ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ଦମ୍ପତ୍ତିିଙ୍କୁ ବାଥରୁମରେ ବନ୍ଦ କରି ଘରେ ବୁଲାଇଲେ କଳାକନା ।

କନକ ବ୍ୟୁରୋ: ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ଶସସ୍ତ୍ର ଡୟାକତି । ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା । ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍ । ସୂଚନା ମୁତାବକ ଲୋକେ ଘରେ ଥିବା ବେଳେ ଅସ୍ତ୍ରଶସ୍ତ୍ର ନେଇ ଘରେ ପଶିଥିଲେ ଦୁର୍ବୃତ୍ତ ଘରେ ଥିବା ଦମ୍ପତ୍ତିିଙ୍କୁ ବାଥରୁମରେ ବନ୍ଦ କରିଦେଇଥିଲେ । ପରେ ଘରେ ଥିବା ସୁନା ଗହଣା ସହ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଛନ୍ତି । ଦିନ ଦିପ୍ରହରରେ ଏଭଳି ଲୁଟକୁ ନେଇ କମିଶନରେଟ ପୋଲିସ ଉପରେ ପ୍ରଶ୍ନ ଉଠିଛି ।

The post ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ଦମ୍ପତ୍ତିିଙ୍କୁ ବାଥରୁମରେ ବନ୍ଦ କରି ଘରେ ବୁଲାଇଲେ କଳାକନା । first appeared on Kanak News.

from Kanak News
via <a href="https://ifttt.com/?

ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବା ନେଇ ତେଜିଲା ରାଜନୀତି । ନରସିଂହ ମିଶ୍ର କହିଲେ ‘ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର ।

କନକ ବ୍ୟୁରୋ:୪ ଦିନର ଶୀତ ଅଧିବେଶନକୁ ନେଇ ତେଜିଛି ରାଜନୀତି । ୨୬ଟି କାର୍ଯ୍ୟ ଦିବସ ବାକି ଥିବା ବେଳେ ଅଚାନକ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ସମାନ ଢ଼ଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର । ସରକାରଙ୍କ ପାଖରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଥିବାରୁ ଜାଣିଶୁଣି ଗୃହକୁ ମଲତବୀ କରାଯାଇଛି ବୋଲି ନରସିଂହ ମିଶ୍ର ଅଭିଯୋଗ ଆଣିଛନ୍ତି । ସରକାରଙ୍କ କାର୍ଯ୍ୟ ନଥିଲେ ବି ବିରୋଧୀଙ୍କ ପାଖରେ ଆଲୋଚନା କରିବା ପାଇଁ ଅନେକ ବିଷୟ ଥିଲା ବୋଲି ନରସିଂହ କହିଛନ୍ତି । କିନ୍ତୁ ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ କରିଦିଆଯାଇଛି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।

ସେହିପରି ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ମୁଖ୍ୟ ସଚେତକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ମାତ୍ର ୪ ଦିନ ଭିତରେ ଶୀତ ଅଧିବେଶନକୁ ବନ୍ଦ କରି ରାଜ୍ୟ ସରକାର ଇତିହାସ ସୃଷ୍ଟି କରିଛନ୍ତି ବୋଲି ମୋହନ ମାଝୀ କଟାକ୍ଷ କରିଛନ୍ତି । କୌଣସି କାରଣ ନଥାଇ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାହିଁକି ମୁଲତବୀ ଘୋଷଣା କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ମୋହନ ମାଝୀ । ରାଜ୍ୟ ସରକାର ଆଦିବାସୀ ବିରୋଧୀ ଏବଂ ଜନ ବିରୋଧୀ ବୋଲି କହିବା ସହ ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥି ହୋଇଛନ୍ତି ବୋଲି ମୋହନ ମାଝୀ ଅଭିଯୋଗ କରିଛନ୍ତି । ତେବେ ଉଭୟ ବିଜେପି ଓ କଂଗ୍ରେସର ଅଭିଯୋଗକୁ ଭିତିହିନ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ ଓ ବିଜେଡ଼ି ବିଧାୟକ ରାଜ କିଶୋର ଦାସ ।

The post ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବା ନେଇ ତେଜିଲା ରାଜନୀତି । ନରସିଂହ ମିଶ୍ର କହିଲେ ‘ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର । first appeared on Kanak News.

from Kanak News
via <a href="https://ifttt.com/?

ଝିଅ ଶ୍ୱେତାଙ୍କ ନାଁରେ ‘ପ୍ରତୀକ୍ଷା’ବଙ୍ଗଳା କରିଦେଲେ ଅମିତାଭ । ପିଲାଙ୍କ ମଧ୍ୟରେ ସମାନ ସମ୍ପତ୍ତି ବାଣ୍ଟିବାକୁ କହିଥିଲେ ବିଗ୍ ବି ।

କନକ ବ୍ୟୁରୋ: ଝିଅ ଶ୍ୱେତା ବଚ୍ଚନଙ୍କୁ ଦାମୀ ଉପହାର ଦେଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ମୁମ୍ବାଇ ଜୁହୁରେ ଥିବା ଚର୍ଚ୍ଚିତ ବଙ୍ଗଳା ‘ପ୍ରତୀକ୍ଷା’କୁ ଝିଅ ଶ୍ୱେତାଙ୍କ ନାଁରେ ଲେଖିଦେଇଛନ୍ତି । ନଭେମ୍ବର ୮ ତାରିଖରେ ଦୁହିଁଙ୍କ ମଧ୍ୟରେ ଏହାର ଆଇନଗତ ପ୍ରକିୟା ସରିଛି । ଏହି ବଙ୍ଗଳାର ମୂଲ୍ୟ ୫୦ କୋଟି ୬୩ ଲକ୍ଷ । ଏହାକୁ ଦୁଇଟି ପ୍ଲଟରେ ଭାଗ କରାଯାଇଛି । ଏବେ ଦୁଇଟିଯାକ ପ୍ଲଟରେ ଥିବା ବଙ୍ଗଳାର ମାଲିକାଣୀ ଶ୍ୱେତା ବଚ୍ଚନ ।

ପ୍ରତୀକ୍ଷା ବ୍ୟତୀତ ଜୁହୁରେ ଅମିତାଭଙ୍କର ଆଉ ଦୁଇଟି ବଡ ବଙ୍ଗଳା ରହିଛି, ଜଲସା ଓ ଜନକ । ଅମିତାଭ ଓ ଜୟା ବଚ୍ଚନ ଏବେ ଜଲସାରେ ରହୁଛନ୍ତି । ଏହା ବ୍ୟତୀତ ମଧ୍ୟ ଦୁହିଁଙ୍କର ମୁମ୍ବାଇର ବିଭିନ୍ନ ସ୍ଥାନରେ ଏକାଧିକ ଘର ରହିଛି । ତେବେ ପୂର୍ବରୁ ‘ବିଗ୍ ବସ୍’ ଶୋ’ରେ ଏନେଇ ଇସାରା ଦେଇଥିଲେ । କହିଥିଲେ ତାଙ୍କର ଯାହା ବି ସ୍ଥାବର , ଅସ୍ଥାବର ସମ୍ପତ୍ତି ଅଛି ସେ ସବୁକୁ ସେ ନିଜ ମୃତ୍ୟୁ ପୂର୍ବରୁ ଦୁଇ ପୁଅ ଝିଅଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିଦେବାକୁ ଚାହିଁବେ ।

The post ଝିଅ ଶ୍ୱେତାଙ୍କ ନାଁରେ ‘ପ୍ରତୀକ୍ଷା’ବଙ୍ଗଳା କରିଦେଲେ ଅମିତାଭ । ପିଲାଙ୍କ ମଧ୍ୟରେ ସମାନ ସମ୍ପତ୍ତି ବାଣ୍ଟିବାକୁ କହିଥିଲେ ବିଗ୍ ବି । first appeared on Kanak News.

from Kanak News
via <a href="https://ifttt.com/?

ଲଢୁଆ ବିମାନ ‘ଜେଜସ୍’ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଦୁନିଆରେ ଆମେ କାହାଠାରୁ କମ୍ ନୁହେଁ ।

କନକ ବ୍ୟୁରୋ:‘ତେଜସ୍’ ଯୁଦ୍ଧ ବିମାନରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଳୁରୁରେ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ବେଙ୍ଗାଳୁରୁର ୟେଲହଙ୍କା ଏୟାରବେସ୍ରେ ପହଂଚିଥିଲେ ମୋଦୀ । ସେଠାରେ ‘ତେଜସ୍’ ଯୁଦ୍ଧ ବିମାନରେ ବସି ଉଡାଣ ଭରିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ତେଜସ୍’ରେ ସଫଳତାର ସହିତ ଉଡାଣ ପୂରଣ କରିଛି । ‘ତେଜସ୍’ରେ ଉଡିବାର ଅନୁଭବ ଅବିଶ୍ୱନୀୟ । ଆତ୍ମନିର୍ଭରତାରେ ଆମେ କାହାଠାରୁ ବି କମ୍ ନୁହଁ । ସ୍ୱଦେଶୀ କ୍ଷମତା ଉପରେ ଭରସା ଅଧିକ ବୃଦ୍ଧି ପାଇଛି । ‘ତେଜସ୍’ ଯୁଦ୍ଧ ବିମାନକୁ ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ବିକଶିତ କରାଯାଇଛି ।

The post ଲଢୁଆ ବିମାନ ‘ଜେଜସ୍’ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଦୁନିଆରେ ଆମେ କାହାଠାରୁ କମ୍ ନୁହେଁ । first appeared on Kanak News.

from Kanak News
via <a href="https://ifttt.com/?

ସସ୍ମିତଙ୍କ ଉପରେ ବର୍ଷିଲେ ପୃଥ୍ୱୀରାଜ । ରାଜ୍ୟପାଳଙ୍କ କ୍ଷମତା ବିଷୟରେ ଯଦି ଜଣାନାହିଁ, ତେବେ ଆଇନ ବିଶାରଦଙ୍କ ସହ ଆଲୋଚନା କରି ବୟାନ ରଖନ୍ତୁ ।

କନକ ବ୍ୟୁରୋ : ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବୟାନକୁ ନେଇ ବର୍ଷିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସିଧାସଳଖ ସସ୍ମିତଙ୍କୁ ର୍ଟାର୍ଗେଟ କରିବା ପୃଥ୍ୱୀରାଜ କହିଛନ୍ତି, ଅଳ୍ପ ବିଦ୍ୟା ଭୟଙ୍କରୀ । ଯେଉଁମାନଙ୍କର ସମ୍ବିଧାନ ବିଷୟରେ ଜ୍ଞାନ ନାହିଁ, ଅନଭିଜ୍ଞ ଏବଂ ମୂର୍ଖ । ଆଇନ ବ୍ୟବସ୍ଥା ଉପରେ ଅଜ୍ଞ । ସେଭଳି ଲୋକ ହାକିମଙ୍କ ନିର୍ଦେଶରେ ଗଣମାଧ୍ୟମ ଆଗରେ କହିଲେ, ଭୁଲ ତ୍ରୁଟି ହୁଏ । ରାଜ୍ୟପାଳଙ୍କ କ୍ଷମତା ଉପରେ ଯଦି ଜଣା ନାହିଁ, ଆଇନ ବିଶାରଦଙ୍କ ସହିତ ଚର୍ଚ୍ଚା ଆଲୋଚନା କରି କହିଥିଲେ ଭଲ ହୋଇଥାନ୍ତା ।

ମୋର ରାଜନୈତିକ କ୍ୟାରିଅରକୁ ନେଇ ପୂର୍ବରୁ ପ୍ରଶ୍ନ କରି କହିଥିଲେ, ଏବେ ପୁଣି କହୁଛନ୍ତି କିନ୍ତୁ ମୋର ରାଜନୈତିକ ସ୍ଥିତିକୁ ସେମାନେ ବନ୍ଦ କରି ପାରିବେ ନାହିଁ କି ସରକାରଙ୍କ ଭୁଲ ତ୍ରୁଟିକୁ ସମାଲୋଚନା କରିବାକୁ ମୋ ପାଟିକୁ ବନ୍ଦ କରି ପାରିବେ ନାହିଁ । ବିଜୁ ପଟ୍ଟନାୟକ ମୋତେ ରାଜନୀତିକୁ ଆଣିଥିଲେ, ମୁଁ ରାଜନୀତି କଣ, କେମିତି କରାଯାଏ, ନିଜ ରାଷ୍ଟ୍ର ପାଇଁ କେମିତି କରାଯାଏ ସେ କଥା ଜାଣିଛି । ତୋଷମାଦି କରି ଉପଲବ୍ଧି ପାଇବାର ପ୍ରକ୍ରିୟା ମୋତେ ବିଜୁ ବାବୁ ଶିଖାଇ ନଥିଲେ, ମୋତେ ଉପଦେଶ ଦେବାର ବିଜେଡି ନେତାଙ୍କ ଆବଶ୍ୟକତା ନାହିଁ ବୋଲି କହିଛନ୍ତି ପୃଥ୍ୱୀରାଜ ।

ଭାରତବର୍ଷରେ ଲୋକମାନେ ଅପେକ୍ଷା କରିଥାନ୍ତି, କାର୍ତିକ ମାସରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ, ତାଙ୍କର ଦର୍ଶନରେ ଅବ୍ୟବସ୍ଥା ହେଉଛି । ୪ଟି ଦ୍ୱାରରୁ ଗୋଟେ ଦ୍ୱାର ଖୋଲିଛ, ସେ ବାବଦରେ ରାସ୍ତା ଦେଖାଇବା, ସରକାରଙ୍କୁ ଏକ ପରାମର୍ଶ ଦେବା, ଯେ କୌଣସି ନାଗରିକ ଅବା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହୁଅନ୍ତୁ, ସମସ୍ତଙ୍କର ଅଧିକାର ଅଛି । ତାକୁ ରାଜନୈତିକ ଦୃଷ୍ଟିକୋଣରୁ ନେଇ କଟାକ୍ଷ କରିଛନ୍ତି କେବଳ ହାକିମ ନିର୍ଦେଶକୁ ପାଳନ କରିଛନ୍ତି କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ସହିତ ଓଡିଶା ଲୋକଙ୍କର ଯେଉଁ ଭାବାବେଗ ରହିଛି ସେ ହିଁ କେବଳ କହିପାରିବ ଏହା ଠିକ ହେଉଛି କି ଭୁଲ ହେଉଛି । ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ ପୁରା ଅଜ୍ଞ, ଜଗନ୍ନାଥଙ୍କ ସଂସ୍କୃତି କଣ ଜାଣନ୍ତି ନାହିଁ, ସେଭଳି ଲୋକ ଆସି ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ, ଜଗନ୍ନାଥଙ୍କୁ ଭଲପାଉଥିବା ଲୋକଙ୍କ ପାଇଁ ଅପମାନ ହେବ ବୋଲି ପୃଥ୍ୱୀରାଜ କହିଛନ୍ତି ।

The post ସସ୍ମିତଙ୍କ ଉପରେ ବର୍ଷିଲେ ପୃଥ୍ୱୀରାଜ । ରାଜ୍ୟପାଳଙ୍କ କ୍ଷମତା ବିଷୟରେ ଯଦି ଜଣାନାହିଁ, ତେବେ ଆଇନ ବିଶାରଦଙ୍କ ସହ ଆଲୋଚନା କରି ବୟାନ ରଖନ୍ତୁ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ୨୦୨୩ର ଶୁଭାରମ୍ଭ । ଯୁବକ-ଯୁବତୀଙ୍କୁ ପଞ୍ଚପ୍ରାଣ ଶପଥ ପାଠ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କନକ ବ୍ୟୁରୋ: ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ୨୦୨୩ର ଶୁଭାରମ୍ଭ ହୋଇଛି । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟର ସହଯୋଗରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି ଯୁବ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି । ଚଳିତ ବର୍ଷର ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଥିମ୍ ରହିଛି ‘ଇଣ୍ଡିଆ ଆଟ୍ ୨୦୪୭’ ।

ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ୫୦୬ ପ୍ରତିନିଧି ସାମିଲ ହୋଇଛନ୍ତି । ଏହି ଅବସରରେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ଯୁବକ ଯୁବତୀଙ୍କୁ ପଂଚପ୍ରାଣର ଶପଥ ପାଠ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

The post ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ୨୦୨୩ର ଶୁଭାରମ୍ଭ । ଯୁବକ-ଯୁବତୀଙ୍କୁ ପଞ୍ଚପ୍ରାଣ ଶପଥ ପାଠ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । first appeared on Kanak News.

from Kanak News
via <a href="https://ifttt.com/?

ପୋଲିସ ସାଜିଲା ବିପଦର ବନ୍ଧୁ । ରାସ୍ତା କଡରେ ପଡିଥିବା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ ।

କନକ ବ୍ୟୁରୋ: ପୋଲିସ ସାଜିଲା ବିପଦର ବନ୍ଧୁ । ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାକଡ଼ରେ ପଡିରହିଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ମେଡ଼ିକାଲ ନେଲେ ପୋଲିସ ବାବୁ । କାମାକ୍ଷାନଗର ପୋଲିସ ସୂଚନା ଅନୁସାରେ ଦିଲ୍ଲୀପ ଜେନା ନାମକ ଜଣେ ବ୍ୟକ୍ତି ଜିରିଡ଼ାମାଳି ଠାରେ ଅଜଣାଗାଡି ଧକ୍କାରେ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିରହିଥିଲେ । ସେହି ସମୟରେ କାମାକ୍ଷାନଗର ଥାନାର ପେଟ୍ରୋଲିଙ୍ଗ ଗାଡି ସେହି ରାସ୍ତା ଦେଇ ଫେରୁଥିଲା । ଦିଲ୍ଲୀପଙ୍କୁ ରାସ୍ତା କଡରେ ଗୁରୁତର ଅବସ୍ଥାରେ ଦେଖି ଗାଡ଼ିରେ ଥିବା ପୋଲିସ ସବଇନ୍ସପେକ୍ଟର ସ୍ୱର୍ଣଲତା ସାହୁ ଓ ଅନ୍ୟ କର୍ମଚାରୀ ତୁରନ୍ତ ତାଙ୍କୁ ପେଟ୍ରୋଲିଙ୍ଗ ଗାଡ଼ିରେ ଆଣି କାମାକ୍ଷାନଗର ମେଡିକାଲରେ ଭର୍ତି କରାଇ ଚିକିତ୍ସା କରାଇଥିଲେ । ପୋଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

The post ପୋଲିସ ସାଜିଲା ବିପଦର ବନ୍ଧୁ । ରାସ୍ତା କଡରେ ପଡିଥିବା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ । first appeared on Kanak News.

from Kanak News
via <a href="https://ifttt.com/?

ଦଙ୍ଗା କବଳରେ ଆୟରଲାଣ୍ଡ : ଜଳୁଛି ଦେଶ

ଜଣେ ଆଲଜିରିଆ ପ୍ରବାସୀ ମୁସଲମାନ ବ୍ଯକ୍ତି ଦ୍ଵାରା ଆକ୍ରମଣରେ ଏକ ଛୋଟ ପିଲା ସମେତ ୫ ଜଣ ଗୁରୁତର ଆହତ ହୋଇଥିଲେ । ତା ପରଠାରୁ ଆୟର୍ଲାଣ୍ଡର ରାଜଧାନୀ ଡବଲିନ୍ ଦଙ୍ଗାରେ ଆରମ୍ଭ ହେଇଯାଇଛି ।  ନଭେମ୍ବର ୨୩ ରୁ ଏଠାରେ ବିଭିନ୍ନ ସ୍ଥାନରେ ହିଂସା ଆରମ୍ଭ ହେଉଛି ।  ହୋଟେଲ ଏବଂ ରେଷ୍ଟୁରାଣ୍ଟର କବାଟ ଝରକା ସବୁ ଭାଙ୍ଗି ଦିଆଯାଇଛି । | ଏକ ଡବଲ୍ ଡେକର୍ ବସ୍ କୁ ନିଆଁ ଲଗେଇ ଦିଆଯାଇଛି ।  ଏକ ମଲ୍ ରୁ ଲୁଟ୍ ହୋଇଥିଲା । ଦଙ୍ଗାକାରୀ ମାନେ ଏକ ପୋଲିସ କାରରେ ମଧ୍ୟ ନିଆଁ ଲଗେଇଦେଇଛନ୍ତି ।

ଏକ ଆନନ୍ଦପୂର୍ଣ ଏବଂ ସୁରକ୍ଷିତ ଜୀବନଶୈଳୀ ପାଇଁ ଆୟର୍ଲାଣ୍ଡ ହେଉଛି ପୃଥିବୀର ଅନ୍ୟତମ ଦେଶ । ଏଠାକାର ଲୋକମାନେ ଖୁବ ଶାନ୍ତିପ୍ରିୟ ।

ଏବେ ସେଠାକାର ଲୋକମାନେ ପ୍ରବାସୀ ମାନଙ୍କ ଉପରେ ଖୁବ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କୁ ବହିଷ୍କାର ଦାବିରେ ସେମାନେ  ହିଂସାତ୍ମକ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଆୟରଲ୍ୟାଣ୍ଡର ରାଜଧାନୀ ଡବଲିନ୍ ର ଏକ ସ୍କୁଲ ବାହାରେ ଜଣେ ଆଲଜେରିଆ ପ୍ରବାସୀ ମୁସଲିମ ଦ୍ଵାରା ଛୁରୀ ଆକ୍ରମଣରେ ତିନି ଜଣ ଶିଶୁ ଏବଂ ଜଣେ ମହିଳା ଆହତ ହେବା ପରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଛି । ଏବଂ ପ୍ରବାସୀ ମାନଙ୍କ ବିରୋଧରେ ହିଂସାତ୍ମକ ପ୍ରଦର୍ଶନ କରାଯାଉଛି । ଏହି ପ୍ରଦର୍ଶନ ହିଂସାତ୍ମକ ରୂପ ନେବାପରେ ପରେ ସେନାକୁ ଡକାଯାଇଛି ।

ବିଶେଷକରି ମଧ୍ୟ ପୂର୍ବରୁ ଆସୁଥିବା ପ୍ରବାସୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟରଲାଣ୍ଡ ନାଗରିକ ଦାବି କରିଛନ୍ତି । ଲୋକମାନେ କୁହନ୍ତି ଯେ ଆମେ ସେମାନଙ୍କୁ ଏଠାରେ ଆଶ୍ରୟ ଦେଇଥିଲୁ, ସେମାନଙ୍କୁ ଖାଦ୍ୟ ଦେଇଥିଲୁ ଏବଂ ଏହାର ପ୍ରତିବଦଳରେ ସେମାନେ ବର୍ତ୍ତମାନ ଆମ ଲୋକଙ୍କ ଜୀବନ ନେଉଛନ୍ତି ।

ସରକାର ଉପରେ ଲୋକେ ଅସନ୍ତୁଷ୍ଟ

ବିକ୍ଷୋଭକାରୀମାନେ କହିଛନ୍ତି ଯେ ଦୀର୍ଘ ଦିନ ଧରି ଏହି ପ୍ରବାସୀମାନଙ୍କ ପ୍ରତି ଧ୍ୟାନ ଦିଆଯାଇନଥିଲା ଏବଂ ସେମାନଙ୍କୁ ନିଜ ଇଚ୍ଛାନୁସାରେ ଚଳିବାର ସ୍ବାଧୀନତା  ଦିଆଯାଇଥିଲା । ଶରଣାର୍ଥୀ ମାନଙ୍କୁ ବହୁସଂଖ୍ୟାରେ ଥଇଥାନ କରାଯାଇଛି । ଦେଶର ଉଦାରବାଦୀ ସରକାର ବର୍ଷ ବର୍ଷ ଧରି ପ୍ରବାସୀମାନଙ୍କ ଦ୍ଵାରା ସୃଷ୍ଟି ହେଉଥିବା ସମସ୍ୟାକୁ ଅଣଦେଖା କରିଥିଲେ । ବର୍ତ୍ତମାନ ସେହି ଛୋଟ ଭୁଲଟି ଏବେ ସେଠାକାର ସରକାରଙ୍କ ତଣ୍ଟିରେ କଣ୍ଟା ହେଇ ଅଟକି ରହିଛି । ନା ଗିଳି ହେଉଛି ନା ବାହାର କରିହେଉଛି ।

ବିରୋଧ ଧୀରେ ଧୀରେ ତୀବ୍ର ତଥା ହିଂସାତ୍ମକ ହୋଇପଡୁଛି ।

ପ୍ରବାସୀମାନଙ୍କ ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ପ୍ରବଳ କ୍ରୋଧ ରହିଛି । ଆଇରୀସ ନାଗରିକମାନେ ପ୍ରବାସୀ, ବେଆଇନ ଶରଣାର୍ଥୀ ଏବଂ  ବିଶେଷକରି ମଧ୍ୟ ପୂର୍ବରୁ ଆସୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଆରମ୍ଭ ହୋଇଥିବା ଏହି ବିରୋଧ ଏବେ ହିଂସାତ୍ମକ ରୂପ ନେଇଛି ।

ଜଣେ ଆଲଜେରିଆର ପ୍ରବାସୀ ମୁସଲମାନ ଦ୍ଵାରା ଛୁରୀ ଆକ୍ରମଣରେ ପାଞ୍ଚ ଜଣ (ତିନି ପିଲାଙ୍କ ସମେତ) ଗୁରୁତର ଆହତ ହେବା ପରେ ଆୟର୍ଲାଣ୍ଡରେ ଲୋକମାନେ  ଭୟଙ୍କର ପ୍ରତିକ୍ରିୟା କରିଛନ୍ତି । ଆୟର୍ଲାଣ୍ଡର ସ୍ଥାନୀୟ ଲୋକମାନେ ସହର ମଧ୍ୟରେ ଥିବା ଶରଣାର୍ଥୀ ଶିବିର ଏବଂ କେନ୍ଦ୍ର ଏବଂ ସେମାନଙ୍କ ବସ୍ ଜାଳିବା ଆରମ୍ଭ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ଶିଶୁ ଓ ମହିଳାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଅବସ୍ଥା ଉପରେ ନଜର ରଖିଛନ୍ତି ।

ଆକ୍ରମଣକାରୀକୁ ପୋଲିସକୁ ଗିରଫ କରିଛି । ବର୍ତ୍ତମାନ ଆୟରଲ୍ୟାଣ୍ଡ ହିଂସାର ଶିକାର ହୋଇଛି। ରାଜଧାନୀ ଡବଲିନ୍ ମଧ୍ୟ ଦଙ୍ଗାର ଶିକାର ହୋଇଛି। ଗତ ୭୨ ଘଣ୍ଟା ଧରି ଅନେକ ସ୍ଥାନରେ ହିଂସା ଘଟୁଛି ।  ହୋଟେଲ, ରେଷ୍ଟୁରାଣ୍ଟ, ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ କରାଯାଇଛି । ଦଙ୍ଗାକାରୀମାନେ ଅନେକ ଗାଡି ଭାଙ୍ଗି ନିଆଁ ଲଗାଇ ଦେଇଛନ୍ତି । ଏକ ଡବଲ ଡେକର ବସ୍‌ରେ ନିଆଁ ଲଗେଇ ଦିଆଯାଇଛି । ଏକ ଦୋକାନରୁ ଲୁଟ୍ ହୋଇଥିଲା । ଏହି ସମୟରେ ପୋଲିସର କାରରେ ମଧ୍ୟ ନିଆଁ ଲଗେଇ ଦିଆଯାଇଛି ।

The post ଦଙ୍ଗା କବଳରେ ଆୟରଲାଣ୍ଡ : ଜଳୁଛି ଦେଶ first appeared on Kanak News.

from Kanak News
via <a href="https://ifttt.com/?

ରାୟଗଡାରେ ଗଡିଲା ଲକ୍ଷ୍ମୀବସ୍ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବା ସରକାରଙ୍କ ଲକ୍ଷ୍ୟ ।

କନକ ବ୍ୟୁରୋ: ଓଡ଼ିଶାରେ ଆହୁରି ବ୍ୟାପକ ହୋଇଛି ଲକ୍ଷ୍ମୀ ବସ୍ ସେବା । ରାୟଗଡ଼ାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳର ପରିବହନ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ବଡ଼ ପଦକ୍ଷେପ ନିଆଯାଇଛି । ଗ୍ରାମାଂଚଳର ସହରାଂଚଳକୁ ସୁନିଶ୍ଚିତ ବସ୍ ସଂଯୋଗ ଲକ୍ଷ୍ୟରେ ଲକ୍ଷ୍ମୀ ଯୋଜନାର ଆରମ୍ଭ କରାଯାଇଛି । ସେହିପରି ମହିଳା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିବା ସହ ପର୍ଯ୍ୟଟନ ଓ ଆଞ୍ଚଳିକ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଲକ୍ଷ୍ମୀ ବସ୍ ସେବାର ଆରମ୍ଭ କରାଯାଇଛି ।

The post ରାୟଗଡାରେ ଗଡିଲା ଲକ୍ଷ୍ମୀବସ୍ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବା ସରକାରଙ୍କ ଲକ୍ଷ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ଘାଟିରେ ଓଲଟିଲା ଟିପ୍ପର, ୫ ଶ୍ରମିକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟରେ ବିଏସଏଫ୍ ଯବାନ୍ ।

କନକ ବ୍ୟୁରୋ: ସ୍ୱାଭିମାନ୍ ଅଞ୍ଚଳ ମାଲକାନାଗିରିର ହନ୍ତାଳଗୁଡା ଘାଟିରେ ଓଲଟିଲା ଟିପ୍ପର । ଫଳରେ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଟିପ୍ପରରେ ଲୁହାଛଡ ଓ ସିମେଣ୍ଟ ଯାଉଥିଲା । ଆହତ ଶ୍ରମିକଙ୍କୁ ବଡପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବିଏସଏଫ୍ ଯବାନ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡିଛି ।

The post ଘାଟିରେ ଓଲଟିଲା ଟିପ୍ପର, ୫ ଶ୍ରମିକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟରେ ବିଏସଏଫ୍ ଯବାନ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started