୬୬ ବର୍ଷ ପରେ ଲାଗୁ ହେବାକୁ ଯାଉଛି ଏହି ଆଇନ । ଏବେ ବିଧାୟକମାନେ ବିଧାନସଭା ଭିତରକୁ ନେଇପାରିବେ ନାହିଁ ମୋବାଇଲ

କନକ ବ୍ୟୁରୋ : ୬୬ ବର୍ଷ ପରେ ଉତ୍ତର ପ୍ରଦେଶ ବିଧାନସଭାରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଥର ବିଧାୟକମାନେ ବିଧାନସଭା ଭିତରକୁ ମାନେ ନିଜର ମୋବାଇଲ ଫୋନ ନେଇ ଯାଇପାରିବେ ନାହିଁ । ଏହାସହ ପତାକା ଓ ବ୍ୟାନର ମଧ୍ୟ ବ୍ୟାନ କରାଯାଇଛି । ଏହାସହ ଚଳିତ ଅଧିବେଶନରେ ମହିଳା ବିଧାୟକମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଧାନସଭାରେ ମହିଳା ବିଧାୟକମାନଙ୍କୁ ସେମାନଙ୍କର କଥା କହିବାର ଅଧିକ ସୁଯୋଗ ମିଳିବ । ନଭେମ୍ବର ୨୮ ତାରିଖରୁ ଉତ୍ତର ପ୍ରଦେଶ ବିଧାନସଭାରେ ଅଧିବେଶନ ହେବାକୁ ଯାଉଛି । ଏହି କ୍ରମରେ କିଛି ଗୁରୁତ୍ୱପ୍ରୂ୍ଣ୍ଣ ବିଧେୟକ ପାରିତ ହୋଇପାରେ ବୋଲି ଆକଳନ କରାଯାଉଛି ।

ଉତ୍ତର ପ୍ରଦେଶ ସରକାର ଚଳିତ ୫ ବର୍ଷ ମଧ୍ୟରେ ବିଭିନ୍ନ ନୂଆ ନିୟମ ଲାଗୁ କରିଛନ୍ତି । କିଛିଦିନ ତଳେ ରାଜ୍ୟରେ ହଲାଲ ସାର୍ଟିଫାଏଡ ପ୍ରଡକ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିେôଲ । ସେହିଭଳି ରାଜ୍ୟରେ ମାଫିଆମାନଙ୍କ ଉପରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

The post ୬୬ ବର୍ଷ ପରେ ଲାଗୁ ହେବାକୁ ଯାଉଛି ଏହି ଆଇନ । ଏବେ ବିଧାୟକମାନେ ବିଧାନସଭା ଭିତରକୁ ନେଇପାରିବେ ନାହିଁ ମୋବାଇଲ first appeared on Kanak News.

from Kanak News
via <a href="https://ifttt.com/?

ଗାଁମୁହାଁ ହାତୀପଲ୍ଲ । ହାତୀଙ୍କୁ ସୁରକ୍ଷା ଦେବାକୁ ଜଗି ରହିଛି ବନବିଭାଗ ।

କନକ ବ୍ୟୁରୋ: କେନ୍ଦୁଝର ସଦର ବ୍ଲକ କଣ୍ଡରାପଶି ଗ୍ରାମରେ ଥିବା ବନ୍ଧରେ ଫସି ରହିଛନ୍ତି ୧୦ ହାତୀ । ଗତ ରାତିରେ ହାତୀପଲ୍ଲ ଗ୍ରାମ ନିକଟରୁ ଆସିଥିବା ବେଳେ ବନ୍ଧରେ ଫସି ରହିଯାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଚାଷ ସହ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ହାତୀଙ୍କୁ ତୁରନ୍ତ ଘଉଡ଼ାଇବା ପାଇଁ ଦାବି ହୋଇଛି । ସେପଟେ ହାତୀଙ୍କୁ ସୁରକ୍ଷା ଦେବାକୁ ଜଗି ରହିଛି ବନ ବିଭାଗ ।

The post ଗାଁମୁହାଁ ହାତୀପଲ୍ଲ । ହାତୀଙ୍କୁ ସୁରକ୍ଷା ଦେବାକୁ ଜଗି ରହିଛି ବନବିଭାଗ । first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟିତ । ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଛତିଶଗଡ଼ ରାଜ୍ୟପାଳ, ଭର୍ତ୍ତୃହରି ମହତାବ ।

କନକ ବ୍ୟୁରୋ: ଓଡ଼ିଶା ଗବେଷଣା କେନ୍ଦ୍ର ଉଦ୍ଘାଟନ କାର୍ଯ୍ୟକ୍ରମ । ରାଜଧାନୀ ଭୁବନେଶ୍ୱରରେ ଆଇଆଇଟି କ୍ୟାମ୍ପସରେ ଓଡ଼ିଶା ରିସର୍ଚ୍ଚ ସେଂଟର ପ୍ରତିଷ୍ଠା ହେବ । ଭୁବନେଶ୍ୱର ସିଏସ୍ଆଇଆର ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି କ୍ୟାମ୍ପସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ।

ଓଡ଼ିଶା ଗବେଷଣା କେନ୍ଦ୍ର ଉଦ୍ଘାଟନ ସହ ଉଚ୍ଚ ଗବେଷଣା କ୍ଷେତ୍ରରେ ରାଜ୍ୟରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟର କଳା, ସଂସ୍କୃତି, ଇତିହାସ ଓ ରାଜନୀତିରେ ଗବେଷଣା ପାଇଁ ଏହି ଅନୁଷ୍ଠାନ ନୂଆ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ, ଆଇସିଏସଏସଆର, ଇଣ୍ଡିଆନ ନଲେଜ ସିଷ୍ଟମ ଡିଭିଜନ, ଆଇଆଇଏମ ସମ୍ବଲପୁର, ଆଇଆଇଟି ଖଡ଼ଗପୁର ଓ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ହେଉଛି ।

The post ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟିତ । ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଛତିଶଗଡ଼ ରାଜ୍ୟପାଳ, ଭର୍ତ୍ତୃହରି ମହତାବ । first appeared on Kanak News.

from Kanak News
via <a href="https://ifttt.com/?

ମାସକ ପରେ ଧରାପଡିଲା ମାଲିଙ୍ଗା । ଭରତପୁର ହୋଟେଲ ମାଲିକଙ୍କୁ ଆକ୍ରମଣ କରି ସାଙ୍ଗମାନଙ୍କ ସହ ମିଶି ଖେଳାଇଥିଲା ଆତଙ୍କ ।

କନକ ବ୍ୟୁରୋ: ମାସକ ପରେ ବନ୍ଧା ହେଲା ମାଲିଙ୍ଗା । ଗତ ୨୬ତାରିଖରେ ଭରତପୁର ଥାନା ଅଧୀନରେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ମାଲିଙ୍ଗା । ମାରଣାସ୍ତ୍ର ଧରି ହୋଟେଲ ଭିତରେ ପଶି ମାଲିଙ୍ଗା ଓ ତାର ସହଯୋଗୀ ମାନେ ଆତଙ୍କ ଖେଳାଇଥିଲେ ।

ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ଅର୍ଦ୍ଧନିର୍ମିତ ଲିଫ୍ଟର ଉପର ମହଲାରୁ ତଳକୁ ଠେଲି ଦେଇଥିବା ଅଭିଯୋଗ ରହିଥିଲା । ହାତରେ ହକିଷ୍ଟିକ ଷ୍ଟମ୍ପ ଓ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇବା ସହ ସିସିଟିଭି ହାର୍ଡଡିସ୍କ ନେଇ ଫେରାର ହୋଇଯାଇଥିଲା । ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ଭରତପୁର ଥାନା ପୁଲିସ ।

The post ମାସକ ପରେ ଧରାପଡିଲା ମାଲିଙ୍ଗା । ଭରତପୁର ହୋଟେଲ ମାଲିକଙ୍କୁ ଆକ୍ରମଣ କରି ସାଙ୍ଗମାନଙ୍କ ସହ ମିଶି ଖେଳାଇଥିଲା ଆତଙ୍କ । first appeared on Kanak News.

from Kanak News
via <a href="https://ifttt.com/?

ମୋଦୀଙ୍କ ମନର କଥା । ମନେପକାଇଲେ ୨୬/୧୧ ମୁମ୍ବାଇ ଆକ୍ରମଣ କଥା, ସହିଦ ଯବାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି ।

କନକ ବ୍ୟୁରୋ: ୧୦୭ତମ ମନ ନି ବାତରେ ମୁମ୍ବାଇ ଆକ୍ରମଣ କଥା ମନେ ପକାଇଲେ ପ୍ରଧାନମନ୍ତ୍ରୀ । ୨୬/୧୧ ଆକ୍ରମଣରେ ବଳିଦାନ ଦେଇଥିବା ଶହିଦ ଯବାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଆତଙ୍କବାଦୀମାନଙ୍କ ଏହି ଜଘନ୍ୟ ନରସଂହାର ଏକ କଳା ଇତିହାସ, ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ଯାଇ ଶହୀଦ ହୋଇଥିବା ଯବାନ ମାନଙ୍କ ବଳିଦାନକୁ ଦେଶବାସୀ କେବେ ବି ଭୁଲି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

୧୯୪୯ ମସିହା ଆଜିର ଦିନରେ ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ସୀକୃତୀ ଦେଇଥିଲା । ଏହି ସଭାରେ ମହିଳାଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ସମ୍ବିଧାନ ନିର୍ମାତାଙ୍କ ଦୂରଦୃଷ୍ଟିକୁ ଅନୁପାଳନ କରିବାକୁ ଯାଇ ସଂସଦରେ ନାରୀଶକ୍ତି ବନ୍ଧନ ବିଲ୍ ପାସ କରାଯାଇଥିଲା । ସେହିପରି ବିଦେଶରେ ବିବାହ କରୁଥିବା ପରିବାର ମାନଙ୍କୁ ସ୍ୱଦେଶରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ଅପିଲ କରିଛନ୍ତି ମୋଦି । ଲୋକାଲ ଫର ଭୋକାଲ, ସ୍ୱଛ ଭାରତ ଯୋଜନାର ସଫଳତା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ନିଜର ମନ କି ବାତ କାର୍ଯ୍ୟକ୍ରମରେ ଚର୍ଚ୍ଚା କରିଛନ୍ତି ।

The post ମୋଦୀଙ୍କ ମନର କଥା । ମନେପକାଇଲେ ୨୬/୧୧ ମୁମ୍ବାଇ ଆକ୍ରମଣ କଥା, ସହିଦ ଯବାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । first appeared on Kanak News.

from Kanak News
via <a href="https://ifttt.com/?

ସାର୍ଦ୍ଦୁଲଙ୍କୁ ରିଲିଜ୍ କଲା କେକେଆର, ପୃଥ୍ୱୀଙ୍କ ଉପରେ ଦିଲ୍ଲୀ କଲା ଭରସା । ଏଥର ଆଇପିଏଲ୍ ଖେଳିବେନି ଇଂଲଣ୍ଡର ପୂର୍ବତନ ଅଧିନାୟକ।

କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବାକୁ ଯାଉଛି ଆଇପିଏଲ୍ ଖେଳାଳି ନିଲାମୀ ପ୍ରକ୍ରିୟା । ତେବେ ଏହା ପୂର୍ବରୁ ଏବେ ଚାଲିଛି ଖେଳାଳିମାନଙ୍କର ରିଟେନସନ୍ । ନଭେମ୍ବର ୨୬ ତାରିଖ ଖେଳାଳି ରିଟେନସନର ଶେଷ ତାରିଖ ଥିବାବେଳେ, ଏବେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ବଡ ଅପଡେଟ୍ ।

ଆଇପିଏଲ୍ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ସଙ୍କୁ ନିଲାମକୁ ଛାଡିନାହିଁ । କାଉଣ୍ଟି କ୍ରିକେଟ୍ ଖେଳି ଆହତ ହେଇଥିବା ସତ୍ତେ୍ୱ ଟିମ୍ ମ୍ୟାନେଜମେଣ୍ଟ ପୃଥ୍ୱୀଙ୍କ ଉପରେ ଭରସା ରଖିଛନ୍ତି । ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ କିନ୍ତୁ ନିଜ ଟିମର ଷ୍ଟାର ଅଲରାଉଣ୍ଡର ସାର୍ଦ୍ଦୁଲ ଠାକୁରଙ୍କୁ ରିଲିଜ୍ କରିଦେଇଛି । ଯାହାଦ୍ୱାରା କି କେକେଆରର ପର୍ସରେ ଏବେ ୧୦.୭୫ କୋଟି ଟଙ୍କା ଜମା ହେଇଛି । ୨୦୨୩ ମସିହାରେ ସାର୍ଦ୍ଦୁଲଙ୍କୁ ୧୦.୭୫ କୋଟି ଟଙ୍କା ଦେଇ କିଣିଥିଲା କେକେଆର୍ । ଅନ୍ୟପଟେ ପୃଥ୍ୱୀ ସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ପାଖରେ ରଖିଥିଲେ ବି ସର୍ଫରାଜ ଖାନ୍ ଏବଂ ଅନୁଭବୀ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଛି । ସେହିପରି ଆରସିବି ଏବଂ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ନିଜ ନିଜ ଭିତରେ ଖେଳାଳି ଅଦଳବଦଳ କରିଛନ୍ତି । ଆରସିବି ଦଳରେ ଥିବା ଶାହାବାଜ ଅହମ୍ମଦ ଏବେ ହାଇଦ୍ରାବାଦ୍ ଏବଂ ମୟଙ୍କ ଡାଗର ଏବେ ଆରସିବି ଜର୍ସିରେ ନଜର ଆସିବେ ।

ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଆଗାମୀ ଆଇପିଏଲରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସେ ଏଥର ରାଜସ୍ଥାନ ରୟାଲ୍ସ ସହ ରହିବେ ନାହିଁ । ସେହିପରି ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମୁମ୍ବାଇ ଟିମକୁ ଫେରିବା ଏକପ୍ରକାର ପକ୍କା । ତେବେ ତାଙ୍କ ବଦଳରେ ଗୁଜରାଟ କେଉଁ ଖେଳାଳିଙ୍କୁ ନେଉଛି ନା ନିଜ ପର୍ସରେ ଟଙ୍କା ଜମା କରୁଛି ତାହା ଦେଖିବାକୁ ବାକି ରହିଲା ।

The post ସାର୍ଦ୍ଦୁଲଙ୍କୁ ରିଲିଜ୍ କଲା କେକେଆର, ପୃଥ୍ୱୀଙ୍କ ଉପରେ ଦିଲ୍ଲୀ କଲା ଭରସା । ଏଥର ଆଇପିଏଲ୍ ଖେଳିବେନି ଇଂଲଣ୍ଡର ପୂର୍ବତନ ଅଧିନାୟକ। first appeared on Kanak News.

from Kanak News
via <a href="https://ifttt.com/?

ଏକାବେଳେ ୬ ଭାଇଙ୍କୁ ଦିଆଗଲା ସମାଧୀ । କାନ୍ଦ ବୋବାଳିରେ ଫାଟି ପଡିଲା ଗାଁଦାଣ୍ଡ । ହନ୍ତାଳଗୁଡା ଘାଟିରେ ହୋଇଥିଲା ଦୁର୍ଘଟଣା ।

କନକ ବ୍ୟୁରୋ: ଏକାଠି ୬ଜଣ ସମ୍ପର୍କୀୟ ଭାଇଙ୍କ ମୃତଦେହକୁ ଦିଆଗଲା ସମାଧି । କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ ଦାଣ୍ଡ । ମଶାଣିରେ ଶୋକକୂଳ ପରିବେଶରେ ଅନୁଷ୍ଠିତ ହେଲା ଅନ୍ତିମ ସଂସ୍କାର । ମାଲକାନଗିରି ହନ୍ତାଳଗୁଡା ଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କୁ ପୈତୃକ ଗାଁ ନବରଙ୍ଗପୁର କୋଷାମଗୁଡା ମୋତିଗାଁରେ ଗଣସମାଧି ଦିଆଯାଇଛି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଶନିବାର ୧୩ଜଣ ଶ୍ରମିକଙ୍କୁ ନେଇ ଏକ ଟିପର ଚିତ୍ରକୋଣ୍ଡା ଯୋଡାଆମ୍ବ ରାସ୍ତାର ହନ୍ତାଳଗୁଡା ଘାଟିରେ ଯାଉଥିବା ସମୟରେ ବ୍ରେକଫେଲ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡି ତଳେ ଚାପି ହୋଇ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏବେ ବି ୭ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି ।

The post ଏକାବେଳେ ୬ ଭାଇଙ୍କୁ ଦିଆଗଲା ସମାଧୀ । କାନ୍ଦ ବୋବାଳିରେ ଫାଟି ପଡିଲା ଗାଁଦାଣ୍ଡ । ହନ୍ତାଳଗୁଡା ଘାଟିରେ ହୋଇଥିଲା ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା; ନିଲମ୍ବିତ ହେଲେ ୭ ପୁଲିସ ଅଧିକାରୀ ।  

କନକ ବ୍ୟୁରୋ: ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଘଟିଥିବା ତ୍ରୁଟି ନିମନ୍ତେ ପଞ୍ଜାବ ସରକାର ଶନିବାର ଦିନ ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ୭ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।ସେମାନଙ୍କ ନାମରେ କର୍ତ୍ତବ୍ୟରେ ଅବହେଳାଜନିତ ‘ଚାର୍ଜସିଟ୍‌’ ଫାଇଲ୍‌ କରାଯାଇଥିଲା ।

ନଭେମ୍ବର ୨୨ ତାରିଖ ଦିନ ରାଜ୍ୟ ଗୃହ ମନ୍ତ୍ରାଳୟଦ୍ବାରା ଜାରି କରାଯାଇଥିବା ଉକ୍ତ ଆଦେଶନାମାରେ ଭଟିଣ୍ଡା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୁରୁବିନ୍ଦର ସିଂହ ସାଙ୍ଘା, ‘ଡିଏସ୍‌ପି’ ପାହ୍ୟାର ପୁଲିସ ଅଧିକାରୀ ପାର୍ସୋନ୍‌ ସିଂହ ଓ ଜଗଦୀଶ କୁମାର, ଇନ୍‌ସ୍‌ପେକ୍ଟର୍‌ ଜତିନ୍ଦର ସିଂହ ଓ ବଲ୍‌ୱିନ୍ଦର୍‌ ସିଂହ, ସବ୍‌-ଇନ୍ସପେକ୍ଟର ଯଶୱନ୍ତ ସିଂହ ଓ ସହକାରୀ ସବ୍‌-ଇନ୍ସପେକ୍ଟର ରମେଶ କୁମାରଙ୍କୁ ନିଲମ୍ବନ କରାଯାଇଥିବା କଥା ଉଲ୍ଲେଖ କରାଯାଇଛି।

ସୂଚନା ମୁତାବକ, ୨୦୨୨ ଜାନୁଆରି ୫ ତାରିଖ ଦନି ବଠିଣ୍ଡା ବିମାନ ବନ୍ଦରରୁ ଫିରୋଜପୁର ଯିବା ବାଟରେ ଥିବା ଫ୍ଲାଇଓଭର୍‌ ଉପରେ ପ୍ରଧାନମନ୍ତ୍ରୀ ମ‌ୋଦୀ ଅଧଘଣ୍ଟା କାଳ ଫସି ରହିଥିବା ବେଳେ ସାଙ୍ଘା ଫିରୋଜପୁରର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଥିଲେ। ଉକ୍ତ ଫ୍ଲାଇଓଭର୍‌ ଶେଷ ମୁଣ୍ଡରେ ୩୦୦ ପ୍ରତିବାଦକାରୀ ସମବେତ ହୋଇଥିଲେ। ତେଣୁ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ‘ସ୍ପେସାଲ୍‌ ପ୍ରୋଟେକ୍‌ସନ୍‌ ଗ୍ରୁପ୍‌’ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଓ ତା’ସହିତ ଯାଉଥିବା ସମସ୍ତ ଗାଡ଼ି ଅଟକାଇ ପୁଣି, ବିମାନ ବନ୍ଦରକୁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ। ଏହି ସୁରକ୍ଷା ତ୍ରୁଟି ଘଟଣାର ତଦନ୍ତ କରୁଥିବା ସୁପ୍ରିମ୍‌ କୋର୍ଟଙ୍କଦ୍ବାରା ନିଯୁକ୍ତ କମିଟି ପଞ୍ଜବ ରାଜ୍ୟର କେତେ ଜଣ ସରକାରୀ ଅଧିକାରୀଙ୍କୁ ଦାୟୀ କରିଥିଲା।

The post ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା; ନିଲମ୍ବିତ ହେଲେ ୭ ପୁଲିସ ଅଧିକାରୀ ।   first appeared on Kanak News.

from Kanak News
via <a href="https://ifttt.com/?

ମାନବିକତା ଦେଖାଇଲେ କ୍ରିକେଟର ମହମ୍ମଦ ସାମି । ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ଜୀବନ ବଞ୍ଚାଇଲେ, ଇନଷ୍ଟାରେ ପୋଷ୍ଟ କଲେ ଖୁସିର ମୁହୂର୍ତ୍ତ ।

କନକ ବ୍ୟୁରୋ: ଦୁର୍ଘଟଣାଗ୍ରସ୍ତ କାରରେ ଫସି ରହିଥିବା ଡ୍ରାଇଭରଙ୍କ ଜୀବନ ବଞ୍ଚାଇ ମାନବିକତା ଦେଖାଇଲେ ଭାରତୀୟ ପେସ ବୋଲର ମହମ୍ମଦ ସାମି । ଅନ୍ୟର ଜୀବନ ବଞ୍ଚାଇଥିବାରୁ ଖୁସିଥିବା ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କଲେ ପୋଷ୍ଟ ।

ରବିବାର ସକାଳୁ ଉତ୍ତରାଖଣ୍ଡ ନୈନିତାଲର ପାହାଡି ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିଲା, ଗାଡି ଭିତରେ ଫସି ରହିଥିଲେ ଡ୍ରାଇଭର । ଏହି ସମୟରେ ଭାରତୀୟ କ୍ରିକେଟର ସାମି ଏହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ଘଟଣା ସ୍ଥଳରେ ଅଟକିଥିଲେ । ନିଜ ସହଯୋଗୀ ମାନଙ୍କ ସହ ଦୁର୍ଘଟଣାଗ୍ରସ୍ତ କାରରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି ସାମି । ଗାଡି ଚାଳକ ଜଣକ ଭାଗ୍ୟବାନ, ଭଗବାନଙ୍କୁ ତାଙ୍କୁ ଦ୍ୱିତୀୟ ଜୀବନ ଦେଇଛନ୍ତି ବୋଲି ନିଜ ଇନଷ୍ଟାଗ୍ରାମ ଆକାଉଁଟରେ ପୋଷ୍ଟ କରିଛନ୍ତି ସାମି । ଭାରତୀୟ କ୍ରିକେଟର ଏଭଳି ମାନବିକତା ପ୍ରଦର୍ଶନକୁ ପ୍ରଂଶସା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।

The post ମାନବିକତା ଦେଖାଇଲେ କ୍ରିକେଟର ମହମ୍ମଦ ସାମି । ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ଜୀବନ ବଞ୍ଚାଇଲେ, ଇନଷ୍ଟାରେ ପୋଷ୍ଟ କଲେ ଖୁସିର ମୁହୂର୍ତ୍ତ । first appeared on Kanak News.

from Kanak News
via <a href="https://ifttt.com/?

ମହିଳା ପୁଲିସ ଅଧିକାରୀଙ୍କ ମହାନତା । ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ମା’ର କଅଁଳା ଶିଶୁକୁ ସ୍ତନ୍ୟପାନ କରାଇ ଦେଲେ ଜୀବନଦାନ ।

କନକ ବ୍ୟୁରୋ: ଅନୁଶାସନକୁ ଜଗୁଥିବା ପୁଲିସ ମନରେ ବି ଅଛି ସ୍ନେହ ମମତା । ଏହାର ପ୍ରମାଣ ଦେଇଛନ୍ତି କୋଚିର ଜଣେ ମହିଳା ପୁଲିସ ।ଡାକ୍ତରଖାନାରେ ଜଣେ ମହିଳା ଜୀବନ ମରଣ ଦୋଛକିରେ ପଡିଥିବାବେଳେ ତାଙ୍କ ୪ ମାସର କଅଁଳା ଶିଶୁକୁ ଉଦ୍ଧାର କରିଛନ୍ତି । ଖାଲି ସେତିକି ନୁହେଁ ଭୋକରେ ଆଉଟୁପାଉଟୁ ହେଉଥିବ ଶିଶୁକୁ ନିଜେ ସ୍ତନ୍ୟପାନ କରାଇଛନ୍ତି । ଏଭଳି ଘଟଣା ଘଟିଛି କେରଳ କୋଚି ପୁଲିସ ଷ୍ଟେସନରେ । ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବା ବେଳେ ତାଙ୍କୁ ସମସ୍ତେ ବାହାବା କରୁଛନ୍ତି ।

ସୂଚନା ମୁତାବକ, ୪ମାସର ଶିଶୁର ବାପା ଜେଲ୍‌ରେ ଥିବା ବେଳେ ମା’ ହସ୍ପିଟାଲ ବିଛଣାରେ ପଡ଼ି ମୃତ୍ୟୁ ସହ ସଂଘର୍ଷ କରୁଛି। ଏହି ପରିବାର ବିହାରର ବାସିନ୍ଦା ହୋଇଥିବା ବେଳେ କିଛି ବର୍ଷ ହେବ ବାପାମା’ ଓ ୪ମାସ ଶିଶୁ ସମେତ ୩ ଭାଇଭଉଣୀ କୋଚିରେ ରହୁଛନ୍ତି। ମା’ ହସ୍ପିଟାଲ ବିଛଣାରେ ପଡ଼ିଥିବା ବେଳେ ୪ଜଣ ଶିଶୁ ବାହାରେ ଭୋକଉପବାସରେ ପଡ଼ି ରହିଥି‌ଲେ। ଏଥିମଧ୍ୟରୁ ୪ମାସର ଶିଶୁ ମା’ କ୍ଷୀର ପାଇଁ ଆଉଟୁପାଉଟୁ ହୋଇ ରାହା ଧରି କାନ୍ଦୁଥିଲା। ତେବେ ଏହି ଘଟଣା ବିଷୟରେ ଖବର ପାଇ ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ମା’ର ସମସ୍ତ ପିଲାଙ୍କୁ ଉଦ୍ଧାର କରି ପୁଲିସ୍‌ ଥାନାକୁ ଆଣିଥିଲା।

ଏଥିମଧ୍ୟରୁ ତିନିଜଣ ଛୁଆଙ୍କୁ ପୁଲିସ୍‌ କିଛି ଖାଇବାକୁ ଓ ପିଇବାକୁ ଦେଇ ରଖିଥିବା ବେଳେ ୪ମାସ ଶିଶୁ ତାର ମା’କୁ ଝରୁଥିଲା। ପୁଲିସ ଏହି ଶିଶୁକୁ କେମିତି ସମ୍ଭାଳିବ ବୁଝିପାରୁନଥିବାବେଳେ ଜଣେ ପୁଲିସ ଅଧିକାରୀ ପିଲାଟିକୁ ଆଣି ଆଉ କାହାକୁ କିଛି ନକହି ଶିଶୁକୁ କୋଳରେ ଧରି ସ୍ତନ୍ୟପାନ କରାଇଥିଲେ। କିଛିସମୟ ପରେ ଶିଶୁ ଜଣକ ପୁଲିସ ଅଧିକାରୀଙ୍କ ଠାରୁ ସ୍ତନ୍ୟପାନ କରି ଖୁବ ଆରାମରେ ଶୋଇପଡ଼ିଥିଲା। ୪ମାସର ଶିଶୁ ଚୁପ ହୋଇ ଶୋଇ ପଡ଼ିବା ପରେ ୪ଜଣ ପିଲାଙ୍କ ଅଧିକ ଯତ୍ନ ନିମନ୍ତେ ଚାଇଲ୍ଡକେୟାର ସେଣ୍ଟରକୁ ପଠାଇ ଦିଆଯାଇଥିଲା। ତେବେ ପୁଲିସ ଅଧିକାରୀ ଆର୍ୟ୍ୟାଙ୍କର ୯ମାସର ସନ୍ତାନ ଅଛି। ତେଣୁ ସେ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସକ୍ଷମ ହୋଇଥିଲେ। ତେବେ ପୁଲିସ ଅଧିକାରୀଙ୍କ ଏଭଳି କାମ ଚର୍ଚ୍ଚାରେ ରହିଛି।

The post ମହିଳା ପୁଲିସ ଅଧିକାରୀଙ୍କ ମହାନତା । ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ମା’ର କଅଁଳା ଶିଶୁକୁ ସ୍ତନ୍ୟପାନ କରାଇ ଦେଲେ ଜୀବନଦାନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started