୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ । ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଆତଙ୍କ ରଚିଥିଲେ ଆତଙ୍କବାଦୀ । ସହିଦ ଯବାନ ଓ ନାଗିରକଙ୍କୁ ମନେ ପକାଉଛି ସାରା ଦେଶ ।

କନକ ବ୍ୟୁରୋ: ୨୦୦୮ ମସିହା ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଛି ୧୫ ବର୍ଷ । ଠିକ ଆଜିର ଦିନରେ ଜଳପଥରେ ଆସି ମୁମ୍ବାଇରେ ପଶିବା ପରେ ଆତଙ୍କବାଦୀ ଯେଉଁ ମୃତ୍ୟୁର ତାଣ୍ଡବ ରଚିଥିଲେ ତାହା କେହି ଭୁଲି ନାହାନ୍ତି । ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣରେ ସହିଦ ଯବାନ ଓ ନାଗିରକଙ୍କୁ ମନେ ପକାଉଛି ସାରା ଦେଶ ।

ମୁମ୍ବାଇ ଆକ୍ରମଣକୁ ଚାହିଁକି ମଧ୍ୟ କୌଣସି ଭାରତୀୟ ଭୁଲି ପାରିବେ ନାହିଁ । ଆତଙ୍କବାଦୀଙ୍କ ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୩ଶହରୁ ଅଧିକ ଆହତ ହୋଇଥିଲେ । ଆତଙ୍କବାଦୀ ପ୍ରଥମେ ଶିବାଜୀ ଟର୍ମିନାଲ ପରେ ମାୟାନଗରୀର ବିଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ କରି ବ୍ୟାପକ ଧନଜୀବନ ହାନି କରି ଆତଙ୍କ ଖେଳାଇ ଦେଇଥିଲେ । ହେଲେ ଏବେ ୧୫ ବର୍ଷ ପରେ ମୁମ୍ବାଇର ସୁର କ୍ଷା ବ୍ୟବସ୍ଥା ସୁଦୃଢ ହୋଇଛି । ଏବେ କୈାଣସି ଆତଙ୍କବାଦୀ ମାୟାନଗରୀ ଉପରେ ଆକ୍ରମଣ କରିବାକୁ ହେଲେ ଶହେ ଥର ଚିନ୍ତା କରିବ । ମୁମ୍ବାଇ ସହର ସାରା ସିସିଟିଭି କ୍ୟାମେରା ଲଗାଯାଇଛି । ସନ୍ଦିଗ୍ଧ ଗତିବିଧି ଦେଖିଲେ କୁଇକ୍ ରେସପନ୍ସ ଟିମ ଘଟଣାସ୍ଥଳରେ ପହଂଚିଯାଉଛି । ସମୁଦ୍ର ପଥରେ ସୁରକ୍ଷାକୁ କଡାକଡି କରାଯାଇଛି । ଏହାଛଡା ଗୁଏନ୍ଦା ବିଭାଗକୁ ଆହୁରି ଶକ୍ତିଶାଳୀ ହୋଇଛି । ତେଣୁ ବର୍ତ୍ତମାନ ସ୍ଥିତିରେ ମୁମ୍ବାଇ ଉପରେ ଆକ୍ରମଣ କରିବା କୌଣସି ଆତଙ୍କବାଦୀ ସଙ୍ଗଠନ ପକ୍ଷେ ସମ୍ଭବ ନୁହେଁ ।

The post ୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ । ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଆତଙ୍କ ରଚିଥିଲେ ଆତଙ୍କବାଦୀ । ସହିଦ ଯବାନ ଓ ନାଗିରକଙ୍କୁ ମନେ ପକାଉଛି ସାରା ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ । ବୋଲିଂ ଉପରେ ଫୋକସ କରିବ ଟିମ୍ ଇଣ୍ଡିଆ, ପ୍ରଥମ ମ୍ୟାଚ ଜିତିଥିବାରୁ ଦଳର ମଦୋବଳ ଦୃଢ

କନକ ବ୍ୟୁରୋ: ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଟି-୨୦ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଦୃଢ ରହିଛି ଭାରତୀୟ ଦଳର ମନୋବଳ । ବିଜୟ ଧାରା ବଜାୟ ରଖି ସିରିଜ୍ ଉପରେ କବଜା କରିବାକୁ ଲକ୍ଷ୍ୟ ।

ପ୍ରଥମ ମ୍ୟାଚରେ ପେସ ବୋଲର ମାନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ବେଳେ ଆଜିର ମ୍ୟାଚରେ ତ୍ରୁଟି ସୁଧାରିବାକୁ ଉଦ୍ୟମ କରିବ ଭାରତୀୟ ଦଳ । ସେପଟେ ଭାରତକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ କଙ୍ଗାରୁ ବାହିନୀ । ତେବେ ଥିରୁଅନନ୍ତପୁରମ ଗ୍ରୀନ ଫିଲ୍ଡ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ଦ୍ୱିତୀୟ ଟି-୨୦ ମ୍ୟାଚରେ ବର୍ଷା ସାଜିପାରେ ବାଧକ । ପ୍ରବଳ ବର୍ଷା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ମ୍ୟାଚ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ବଢିଛି ।

The post ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ । ବୋଲିଂ ଉପରେ ଫୋକସ କରିବ ଟିମ୍ ଇଣ୍ଡିଆ, ପ୍ରଥମ ମ୍ୟାଚ ଜିତିଥିବାରୁ ଦଳର ମଦୋବଳ ଦୃଢ first appeared on Kanak News.

from Kanak News
via <a href="https://ifttt.com/?

କୋଣାର୍କ ନବଗ୍ରହ ପୀଠରେ ନିଆରା ପରମ୍ପରା । ଦିବ୍ୟାଙ୍ଗ ପିଲାଙ୍କୁ ବାଲିରେ ଅଧା ପୋତି ସୂର୍ଯ୍ୟଙ୍କୁ ଆରାଧନା ।

କନକ ବ୍ୟୁରୋ: ବାଲିରେ ଅଧାପୋତା ଦିବ୍ୟାଙ୍ଗ ପିଲାଙ୍କ ସୁସ୍ଥ କାମନା କଲେ ପରିବାର ଲୋକେ । ପବିତ୍ର କାର୍ତ୍ତିକ ମାସ ଶେଷ ଶନିବାରରେ କୋଣାର୍କ ନବଗ୍ରହ ପୀଠରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

କାର୍ତ୍ତିକ ମାସର ପ୍ରଥମ ଶନିବାରରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଶେଷ ଶନିବାରରେ ସମାପ୍ତ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ, ଶୋକ, ଭୟରୁ ମୁକ୍ତ ରଖିବାକୁ ନବଗ୍ରହଙ୍କ ପୂଜାର୍ଚ୍ଚନା କରିଛନ୍ତି । ନିଜ ନିଜ ଦିବ୍ୟାଙ୍ଗ ସନ୍ତାନମାନଙ୍କ ଆରୋଗ୍ୟ କାମନା କରି ଶ୍ରଦ୍ଧାଳୁମାନେ କୁନି କୁନି ପିଲାଙ୍କୁ ନବଗ୍ରହ ମନ୍ଦିର ସମ୍ମୁଖ ବାଲିରେ ଶରରୀକୁ ଅଧାପୋତି ପୂଜାର୍ଚ୍ଚନା କରିଥିଲେ । ଲୋକଙ୍କ ବିଶ୍ୱାସ ଏପରି କଲେ ପିଲା ଆରୋଗ୍ୟ ହୋଇଯିବେ । କିମ୍ବଦନ୍ତୀ ରହିଛି ଦ୍ୱାପର ଯୁଗରେ ଶାପଗ୍ରସ୍ତ ଶାମ୍ବ ଅର୍କ କ୍ଷେତ୍ରରେ ସୂର୍ଯ୍ୟଙ୍କ ଉପାସନା କରି ଶାପମୁକ୍ତ ହୋଇଥିଲେ । ତେଣୁ କାର୍ତିକ ମାସରେ ଅର୍କକ୍ଷେତ୍ରରେ ହେଉଥିବା ବାଲିଯାତ୍ରାରେ ଦିବ୍ୟାଙ୍ଗ ଶିଶୁଙ୍କୁ ଅଧାପୋତି ପୂଜାର୍ଚ୍ଚନା କରି ଆରୋଗ୍ୟ ହୁଅନ୍ତି ବୋଲି ବିଶ୍ୱାସ ରହିଛି ।

The post କୋଣାର୍କ ନବଗ୍ରହ ପୀଠରେ ନିଆରା ପରମ୍ପରା । ଦିବ୍ୟାଙ୍ଗ ପିଲାଙ୍କୁ ବାଲିରେ ଅଧା ପୋତି ସୂର୍ଯ୍ୟଙ୍କୁ ଆରାଧନା । first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମ ସମୟରେ କଟିଗଲା ବିଜୁଳି ।ପ୍ରଦର୍ଶନୀ ପଡିଆରେ ଚାଲିଥିବା ପୁସ୍ତକ ମେଳା ସମୟରେ ଏମିତି ଦୃଶ୍ୟ ।

କନକ ବ୍ୟୁରୋ: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମ ସମୟରେ କଟିଗଲା ବିଜୁଳି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ପୁସ୍ତକ ମେଳା ସମୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ବେଳେ ପାଖାପଖି ୪ ମିନିଟ ବିଦ୍ୟୁତ କଟିଥିଲା । କେବଳ ଯେ ଗୋଟିଏ ଥର ଏମିତି ହେଲା ତାହା ନୁହେଁ ବାରମ୍ବାର ଏଭଳି ବିଦ୍ୟୁତ କଟିଥିବାଦେଖିବାକୁ ମିଳିଛି । ପ୍ରଦର୍ଶନୀ ପଡିଆରେ ଚାଲିଥିବା କାର୍ଯ୍ୟକ୍ରମରେ ଏଭଳି ବିଦ୍ୟୁତ କଟିବା ଛତିଶଗଡ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।

The post ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମ ସମୟରେ କଟିଗଲା ବିଜୁଳି ।ପ୍ରଦର୍ଶନୀ ପଡିଆରେ ଚାଲିଥିବା ପୁସ୍ତକ ମେଳା ସମୟରେ ଏମିତି ଦୃଶ୍ୟ । first appeared on Kanak News.

from Kanak News
via <a href="https://ifttt.com/?

କେରଳ କୋଚି ବିଶ୍ୱବିଦ୍ୟାଳୟରେ ଲାଇଭ୍ କନସର୍ଟ୍ ଚାଲିଥିବା ବେଳେ ଦଳଚକଟା । ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ , ୬୦ରୁ ଅଧିକ ଆହତ । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ।

କନକ ବ୍ୟୁରୋ: କେରଳ କୋଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଘଟଣ । ଦଳଚକଟାରେ ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।

କୋଚି ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା । ନିକିତା ଗାନ୍ଧୀଙ୍କ ଲାଇଭ୍ କନସର୍ଟ ବେଳେ ଛାତ୍ରଛାତ୍ରୀଙ୍କ ସହ ୨ ହଜାରରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା । ଏତିକି ବେଳେ ପ୍ରବଳ ବର୍ଷା ହେବାରୁ ଛାତ୍ରଛାତ୍ରୀମାନେ ଏଣେତେଣେ ଦୌଡିଥିଲେ । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳକୁ ଉଚ୍ଚପଦସ୍ଥ ଅଧିକାରୀ ଓ ଆମ୍ବୁଲାନ୍ସ ପହଂଚିଥିଲା । ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନିର୍ଦ୍ଦେଶରେ ଦୁଇ ଜଣ ମନ୍ତ୍ରୀଙ୍କ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

The post କେରଳ କୋଚି ବିଶ୍ୱବିଦ୍ୟାଳୟରେ ଲାଇଭ୍ କନସର୍ଟ୍ ଚାଲିଥିବା ବେଳେ ଦଳଚକଟା । ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ , ୬୦ରୁ ଅଧିକ ଆହତ । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା । first appeared on Kanak News.

from Kanak News
via <a href="https://ifttt.com/?

ଟନେଲରେ ଫସିଥିବା ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର ଆଶା । ଅଗର ମେସିନ ବିଫଳ ହେବା ପରେ ପାହାଡ ଉପରପଟୁ ଉଦ୍ଧାର କାର୍ଯ୍ୟ, ଶ୍ରମିକ ସୁସ୍ଥ ଥିବା ସୂଚନା ।

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫଶିଥିବା ଶ୍ରମିକଙ୍କ ଉଦ୍ଧାର ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଶନିବାର ଖନନ ସମୟରେ ଆମେରିକାରୁ ଆସିଥିବା ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ସୁଡଙ୍ଗରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି । ଅଗର ମେସିନ ଫେଲ ମାରିବା ପରେ ଏବେ ପାହାଡର ଉପର ପଟୁ ସୁଡଙ୍ଗ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ଆପଣାଇଛନ୍ତି ଉଦ୍ଧାରକାରୀ ଦଳ । ଭର୍ଟିକାଲ ଡ୍ରିଲିଂ ପାଇଁ ମଧ୍ୟ ଯୋଜନା କରାଯାଇଛି । ଟନେଲ ନିକଟରେ ପହଁଚିସାରିଛି ଭର୍ଟିକାଲ ଡ୍ରିଲିଂ ମେସିନ ।

ଆଜି ସକାଳୁ ମେସିନ ଡ୍ରିଲିଂ ବଦଳରେ ସୁଡଙ୍ଗ ଉପରୁ ମାନୁଆଲ ଡ୍ରିଲିଂ କରାଯିବ । ସେପଟେ ଉଦ୍ଧାର କାମରେ ଲାଗିଥିବା ଅଷ୍ଟ୍ରେଲିଆର ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିସ୍କ କହିଛନ୍ତି, ବଡ ଦିନ ସମସ୍ତ ଶ୍ରମିକ ଘରେ ପାଳନ କରିବେ । ତେଣୁ ଉଦ୍ଧାର କାମ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି । ଶନିବାର ଅଗର ମେସିନ ୪୮ ମିଟଟ ଡ୍ରିଲିଂ କରିବା ପରେ ଶୀଘ୍ର ଉଦ୍ଧାର ଆଶା ଦେଖା ଦେଇଥିଲା । ଆହୁରି ୧୨ ମିଟିର ଡ୍ରିଲିଂ କରିବା ପରେ ଶ୍ରମିକଙ୍କୁ ସୁର କ୍ଷିତ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଥିଲା । ହେଲେ ଭୁଶୁଡି ପଡିଥିବା ଲୁହାଛଡ ଓ କଂକ୍ରିଟରେ ଫସି ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

The post ଟନେଲରେ ଫସିଥିବା ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର ଆଶା । ଅଗର ମେସିନ ବିଫଳ ହେବା ପରେ ପାହାଡ ଉପରପଟୁ ଉଦ୍ଧାର କାର୍ଯ୍ୟ, ଶ୍ରମିକ ସୁସ୍ଥ ଥିବା ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସିବେ ଭୁବନେଶ୍ୱର । ଆସନ୍ତାକାଲି ପାରାଦୀପରେ ବୋଇତ ବନ୍ଧାଣ ଉତ୍ସବରେ ହେବେ ସାମିଲ ।

କନକ ବ୍ୟୁରୋ: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ମହାମହିମ । ଏହାପରେ କଡା ସୁରକ୍ଷା ବଳୟରେ ରାଜଭବନ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ସକାଳେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ପାରାଦୀପ ଯିବା କାର୍ଯ୍ୟକ୍ରମ ରହିଛି । ପାରାଦୀପ ବନ୍ଦରରେ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ ଉଦଘାଟନ କରିବେ । ପାରାଦୀପରୁ ଅପରାହ୍ଣରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ସୂଚୀ ରହିଛି ।

ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହେଉଛି ବନ୍ଦର ନଗରୀ । ରାସ୍ତା ଘାଟ ପୁରା ଚକଚକ୍ । କାନ୍ଥବାଡରେ ଶୋଭାପାଇଲାଣି ରଙ୍ଗବେରଙ୍ଗର ଚିତ୍ର । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ସାଧାରଣ ଜନତାଙ୍କ ଠାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

The post ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସିବେ ଭୁବନେଶ୍ୱର । ଆସନ୍ତାକାଲି ପାରାଦୀପରେ ବୋଇତ ବନ୍ଧାଣ ଉତ୍ସବରେ ହେବେ ସାମିଲ । first appeared on Kanak News.

from Kanak News
via <a href="https://ifttt.com/?

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ । ସେପଟେ ପ୍ରସାଦ ପାଇ ବ୍ରତ ଉଦଯାପନ କଲେ ବ୍ରତଧାରୀ ।

କନକ ବ୍ୟୁରୋ: ପଞ୍ଚକ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ସକାଳୁ ସକାଳୁ ବ୍ୟାରିକେଡ ଦେଇ ଲମ୍ବାଧାଡିରେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବଡ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦଯାପନ କରିଛନ୍ତି ।

ଗତକାଲି ବିଳମ୍ବିତ ରାତି ୨ଟାରେ ଦ୍ୱାର ଫିଟା ଯାଇ ମଙ୍ଗଳାଆଳତୀ କରାଯିବ ସହ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ଆଦି ନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡାଯାଇଥିଲା । ମଧ୍ୟ ରାତ୍ରରେ ଗଜଭୋଗ ପାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଅପେକ୍ଷା କରିଥିଲେ । ଭୋରରୁ ବାବା ଧବଳେଶ୍ୱରଙ୍କୁ ଯୋଗୀ ବେଶରେ ଦର୍ଶନ କରିବା ସହ ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି । ସେପଟେ ଶ୍ରଦ୍ଧାଳୁଙ୍କୁ ପାଇଁ ବସାଘର ଆଗରେ ପ୍ରସାଦ ବିକ୍ରିର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

The post ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ । ସେପଟେ ପ୍ରସାଦ ପାଇ ବ୍ରତ ଉଦଯାପନ କଲେ ବ୍ରତଧାରୀ । first appeared on Kanak News.

from Kanak News
via <a href="https://ifttt.com/?

ପଞ୍ଚୁକ ବ୍ରତ ପାଇଁ ଉତ୍ସବ ମ୍ରୁଖର ଶ୍ରୀକ୍ଷେତ୍ର । ଆଜି ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

କନକ ବ୍ୟୁରୋ: ପଞ୍ଚୁକ ବ୍ରତ ପାଇଁ ଉତ୍ସବ ମ୍ରୁଖର ଶ୍ରୀକ୍ଷେତ୍ର । ବଡଦାଣ୍ଡରେ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି ଚହଳି । ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।

କଳା ଠାକୁରଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମିଛି । ଏହି ଚିତାକର୍ଷକ ବେଶରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ର ହଳ ମୂଷଳ ଧାରଣ କରି ଦର୍ଶନ ଦେଉଛନ୍ତିି । ଠାକୁରଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ଦେଖିବାକୁ ଦୂରଦୂରାନ୍ତରୁ ଭକ୍ତ ଆସିଛନ୍ତି । ଦିନକ ପରେ ପଂଚକ ପୂର୍ଣ୍ଣିମା ରହିଛି । ପଂଚକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେବେ ଠାକୁର । ତେଣୁ ଦିନକ ଆଗରୁ ପୁରୀରେ ଭକ୍ତ ଭିଡ ଜମିବାରେ ଲାଗିଛି । ଏହାଛଡା ଆଜି ଛୁଟିଦିନ ରବିବାର ଥିବାରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

The post ପଞ୍ଚୁକ ବ୍ରତ ପାଇଁ ଉତ୍ସବ ମ୍ରୁଖର ଶ୍ରୀକ୍ଷେତ୍ର । ଆଜି ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ first appeared on Kanak News.

from Kanak News
via <a href="https://ifttt.com/?

ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନଲିସା । ଜୁସ୍ ପିଆଇ ଅନଶନ ଭାଙ୍ଗିଲେ କୁନା ତ୍ରିପାଠୀ ।

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରଯୋଜିକା ସନଲିସା ଚଳାଇଥିବା ଆମରଣ ଅନଶନ ଭାଙ୍ଗିଛନ୍ତି । ତେବେ ଧାରଣା ଜାରି ରହିବ ବୋଲି ଘୋଷଣା କରିଛନ୍ତି ସନଲିସା । କଳାକାରଙ୍କ ବିବାଦ ଭିତରେ ଓଡିଆ ଫିଲ୍ମ ବଞ୍ଚାଇବା ଦାବିରେ ସନଲିସା ଗୁରୁବାରଠାରୁ ଅନଶନ ଆରମ୍ଭ କରିଥିଲେ । ଏହାପରେ ଆମରଣ ଅନଶନ ଆରମ୍ଭ ହୋଇଥିଲା । ଆଜି ଧାରଣା ସ୍ଥଳରେ ଅଭିନେତା ଅନୁଭବ ମହାନ୍ତି ଓ କୁନା ତ୍ରିପାଠୀ ପହଞ୍ଚିିଥିଲେ । ସନଲିସାଙ୍କୁ ଜୁସ ପିଆଇ ସେ ଆମରଣ ଅନଶନ ଭଙ୍ଗ କରିଥିଲେ । ସନଲିସା କହିଛନ୍ତି,ସମସ୍ୟାର କୌଣସି ସମାଧାନ ନ ହେଲେ ମଙ୍ଗଳବାରଠାରୁ ପୁଣି ଆନ୍ଦୋଳନ ଜୋରଦାର ହେବ । ସେପଟେ ଲିଖିତ ପ୍ରତିଶ୍ରୁତି ସହ ୨୮ ତାରିଖରେ ଇଡକୋରେ ବୈଠକ ଡାକିଛନ୍ତି ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ । ଅନୁଭବ କହିଛନ୍ତି ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ।

The post ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନଲିସା । ଜୁସ୍ ପିଆଇ ଅନଶନ ଭାଙ୍ଗିଲେ କୁନା ତ୍ରିପାଠୀ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started