ନବରଙ୍ଗପୁରରେ ଯୁବତୀଙ୍କୁ ୩୧ ଖଣ୍ଡ କରି କାଟିବା ଘଟଣା । ଅଭିଯୁକ୍ତ ଦମ୍ପତ୍ତି ଗିରଫ । ବିବାହ ପାଇଁ ଜିଦ୍ ଧରିବାରୁ ତଣ୍ଟି ଚିପି ମାରିଥିବା ସୂଚନା ।

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ରାଇଘରରେ ଯୁବତୀଙ୍କୁ ୩୧ ଖଣ୍ଡ କରିବା ଘଟଣାରେ ଅଭିଯୁକ୍ତ ଦମ୍ପତି ଗିରଫ । ମୁରମଡିହି ଗାଁର ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ବୁଧବାର ଠାରୁ ନିଖୋଜ ଥିଲେ ନବରଙ୍ଗପୁର ରାଇଘର ଥାନା ବାଗବେଡ଼ା ଗାଁ ତିଲାବତୀ । ବୁଧବାର ଠାରୁ ନିଖୋଜ ଥିଲେ ତିଲାବତୀ । ତିନି ଦିନ ପରେ ମୁରମଡିହି ଜଙ୍ଗଲରୁ ମିଳିଥିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ଜଙ୍ଗଲ ଭିତରେ ପୋତି ହୋଇଥିଲା ମୃତଦେହ । ହାତ, ଗୋଡ଼, ଆଙ୍ଗୁଠି ସବୁ କିଛି ଖଣ୍ଡ ଖଣ୍ଡ କରି କଟାଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପୁଲିସ ଅଧିକାରୀ । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସଂଦେହ କରାଯାଉଛି । କୁହାଯାଉଛି ଚନ୍ଦ୍ର ରାଉତଙ୍କ ସହ ତିଲାବତୀଙ୍କ ସହ ସଂପର୍କ ରହିଥିଲା । ଘଟଣା ପଦାକୁ ଆସିବା ପରେ ଚନ୍ଦ୍ର ରାଉତ ପରିବାରରେ ଆଶାନ୍ତି ସୃଷ୍ଟି ହୋଇଥିଲା । ତିଲାବତୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଚନ୍ଦ୍ର ଓ ତା’ର ସ୍ତ୍ରୀ ଯୋଜନାବଦ୍ଧ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

The post ନବରଙ୍ଗପୁରରେ ଯୁବତୀଙ୍କୁ ୩୧ ଖଣ୍ଡ କରି କାଟିବା ଘଟଣା । ଅଭିଯୁକ୍ତ ଦମ୍ପତ୍ତି ଗିରଫ । ବିବାହ ପାଇଁ ଜିଦ୍ ଧରିବାରୁ ତଣ୍ଟି ଚିପି ମାରିଥିବା ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀ ଉପକଣ୍ଠରେ ବିସ୍ଥାପିତଙ୍କ ଦୁଃଖ । ରାଜପଥ ସମ୍ପ୍ରସାରଣ ପାଇଁ ଜାଗା ଛାଡି ନିଜେ ହେଉଛନ୍ତି ହନ୍ତସନ୍ତ ।

କନକ ବ୍ୟୁରୋ: ଆପଣମାନେ ବିସ୍ଥାପିତଙ୍କ ଦୁଃଖର କାହାଣୀ ଶୁଣିଥିବେ ବା ଦେଖିଥିବେ । କିନ୍ତୁ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହୁଥିବା ବିସ୍ଥାପିତଙ୍କ ଦୁଃଖ କାହାଣୀ ହୁଏତ ଜାଣିନଥିବେ । ହେଲେ, ଆଜି ଆମେ ଆପଣଙ୍କୁ ସେହି ବିସ୍ଥାପିତଙ୍କ ଯନ୍ତ୍ରଣା ଦେଖାଇବୁ, ଯେଉଁମାନେ ରାଜପଥ ସମ୍ପ୍ରସାରଣ ପାଇଁ ବର୍ଷ ବର୍ଷ ଧରି ରହି ଆସୁଥିବା ଜାଗାକୁ ଛାଡି ଦେଇଥିଲେ । ଆଉ ଜାଗା ଛାଡି ଦେବା ପରେ ଏବେ ଦୟନୀୟ ଜୀବନଯାପନ କରୁଛନ୍ତି । ଦେଖନ୍ତୁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ନିକଟରେ ଥିବା ଆଦର୍ଶ କଲୋନୀବାସୀଙ୍କ ଦୁଃଖ କାହାଣି ।

ଏମିତି ବି ମଣିଷ ବଞ୍ଚୁଛନ୍ତି ପ୍ରତିଦିନ ପାଣିରେ ଘାଣ୍ଟିି ହେଉଛନ୍ତି । ପାଣି ଭିତରେ ଯାଆସ କରିବା ପାଇଁ ବାଧ୍ୟ ହେଉଛନ୍ତି । କେବଳ ଏତିକି ନୁହେଁ ଘର ଭିତରେ ବି ପାଣି ପଶି ଯାଇଛି । ଏ ଦୃଶ୍ୟ ବର୍ଷା ଦିନର ନୁହେଁ କି କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ ଦୃଶ୍ୟ ହେଉଛି, ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ବାଲିଅନ୍ତା ଅଞ୍ଚଳ ଆଦର୍ଶ କଲୋନୀର । ଯେଉଁମାନେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଭିତରେ ରହିଛି ଅନେକ କ୍ଷୋଭ ।

୧୬ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ହଂସପାଳ ନିକଟରେ ରହୁଥିବା ୧୯ପରିବାରକୁ ୨୦୨୦ରେ ବିସ୍ଥାପିତ କରାଗଲା । ସେ ସମୟରେ ସରକାରୀ ମୂଲ୍ୟ ଅନୁସାରେ ସେମାନଙ୍କୁ କ୍ଷତିପୂରଣ ଦିଆଯାଇଥିଲା । ରହିବା ପାଇଁ ନୂଆ ଜାଗାର ପଟ୍ଟା ବି ମିଳିଥିଲା । କିନ୍ତୁ ମିଳିଥିବା ଜାଗା କୁଶଭଦ୍ରା ନଦୀର ଉପକୂଳବର୍ତି ଅଂଚଳ ହୋଇଥିବାରୁ ସବୁବେଳେ ପାଣି ଜମି ରହୁଛି । ଯାହାଫଳରେ ଏମାନେ ଯନ୍ତ୍ରଣା ଭୋଗୁଛନ୍ତି ।

The post ରାଜଧାନୀ ଉପକଣ୍ଠରେ ବିସ୍ଥାପିତଙ୍କ ଦୁଃଖ । ରାଜପଥ ସମ୍ପ୍ରସାରଣ ପାଇଁ ଜାଗା ଛାଡି ନିଜେ ହେଉଛନ୍ତି ହନ୍ତସନ୍ତ । first appeared on Kanak News.

from Kanak News
via <a href="https://ifttt.com/?

ଲଜରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁ ପରେ ମହିଳାଙ୍କ ସ୍ୱାମୀ ଫେରାର, ହତ୍ୟା ନେଇ ବଢ଼ିଲା ସନ୍ଦେହ ।

କନକ ବ୍ୟୁରୋ: ବ୍ରହ୍ମପୁର କୋଇଲୁଣ୍ଡି ରାସ୍ତାରେ ଥିବା ଏକ ହୋଟେଲ ରୁମରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଅବଦୁଲ ପରିପାଲିପ, ସେ କେରଳର ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତ ୧୯ତାରିଖରୁ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ବେଳେ ଏହି ଲଜରେ ରହିଥିଲେ । ତେବେ ଆଜି ସକାଳୁ ହୋଟେଲ ରୁମରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ଘଟଣା ସ୍ଥଳରୁ ଫେରାର ଅଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ତେବେ କେମିତି କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହୋଇଛି ନାଁ ତାଙ୍କୁ ହତ୍ୟା କରାଯାଇଛି ସେନେଇ ସନ୍ଦେହ ବଢିଛି । ଏନେଇ ହୋଟେଲ କତୃପକ୍ଷ ପୋଲିସକୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପହଁଛି ତଦନ୍ତ କରୁଛି ପୋଲିସ ।

The post ଲଜରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁ ପରେ ମହିଳାଙ୍କ ସ୍ୱାମୀ ଫେରାର, ହତ୍ୟା ନେଇ ବଢ଼ିଲା ସନ୍ଦେହ । first appeared on Kanak News.

from Kanak News
via <a href="https://ifttt.com/?

ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଭର୍ଟିକାଲ ଡ୍ରିଲିଂ । ପାହାଡ଼ ଉପରପଟୁ ଚାଲିଛି ଖନନ କାମ ।

କନକ ବ୍ୟୁରୋ: ଉତରକାଶୀ ଟନେଲରେ ଫଶିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ଭର୍ଟିକାଲ ଡ୍ରିଲିଂ କରି ଶ୍ରମିକଙ୍କ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି କାମ । ଶନିବାର ଖନନ ସମୟରେ ଆମେରିକାରୁ ଆସିଥିବା ଅଗର ମେସିନର ବ୍ଲେଡ ଭାଂଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ସୁଡ଼ଙ୍ଗରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି ।

ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି । ଅଗର ମେସିନ ଫେଲ ମାରିବା ପରେ ଏବେ ପାହାଡ଼ର ଉପର ପଟୁ ଡ୍ରିଲିଂ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ବାଛିଛି ଉଦ୍ଧାରକାରୀ ଦଳ । ଭର୍ଟିକାଲ ଡ୍ରିଲିଂ ମେସିନ ପହଂଚିବା ପରେ ଡ୍ରିଲିଂ ଆରମ୍ଭ ହୋଇଛି । ତେବେ ହାତରେ ପାହାଡ କାଟିବା ଉପରେ ବି ଗୁରୁତ୍ୱ ଦେଉଛି ଉଦ୍ଧାରକାରୀ ଦଳ । ସେପଟେ ଉଦ୍ଧାର କାମରେ ଲାଗିଥିବା ଅଷ୍ଟ୍ରେଲିଆର ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିସ୍କ କହିଛନ୍ତି, ବଡ ଦିନ ସମସ୍ତ ଶ୍ରମିକ ଘରେ ପାଳନ କରିବେ । ଶନିବାର ଅଗର ମେସିନ ୪୮ ମିଟର ଡ୍ରିଲିଂ କରିବା ପରେ ଶୀଘ୍ର ଉଦ୍ଧାର ଆଶା ଦେଖା ଦେଇଥିଲା । ଆହୁରି ୧୨ ମିଟିର ଡ୍ରିଲିଂ କରିବା ପରେ ଶ୍ରମିକଙ୍କୁ ସୁର କ୍ଷିତ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଥିଲା । ହେଲେ ଭୁଶୁଡି ପଡିଥିବା ଲୁହାଛଡ ଓ କଂକ୍ରିଟରେ ଫସି ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସେପଟେ ଟନେଲରେ ପ୍ଲାଜମା ମେସିନ ପହଞ୍ଚିବା ପରେ କାର୍ଯ୍ୟ ଆରମ୍ଭ ହୋଇଛି ।

The post ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଭର୍ଟିକାଲ ଡ୍ରିଲିଂ । ପାହାଡ଼ ଉପରପଟୁ ଚାଲିଛି ଖନନ କାମ । first appeared on Kanak News.

from Kanak News
via <a href="https://ifttt.com/?

ରିଲିଜ ହୋଇପାରନ୍ତି ଆଇପିଏଲର ଦାମୀ ଖେଳାଳୀ , ଏଥର ନିଲାମୀରେ ଚମକିବେ ବିଶ୍ୱକପ ଷ୍ଟାର ! 

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୧୯ ତାରିଖରେ ଦୁବାଇରେ ହୋଇପାରେ ଆଇପିଏଲ ନିଲାମୀ । ତେବେ ଏହି ନିଲାମୀ ପୂର୍ବରୁ ଦଳ ଭିତରେ ଆରମ୍ଭ ହୋଇଛି ଟ୍ରେଡ ।  ନିଲାମୀ ପୂର୍ବରୁ ଅନେକ ଖେଳାଳୀଙ୍କୁ ରିଲିଜ କରିବେ ଫ୍ରାଞ୍ଚାଇଜ । ଯେଉଁ ତାଲିକାରେ ଅନେକ ଦାମୀ ଖେଳାଳୀ ମଧ୍ୟ ରହିଛନ୍ତି । ଗତ ସିଜିନରେ ଯେଉଁ ଖେଳାଳୀଙ୍କର ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିଲା ସେମାନଙ୍କୁ ରିଲିଜ କରି ନୂଆ ମୁହଁକୁ ଦଳରେ ସାମିଲ କରିବାକୁ ଚାହୁଁଛନ୍ତି ଅନେକ ଫ୍ରାଞ୍ଚାଇଜ । ଏହାସହ ଚଳିତ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳୀଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି ଫ୍ରାଞ୍ଚାଇଜ । ତେବେ ରିଲିଜ ହେବାକୁ ଥିବା ଖେଳାଳୀଙ୍କ ଭିତରେ ସବୁଠୁ ଦାମୀ ଖେଳାଳୀ ସାମ କୁରାନ ରହିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନଙ୍କୁ ୨୦୨୩ରେ ହୋଇଥିବା ମହାନିଲାମୀରେ ସର୍ବାଧିକ ଟଙ୍କା ଦେଇ ଦଳରେ ସାମିଲ କରିଥିଲା ପଞ୍ଜାବ କିଙ୍ଗସ । ୧୮.୫ କୋଟିରେ ପଞ୍ଜାବ କିଙ୍ଗସରେ ସାମିଲ ହୋଇଥିବା ସାମ କୁରାନଙ୍କର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନଥିଲା । ୧୪ଟି ମ୍ୟାଚରୁ ସାମ କୁରାନ ୨୭୬ ରନ୍ କରିଥିବା ବେଳେ ୧୦ଟି ୱିକେଟ ହାତେଇଥିଲେ । ସାମ କୁରାନଙ୍କ ଏଭଳି ପ୍ରଦର୍ଶନ ଫ୍ରାଞ୍ଚାଇଜକୁ ନିରାଶ କରିଥିଲା । କାରଣ ୨୦୨୨ ଟି-୨୦ ବିଶ୍ୱକପ ପ୍ରଦର୍ଶନ ଆଧାରରେ ସାମ କୁରାନଙ୍କୁ ସର୍ବାଧିକ ଟଙ୍କା ଦେଇ ଦଳରେ ସାମିଲ କରିବାକୁ ପଛାଇ ନଥିଲା ପଞ୍ଜାବ କିଙ୍ଗସ । ତେଣୁ ଚଳିତ ନିଲାମୀ ପୂର୍ବରୁ ସାମ କୁରାନଙ୍କୁ  ରିଲିଜ କରି ପୁଣିଥରେ କମ ଦାମରେ ଦଳରେ ସାମିଲ କରିପାରେ ପଞ୍ଜାବ ।

ସେହିଭଳି ଆରସିବି ପକ୍ଷରୁ ଖେଳୁଥିବା ହସରଙ୍ଗାଙ୍କୁ ମଧ୍ୟ ପୁଣିଥରେ ନିଲାମୀରେ ଦେଖିବାକୁ ମିଳିପାରେ । କାରଣ ଗତ ସିଜିନରେ ହସରଙ୍ଗାଙ୍କ ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିବା ବେଳେ ଏବେ ଆହତ ସମସ୍ୟା କାରଣରୁ କ୍ରିକେଟ ମୈଦାନରୁ ଦୂରେଇ ରହିଛନ୍ତି । ତେଣୁ ତାଙ୍କୁ ଏତେ ଟଙ୍କାରେ ରିଟେନ ନ କରିବାକୁ ପ୍ରସ୍ତୁତ ହେଉଛି ଆରସିବି ମ୍ୟାନେଜମେଣ୍ଟ । ହସରଙ୍ଗାଙ୍କ ବ୍ୟତୀତ ହର୍ଷଲ ପଟେଲ, ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ରିଲିଜ କରିପାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।  ସାମ କୁରାନଙ୍କ ଭଳି ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ ରିଲିଜ କରିପାରେ । ଗତ ସିଜିନରେ ଷ୍ଟୋକ୍ସ ଆଇପିଏଲରେ ସେଭଳି ଛାପ ଛାଡିବାରେ ସଫଳ ହୋଇନଥିଲେ । ଏପରିକି ଚଳିତ ବିଶ୍ୱକପରେ ମଧ୍ୟ ଷ୍ଟୋକ୍ସ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ଅଧିକାଂଶ ମ୍ୟାଚରେ ଷ୍ଟୋକ୍ସଙ୍କୁ ପ୍ୟାଭିଲିୟନରେ ଦେଖିବାକୁ ମିଳିଛି । ତେଣୁ ଷ୍ଟୋକ୍ସଙ୍କୁ ରିଲିଜ କରି ନୂଆ ଅଲରାଉଣ୍ଡର ସନ୍ଧାନରେ ଚେନ୍ନାଇ ରହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଇଂଲଣ୍ଡର ଷ୍ଟାର ବୋଲର ଜୋଫ୍ରା ଆର୍ଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଦୀର୍ଘଦିନ ହେବ ଅନ୍ତର୍ଜାତୀୟ କ୍ରିକେଟ ପଡିଆରୁ ଦୂରେଇ ରହିଛନ୍ତି ଆର୍ଚର । ତେଣୁ ତାଙ୍କ ବଦଳରେ ନୂଆ ଦ୍ରୁତ ବୋଲରଙ୍କ ସନ୍ଧାନରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଅନେକ ଦାମୀ ଖେଳାଳୀଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିବାକୁ ଥିବା ବେଳେ ବିଶ୍ୱକପ ଷ୍ଟାରଙ୍କୁ ଦଳରେ ସାମିଲ କରିବାକୁ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି । ଯେଉଁମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର ରଚିନ ରବୀନ୍ଦ୍ର ଓ ଡାରେଲ ମିଚେଲ, ଅଷ୍ଟ୍ରେଲିଆର ଟ୍ରାଭିସ ହେଡ, ମିଚେଲ ଷ୍ଟାର୍କ, ପାଟ କମିନ୍ସଙ୍କ ଭଳି ଖେଳାଳୀ ରହିଛନ୍ତି । ଯେଉଁମାନେ ଚଳିତ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ  ହୋଇଛନ୍ତି ।

The post ରିଲିଜ ହୋଇପାରନ୍ତି ଆଇପିଏଲର ଦାମୀ ଖେଳାଳୀ , ଏଥର ନିଲାମୀରେ ଚମକିବେ ବିଶ୍ୱକପ ଷ୍ଟାର !  first appeared on Kanak News.

from Kanak News
via <a href="https://ifttt.com/?

ବର୍ଷା ଅଭାବରୁ ଉଜୁଡି ଗଲା ଚାଷ । ବର୍ଷକ ଦାନା ପାଇଁ ଘୋର ଚିନ୍ତାରେ ଗୁଣୁପୁର ଚାଷୀ ।

କନକ ବ୍ୟୁରୋ: ବର୍ଷା ଅଭାବରୁ ଉଜୁଡି ଗଲା ଚାଷ । ଚିନ୍ତାରେ ରାୟଗଡ଼ା ଗୁଣୁପୁର ଅଞ୍ଚଳର ଚାଷୀ । ଧାର କରଜ କରି ଚାଷୀ ହେକ୍ଟର ହେକ୍ଟର ଜମିରେ ଚାଷ କରିଥିଲା ଚାଷୀ । ଗୁଣୁପୁର ବ୍ଲକର ୩ ହଜାର ୫୯୭ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ହେଲେ ବର୍ଷା ନଥିବାରୁ ଧାନ ଗଛ ସବୁ ନଡା ପାଲଟି ଗଲାଣି । ଯାହାକୁ ଚାଷୀଙ୍କ ଚିନ୍ତା ବଢିଛି । କିପରି ପରିବାର ପ୍ରତିପୋଷଣ କରିବେ, ସେନେଇ ଚିନ୍ତାରେ ପଡିଛନ୍ତି । ସରକାର ସହାୟତା କରିବା ପାଇଁ ଚାଷୀ ନିବେଦନ କରିଛନ୍ତି । ଜିଲ୍ଲା କୃଷି ଅଧିକାରୀ କହିଛନ୍ତି, ଗ୍ରାଉଣ୍ଡକୁ ଯାଇ ତଥ୍ୟ ସଂଗ୍ରହ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

The post ବର୍ଷା ଅଭାବରୁ ଉଜୁଡି ଗଲା ଚାଷ । ବର୍ଷକ ଦାନା ପାଇଁ ଘୋର ଚିନ୍ତାରେ ଗୁଣୁପୁର ଚାଷୀ । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା ୨୮ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ସ୍କାନିଂ ପାଇଁ ଏଏସଆଇକୁ ସହଯୋଗ କରିବେ ଶ୍ରୀମନ୍ଦିର ପ୍ରଶାସନ ।

କନକ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । କାର୍ତ୍ତିକ ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପରଦିନଠାରୁ ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବା ପାଇଁ ନିଷ୍ପତ୍ତିି ନିଆଯାଇଛି ।

ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି, ତାହା ଚିହ୍ନଟ କରାଯିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ । ଏହାରି ଭିତରେ ସ୍କାନିଂ ମେସିନ୍ ଏଏସଆଇ ପାଖରେ ପହଁଚିଥିବା ସୂଚନା ମିଳିଛି । ଲେଜର ସ୍କାନିଂ ପାଇଁ ଏଏସଆଇକୁ ସବୁପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

The post ଆସନ୍ତା ୨୮ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ସ୍କାନିଂ ପାଇଁ ଏଏସଆଇକୁ ସହଯୋଗ କରିବେ ଶ୍ରୀମନ୍ଦିର ପ୍ରଶାସନ । first appeared on Kanak News.

from Kanak News
via <a href="https://ifttt.com/?

ଦ୍ୱିତୀୟ ପର୍ଯ୍ୟାୟରେ ୨୫ଜଣଙ୍କୁ ମୁକ୍ତ କଲା ହମାସ୍ । ବଦଳରେ ୧୫୦ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବାକୁ ରାଜି ହୋଇଛି ଇସ୍ରାଏଲ ।

କନକ ବ୍ୟୁରୋ: ଇସ୍ରାଏଲ-ହମାସ ଲଢେଇରେ ଯୁଦ୍ଧ ବିରତି ଆଣିଛି ସାମାନ୍ୟ ଆଶ୍ୱସ୍ତି । ଦୁଇ ପକ୍ଷଙ୍କ ଦ୍ୱାରା ପଣବନ୍ଦୀଙ୍କୁ ମୁକ୍ତ ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଛି । ଶୁକ୍ରବାର ଓ ଶନିବାରରେ ହମାସ ଦୁଇଟି ପର୍ଯ୍ୟାୟରେ ମୋଟ ୩୮ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବା ସହ ଏମାନଙ୍କ ଫଟୋ ଜାରି କରିଛି ।

ଯୁଦ୍ଧବନ୍ଦୀ ମାନେ ଇଜିପ୍ଟ ଦେଇ ଇସ୍ରାଏଲରେ ପହଁଚିଥିବା ବେଳେ ସେମାନଙ୍କୁ ମ୍ବାଗତ କରାଯାଇଛି । ସେହିପରି ଜେଲରେ ଥିବା କିଛି ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି ଇସ୍ରାଏଲ । ଯୁଦ୍ଧ ବିରତିକୁ ଆହୁରି ଗୋଟିଏ ଦିନ ବାକି ଥିବା ବେଳେ ଗାଜା ଷ୍ଟ୍ରିପରେ ପୁଣି ଉତେଜନା ଦେଖିବାକୁ ମିଳିଛି । ଇସ୍ରାଏଲ ସେନା ୬ଜଣ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛି ହମାସ । ଆଉ ୧୨ଜଣ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିବାକୁ ବିଳମ୍ବ କଲେ ଯୁଦ୍ଧ ବିରତି ଶେଷ କରି ହମାସ ଉପରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛି ଇସ୍ରାଏଲ । ସେପଟେ ଯୁଦ୍ଧ ବିରତି ଅବଧି ବଢାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉଭୟ ପକ୍ଷଙ୍କୁ ଅପିଲ କରିଥିବା ବେଳେ ଗାଜା ଷ୍ଟ୍ରିପରେ ୧୦୦ରୁ ଅଧିକ ଟ୍ରକରେ ମାନବୀୟ ସହାୟତା ପହଁଚିସାରିଛି ।

The post ଦ୍ୱିତୀୟ ପର୍ଯ୍ୟାୟରେ ୨୫ଜଣଙ୍କୁ ମୁକ୍ତ କଲା ହମାସ୍ । ବଦଳରେ ୧୫୦ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବାକୁ ରାଜି ହୋଇଛି ଇସ୍ରାଏଲ । first appeared on Kanak News.

from Kanak News
via <a href="https://ifttt.com/?

ଟନେଲରେ ଶ୍ରମିକଙ୍କୁ ଚାପମୁକ୍ତ କରିବାକୁ ଲ୍ୟାଣ୍ଡଲାଇନ୍ ବ୍ୟବସ୍ଥା । ପରିବାର ସହ କଥା ହେବା ପାଇଁ ହୋଇଛି ପ୍ରସ୍ତୁତି ।

କନକ ବ୍ୟୁରୋ: ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ବିଏସଏନଏ ପକ୍ଷରୁ ଶ୍ରମିକଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟନେଲରେ ଫସିଥିବା ଶ୍ରମିକମାନେ ଯେପରି ନିଜ ପରିବାର ସହ କଥାବାର୍ତା ହୋଇପାରିବେ ସେଥିପାଇଁ ବିଏସଏନଏଲ ଏହି ସୁବିଧା ଯୋଗାଇ ଦେଇଛି । ଏକ ଛୋଟ ଲ୍ୟାଣ୍ଡଫୋନ୍ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଓ ଆଉଟଗୋଇଙ୍ଗର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ନେଟୱର୍କ ନଥିବାରୁ ନିକଟରେ ଏକ ଛୋଟ ଟେଲିଫୋନ୍ ଏକ୍ସଚେଂଜ ମଧ୍ୟ ସ୍ଥାପନ କରାଯାଇଛି । ଭୂସ୍ଖଳନ ପରେ ୧୫ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିରହିଛନ୍ତି ୪୧ଜଣ ଶ୍ରମିକ । ତେବେ ପରିବାର ଲୋକଙ୍କ ସହ କଥାବାର୍ତା କରି ତାଙ୍କର ମନୋବଳ ବଢାଇବା ପାଇଁ ଏହି ସୁବିଧା କରାଯାଇଛି ।

ସୁଡ଼ଙ୍ଗରେ କ’ଣ କରୁଛନ୍ତି ଶ୍ରମିକ?
– ଶ୍ରମିକଙ୍କୁ ଚାପମୁକ୍ତ ରଖିବାକୁ ପ୍ରୟାସ
– ସବୁଦିନ ଶ୍ରମିକଙ୍କ ସହ କଥା ହେଉଛନ୍ତି ଡାକ୍ତର
– ପରିବାର ସହ କଥା ହେବା ପାଇଁ କରାଗଲା ବ୍ୟବସ୍ଥା
– ସୁଡ଼ଙ୍ଗ ଭିତରକୁ ପଠାଗଲା ଲ୍ୟାଣ୍ଡଫୋନ୍
– ଶ୍ରମିକଙ୍କ ନିକଟକୁ କିଛି ମୋବାଇଲ ଫୋନ୍ ମଧ୍ୟ ପଠାଯାଇଛି
– ମୋବାଇଲ ଦ୍ୱାରା ଭିଡିଓ ଗେମ୍ ଖେଳି ମାନସିକ ଆଶ୍ୱସ୍ତ ରଖିବାକୁ ପ୍ର୍ରୟାସ
– ଲୁଡୋ ଓ ଅନ୍ୟ କିଛି ବୋର୍ଡ ଗେମ୍ ମଧ୍ୟ ପଠାଯାଇଛି
– କ୍ରିକେଟ ବ୍ୟାଟ୍ ବଲ ପହଂଚାଇବା ପାଇଁ ମଧ୍ୟ ବ୍ୟବସ୍ଥା
– ଯୋଗ କରି ମାନସିକ ଚାପରୁ ମୁକ୍ତ ରହିବାକୁ ପରାମର୍ଶ
– ଶ୍ରମିକଙ୍କ ସହ ଉଦ୍ଧାରକାରୀ ଦଳ ପ୍ରତିଦିନ ୩୦ ମିନିଟ୍ କଥା ହେଉଛନ୍ତି
– ପାଇପ ଜରିଆରେ ପଠାଯାଉଛି ଖାଦ୍ୟ, ପାଣି ଓ ଔଷଧ

The post ଟନେଲରେ ଶ୍ରମିକଙ୍କୁ ଚାପମୁକ୍ତ କରିବାକୁ ଲ୍ୟାଣ୍ଡଲାଇନ୍ ବ୍ୟବସ୍ଥା । ପରିବାର ସହ କଥା ହେବା ପାଇଁ ହୋଇଛି ପ୍ରସ୍ତୁତି । first appeared on Kanak News.

from Kanak News
via <a href="https://ifttt.com/?

ଟନେଲରେ ଫସିଥିବା ଶ୍ରମିକଙ୍କ ପାଇଁ ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ଉଦ୍ଧାର ପାଇଁ ଚାଲିଛି ମାନୁଆଲ ଡ୍ରିଲିଂ ।

କନକ ବ୍ୟୁରୋ: ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ବିଏସଏନଏ ପକ୍ଷରୁ ଶ୍ରମିକଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟନେଲରେ ଫସିଥିବା ଶ୍ରମିକମାନେ ଯେପରି ନିଜ ପରିବାର ସହ କଥାବାର୍ତା ହୋଇପାରିବେ ସେଥିପାଇଁ ବିଏସଏନଏଲ ଏହି ସୁବିଧା ଯୋଗାଇ ଦେଇଛି । ଏକ ଛୋଟ ଲ୍ୟାଣ୍ଡଫୋନ୍ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଓ ଆଉଟଗୋଇଙ୍ଗର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ନେଟୱର୍କ ନଥିବାରୁ ନିକଟରେ ଏକ ଛୋଟ ଟେଲିଫୋନ୍ ଏକ୍ସଚେଂଜ ମଧ୍ୟ ସ୍ଥାପନ କରାଯାଇଛି ।

ଭୂସ୍ଖଳନ ପରେ ୧୫ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିରହିଛନ୍ତି ୪୧ଜଣ ଶ୍ରମିକ । ତେବେ ପରିବାର ଲୋକଙ୍କ ସହ କଥାବାର୍ତା କରି ତାଙ୍କର ମନୋବଳ ବଢାଇବା ପାଇଁ ଏହି ସୁବିଧା କରାଯାଇଛି । ଏପରିକି ଶ୍ରମିକଙ୍କ ନିକଟକୁ କିଛି ମୋବାଇଲ ଫୋନ୍ ମଧ୍ୟ ପଠାଯାଇଛି । ଯାହା ଦ୍ୱାରା କିଛି ଭିଡିଓ ଗେମ୍ ଖେଳି ଶ୍ରମିକଙ୍କ ମାନେ କିଛି ମାତ୍ରାରେ ମାନସିକ ଆଶ୍ୱସ୍ତ ରହିପାରିବେ । ସେହିପରି ଲୁଡୋ ଓ ଅନ୍ୟ କିଛି ବୋର୍ଡ ଗେମ୍ ମଧ୍ୟ ତାଙ୍କ ନିକଟକୁ ପଠାଯାଇଛି । ସୁଡ଼ଙ୍ଗ ଭିତରେ ଖାଲି ସ୍ଥାନ ଥିବାରୁ ତାଙ୍କ ନିକଟକୁ କ୍ରିକେଟ ବ୍ୟାଟ୍ ବଲ ପହଂଚାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।

The post ଟନେଲରେ ଫସିଥିବା ଶ୍ରମିକଙ୍କ ପାଇଁ ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ଉଦ୍ଧାର ପାଇଁ ଚାଲିଛି ମାନୁଆଲ ଡ୍ରିଲିଂ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started