
କନକ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ । କାର୍ଯ୍ୟଦିବସ ଥିଲା ୩୦ ଦିନ ହେଲେ ୪ ଦିନରେ ବନ୍ଦ ହେଲା । ବାକି ରହିଗଲା ୨୬ କାର୍ଯ୍ୟଦିବସ । ହଠାତ୍ ଶୀତ ଅଧିବେଶନ ବନ୍ଦ ହୋଇଯିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଥିବାରୁ ଗୃହକୁ ମୁଲତବୀ କରାଯାଇଛି । ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ ରଖାଯାଇଛି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।
ସେହିପରି ସମାନ ଢ଼ଙ୍ଗରେ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କଟାକ୍ଷ କରି ସେ କହିଛନ୍ତି, ୪ ଦିନରେ ଶୀତ ଅଧିବେଶନକୁ ବନ୍ଦ କରି ରାଜ୍ୟ ସରକାର ଇତିହାସ ସୃଷ୍ଟି କରିଛନ୍ତି । ଏପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶ୍ରମମନ୍ତ୍ରୀ ।
ହଙ୍ଗମା-ହଟ୍ଟଗୋଳ-କକ୍ଷତ୍ୟାଗ-ମୁଲତବୀ ଭିତରେ ଯଦି ୪ ଦିନର ହିସାବ-କିତାବ କରାଯାଏ, ତେବେ ଶୀତ ଅଧିବେଶନର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପରେ ମଲତବୀ ହୋଇଥିଲା ଗୃହ । ଆଦିବାସୀ ଜମି ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଧୋଇ ହୋଇଗଲା ଦ୍ୱିତୀୟ ଦିନ । ତୃତୀୟ ଦିନରେ ଯଦିଓ ପ୍ରଥମାର୍ଦ୍ଧ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବନ୍ଦ ରହିଥିଲା, କିନ୍ତୁ ଦ୍ୱିତୀୟାର୍ଦ୍ଧରେ ସ୍ୱାଭାବିକ ଥିଲା ଗୃହକାର୍ଯ୍ୟ । ଆଉ ଚତୁର୍ଥ ଦିନରେ ଶିଳ୍ପ ବିଭାଗର ଆଲୋଚନା, କୋଶଳୀ ଭାଷାରେ କଥା କଟାକଟି ଏବଂ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାରେ ଏହା ସୀମିତ ରହିଗଲା ।
ତେବେ ଶୀତ ଅଧିବେଶନର ୪ଦିନ ଯାକ ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗ ଚର୍ଚ୍ଚାରେ ରହିଥିଲା । ଆଉ ବିବାଦ ପରେ ନିଷ୍ପତିର ଅଧିକ ତଜର୍ମା ପାଇଁ ଉପଦେଷ୍ଟା କମିଟିକୁ ପଠାଇବାକୁ ନିଷ୍ପତି ନେଇଥିଲେ ସରକାର ।
The post ଶୀତ ଅଧିବେଶନ ବନ୍ଦକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ଓ ବିଜେପି । ବିଜେଡ଼ି କହିଲା, ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ first appeared on Kanak News.
from Kanak News
via <a href="https://ifttt.com/?











