ଟନେଲରେ ଫିସିଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ଭେଟିଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଉଦ୍ଧାର ନେଇ ପରିବାର ଲୋକଙ୍କୁ ଦେଲେ ସାନ୍ତ୍ୱନା ।

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫିସିଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ଭେଟିଛନ୍ତି ଫାଇଭ୍-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ନବୀନ ନିବାସରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଉତ୍ତରକାଶୀ ନେବାର ବ୍ୟବସ୍ଥା ହୋଇଛି । ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ ଶ୍ରମିକ ରହିଛନ୍ତି । ରାଜ୍ୟ ସରକାରଙ୍କ ଅଫିସର ଓ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ଏମାନେ ଉଦ୍ଧାରକାରୀ ଦଳ ସହିତ ନିୟମିତ ଯୋଗାଯୋଗରେ ରହିଛନ୍ତି ।

The post ଟନେଲରେ ଫିସିଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ଭେଟିଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଉଦ୍ଧାର ନେଇ ପରିବାର ଲୋକଙ୍କୁ ଦେଲେ ସାନ୍ତ୍ୱନା । first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତରପ୍ରଦେଶରେ ଆଜି ଆମିଷ ଖାଇବା ମନା । ନଭେମ୍ବର ୨୫କୁ ‘ନୋ ନନଭେଜ୍ ଡେ’ ଘୋଷଣା କଲେ ରାଜ୍ୟ ସରକାର । ଜଣାଶୁଣା ସାଧୁ ଟିଏଲ୍ ବାସୱାନୀଙ୍କ ଜୟନ୍ତୀ ପାଇଁ ନିଷ୍ପତ୍ତିି ।

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଆଜି ଆମିଷ ଖାଇବା ମନା । ଉତ୍ତରପ୍ରଦେଶ ସରକାର ନଭେମ୍ବର ୨୫ ତାରିଖକୁ ରାଜ୍ୟରେ ‘ନୋ ନନଭେଜ୍ ଡେ’ ଘୋଷଣା କରିଛନ୍ତି । ଅର୍ଥାତ୍ ଆଜି ପୂରା ରାଜ୍ୟରେ ସମସ୍ତ ମାଂସ ଦୋକାନ ଏବଂ କଂସେଇ ଖାନା ବନ୍ଦ ରହିବ । ନଭେମ୍ବର ୨୫ ତାରିଖରେ ସାଧୁ ଟିଏଲ୍ ବାସୱାନୀଙ୍କ ଜୟନ୍ତୀ ପଡ଼ୁଥିବାରୁ ଉତ୍ତରପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଉତ୍ତରପ୍ରଦେଶ ସରକାରଙ୍କ ସ୍ୱତନ୍ତ୍ର ସଚିବ ଧର୍ମେନ୍ଦ୍ର ପ୍ରତାପ ସିଂହ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମହାବୀର ଜୟନ୍ତୀ, ବୁଦ୍ଧ ଜୟନ୍ତୀ, ଗାନ୍ଧୀ ଜୟନ୍ତୀ, ଶିବରାତ୍ରୀ ଓ ସାଧୁ ଟିଏଲ୍ ବାସବାନୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ଆମିଷ ଦୋକାନ ଓ କଂସେଇଖାନା ବନ୍ଦ ରଖିବାକୁ ସମସ୍ତ ବିଭାଗୀୟ କମିଶନର, ପୌରପାଳିକା କମିଶନର ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ଟିଏଲ୍ ବାସୱାନୀ ଜଣେ ଭାରତୀୟ ଶିକ୍ଷାପିତ, ଯିଏ ଶିକ୍ଷା କ୍ଷେତ୍ରରେ ମୀରା ଆନ୍ଦୋଳନର ଶୁଭାରମ୍ଭ କରିଥିଲେ । ତାଙ୍କ ଜୀବନୀ ଓ ଶିକ୍ଷା ପାଇଁ ସମର୍ପିତ ଏକ ସଂଗ୍ରହାଳୟ, ଦର୍ଶନ ସଂଗ୍ରହାଳୟ ପୁଣେରେ ଖୋଲା ଯାଇଥିଲା ।

The post ଉତ୍ତରପ୍ରଦେଶରେ ଆଜି ଆମିଷ ଖାଇବା ମନା । ନଭେମ୍ବର ୨୫କୁ ‘ନୋ ନନଭେଜ୍ ଡେ’ ଘୋଷଣା କଲେ ରାଜ୍ୟ ସରକାର । ଜଣାଶୁଣା ସାଧୁ ଟିଏଲ୍ ବାସୱାନୀଙ୍କ ଜୟନ୍ତୀ ପାଇଁ ନିଷ୍ପତ୍ତିି । first appeared on Kanak News.

from Kanak News
via <a href="https://ifttt.com/?

ଖଲିକୋଟରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାରୁ ବିସ୍ଫୋରଣ, ଜଣେ ଗୁରୁତର, ୩ ଆହତ ।

କନକ ବ୍ୟୁରୋ: ଖଲିକୋଟରେ ଫୁଟିଲା ବୋମା । ହରିପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବାବେଳେ ୩ଜଣ ଆହ୍ତ ହୋଇଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

The post ଖଲିକୋଟରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାରୁ ବିସ୍ଫୋରଣ, ଜଣେ ଗୁରୁତର, ୩ ଆହତ । first appeared on Kanak News.

from Kanak News
via <a href="https://ifttt.com/?

ଧବଳେଶ୍ୱର ପୀଠ ମୁଖ୍ୟ କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । ଦର୍ଶନ ବନ୍ଦ ଥିବାରୁ ଦୀର୍ଘ ଅପେକ୍ଷା କରି, ଧର୍ଯ୍ୟ ହରାଇଲେ ଭକ୍ତ । ବଡ଼ ଓଷା ପାଇଁ ପ୍ରବଳ ଭିଡ ।

କନକ ବ୍ୟୁରୋ: ଧବଳେଶ୍ୱର ପୀଠ ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । ଆଜି ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କାଲିଠୁ ଦର୍ଶନ ବନ୍ଦ ରହିଥିବାରୁ ଆଜି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଧସେଇ ପସିଥିଲେ ।

ପ୍ରଶାସନ ଓ ସେବାୟତଙ୍କ ବିବାଦ ଯୋଗୁ ଆଜି ବଡ଼ ଓଷା ହୋଇପାରିବ କି ନାହିଁ ଆଶଙ୍କା ଦେଖାଦେଇଥିଲା । ଆଉ ଆଜି ଅସମ୍ଭାଳ ଭିଡ଼ ପୂଜକଙ୍କ ପ୍ରତିବାଦକୁ ନମାନି ଧସେଇ ପଶିଥିଲେ । ଗତକାଲି ବିଳମ୍ବିତ ରାତିରେ ପୂଜକ ସମିତି ଓ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଥିଲା । ବ୍ୟାରିକେଡ୍ରେ ଉତର ପଟକୁ କରିବା ପାଇଁ ପୂଜକ ସମାଜ ଜିଦ୍ ଧରିଥିବା ବେଳେ ପ୍ରଶାସନ କିନ୍ତୁ ବ୍ୟାରିକେଡ୍ରେ କୌଣସି ପରିବର୍ତନ କରିବା ସପକ୍ଷରେ ନାହିଁ । ଫଳରେ ଏହି ବୈଠକ ବିଫଳ ହୋଇଥିଲା । ଗତକାଲି ପଂଚକର ଦ୍ୱିତୀୟ ଦିନରେ ଧବଳେଶ୍ୱର ପୀଠରେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଥିଲା । ସେବାୟତ ଓ ପ୍ରଶାସନର ବିବାଦ ଯୋଗୁ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ ।

The post ଧବଳେଶ୍ୱର ପୀଠ ମୁଖ୍ୟ କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । ଦର୍ଶନ ବନ୍ଦ ଥିବାରୁ ଦୀର୍ଘ ଅପେକ୍ଷା କରି, ଧର୍ଯ୍ୟ ହରାଇଲେ ଭକ୍ତ । ବଡ଼ ଓଷା ପାଇଁ ପ୍ରବଳ ଭିଡ । first appeared on Kanak News.

from Kanak News
via <a href="https://ifttt.com/?

ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଭିନ୍ନ ଦିବ୍ୟ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଶ୍ରୀଜିଉ ।

କନକ ବ୍ୟୁରୋ: ଆଜି ରତ୍ନ ସିଂହାସନରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଭିନ୍ନ ଦିବ୍ୟ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଶ୍ରୀଜିଉ । କାର୍ତ୍ତିକ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି ।

ମହାପ୍ରଭୁଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ଆଜିର ଦିନରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ଆସନ୍ତାକାଲି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ । ସେପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ବାୟୋ ଟଏଲେଟ, ବ୍ୟାରିକେଡରେ ବିଶୁଦ୍ଧ ପିଇବା ପାଣି ବ୍ୟବସ୍ଥା ହୋଇଛି । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ହେଲପ ଡେସ୍କ ଓ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ସମ୍ପ୍ରସାରଣ କରାଯାଇଛି । ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ସମୁଦ୍ର ବେଳାଭୂମିରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

The post ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଭିନ୍ନ ଦିବ୍ୟ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଶ୍ରୀଜିଉ । first appeared on Kanak News.

from Kanak News
via <a href="https://ifttt.com/?

ନୀଳଗିରିରେ ଇଟାଭାଟି ମାଲିକଙ୍କ ଦୌରାତ୍ମ୍ୟ । ରାସ୍ତାରେ ମା’ ପୁଅଙ୍କୁ ଅଟକାଇ ମାଡ଼ ମାରି ବନ୍ଧୁକ ମୂନରେ ଲୁଟିଲେ ସୁନାଚେନ୍ ।

କନକ ବ୍ୟୁରୋ: ନୀଳଗିରିରେ ବଢୁଛି ବେଆଇନ ଇଟାଭାଟି ମାଲିକଙ୍କ ଦୌରାତ୍ମ୍ୟ । ମିରିଗିଣି ରାସ୍ତାରେ ମା’ ପୁଅଙ୍କୁ ଅଟକାଇ ମାଡ଼ ମାରି ବନ୍ଧୁକ ଦେଖାଇ ଲୁଟିଲେ ସୁନାଚେନ୍ । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଗୁରୁତର ଭାବେ ଗୀତାଞ୍ଜଳି ଜେନା ନୀଳଗିରି ମେଡ଼ିକାଲ୍ରେ ଭର୍ତି ହୋଇଥିବା ବେଳେ ପୁଅ ମଧ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ନୟାପାଟଣା ଗ୍ରାମର ଗୀତାଞ୍ଜଳି ଜେନା ଏବଂ ପୁଅ ଚନ୍ଦନ ଜେନା କୌଣସି ବ୍ୟକ୍ତିଗତ କାମ ପାଇଁ ନୀଳଗିରି ତହସିଲଦାରଙ୍କ ନିକଟକୁ ଯାଉଥିଲେ । ଏହି ସମୟରେ କିଛି ଇଟାଭାଟି ମାଲିକ ତାଙ୍କୁ ଅଟକାଇ ଅଶାଳୀନ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଗୀତାଞ୍ଜଳିଙ୍କ ମୁଣ୍ଡରେ ବନ୍ଧୁଙ୍କ ଲଗାଇ ସୁନାଚେନ୍ ଲୁଟିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ଗୀତାଞ୍ଜଳୀ ନୀଳଗିରି ମେଡ଼ିକାଲ୍ରେ ଭର୍ତି ହୋଇଥିବା ବେଳେ ପୁଅ ଆହତ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

The post ନୀଳଗିରିରେ ଇଟାଭାଟି ମାଲିକଙ୍କ ଦୌରାତ୍ମ୍ୟ । ରାସ୍ତାରେ ମା’ ପୁଅଙ୍କୁ ଅଟକାଇ ମାଡ଼ ମାରି ବନ୍ଧୁକ ମୂନରେ ଲୁଟିଲେ ସୁନାଚେନ୍ । first appeared on Kanak News.

from Kanak News
via <a href="https://ifttt.com/?

ଭୟ ବଢ଼ାଉଛି ଚୀନରେ ବ୍ୟାପିଥିବା ନିମୋନିଆ । ଶିଶୁଙ୍କ ମଧ୍ୟରେ ବଢ଼ୁଛି ଶ୍ୱାସକ୍ରିୟାଜନିତ ରୋଗ । ଭାରତକୁ ବିପଦ ନଥିବା କହିଲେ ସରକାର ।

କନକ ବ୍ୟୁରୋ: ଅଜଣା ରୋଗରେ ଛାନିଆ ଚୀନ । ଶିଶୁଙ୍କ ମଧ୍ୟରେ ବ୍ୟାପିଲା ଭୁତାଣୁଜନିତ ରୋଗ । ଥଣ୍ଡା, ଜର ଓ ନିମୋନିଆ ପରି ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ଦେଶର ଅଧିକାଂଶ ଶିଶୁ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ଲାଗୁଛି ଲମ୍ବା ଲାଇନ୍ । ସେପଟେ ଚୀନଠୁ ଡବ୍ଲୁଏଚ୍ଓ ମାଗିଛି ରିପୋର୍ଟ । ଅନ୍ୟପଟେ ଭାରତ ପ୍ରତି ବିପଦ ନଥିବା କହିଲା ସ୍ୱାସ୍ଥ୍ୟମନ୍ତ୍ରାଳୟ ।

ପିଲାଙ୍କ ଭିତରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି । ରୋଗର ଲକ୍ଷଣ ଗୁଡିକ ନିମୋନିଆ ସହ ଅଧିକ ମେଳ ଖାଉଥିବା ଲକ୍ଷ୍ୟ କରାଯାଉଛି । ପିଲାଙ୍କ ପାଖରେ ଜ୍ୱର, କାଶ, ଥଣ୍ଡା, ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ଭଳି ଲକ୍ଷଣ ପରିଲକ୍ଷିତ ହେଉଛି । ତେବେ କରୋନା ମହାମାରୀରେ ବି ଏହି ସବୁ ଲକ୍ଷଣ ଦେଖିବାକୁ ମିଳୁଥିଲା । ତେବେ ଏଥର କିନ୍ତୁ ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି ଏହା କୋଭିଡର ନୂଆ ରୂପ ନା ଚୀନରେ ଆଉ କେଉଁ ନୂଆ ଭାଇରସ ଆତଙ୍କ ଆରମ୍ଭ ହୋଇଛି । ଅନ୍ୟପଟେ ଊତର ଚୀନ ବିଶେଷ କରି ଅଜଣା ରୋଗରେ ଆକ୍ରାନ୍ତ ହେବାରେ ଲାଗିଛି । ଅଧିକାଂଶ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

The post ଭୟ ବଢ଼ାଉଛି ଚୀନରେ ବ୍ୟାପିଥିବା ନିମୋନିଆ । ଶିଶୁଙ୍କ ମଧ୍ୟରେ ବଢ଼ୁଛି ଶ୍ୱାସକ୍ରିୟାଜନିତ ରୋଗ । ଭାରତକୁ ବିପଦ ନଥିବା କହିଲେ ସରକାର । first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲ- ହମାସ ଯୁଦ୍ଧ ଭୂମିରୁ ଆସିଲା ଭଲ ଖବର । ଯୁଦ୍ଧ ବିରତିର ପ୍ରଥମ ପର୍ଯ୍ୟାୟରେ ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ସେପଟେ ୩୯ ଜଣ ପାଲେଷ୍ଟାଇନ ବନ୍ଦୀକୁ ଛାଡିଲା ଇସ୍ରାଏଲ ।

କନକ ବ୍ୟୁରୋ: ହମାସ ଓ ଇସ୍ରାଏଲ ମଧ୍ୟରେ ଶୁକ୍ରବାରଠାରୁ ଯୁଦ୍ଧ ବିରତି ଆରମ୍ଭ ହୋଇଛି । ଯୁଦ୍ଧ ବିରତି ଚୁକ୍ତି ଅନୁସାରେ ହମାସ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରେ ୧୨ ଜଣ ଥାଇଲାଣ୍ଡ ନାଗରିକ ଓ ୧୩ ଜଣ ଇସ୍ରାଏଲ ମହିଳା ଓ ଶିଶୁ ଅଛନ୍ତି । ଆଗକୁ ଆହୁରି ପଣବନ୍ଦୀଙ୍କୁ ହମାସ ମୁକ୍ତ କରାଯିବ ବୋଲି ସୂଚନା ମିଳିଛି ।

ହମାସ ମୁକ୍ତ କରିଥିବା ପଣବନ୍ଦୀଙ୍କୁ ରାଫା ସୀମା ଦେଇ ଇଜିପ୍ଟକୁ ଛଡାଯାଇଛି । ସେପଟେ ଇସ୍ରାଏଲ ମଧ୍ୟ ଜେଲରେ ବନ୍ଦୀ ଥିବା ୩୯ ଜଣ ପାଲେଷ୍ଟାଇନକୁ ମୁକ୍ତ କରିଥିବା ସୂଚନା ମିଳିଛି । ହମାସ ଓ ଇସ୍ରାଏଲ ମଧ୍ୟରେ ପଣବନ୍ଦୀ ମୁକ୍ତିକୁ ନେଇ ମଧ୍ୟସ୍ଥତା କରୁଥିବା କତାର ବିଦେଶ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଦୀର୍ଘ ୪୮ ଦିନର ଯୁଦ୍ଧ ପରେ ୪ଦିନ ପାଇଁ ଯୁଦ୍ଧ ବିରତି ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ । ଯୁଦ୍ଧ ବିରତି ଅବସରରେ ୫୦ ପଣବନ୍ଦୀ ମୁକ୍ତ କରିବ ହମାସ ଓ ଇସ୍ରାଏଲ ଜେଲରେ ଥିବା ୫୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବ ଇସ୍ରାଏଲ । ୪ ଦିନର ଯୁଦ୍ଧ ବିରତି ଯୋଗୁଁ ଏବେ ମଧ୍ୟପ୍ରାଚ୍ୟର ଯୁଦ୍ଧ ଭୂମି ଶାନ୍ତ ହୋଇପଡିଛି । ସେପଟେ ପଣବନ୍ଦୀଙ୍କୁ ମୁକ୍ତି କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । କହିଛନ୍ତି, ଆଗକୁ ଆଉ କିଛି ପଣବନ୍ଦୀଙ୍କୁ ମୁକ୍ତ କରାଯିବ ।

The post ଇସ୍ରାଏଲ- ହମାସ ଯୁଦ୍ଧ ଭୂମିରୁ ଆସିଲା ଭଲ ଖବର । ଯୁଦ୍ଧ ବିରତିର ପ୍ରଥମ ପର୍ଯ୍ୟାୟରେ ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ସେପଟେ ୩୯ ଜଣ ପାଲେଷ୍ଟାଇନ ବନ୍ଦୀକୁ ଛାଡିଲା ଇସ୍ରାଏଲ । first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାଭାବିକ ହେଲା ଧବଳେଶ୍ୱରରେ ଦର୍ଶନ । ବଡ଼ ଓଷା ପାଇଁ ବାବାଙ୍କ ପୀଠରେ ପ୍ରବଳ ଭିଡ଼ ଭକ୍ତ ।

କନକ ବ୍ୟୁରୋ: ଆଜି ବଡଓଷା । ସ୍ୱାଭାବିକ ହେଲା ବାବା ଧବଳେଶ୍ୱରରେ ଦର୍ଶନ । ଦର୍ଶନ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା ହେବ କି ନାହିଁ, ତାକୁ ନେଇ ଦେଖା ଦେଇଥିଲା ଆଶଙ୍କା । ପୀଠରେ ଲଗାଯାଇଥିବା ବ୍ୟାରିକେଡକୁ ନେଇ ସେବାୟତ ଓ ପ୍ରଶାସନ ମୁହାଁମୁହିଁ ହୋଇଥିଲେ ।

ତେବେ ପ୍ରଶାସନ ଓ ସେବାୟତଙ୍କ ବିବାଦ ଯୋଗୁଁ ଭକ୍ତମାନେ ପୂଜାର୍ଚ୍ଚନା କରିପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ପୂଜକ ସମିତି ଓ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଥିଲା । ପୂଜକ ସମାଜ ବ୍ୟାରିକେଡ୍କୁ ଉତ୍ତର ପଟକୁ କରିବା ପାଇଁ ଜିଦ୍ ଧରି ବସିଥିବା ବେଳେ ପ୍ରଶାସନ କିନ୍ତୁ ବ୍ୟାରିକେଡରେ କୌଣସି ପରିବର୍ତ୍ତର୍ନ କରିବା ସପକ୍ଷରେ ନାହିଁ । ତେଣୁ ପ୍ରଶାସନ କ’ଣ ନିଷ୍ପତ୍ତି ନେଉଛି, ତା’ଉପରେ ନଜର ରହିଛି । ସେପଟେ ଆଜି ବଡ଼ଓଷା ଥିବାରୁ ପୀଠରେ ଭିଡ଼ ବଢ଼ିବା ସ୍ୱାଭାବିକ । ତେଣୁ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ, ନଦୀ ଘାଟରେ ଓଡ୍ରାଫ, ଅଗ୍ନିଶମ ବାହିନୀ, ମେଡିକାଲ ଟିମ ମୁତୟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

The post ସ୍ୱାଭାବିକ ହେଲା ଧବଳେଶ୍ୱରରେ ଦର୍ଶନ । ବଡ଼ ଓଷା ପାଇଁ ବାବାଙ୍କ ପୀଠରେ ପ୍ରବଳ ଭିଡ଼ ଭକ୍ତ । first appeared on Kanak News.

from Kanak News
via <a href="https://ifttt.com/?

୧୪ ଦିନ ଧରି ସୁଡ଼ଙ୍ଗ ଭିତରେ ୪୧ ଶ୍ରମିକ । କେବେ ଦେଖିବେ ବାହାର ଦୁନିଆ, ଚାହିଁ ବସିଛନ୍ତି ପରିବାର ସଦସ୍ୟ । ଉତ୍ତରକାଶୀ ଅଭିମୁଖେ ଭଗବାନଙ୍କ ପରିବାର ।

କନକ ବ୍ୟୁରୋ: ୧୩ ଦିନ ପୁରି ୧୪ ଚାଲିଲାଣି । ଏବେବି ଟନେଲ୍ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତିରେ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ସବୁ ଜୋର ଲଗାଇ ଦେଇଛନ୍ତି । କିନ୍ତୁ ଉଦ୍ଧାର ସମୟରେ ବାରମ୍ବାର ଯେଉଁ ସମସ୍ୟା ଆସୁଛି, ତାହା ଅପେକ୍ଷାକୁ ଆହୁରି ବଢ଼ାଇ ଦେଇଛି । ସବୁଦିନ ଲାଗୁଛି, ଯେ ଆଜି ଉଦ୍ଧାରକାର୍ଯ୍ୟ ଶେଷ ହୋଇଯିବ । ହେଲେ ଦିନ ପରେ ଦିନ ଗଡ଼ିଚାଲିଛି, କିନ୍ତୁ କିଛି ବି ସୁଫଳ ମିଳୁନାହିଁ । ପ୍ରଶ୍ନ ଉଠୁଛି, କାହିଁକି ରେସ୍କ୍ୟୁ ଅପରେସନ୍ରେ ବାରମ୍ବାର ବାଧା ସୃଷ୍ଟି ହେଉଛି ।

ଗୁରୁବାର ବିଳମ୍ବିତ ବୈଷୟିକ ତ୍ରୁଟି ଯୋଗୁ ଡ୍ରିଲିଂ କାମ ଶୁକ୍ରବାର ପୁଣିଥରେ ଆରମ୍ଭ ହୋଇଥିଲା । କିନ୍ତୁ ଖନନ ସମୟରେ ବାରମ୍ବାର ଲୁହା ଆସୁଥିବାରୁ ମେସିନର କେତେକ ବ୍ଲେଡ ବଙ୍କା ହୋଇଯାଇଛି । ଫଳରେ ଖନନ କାର୍ଯ୍ୟ ଅଟକିଯାଇଛି । ସେଥିପାଇଁ ଶୁକ୍ରବାର ରାତିରେ ମଧ୍ୟ ଶ୍ରମିକମାନଙ୍କ ବାହାରକୁ ଅଣାଯାଇପାରିନଥିଲା । ବର୍ତ୍ତର୍ମାନ ସୁଦ୍ଧା ପ୍ରାୟ ୪୮ ମିଟର ପାଇପ୍ ଭିତରକୁ ଯାଇସାରିଥିବା ବେଳେ ବାକି ୧୨ ମିଟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡ୍ରିଲିଂ ସମୟରେ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଆଗର ମେସିନ ଆଗକୁ ଯାଇପାରୁନାହିଁ । ତେବେ ଆଜି ସବୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ କି ନାହିଁ, ତାହା କହିବା ସମ୍ଭବ ନୁହେଁ ।

ଅନ୍ୟପଟେ ନିଜ ଲୋକଙ୍କୁ ଏତେ ଦିନ ଅପେକ୍ଷା ପରେ ଉତ୍ତରକାଶୀ ଅଭିମୁଖେ ବାହାରିଛନ୍ତି ଶ୍ରମିକ ଭଗବାନ ନାୟକଙ୍କ ପରିବାର । ସରକାରଙ୍କ ସହାୟତାରେ ବିମାନ ଯୋଗେ ଉତ୍ତରକାଶୀ ଯାଇଛନ୍ତି ଭଗବାନଙ୍କ ଭାଇ ଓ ସମ୍ପର୍କୀୟ ।

The post ୧୪ ଦିନ ଧରି ସୁଡ଼ଙ୍ଗ ଭିତରେ ୪୧ ଶ୍ରମିକ । କେବେ ଦେଖିବେ ବାହାର ଦୁନିଆ, ଚାହିଁ ବସିଛନ୍ତି ପରିବାର ସଦସ୍ୟ । ଉତ୍ତରକାଶୀ ଅଭିମୁଖେ ଭଗବାନଙ୍କ ପରିବାର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started