜିତ ଅଗର ମେସିନର ବ୍ଲେଡ ଭାଙ୍ଗିଯିବା ପରେ ସମସ୍ୟା ବଢିଯାଇଛି । ଉପରପଟୁ ଚାପ ପଡିଲେ ସୁଡ଼ଙ୍ଗ ଭୁଶୁଡ଼ି ଯିବାର ଆଶଙ୍କା ଥିବାରୁ ସତର୍କତାର ସହ ଡ୍ରିଲିଂ କରାଯାଉଛି । ହେଲେ ଏଥିପାଇଁ ଅଧିକ ସମୟ ଲାଗୁଥିବାରୁ ସମସ୍ତଙ୍କ ଭିତରେ ଭୟ ଓ ଆଶଙ୍କା ଲାଗିରହିଛି ।

The post ଶ୍ରମିକ ଉଦ୍ଧାରକୁ ସମୟ ଲାଗିବ: ସୁଡ଼ଙ୍ଗରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ଆଜି ରାତିରେ ବି ଚାଲିବ ଜଗାଦର୍ଶନ: ହେବନି ମହାପ୍ରଭୁଙ୍କ ପହଡ

କନକ ବ୍ୟୁରୋ: ରାତି ପାହିଲେ କାର୍ତିକ ପୂର୍ଣ୍ଣିମା । ଏପଟେ ସାରା ରାତି ଜଗା ଦର୍ଶନର ସୁଯୋଗ ପାଇବେ ଭକ୍ତ । ପଂଚୁକ ତଥା ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜର ରଖି ରାତିସାରା ଜଗା ଦର୍ଶନର ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ଆଜି ରାତିରେ ମହାପ୍ରଭୁଙ୍କ ପ୍ରତୀକାତ୍ମକ ପହଡନୀତି କରାଯିବ । ସେପଟେ କାର୍ତିକ ପୂର୍ଣ୍ଣିମାରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ୬୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ।

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ପବିତ୍ର କାର୍ତିକ ମାସର ଅନ୍ତିମ ଦିନ । ଆଉ କାଲି ମହାପ୍ରଭୁ ଭକ୍ତଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ । ଏଥିପାଇଁ ଲକ୍ଷାଧିକ ଭକ୍ତଙ୍କ ପୁରୀକୁ ସୁଅଛୁଟିଛି । ଏହାକୁ ଦୃଷ୍ଟିରେ ଆଜି ରାତି ସାରା ପୁରୀରେ ଚାଲିବ ଜଗା ଦର୍ଶନା କାଲି ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଯେଉଁ ଭକ୍ତମାନେ ଚାହିଁବେ ସେମାନେ ଆସି ରାତିରେ ଜଗାକାଳିଆଙ୍କୁ ଦର୍ଶନ କରିପାରିବେ । ଆଜି ରାତିରେ ମହାପ୍ରଭୁଙ୍କ କେବଳ ପ୍ରତୀକାତ୍ମକ ପହଡ ହେବ । ଆଜି ଜଗାଙ୍କୁ ଦର୍ଶନ କରି ଭକ୍ତ ଖୁସି ଥିବାବେଳେ କାଲି ମହାପ୍ରଭୁଙ୍କ ସୁନାବେଶ ପାଇଁ ଭକ୍ତଙ୍କ ଉକ୍ରଣ୍ଠା ବଢିଛି ।

କାଲି ମହାପ୍ରଭୁଙ୍କ ସୁନାବେଶକୁ ଦୃଷ୍ଟିରେ ରଖି ପ୍ରଶାସନ ବିଶେଷ ବ୍ୟବସ୍ଥା କରିଛି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

-ଭିଡ ନିୟନ୍ତ୍ରଣ ପାଇଁ ୬୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ
-ମନ୍ଦିର ଭିତରେ କେବଳ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ
-ବେଳାଭୂମିରେ ପୁଲିସ ଓ ଲାଇଫଗାର୍ଡ ରହିବେ
-ମାର୍କେଟ ଛକଠାରୁ ଶ୍ରୀ ମନ୍ଦିର ଯାଏଁ ନୋ ଭେଇକଲ ଜୋନ

ରାତି ବଢିବା ସହ ପୁରୀରେ ଭକ୍ତଙ୍କ ଭିଡ ବି ବଢୁଛି । ଏଥର କାର୍ତିକ ପୂର୍ଣ୍ଣିମା ଭକ୍ତଙ୍କ ଭିଡ ଦୁଇଗୁଣା ଅଧିକ ହେବା ସମ୍ଭାବନା ଥିବାରୁ ପ୍ରଶାସନ କଡା ନଜର ରଖିଛି ।

The post ଆଜି ରାତିରେ ବି ଚାଲିବ ଜଗାଦର୍ଶନ: ହେବନି ମହାପ୍ରଭୁଙ୍କ ପହଡ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି: କେମିତି ବିକ୍ରି ହେବ ଧାନ, ଚିନ୍ତାରେ ଚାଷୀ

କନକ ବ୍ୟୁରୋ: ଧାନ ଅମଳର ସମୟ ଆସିଲା, ପୁଣି ମଣ୍ଡି ପାଇଁ ଚାଷୀର ଚିନ୍ତା ବଢ଼ିଲା । ଆଉ ଏପଟେ ମଣ୍ଡିକୁ ନେଇ ରାଜନୀତି ବି ଜୋର ଧରିଲା । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ମଣ୍ଡିରେ ଥିବା ଅବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ମଣ୍ଡିଗୁଡିକରେ ସ୍ୱତନ୍ତ୍ର ଟିମ୍ ଯାଇ ତଦାରଖ କରିବା ନେଇ କହିଛନ୍ତି ସମବାୟ ମନ୍ତ୍ରୀ । ପ୍ରତିବର୍ଷ ମଣ୍ଡିକୁ ନେଇ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ହେଲେ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ ।

ଏବେ ଧାନ ଅମଳର ସମୟ । ଜମିରେ ଧାନ ପାଚିଲା ପରେ ଏବେ ଚାଷୀ ତାକୁ କାଟି ଖଳାକୁ ଆଣୁଛି । କିନ୍ତୁ ଅଧିକାଂଶ ସ୍ଥାନରେ ମଣ୍ଡି ଖୋଲି ନଥିବାରୁ ଅମଳ ଧାନକୁ କେଉଁଠି ରଖିବ? କେମିତି ବିକ୍ରି କରିବ? ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି । ଅନ୍ୟପଟେ ମଣ୍ଡି ଖୋଲିନଥିବାରୁ ଚାଷୀ ଦଲାଲକୁ କମ୍ ଦାମରେ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଥିବା ସାମନାକୁ ଆସିଛି ।

ମଣ୍ଡି ଖୋଳିବାକୁ ନେଇ ଚାଷୀ ଚିନ୍ତାରେ ଥିବାବେଳେ, ଏହି ପ୍ରସଙ୍ଗରେ ରାଜନୀତି ଜୋର ଧରିଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଗୋଟିଏ ପଟେ ବିରୋଧୀ ମଣ୍ଡିରେ ଥିବା ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତିି । ତେବେ ମଣ୍ଡିଗୁଡିକରେ ସ୍ୱତନ୍ତ୍ର ଟିମ୍ ଯାଇ ତଦାରଖ କରିବା ସହ ଅନିୟମିତା ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ସବୁ ବର୍ଷ ଧାନ ଅମଳ ସମୟ ଆସିଲେ ମଣ୍ଡିରେ ବିକ୍ରି କରିବା, ଏକ ବଡ ପ୍ରସଙ୍ଗ ହୋଇଥାଏ । କଟନି ଛଟନି ଠାରୁ ଆରମ୍ଭ କରି ଟୋକନ ବ୍ୟବସ୍ଥା ଭିତରେ, ଛନ୍ଦି ହୋଇଥାନ୍ତି ଚାଷୀ । ଯାହା ଚଳିତ ବର୍ଷ ପୁଣି ଥରେ ଆରମ୍ଭ ହୋଇଛି ।

The post ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି: କେମିତି ବିକ୍ରି ହେବ ଧାନ, ଚିନ୍ତାରେ ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ଚୀନରେ ନିମୋନିଆ: ଆକ୍ସନରେ ଭାରତ ସରକାର, ସତର୍କ ରହିବାକୁ ଚେତାଇଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

କନକ ବ୍ୟୁରୋ: ଚୀନରେ ନିମୋନିଆ, ସତର୍କ ହେଲା ଭାରତ । କୋଭିଡ ପରି ମହାମାରୀ ଚିନରୁ ଆରମ୍ଭ ହୋଇସାରା ବିଶ୍ୱକୁ ବିପଦ ମୁହଁକୁ ଠେଲି ଦେଇଥିଲା । ଏବେ ପୁଣି ଏକ ରହସ୍ୟମୟ ରୋଗ ଚୀନରୁ ଆରମ୍ଭ ହୋଇଛି । ଏକପ୍ରକାର ନିମୋନିଆରେ ଚୀନରେ ହଜାର ହଜାର ଶିଶୁ ଆକ୍ରାନ୍ତ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟୃ ସଂଗଠନ ଏନେଇ ବେଜିଂ ନିକଟରୁ ରିପୋର୍ଟ ମାଗିଥିଲା । ଏହି ଘଟଣା ପରେ ଭାରତ ସତର୍କ ହୋଇପଡ଼ିଛି । ଏ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶନାମା ଜାରି କରି ପ୍ରସ୍ତୁତିର ସମୀକ୍ଷା କରିବାକୁ କୁହାଯାଇଛି ।

ଚୀନରେ ଆତଙ୍କ ଖେଳାଇଛି ରହସ୍ୟମୟ ନିମୋନିଆ । ବିଶେଷକରି ଶିଶୁଙ୍କ ମଧ୍ୟରେ ମାଇକୋପ୍ଲାଜମା ନିମୋନିଆ ଓ ଇନଫ୍ଲୁଏଞ୍ଜା ଫ୍ଲୁ ବ୍ୟାପୁଛି । ଏହି ମହାମାରୀ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିସ୍ତୁତ ରିପୋର୍ଟ ମାଗିବା ପରେ ଆଲର୍ଟ ହୋଇଛନ୍ତି ଭାରତ ସରକାର । ଏ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ,
-ସବୁ ହସପିଟାଲରେ ପ୍ରସ୍ତୁତିକୁ ତୁରନ୍ତ ସମୀକ୍ଷା କରାଯାଉ
– ଇନଫ୍ଲୁଏଞ୍ଜା ଓ ଥଣ୍ଡା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ
-ହସପିଟାଲରେ ବେଡ ଉପଲବ୍ଧତା ଉପରେ ଦୃଷ୍ଟି ଦିଆଯାଉ
-ଇନଫ୍ଲୁଏଞ୍ଜା ପାଇଁ ଟିକା ଓ ଔଷଧ, ଆଂଟିବାୟଟିକ୍ ଓ ଅମ୍ଲଜାନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ
-ଶିଶୁ ଓ ଯୁବକଙ୍କ ମଧ୍ୟରେ ବଢୁଥିବା ଇନଫ୍ଲୁଏଞ୍ଜା ଉପରେ ନଜର ରଖାଯାଉ

ସରକାରଙ୍କ ପକ୍ଷରୁ କୁହାଯାଇଛି, ଭାରତରେ ଏଭଳି ରହସ୍ୟମୟ ନିମୋନିଆର ବିପଦ କମ । କିନ୍ତୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଚୀନରେ ଶିଶୁମାନଙ୍କ ମଧ୍ୟରେ ଶ୍ୱାସଜନିତ ସମସ୍ୟା ବଢୁଥିବାରୁ ଏହାଉପରେ ନଜର ରଖାଯାଇଛି ।

ଚୀନର ରହସ୍ୟମୟ ନିମୋନିଆ ଯୋଗୁଁ ହଜାର ହଜାର ପିଲା ଅସୁସ୍ଥ ହୋଇପଡିଛନ୍ତି । ଏହା ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ଆକଳନ ଅନୁସାରେ ଚୀନରେ ଏହି ରୋଗରେ ଦିନକୁ ୭ ହଜାରରୁ ଅଧିକ ଶିଶୁ ଡାକ୍ତରଖାନାରେ ଭର୍ତି ହେଉଛନ୍ତି ।

ଚୀନରେ ଏହି ମହମାରୀର କେନ୍ଦ୍ର ସ୍ଥଳ ବେଜିଂ ବୋଲି ଜଣାପଡିଛି । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଅସୁସ୍ଥ ହୋଇପଡିଥିବାରୁ ଅନେକ ସ୍କୁଲରେ ପାଠପଢା ବନ୍ଦ ରହିଛି । ଏହି ରହସ୍ୟମୟ ନିମୋନିଆ ଯୋଗୁଁ-

-ପିଲାଙ୍କୁ ପ୍ରବଳ ଜ୍ୱର ହେଉଛି
-ଫୁସଫୁସରେ ସଂକ୍ରମଣ ହେଉଛି, କିନ୍ତୁ କାଶ ହେଉନାହିଁ
-ମାଇକୋପ୍ଲାଜମା ନିମୋନିଆକୁ ଏହାର କାରଣ ଭାବେ ବିବେଚନା କରାଯାଉଛି
-ମାଇକୋପ୍ଲାଜମା ନିମୋନିଆ ଏକ ସାଧାରଣ ବ୍ୟାକ୍ଟେରିଆ ଯାହା ଛୋଟ ପିଲାଙ୍କୁ ପ୍ରଭାବିତ କରିଥାଏ

କେନ୍ଦ୍ର ସରକାର ଏ ନେଇ ଆଲର୍ଟ କରିବା ପରେ ରାଜ୍ୟ ସରକାର ବି କୋଭିଡ ଷ୍ଟେକୁ ବଢାଯିବ ସହ ଜିଲ୍ଲାରେ ସର୍ଭିଲାନ୍ସକୁ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚୀନର ଏହି ସ୍ୱାସ୍ଥ୍ୟଗତ ସଙ୍କଟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବି ଚିନ୍ତା ପ୍ରକଟ କଲାଣି । ଆଶ୍ୱସ୍ତିର କଥା ହେଲା, ସଂକ୍ରମଣର ତୀବ୍ରତା ସତ୍ୱେ କେହି ମୃତାହତ ହୋଇନାହାନ୍ତି । ତା ସତ୍ୱେ ସତର୍କ ରହିବାକୁ ଭାରତ ସମେତ ସବୁ ଦେଶ ତତ୍ପର ହୋଇଛନ୍ତି ।

The post ଚୀନରେ ନିମୋନିଆ: ଆକ୍ସନରେ ଭାରତ ସରକାର, ସତର୍କ ରହିବାକୁ ଚେତାଇଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ first appeared on Kanak News.

from Kanak News
via <a href="https://ifttt.com/?

ବିନା ମାଟି ଓ ବିନା ସୂର୍ଯ୍ୟାଲୋକରେ କେଶର ଚାଷ । ତାପମାତ୍ରା ନିୟମନ୍ତ୍ରଣ କରି ଘର ଭିତରେ ଚାଷ କରୁଛନ୍ତି ଷ୍ଟ୍ରବେରୀ, ଲିଟ୍ୟୁସ୍ ଓ କେଶର

କନକ ବ୍ୟୁରୋ : ଘରେ ଫୁଟିଛି କାଶ୍ମୀର କେଶର । ଆଉ ତାହା ପୁଣି ବିନା ମାଟି ଆଉ ବିନା ସୂର୍ଯ୍ୟାଲୋକରେ । ଅକ୍ଲାନ୍ତ ପରିଶ୍ରମ ଓ ଗବେଷଣା କରି ଏହାକୁ ସମ୍ଭବ କରିଛନ୍ତି ଭୁବନେଶ୍ୱରର ବାସିନ୍ଦା ସୁବ୍ରତ ମହାନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ମୂର୍ତିକା ବିିଜ୍ଞାନରେ ଅଧ୍ୟୟନ କରି ସେ ଏହା ଉପରେ ଗବେଷଣା କରିଥିଲେ । ଆଉ ଏବେ ଏହାକୁ ନେଇ ସେ ସଫଳ ହୋଇଛନ୍ତି । ଘରେ କେଶର, ଷ୍ଟ୍ରବେରି ସହ ଲିଟ୍ୟୁସ ବା ସାଲାଡ଼ ପତ୍ର ଚାଷ କରିଛନ୍ତି ସୁବ୍ରତ ମହାନ୍ତି । ବିଭିନ୍ନ ଜ୍ଞାନ କୌଶଳ ଉପଯୋଗ କରି ଏଥିରେ ସଫଳ ହେବା ପରେ ଏବେ ବଜାରକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁବ୍ରତ ।

୨୦୧୪ରୁ ୩୫ରୁ ଉଦ୍ଧ୍ୱର୍ ଗଛ ନେଇ ଗବେଷଣା କରିଥିଲେ ସୁବ୍ରତ । କେଶର, ଲିଟ୍ୟୁସ ଚାଷରେ ପ୍ରଥମେ ବିଫଳ ହେବା ପରେ ହାର ନମାନି ଆଉଥରେ ଗବେଷଣା କରି ସେଥିରେ ସଫଳ ହୋଇଥିଲେ । ଏବେ ଏରୋପନିକ ସିଷ୍ଟମ ପଦ୍ଧତିରେ କୋକୋ ପାଉଡ଼ର ସହ ବିଭିନ୍ନ ଜୈବୀକ ସାର ଦେଇ ସେ ଏହି ଚାଷ କରୁଛନ୍ତି । କେଶର ଚାଷ ପାଇଁ ୫ରୁ ୧୦ ଡିଗ୍ରୀ ତାପମାତ୍ର ଆବଶ୍ୟକ ଥିବା ବେଳେ ଷ୍ଟ୍ରବେରୀ ଚାଷ ପାଇଁ ୧୨ରୁ ୧୫ ଡିଗ୍ରୀ, ଲିଟ୍ୟୁସ୍ ଚାଷ ପାଇଁ ସର୍ବାଧିକ ୨୫ ଡିଗ୍ରୀ ତାପମାତ୍ରାର ଆବଶ୍ୟକତା ରହିଛି । ଏଥିପାଇଁ ନିର୍ଦ୍ଧିଷ୍ଟ ଆଦ୍ରତା ମଧ୍ୟ ଆବଶ୍ୟକତା ରହିଛି । ତେଣୁ ବିଭିନ୍ନ ମେସିନ୍ ତଥା ତାପମାତ୍ରାକୁ ତଦାରଖ କରିବା ପାଇଁ ସେନସର ବ୍ୟବସ୍ଥା କରିଛନ୍ତି ସୁବ୍ରତ ।

ଏହି ସବୁ ଚାଷର ଅଧିକ ଆବଶ୍ୟକତା ରହିଥିବା ବେଳେ କମ୍ ଚାଷ ହେଉଛି । ସେହିଭଳି ଚାହିଦା ଅନୁସାରେ ଉତ୍ପାଦନ ମଧ୍ୟ କମ୍ ହେଉଛି । ତେଣୁ ଅଧିକ ଉତ୍ପାଦନ ପାଇଁ ସୁବ୍ରତ ମହାନ୍ତିଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

The post ବିନା ମାଟି ଓ ବିନା ସୂର୍ଯ୍ୟାଲୋକରେ କେଶର ଚାଷ । ତାପମାତ୍ରା ନିୟମନ୍ତ୍ରଣ କରି ଘର ଭିତରେ ଚାଷ କରୁଛନ୍ତି ଷ୍ଟ୍ରବେରୀ, ଲିଟ୍ୟୁସ୍ ଓ କେଶର first appeared on Kanak News.

from Kanak News
via <a href="https://ifttt.com/?

 ରୋଜଗାରର ମାଧ୍ୟମ ପାଲଟିଛି ପାଣି ସିଙ୍ଗଡା ଚାଷ । ଋତୁକାଳୀନ ଫଳ ଭାବେ ବର୍ଷକୁ ୩ ଥର ହେଉଛି ଅମଳ

କନକ ବ୍ୟୁରୋ : ଉତର ବାଲେଶ୍ୱରର ଅନ୍ୟ ଏକ ଲାଭ ଦାୟକ ଫସଲ ହେଉଛି ପାଣି ସିଙ୍ଗଡ଼ା ଚାଷ । ବାଲେଶ୍ୱର ଜିଲ୍ଲାର ହଳଦିପଦା, ଅମର୍ଦ୍ଧାରୋଡ ଏବଂ ଲଙ୍ଗଳେଶ୍ୱର ଅଂଚଳରେ ଏହି ଚାଷ ବହୁଳ ପରିମାଣରେ ହୋଇଥାଏ । ହଳଦୀପଦା ଗାଁର ବିଶ୍ୱଜିତ ବେହେରା ପାଖାପାଖି ୫ ଏକର ଜମିରେ ପାଣି ସିଙ୍ଗଡ଼ା ଚାଷ ସ୍ୱାବଲମ୍ବୀ ହୋଇଛନ୍ତି । ବିଶ୍ୱଜିତ ଗ୍ରାଜୁଏସନ ପାସ କରିବା ପରେ ଚାକିରି ପ୍ରତି ଆଶା ଥଲେ ମଧ୍ୟ ଚାକିରି ନମିଳିବାରୁ ଏହି ଚାଷ ପ୍ରତି ମନ ବଳାଇଥିଲେ । ପାଖାପାଖି ୫ ଏକର ଜମିରେ ସେ ଏହି ଚାଷ କରିଥିବା ବେଳେ ମାସକୁ ୫୦ ରୁ ୬୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଅମଳ ହେଉଥିବା ଫଳ ସ୍ଥାନୀୟ ଅଂଚଳର ବ୍ୟବସାୟୀ ମାନଙ୍କୁ ବିକ୍ରୀ କରିବା ସହିତ ଜଳେଶ୍ୱର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି । ବ୍ୟବସାୟୀ ମାନେ କେଜି ପିଛା ୨୫ ରୁ ୩୦ ଟଙ୍କାରେ ନେଇ ୪୦ ରୁ ୫୦ ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତ୍ି ।

ଏହି ଚାଷ ପାଇଁ ଜମିରେ ୩ ରୁ ୪ ଫୁଟ ପାଣି ରହିବା ଆବଶ୍ୟକ । ଗଛ ଲଗାଇବାର ୩ ମାସ ପରେ ଏହା ଅମଳକ୍ଷମ ହୋଇଥାଏ । ଅକ୍ଟୋବର ମାସରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଏହି ଫଳ ଅମଳ ହୋଇଥାଏ । ଏକ ଏକର ଜମିରୁ ପାଖାପାଖି ୧୭୫ କୁଇଂଟାଲ ପାଣିସିଙ୍ଗଡ଼ା ଅମଳ ହୋଇଥାଏ । ଯାହାର ମୂଲ୍ୟ କୁଇଂଟାଲ ପ୍ରତି ୧୫ ଶହରୁ ୨ ହଜାର ଟଙ୍କା । ତେବେ ବିଶ୍ୱଜିତଙ୍କ ନିକଟରୁ ସ୍ଥାନୀୟ ଅଂଚଳର ବ୍ୟବସାୟୀ ମାନେ ଏହି ଫଳ କିଣି ଦୈ÷ନିକ ୭ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ଏହି ବ୍ୟବସାୟୀ ମାନେ ହଳଦୀପଦା ନିକଟ ୬୦ ନମ୍ବର ଜାତୀୟ ରାଜପଥ ପଶ୍ୱର୍ରେ ବ୍ୟବସାୟ କରୁଥିବାବେଳେ ଗ୍ରାହକ ମାନେ ମଧ୍ୟ ବେଶ ଆଗ୍ରହର ସହ କିଣି ନେଉଛନ୍ତି ।

ବିଶ୍ୱଜିତଙ୍କ ପାଣିସିଙ୍ଗଡ଼ା ପୋଖରୀରୁ ଫଳ ନେଇ ପାଖାପାଖି ୨୦ରୁ ଅଧିକ ଲୋକ ବ୍ୟବସାୟୀ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଅନ୍ୟ ମାନେ ମଧ୍ୟ ଏହି ଚାଷ କରି ବେଶ ଲାଭବାନ ହୋଇପାରିବେ ବୋଲି କହିଛନ୍ତି ବିଶ୍ୱଜିତ ।

The post  ରୋଜଗାରର ମାଧ୍ୟମ ପାଲଟିଛି ପାଣି ସିଙ୍ଗଡା ଚାଷ । ଋତୁକାଳୀନ ଫଳ ଭାବେ ବର୍ଷକୁ ୩ ଥର ହେଉଛି ଅମଳ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଭାରତ । ୫ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ସେହିପରି ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଟିମ ପ୍ରଥମ ମ୍ୟାଚରେ ତାର ଜଲୱା ଦେଖାଇ ସାରିଛି । ତେବେ ଦ୍ୱିତୀୟ ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା ରହିଛି ।

The post ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି: ଆସନ୍ତାକାଲି ପାରାଦୀପରେ ବୋଇତବନ୍ଦାଣ ଉତ୍ସବରେ ଯୋଗଦେବେ

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ଓ ବାଜାର ସହିତ ସ୍ବାଗତ କରାଯାଇଛି। ସେହିପରି ବିମାନମନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ରଘୁବର ଦାସ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ ଓ ମେୟର ସୁଲୋଚନା ଦାସ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୬ ପ୍ଲାଟୁନ ପୁଲିସ ଫୋର୍ସ ସହ ୧୦୦ ଅଫିସର ମୁତୟନ ଅଛନ୍ତି।

ସୂଚନାଯୋଗ୍ୟ, ମହାମିହମ ଆଜି ରାଜଭବନରେ ବିଶ୍ରାମ ନେବେ। କାଲି (ସୋମବାର) ସକାଳ ୮.୩୦ରୁ ରାଜଭବନରୁ ବାହାରି ୮.୪୦ ରେ ସ୍ଵତନ୍ତ୍ର ବିମାନରେ ପାରାଦ୍ଵୀପ ଯିବେ। ଆସନ୍ତାକାଲି (ସୋମବାର) ସେ ପାରାଦ୍ଵୀପରେ ପୂର୍ବାହ୍‌ଣ ୧୦ଟାରେ ଆୟୋଜନ ହେବାକୁ ବୋଇତ ବନ୍ଦାଣ କାର୍ୟ୍ୟକ୍ରମରେ ଯୋଗଦେବେ। ସେହିପରି ବୋଇତ ବନ୍ଦାଣ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ, ବିଶ୍ବେଶ୍ବର ଟୁଡୁ, ଶାନ୍ତନୁ ଠାକୁର, ରାଜ୍ୟ ସରକାରଙ୍କ ବାଣିଜ୍ୟ ମନ୍ତ୍ରୀ ଟୁକୁନି ସାହୁ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଯୋଗଦେବେ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୨୦ରୁ ୨୨ ତାରିଖ ମଧ୍ୟରେ ତିନି ଦିନିଆ ଓଡ଼ିଶା ଗସ୍ତ କରିଥିଲେ। ସେହି ସମୟରେ ସେ ମୟୂରଭଂଜ ଜିଲ୍ଲାର ବାରିପଦା, ରାଇରଂଗପୁର, ପାହାଡ଼ପୁର ଓ ସମ୍ବଲପୁର ଜିଲ୍ଲାର ବୁର୍ଲାରେ ଏକାଧିକ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

The post ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି: ଆସନ୍ତାକାଲି ପାରାଦୀପରେ ବୋଇତବନ୍ଦାଣ ଉତ୍ସବରେ ଯୋଗଦେବେ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started