କିଏ ଗଢ଼ିବ ରାଜସ୍ଥାନରେ ସରକାର? ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୯ ଆସନ ପାଇଁ ପଡ଼ିଲା ଭୋଟ୍, ଡିସେମ୍ବର ୩ରେ ଆସିବ ଫଳାଫଳ ।

କନକ ବ୍ୟୁରୋ: କାହାର ହେବ ରାଜସ୍ଥାନ? ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପଡ଼ିଲା ଭୋଟ । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ । ସନ୍ଧ୍ୟା ୬ଟା ଯାଏଁ ୨୦୦ରୁ ୧୯୯ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ।

ଶ୍ରୀନଗରର କରଣପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଏବଂ ବର୍ତମାନର ବିଧାୟକ ଗୁରମିତ୍ ସିଂ କୁନରଙ୍କ ଦେହାନ୍ତ ଯୋଗୁ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ସ୍ଥଗିତ କରାଯାଇଛି । ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏଥର ୧୮୬୨ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ୫ କୋଟି ୨୫ଲକ୍ଷ ୩୮ହଜାର ୧୦୫ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ମୋଟ ୧ଲକ୍ଷ ୨ହଜାର ୨୯୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ୫ ବର୍ଷ ଧରି ଏଠାରେ କଂଗ୍ରେସ କ୍ଷମତାରେ ରହିଆସିଛି । ପୁଣିଥରେ ଦଳ ସରକାର ଗଠନ ପାଇଁ ସବୁ ଜୋର ଲଗାଇ ଦେଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ୍ ବହୁ ନିର୍ବାଚନୀ ରାଲି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ, ସ୍ମୃତି ଇରାନୀ, ରାଜନାଥ ସିଂ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସମେତ ଅନ୍ୟନେତା ମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ଆସିବ ।

The post କିଏ ଗଢ଼ିବ ରାଜସ୍ଥାନରେ ସରକାର? ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୯ ଆସନ ପାଇଁ ପଡ଼ିଲା ଭୋଟ୍, ଡିସେମ୍ବର ୩ରେ ଆସିବ ଫଳାଫଳ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଥମ ଥର ପାଇଁ ଭାରତରେ ଖେଳାଯିବ ଖେଲୋ ଇଣ୍ଡିଆ ପାରା ଗେମ୍ସ । ଦିଲ୍ଲୀରେ ଆୟୋଜିତ ହେବ ପ୍ରଥମ ସଂସ୍କରଣ

କନକ ବ୍ୟୁରୋ : ରାଜଧାନୀ ନୂଆଦିଲ୍ଲୀରେ ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମସ୍ । ଏହି କ୍ରୀଡା ମେଳାରେ ୩୨ରାଜ୍ୟ, ୭କେନ୍ଦ୍ର ଶାସିତ ଅଂଚଳ ସମେତ ସର୍ଭିସେସ ସ୍ପୋର୍ଟ୍ସ କଂଟ୍ରୋଲ ବୋର୍ଡର ମୋଟ ୧୩୫୦ରୁ ଉଦ୍ଧ୍ୱର୍ ପାରା କ୍ରୀଡାବିତ ସାମିଲ ହେବେ । ଭାରତୀୟ କ୍ରୀଡା ପ୍ରାଧୀକରଣର ୩ଟି ଷ୍ଟାଡିୟମରେ ୭ଦିନ ଧରି ଦିବ୍ୟାଙ୍ଗ କ୍ରୀଡାବିତ ଆଥଲେଟିକ୍ସ, ସୁଟିଂ, ଫୁଟବଲ, ଟେବୁଲ ଟେନିସ ଏବଂ ଭାରତ୍ତୋଳନ ପରି ୭ଟି ପ୍ର୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଦେଶରେ ପାରା କ୍ରୀଡାର ବିକାଶ ପାଇଁ ସରକାରଙ୍କ ପ୍ରୟାସ ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଏହି ପ୍ରତିଯୋଗିତା ଦେଶରେ ଉଦୀୟମାନ ପାରା ଆଥଲେଟମାନଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ।

ଭାରତୀୟ କ୍ରୀଡା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ୨୦୧୭ ମସିହାରେ ଖେଲୋ ଇଣ୍ଡିଆ ଯୋଜନାର ପରିକଳ୍ପନା କରିଥିଲେ । ୨୦୧୮ରୁ ଏପର୍ଯ୍ୟନ୍ତ ମୋଟ ୧୧ଟି ଖେଲୋ ଇଣ୍ଡିଆ ଗେମ୍ସର ସଫଳ ଆୟୋଜନ କରାଯାଇଛି । ଏଥିରେ ୫ଟି ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୩ଟି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଏବଂ ୩ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ଅର୍ନ୍ତଭୁକ୍ତ । ନିକଟରେ ଚୀନର ହଙ୍ଗଝୌ ସହରରେ ଅନୁଷ୍ଠିତ ପାରା ଏସିଆନ ଗେମ୍ସରେ ଭାରତୀୟ ପାରା ଆଥଲେଟ ମାନେ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ଏହି ଧାରା ବଜାୟ ରଖିବା ସହ ଆଗାମୀ ୨୦୨୪ ପ୍ୟାରିସ ପାରା ଅଲମ୍ପିକ୍ସ ପାଇଁ ପ୍ରତିଭା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ର କ୍ରୀଡା ବିଭାଗ ।

ଖେଲୋ ଇଣ୍ଡିଆ ଯୋଜନା ମାଧ୍ୟମରେ ଦେଶରେ କ୍ରୀଡା ଭିତ୍ତିୂମିର ବିକାଶ ଓ ନୂତନ କ୍ରୀଡାବିତ ତିଆରି ପାଇଁ ଉଦ୍ୟମ ଜାରି ରହିଛି । ଏ କ୍ଷେତ୍ରରେ ପାରା କ୍ରୀଡାବିତଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛି କେନ୍ଦ୍ର କ୍ରୀଡା ବିଭାଗ ।

The post ପ୍ରଥମ ଥର ପାଇଁ ଭାରତରେ ଖେଳାଯିବ ଖେଲୋ ଇଣ୍ଡିଆ ପାରା ଗେମ୍ସ । ଦିଲ୍ଲୀରେ ଆୟୋଜିତ ହେବ ପ୍ରଥମ ସଂସ୍କରଣ first appeared on Kanak News.

from Kanak News
via <a href="https://ifttt.com/?

ଅଜଣା ରୋଗରେ ଚୀନ ଛାନିଆ । ଆକ୍ରାନ୍ତ ହେଉଛନ୍ତି ଶିଶୁ

କନକ ବ୍ୟୁରୋ : ଚୀନରେ ପୁଣି ମାତିଲାଣି ଅଜଣା ରୋଗ । ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲା । ଏହି ରୋଗ ଏକ ରହସ୍ୟମୟ ନିମୋନିଆ ବୋଲି ସେଠାକାର ଡାକ୍ତର କହୁଛନ୍ତି । ଉତର-ପୂର୍ବ ବେଜିଂ ଏବଂ ଲିୟା-ଓନିଙ୍ଗ୍-ରେ ଏବେ ଡାକ୍ତରଖାନାରେ ଅଜଣା ନିମୋନିଆ ରୋଗରେ ଆକ୍ରନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ପିଲାଙ୍କ ଭିତରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି । ରୋଗର ଲକ୍ଷଣ ଗୁଡିକ ନିମୋନିଆ ସହ ଅଧିକ ମେଳ ଖାଉଥିବା ଲକ୍ଷ୍ୟ କରାଯାଉଛି । ପିଲାଙ୍କ ପାଖରେ ଜ୍ୱର, କାଶ, ଥଣ୍ଡା, ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ଭଳି ଲକ୍ଷଣ ପରିଲକ୍ଷିତ ହେଉଛି । ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟବିଶେଷଜ୍ଞ ।

ତେବେ କରୋନା ମହାମାରୀରେ ବି ଏହି ସବୁ ଲକ୍ଷଣ ଦେଖିବାକୁ ମିଳୁଥିଲା । ତେବେ ଏଥର କିନ୍ତୁ ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି ଏହା କୋଭିଡର ନୂଆ ରୂପ ନା ଚୀନରେ ଆଉ କେଉଁ ନୂଆ ଭାଇରସ ଆତଙ୍କ ଆରମ୍ଭ ହୋଇଛି । ଅନ୍ୟପଟେ ଊତର ଚୀନ ବିଶେଷ କରି ଅଜଣା ରୋଗରେ ଆକ୍ରାନ୍ତ ହେବାରେ ଲାଗିଛି । ଅଧିକାଂଶ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି  ।

ସେପଟେ ଚୀନରେ ଏହି ଅଜଣା ଜ୍ୱରକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଅଜଣା ରୋଗ ଏବଂ ଏହା କେତେ ମାତ୍ରାରେ ବ୍ୟାପୁଛି ଏହାକୁ ନେଇ ଚୀନ୍କୁ ରିପୋର୍ଟ ମାଗିଛି ଡବ୍ଲୁଏଚ୍ଓ ।

The post ଅଜଣା ରୋଗରେ ଚୀନ ଛାନିଆ । ଆକ୍ରାନ୍ତ ହେଉଛନ୍ତି ଶିଶୁ first appeared on Kanak News.

from Kanak News
via <a href="https://ifttt.com/?

ମୁଣ୍ଡ ନୁଆଁଇଲେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ମାଗିଲେ କ୍ଷମା

କନକ ବ୍ୟୁରୋ : ଦୁଇ ମାସ ପରେ ମୁଣ୍ଡ ନୁଆଁଇଲେ ଆପ୍ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ଦିଲ୍ଲୀ ସେବା ବିଲରେ ନକଲି ଦସ୍ତଖତ ମାମଲାରେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ କ୍ଷମା ପ୍ରାର୍ଥନା କଲେ ରାଘବ । ଏହି ମାମଲାରେ ରାଘବ ଚଢାଙ୍କୁ ରାଜ୍ୟସଭାରୁ ବହିଷ୍କୃତ କରାଯାଇଥିଲା । ଏନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଘବ । ତେବେ ସୁପ୍ରିମକୋର୍ଟ ରାଘବଙ୍କୁ ରାଜ୍ୟସଭା ସଭାପତିଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ଷମା ପ୍ରାର୍ଥନା ପରେ ରାଘବଙ୍କ ନିଲମ୍ବନ ଆଦେଶକୁ ନେଇ କଣ ପଦକ୍ଷେପ ନେଉଛନ୍ତି ରାଜ୍ୟସଭା ସଭାପତି ତା ଉପରେ ସମସ୍ତଙ୍କ ନଜର ରହିଛି ।

The post ମୁଣ୍ଡ ନୁଆଁଇଲେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ମାଗିଲେ କ୍ଷମା first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶରେ ବିଜେପିର ଭୋଟ୍ ବଢାଇବ କି ଅଯୋଧ୍ୟା ରାମ ମନ୍ଦିର । ପୋଷ୍ଟର ଲଗାଇ ବିଜେପି କରିଛି ଜୋରଦାର ପ୍ରଚାର

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପି ଭୋଟ୍ ବଢ଼ାଇବ କି ଅଯୋଧ୍ୟ ରାମ ମନ୍ଦିର । ଏହି ପ୍ରଶ୍ନ ଏବେ ଉଠୁଛି କାରଣ ମଧ୍ୟପ୍ରଦେଶ ନିର୍ବାଚନ ବେଳେ ଅଯୋଧ୍ୟା ରାମ ମନ୍ଦିରକୁ ପୋଷ୍ଟରରେ ବଡ଼ ସ୍ଥାନ ଦେଇଥିଲା ଭାରତୀୟ ଜନତା ପାର୍ଟି । ଭବ୍ୟ ରାମ ମନ୍ଦିରର ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର ସାହାଯ୍ୟରେ ବିଜେପି ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଶୀର୍ଷ ନେତାଙ୍କ ଫଟୋ ସହ ରାମମନ୍ଦିର ବଡ଼ ଫଟୋକୁ ପୋଷ୍ଟରରେ ସ୍ଥାନ ଦିଆଯାଇଛି । ମଧ୍ୟପ୍ରଦେଶରେ ନିର୍ବାଚନ ସରିଥିବା ବେଳେ ଡିସେମ୍ବର ୩ରେ ଆସିବ ଫଳାଫଳ । ତେବେ ଅଯୋଧ୍ୟାର ରାମ ମନ୍ଦିର ମଧ୍ୟପ୍ରଦେଶର ଭୋଟ୍ ପ୍ରତିଶତକୁ ବଢ଼ାଇବାକୁ କେତେ ସହାୟକ ହେବ ତାହା ଡିସେମ୍ବର ୩ତାରିଖରେ ସ୍ପଷ୍ଟ ହୋଇଯିବ । ଅଯୋଧ୍ୟାର ରାମ ମନ୍ଦିରକୁ ପୋଷ୍ଟରରେ ସ୍ଥାନ ଦେଇ ଭୋଟ୍ ହାତେଇବାକୁ ଆଶା ରଖି ବିଜେପି ରାମ ମନ୍ଦିରର ବଡ଼ ବଡ଼ ପୋଷ୍ଟର ବ୍ୟବହାର କରିଛି । ନିର୍ବାଚନ ପ୍ରଚାର ବେଳେ ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟ ମୁହାଁମୁହିଁ ହୋଇଥିଲେ । କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବିଜେପି ଏହାକୁ ନେଇ କଡ଼ା ସମାଲୋଚନା କରିଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ଆସନ୍ତା ଜାନୁୟାରୀ ୨୨ତାରିଖରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ।

The post ମଧ୍ୟପ୍ରଦେଶରେ ବିଜେପିର ଭୋଟ୍ ବଢାଇବ କି ଅଯୋଧ୍ୟା ରାମ ମନ୍ଦିର । ପୋଷ୍ଟର ଲଗାଇ ବିଜେପି କରିଛି ଜୋରଦାର ପ୍ରଚାର first appeared on Kanak News.

from Kanak News
via <a href="https://ifttt.com/?

ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ନକଲି ଭିଡିଓ, ଅଡିଓ ଏବଂ ପୋଷ୍ଟ ବାବଦରେ ୟୁଜରର୍ସ କରିପାରିବେ ଅଭିଯୋଗ

କନକ ବ୍ୟୁରୋ : ଡିପଫେକକୁ ନେଇ ଆସିଛି ବଡ ଖବର । ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ଡିପଫେକ ଭିଡିଓ ଯାଂଚ ପାଇଁ କେନ୍ଦ୍ର ସରକାର ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଯାଉଛନ୍ତି । ଯିଏ ପୋଷ୍ଟ, ଭିଡିଓ ଓ ଅଡିଓକୁ ମନିଟର କରିବେ । ଏନେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ସୂଚନା ଦେଇଛନ୍ତି । ଖୁବ ଶିଘ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟରେ ଏକ ୱେବସାଇଟ ବିକଶିତ ହେବ । ଯେଉଁଥିରେ ୟୁଜରର୍ସ ଅଭିଯୋଗ କରିପାରିବେ । ଭିଡିଓ ଓ ଫଟୋ ବିକୃତ କରାଯାଇ ଅପଲୋଡ କରାଗଲେ ଏହି ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ଅଭିଯୋଗ କରିପାରିବେ । ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାଖଲ କରିପାରିବେ ୟୁଜରର୍ସ । ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇଟି ନିୟମ ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫ୍ଲମରେ ୭ଦିନ ଭିତରେ ଆବଶ୍ୟକ ପରିବର୍ତନ କରିବାକୁ କୁହାଯାଇଛି । ସେପଟେ କଂଗ୍ରେସ ନେତା ମନିଷ ତିୱାରୀ କହିଛନ୍ତି ଡିପଫେକ ଏକ ପୁରୁଣା ସମସ୍ୟା । ବର୍ତମାନ ସ୍ଥିତିରେ ଏହା ଉପରେ ବିସ୍ତୁତ ଆଲୋଚନା ସହ ସଚେତନତାର ଆବଶ୍ୟକ ରହିଛି ।

The post ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ନକଲି ଭିଡିଓ, ଅଡିଓ ଏବଂ ପୋଷ୍ଟ ବାବଦରେ ୟୁଜରର୍ସ କରିପାରିବେ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ରାହୁଲ, ପନୌତି, ପଲିଟିକ୍ସ । ବୟାନ ପାଇଁ ତେଜୁଛି ବିବାଦ, ମିଳିଲା ନୋଟିସ, ବଢ଼ିଲା ବିରୋଧ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ ମିଳିବା ପରେ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ହୋଇଛି ବୟାନବାଜୀ । ରାହୁଲଙ୍କୁ କିଏ ଯୋଦ୍ଧା କହିଛି ତ ପୁଣି କିଏ କହିଛି ନିର୍ଭୀକ । ବିଜେପି ବିରୋଧୀ ଦଳ କହିଛନ୍ତି ସଚ୍ଚୋଟତା ପାଇଁ ରାହୁଲଙ୍କୁ ବାରମ୍ବାର ଏଭଳି ସମସ୍ୟା ଦେଇ ଗତି କରିବାକୁ ପଡୁଛି କିନ୍ତୁ ଶେଷରେ ତାଙ୍କର ବିଜୟ ହେବ । ବିଜେପିକୁ ଟାର୍ଗେଟ କରି ରାହୁଲଙ୍କ ମନୋବଳ ବୃଦ୍ଧି କରିଛନ୍ତି ବିଭିନ୍ନ ଦଳ ।

ଜନସଭାର ପ୍ରଧାନମନ୍ତ୍ରୀଙ୍କୁ ପନୌତି କହି ରାହୁଲ ଅଡୁଆରେ ପଡିଥିବାବେଳେ ସେପଟେ କଂଗ୍ରେସର ନୂଆ ସୋସିଆଲ ମିଡିଆ ପୋଷ୍ଟ ବିବାଦର ନିଅାଁରେ ଘିଅ ଢ଼ାଳିଛି । ଦଳର ଗୋଟିଏ ଲେଖା ପୋଷ୍ଟରେ ଦେଖିବାକୁ ମିଳିଛି ‘ପନୌତି ଏ ଆଜମ’ । ପୁରୁଣା ହିନ୍ଦି ସିନେମା ମୁଗୁଲ ଏ ଆଜମ ପରି ଏକ ଫଟୋ ରହିଛି । ପରଦା ଭିତରୁ ମୋଦୀଙ୍କ ସାମାନ୍ୟ ଝଲକକୁ ସ୍ଥାନ ଦିଆଯାଇଛି ଆଉ ଲେଖାଯାଇଛି ‘ପନୌତି ଏ ଆଜମ’ । ସେପଟେ ପଂଜାବ ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆରେ ଏକ କାର୍ଟୁନ ପୋଷ୍ଟ କରିଛି । ମୋଦୀଙ୍କ ମୁହଁ ପରି ସାମଞ୍ଜସ୍ୟ ଥିବା ବ୍ୟକ୍ତିକୁ ସ୍ଥାନ ଦିଆଯାଇଛି ।ପଛରେ କୋଭିଡ, ଚନ୍ଦ୍ରଯାନ ଟୁ, ବିଶ୍ୱକପ, ବିମୁଦ୍ରାକରଣ ଚିତ୍ର ଦେଖିବାକୁ ମିଳିଛି । ଫଟୋରେ ଲେଖାଯାଇଛି ପନୌତି ତୁମେ କେବେ ଯିବ? ଘଟଣାକୁ ନେଇ କଂଗ୍ରେସ ଓ ରାହୁଲଙ୍କୁ ନିନ୍ଦା କରିଛି ବିଜେପି ।

ପ୍ରଥମେ ରାହୁଲଙ୍କ ବୟାନ ଆଉ ଏବେ କଂଗ୍ରେସର ଫଟୋ ପୋଷ୍ଟ । ଆଗକୁ ନିର୍ବାଚନ ଆସୁଥିବା ସମୟରେ କଂଗ୍ରେସ ଓ ଦଳୀୟ ନେତାଙ୍କ ଏଭଳି ବୟାନ ହୁଏତ ସମସ୍ୟା ଆଣିପାରେ । କିଛି ଦିନ ପୂର୍ବରୁ ହିଁ ମୋଦୀ ସାଂଗିଆ ମାମଲାରେ ରାହୁଲଙ୍କୁ ଆଶ୍ୱସ୍ତି ମିଳିଥିଲା । ଏବେ ପନୌତି ପାଇଁ ମିଳିସାରିଛି ଇସିଙ୍କ ନୋଟିସ । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେବାପରେ କଂଗ୍ରେସ ବିରୋଧରେ ବିଜେପିର ଆଗାମୀ ଆଭିମୁଖ୍ୟ କ’ଣ ରହିବ ଏହା ଉପରେ ନଜର ରହିଛି

The post ରାହୁଲ, ପନୌତି, ପଲିଟିକ୍ସ । ବୟାନ ପାଇଁ ତେଜୁଛି ବିବାଦ, ମିଳିଲା ନୋଟିସ, ବଢ଼ିଲା ବିରୋଧ first appeared on Kanak News.

from Kanak News
via <a href="https://ifttt.com/?

ଲୁଟ୍ ପାଇଁ ବିଭତ୍ସ ହତ୍ୟା । ହତ୍ୟା ପରେ ୩୫୦ ଟଙ୍କା ଲୁଟିଲା ହତ୍ୟାକାରୀ

କନକ ବ୍ୟୁରୋ : ରାସ୍ତା ଉପରେ ପଡି ରହିଛି ମୃତଦେହ । ପାଖରେ ଛିଡା ହୋଇଛି ଜଣେ ଯୁବକ । ଅତି ନିର୍ମମଭାବେ କେତେବେଳେ ଶବ ଉପରେ ବାରମ୍ବାର ଉପରେ ଛୁରାମାଡ଼ କରୁଛି ତ ପୁଣି କେତେବେଳେ ଶବର ଛୁଟି ଧରି ଘୋଷାଡୁଛି । ଭିଡିଓରୁ ଜଣାପଡୁଛି ପାଖରେ ଥିବା କିଛି ଲୋକଙ୍କୁ ମଧ୍ୟ ଡରାଉଛି, ଧମକ ଦେଉଛି ଅପରାଧୀ । ଏବେ ଉଠୁଛି ପ୍ରଶ୍ନ କିଏ ଏହି ଯୁବକ? କାହିଁକି ବିଭତ୍ସ ହତ୍ୟା କରିଛି? ଥରେ କି ଦୁଇ ଥର ନୁହେଁ ବାରମ୍ବାର ଏମିତି ୬୦ଥର ଛୁରାମାଡ କରୁଛି? ଅପରାଧୀ ମୁହଁରେ ନା ଭୟ ଅଛି ନା ଅନୁତାପ ।

ପୁଲିସର ସୂଚନା ଅନୁସାରେ ଦିଲ୍ଲୀ ୱେଲକମ ବସ୍ତି ଅଂଚଳରେ ଉଭୟ ଅପରାଧୀ ଓ ମୃତ ଯୁବକ ରହୁଥିଲେ । ଘଟଣା ଦିନ ରାତିରେ ହତ୍ୟାର ଶିକାର ହୋଇଥିବା ୟୁସୁଫ ବଜାରକୁ ବାହାରିଥିଲା । ୟୁସୁଫର ପିଛା କରି ଲୁଟ ପାଇଁ ଚେଷ୍ଟା କରିଥିଲା ଅପରାଧୀ । ବିରୋଧ କରିବାରୁ ବିଚ୍ ରାସ୍ତାରେ ଛୁରିମାଡ଼ କରିଥିଲା । ମୁହଁରୁ କାନ୍ଧ ଯାଏଁ ବାରମ୍ବାର ଛୁରାମାଡ ପରେ ୟୁସୁଫର ମୃତ୍ୟୁ ହୋଇଥିଲା । ପରେ ଶବକୁ ନିକଟରେ ଥିବା ଗଳିକୁ ଘୋଷାଡି ଘୋଷାଡି ଆଣେ ନାବାଳକ ଅପରାଧୀୀ । ମୋଟ ୬୦ଥର ଛୁରି ଭୁଷିଥିଲା ।

ଦେଶରେ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ନାବାଳକ ମାନଙ୍କୁ ଜୁଭେନାଲ କୋର୍ଟରେ ହାଜର ପରେ, ଗିରଫଦାରୀର ନିୟମ ନାହିଁ । ଯେଉଁ ବାଳ ସୁଧାର ଗୃହକୁ ଯାଉଛନ୍ତି, ସେଠାରେ ପୁର୍ବରୁ ଥିବା ଅନ୍ୟାମାନଙ୍କ ସହ ମିଶି ଗ୍ୟାଂଗ ତିଆରି କରୁଛନ୍ତି । ନାବାଳକ ମାନଙ୍କ ପାଇଁ ଆଇନରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ନଥିବାରୁ ଏହାର ଅପବ୍ୟବହାର ହେଉଥିବା ଆଇନଜୀବୀ ମତ ଦେଇଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୟୁସୁଫକୁ ହତ୍ୟା କରିବା ପରେ ଶବ ନିକଟରେ ବେଶ ଖୁସିରେ ନାଚିଥିଲ ଅପରାଧୀ । ଥରେ ଛୁରାମାଡ଼ କରୁଥାଏ ଟିକେ ନାଚିଥିଲା ଅପରାଧୀ । ସିସିଟିଭିରେ ପୂରା ଘଟଣା କଏଦ ହେବା ପରେ ସୋସିଆ ମିଡିଆରେ ଭାଇରାଲ ହେଉଛି । ଘଟଣା ସ୍ଥଳରେ ପୁଲିସ ଛାନଭିନ ପରେ ତଦନ୍ତ କରୁଛି । ନାବାଳକ ଅପରାଧୀ ନାଁରେ ପୂର୍ବରୁ ଲୁଟ, ହତ୍ୟା ମାମଲା ମଧ୍ୟ ରହିଛି ।

The post ଲୁଟ୍ ପାଇଁ ବିଭତ୍ସ ହତ୍ୟା । ହତ୍ୟା ପରେ ୩୫୦ ଟଙ୍କା ଲୁଟିଲା ହତ୍ୟାକାରୀ first appeared on Kanak News.

from Kanak News
via <a href="https://ifttt.com/?

ଅନ୍ତିମ ପର୍ଯ୍ୟାୟରେ ଉତରକାଶୀ ଟନେଲ ରେସ୍କ୍ୟୁ ଅପରେସନ । କୌଣସି ସମୟରେ ଉତରକାଶୀରୁ ଆସିପାରେ ଶୁଭ ଖବର

କନକ ବ୍ୟୁରୋ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କୁ ଏହିଭଳି ଉଦ୍ଧାର କରାଯିବ । ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକମାନଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ସେପଟୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ । ଏହି ପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତିଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଆଉ କେମିତି ଏହି ଷ୍ଟ୍ରେଚର ମାଧ୍ୟମରେ ଉଦ୍ଧାର ହେବେ ଶ୍ରମିକ ତାର ଏକ ପରୀକ୍ଷା ଏନ୍ଡିଆରଏଫ୍ ତରଫରୁ କରାଯାଇଛି । ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ମଝିରେ ମଝିରେ ଉଦ୍ଧାରକାରୀ ଦଳର ନେତୃତ୍ୱ ନେଉଥିବା ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଅପରେସନ୍ ବାବଦରେ ତାଜା ତଥ୍ୟ ରଖୁଛନ୍ତି ।

ଉଦ୍ଧାରସ୍ଥଳରେ ନିୟୋଜିତ ଅଧିକାରୀମାନେ କହିଛନ୍ତି, ଡ୍ରିଲିଂ ବେଳେ ବାରମ୍ବାର ବାଧା ଆସୁଥିବାରୁ ଅଟକୁଛି କାମ । ଯେଉଁଥିପାଇଁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଛି । ଶୁକ୍ରବାର ଡ୍ରିଲିଂ କରି ପାଇପ ଖଞ୍ଜିବାବେଳେ ହଠାତ୍ ପଥର ଆସିଯିବାରୁ ପାଇପ୍ ମୋଡି ହୋଇଯାଇଥିଲା । ଫଳରେ ୧.୨ ମିଟରର ପାଇପକୁ କାଟିବାକୁ ପଡିଥିଲା । ଅନୁମାନ କରାଯାଉଛି ଆଗାମୀ ସାଢେ ୫ ମିଟର ଯାଏଁ କୌଣସି ବାଧା ଆସିବ ନାହିଁ । କୁହାଯାଉଛି ଶ୍ରମିକଙ୍କ ପାଖରେ ପହଂଚିବାକୁ ୬ ମିଟର ଲେଖାଏଁ ଆଉ ୨ଟି ପାଇପ ଖଞ୍ଜିବାକୁ ପଡିବ । ଯଦି ଆଉ କୌଣସି ବାଧା ନଆସେ ରାତି ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଅଧିକାରୀଙ୍କ ଏହି କଥା ପୁରା ଘଟଣା ଉପରେ ନଜର ରଖିଥିବା ଶ୍ରମିକଙ୍କ ସଂପର୍କୀୟ ଓ ଆତ୍ମୀୟଙ୍କୁ ଉତ୍ସାହିତ କରୁଛି । ହେଲେ ସମୟ ଗଡିଚାଲିଛି ।

ଏପଟେ ଟନେଲରେ ଫସି ରହିଥିବା ନବରଙ୍ଗପୁରର ଭଗବାନ ଭତ୍ରାଙ୍କ ଭାଇ ଫୁଲ ଚାନ୍ଦ ଉତରକାଶୀ ଯାଇଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ସେ ଉତରକାଶୀ ଅଭିମୁଖେ ବାହାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ । ତେବେ ଗତକାଲି ଟନେଲରୁ ସମସ୍ତ ଶ୍ରମିକ ଉଦ୍ଧାର ହେବେ ବୋଲି କୁହାଯାଉଥିଲା । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ହେଲେ ଶ୍ରମିକମାନେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇନପାରିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି । ମୋବାଇଲରେ ବାରମ୍ବାର ଉଦ୍ଧାରର ଖବର ଦେଖୁଛନ୍ତି । ରାତି ଅନିଦ୍ରା ହୋଇ ଖୁସି ଖବରକୁ ଅପେକ୍ଷା କରି ରହିଛନ୍ତି ।

The post ଅନ୍ତିମ ପର୍ଯ୍ୟାୟରେ ଉତରକାଶୀ ଟନେଲ ରେସ୍କ୍ୟୁ ଅପରେସନ । କୌଣସି ସମୟରେ ଉତରକାଶୀରୁ ଆସିପାରେ ଶୁଭ ଖବର first appeared on Kanak News.

from Kanak News
via <a href="https://ifttt.com/?

ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ । ଗାଡିର ମାଲିକାନାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ

କନକ ବ୍ୟୁରୋ: ହାତରେ ହାତକଡି, ମୁହଁରେ ନାହିଁ ଅନୁତାପର ଚିହ୍ନ । ପୋଲିସ ହେପାଜତରେ ଥିବା ଏହି ୩ ଜଣ ଦୁର୍ବୃତ ବନ୍ଧୁ ନାଁରେ କଳଙ୍କ, ଏକ ଏକ ନର ପିଶାଚ । ବାଲେଶ୍ୱରର ଗାଡି ବ୍ୟବସାୟୀଙ୍କ ମୃତଦେହ ମୟୂରଭଞ୍ଜ କପ୍ତିପଦା ଅଞ୍ଚଳରୁ ଉଦ୍ଧାର ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଆଉ ପୋଲିସ ଆଗରେ ସେମାନେ ସତ ମାନିଯାଇଛନ୍ତି । ମୃତକ ହେଉଛନ୍ତି ବାଲେଶ୍ୱରର ଗାଡି ବ୍ୟବସାୟୀ ଚିତରଞ୍ଜନ ବେହେରା । ଆଉ ମୃତକଙ୍କ ଘନିଷ୍ଠ ବନ୍ଧୁ ହେଉଛନ୍ତି ବାଲେଶ୍ୱର ଶିଳ୍ପାଞ୍ଚଳର ପ୍ରଫୁଲ୍ଲ ବେହେରା । ପ୍ରଫୁଲ୍ଲଙ୍କ ଠାରୁ ଏକ ମିିନିଟ୍ରକ କିଣିଥିଲେ ଚିତରଞ୍ଜନ । ଟଙ୍କା ନେଣଦେଣକୁ ଓ ଗାଡିର ମାଲିକାନା ପରିବର୍ତନକୁ ନେଇ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି ।

  • ମାଟି ତଳୁ ଉଦ୍ଧାର ହେଲା ମୃତଦେହ?
  • ଗାତ ଖୋଳି ଲୁଣ ଦେଇ ପୋତିଦେଇଥିଲେ ଦୁର୍ବୃତ୍ତ

ଗତ ବୁଧବାର କପ୍ତିପଦା ସମୀବୃକ୍ଷ ନିକଟ ପଡିଆର ୪ ଫୁଟ ମାଟିତଳୁ ବ୍ୟବସାୟୀ ଚିତରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ସୂଚନା ଅନୁସାରେ ଗାଡି ବିକ୍ରି ଟଙ୍କା ନ ପାଇବା ଓ ଗାଡି ମାଲିକାନା ପରିବର୍ତ୍ତନ ପାଇଁ ଚିତରଞ୍ଜନ ଚାପ ପକାଇବାରୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ପ୍ରଫୁଲ୍ଲ । ପିକନିକ ଆଳରେ କପ୍ତିପଦା ଅଞ୍ଚଳକୁ ଚିତରଞ୍ଜନକୁ ଡାକି ଆଣି ଗଳା କାଟି ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ସେଠାରେ ଗାତ ଖୋଲି ଲୁଣ ଦେଇ ମୃତଦେହକୁ ପୋତି ଦେଇଥିଲେ । ସିସିଟିଭିରେ ଚିତରଂଜନଙ୍କ ସହ ପ୍ରଫୁଲ୍ଲଙ୍କ ଭିଡିଓ ଥିବାରୁ ସିସିଟିଭିର ହାର୍ଡ ଡିକ୍ସକୁ ପୋଖରୀରେ ଫିଙ୍ଗି ଦେଇଥିଲେ । ହତ୍ୟା କରି ଧରାନପଡିବାକୁ ସତର୍କତାର ସହ ସବୁ ପ୍ରମାଣ ନଷ୍ଟ କରିଥିଲେ, କିନ୍ତୁ ଶେଷରେ ପୋଲିସ ହାତରେ ଧରାପଡିଗଲେ ।

ଗତ ବୁଧବାର ମୃତଦେହର ଟାଟୁରୁ ପୋଲିସ ମୃତକଙ୍କ ପରିଚୟ ପାଇବା ପରେ ଅଭିଯୁକ୍ତଙ୍କ ପାଖରେ ପହଂଚିଥିଲା । ମୁଖ୍ୟଅଭିଯୁକ୍ତ ପ୍ରଫୁଲ୍ଲ ବେହେରା ଓ କପ୍ତିପଦା ଅଂଚଳର ୨ ସହଯୋଗୀଙ୍କୁ ପୋଲିସ ବାନ୍ଧିଛି । ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛନ୍ତି । ହତ୍ୟା ପାଇଁ ସହଯୋଗୀଙ୍କ ସହ ପ୍ରଫୁଲ୍ଲ ୨୫ହଜାର ଟଙ୍କାର ଡିଲ୍ କରିଥିବା ପୋଲିସ ସୂଚନା ଦେଇଛି ।

The post ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ । ଗାଡିର ମାଲିକାନାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started