ଚାଇନାରେ ଶିଶୁମାନଙ୍କ ଠାରେ ବ୍ୟାପୁଥିବା ନିମୋନିଆକୁ ନେଇ ଭାରତ ସରକାର ସତର୍କ । କ’ଣ କହୁଛନ୍ତି ବିଶେଷଜ୍ଞ ?

କନକ ବ୍ୟୁରୋ : ଏଚ୍୯ଏନ୍୨ ଭୂତାଣୁ ସଂକ୍ରମଣର ସଂଖ୍ୟା ଚୀନର ପିଲାମାନଙ୍କ ଶରୀରରେ ଦ୍ରୃତ ଗତିରେ ବଢିବାରେ ଲାଗିଛି । ଏବଂ ଅନ୍ୟାନ୍ୟ ଜାବତୀୟ ରୋଗରେ ମଧ୍ୟ ଚୀନର ଲୋକମାନେ ପୀଡିତ ହେଲେଣି । ଏହିଭଳି ପରିସ୍ଥିତିରେ ରାମ ମନୋହର ଅଟୋମୋବାଇଲ ର ନିର୍ଦେଶକ ଡଃ ଅଜୟ ଶୁକ୍ଲା ଲୋକମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସାବଧାନ ରହିବା ପାଇଁ ଏବଂ ସଫା ସୁତୁରା ଉପରେ ଅଧିକ ଧ୍ୟାନ ଦେବା ପାଇଁ । ଡଃ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ମାନଙ୍କର ନିଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ଶ୍ୱାସକ୍ରିୟା ରୋଗ ବା ସଂକ୍ରମଣ ଥାଏ ତେବେ ସେମାନେ ସତର୍କ ରହିବା ଉଚିତ ଏବଂ ଅନ୍ୟ ଲୋକମାନଙ୍କଠାରୁ ଦୂରତା ରକ୍ଷା କରିବାକୁ ଚେଷ୍ଟା କରିବା ଉଚିତ୍ । ତେବେ ଏପର୍ୟ୍ୟନ୍ତ ଭାରତରେ ଏହି ରୋଗର ମାମଲା ଦେଖିବା ପାଇଁ ମିଳିନାହିଁ । ତେଣୁ ଏବେ ଭୟ ଭିତ ହେବାର କୌଣସି ଆବଶ୍ୟକତା ନାହିଁ ।

ଡଃ ଶୁକ୍ଲା କହିଛନ୍ତି ଯେ । ମୁଁ କେବଳ ଲୋକମାନଙ୍କୁ ପରାମର୍ଶ ଦେଉଛି ଏବଂ ନିୟମିତ ଭାବରେ ନିଜ ଚାରିପାଖ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ଏବଂ ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଚାରିପାଖରେ କେହି ବ୍ୟକ୍ତି ଶ୍ୱାସ ରୋଗ କିମ୍ବା ସଂକ୍ରମଣରେ ପିଡିତ ଅଛି ତେବେ ସେହି ବ୍ୟକ୍ତିଠାରୁ ଦୂରତା ରଖିବା ପାଇଁ ଚେଷ୍ଟା କରନ୍ତୁ ।

ନିମୋନିଆ ରୋଗ ଚାଇନାର ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପକାଉଥିବା ବେଳେ ଡକ୍ଟର ମାନେ ପରାମର୍ଶ ଦେଇଛନ୍ତି ଯେ ଏନ୍୯୫ ଓ ଏନ୯୯ ମାସ୍କ ବ୍ୟବହାର କରିବା ପାଇଁ । ମିଡିଆ ରିପୋର୍ଟ ଅନେକ ସ୍ଥାନରେ ଶିଶୁ ଅତିଥିଙ୍କ ଭିଡ ବିଷୟରେ ସୂଚନା ଦେଉଛି । ସେ କହିଛନ୍ତି ଯେ, ଯଦି ଆପଣମାନେ ବାହାରକୁ ଯାଉଛନ୍ତି, ଆମେ ମଧ୍ୟ ପ୍ରଦୂଷଣର ସମ୍ମୁଖୀନ ହେଉଛୁ । ତେଣୁ ଆପଣମାନେ ଏନ୯୫ ଓ ଏନ୍୯୯ ମାସ୍କ ବ୍ୟବହାର କରନ୍ତୁ । ସମୟ ସମୟରେ ନିଜ ହାତକୁ ହେଣ୍ଡବ୍ୱାସ ବା ସାବୁନରେ ଭଲଭାବରେ ସଫା କରନ୍ତୁ । ସୁସ୍ଥ ଆଚରଣ ବଜାୟ ରଖନ୍ତୁ ।

ପିଲାମାନଙ୍କ ପାଇଁ ନିଆଯିବାକୁ ଥିବା ସତର୍କତା ବିଷୟରେ ଡକ୍ଟର ଶୁକ୍ଲା କହିଛନ୍ତି, ଯଦି ପିଲାମାନେ ସ୍କୁଲ ଯାଉଛନ୍ତି ତେବେ ଏହା ଧ୍ୟାନରେ ରଖନ୍ତୁ, କି କାଶ, ଥଣ୍ଡା, ଜ୍ୱର କିମ୍ବା ଅନ୍ୟ କୌଣସି ରୋଗର ସଂକେତ ନାହିଁ ତ? ସେମାନଙ୍କ ସହ କଥା ହୁଅନ୍ତୁ ଏବଂ ସେମାନଙ୍କ ଶ୍ରେଣୀରେ କେହି ପିଲା ଅଛନ୍ତି, ଯିଏ ଅସୁସ୍ଥତା ଭୋଗୁଛନ୍ତି କି? ଯଦି କେହିପିଲା ଅସୁସ୍ଥ ଥାଏ ତେବେ ସ୍କୁଲ ଶିକ୍ଷକଙ୍କୁ ତୁରନ୍ତ ଏହା ବିଷୟରେ ଜଣାନ୍ତୁ ଏବଂ ଯଦି ସେ ଅସୁସ୍ଥ ଅଛି ତେବେ ସେହି ପିଲା କୁ ସ୍କୁଲ ଆସିବା ପାଇଁ ମନା କରନ୍ତୁ ଏବଂ ଆପଣଙ୍କ ପିଲାମାନଙ୍କୁ ମଧ୍ୟ କିଛି ସମୟ ପାଇଁ ସ୍କୁଲକୁ ପଠାନ୍ତୁ ନାହିଁ ।

ଡଃ ଶୁକ୍ଲା କହିଛନ୍ତି ଅନେକ ଶ୍ୱାସ ରୋଗୀ ଆସୁଥିବା ବେଳେ ସେଥିରେ ଶିଶୁମାନଙ୍କ ସଂଖ୍ୟା ବଢିଛି । ଯାହା ଚୀନର ସ୍ଥିତିକୁ ଅସ୍ତ ବ୍ୟସ୍ଥ କରିସାରିଲାଣି । ସେମାନଙ୍କୁ ମିଳୁଥିବା ତଥ୍ୟ ବହୁତ କମ୍ ଓ ତଥ୍ୟ ବାହାରେ ଆହୁରି ଅନେକ ସଂକ୍ରମଣ ରହିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବହୁତ ଚିନ୍ତିତ ଅଛି ।

ଡଃ ଶୁକ୍ଲା କହିଛନ୍ତି କି କୋଭିଡ ଏବଂ ଲକଡାଉନ କାରଣରୁ ସାଧାରଣ ଜନତା ଏବଂ ଶିଶୁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ପ୍ରଭାବିତ ହୋଇଛି । କେତେକ ବିଶେଷଜ୍ଞ ଶିଶୁଙ୍କଠାରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବାରେ ଜଣାଇଛନ୍ତି । ଜଣେ ବିଶେଷଜ୍ଞ କହିବା ଅନୁସାରେ ଚାଇନାରେ କୋଭିଡ କାରଣରୁ ପିଲାମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଇଛି । ତେଣୁକରି ଏହି ସଂକ୍ରମଣ ବୃଧିପାଇବାରେ ଲାଗିଛି ।

ଡଃ ଶୁକ୍ଲା ଲୋକମାନଙ୍କୁ ଭୟଭିତ ନହେବାପାଇଁ କହିଛନ୍ତି ଏବଂ ଏହି ନୂତନ ଇନଫ୍ଲୁଏନଂଜା ବିଷୟ ଉପରେ ଏତେ ତଥ୍ୟ ନଥିଲେ ମଧ୍ୟ ଏହା ଏତେ ସାଂଘାତିକ ନୁହେଁ ବୋଲି ସେ ଜଣାଇଛନ୍ତି ।

The post ଚାଇନାରେ ଶିଶୁମାନଙ୍କ ଠାରେ ବ୍ୟାପୁଥିବା ନିମୋନିଆକୁ ନେଇ ଭାରତ ସରକାର ସତର୍କ । କ’ଣ କହୁଛନ୍ତି ବିଶେଷଜ୍ଞ ? first appeared on Kanak News.

from Kanak News
via <a href="https://ifttt.com/?

କାଲିଠୁ କଟକର ଐତିହାସିକ ବାଲିଯାତ୍ରା । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସର ସ୍ପେଶାଲ ପ୍ଲାନ୍ ।

କନକ ବ୍ୟୁରୋ: ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ସପ୍ତାହେରୁ ଅଧିକ ସମୟ ଧରି ଲାଗିବ ମେଳା । ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଉକ୍ରଳୀୟ ପରମ୍ପରାକୁ ବହନ କରୁଥିବା ଏହି ଐତିହାସିକ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇଛି ସେଲଫି ଜୋନ । କଟକ ଇନ୍ କଟକ ମଧ୍ୟରେ ପ୍ରାୟ ୧୦ଟି ସେଲଫି ଜୋନ ପ୍ରସ୍ତୁତ କରାଯାଇଛି । ଅଣ୍ଡର ୱାଟର ଟନେଲ ଆକ୍ୱାରିଆମର ବି ବ୍ୟବସ୍ଥା ରହିଛି । ସେହିପରି ଭଳି କି ଭଳି ଦୋଳି ମଧ୍ୟ ପ୍ରସ୍ତୁତ ହେଲାଣି । ଏଥିସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିଛନ୍ତି ଆୟୋଜକ । ଭିଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିଶେଷକରି ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ ବିଶେଷ ଯୋଜନା କରିଛି କମିଶନରେଟ୍ ପୋଲିସ ।

The post କାଲିଠୁ କଟକର ଐତିହାସିକ ବାଲିଯାତ୍ରା । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସର ସ୍ପେଶାଲ ପ୍ଲାନ୍ । first appeared on Kanak News.

from Kanak News
via <a href="https://ifttt.com/?

ତମାଖୁ ଜାତୀୟ ସାମଗ୍ରୀ ଉପରେ ଟିକସ ବଢ଼ାଇବାକୁ ଦାବି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଲେ ଡାକ୍ତର ଓ ପବ୍ଲିକ ହେଲ୍ଥ ଗ୍ରୁପ

କନକ ବ୍ୟୁରୋ: ତମାଖୁ ଜାତୀୟ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା, ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଉପରେ ବଜେଟରେ ଟିକସ ବଢ଼ାଇବା ପାଇଁ ବିଶେଷଜ୍ଞମାନେ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଇଛନ୍ତି। ସମସ୍ତ ପ୍ରକାର ତମାଖୁ ଜାତୀୟ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇବା ପାଇଁ ସେମାନେ ମତ ଦେଇଛନ୍ତି। ଦେଶରେ ତମାଖୁଜନିତ ସାମଗ୍ରୀର ବ୍ୟବହାର ହ୍ରାସ କ୍ଷେତ୍ରରେ ଟିକସ ବୃଦ୍ଧି ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ। ଅଧିକାଂଶ ଦେଶ ଏହି ଉପାୟକୁ ଆପଣାଇଛନ୍ତି। ନିକଟରେ ହୋଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଗତ ୧୦ ବର୍ଷ ମଧ୍ୟରେ ଅଧିକରୁ ଅଧିକ ସୁଲଭ ହେବାରେ ଲାଗିଛି। ନିକଟରେ ସିଗାରେଟ ଉପରେ ଏନସିସିଡି( ନ୍ୟାସନାଲ କାଲାମିଟି କଣ୍ଟିଜେଣ୍ଟ ଡ୍ୟୁଟିଜ୍)ରେ ସାମାନ୍ୟ ବୃଦ୍ଧି କରାଯାଇଛି। ଏହାକୁ ବାଦ୍ ଦେଲେ ତମାଖୁଜାତୀୟ ଅନ୍ୟ ଉତ୍ପାଦ ଉପରେ ୨୦୧୭ ଜୁଲାଇରେ ଜିଏସଟି ଲାଗୁ ହେବା ପରଠାରୁ ଟିକସ ବୃଦ୍ଧି ହୋଇନାହିଁ ବୋଲି କୋଚିସ୍ଥିତ ରାଜାଗିରି କଲେଜ ଅଫ୍ ସୋସିଆଲ ସାଇନସେସର ଆଡଜଙ୍କଟ ପ୍ରଫେସର ଡ ରିଜୋ ଜନ୍ କହିଛନ୍ତି।

ସମସ୍ତ ପ୍ରକାର ଟିକସକୁ ମିଶାଇଲେ ସିଗାରେଟ ଉପରେ ଟିକସ ବୋଝ ପ୍ରାୟ ୪୯.୩ ପ୍ରତିଶତ ରହିଛି ଏବଂ ବିଡି ଉପରେ ୨୨ ପ୍ରତିଶତ ଟିକସ ଏବଂ ଧୂମବିହୀନ ତମାଖୁ ଉପରେ ୬୩ ପ୍ରତିଶତ ଟିକସ ଆଦାୟ ହେଉଛି। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୁପାରିସ ଅନୁସାରେ ତମାଖୁଜାତୀୟ ଉତ୍ପାଦର ଖୁଚୁରା ମୂଲ୍ୟ ଉପରେ ଟିକସ ବୋଝ ଅତିକମରେ ୭୫ ପ୍ରତିଶତ ହେବା ଆବଶ୍ୟକ। ତେଣୁ ବଜେଟରେ ତମାଖୁଜାତୀୟ ଉତ୍ପାଦ ଉପରେ ଟିକସ ବୃଦ୍ଧି ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ମହାମାରୀ ପରି ତମାଖୁ ଭାରତରେ ବର୍ଷକୁ ୧୩ ଲକ୍ଷ ଲୋକଙ୍କ ଜୀବନ ନେଉଛି। ତେଣୁ ଲୋକଙ୍କ ଠାରୁ ଏହି ଉତ୍ପାଦ ଯେଭଳି ଦୂରରେ ରହିବ ସେଥିପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ଭାରତରେ ପ୍ରାୟ ୫୦ ପ୍ରତିଶତ କର୍କଟ ରୋଗ ତମାଖୁ ଯୋଗୁ ହେଉଛି। ତେଣୁ ଟିକସ ବଢ଼ିଲେ ଏହାର ବ୍ୟବହାର କମିବ ବୋଲି ଟାଟା ମେମୋରିଆଲ ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡା ପଙ୍କଜ ଚତୁର୍ବେଦୀ କହିଛନ୍ତି। ଭାରତରେ ବିଶ୍ବର ଦ୍ବିତୀୟ ସର୍ବାଧିକ ତମାଖୁ ବ୍ୟବହାରକାରୀ (୨୬୮ ନିୟୁତ) ଲୋକ ରହିଛନ୍ତି।

The post ତମାଖୁ ଜାତୀୟ ସାମଗ୍ରୀ ଉପରେ ଟିକସ ବଢ଼ାଇବାକୁ ଦାବି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଲେ ଡାକ୍ତର ଓ ପବ୍ଲିକ ହେଲ୍ଥ ଗ୍ରୁପ first appeared on Kanak News.

from Kanak News
via <a href="https://ifttt.com/?

ଆଜି ସାରା ରାତି ଜଗା ଦର୍ଶନ । କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି

କନକ ବ୍ୟୁରୋ: ଆଜି ସାରା ରାତି ହେବ ଜଗା ଦର୍ଶନ । କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ପଞ୍ଚୁକର ଚତୁର୍ଥ ଦିନ । ଆଉ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ତେଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳଙ୍କୁ ଭିଡ଼ ଜମିବ । ଏହାଛଡା ଆଜି ଛୁଟିଦିନ ରବିବାର ଥିବାରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ପଞ୍ଚୁକ ବା ବୈକୁଣ୍ଠ ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କଳା ଠାକୁରଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମିଛି ।

The post ଆଜି ସାରା ରାତି ଜଗା ଦର୍ଶନ । କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି first appeared on Kanak News.

from Kanak News
via <a href="https://ifttt.com/?

ଭାରତ ଗସ୍ତରେ ଆସୁଛନ୍ତି ‘ନାସା’ର ମୁଖ୍ୟ ବିଲ୍ ନେଲସନ୍ । ଇସ୍ରୋ ମୁଖ୍ୟାଳୟରେ ବୈଜ୍ଞାନିକଙ୍କ ସହ କରିବେ ଭେଟ, ‘ନିସାର’ ମିଶନ ଉପରେ ହେବ ଆଲୋଚନା

କନକ ବ୍ୟୁରୋ : ନାସା ପ୍ରମୁଖ ବିଲ୍ ନେଲସନ ନଭେମ୍ବର ୨୭ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ସୂଚନା ଦେଇଛି । ନାସା ତରଫରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇ କୁହାଯାଇଛି କି ନେଲସନ ଅନ୍ତରୀକ୍ଷ ଅନୁସନ୍ଧାନ ସହିତ ଜଡିତ ବିଶେଷ ଭାବେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସହ ୨୦୨୪ରେ ଲଞ୍ଚ୍ ହେବାକୁ ଥିବା ‘ନିସାର’ ମିଶନକୁ ନେଇ ଭାରତ ଯାତ୍ରା କରୁଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ନାସା ପ୍ରମୁଖ ତାଙ୍କର ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗ ନେବେ । ଭାରତ ଯାତ୍ରା କ୍ରମରେ ସେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କାର୍ଯ୍ୟାଳୟ ପରିଦର୍ଶନ କରିବେ । ସେଠାରେ ସେ କିଛି ଭାରତୀୟ ବୈଜ୍ଞାନିକଙ୍କ ସହ ଭେଟ କରିବେ । ନେଲସନଙ୍କ ଭାରତ ଯାତ୍ରା ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସେହି ବୟାନ ପରେ ସ୍ଥିର ହୋଇଥିଲା । ଯେତେବେଳେ ବାଇଡେନ କହିଥିଲେ କି ଭାରତ ଓ ଆମେରିକା ମିଳିତ ଭାବେ ଅନ୍ତରୀକ୍ଷରେ ଲମ୍ବା ଉଡାଣ ଉଡିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ଯାତ୍ରା କ୍ରମରେ ନାସା ମୁଖ୍ୟ ଆଗାମୀ ନିସାର ମିଶନ ନେଇ ଭାରତୀୟ ବୈଜ୍ଞାନିକଙ୍କ ସହ ଆଲୋଚନା କରିବେ ।

କହିରଖୁ କି, ନିସାର ମିଶନକୁ ନେଇ ଇସ୍ରୋ ଓ ନାସା ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିସାର ମିଶନ ନାସା ଓ ଇସ୍ରୋ ମଧ୍ୟରେ ପ୍ରଥମ ଉପଗ୍ରହ ମିଶନ । ଏହା ୨୦୨୪ ରେ ଲଞ୍ଚ୍ ହେବାକୁ ଯାଉଛି । ଏବେ ଲଞ୍ଚିଂ ପୂର୍ବରୁ ଟେଷ୍ଟିଂ ଓ ଇଣ୍ଟିଗ୍ରେସନ କାମ ଚାଲିଛି ।

ନାସା ଓ ଇସ୍ରୋ ମିଳିତ ଭାବେ ଯେଉଁ ମିଶନ ଉପରେ କାର୍ଯ୍ୟ କରୁଛନ୍ତି ତାହା ଆଗାମୀ ଦିନରେ ଲୋକଙ୍କ ପାଇଁ ବେଶ୍ ସହାୟକ ହେବ । ପ୍ରଥମ ଉପଗ୍ରହ ମିଶନ ରୂପରେ ନିସାର ଏକ କ୍ରାନ୍ତିକାରୀ ପୃଥୀ-ଅବଲୋକନ ଅଟେ । ଏହା ମାଧ୍ୟମରେ ପୃଥିବୀ ଉପରେ ନଜର ରଖିବା ଭଳି କାର୍ଯ୍ୟ ସମ୍ପାଦିତ ହେବ ଓ ଜଳବାୟୁ ଉପରେ ସୂଚନା ମିଳିବ ।

The post ଭାରତ ଗସ୍ତରେ ଆସୁଛନ୍ତି ‘ନାସା’ର ମୁଖ୍ୟ ବିଲ୍ ନେଲସନ୍ । ଇସ୍ରୋ ମୁଖ୍ୟାଳୟରେ ବୈଜ୍ଞାନିକଙ୍କ ସହ କରିବେ ଭେଟ, ‘ନିସାର’ ମିଶନ ଉପରେ ହେବ ଆଲୋଚନା first appeared on Kanak News.

from Kanak News
via <a href="https://ifttt.com/?

ରୋଗ ଲୁଚାଇଲେ ଖର୍ଚ୍ଚ ଉଠାଇବନି ସ୍ୱାସ୍ଥ୍ୟ ବୀମା କମ୍ପାନୀ । ଜାଣନ୍ତୁ ଏନେଇ କ’ଣ ରହିଛି ନିୟମ

କନକ ବ୍ୟୁରୋ : ଯଦି ରକ୍ତଚାପ ଓ ମଧୁମେହ ଭଳି ରୋଗ ଆପଣ ସ୍ୱାସ୍ଥ୍ୟ ବୀମା କମ୍ପାନୀକୁ ଲୁଚାଇଛନ୍ତି କିମ୍ବା କୌଣସି ପୁର୍ବ ବେମାରୀ ବା ପ୍ରି-ଏକଜିଷ୍ଟିଙ୍ଗ ଡିଜିଜ ରହିଛି ତେବେ ସାବଧାନ ହୋଇଯାନ୍ତୁ । କାରଣ ଲୁଚାଇଥିବା ରୋଗ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ସେ ନେଇ ଆପଣଙ୍କୁ କୌଣସି ଚିକିତ୍ସା ଜନିତ ଖର୍ଚ୍ଚ ମିଳିବ ନାହିଁ ।

କଣ ଏହି ପ୍ରି- ଏକଜିଷ୍ଟିଙ୍ଗ ଡିଜିଜ

ସ୍ୱାସ୍ଥ୍ୟବୀମା ପଲିସି ନେବାର ୪୮ ମାସ ଆଗରୁ ଯଦି ବ୍ୟକ୍ତିଙ୍କୁ କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି କିମ୍ବା କିଛି ଗଭୀର କ୍ଷତ ରହିଛି ତେବେ ଏହାକୁ ପ୍ରି-ଏକଜିଷ୍ଟିଙ୍ଗ ଡିଜିଜ ବୋଲି ଗଣାଯିବ । ପଲିସି ନେଉଥିବା ବ୍ୟକ୍ତିକୁ ବୀମା ବିଭାଗକୁ ନିଜର ଏହି ସବୁ ବେମାରୀ ବିଷୟରେ ଆଗରୁ ଜଣାଇଦେବା ଉଚିତ । ଖାସକରି ଥାଇରଏଡ, ଆସ୍ଥମା, ଟାଇପ-୧, ଟାଇପ-୨ ଡାଇବେଟିସ କିମ୍ବା ହୃତରୋଗ ଜନିତ କିଛି ଗମ୍ଭୀର ସମସ୍ୟା ରହିଛି ତେବେ ଏ ସମ୍ପର୍କିତ ତଥ୍ୟ ଦେବା ଖୁବ ଜରୁରୀ । କିନ୍ତୁ ଏ ନେଇ ବୀମା ଧାରକକୁ ଅଧିକ ପ୍ରିମିୟମ ଦେବାକୁ ପଡିଥାଏ । ନିଜ ମେଡିକ୍ଲେମ ଏଜେନ୍ଟିକୁ ଏସବୁ ବିଷୟରେ ଆଗରୁ ଜଣାଇ ନାହାଁନ୍ତି ତେବେ ଆପଣଙ୍କ ସମ୍ପୁର୍ଣ୍ଣ ଖର୍ଚ୍ଚ ନିଜକୁ ବହନ କରିବାକୁ ପଡିବ । ପ୍ରାୟ ୩ ବର୍ଷ ଯାଏଁ ଏ ସମ୍ପର୍କିତ ମେଡିକାଲ କ୍ଲେମ ସମ୍ଭବ ନୁହେଁ । କେବଳ ସାଂଘାତିକ ରୋଗ ନୁହେଁ ଯଦି ଧୁମ୍ରପାନ ଓ ମଦ୍ୟପାନର ଅଭ୍ୟାସ ରହିଛି କିମ୍ବା ଡ୍ରଗ୍ସ ଆଦିର ସେବନ କରୁଛନ୍ତି କିମ୍ବା ଅସ୍ତୋପଚାର କାରଣରୁ କିଛି ଔଷଧ ସେବନ କରୁଛନ୍ତି ହେଲେ ମଧ୍ୟ ଏ ନେଇ ବୀମା କମ୍ପାନୀକୁ ଜଣାନ୍ତୁ ।

ଜାଣନ୍ତୁ ଅପେକ୍ଷା କାଳର ସୁବିଧା :

ଆପଣ ବୀମା କିଣିବା ପରେ କମ୍ପାନୀ ବୀମା ବାବଦରେ ସବିଶେଷ ତଥ୍ୟ ପଢିବାକୁ ୧୫-୨୦ ଦିନ ସମୟ ଦେଇଥାଏ । ଯଦି ପଲିସି ଆପଣଙ୍କୁ ପସନ୍ଦ ନଆସେ ତାହେଲେ ଆପଣ ପିଲିସି ଫେରାଇ ଆଣିପାରିବେ । ସେହି ୱେଟିଂ ପିରିୟଡ ବା ଅପେକ୍ଷା କାଳ ଭିତରେ ଆପଣ କିଛି ଇନସୁରାନ୍ସ କ୍ଲେମ କରି ପାରିବେ ନାହିଁ ସିନା ଯଦି ହଠାତ ଦୁର୍ଘଟଣା ହୁଏ ତାହେଲେ ବୀମାର ସୁବିଧା ନେଇପାରିବେ   ।

ବୀମା ସୁବିଧା ନେବା ପାଇଁ ଥିବା ଜରୁରୀ ନିୟମ :

ବୀମାର ଶେଷ ତାରିଖ ପରେ କମ୍ପାନୀ ବୀମା ପୁନଃନବୀକରଣ ପାଇଁ ଅତିରିକ୍ତ ୩୦ ଦିନର ସମୟ ଦେଇଥାଏ । ସେ ଭିତରେ ଯଦି ପ୍ରମିୟମ ନ ଭରାଯାଏ ତେବେ ଆପାତକାଳୀନ ମେଡିକାଲ ସୁବିଧା ମିଳିବ ନାହିଁ । ଏହାଛଡା ମେଡିକାଲ ଇନସୁରାନ୍ସ କ୍ଲେମ କରିବା ପାଇଁ ରୋଗୀ ଅନୁନ୍ୟ ୨୪ ଘଂଟା ମେଡିକାଲରେ ଭର୍ତ୍ତି ହେବା ଜରୁରୀ ନଚେତ କ୍ଲେମ ଖାରଜ ହୋଇଯିବ । ଇନସୁରାନ୍ସରେ ନୋମିନିର ନାମ ଯୋଡିବାକୁ ଭୁଲନ୍ତୁ ନାହିଁ ।

ସ୍ୱାସ୍ଥ୍ୟ ବୀମା ନେବା ଆଗରୁ କେଉଁ କେଉଁ ଜିନିଷ ବୀମା ପଲିସ ଅନ୍ତର୍ଗତ ଓ କଣ ନାହିଁ, ଏ ନେଇ ବୀମା ଗ୍ରହଣକାରୀ ଟିକିନିଖି ବୁଝିବା ନିହାତି ଆବଶ୍ୟକ । ଏହା ଦ୍ୱାରା ପରେ ଆପଣଙ୍କ ମନରେ କୌଣସି ଦ୍ୱନ୍ଦ ରହିବ ନାହିଁ । କିନ୍ତୁ ଜାଣି ରଖନ୍ତୁ ଏଡସ, ଦନ୍ତ ଚିକିତ୍ସା, ମାନସିକ ରୋଗ, ଲିଙ୍ଗଗତ ତଥା କସମେଟିକ ଅସ୍ତୋପଚାର ତଥା ଆତ୍ମଘାତୀ କାର୍ଯ୍ୟକଳାପ ସମ୍ଭନ୍ଧୀୟ ଚିକିତ୍ସା ଆଦି ପାଇଁ ସଧାରଣ ମେଡିକାଲ ଇନସୁରାନ୍ସ ନିଆ ଯାଇ ପାରିବ ନାହିଁ । ଆପଣ ଚିକିତ୍ସିତ ହେଉଥିବା ହସ୍ପିଟାଲ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ଜିଲ୍ଲା ନିଗମ ଅଧୀନରେ ରେଜିଷ୍ଟର ହୋଇଥିବା ଆବଶ୍ୟକ ନଚେତ ଏହା ବୀମା ଅନ୍ତର୍ଭୁକ୍ତ ହେବ ନାହିଁ ।

ଯଦି ବୀମା କମ୍ପାନୀ କୌଣସି ଅସଙ୍ଗତ କାରଣ ଦେଖାଇ ଆପଣଙ୍କ କ୍ଲେମ ଖାରଜ କରୁଥିବାର ଆପଣ ଜାଣୁଛନ୍ତି ତେବେ ତୁରନ୍ତ ବୀମା କମ୍ପାନୀ ବିରୁଦ୍ଧରେ ଅଭି୍ଯୋଗ କରନ୍ତୁ । ଏଥିରେ ଅସୁବିଧାର ସମ୍ମୁଖୀନ ହେଲେ ଆପଣ ସିଧା ଆଇଆରଡିଏ କିମ୍ବା ଖାଉଟି ଅଦାଲତ ବିଭାଗରେ ଅଭିଯୋଗ ନେଇ ଯାଇ ପାରିବେ ।

The post ରୋଗ ଲୁଚାଇଲେ ଖର୍ଚ୍ଚ ଉଠାଇବନି ସ୍ୱାସ୍ଥ୍ୟ ବୀମା କମ୍ପାନୀ । ଜାଣନ୍ତୁ ଏନେଇ କ’ଣ ରହିଛି ନିୟମ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦୁଝର କଣ୍ଡରାପଶି ଗାଁବନ୍ଧରେ ୧୦ଟିକିଆ ହାତୀପଲ୍ଲ । ହଜି ଯାଇଥିବା ଛୁଆ ହାତୀକୁ ଖୋଜୁଛନ୍ତି ହାତୀ ।

କନକ ବ୍ୟୁରୋ: ଛୁଆ ହାତୀକୁ ଖୋଜି ଖୋଜି ତୁଳସୀପୁରରେ ପହଂଚିଲେ ହାତୀ ପଲ । ଛୁଆ ହାତୀ ନିଖୋଜ ହେବା ପରେ ପ୍ରାୟ ୧୦ ହାତୀ କେନ୍ଦୁଝର ସଦର ବ୍ଲକ କଣ୍ଡରାପଶି ଗ୍ରାମ ନିକଟ ଥିବା ବନ୍ଧରେ ପଶିଥିବା ଦେଖିବାକୁ ମିଳିଛି । ଗତ ରାତିରେ ହାତୀଗୁଡ଼ିକ ଗ୍ରାମ ଭିତରକୁ ପଶିବାକୁ ପ୍ରୟାସ କରିଥିଲେ । କିନ୍ତୁ ବନ୍ଧ ପାଖରେ ହାତୀପଲ ଫସି ରହିଯାଇଥିଲେ । ହାତୀପଲକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଚାଷ ସହ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ହାତୀଙ୍କୁ ତୁରନ୍ତ ଘଉଡ଼ାଇବା ପାଇଁ ଦାବି ହୋଇଛି । ସେପଟେ ହାତୀଙ୍କୁ ସୁରକ୍ଷା ଦେବାକୁ ଜଗି ରହିଛି ବନ ବିଭାଗ ଓ ପୁଲିସ ।

The post କେନ୍ଦୁଝର କଣ୍ଡରାପଶି ଗାଁବନ୍ଧରେ ୧୦ଟିକିଆ ହାତୀପଲ୍ଲ । ହଜି ଯାଇଥିବା ଛୁଆ ହାତୀକୁ ଖୋଜୁଛନ୍ତି ହାତୀ । first appeared on Kanak News.

from Kanak News
via <a href="https://ifttt.com/?

ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିପାରେ ଲମ୍ବା ସମୟ । ପ୍ଲାଜମା କଟରରେ କଟା ଚାଲିଛି ଭାଙ୍ଗିଯାଇଥିବା ଅଗର ମେସିନ ।

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିପାରେ ଲମ୍ବା ସମୟ । କାରଣ ଉଦ୍ଧାର କାର୍ଯ୍ୟରେ ଗୋଟିଏ ପରେ ଗୋଟିଏ ବାଧା ଉପୁଜିବାରେ ଲାଗିଛି । ଭାଙ୍ଗିଯାଇଥିବା ଅଗର ମେସିନକୁ ପାଇପରୁ ବାହାର କରିବାରେ ପ୍ଲାଜମା କଟରର ସହାୟତା ନିଆଯାଇଛି । ଉଦ୍ଧାରକାରୀ ଦଳ ପ୍ଲାଜମା ମେସିନକୁ ନେଇ ଭିତରକୁ ଯାଇ ଏହି କାମରେ ଲାଗିଛନ୍ତି ।

ଅଗର ମେସିନକୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯିବା ପରେ ଭିତରକୁ ଯାଇ ସ୍ଥିତି ସମ୍ପର୍କରେ ଅଧିକ ଜାଣି ହେବ ବୋଲି କହିଛନ୍ତି ଅଷ୍ଟ୍ରେଲିଆରୁ ଆସିଥିବା ଟନେଲ ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିକ୍ସ । ସେପଟେ ଭର୍ଟିକାଲ ଡ୍ରିଲିଂ କରି ଶ୍ରମିକଙ୍କ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି କାମ । ଶନିବାର ଖନନ ସମୟରେ ଆମେରିକାରୁ ଆସିଥିବା ଅଗର ମେସିନର ବ୍ଲେଡ ଭାଂଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ସୁଡ଼ଙ୍ଗରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି । ଅଗର ମେସିନ ଫେଲ ମାରିବା ପରେ ଏବେ ପାହାଡ଼ର ଉପର ପଟୁ ଡ୍ରିଲିଂ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ବାଛିଛି ଉଦ୍ଧାରକାରୀ ଦଳ । ଭର୍ଟିକାଲ ଡ୍ରିଲିଂ ମେସିନ ପହଂଚିବା ପରେ ଡ୍ରିଲିଂ ଆରମ୍ଭ ହୋଇଛି । ତେବେ ହାତରେ ପାହାଡ କାଟିବା ଉପରେ ବି ଗୁରୁତ୍ୱ ଦିଆଯାଉଛି ।

The post ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିପାରେ ଲମ୍ବା ସମୟ । ପ୍ଲାଜମା କଟରରେ କଟା ଚାଲିଛି ଭାଙ୍ଗିଯାଇଥିବା ଅଗର ମେସିନ । first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ହଲିଉଡ ସିନେମାର ଓଡ଼ିଆ ନିର୍ଦ୍ଦେଶକ । ‘ଦ ସେଲେସିଟି’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କେନ୍ଦୁଝର ଆନନ୍ଦପୁରର ଜୈମିନ୍ ବାଲ୍ ।

କନକ ବ୍ୟୁରୋ: ହଲିଉଡରେ ଓଡ଼ିଆ ପୁଅ । କେନ୍ଦୁଝରର ଜୈମିନ୍ ବାଲଙ୍କୁ ମିଳିଛି ହଲିଉଡ୍ରେ କାମ କରିବାର ସୁଯୋଗ । ମାତ୍ର ୧୫ ବର୍ଷ ବୟସରେ ବଲଉଡରେ ସହୀ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ । ଓମ୍ ଶାନ୍ତି ଓମ୍, ହମ୍କୋ ଦିୱାନା କରଗୟେ, ଗୋଲମାଲ ରିଟର୍ଣ୍ଣସ୍ ପରି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏବେ ହଲିଉଡରେ ନିଜ ନିର୍ଦ୍ଦେଶିତ ଫିଲ୍ମ ରିଲିଜ୍ ହେବ ।

‘ଦ ସେଲେସିଟି’ ନାମକ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍ରେ ଆସିବାକୁ ଯାଉଛି । ବହୁ ଲୋକପ୍ରିୟ ଆମେରିକାନ୍ ଓଟିଟି ପ୍ଳାଟଫର୍ମ ‘ହୁଲୁ’ରେ ତାଙ୍କର ହଲିଉଡ୍ ଡେବ୍ୟୁ ଫିଲ୍ମ ‘ଭରଜିନିଟି ଫର ସେଲ’ ଆସିବାକୁ ଅପେକ୍ଷା ରହିଛି । ଆଗକୁ ସେ ଅର୍ନ୍ତଜାତୀୟ ଫିଲ୍ମ ଓଡ଼ିଶାରେ ଏବଂ ଓଡ଼ିଶାର କଳାକାରଙ୍କୁ ନେଇ ନିର୍ମାଣ କରିବେ ବୋଲି କହିଛନ୍ତି ।

The post ଚର୍ଚ୍ଚାରେ ହଲିଉଡ ସିନେମାର ଓଡ଼ିଆ ନିର୍ଦ୍ଦେଶକ । ‘ଦ ସେଲେସିଟି’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କେନ୍ଦୁଝର ଆନନ୍ଦପୁରର ଜୈମିନ୍ ବାଲ୍ । first appeared on Kanak News.

from Kanak News
via <a href="https://ifttt.com/?

ଟଲିଉଡରେ ମାଲକାନଗିରିର ମୋନିକା । ତେଲଗୁ ଫିଲ୍ମରେ ଅଭିନୟ କରି ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ ।

କନକ ବ୍ୟୁରୋ: ମାଲକାନଗିରିର ମୋନିକା, ତେଲଗୁ ଫିଲ୍ମର ନାୟିକା । ମାଲକାନଗିରି କାଲିମେଳା ବ୍ଲକ ଏମ୍ଭି ୭୫ ଗାଁର ମୋନିକା ସମାଦ୍ଦାର । ତେଲଗୁ ଫିଲ୍ମରେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ଶ୍ରୀ ଶ୍ରୀନିବାସ କ୍ରିଏସନ୍ ଦ୍ୱାରା ନିର୍ମିତ ତେଲଗୁ ଚଳଚ୍ଚିତ୍ର ‘ଗାରାଗା’ରେ ନାୟିକା ଭାବେ ସେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଏବେ ଆନ୍ଧ୍ରପ୍ରଦେଶରେ ଚାଲିଛି । ମୋନିକାଙ୍କ ବାପା ଗୌତମ ସମାଦ୍ଦାର ପେସାରେ ଜଣେ ବ୍ୟବସାୟୀ । ବଡ଼ଭାଇ ହାଇଦ୍ରାବାଦର ଏକ ଏକ କମ୍ପାନୀରେ କାମ କରନ୍ତି । ମାଲକାନଗିରିରେ ପାଠ ପଢା ଶେଷ କରିବା ପରେ ହାଇଦ୍ରାବାଦ ଯାଇ ଡ୍ୟାନ୍ସ ଶିଖିଥିଲେ । ଦୁଇ ବର୍ଷ ଡ୍ୟାନ୍ସ ଶିଖିବା ପରେ ଧାରାବାହିକାରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ତାଙ୍କ ଅଭିନୟ ଓ ସୌନ୍ଦର୍ୟ୍ୟ ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଆକର୍ଷିତ କରିଥିଲା । ଏବେ ତାଙ୍କୁ ସେଠାକାର ସିନେମାରେ ନାୟିକା ଭୂମିକାରେ ସୁଯୋଗ ମିଳିଛି ।

The post ଟଲିଉଡରେ ମାଲକାନଗିରିର ମୋନିକା । ତେଲଗୁ ଫିଲ୍ମରେ ଅଭିନୟ କରି ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started