ବିବାହ ମଣ୍ଡପରେ ଅଙ୍ଗଦାନ ପାଇଁ ସଙ୍କଳ୍ପ କଲେ ସାମ୍ବାଦିକ ଓ ଧର୍ମପତ୍ନୀ । କହିଲେ ସ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ନେଲେ ଏଭଳି ନିଷ୍ପତ୍ତି ।

କନକ ବ୍ୟୁରୋ: ବିବାହ ମଣ୍ଡପରେ ଅଙ୍ଗଦାନର ସଙ୍କଳ୍ପ । ରାଜସ୍ଥାନ କୋଟା ଅଞ୍ଚଳର ନବ ଦମ୍ପତି ବିବାହ ମଣ୍ଡପରେ ଅଙ୍ଗଦାନ ପାଇଁ ସଂକଳ୍ପ ନେଇଛନ୍ତି । ଅର୍ଜୁନ ଅରବିନ୍ଦ ଓ ନିଧି ପ୍ରଜାପତିଙ୍କ ମଧ୍ୟରେ ନିକଟରେ ବିବାହ ହୋଇଛି । ନିଧି ଜଣେ ସମାଜ ସେବିକା ହୋଇଥିବା ବେଳେ ଅର୍ଜୁନ ଜଣେ ସାମ୍ବାଦିକ । ନିଧି ଜଣେ ଡାକ୍ତର ହେବାକୁ ଚାହୁଁଥିଲେ । କୌଣସି ପରିସ୍ଥିତି ପାଇଁ ସେ ଡାକ୍ତର ହୋଇପାରିନଥିଲେ । ହେଲେ ପିଏଚଡି କରି ନିଜ ନାଁ ଆଗରେ ଡକ୍ଟର ଲଗାଇଛନ୍ତି । ଅର୍ଜନଙ୍କ ସହ ବିବାହ ଠିକ୍ ହେବା ପରେ ଅଙ୍ଗଦାନ କରିବା ପାଇଁ ତାଙ୍କର ଇଚ୍ଛା ଥିବା କହିଥିଲେ । ନିଧିଙ୍କ ଇଚ୍ଛାକୁ ସମର୍ଥନ ଜଣାଇ ଅର୍ଜୁନ ମଧ୍ୟ ଅଙ୍ଗଦାନ କରିବାକୁ ନିଷ୍ପତ୍ତିି ନେଇଥିଲେ ।

The post ବିବାହ ମଣ୍ଡପରେ ଅଙ୍ଗଦାନ ପାଇଁ ସଙ୍କଳ୍ପ କଲେ ସାମ୍ବାଦିକ ଓ ଧର୍ମପତ୍ନୀ । କହିଲେ ସ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ନେଲେ ଏଭଳି ନିଷ୍ପତ୍ତି । first appeared on Kanak News.

from Kanak News
via <a href="https://ifttt.com/?

ଧାର୍ମିକ ନାରା ଦେଇ ବିଟେକ୍ ଛାତ୍ର କାଟିଲା ବସ୍ କଣ୍ଡକ୍ଟରଙ୍କ ବେକ । ଅଭିଯୁକ୍ତକୁ ଗିରଫ କରିବା ପରେ ହଠାତ୍ ପୁଲିସ ଉପରକୁ କଲା ଗୁଳିମାଡ ।

କନକ ବ୍ୟୁରୋ: ବସ୍ ଟିକେଟକୁ ନେଇ କଣ୍ଡକ୍ଟର ଓ ଛାତ୍ର ମଧ୍ୟରେ ବଚସା । ସେ ବଚସା ଏତେ ଉଗ୍ର ହୋଇଥିଲା ଯେ, ଚାପଡରେ କଣ୍ଡକ୍ଟରର ବେକ ଓ ହାତକୁ କାଟିପକାଇଲା ଛାତ୍ର । ଆକ୍ରମଣ କରି ବସରୁ ବାହାରି ଦୌଡି ପଳାଇବାବେଳେ ଦେଉଥିଲା ଇସ୍ଲାମ ନାରା ।

ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ସିଭିଲ ଲାଇନ୍ ଅଞ୍ୁଳରେ । ସୂଚନା ମୁତାବକ ୟୁପି ସିଭିଲ ଲାଇନରୁ କରଧାନା ଯାଉଥିବା ଇଲେକ୍ଟ୍ରିକ୍ ବସରେ ଯାଉଥିଲା ବିଟେକ୍ ଛାତ୍ର ଲାରେସ୍ ହାସମି । ବସ୍ ଫେୟାରକୁ ନେଇ କଣ୍ଡକ୍ଟର ହରିକେଶ ବିଶ୍ୱାକର୍ମାଙ୍କ ସହ ତା’ର ଯୁକ୍ତିତର୍କ ହୋଇଥିଲା । ଫଳରେ ରାଗିଯାଇ ବିଟେକ୍ ଛାତ୍ର ଜଣକ ହରିକେଶକୁ ଏକ ଚାପଡରେ ଆକ୍ରମଣ କରିଥିଲା । ତାଙ୍କ ବେକ ଓ ହାତକୁ କାଟିପକାଇଥିଲା । ଏହାପରେ ଧାର୍ମିକ ନାରା ଦେଇ ଦୌଡି ପଳାଇଥିଲା ।

ତୁରନ୍ତ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତକୁ ଗିରଫ କଲା ହେଲେ ଆକ୍ରମଣ କରିଥିବା ଅସ୍ତ୍ରକୁ ଖୋଜିବାକୁ ଲାରେସୁ ସେଠାକୁ ନେଇଯାଉଥିବାବେଳେ ହଠାତ୍ ନିଜ ଲିଭରବଲ କାଡି ପୁଲିସ ଉପରକୁ ଗୁଳି ଚଳାଇଥିଲା ଯୁବକ । ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ ପୁଲିସ କର୍ମୀ । ଏବଂ ପୁଲିସର ଏନକାଉଣ୍ଟରରେ ଆହତ ହୋଇଥିଲାଯୁବକ । ଏବେ ତାକୁ ପ୍ରୟାଗରାଜର ଏସଆରଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର କଣ୍ଡକ୍ଟରଙ୍କୁ ମଧ୍ୟ ସମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ କଣ୍ଡକ୍ଟରକୁ ଆକ୍ରମଣ କରିବା ସମୟରେ ଭିଡିଓ ବନାଇଥିଲା ଲରେସ୍ ହାସମି । ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଆକ୍ରମଣର କାରଣ ମଧ୍ୟ କହିଥିଲା । କଣ୍ଡକ୍ଟର ହରିକେଶ ତାଙ୍କ ଇସ୍ଲାମ ଧର୍ମକୁ ଅପମାନ କରିବାରୁ ସେ ଆକ୍ରମଣ କରିଥିବା କହିଥିଲା ।

The post ଧାର୍ମିକ ନାରା ଦେଇ ବିଟେକ୍ ଛାତ୍ର କାଟିଲା ବସ୍ କଣ୍ଡକ୍ଟରଙ୍କ ବେକ । ଅଭିଯୁକ୍ତକୁ ଗିରଫ କରିବା ପରେ ହଠାତ୍ ପୁଲିସ ଉପରକୁ କଲା ଗୁଳିମାଡ । first appeared on Kanak News.

from Kanak News
via <a href="https://ifttt.com/?

ବ୍ରେକ୍ ମାରିବା କ୍ଷଣି କାରରେ ଲାଗିଗଲା ନିଆଁ । ଜିଅନ୍ତା ଜଳିଗଲେ କାର ଭିତରେ ଥିବା ଦୁଇ ବ୍ୟକ୍ତି

କନକ ବ୍ୟୁରୋ: ସ୍ଥାନ ଦିଲ୍ଲୀ ନୋଇଡା ସେକ୍ଟର ୧୧୩ ଥାନା ଅଞ୍ଚଳର ଆମ୍ରପାଲି ପ୍ଲାଟିନମ୍ ସମିତି ପାଖ । ଭୋର ୬ଟା ୮ ମିନିଟରେ ଏକ ସ୍ୱିଫ୍ଟ କାର ଆସି ଏଠାରେ ପହଞ୍ଚିଲା । ହେଲେ କାରର ବ୍ରେକ ମାରିବା କ୍ଷଣି କାରରେ ନିଆଁ ଲାଗିଗଲା । ନିଆଁ ପିଣ୍ଡୁଳା ହୋଇ ଉପରକୁ ଉଠିଥିଲା । ନିଆଁ ଏତେ ଭୀଷଣ ଓ ଆଖିପିଛୁଳାକେ କାର ଭିରତରେ ବ୍ୟପୀଥିଲା ଯେ , ସେଥିରେ ବସିଥିବା ଦୁଇ ବ୍ୟକ୍ତି କାରରୁ ବାହାରିବାକୁ ସମୟ ପାଇନଥିଲେ । ଫଳରେ ପୋଡିଯାଇ ତାଙ୍କର ମୃତ୍ୟୁ ହୋଇଛି ।

ଏହାକୁ ଲୋକେ ଦେଖିବା ପରେ ଫାୟାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ଫାୟାର ବ୍ରିଗେଡ ଆସି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା । କାର ଖୋଲି ଦୁଇଜଣଙ୍କ ମୃତ ଦେହ ବାହାର କରିଥିଲା । ଏବେ ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ପୁଲିସ । ଏବଂ କାରରେ ନିଆଁ କାରଣ ମଧ୍ୟ ଖୋଜୁଛି ପୁଲିସ ।

The post ବ୍ରେକ୍ ମାରିବା କ୍ଷଣି କାରରେ ଲାଗିଗଲା ନିଆଁ । ଜିଅନ୍ତା ଜଳିଗଲେ କାର ଭିତରେ ଥିବା ଦୁଇ ବ୍ୟକ୍ତି first appeared on Kanak News.

from Kanak News
via <a href="https://ifttt.com/?

ଅଧାରେ ଅଟକିଲା ଅଗର ମେସିନ, ଉଦ୍ଧାର କାର୍ଯ୍ୟରେ ଉପୁଜିଲା ବାଧା । ଟନେଲର ଉପରପଟୁ ଚାଲିଛି ଖୋଳା, ସୁଡଙ୍ଗରେ ଫଶି ରହିଛନ୍ତି ୪୧ ଶ୍ରମିକ ।

କନକ ବ୍ୟୁରୋ : ଉତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସୃଷ୍ଟି ହୋଇଛି । ଅଧାରେ ଅଟକିଯାଇଛି ଅଗର ମେସିନ । ଡ୍ରିଲିଂ ସମୟରେ ପଥର ସହ ମାଡ଼ ହେବା ଯୋଗୁଁ ମେସିନରେ ବୈଷୟିକ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଉଦ୍ଧାର କାର୍ଯ୍ୟ ବର୍ତମାନ ସମୟ ପାଇଁ ଅଟକି ରହିଛି । କ୍ରମାଗତ ତୃତୀୟ ଥର ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେଣୁ ବିକଳ୍ପ ବାଟ ବାଛିଛନ୍ତି ଉଦ୍ଧାରକାରୀ ଦଳ ।

ଏଣିକି ଭର୍ଟିକାଲ ଡ୍ରିଲିଂ ବା ଟନେଲର ଉପରପଟୁ ଖୋଳିବା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି । ଏଥିପାଇଁ ମେସିନ୍ ଗୁଡ଼ିକୁ ପାହାଡ଼ର ଉପରପଟକୁ ନିଆଯାଉଛି । ସେହିପରି ପାହାଡ଼ର ଉପରକୁ ୨୦ରୁ ଅଧିକ ଶ୍ରମିକ ଯାଇ ଖୋଳାଖୋଳି ଜାରି ରଖିଛନ୍ତି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ହେଉଥିବା ଉଦ୍ୟମରେ ଅନ୍ତିମ ମୁହୁର୍ତରେ ସମସ୍ୟା ସୃଷ୍ଟି ହୋଇଛି । ଯେଉଁଥିପାଇଁ ବିକଳ୍ପ ପନ୍ଥା ବାଛିଛି ଉଦ୍ଧାରକାରୀ ଦଳ । ଏହାରି ଭିତରେ ସୁଡ଼ଙ୍ଗରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ୧୪ ଦିନରେ ପହଂଚିଛି । ତେବେ ବାରମ୍ବାର ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଶ୍ରମିକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଛି ।

ଚଳିତ ମାସ ନଭେମ୍ବର ୧୨ ତାରିଖରେ ସୁଡ଼ଙ୍ଗ କାମ କରୁଥିବାବେଳେ ମାଟି ଅତଡ଼ା ଓ ପଥର ପଡ଼ି ଶ୍ରମିକ ମାନେ ଟନେଲ ଭିତରେ ଫସିରହିଥିଲେ । ଉତରକାଶୀରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସିଲକ୍ୟାରା ସୁଡ଼ଙ୍ଗରେ ଏହି ଖନନ ଚାଲିଥିଲା । କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷୀ ପ୍ରକଳ୍ପ ‘ଅଲ ୱେଦର ସଡ଼କ’ କାର୍ଯ୍ୟକ୍ରମ ଅଧିନରେ ସୁଡ଼ଙ୍ଗ ନିର୍ମାଣ କରାଯାଉଛି । ଏହି ଟନେଲ ନିର୍ମାଣ କାର୍ଯ୍ୟରେ ସାମିଲ ଥିବା ୮ଟି ରାଜ୍ୟର ୪୧ ଜଣ ଶ୍ରମିକ ଫସିରହିଛନ୍ତି । ଯେଉଁଥିରେ ଝାରଖଣ୍ଡର ସର୍ବାଧିକ ୧୫ଜଣ, ଉତରପ୍ରଦେଶର ୮ଜଣ, ଓଡ଼ିଶାର ୫ଜଣ, ବିହାରର ୫ଜଣ, ଆସାମର ୨ଜଣ, ଉତରାଖଣ୍ଡର ୨ଜଣ ଓ ପଶ୍ଚିମବଙ୍ଗର ୩ଜଣ, ହିମାଚଳ ପ୍ରଦେଶର ଜଣେ ଶ୍ରମିକ ସାମିଲ ଅଛନ୍ତି ।

The post ଅଧାରେ ଅଟକିଲା ଅଗର ମେସିନ, ଉଦ୍ଧାର କାର୍ଯ୍ୟରେ ଉପୁଜିଲା ବାଧା । ଟନେଲର ଉପରପଟୁ ଚାଲିଛି ଖୋଳା, ସୁଡଙ୍ଗରେ ଫଶି ରହିଛନ୍ତି ୪୧ ଶ୍ରମିକ । first appeared on Kanak News.

from Kanak News
via <a href="https://ifttt.com/?

ଗାଁ ମଝିରେ ଜଙ୍ଗଲି ହାତୀ । ଲୋକଙ୍କ ଭିତରେ କୋକୁଆ ଭୟ । ହାତୀ ଘଉଡାଇବାରେ ନାକେଦମ୍ ବିନ ବିଭାଗ ।

କନକ ବ୍ୟୁରୋ: ଗାଁ ମଝିରେ ଜଙ୍ଗଲି ହାତୀ । ଯାଜପୁର ଦଶରଥପୁର ବ୍ଲକ୍ରେ ହାତୀ ଉପଦ୍ରବ । ବିଶେଷ କରି ବିରୁହା ଓ ଚମ୍ପେଇପାଳ ପଂଚାୟତରେ ଗୋଟିଏ ହାତୀ ବ୍ୟାପକ କ୍ଷୟକ୍ଷତି କରୁଥିବା ଅଭିଯୋଗ ହୋଇଛି । ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ହାତୀକୁ କାବୁ କରିବା ପାଇଁ ଉଦ୍ୟମ ଚଳାଇଛି ବନ ବିଭାଗ ।

 

The post ଗାଁ ମଝିରେ ଜଙ୍ଗଲି ହାତୀ । ଲୋକଙ୍କ ଭିତରେ କୋକୁଆ ଭୟ । ହାତୀ ଘଉଡାଇବାରେ ନାକେଦମ୍ ବିନ ବିଭାଗ । first appeared on Kanak News.

from Kanak News
via <a href="https://ifttt.com/?

୪ଟି ରାଜ୍ୟ ଡେଇଁ ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ମହାବଳ । ୨ହଜାର କିଲୋମିଟର ଅତିକ୍ରମ କରି ଗଜପତିରେ ବାଘ ।

କନକ ବ୍ୟୁରୋ: ଗଜପତିରେ ମହାରାଷ୍ଟ୍ରର ବାଘ । ୪ଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ମହାବଳ । ମହାରାଷ୍ଟ୍ରରୁ ଓଡ଼ିଶା ପ୍ରାୟ ୨ ହଜାର କିଲୋମିଟର ଅତିକ୍ରମ କରି ବାଘଟି ଆସିଥିବା କୁହାଯାଉଛି । ଓଡ଼ିଶା-ଆନ୍ଧ୍ର ସୀମା ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଘୁରି ବୁଲୁଛି ମହାବଳ । ବନ ବିଭାଗ ପକ୍ଷରୁ କରାଯାଇଥିବା ଫଟୋକୁ ଯାଂଚ କରି ବାଘଟି ମହାରାଷ୍ଟ୍ରର ବୋଲି ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି । ବାଘଟି ଗାଈ ଓ ଛେଳିକୁ ଝାମ୍ପି ନେଇ ମାରି ଖାଇଛି । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଦୃଶ୍ୟ । ବାଘ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ରାତିରେ ଅଯଥା ନବାହାରିବା ସହ ଗୃହପାଳିତ ପଶୁଙ୍କୁ ବାନ୍ଧି ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

The post ୪ଟି ରାଜ୍ୟ ଡେଇଁ ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ମହାବଳ । ୨ହଜାର କିଲୋମିଟର ଅତିକ୍ରମ କରି ଗଜପତିରେ ବାଘ । first appeared on Kanak News.

from Kanak News
via <a href="https://ifttt.com/?

ଗାଁରେ ହେଲା ପ୍ରତିମାଙ୍କ ଶେଷକୃତ୍ୟ । ପୁରା ଗାଁରେ ଶୋକାକୁଳ ପରିବେଶ ।

କନକ ବ୍ୟୁରୋ: ସୁନ୍ଦରଗଡ଼ ଲେଫ୍ରିପଡ଼ାର ବନ୍ଦଲିକାନି ଗାଁରେ ହେଲା ମୃତ ପ୍ରତିମାଙ୍କ ଶେଷକୃତ୍ୟ । ଶୋକାକୂଳ ପରିବେଶରେ ଗାଁ ମଶାଣିରେ ପ୍ରତିମାଙ୍କ ଶେଷକୃତ୍ୟ କରାଯାଇଛି ।

ମୁମ୍ବାଇରୁ ମୃତଦେହ ଗାଁକୁ ଅଣାଯାଇଥିଲା । ପ୍ରତିମାଙ୍କ ବଡ଼ ଭାଇ, ଭିଣୋଇ ଓ ଦୁଇ ଜଣ ସଂପର୍କୀୟ ମୁମ୍ବାଇ ଯାଇ ମୃତଦେହ ଆଣିଥିଲେ । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମୁମ୍ବାଇରେ ସୁଟ୍କେଶ ଭିତରୁ ଉଦ୍ଧାର ହୋଇଥିଲା ପ୍ରତିମାଙ୍କ ମୃତଦେହ । ଗତ ୧୯ ତାରିଖରେ ପ୍ରତିମାଙ୍କୁ ହତ୍ୟା କରିଥିଲା ପ୍ରେମିକ ଅସ୍କାର ମନୋଜ ବାର୍ଲା । ହତ୍ୟା କରି ସୁଟ୍କେଶ୍ରେ ଭର୍ତି କରି ଏଲ୍ଟିଟି ରେଳ ଷ୍ଟେସନ୍ରୁ ଓଡ଼ିଶା ଆସିବାକୁ ଚେଷ୍ଟା କରୁଥିଲେ । ହେଲେ ସେଠାରେ ସକ୍ଷମ ନହେବାରୁ ସେ କୁର୍ଲା ଅଂଚଳ ଯାଇ ସୁଟ୍କେଶ୍କୁ ଛାଡି ପଳାଇଥିଲା । ଏହା ପରେ ଅଭିଯୁକ୍ତ ମନୋଜଙ୍କୁ ଗିରଫ କରିଥିଲା ପୋଲିସ ।

The post ଗାଁରେ ହେଲା ପ୍ରତିମାଙ୍କ ଶେଷକୃତ୍ୟ । ପୁରା ଗାଁରେ ଶୋକାକୁଳ ପରିବେଶ । first appeared on Kanak News.

from Kanak News
via <a href="https://ifttt.com/?

ଦୋଷୀ ସାବ୍ୟସ୍ତ ହେଲେ ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ । ଲାଞ୍ଚ ନେବା ଅଭିଯୋଗରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା କଲେ କୋର୍ଟ ।

କନକ ବ୍ୟୁରୋ: ଲାଞ୍ଜ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ । ବର୍ତମାନର ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ ତଥା କନ୍ଧମାଳ ଜିଲ୍ଲା ପୂର୍ବତନ ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରାଙ୍କୁ ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ରଞ୍ଜନ କିଶୋର ବେହେରା କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ଥିବା ସମୟରେ, ଟିକାବାଲିର ଜଣେ ଶ୍ରମିକ ନେତା ବାବୁଜା ପ୍ରଧାନ ଠାରୁ କିଛି ଶ୍ରମିକ ମାନଙ୍କ ମୃତ୍ୟୁକାଳୀନ ସହାୟତ ରାଶି ମଞ୍ଜୁର କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଜ ନେଉଥିଲେ । ଏହି ସମୟରେ ତାଙ୍କୁ ଭିଜିଲାନ୍ସ ଟିମ ଟଙ୍କା ସହିତ ଗିରଫ କରିଥିଲା । ସେହି ମାମଲାରେ ମୋଟ ୧୨ ଜଣଙ୍କ ସାକ୍ଷ୍ୟକୁ ଆଧାର କରି ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଏହି ଦଣ୍ଡାଦେଶ ଦେଇଛନ୍ତି ।

The post ଦୋଷୀ ସାବ୍ୟସ୍ତ ହେଲେ ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ । ଲାଞ୍ଚ ନେବା ଅଭିଯୋଗରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା କଲେ କୋର୍ଟ । first appeared on Kanak News.

from Kanak News
via <a href="https://ifttt.com/?

ବର୍ଷା ଧୋଇନେଲା ଧାନ, ଚାଷୀ ଆଖିରେ ଲୁହ । ବୈପାରୀଗୁଡାରେ ବିଲରେ ପାଣି ।

କନକ ବ୍ୟୁରୋ: ବର୍ଷା ଧୋଇଦେଲା ଧାନ ଫସଲ । ଦୁଇଦିନ ଧରି ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ରାତିସାରା ବର୍ଷା ଲାଗି ରହିବାରୁ ବିଲରେ କଟା ହୋଇ ପଡିଥିବା ଧାନ ସଂପୂର୍ଣ୍ଣ ଭିଜି ଯାଇଛି । ପ୍ରାୟ ଅଧାରୁ ଅଧିକ ଚାଷୀ ଧାନ କାଟି ସାରିଛନ୍ତି । ଖାଲି ଧାନ ଖଳାକୁ ନେବା ବାକି ଥିଲା । କିନ୍ତୁ ବର୍ଷା ସବୁକିଛି ବିଗାଡି ଦେଇଛି । ଯେଉଁମାନେ ଧାନ କାଟି ନାହାଁନ୍ତି, ସେମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ବର୍ଷାରେ ଧାନଗଛ ଭାଙ୍ଗି ପଡ଼ିବା ଫଳରେ ଧାନ କେଣ୍ଡା ସବୁ ପାଣିରେ ବତୁରି ଯାଇଛି ।

ଚଳିତ ବର୍ଷ ବହୁ ବିଳମ୍ବରେ ମୌସୁମୀଜନିତ ବର୍ଷା ହେବା ଯୋଗୁ ଚାଷ କାର୍ଯ୍ୟରେ ମଧ୍ୟ ବିଳମ୍ବ ଘଟିଥିଲା । ତେବେ ଅଦିନିଆ ବର୍ଷା ଏବେ ବର୍ଷକର ପରିଶ୍ରମକୁ ଧୋଇ ନେଇଛି । ଚାଷୀଙ୍କ କହିବା ଅନୁସାରେ, ବର୍ଷାରେ ଧାନ ଭିଜିଯିବା ଫଳରେ ଧାନର ମାନ ହ୍ରାସ ଘଟିବ ଏବଂ ମଣ୍ଡିରେ ବିକ୍ରି ଯୋଗ୍ୟ ହୋଇପାରିବ ନାହିଁ । ଅଧିକାଂଶ ଚାଷୀ କୃଷି ୠଣ ନେଇ ଚାଷ କରିଥିବାରୁ ଏବେ କିପରି ୠଣ ସୁଝିବେ ଉପାୟ ପାଉନଥିବା ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତିରେ ସରକାର ଏହାର ବିକଳ୍ପ ପଦକ୍ଷେପ ଗ୍ରହଣ କରିବା ସହ ୠଣ ଛାଡ଼ କରନ୍ତୁ ବୋଲି ଚାଷୀମାନେ ନିବେଦନ କରିଛନ୍ତି ।

The post ବର୍ଷା ଧୋଇନେଲା ଧାନ, ଚାଷୀ ଆଖିରେ ଲୁହ । ବୈପାରୀଗୁଡାରେ ବିଲରେ ପାଣି । first appeared on Kanak News.

from Kanak News
via <a href="https://ifttt.com/?

ସୁନ୍ଦରଗଡରେ ପହଞ୍ଚିଲା ସୁଟକେଶରୁ ମିଳିଥିବା ପ୍ରତିମାଙ୍କ ମୃତଦେହ । ଗାଁରେ ହେବ ଶେଷକୃତ୍ୟ । ୧୯ ତାରିଖରେ ହୋଇଥିଲା ହତ୍ୟା ।

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ପହଞ୍ଚିଲା ମୁମ୍ବାଇରେ ସୁଟ୍କେଶ ଭିତରୁ ଉଦ୍ଧାର ହୋଇଥିବା ପ୍ରତିମାଙ୍କ ମୃତଦେହ । ମୁମ୍ବାଇରୁ ବାହାରିବାର ଦୁଇ ଦିନ ପରେ ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ମୃତଦେହ ପହଞ୍ଚିଛି । ବନ୍ଦଲିକାନି ଗାଁରେ ଆଜି ଶେଷକୃତ୍ୟ ହେବ ।

ଗତ ୧୯ ତାରିଖରେ ପ୍ରତିମାଙ୍କୁ ହତ୍ୟା କରିଥିଲା ପ୍ରେମିକ ଅସ୍କାର ମନୋଜ ବାର୍ଲା । ହତ୍ୟା କରି ସୁଟ୍କେଶ୍ରେ ଭର୍ତି କରି ଏଲ୍ଟିଟି ରେଳ ଷ୍ଟେସନ୍ରୁ ଓଡ଼ିଶା ଆସିବାକୁ ଚେଷ୍ଟା କରୁଥିଲେ । ହେଲେ ସେଠାରେ ସକ୍ଷମ ନହେବାରୁ ସେ କୁର୍ଲା ଅଂଚଳ ଯାଇ ସୁଟ୍କେଶ୍କୁ ଛାଡି ପଳାଇଥିଲା । ଏହା ପରେ ଅଭିଯୁକ୍ତ ମନୋଜଙ୍କୁ ଗିରଫ କରିଥିଲା ପୋଲିସ ।

The post ସୁନ୍ଦରଗଡରେ ପହଞ୍ଚିଲା ସୁଟକେଶରୁ ମିଳିଥିବା ପ୍ରତିମାଙ୍କ ମୃତଦେହ । ଗାଁରେ ହେବ ଶେଷକୃତ୍ୟ । ୧୯ ତାରିଖରେ ହୋଇଥିଲା ହତ୍ୟା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started