ନବରଙ୍ଗପୁରରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ମାରି ୩୧ ଖଣ୍ଡ କଲା ଅଭିଯୁକ୍ତ । ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କଲା ପୋଲିସ

କନକ ବ୍ୟୁରୋ: ନବରଙ୍ଗପୁରରେ ସବୁ ନୃସଂଶତାର ସୀମା ପାର କଲା ଅଭିଯୁକ୍ତ । ଯୁବତୀଙ୍କୁ ମାରି ୩୧ ଖଣ୍ଡ କରି ପୋତିଦେଇଥିବା ସୂଚନା ମିଳିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ମୁରମଡିହି ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରିଛି ପୁଲିସ । ହତ୍ୟାର କାରଣ ଜଣାପଡିନଥିଲେ ସୁଦ୍ଧା ସନ୍ଦେହରେ ରାଇଘର ପୁଲିସ ମୁରମଡିହି ଗାଁର ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଛି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛି । ମୃତ ଯୁବତୀ ଜଣଙ୍କ ସ୍ଥାନୀୟ ତିଲାବାଇ ଗଣ୍ଡ । ସୂଚନା ମୁତାବକ, ଗତ ତିନି ଦିନ ହେବ ସେ ନିଖୋଜ ଥିଲେ । ଆଜି ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କ ମୃତଦେହକୁ ତାଙ୍କ ପରିବାର ଲୋକ ନେଇ ସନ୍ଦେହ କରାଯାଉଥିବା ଅଭିଯୁକ୍ତଙ୍କ ଘର ଆଗରେ ପୋତିବା ପାଇଁ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି ।

The post ନବରଙ୍ଗପୁରରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ମାରି ୩୧ ଖଣ୍ଡ କଲା ଅଭିଯୁକ୍ତ । ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କଲା ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ମାଲକାନଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫ ଶ୍ରମିକଙ୍କ ମୃତ୍ୟୁରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା ।

କନକ ବ୍ୟୁରୋ: ଆଜି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏହି ଦୁର୍ଘଟଣାରେ ଆହତ ୮ ଜଣଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ମୃତାହତ ସମସ୍ତ ଶ୍ରମିକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିବା ବେଳେ ହନ୍ତାଳଗୁଡ଼ା ଘାଟିରେ ଓଲଟି ପଡ଼ିଥିଲା ଟିପ୍ପର । ଲୁହା ରଡ଼ ଓ ସିମେଣ୍ଟ ବୋଝେଇ ଟିପ୍ପର ଘାଟି ତଳକୁ ଖସିପଡ଼ିଥିବା ଯୋଗୁଁ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା । ଏଥିରେ ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସିଆରପିଏଫ ଯବାନ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

The post ମାଲକାନଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫ ଶ୍ରମିକଙ୍କ ମୃତ୍ୟୁରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା । first appeared on Kanak News.

from Kanak News
via <a href="https://ifttt.com/?

ବ୍ଲକ ପରିସରରେ ମଦର ଆସର । ନିଆଳି ବ୍ଲକ୍ କାର୍ଯ୍ୟାଳୟରେ ମଦ ବୋତଲ ।

କନକ ବ୍ୟୁରୋ: ବ୍ଲକ ପରିସରରେ ମଦର ଆସର । ସରକାରୀ କାର୍ଯ୍ୟାଳୟରେ ନିଶାଦ୍ରବ୍ୟକୁ ନିଷିଦ୍ଧ କରାଯିବା ପାଇଁ କଡା ନିର୍ଦ୍ଦେଶ ରହିଛି । କିନ୍ତୁ ପୁରୀ ନିଆଳି ବ୍ଲକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ ଏକାଧିକ ମଦ ବୋତଲ ପଡିଥିବା ନେଇ ଅସନ୍ତୋଶ ପ୍ରକାଶ ପାଇଛି । ବ୍ଲକର ଚତୁଃପାଶ୍ୱର୍ରେ ପାଚେରି ରହିଥିବା ବେଳେ ଫାଟକ ଗୁଡିକରେ ତାଲା ପଡିଛି । ମାତ୍ର କେତେବେଳେ ଏବଂ କିଏ ବ୍ଲକ କାର୍ଯ୍ୟାଳୟ ପରିସରରେ ମଦ୍ୟପାନ କରି ବୋତଲ ପକାଉଛି ତାହା ଆଲୋଚନାର ବିଷୟବସ୍ତୁ ପାଲଟିଛି । ବ୍ଲକ କାର୍ଯ୍ୟାଳୟର ୩ ମହଲା ଛାତ ଉପରେ ଥିବା ପାଣିଟାଙ୍କି ପାଖରେ ମଧ୍ୟ ବୋତଲ ପଡିଥିବା ଦେଖିବାକୁ ମିଳିଛି ।

The post ବ୍ଲକ ପରିସରରେ ମଦର ଆସର । ନିଆଳି ବ୍ଲକ୍ କାର୍ଯ୍ୟାଳୟରେ ମଦ ବୋତଲ । first appeared on Kanak News.

from Kanak News
via <a href="https://ifttt.com/?

ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଏବଂ ବାଇକ୍ ଧକ୍କା, ୩ ଜଣ ମୃତ

କନକ ବ୍ୟୁରୋ: ନୟାଗଡ଼ା ଦଶପଲ୍ଲା ସୁବଳୟା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର ବାଇକକୁ ଧକ୍କା ଦେବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ମୃତକଙ୍କ ପରିଚୟ ମିଳିଥିବା ବେଳେ ସେମାନେ ସମସ୍ତେ ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡିଛି । ମୃତକ ମାନେ ହେଲେ ଦୀପକ ମେଡିନିରା, ନୀଳକଣ୍ଠ ଜାନି, ଗୋକୁଳା ନନ୍ଦ ନାୟକ । ସମସ୍ତ ବ୍ୟକ୍ତି ଦଶପଲ୍ଲା ଅଂଚଳର ହୋଇଥିବା ବେଳେ କାରଟି ଛତିଶଗଡ଼ର ବୋଲି ଜଣାପଡ଼ିଛି ।

The post ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଏବଂ ବାଇକ୍ ଧକ୍କା, ୩ ଜଣ ମୃତ first appeared on Kanak News.

from Kanak News
via <a href="https://ifttt.com/?

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ++ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା ।

କନକ ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ++ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । କିଛି ଦିନ ତଳେ ୫ ଜଣିଆ ଟିମ୍ ଅନୁଧ୍ୟାନ କରିଥିଲେ । ରେଭେନ୍ସା କ୍ୟାମ୍ପସର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ଏ ପ୍ଲସ ପ୍ଲସ ମାନ୍ୟତା ମିଳିଥିବା କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ପ୍ରଥମ ଥର ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏଭଳି ମାନ୍ୟତା ମିଳିଥିବା କହିଛନ୍ତି ରେଜିଷ୍ଟାର ।

The post ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ++ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା । first appeared on Kanak News.

from Kanak News
via <a href="https://ifttt.com/?

ଟିମ୍ ଇଣ୍ଡିଆକୁ ବାଏ ବାଏ କରିପାରନ୍ତି ଦ୍ରାବିଡ ! ଆଇପିଏଲର ୨ଟି ଟିମ୍ ରାହୁଲଙ୍କୁ ନେବାକୁ ବେଶ ଆଗ୍ରହୀ !

କନକ ବ୍ୟୁରୋ : ୨୦୨୩ ବିଶ୍ୱକପ ଶେଷ ହେବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି ଟିମ୍ ଇଣ୍ଡିଆ । ଏହି ସିରିଜ ପାଇଁ ଦ୍ରାବିଡଙ୍କୁ ବିଶ୍ରାମ ଦିଆଯାଇ ଲକ୍ଷ୍ମଣଙ୍କୁ ଟିମ୍ ଇଣ୍ଡିଆର କୋଚ୍ କରାଯାଇଛି । ତେବେ ଆଗକୁ ଲମ୍ବା ସମୟ ଧରି ଲକ୍ଷ୍ମଣଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିପାରେ । କାରଣ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦ୍ରାବିଡ ନିଜର କାର୍ଯ୍ୟକାଳ ବୃଦ୍ଧି କରି ନପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଭାରତୀୟ ଦଳର କୋଚ୍ ପଦ ଦ୍ରାବିଡ ଛାଡିବା ନେଇ ଖବର ପ୍ରକାଶ ପାଇବା ପରେ ଆଇପିଏଲର ୨ଟି ଫ୍ରାଞ୍ଚାଇଜ ଦ୍ରାବିଡଙ୍କୁ ନିଜ ଟିମ୍ ସହ ଜଡିତ କରିବାକୁ ଆଲୋଚନା ଆରମ୍ଭ କରିଛନ୍ତି ।

ଲକ୍ଷ୍ନୌ ସୁପର ଜାଏଣ୍ଟସ ଦ୍ରାବିଡଙ୍କୁ ନିଜର ମେଣ୍ଟର କରିବାକୁ ଆଲୋଚନା ଆରମ୍ଭ କରିଥିବା ନେଇ ସୂଚନା ମିଳିଛି । ବିସିସିଆଇ ଓ ଦ୍ରାବିଡଙ୍କ ମଧ୍ୟରେ ଆଲୋଚନା ଶେଷ ହେବା ପରେ ଏନେଇ ସ୍ପଷ୍ଟ ଚିତ୍ର ମିଳିଯିବ । ଗତ ୨୦୨୧ ଟି-୨୦ ବିଶ୍ୱକପ ପରଠାରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିଛନ୍ତି । ଭାରତୀୟ ଦଳର କୋଚ୍ ରହିଥିବାରୁ ପରିବାର ସହ ସମୟ ବିତାଇ ପାରୁନାହାନ୍ତି ଦ୍ରାବିଡ । ତେଣୁ ଭାରତୀୟ ଟିମର କୋଚ୍ ପଦ ଛାଡି ଆଇପିଏଲରେ କୌଣସି ଫ୍ରାଞ୍ଚାଇଜର ମେଣ୍ଟର ଦାୟିତ୍ୱ ତୁଲାଇବାକୁ ଦ୍ରାବିଡ ଇଚ୍ଛୁକ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କାରଣ ଆଇପିଏଲ ମାତ୍ର ୨ ମାସ ଧରି ଖେଳାଯାଇଥାଏ । ଯେହେତୁ ଗୌତମ ଗମ୍ଭୀର ଲକ୍ଷ୍ନୌ ସୁପର ଜାଏଣ୍ଟସର ମେଣ୍ଟର ପଦ ଛାଡି ସାରିଛନ୍ତି ତେଣୁ ତାଙ୍କ ସ୍ଥାନରେ ଦ୍ରାବିଡଙ୍କୁ ଦଳରେ ନେବାକୁ ଲକ୍ଷ୍ନୌ ଅଧିକ ଉତ୍ସାହିତ ରହିଛି ।

ସେହିଭଳି ରାହୁଲଙ୍କୁ ଦଳରେ ସାମିଲ କରିବାକୁ ରାଜସ୍ଥାନ ରୟାଲ୍ସ ମଧ୍ୟ ଚାହୁଁଛି । କାରଣ ଭାରତୀୟ ଦଳର କୋଚ୍ ହେବା ପୂର୍ବରୁ ରାଜସ୍ଥାନ ପାଇଁ ଉଭୟ ଖେଳାଳୀ ଓ କୋଚ୍ ଦାୟିତ୍ୱ ତୁଲାଇ ସାରିଛନ୍ତି ଦ୍ରାବିଡ । ତେଣୁ ତାଙ୍କ ଅନୁଭବ ରାଜସ୍ଥାନ ପାଇଁ ସହାୟକ ହେବେ ବୋଲି ରାଜସ୍ଥାନର ପ୍ରଂଶସକ କହିଛନ୍ତି ।

The post ଟିମ୍ ଇଣ୍ଡିଆକୁ ବାଏ ବାଏ କରିପାରନ୍ତି ଦ୍ରାବିଡ ! ଆଇପିଏଲର ୨ଟି ଟିମ୍ ରାହୁଲଙ୍କୁ ନେବାକୁ ବେଶ ଆଗ୍ରହୀ ! first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା । ଅଧାରେ ଅଟକିଗଲା ଅଗର ମେସିନ୍ । ଖୁବଶୀଘ୍ର ଉପରପଟୁ ଖୋଳିବା ପ୍ରକ୍ରିୟା ହେବ ଆରମ୍ଭ

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟରେ ବାଧା ଭିତରେ ଭଲ ଖବର ସାମ୍ନାକୁ ଆସିଛି । ଟନେଲ ଭିତରେ ଥିବା ସବୁ ଶ୍ରମିକ ସୁସ୍ଥ ଅଛନ୍ତି । ଶ୍ରମିକଙ୍କ ପାଖକୁ ଠିକ ସମୟରେ ଖାଦ୍ୟପାନୀୟ ପଠାଯାଉଛି । ଶ୍ରମିକଙ୍କ ସହ ଲଗାତାର ଯୋଗାଯୋଗରେ ଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଯେତେ ସମୟ ଲାଗୁ ସେମାନଙ୍କୁ ଯେପରି ସୁରକ୍ଷିତ ଉଦ୍ଧାର କରାଯାଇପାରିବ ସେନେଇ ଶ୍ରମିକମାନେ କହିଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ତେବେ ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେଣୁ ପାହାଡର ଉପର ପଟୁ ସୁଡଙ୍ଗ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ଆପଣାଇବାକୁ ନିଷ୍ପତି ନିଆଯାଇଛି । ସେପଟେ ଉଦ୍ଧାରକାର୍ଯ୍ୟରେ ସହାୟତା ପାଇଁ ହାଇଦ୍ରାବାଦରୁ ପ୍ଲାଜମା କଟର ଆସିବ । ସନ୍ଧ୍ୟା ସୁଦ୍ଧା ପ୍ଲାଜମା କଟର ମେସିନ ପହଞ୍ଚିବା ପରେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

ତେବେ ଉତ୍ତରକାଶୀ ଟନେଲ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗର ମେସିନ୍ କ୍ଷତିଗ୍ରସ୍ତ ହୋଇଛି । ଅଗର ମେସିନର ବ୍ଲେଡ଼ ଭାଙ୍ଗିଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଉଦ୍ଧାର ସମୟରେ ପଥର ସହ ମାଡ଼ ହୋଇ ଅଗର ମେସିନର ବ୍ଲେଡ଼ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଫଳରେ ମେସିନର ଭାଙ୍ଗିଯାଇଥିବା ଅଂଶ ସବୁକୁ ଏକ ଜେସିବି ମେସିନ୍ ସହାୟତାରେ ଟନେଲ ବାହାରକୁ ଅଣାଯାଉଛି । ସେହିପରି ଏକାଧିକ ଥର ଅଗର ମେସିନରେ ବୈଷୟିକ ତ୍ରୁଟି ମଧ୍ୟ ଦେଖାଦେଇଛି ।

The post ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା । ଅଧାରେ ଅଟକିଗଲା ଅଗର ମେସିନ୍ । ଖୁବଶୀଘ୍ର ଉପରପଟୁ ଖୋଳିବା ପ୍ରକ୍ରିୟା ହେବ ଆରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ଏବଂ ନେପାଳ ସେନା ମଧ୍ୟରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ “ସୂର୍ଯ୍ୟ କିରଣ- XVII”

ଭାରତ ଏବଂ ନେପାଳର ସଶସ୍ତ୍ର ବାହିନୀ ମଧ୍ୟରେ ବହୁ ପ୍ରତୀକ୍ଷିତ ମିଳିତ ସାମରିକ ଅଭ୍ୟାସ “ସୂର୍ଯ୍ୟ କିରଣ- XVII” ଗତକାଲି ଠାରୁ  ଉତ୍ତରାଖଣ୍ଡର ପିଥୋରାଗଡରେ ଆରମ୍ଭ ହୋଇଯାଇଛି । ୧୪ ଦିନିଆ ଏହି ସଂଯୁକ୍ତ ସମରାଭ୍ୟାସ ୨୪ ନଭେମ୍ବର ରୁ ଆରମ୍ଭ ହୋଇ ୭ ଡିସେମ୍ବର ଯାଏ ଚାଲିବ ।

ନେପାଳୀ ଦଳର ପ୍ରତିନିଧିତ୍ୱ ନେପାଳ  ସେନାବାହିନୀର ଶ୍ରୀ ତାରା ଦଳ ବାଟାଲିୟନ ଦ୍ୱାରା କରାଯାଉଥିବା ବେଳେ ଭାରତୀୟ ଦଳକୁ ‘ପଞ୍ଚସୁଳ ବ୍ରିଗେଡ୍’ର କୁମାୟୁଂ ବାଟାଲିଅନ୍ ପ୍ରତିନିଧିତ୍ୱ କରୁଛନ୍ତି। ଉଦ୍‌ଘାଟନୀ ସମାରୋହରେ ଉଭୟ ସେନାର  ପ୍ରତିନିଧୀମାନେ ପରସ୍ପର ସହ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ସହଭାଗୀ ପ୍ରତିବଦ୍ଧତା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅଭ୍ୟାସ ଭାରତ ଏବଂ ନେପାଳର ସୈନ୍ୟମାନଙ୍କ ପାଇଁ ଅଭିଜ୍ଞତା ଆଦାନ ପ୍ରଦାନ, ପରସ୍ପରର ସର୍ବୋତ୍ତମ ଅଭ୍ୟାସରୁ ଶିଖିବା ଏବଂ ପରସ୍ପରର ଯୁଦ୍ଧ ଦକ୍ଷତା ବିଷୟରେ ଗଭୀର ଅନୁଶୀଳନ ପାଇଁ ଏକ ମଞ୍ଚ ଯୋଗାଇବ ।

ଏହି ମିଳିତ ସାମରିକ ଅଭ୍ୟାସରେ ଆତଙ୍କବାଦ ବିରୋଧୀ କାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା ଏବଂ ମାନବିକ ସହାୟତା, ପରିବେଶ ସୁରକ୍ଷା ଏବଂ ବିମାନ ଚଳାଚଳ ଦିଗରେ ପ୍ରଶିକ୍ଷଣ ସମେତ ବିଭିନ୍ନ ପ୍ରକାରର କୌଶଳ ତାଲିମ ଅନ୍ତର୍ଭୁକ୍ତ ହେବ। ଏହା ବ୍ୟତୀତ, ଏହି ବ୍ୟାୟାମ ସମୟରେ, ବିଦ୍ରୋହ ପ୍ରଭାବିତ ଅଞ୍ଚଳରେ ଅପରେସନ୍ରେ ନୂତନ ପିଢିର ଉପକରଣ, ନୂତନ ସିଷ୍ଟମ୍ ସିମୁଲେଟର ଏବଂ ଡ୍ରୋନ୍ ବ୍ୟବହାରକୁ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ କରାଯାଇଛି ।

The post ଭାରତ ଏବଂ ନେପାଳ ସେନା ମଧ୍ୟରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ “ସୂର୍ଯ୍ୟ କିରଣ- XVII” first appeared on Kanak News.

from Kanak News
via <a href="https://ifttt.com/?

ଅଚାନକ ବିଧାନସଭାର ଶୀତ ଅଧିବେଶନ ବନ୍ଦକୁ ନେଇ ତେଜିଲା ରାଜନୀତି । ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ।

କନକ ବ୍ୟୁରୋ: ୪ ଦିନର ଶୀତ ଅଧିବେଶନକୁ ନେଇ ତେଜିଛି ରାଜନୀତି । ୨୬ଟି କାର୍ଯ୍ୟ ଦିବସ ବାକି ଥିବା ବେଳେ ଅଚାନକ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ଉଭୟ କଂଗ୍ରେସ ଓ ବିଜେପି ସମାନ ଢ଼ଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିରେଧୀଙ୍କୁ ଭୟ କରୁଛନ୍ତି ସରକାର । ସରକାରଙ୍କ ପାଖରେ ବିରୋଧୀଙ୍କ ପ୍ରଶ୍ନର ଉତର ନଥିବାରୁ ଜାଣିଶୁଣି ଗୃହକୁ ମଲତବୀ କରାଯାଇଛି ବୋଲି ନରସିଂହ ମିଶ୍ର ଅଭିଯୋଗ ଆଣିଛନ୍ତି । ସରକାରଙ୍କ କାର୍ଯ୍ୟ ନଥିଲେ ବି ବିରୋଧୀଙ୍କ ପାଖରେ ଆଲୋଚନା କରିବା ପାଇଁ ଅନେକ ବିଷୟ ଥିଲା ବୋଲି ନରସିଂହ କହିଛନ୍ତି । କିନ୍ତୁ ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ କରିଦିଆଯାଇଛି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।

The post ଅଚାନକ ବିଧାନସଭାର ଶୀତ ଅଧିବେଶନ ବନ୍ଦକୁ ନେଇ ତେଜିଲା ରାଜନୀତି । ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । first appeared on Kanak News.

from Kanak News
via <a href="https://ifttt.com/?

ହମାସ ଆଜି ଛାଡ଼ିବ ଦ୍ୱିତୀୟ ବ୍ୟାଚ୍ ବନ୍ଧକ । ଗତକାଲି ୨୪  ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା

ଗାଜାରେ ଚାରି ଦିନିଆ ଅସ୍ତ୍ରବିରତି ବଦଳରେ ୨୪ ଜଣ ବନ୍ଧକଙ୍କ ପ୍ରଥମ ବ୍ୟାଚ୍ ମୁକ୍ତ ହେବାର ଗୋଟିଏ ଦିନ ପରେ ହମାସ ଆଜି ଦ୍ୱିତୀୟ ବ୍ୟାଚ୍ ବନ୍ଧକ ତାଲିକା ଇସ୍ରାଏଲକୁ ହସ୍ତାନ୍ତର କରିଛି । ହମାସ୍ ଆଜି ଏହି ବନ୍ଧକମାନଙ୍କୁ ମୁକ୍ତ କରିପାରେ । | ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ସୁରକ୍ଷା ଅଧିକାରୀମାନେ ହମାସରୁ ପ୍ରାପ୍ତ ବନ୍ଧକ ତାଲିକା ଯାଞ୍ଚ କରୁଛନ୍ତି ।

ଗତକାଲି ମୁକ୍ତ ହୋଇଥିବା ଇସ୍ରାଏଲ୍ ବନ୍ଧକମାନଙ୍କ ମଧ୍ୟରେ ଚାରିଜଣ ଶିଶୁଙ୍କ ସମେତ ପାଞ୍ଚଜଣ ବୃଦ୍ଧ ମହିଳା ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ଥିଲେ । ଏହାର ପ୍ରତିବଦଳରେ ୩୯ ପାଲେଷ୍ଟାଇନ ମହିଳା ଏବଂ ଶିଶୁ ଇସ୍ରାଏଲ ଜେଲରୁ ମୁକ୍ତ ହୋଇଥିଲେ ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ, ହାମାସ ଆଗାମୀ କିଛି ଦିନ ମଧ୍ୟରେ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ । ଅକ୍ଟୋବର ୭ ରେ ହମାସ ଗାଜା ଷ୍ଟ୍ରିପ ନିକଟରେ ଥିବା ଇସ୍ରାଏଲ ଅଞ୍ଚଳ ଉପରେ ଅଚାନକ ଆକ୍ରମଣ କରିଥିଲା । ସ୍ଥଳ, ସମୁଦ୍ର ଏବଂ ଆକାଶମାର୍ଗ ଏହିପରି ତିନି ଦିଗରୁ ଆକ୍ରମଣର ଉତ୍ତରରେ ଇସ୍ରାଏଲ୍ ବାୟୁସେନା ଗାଜା ଉପରେ ବୋମାବର୍ଷଣ କରିଚାଲିଛି । କିଛି ଦିନ ପରେ, ଇସ୍ରାଏଲ୍ ସେନା ହମାସର ଆତଙ୍କବାଦୀ ଆଡ୍ଡା ସବୁକୁ ଧ୍ୱଂସ କରିବା ପାଇଁ ଗାଜାରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିଥିଲା । ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାରେ ପ୍ରାୟ ୧୪,୦୦୦ ଲୋକ ଏବଂ ଇସ୍ରାଏଲରେ ପ୍ରାୟ ୧୨୦୦  ଲୋକ ପ୍ରାଣ ହରାଇଛନ୍ତି ।

୭ ସପ୍ତାହ ପରେ ହମାସ୍ ୨୪ ଜଣ ବନ୍ଧକଙ୍କୁ ମୁକ୍ତ କଲା

ଇସ୍ରାଏଲ ସହିତ ଚାରି ଦିନିଆ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ହାମାସ ଶୁକ୍ରବାର ଦିନ ୭ ସପ୍ତାହ ପରେ କେରେମ ଶାଲୋମ କ୍ରସିଂରେ ୨୪ ଜଣ ବନ୍ଧକଙ୍କୁ ମୁକ୍ତ କରିଥିଲା । ଅକ୍ଟୋବର ୭ ରେ ହୋଇଥିବା ଆକ୍ରମଣରେ ହମାସ୍ ୨୦୦ ରୁ ଅଧିକ ଇସ୍ରାଏଲ୍ ନାଗରିକଙ୍କୁ ଅପହରଣ କରି ବନ୍ଧକ ରଖିଛି । ବନ୍ଧକ ବିନିମୟର ପ୍ରଥମ ପର୍ଯ୍ୟାୟରେ ଗତକାଲି ହମାସ୍ ସମୁଦାୟ ୨୪  ଜଣ ବନ୍ଧକଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରେ ୧୩ ଜଣ ଇସ୍ରାଏଲ୍, ୧୦ ଜଣ ଥାଇ ଏବଂ ଜଣେ ଫିଲିପାଇନ୍ ନାଗରିକ ଅଛନ୍ତି ।

ଆଗାମୀ କିଛିଦିନ ମଧ୍ୟରେ ହମାସ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ

ମୁକ୍ତ ହୋଇଥିବା ଇସ୍ରାଏଲ୍ ବନ୍ଧକମାନଙ୍କ ମଧ୍ୟରେ  ଚାରିଜଣ ଶିଶୁଙ୍କ ସମେତ ପାଞ୍ଚଜଣ ବୃଦ୍ଧ ମହିଳା ଏବଂ ସେମାନଙ୍କ ପରିବାର ସଦସ୍ୟ ଅନ୍ତର୍ଭୁକ୍ତ । ଏହାର ପ୍ରତିବଦଳରେ ୩୯ ପାଲେଷ୍ଟାଇନ ମହିଳା ଏବଂ ଶିଶୁ ଇସ୍ରାଏଲ ଜେଲରୁ ମୁକ୍ତ ହୋଇଥିଲେ । ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ, ହମାସ ଆଗାମୀ କିଛି ଦିନ ମଧ୍ୟରେ ୫୦  ଜଣ ବନ୍ଧକଙ୍କୁ ମୁକ୍ତ କରିବ । ଶୁକ୍ରବାର ଦିନ ହମାସ ବନ୍ଧକମାନଙ୍କୁ ଦକ୍ଷିଣ ଗାଜାର ଖାନ ୟୁନିସର ଏକ ଡାକ୍ତରଖାନାରେ ଅନ୍ତର୍ଜାତୀୟ ରେଡକ୍ରସ ସୋସାଇଟିର ସଦସ୍ୟମାନଙ୍କୁ ହସ୍ତାନ୍ତର କରିଥିଲା । ରେଡକ୍ରସ ସୋସାଇଟିର ସଦସ୍ୟମାନେ ସେମାନଙ୍କୁ ଗାଜା-ଇଜିପ୍ଟ ସୀମାରେ ଥିବା କେରେମ ଶାଲୋମ କ୍ରସିଂକୁ ନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ହସ୍ତାନ୍ତର କରିଥିଲେ ।

ମୁକ୍ତ ହୋଇଥିବା ଲୋକଙ୍କ ଚିକିତ୍ସା ପାଇଁ କଡ଼ା  ପ୍ରୋଟୋକଲ୍

ମୁକ୍ତ ହୋଇଥିବା ବନ୍ଦୀମାନଙ୍କ ଚିକିତ୍ସା ପାଇଁ ଇସ୍ରାଏଲ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଡା ପ୍ରୋଟୋକଲ୍ ପ୍ରସ୍ତୁତ କରିଛି ।  ସେମାନଙ୍କୁ ଘରକୁ ପଠାଯିବା ପୂର୍ବରୁ ୪୮ ଘଣ୍ଟା ପାଇଁ ସେମାନଙ୍କୁ ଡାକ୍ତରମାନଙ୍କ ତତ୍ତ୍ଵାବଧାନ ରଖାଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ କେତେଦିନ ଧରି ଚାଲିବ ସେ ନେଇ କୌଣସି ପୂର୍ବାନୁମାନ କରିନାହାଁନ୍ତି । ତେବେ ଅସ୍ତ୍ରବିରତି ସୀମା ବଢିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି । ଏହା ଗାଜା ପାଇଁ ଅଧିକ ସହାୟତା ପାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହେବ । ବାଇଡେନ କହିଛନ୍ତି ଯେ ଗାଜାକୁ ଶାସନ କରୁଥିବା ଗୋଷ୍ଠୀ ହମାସକୁ ହଟାଇବା ପାଇଁ ଇସ୍ରାଏଲର ଲକ୍ଷ୍ୟ ଆଇନଗତ କିନ୍ତୁ କଷ୍ଟସାଧ୍ୟ । ସେ କହିଥିଲେ, କେତେ ଦିନ ଲାଗିବ ମୁଁ ଜାଣେ ନାହିଁ ।

The post ହମାସ ଆଜି ଛାଡ଼ିବ ଦ୍ୱିତୀୟ ବ୍ୟାଚ୍ ବନ୍ଧକ । ଗତକାଲି ୨୪  ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started