କୋରାପୁରର ଅବହେଳିତ ପର୍ଯ୍ୟଟନସ୍ଥଳୀ । ପୁଞ୍ଜିସିଲ ଜଳ ପ୍ରପାତରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା

କନକ ବ୍ୟୁରୋ : ବୁଲା ବୁଲି ପାଇଁ କୋରାପୁଟ ଜ଼ିଲ୍ଲାରେ ରହିଛି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ । କିଟିଏ ଅବସର ମିଳିଲେ ବଣ ପାହାଡ଼ ଘେରା ସୌଧର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଧାଇଁ ଆସନ୍ତି । ଜ଼ିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି, ଯାହା ଆଜିବି ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ରହି ଯାଉଛି । ସେମିତି ଏକ ସ୍ଥାନ ହେଉଛି ଦଶମନ୍ତପୁର ବ୍ଲକ ପୋଡଡ଼ାଗଡ ଠାରେ ରହିଥିବା ପୁଞ୍ଜିସିଲ ଜଳପ୍ରପାତ ।
କୋରାପୁଟ ସଦର ମହକୁମା ଠାରୁ ମାତ୍ର ୨୨ କିଲୋମିଟର ଦୂରରେ ରହିଛି ପୁଞ୍ଜିସିଲ ଜଳପ୍ରପାତ । କାରାପୁଟ ରାୟଗଡ଼ା ଜାତୀୟ ରାଜପଥ ପୋଡ଼ଗଡ଼ ଠାରୁ ମାତ୍ର ୪ କିଲୋମିଟର । ଦୂରରେ ରହିଛି ପ୍ରାକୃତିକ ସୌଧର୍ଯ୍ୟରେ ଭରପୁର ଏହି ପର୍ଯ୍ୟଟନ ସ୍ଥଳ ।ହେଲେ ଏଠାରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ଥରେ ଆସିଲେ ଦ୍ୱିତୀୟ ଥର ଆସିବା ପାଇଁ ଇଚ୍ଛା କରୁନାହାନ୍ତି ।

ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଜ଼ିଲ୍ଲା ଖଣିଜ ପାଣ୍ଠିରୁ କୋଡ଼ିଏ ଲକ୍ଷ ଟଙ୍କାରେ ଶୌଚାଳୟ ଓ ବିଶ୍ରାମ ଗୃହ ନିର୍ମାଣ କରାଯାଇଛି । କିନ୍ତୁ ଜଳ ଯୋଗାଣ ହୋଇନଥିବାରୁ ପାଣି ଟ୍ୟାବ ଭାଙ୍ଗି ଗଲାଣି, ଶୌଚାଳୟ ଏବେ ଜଙ୍ଗଲରେ ପରିଣତ ହେବାକୁ ବସିଲାଣି । ପିଇବାକୁ ପାଣି ନାହିଁ, ବିଦ୍ୟୁତ୍ ଖୁଂଟ ପୋତା ଯାଇଛି, ହେଲେ ବିଜୁଳି ସଂଯୋଗ ହୋଇନାହିଁ । ତେଣୁ କୁଳୁକୁଳୁ ନାଦ କରି ବହି ଯାଉଥିବା ଏହି ଝରଣାକୁ ଦେଖିବା ପାଇଁ ପର୍ଯ୍ୟଟକ ଆସିବାକୁ ଅମଙ୍ଗ ହେଉଥିବା କ୍ଷୋଭର ସହ କହିଛନ୍ତି ।

ଯଦି ପର୍ଯ୍ୟଟକଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯିବ, ସମସ୍ତ ବ୍ୟବସ୍ଥା କରାଯିବ, ତେବେ କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ମାନ ଚିତ୍ରରେ ନିଶ୍ଚିତ ରୂପେ ନୂଆ ତଥା ବିଶେଷ ସ୍ଥାନ ଅଧିକାର କରିବ ପୁଞ୍ଜିସିଲ ଜଳ ପ୍ରପାତ ।

The post କୋରାପୁରର ଅବହେଳିତ ପର୍ଯ୍ୟଟନସ୍ଥଳୀ । ପୁଞ୍ଜିସିଲ ଜଳ ପ୍ରପାତରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା first appeared on Kanak News.

from Kanak News
via <a href="https://ifttt.com/?

ଯୁବ ଇଂଜିନିୟରଙ୍କ କୁକୁର ପ୍ରେମ । ବୁଲା କୁକୁରଙ୍କ ଭରସାର ବନ୍ଧୁ ରାକେଶ କୁମାର ରଥ

କନକ ବ୍ୟୁରୋ : ବିଦେଶୀ ଦାମୀ କୁକୁର ଘରେ ରଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ହେଲେ କିଛି ଯୁବପିଢି ଅଛନ୍ତି ଯେଉଁମାନେ ଦେଶୀ ବୁଲା କୁକୁରଙ୍କୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ରୋଷେଇ କରି ଖାଇବାକୁ ଦିଅନ୍ତି । ସେମିତି ଜଣେ ଯୁବକ ହେଉଛନ୍ତି ସଫ୍ଟୱେର ଇଂଜିନିୟର ରାକେଶ କୁମାର ରଥ । ୨୦୧୭ ମସିହାରୁ ବୁଲା କୁକୁରଙ୍କୁ ଭାତ-ଚିକେନ୍ ଖାଇବାକୁ ଦେଉଛନ୍ତି ।

ବ୍ୟସ୍ତ ବହୁଳ ଜୀବନରେ ଅନେକ ଲୋକ ଅଛନ୍ତି, ନିଜ ଲୋକଙ୍କ ପାଇଁ ସମୟ ଦେଇ ପାରନ୍ତି ନାହିଁ । ସେତେବେଳେ ଇଂଜିନିୟର ରାକେଶ ନିଜର କର୍ମମୟ ଜୀବନରୁ ସମୟ କାଢି କୁକୁରଙ୍କୁ ଖାଇବାକୁ ଦିଅନ୍ତି । ସ୍କୁଟିରେ ଭାତ ଆଉ ଚିକେନ୍ ଧରି ଭୁବନେଶ୍ୱର ସାରା ବୁଲି ବୁଲି ପ୍ରାୟ ଶହେ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି । କୁକୁରଙ୍କ ପାଇଁ ପ୍ରତି ମାସରେ ଦୁଇ କ୍ୱିଂଟାଲ ଚାଉଳର ଭାତ ରାନ୍ଧିଥାନ୍ତି ।

କରୋନା ବେଳେ ୪ଶହରୁ ୫ଶହ କୁକୁରଙ୍କୁ ଖାଇବାକୁ ଦେଉଥିଲେ । ଏବେ ସେହି ସଂଖ୍ୟା ଟିକେ କମି ଯାଇଛି । ତେବେ ଏଠି ଭୟ ନୁହେଁ ଭରସାର ସାଥୀ ସାଜିଛନ୍ତି ଯୁବ ଇଂଜିନିୟର ରାକେଶ ।

The post ଯୁବ ଇଂଜିନିୟରଙ୍କ କୁକୁର ପ୍ରେମ । ବୁଲା କୁକୁରଙ୍କ ଭରସାର ବନ୍ଧୁ ରାକେଶ କୁମାର ରଥ first appeared on Kanak News.

from Kanak News
via <a href="https://ifttt.com/?

ମହାକାଳପଡାରେ କେ-ଟୁ ପଟ୍ଟାରେ ଥଇଥାନ ହୋଇଥିଲେ ବଂଗୀୟ ଶରଣାର୍ଥୀ । ପଟ୍ଟାକୁ ନେଇ ଜିଲ୍ଲାପାଳଙ୍କ ସ୍ପଷ୍ଟିକରଣ ପରେ ମୁଣ୍ଡ ଟେକିଲା ନୂଆ ବିବାଦ

କନକ ବ୍ୟୁରୋ : ମହାକାଳପଡାରେ ଶିଳ୍ପ ସ୍ଥାପନ ପାଇଁ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । କିନ୍ତୁ ପ୍ରସ୍ତାବିତ ପ୍ରକଳ୍ପ ମହାକାଳପଡା ବ୍ଲକର ଯେଉଁ ଅଂଚଳରେ ହେବାକୁ ଯୋଜନା ହୋଇଛିି, ସେହି ଅଂଚଳରେ ବଂଗୀୟ ଶରଣାର୍ଥୀଙ୍କ ଜମି ପଟ୍ଟାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ଗୋଟିଏ ପଟେ ବଂଗୀୟ ଶରଣାର୍ଥୀଙ୍କୁ ପୁଣି ଥରେ କେ-୨ ଜମି ପଟ୍ଟା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ କ୍ଲିନଚିଟ୍ ଦେଇଛନ୍ତି । କିନ୍ତୁ ଅନ୍ୟପଟେ ଏହାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛି ।

ଉଭୟ ପକ୍ଷ ଅଲଗା ଅଲଗା ବୈଠକ କରିଛନ୍ତି । ଗୋଟିଏ ଗୋଷ୍ଠୀ ଖରନାସୀ ବାତ୍ୟା ଆଶ୍ରୟସ୍ଥଳୀରେ ବୈଠକ କରିଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ସ୍ଥାନୀୟ କାଳିବାଡିରେ ବୈଠକ କରିଛନ୍ତି । ସପକ୍ଷବାଦୀମାନେ ଜିଲ୍ଳାପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିଥିବାବେଳେ ବିପକ୍ଷବାଦୀମାନେ ସମସ୍ୟାର ସମାଧାନ ହୋଇନଥିବା କହିଛନ୍ତି ।

ପୂର୍ବରୁ ରାଜ୍ୟ ସରକାର ବଂଗୀୟ ଶରଣାର୍ଥୀଙ୍କ କେ-୨ ପଟ୍ଟ ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ୨୦୧୨ରେ ଅନଲାଇନ ବ୍ୟବସ୍ଥା ହେବା ପରେ ଦିଆଯାଇଥିବା ଜମିକୁ ଜଂଗଲ ଜମି ଦର୍ଶାଇ ସେମାନଙ୍କଠାରୁ ଆଉ ଖଜଣା ନେଇନଥିଲେ ସରକାର । ଯାହାକୁ ନେଇ ସେମାନେ ଆତଙ୍କିତ ହୋଇପଡିଥିଲେ । ଆଉ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

The post ମହାକାଳପଡାରେ କେ-ଟୁ ପଟ୍ଟାରେ ଥଇଥାନ ହୋଇଥିଲେ ବଂଗୀୟ ଶରଣାର୍ଥୀ । ପଟ୍ଟାକୁ ନେଇ ଜିଲ୍ଲାପାଳଙ୍କ ସ୍ପଷ୍ଟିକରଣ ପରେ ମୁଣ୍ଡ ଟେକିଲା ନୂଆ ବିବାଦ first appeared on Kanak News.

from Kanak News
via <a href="https://ifttt.com/?

ବ୍ୟବସ୍ଥାକୁ ଉପହାସ ରେବତୀଙ୍କ ଅସହାୟତା । ସ୍ୱାମୀଙ୍କ ଅନ୍ତେ ୩ ପିଲାଙ୍କୁ ଧରି ପିଲିଥିନ୍ ତଳେ କଟୁଛି ଜୀବନ

କନକ ବ୍ୟୁରୋ : ଭୋକ, ଅଭାବ ଓ ଅସୁବିଧା କଣ ଏହି ଚିତ୍ର ତାହା ବୟାନ କରୁଛି । ପିଲାଙ୍କ ମୁଣ୍ଡରୁ ବାପାଙ୍କ ହାତ ହଟିଗଲେ, ସ୍ତ୍ରୀ ସିନ୍ଥିର ସିନ୍ଦୁର ଲିଭିଗଲେ ଜୀବନ କେମିତି ଯନ୍ତ୍ରଣା ପାଲଟିଯାଏ । ବଂଚିବା ପାଇଁ ପ୍ରତି ମୁହୁର୍ତରେ କେତେ ସଂଘର୍ଷ କରିବାକୁ ପଡେ ତାହା ବାଲେଶ୍ୱର ସଦର ବ୍ଲକ ସାର୍ଥା ପଂଚାୟତ ଅନ୍ତର୍ଗତ ବଡଗଡିଆ ଗାଁର ରେବତୀ ଓ ତାଙ୍କ ପିଲାଙ୍କୁ ଦେଖିଲେ ଜଣାପଡେ ।

ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ରେବତୀଙ୍କ ସ୍ୱାମୀ ବନା ଗୋଚ୍ଛାୟତ । କ୍ୟାନ୍ସର ରୋଗରେ ସ୍ୱାମୀଙ୍କ ମୃତ୍ୟୁପରେ ୩ ପିଲାଙ୍କୁ ନେଇ ପଲିଥିନ ଘେରା ଭଙ୍ଗା ଛପର ତଳ ବହୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ରେବତୀ । ରେବତୀଙ୍କ ଦୁଃଖ ସଂପର୍କୀତ ଖବର ପ୍ରସାରଣ ହେବା ପରେ ସହଯୋଗର ହାତ ବଢାଇଛନ୍ତି ଭୁବନେଶ୍ୱରର ତ୍ରୀଶକ୍ତି ଫାଉଣ୍ଡେସନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ବସ୍ତା ଅଂଚଳର ଯୁବକ ସମାଜସେବୀ ମାନସ ରଞ୍ଜନ ନାୟକ ।

ସେଚ୍ଛାସେବୀମାନେ ୧୫ ହଜାର ଟଙ୍କା,ଏକ ମାସର ଗ୍ରୋସେରୀ ସାମଗ୍ରୀ, ନୁଆ ଡ୍ରେସ ପ୍ରଦାନ କରିଛନ୍ତି । ହେଲେ ଏହା ସବୁଦିନର ସମାଧାନ ନୁହେଁ, ତେଣୁ ରେବତୀଙ୍କ ପାଇଁ ସରକାରୀ ସହାୟତାର ଆବଶ୍ୟକତା ରହିଛି ।

The post ବ୍ୟବସ୍ଥାକୁ ଉପହାସ ରେବତୀଙ୍କ ଅସହାୟତା । ସ୍ୱାମୀଙ୍କ ଅନ୍ତେ ୩ ପିଲାଙ୍କୁ ଧରି ପିଲିଥିନ୍ ତଳେ କଟୁଛି ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ପିପିଲି ଚନ୍ଦ୍ରାଦେଇପୁର ପଂଚାୟତରେ ଜୋରଧରିଛି ଫଳକ ରାଜନୀତି । ଗୋଟିଏ ପ୍ରକଳ୍ପ ପାଇଁ ଲାଗିଛି ଦୁଇଟି ଫଳକ

କନକ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁର ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ । ପଂଚାୟତର ୧୧ ନମ୍ବର ୱାର୍ଡ ମାଟିଘର ସାହିରେ କମ୍ୟୁନିଟି ହଲ ଓ ୩ ନମ୍ବର ୱାର୍ଡ ଦକ୍ଷିଣ ସାହିର ଜାଗୁଳାଇ ମନ୍ଦିର ପୁନଃଉଦ୍ଧାର ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଆସିଛି । ଆଉ ଏହି କାମ ପାଇଁ ଦୁଇଟି ଲେଖାଏଁ ଫଳକ ଲଗାଯାଇଛି । ବିଜେପି ସମର୍ଥିତ କର୍ମୀ କାମ କରିବା ନେଇ ଫଳକ ମାରିଥିବା ବେଳେ ବିଜେଡି ସମର୍ଥିତ କର୍ମୀ ସମାନ ସ୍ଥାନରେ ସାମାନ ପ୍ରକଳ୍ପ ପାଇଁ ଫଳକ ଲଗାଇ ଦେଇଛନ୍ତି! ଯାହାକୁ ଦେଖି ଦ୍ୱନ୍ଦ୍ୱରେ ପଡିଛିନ୍ତି ଅଂଚଳବାସୀ ।

ଫଳକ ରାଜନୀତି ବାବଦରେ ଚନ୍ଦ୍ରାଦେଇପୁର ସରପଞ୍ଚ ଦେବେନ୍ଦ୍ର ବେହେରା ସୂଚନା ଦେଉଛନ୍ତି କି ଫଳକ ବିଷୟରେ ସେ ଅବଗତ ନାହାନ୍ତି, ମନ ଇଚ୍ଛା ଫଳକ ଲଗାଇଛନ୍ତି ! ପଂଚାୟତରେ କାର୍ୟ୍ୟ ପଞ୍ଚାୟତ ନକରି ବ୍ଲକ ହସ୍ତକ୍ଷପ କରୁଛନ୍ତି ତେଣୁ ସେ ନିରୁପାୟ! ୨୦୨୪ ନିର୍ବାଚନ ଆଗରୁ ଏଭଳି ଫଳକ ରାଜନୀତିକୁ ଗ୍ରାମବାସୀ ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ଏଭଳି ରାଜନୀତିକୁ ନାପସନ୍ଦ କରିଛନ୍ତି ପିପିଲି ବ୍ଲକର ପୂର୍ବତନ ବିଜେଡି ଯୁବ ସାଧାରଣ ସଂପାଦକ ।

The post ପିପିଲି ଚନ୍ଦ୍ରାଦେଇପୁର ପଂଚାୟତରେ ଜୋରଧରିଛି ଫଳକ ରାଜନୀତି । ଗୋଟିଏ ପ୍ରକଳ୍ପ ପାଇଁ ଲାଗିଛି ଦୁଇଟି ଫଳକ first appeared on Kanak News.

from Kanak News
via <a href="https://ifttt.com/?

ବ୍ରହ୍ମପୁର ସହରରେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି ଅପରାଧୀ । ୫ବର୍ଷରେ ଜବତ ହୋଇଛି ୫୬ଟି ବିଭିନ୍ନ ପ୍ରକାର ବନ୍ଧୁକ

କନକ ବ୍ୟୁରୋ : ବ୍ରହ୍ମପୁର ସହର । ଦକ୍ଷିଣ ଓଡିଶାର ବ୍ୟବସାୟିକ ପେଣ୍ଠସ୍ଥ୍ଳୀ ଯୋଗାଯୋଗାର ମାଧ୍ୟମ । କିନ୍ତୁ କିଛି ଦିନ ହେଲା, ଏହି ସହର ନକଲି ଖାଦ୍ୟ ସାମଗ୍ରୀ, ନିଶାଦ୍ରବ୍ୟ କାରବାର ଓ ବନ୍ଧୁକ ଚୋରାଚାଲାଣକୁ ନେଇ ଚର୍ଚ୍ଚାକୁ ଆସିଛି ।

ବ୍ରହ୍ମପୁର ସହରରେ ବନ୍ଧୁକ ରଖିଥିବା ଲୋକଙ୍କ ସଂଖ୍ୟା ବଢ଼ିବା ଆଲୋଚନାର ବିଷୟ ହୋଇଛି । ତଥ୍ୟ ଅନୁସାରେ ଅପରାଧିଙ୍କ ନିକଟରୁ ଗତ ୫ବର୍ଷରେ ୫୬ଟି ବିଭିନ୍ନ ପ୍ରକାର ବନ୍ଧୁକ ଜବତ ହୋଇଛି । ସେଥିରେ ରହିଛି, ୨ଟି ବିଦେଶୀ ବନ୍ଧୁକ ଓ ୧୩୩ଟି ଜୀବନ୍ତ ଗୁଳି । ଜିଲ୍ଳାରେ ୩୧୭ ଜଣଙ୍କ ନିକଟରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରହିଛି । ତେବେ ବିନା ଲାଇସେନ୍ସରେ ବହୁ ଲୋକ ବନ୍ଧୁକ ରଖିଥିବା ସନ୍ଦେହ କରାଯାଉଛି ।

ବ୍ରହ୍ମପୁର ପୋଲିସ ଜିଲ୍ଲ୍ାରେ ଲାଇସେନ୍ସ ନଥାଇ ବହୁ ଧନୀଶାଳୀ ବ୍ୟକ୍ତି, ବ୍ୟବସାୟୀ ଓ ଅପରାଧି ନିଜ ପାଖରେ ବନ୍ଧୁକ ରଖିଥିବା କୁହାଯାଉଛି । ଆଲୋଚନା ହେଉଛି, ବନ୍ଧୁକ ଚୋରାଚାଲାଣରେ କିଛି ଯୁବଗୋଷ୍ଠୀଙ୍କ ହାତ ରହିଛି । କମ୍ ବୟସ ପିଲାଙ୍କ ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରାଇ ଅପରାଧିମାନେ ପତିଆରା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ଯାହାଫଳରେ କଥା କଥାରେ ଗୁଳି ଫୁଟୁଛି  । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ଅପରାଧିକଙ୍କ ଗତିିବିଧି ଉପରେ ସ୍ୱତନ୍ତ୍ର ନଜର ରଖିଛି ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ସହରକୁ କେଉଁଠୁ ଏତେ ବନ୍ଧୁକ ଆସୁଛି ତାହା ସ୍ପଷ୍ଟ ହୋଇନଥିଲେ ବି କୋଲକତା ଓ ବିହାର ଭଳି ବାହାର ରାଜ୍ୟରୁ ବନ୍ଧୁକ ଆସୁଥିବା ଗିରଫ ଅଭିଯୁକ୍ତମାନେ ପୂର୍ବରୁ ସୂଚନା ଦେଇଛନ୍ତି । ଯାହାକୁ ରୋକିବା ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ।

The post ବ୍ରହ୍ମପୁର ସହରରେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି ଅପରାଧୀ । ୫ବର୍ଷରେ ଜବତ ହୋଇଛି ୫୬ଟି ବିଭିନ୍ନ ପ୍ରକାର ବନ୍ଧୁକ first appeared on Kanak News.

from Kanak News
via <a href="https://ifttt.com/?

ପତ୍ନୀ ଓ ଝିଅର ହତ୍ୟା ମାମଲାକୁ ଚପାଇବା ପାଇଁ ସଇତାନ ସ୍ୱାମୀର ଚାଲ: ଥାନାରୁ ମାମଲା ପ୍ରତ୍ୟାହାର ପାଇଁ ଶ୍ୱଶୁରକୁ ଦେଇଥିଲା ୮ଲକ୍ଷ ଟଙ୍କା

କନକ ବ୍ୟୁରୋ: ପୋଲସରା କବିସୂର୍ଯ୍ୟନଗର ସାପ କାମୁଡ଼ିବା ମାମଲାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ପତ୍ନୀ ଓ ଝିଅର ହତ୍ୟା ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଶ୍ୱଶୁରଙ୍କୁ ୮ଲକ୍ଷ ଟଙ୍କା ଯାଜିଥିବା ସୂଚନା । ତଦନ୍ତ ବେଳେ କବିସୂର୍ଯ୍ୟନଗର ପୋଲିସ ହାତରେ କିଛି ଏଭଳି ତଥ୍ୟ ଲାଗିଛି । ଅଭିଯୁକ୍ତ ଗଣେଶ ନିଜ ପତ୍ନୀ ଓ ଝିଅକୁ ହତ୍ୟା କରିବା ପରେ ମାମଲାକୁ ଚପାଇବା ପାଇଁ ବିଭିନ୍ନ ପ୍ରୟାସ କରିଥିଲା । ମୃତ୍ୟୁର କିଛି ଦିନ ପରେ ଗଣେଶର ଶ୍ୱଶୁର ଖଲି ପାତ୍ର ଥାନାରେ ଅଭିଯୋଗ କରିଥିଲେ । ତେବେ ମାମଲାକୁ ଥାନାରୁ ହଟାଇବା ପାଇଁ ଶ୍ୱଶୁରକୁ ୮ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇଥିବା ଜଣାପଡ଼ିଛି । ସାପ ଆକ୍ରମଣରେ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି ଶ୍ୱଶୁରଙ୍କୁ କହିଥିଲା ଗଣେଶ । ଏହିପରି ଭାବେ ଦୁଇଜଣଙ୍କ ମୃତ୍ୟୁ ହେଲେ ୮ଲକ୍ଷ ମିଳିବ ବୋଲି କହିିଥିଲା । ତେବେ ଏଥିପାଇଁ ତାଙ୍କୁ କିଏ ସହଯୋଗ କରୁଥିଲା, ତାକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ ।

The post ପତ୍ନୀ ଓ ଝିଅର ହତ୍ୟା ମାମଲାକୁ ଚପାଇବା ପାଇଁ ସଇତାନ ସ୍ୱାମୀର ଚାଲ: ଥାନାରୁ ମାମଲା ପ୍ରତ୍ୟାହାର ପାଇଁ ଶ୍ୱଶୁରକୁ ଦେଇଥିଲା ୮ଲକ୍ଷ ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

୨୬.୧୧ ମୁମ୍ବାଇ ଆକ୍ରମଣ : କୁନିଝିଅ ଦେବିକାଙ୍କ ସାକ୍ଷୀ ଆଧାରରେ କସାବକୁ ମିଳିଥିଲା ଫାଶୀ । ଜାଣନ୍ତୁ ୧୫ ବର୍ଷ ପରେ କିଭଳି ଅଛନ୍ତି ଦେବିକା

କନକ ବ୍ୟୁରୋ : ୨୬.୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ ପୂରଣ ହୋଇଛି । ଏହା ଏଭଳି ଆତଙ୍କବାଦୀ ଆକ୍ରମଣ ଥିଲା ଯେଉଁଥିରେ ୧୬୪ ଜଣ ଲୋକଙ୍କ ଜୀବନ ଯାଇଥିଲା ଓ ୩୦୦ ରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ହେଲେ ଆତଙ୍କବାଦୀ କସାବ ଠାରୁ ଗୁଳି ଖାଇ ସେଦିନ ବଞ୍ଚିଯାଇଥିବା କୁନିଝିଅ ଦେବିକା ଆଜି କେଉଁ ପରିସ୍ଥିତିରେ ଅଛନ୍ତି । ସେ ୨୦୦୯ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀ କସାବକୁ ଚିହ୍ନଟ କରିଥିଲେ । ତାଙ୍କରି ସାକ୍ଷୀ ଆଧାରରେ କୋର୍ଟ କସାବକୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ । ସମୟ ସହ ତାଳଦେଇ ଦେବିକା ଆଜି ୨୪ ବର୍ଷରେ ପଦାର୍ପଣ କରିଛନ୍ତି । ଆତଙ୍କବାଦୀ ଆକ୍ରମଣ ପରେ କୋର୍ଟରେ ସାକ୍ଷୀ ଦେଇ ଦେବିକା ଜଣେ ସେଲିବ୍ରେଟି ପାଲଟିଯାଇଥିଲେ । କୌନ ବନେଗା କୋରଡପତି ଠାରୁ ଆରମ୍ଭ କରି ଅନେକ ରିଆଲିଟି ସୋରେ ତାଙ୍କୁ ଦେଖିବାକୁ ମିଳିଥିଲା । ହେଲେ ତାଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିଲା ନାହିଁ, ଏବେ ତାଙ୍କର ସ୍ଥିତି ଏଭଳି ରହିଛି ।

ଦେବିକା କହିଛନ୍ତି କି, ୧୫ ବର୍ଷ ପୂର୍ବେ ଆଜିର ଦିନରେ ସେ ବାପାଙ୍କ ସହ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ସମୟରେ ଆତଙ୍କବାଦୀ ଅଜମଲ କସାବ ଆତଙ୍କ ମଚାଉଥିôଲା । ସେତେବେଳେ ଦେବିକା ୯ ବର୍ଷର ହୋଇଥିଲେ । ହଠାତ ତାଙ୍କ ଗୋଡରେ କସାବର ଗୁଳି ବାଜିଲା ଓ ସେ ଅଚେତ ହୋଇଗଲେ । ଏହାପରେ ଦେବିକା ୬୪ ଦିନ ପାଇଁ ମେଡିକାଲରେ ରହି ଚିକିତ୍ସିତ ହେଲେ ।

ହେଲେ ଦେବିକା କହିଛନ୍ତି କି, ସାକ୍ଷୀ ଦେବା ବେଳେ ସରକାରଙ୍କ ତରଫରୁ ତାଙ୍କୁ ଅନେକ ପ୍ରତିଶ୍ରୁତି ମିଳିଥିଲା । ହେଲେ ଏହା କେବଳ ମିଡିଆ ଷ୍ଟଣ୍ଟ ଥିଲା ଓ ତାଙ୍କୁ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କିଛି ବି ସହାୟତ ମିଳିନାହିଁ । ଅନ୍ୟପଟେ ତାଙ୍କ ଚିକିତ୍ସା ବାବଦରେ ଯେତେ ଅର୍ଥ ଖର୍ଚ୍ଚ ହେଲା ତାହାକୁ ତାର ପରିବାର ଲୋକେ ଭରଣା କଲେ । ବାପା ଟିଭି ରୋଗରେ ପୀଡିତ ଥିବାରୁ ଦେବିକା ଏବେ ଏକମାତ୍ର ଝିଅ ଯାହାଙ୍କ ଉପରେ ପୂରା ପରିବାର ନିର୍ଭର କରୁଛି ।

ଦେବିକା କହିଛନ୍ତି କି, ସେ ଏବେ ବାନ୍ଦ୍ରାର ଚେତନା କଲେଜରେ ବିଏ ପଢୁଛନ୍ତି । ବାପା ବୁଢା ହୋଇସାରିଛନ୍ତି ଓ ରୋଜଗାରର ମାଧ୍ୟମ କିଛି ନାହିଁ । ଏଣୁ ଦେବିକା ଏବେ ଚାକିରି ସନ୍ଧାନରେ ରହିଛନ୍ତି   । ସେ କହିଛନ୍ତି କି, ସରକାରଙ୍କ ତରଫରୁ ତାଙ୍କୁ ଅନେକ ପ୍ରତିଶ୍ରୁତି ମିଳିଥିଲା ।

The post ୨୬.୧୧ ମୁମ୍ବାଇ ଆକ୍ରମଣ : କୁନିଝିଅ ଦେବିକାଙ୍କ ସାକ୍ଷୀ ଆଧାରରେ କସାବକୁ ମିଳିଥିଲା ଫାଶୀ । ଜାଣନ୍ତୁ ୧୫ ବର୍ଷ ପରେ କିଭଳି ଅଛନ୍ତି ଦେବିକା first appeared on Kanak News.

from Kanak News
via <a href="https://ifttt.com/?

ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ଅଭିନବ ଉପାୟ: ନୂଆପଡ଼ା କୁରୁମୁଣ୍ଡାରେ ଗାଁରେ ସ୍ଥାନୀୟ ସରପଂଚଙ୍କ ଉଦ୍ୟମରେ ଆରମ୍ଭ ହେଲ ବର୍ତନ ବ୍ୟାଙ୍କ

କନକ ବ୍ୟୁରୋ: ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ପାଇଁ ଅଭିନବ ଉପାୟ । ନୂଆପଡାର କୁରୁମୁଣ୍ଡା ଗାଁରେ ଆରମ୍ଭ ହୋଇଛି ବାସନ ବ୍ୟାଙ୍କ । ଗାଁ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ସ୍ଥାନୀୟ ଭାଲେଶ୍ୱର ଗ୍ରାମପଂଚାୟତ ସରପଂଚ ସରୋଜ ଦେବୀଙ୍କ ଉଦ୍ୟମରେ ଏହି ବାସନ ବ୍ୟାଙ୍କ ପ୍ରତିଷ୍ଠା ହୋଇଛି । ଗାଁରେ କୌଣସି ସାମାଜିକ କାର୍ଯ୍ୟକ୍ରମ ହେଲେ କିମ୍ବା ବାହାଘର ହେଲେ ବିନା କୌଣସି ଫିସରେ ଲୋକଙ୍କୁ ବାସନ ସାମଗ୍ରୀ ଯୋଗାଦେଇଥାଏ ଏହି ବ୍ୟାଙ୍କ । ସାଧାରଣତଃ ଏଭଳି କାର୍ଯ୍ୟକ୍ରମଗୁଡିକରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳିଥାଏ । ଆଉ ଏହାକୁ ବନ୍ଦ କରିବାକୁ ଗ୍ରାମ ପଂଚାୟତ ଫଣ୍ଡରୁ ୭୫ ହଜାର ଟଙ୍କା ଖର୍ଚରେ ବାସନ ବ।।ଙ୍କ ତିଆରି କରିଛନ୍ତି ସ୍ଥାନୀୟ ସରପଂଚ । ଏହି ବାସନ ବ୍ୟାଙ୍କରେ ରହିଛି ବଡ ବଡ ହଣ୍ଡା, ଷ୍ଟିଲ ପ୍ଲେଟ , ବଡ ବଡ ତାଟିଆ, ଗ୍ଲାସ ଓ ଚାମଚ । ଗାଁ ଲୋକଙ୍କ ସହ ଆଲୋଚନା ପରେ ସ୍ଥାନୀୟ ସରପଂଚ ଏହି ବାସନ ବ୍ୟାଙ୍କ ଖୋଲିବାକୁ ନିଷ୍ପତି ନେଇଥିଲେ । ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆବଶ୍ୟକତା ଅନୁସାରେ ଲୋକେ ଏହି ବାସନ ନେଇଥାନ୍ତି । ଆଉ ବ୍ୟବହାର କରିବା ପରେ ସଫା କରି ପୁଣି ଫେରାଇଥାନ୍ତି । ଏଥିପାଇଁ ସେମାନଙ୍କୁ କୌଣସି ଦେୟ ଦେବାକୁ ପଡେ ନାହିଁ । କିନ୍ତୁ ବାସନ ନଷ୍ଟ ହେଲେ କିମ୍ବା ହଜିଲେ ଟଙ୍କା ଦେବାକୁ ପଡିଥାଏ । ବାସନ କିଣିବା ବେଳେ ଯେଭଳି ଟଙ୍କା ହେରଫେର ନ ହୁଏ, ସେଥିପାଇଁ ଗ୍ରାମ ପଂଚାୟତ ଅଧିକାରୀଙ୍କ ସହ ଗାଁ ଲୋକେ ମିଶି ବାସନ କିଣିଥାନ୍ତି । ଭାଲେଶ୍ୱର ଗ୍ରାମ ପଂଚାୟତରେ ୯ଟି ଗାଁ ରହିଛି । ପର୍ଯ୍ୟାୟକ୍ରମେ ଏହି ବାସନ ବ୍ୟାଙ୍କକୁ ଅନ୍ୟ ଗାଁକୁ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୬ ମାସ ମଧ୍ୟରେ ଏହା କାଯ ୍ର୍ୟକାରୀ ହେବ । ଏଭଳି ହେବା ପରେ ଏହାର ରକ୍ଷାଣ ବେକ୍ଷଣ ଦାୟିତ୍ୱ ସ୍ଥାନୀୟ ଗାଁର ବରିଷ୍ଠ ଲୋକ ନେବେ ।

The post ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ଅଭିନବ ଉପାୟ: ନୂଆପଡ଼ା କୁରୁମୁଣ୍ଡାରେ ଗାଁରେ ସ୍ଥାନୀୟ ସରପଂଚଙ୍କ ଉଦ୍ୟମରେ ଆରମ୍ଭ ହେଲ ବର୍ତନ ବ୍ୟାଙ୍କ first appeared on Kanak News.

from Kanak News
via <a href="https://ifttt.com/?

ଚୀନରେ ନିମୋନିଆକୁ ନେଇ ଆକ୍ସନରେ କେନ୍ଦ୍ର ସରକାର: ସ୍ୱାସ୍ଥ୍ୟ ଓ ହସ୍ପିଟାଲ ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଚୀନରେ ଆତଙ୍କ ଖେଳାଇଛି ନିମୋନିଆ । ଏଥିପାଇଁ ଆକ୍ସନରେ କେନ୍ଦ୍ର ସରକାର । ସବୁ ରାଜ୍ୟ ହସପିଟାଲଗୁଡିକ ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଏ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ପୁରା ପ୍ରସ୍ତୁତ ହୋଇ ରହିଛନ୍ତି । ରାଜ୍ୟଗୁଡିକ ମଧ୍ୟ ଏ ବାବଦରେ ଆବଶ୍ୟକ ସମୀକ୍ଷା କରନ୍ତୁ । ଚୀନର ସ୍କୁଲଗୁଡିକରେ ରହସ୍ୟମୟ ନିମୋନିଆ ବ।।ପିଛି । ହଜାର ହଜାର ପିଲା ଅସୁସ୍ଥ ହୋଇପଡିଛନ୍ତି । ଏହା ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ଏହି ମହମାରୀର କେନ୍ଦ୍ର ସ୍ଥଳ ବେଜିଂ ବୋଲି ଜଣାପଡିଛି । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଅସୁସ୍ଥ ହୋଇପଡିଥିବାରୁ ଅନେକ ସ୍କୁଲରେ ପାଠପଢା ବନ୍ଦ ରହିଛି । ଚୀନରେ ଏହି ରୋଗରେ ଦିନକୁ ୭ ହଜାରରୁ ଅଧିକ ଶିଶୁ ଡାକ୍ତରଖାନାରେ ଭର୍ତି ହେଉଛନ୍ତି ।

The post ଚୀନରେ ନିମୋନିଆକୁ ନେଇ ଆକ୍ସନରେ କେନ୍ଦ୍ର ସରକାର: ସ୍ୱାସ୍ଥ୍ୟ ଓ ହସ୍ପିଟାଲ ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started