ୱେଷ୍ଟଇଣ୍ଡିଜ ଖେଳାଳୀ ମାରଲୋନ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ ବ୍ୟାନ୍ କଲା ଆଇସିସି, ଜାଣନ୍ତୁ କାରଣ

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଚର୍ଚ୍ଚିତ ଖେଳାଳୀ ମାର୍ଲୋନ ସାମୁଏଲ୍ସଙ୍କୁ ଅର୍ନ୍ତଜାତୀୟ କ୍ରିକେଟ ପରିଷଦ ୬ ବର୍ଷ ପାଇଁ ବ୍ୟାନ୍ କରିଛି । ସାମୁଏଲ୍ସ ୱେଷ୍ଟଇଣ୍ଡିଜ ପାଇଁ ଅନେକ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଘରୋଇ କ୍ରିକେଟ ଖେଳୁଛନ୍ତି । ହେଲେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଇସିସି ତାଙ୍କ ଉପରେ ୬ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି । ଏହି କାରଣରୁ ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ସାମୁଏଲ୍ସ କୌଣସି ଫର୍ମାଟରେ କ୍ରିକେଟ ଖେଳିପାରିବେ ନାହିଁ ।

ଏମିରେଟ୍ସ କ୍ରିକେଟ ବୋର୍ଡର ଦୁର୍ନୀତି ନିରୋଧୀ ଆଇନ ଉଲଙ୍ଘନ କରିଥିବା ଜଣାପଡିଛି । ଆଇସିସିର ମାନବ ସମ୍ବଳ ଅଧିକାରୀ ଓ ଇଣ୍ଟିଗ୍ରେଟ ୟୁନିଟର ମୁଖ୍ୟ ଏଲେକ୍ସ ମାର୍ଶନ ଗୁରୁବାର ଦିନ ସାମୁଏଲ୍ସଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେ କହିଛନ୍ତି କି ସାମୁଏଲ୍ସ ପାଖାପାଖି ୨୦ ବର୍ଷ ହେବ କ୍ରିକେଟ ଖେଳୁଛନ୍ତି । ଏହି କ୍ରମରେ ସେ ଅନେକ ଥର ଦୁର୍ନୀତି ନିରୋଧୀ ବୈଠକରେ ଭାଗ ନେଇଛନ୍ତି । ହେଲେ ଏବେ ସେ ଅବସର ନେଇଛନ୍ତି । ମାତ୍ର ତାଙ୍କ ଉପରେ ଆସିଥିବା ଅଭିଯୋଗ ଯାହା ରହିଛି ତାହା ସେ ଅର୍ନ୍ତଜାତୀୟ କ୍ରିକେଟ ଖେଳୁଥିବା ବେଳେ ଦୁର୍ନୀତି କରିଛନ୍ତି ।

ଅଭିଯୋଗ ରହିଛି କି, ସାମୁଏଲ୍ସ ଆବୁଧାବି ଟି-୧୦ ଲିଗ୍ କ୍ରମରେ ୨୦୧୯ ରେ ଦୁର୍ନୀତି ନିରୋଧୀ ନିୟମ ଭାଙ୍ଗିଥିଲେ । ତାଙ୍କ ଉପରେ ୪ଟି ଧାରାରେ ମାମଲା ରହିଛି । ଏହା ପୂର୍ବରୁ ସେ ୨୦୦୮ ମସିହାରେ ଟଙ୍କା ନେଇଥିବା ଅଭିଯୋଗ ରହିଥିଲା । ଆଇସିସି ତରଫରୁ ସାମୁଏଲ୍ସଙ୍କୁ ସେତେବେଳେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସେତେବେଳ ତାଙ୍କ ଉପରେ ୨ ବର୍ଷ ପାଇଁ ପ୍ରତିବନ୍ଧକ ଲାଗିଥିଲା । ଏହାସହ ୨୦୧୫ ମସିହାରେ ବୋଲି ଆକ୍ସନକୁ ନେଇ ମଧ୍ୟ ତାଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା ।

କହିରଖୁ କି ସାମୁଏଲ୍ସ ୱେଷ୍ଟଇଣ୍ଡିଜ ଟିମ୍ ପାଇଁ ଶେଷଥର ୨୦୧୬ ମସିହାରେ ଟେଷ୍ଟ କ୍ରିକେଟ ଖେଳିଥିଲେ । ସେହିଭଳି ୨୦୧୮ ମସିହାରେ ସେ ଦଳ ପାଇଁ ଶେଷଥର ଏକଦିବସୀୟ ମ୍ୟାଚ୍ ଖେଳିଥିଲେ ।

The post ୱେଷ୍ଟଇଣ୍ଡିଜ ଖେଳାଳୀ ମାରଲୋନ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ ବ୍ୟାନ୍ କଲା ଆଇସିସି, ଜାଣନ୍ତୁ କାରଣ first appeared on Kanak News.

from Kanak News
via <a href="https://ifttt.com/?

୪୦୦୮୮ ଜଣ ଶ୍ରମିକ ଦାଦନ ଖଟିବାକୁ ଓଡ଼ିଶା ଛାଡିଛନ୍ତି । ୯ଟି ଜିଲ୍ଲାରେ ଜଣେ ବି ନାହାନ୍ତି ଦାଦନ, ବିଧାନସଭାରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ।

କନକ ବ୍ୟୁରୋ : ସରକାରୀ ଭାବେ ଓଡ଼ିଶାରେ ଦାଦନ ସଂଖ୍ୟା ୪୦୦୮୮ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ । ରାଜ୍ୟରୁ ୪୦୦୮୮ ଜଣ ଶ୍ରମିକ ବାହାର ରାଜ୍ୟ ତଥା ଦେଶକୁ ଦାଦନ ଖଟିବାକୁ ଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ଲାଇସେନ୍ସ ପ୍ରାପ୍ତ ୬୨୬ ଜଣ ଠିକାଦାର ଜରିଆରେ ଏହି ଶ୍ରମିକ ମାନେ ବାହାରକୁ ଯାଇଛନ୍ତି।

ରାଜ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୨୬୧୫୧ ଜଣ ଦାଦନ ଖଟିବାକୁ ଯାଇଥିବା ବେଳେ ୯ଟି ଜିଲ୍ଲାରୁ କୌଣସି ବ୍ୟକ୍ତି ଦାଦନ ଖଟିବାକୁ ବାହାରକୁ ଯାଇନାହାନ୍ତି । ସେହିଭଳି ଦାଦନ ରୋକିବା ଦିଗରେ ସରକାର ଅନେକ ପଦକ୍ଷେପ ହାତକୁ ନେଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ପ୍ରବାସି ଶ୍ରମିକଙ୍କୁ ବିଭିନ୍ନ କର୍ମ ଯୋଗାଣକ୍ଷମ ଯୋଜନା ଏବଂ ସ୍ୱ ରୋଜଗାର ଯୋଜନାରେ ଅର୍ନ୍ତଭୁକ୍ତ କରାଯାଉଅଛି । ଏହାବ୍ୟତୀତ ବଲାଙ୍ଗୀର, ବରଗଡ, କଳାହାଣ୍ଡି ଧ ନୁଆପଡା ଜିଲ୍ଲାର ୨୦ ଗୋଟି ବ୍ଲକରେ ରାଜ୍ୟ ସରକାର ପ୍ରବାସି ଶ୍ରମିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ସହାୟତା ପ୍ୟାକେଜ ଜାନୁଆରୀ ୨୦୨୦ରୁ କାର୍ଯ୍ୟକାରୀ ହେଉଛି । ଯେଉଁଥିରେ ମନରେଗା ଯୋଜନାରେ କାର୍ଯ୍ୟଦିବସକୁ ୩୦୦ ଦିନ ବୃଦ୍ଧି କରାଯିବା ସହ ଏହା ଅନ୍ତର୍ଗତ ଦିଆଯାଉଥିବା ମଜୁରୀକୁ ଓଡ଼ିଶାରେ ଅଣକୁଶଳୀଙ୍କ ମଜୁରୀ ସହ ସମାନ କରାଯାଇଛି ।

The post ୪୦୦୮୮ ଜଣ ଶ୍ରମିକ ଦାଦନ ଖଟିବାକୁ ଓଡ଼ିଶା ଛାଡିଛନ୍ତି । ୯ଟି ଜିଲ୍ଲାରେ ଜଣେ ବି ନାହାନ୍ତି ଦାଦନ, ବିଧାନସଭାରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଇସଲାମ ବିରୋଧୀ ଗ୍ରୀଟ୍ ବିଲଡର୍ସ ନେଦରଲ୍ୟାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ନୁପୁର ଶର୍ମାଙ୍କୁ କରିଥିଲେ ସମର୍ଥନ ।

ପୈଗମ୍ବର ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟ ଯୋଗୁ ଯେତେବେଳେ ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଥିଲେ, ସେତେବେଳେ ଗ୍ରୀଟ୍ ବିଲଡର୍ସ ତାଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଥିଲେ । ଜଣେ ସାଂସଦ ଭାବରେ ଗ୍ରୀଟ୍ ବିଲଡର୍ସ ଟ୍ୱିଟ୍ କରି କହିଥିଲେ ଯେ ଜଣେ ଭାରତୀୟ ନେତା ନୁପୁର ଶର୍ମା ମହମ୍ମଦଙ୍କ ବିଷୟରେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଏହି ବିବୃତ୍ତି ପରେ ବିବାଦ ଭିତରକୁ ଆସିଥିବା ଗ୍ରୀଟ୍ କହିଥିଲେ ଯେ ହଁ ସେ ଇସଲାମର ଆଦର୍ଶକୁ ପସନ୍ଦ କରନ୍ତି ନାହିଁ ।

ନେଦରଲ୍ୟାଣ୍ଡରେ ହେବାକୁ ଥିବା ସଂସଦୀୟ ନିର୍ବାଚନରେ ​​ଇସଲାମ ବିରୋଧୀ ଗ୍ରୀଟ୍ ବିଲଡର୍ସଙ୍କ ଦଳ ଏକ ବଡ଼ ବିଜୟ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହା ଡଚ୍ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଭାବେ ବିବେଚନା କରାଯାଉଛି । ଗ୍ରୀଟ୍ ବିଲଡର୍ସ  ଖୋଲାଖୋଲି ଭାବେ ନୁପୁର ଶର୍ମାଙ୍କୁ ସମର୍ଥନ କରିଥିଲେ ।

ନେଦରଲ୍ୟାଣ୍ଡର ଜଣାଶୁଣା ଦକ୍ଷିଣପନ୍ଥୀ ନେତା ଗ୍ରୀଟ୍ ବିଲଡର୍ସ  ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଏକଜିଟ୍ ପୋଲରେ ତାଙ୍କ ଦଳ ସର୍ବାଧିକ ଆସନ ପାଇବ ବୋଲି ଅନୁମାନ କରାଯାଉଛି । ପଲିଟିକୋ ରିପୋର୍ଟ ଅନୁଯାୟୀ, ସଂସଦର ୧୫୦ ଟି ସିଟ୍ ମଧ୍ୟରୁ ୩୫ ସିଟ ଜିତି  ଗ୍ରୀଟ୍ ବିଲଡର୍ସଙ୍କ ଫ୍ରିଡମ୍ ପାର୍ଟି (ପିଭିଭି) ସର୍ବ ବୃହତ ଦଳ ଭାବରେ ଉଭା ହେବାକୁ ଯାଉଛି । ଗତ ନିର୍ବାଚନରେ ତାଙ୍କ ଦଳ ମାତ୍ର ୧୭ ଟି ସିଟ ପାଇବାକୁ ସକ୍ଷମ ହେଇଥିଲା କିନ୍ତୁ ଏଥର କରାଯାଉଥିବା ପୂର୍ବାନୁମାନର ତାର ଦୁଇଗୁଣ ଅଟେ । ଏକ ସର୍ଭେରୁ ଜଣାପଡିଛି ଯେ ଫ୍ରାନ୍ସ ଟିମର୍ମନ୍ସଙ୍କ ନେତୃତ୍ୱରେ ଲେବର-ଗ୍ରୀନ ଗଠବନ୍ଧନ ୨୫ ଟି ସିଟ୍ ସହିତ PVV ପଛରେ ଦ୍ୱିତୀୟ ସ୍ଥାନରେ ରହିବ ।

ପଲିଟିକୋ ରିପୋର୍ଟ କରିଛି ଯେ ବର୍ତ୍ତମାନର ଡଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେଙ୍କ ଅଧୀନରେ ୨୦୧୦ ମସିହାରୁ କ୍ରମାଗତ ଚାରିଟି ମଧ୍ୟମ ମାର୍ଗୀୟ ସରକାର ପରେ ବିଲଡର୍ସଙ୍କ ଫ୍ରିଡମ୍ ପାର୍ଟିର ବିଜୟ ଦ୍ଵାରା ଡଚ୍ ରାଜନୀତିରେ ଏକ ନାଟକୀୟ ପରିବର୍ତ୍ତନ ହେବ । ଯଦି ଗ୍ରୀଟ୍ ୩୫ ଟି ସିଟ୍ ଜିତିବାରେ ସଫଳ ହୁଅନ୍ତି, ତେବେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ବଡ ଦାବିଦାର ହେବେ । ତେବେ ସେ ଏକକ ଭାବରେ ସରକାର ଗଠନ କରିବାରେ ସମର୍ଥ ହେବେ ନାହିଁ । ତାଙ୍କୁ ଅନ୍ୟ ଦଳର ସମର୍ଥନ ଆବଶ୍ୟକ ହେବ । ଗ୍ରୀଟଙ୍କ  ବିବାଦୀୟ ଭାବମୂର୍ତ୍ତିକୁ ଦେଖି ଅନ୍ୟ ଦଳମାନେ ତାଙ୍କ  ସହ ମେଣ୍ଟ ଗଠନ କରି ସରକାରରେ ଯୋଗଦେବାକୁ ରାଜି ହେବେ କି ନାହିଁ ଏହା ମଧ୍ୟ ଏକ ପ୍ରଶ୍ନ । ତାଙ୍କ ଦଳ ବୃହତ ଦଳ ଭାବରେ ଉଭା ହେବା ସତ୍ତ୍ବେ  ସଂସଦରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଗ୍ରୀଟଙ୍କୁ  ସଂଘର୍ଷ କରିବାକୁ ପଡିପାରେ ।

ୟୁରୋପୀୟ ରାଜନୀତିରେ ପଡ଼ିବ ପ୍ରଭାବ

ଇସଲାମ ବିରୋଧୀ ବିବୃତ୍ତି ପାଇଁ ବିବାଦରେ ଥିବା ଗ୍ରୀଟ୍ ଯଦି ନିର୍ବାଚନରେ ​​ଜିତନ୍ତି, ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଡଚ୍ ରାଜନୀତିରେ ଏହା ସବୁଠାରୁ ବଡ ରାଜନୈତିକ ପରିବର୍ତ୍ତନ ହେବ । ଏହି ଫଳାଫଳ ୟୁରୋପର ରାଜନୀତିକୁ ମଧ୍ୟ ପ୍ରଭାବିତ କରିବ ।  ପଲିଟିକୋ ରିପୋର୍ଟରେ କୁହାଯାଇଛି ଯେ ଇସଲାମ ବିରୋଧୀ ଗ୍ରୀଟଙ୍କ ବିଜୟ ନେଦରଲ୍ୟାଣ୍ଡର ରାଜନୀତିରେ ପରିବର୍ତ୍ତନ ହେବ, ଯାହା ୟୁରୋପୀୟ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇବ ।

ନେଦରଲ୍ୟାଣ୍ଡରେ ବିରୋଧୀଦଳ ନେତା ଭାବରେ ଗତ କିଛି ବର୍ଷ ମଧ୍ୟରେ ଗ୍ରୀଟ୍ ବିଲଡର୍ସ  କ୍ରମାଗତ ଭାବରେ ଇସଲାମ ବିରୋଧୀ ବିବୃତ୍ତି ଜାରି ରଖିଛନ୍ତି । ଇସଲାମ ଏବଂ ମୁସଲମାନମାନଙ୍କୁ ବିରୋଧ କରିବା ଗ୍ରୀଟ୍ ଏବଂ ତାଙ୍କ ଦଳ PVV ର ରାଜନୈତିକ ଅଭିଯାନର ଏକ ଅଂଶ ଅଟେ ।  ନିର୍ବାଚନ ପ୍ରଚାର ସମୟରେ ଦଳର ନେତାମାନେ ଅନେକ ବିବାଦୀୟ ପ୍ରତିଶୃତି ଦେଇଛନ୍ତି । ଯେପରି ସର୍ବସାଧାରଣ ସ୍ଥାନରେ ଇସଲାମିକ ପୋଷାକ ପିନ୍ଧିବା, ମସଜିଦ ବନ୍ଦ କରିବା ଏବଂ କୁରାନ ଉପରେ ପ୍ରତିବନ୍ଧକ ଲଗାଇବା । ଗ୍ରୀଟଙ୍କ ଭାବମୂର୍ତ୍ତି ହେତୁ ଅଧିକାଂଶ ଆସନ ଜିତିବା ସତ୍ତ୍ବେ ପ୍ରଧାନମନ୍ତ୍ରୀଙ୍କ ପାଇଁ ତାଙ୍କ ନାମ ଆଗକୁ ଆସିଲେ ଅନ୍ୟ ଦଳ ତାଙ୍କୁ ସମର୍ଥନ କରିବାକୁ ଆଗେଇ ଆସିବେ କି ନାହିଁ ବୋଲି ରାଜନ ରାଜନୈତିକ ବିଶ୍ଳେଷକମାନେ ସନ୍ଦେହ କରୁଛନ୍ତି ।

The post ଇସଲାମ ବିରୋଧୀ ଗ୍ରୀଟ୍ ବିଲଡର୍ସ ନେଦରଲ୍ୟାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ନୁପୁର ଶର୍ମାଙ୍କୁ କରିଥିଲେ ସମର୍ଥନ । first appeared on Kanak News.

from Kanak News
via <a href="https://ifttt.com/?

ଜୀବନ ନେଉଛି ସଡକ ଦୁର୍ଘଟଣା । ଗତ ୫ ବର୍ଷରେ ସଡକ ଦୁର୍ଘଟଣାରେ ଯାଇଛି ୨୫୯୩୪ ଜଣଙ୍କ ଜୀବନ, ୨୦୨୨ରେ ଯାଇଛି ସର୍ବାଧିକ ଜୀବନ ।

କନକ ବ୍ୟୁରୋ : ରାଜ୍ୟରେ ବଢିଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ । ୫ ବର୍ଷର ରେକର୍ଡ ଭାଙ୍ଗିଛି ଗତ ୨୦୨୨ର ଦୁର୍ଘଟଣା । ୨୦୨୨ରେ ଯାଇଛି ସର୍ବାଧିକ ୫୪୬୭ ଜଣଙ୍କ ଜୀବନ । ସେହିଭଳି ୨୦୨୨ରେ ୧୧୬୬୩ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ୧୦୩୦୨ ଜଣ ଆହତ ହୋଇଛନ୍ତି । ସେହିପରି ଗତ ପାଞ୍ଚ ବର୍ଷରେ ମୋଟ ୫୪,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି। ଯେଉଁଥିରେ ୨୫,୯୩୪ ଜଣଙ୍କ ଜୀବନ ଯାଇଛି। ଆଉ ଆହତ ହୋଇଛନ୍ତି ୫୧, ୮୭୩ ଜଣ। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ସଡକ ଦୁର୍ଘଟଣା ରୋକିବାକୁ ସଚେତନତା ବାବଦକୁ ଗତ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ସେହିଭଳି ଅଜଣା ଗାଡି ଧକ୍କାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

The post ଜୀବନ ନେଉଛି ସଡକ ଦୁର୍ଘଟଣା । ଗତ ୫ ବର୍ଷରେ ସଡକ ଦୁର୍ଘଟଣାରେ ଯାଇଛି ୨୫୯୩୪ ଜଣଙ୍କ ଜୀବନ, ୨୦୨୨ରେ ଯାଇଛି ସର୍ବାଧିକ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ଲ୍ୟାଣ୍ଡିଙ୍ଗବେଳେ ସମୁଦ୍ରରେ ପଶିଗଲା ବିମାନ । ପହଁରି ପହଁରି ଜୀବନ ବଞ୍ଚାଇଲେ ପାଇଲଟ୍ ଓ ଯାତ୍ରୀ ।

କନକ ବ୍ୟୁରୋ: ଲ୍ୟାଣ୍ଡିଙ୍ଗ ସମୟରେ ବିମାନ ଏଭଳି ଦୁର୍ଘଟଣାର ଶିକାର ଲା ଯେ ସିଧା ଯାଇ ସମୁଦ୍ର ଭିତରେ । ହେଲେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସମସ୍ତେ ପହଁରି ପହଁରି କୂଳକୁ ଆସୁଥିବାବେଳେ ରେସ୍କ୍ୟୁ ଟିମ୍ ସେମାନଙ୍କୁ ଉଦ୍ଧାର କରିଥିଲେ ।

ସୂଚନା ମୁତାବକ, ଘଟଣା ସୋମବାର ଦ୍ୱିପହରର । ଆମେରିକା ନୌସେନାର ଏକ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଲ୍ୟାଣ୍ଡିଙ୍ଗ କରିବା ସମୟରେ ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଏହା ଭାରସାମ୍ୟ ରକ୍ଷା କରିନପାରି ସମୁଦ୍ର ସଂଲଗ୍ନ ଏକ ଦ୍ୱୀପ ଭିରତକୁ ମାଡିଯାଇଥିଲା । ଏହା ଆମେରିକା ନୌସେନାର ବୋଇଙ୍ଗ ପୋସିଡନ୍ ୮ ଏ ।ଏଥିରେ ପାଇଲଟ୍ ସମେତ ୯ଜଣ ଯାତ୍ରୀ ଥିଲେ ।
ପ୍ରାଥମିକ ଯାଞ୍ଚ ମୁତାବକ, ମେଘୁଆ ପାଗ ସହ ଦୃଶ୍ୟମାନତା କମ୍ ଥିବାରୁ ବିମାନ ଳ୍ୟାଣ୍ଡି କରିବାରେ ସମସ୍ୟା ହୋଇଥିଲା । ଏପରି ସ୍ଥିତିରେ ପାଇଲଟ୍ ଭାରସାମ୍ୟ ରକ୍ଷା କରିପାରିନଥିଲେ । କେବଳ ଏତିକି ନୁହେଁ ବିମାନଟି ଅବତରଣ କରିବା ସମୟରେ ସାମନ୍ୟ ଠାରୁ ଅଧିକ ବେଗରେ ପବନ ମଧ୍ୟ ବହୁଥିଲା । ଏସବୁ ବିମାନ ଅଘଟଣର କାରଣ ବୋଲି କୁହାଯାଉଛି ।

The post ଲ୍ୟାଣ୍ଡିଙ୍ଗବେଳେ ସମୁଦ୍ରରେ ପଶିଗଲା ବିମାନ । ପହଁରି ପହଁରି ଜୀବନ ବଞ୍ଚାଇଲେ ପାଇଲଟ୍ ଓ ଯାତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତରକାଶୀରେ ଅପରେସନ ଟନେଲ । ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆହୁରି ଲାଗିବ ୧୨ରୁ ୧୪ ଘଣ୍ଟା !

କନକ ବ୍ୟୁରୋ: ଟନେଲ ଭିତରେ ଆହୁରି ବିଳମ୍ବ ହେବ ଉଦ୍ଧାର କାର୍ଯ୍ୟ । ଉତ୍ତରକାଶୀ ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିବ । ଗତକାଲିଠୁ ଯଦିଓ ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଛି କିନ୍ତୁ ଏବେ ଆହୁରି ସମୟ ଲାଗିବ ବୋଲି ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି ।

ସେପଟେ ଉଦ୍ଧାର କାର୍ଯ୍ୟ ନେଇ ଏନଡିଆରଏଫ ଡିଜି କହିଛନ୍ତି, ଡ୍ରିଲିଂ କାମ ଶେଷ ହେବାପରେ ଯଥାଶ୍ରୀଘ୍ର ତାଙ୍କୁ ବାହାରକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୪୮ ମିଟରରୁ ଅଧିକ ଡ୍ରିଲ ହୋଇଥିବା ନେଇ ସୂଚନା ମଳିଛି । ଆଉ ମାତ୍ର ୧୨ ମିଟର ପଥର ଖଣ୍ଡ ଖୋଳିବା ପାଇଁ ପ୍ରୟାସ ଜାରି ରହିଛି ।

ତେବେ ଦୀର୍ଘ ୧୨ ଦିନ ପରେ ବନ୍ଦ ସୁଡଙ୍ଗରୁ ବାହାରିବେ ୪୧ ଶ୍ରମିକ । ଅନ୍ଧାରର ସୁଡଙ୍ଗ ଭିତରୁ ବାହାରି ଦେଖିବେ ଦୁନିଆର ଆଲୋକ । ଆଉ ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ୪୦ଟି ଆମ୍ବୁଲାନ୍ସ ମୁତୟନ ରହିଥିବା ବେଳେ ଗ୍ୟାସ୍ ମାସ୍କ, ଷ୍ଟ୍ରେଚର ଏବଂ ୧୫ ଜଣିଆ ଡାକ୍ତରୀ ଦଳ ଘଟଣା ସ୍ଥଳରେ ସଜାଗ ରହିଛନ୍ତି । ଗତକାଲି ରାତିରେ ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା ।

The post ଉତ୍ତରକାଶୀରେ ଅପରେସନ ଟନେଲ । ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆହୁରି ଲାଗିବ ୧୨ରୁ ୧୪ ଘଣ୍ଟା ! first appeared on Kanak News.

from Kanak News
via <a href="https://ifttt.com/?

ପଞ୍ଚୁକର ପ୍ରଥମ ଦିନରେ ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଭକ୍ତଙ୍କ ପ୍ରବଳ ଭିଡ ।

କନକ ବ୍ୟୁରୋ: ପଞ୍ଚୁକ ପାଇଁ ବାବା ଧବଳେଶ୍ୱରଙ୍କ ପାଖରେ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍ । ରାତି ୩ଟା ସମୟରେ ଦ୍ୱାର ଫିଟାଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଛି । ତାପରେ ମଇଲମ, ମଙ୍ଗଳ ଆରତୀ ଆଦି ସମସ୍ତ ରୀତି ନୀତି କରଯାଇ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡା ଯାଇଥିଲା । ପଂଚୁକରେ ବାବା ଧବଳେଶ୍ୱର ଚନ୍ଦ୍ର ମଉଳି ବେଶରେ ଦର୍ଶନ ଦେଉଛନ୍ତି । ଏହି ଦିନରେ ବାବାଙ୍କ ଏହି ଚନ୍ଦ୍ରମଉଳି ବେଶରେ ଦର୍ଶନ କରିଲେ ଅଶେଷ ପୁଣ୍ୟ ମିଳିବାର ବିଶ୍ୱାସ ରହିଛି ।

The post ପଞ୍ଚୁକର ପ୍ରଥମ ଦିନରେ ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଭକ୍ତଙ୍କ ପ୍ରବଳ ଭିଡ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରତି ୧୦ ଜଣ  ବନ୍ଧକଙ୍କ ବଦଳରେ ଗୋଟିଏ ଦିନର ଅସ୍ତ୍ରବିରତି । ହମାସକୁ ନେତାନ୍ୟାହୁ ଦେଲେ ଏହି ନୂତନ ପ୍ରସ୍ତାବ

ହମାସ କବଳରେ ବନ୍ଧକ ଥିବା ଇସ୍ରାଏଲ ନାଗରିକଙ୍କ ମୁକ୍ତି ପାଇଁ ଆଲୋଚନା ଚାଲିଛି । ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସଙ୍କ ଆଗରେ ଏକ ନୂଆ ସର୍ତ୍ତ ରଖିଛନ୍ତି । ମଙ୍ଗଳବାର ଦିନ ନେତାନ୍ୟାହୁ କହିଛନ୍ତି ଯେ ମୁକ୍ତ ହେବାକୁ ଥିବା ପ୍ରତି ଦଶ ଜଣ ବନ୍ଧକଙ୍କ ପାଇଁ ଗୋଟିଏ ଦିନର ଅସ୍ତ୍ରବିରତି ହେବ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ନେଇ  ଆଲୋଚନା ଚାଲିଛି । ଏହି ଅସ୍ତ୍ରବିରତି ବଦଳରେ ହମାସ କବଳରେ ବନ୍ଧକ ଥିବା ପ୍ରାୟ ୫୦ ଜଣ ଇସ୍ରାଏଲ ନାଗରିକଙ୍କୁ ହମାସ ମୁକ୍ତ କରିବ। ପ୍ରତି ବଦଳରେ ଇସ୍ରାଏଲ୍ ଏହାର ଜେଲରେ ଥିବା ପ୍ରାୟ ୧୫୦ ଜଣ ପାଲେଷ୍ଟାଇନୀୟଙ୍କୁ ମୁକ୍ତ କରିବ। ତା ସହ  ଇସ୍ରାଏଲ ଗାଜାରେ ଅଧିକ ମାନବିକ ସହାୟତା ପାଇଁ ଅନୁମତି ଦେବ । ତେବେ ଏହି ଅସ୍ତ୍ରବିରତି ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ବିଷୟ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଇସ୍ରାଏଲର ଜାତୀୟ ସୁରକ୍ଷା ପରିଷଦର ନିର୍ଦ୍ଦେଶକ ତାଜାଚି ହାନେଗବି ବୁଧବାର କହିଛନ୍ତି ଯେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଆମ ଆଲୋଚନା  ଆଗକୁ ବଢୁଛି । ପକ୍ଷମାନଙ୍କ ମଧ୍ୟରେ ମୂଳ ଚୁକ୍ତି ଅନୁଯାୟୀ ରିଲିଜ୍ ଆରମ୍ଭ ହେବ । ତେବେ ଏହା ଶୁକ୍ରବାର ପୂର୍ବରୁ ଆରମ୍ଭ ହୋଇପାରିବ ନାହିଁ।

ଚୁକ୍ତିନାମା ଅନୁଯାୟୀ, ହାମାସ ଚାରି ଦିନ ମଧ୍ୟରେ ଶିଶୁ ଏବଂ ମହିଳାଙ୍କ ସମେତ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ । ଏଥି ସହିତ ପ୍ରତ୍ୟେକ ଇସ୍ରାଏଲ୍ ବନ୍ଧକ ବଦଳରେ ଇସ୍ରାଏଲ୍ ୩ ଜଣ ପାଲେଷ୍ଟାଇନବାସୀଙ୍କୁ ମୁକ୍ତ କରିବ । ଅର୍ଥାତ୍ ଇସ୍ରାଏଲ ସମୁଦାୟ ୧୫୦ ଜଣ ପାଲେଷ୍ଟାଇନୀୟଙ୍କୁ ମୁକ୍ତ କରିବ । ହମାସ ଦ୍ୱାରା ମୁକ୍ତ ହୋଇଥିବା ବନ୍ଧକମାନଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ ମଧ୍ୟ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି ।

ମଙ୍ଗଳବାର ଦିନ ନେତାନ୍ୟାହୁ ଆଉ ଏକ ନୂତନ ଘୋଷଣା କରି କହିଛନ୍ତି ଯେ ମୁକ୍ତ ହେବାକୁ ଥିବା ପ୍ରତି ଦଶ ଜଣ ବନ୍ଧକଙ୍କ ପାଇଁ ଗୋଟିଏ ଦିନର ଅସ୍ତ୍ରବିରତି ହେବ।  ଯଦି ବନ୍ଧକ ରିଲିଜର ପ୍ରଥମ ପର୍ଯ୍ୟାୟ ଯୋଜନା ଅନୁଯାୟୀ ଠିକଠାକ ଚାଲେ ତେବେ ହମାସ୍ ଦ୍ଵାରା ଆହୁରି ପ୍ରାୟ ୨୦ ଜଣ ବନ୍ଧକ ମୁକ୍ତ ହେବେ ଏବଂ ଅସ୍ତ୍ରବିରତି ସୀମା ମଧ୍ୟ ବଢିପାରେ । ବ

ନ୍ଧକ ବିନିମୟ ଉପରେ ନଜର ରଖିବା ପାଇଁ ଦୋହାରେ ଏକ ଅପରେସନ୍ ସେଣ୍ଟର ସ୍ଥାପନ କରାଯାଇଛି ।  ହମାସ ଗାଜାରେ ବନ୍ଧକମାନଙ୍କୁ ରେଡକ୍ରସର ଅନ୍ତର୍ଜାତୀୟ କମିଟିକୁ ହସ୍ତାନ୍ତର କରିବ । ଏହା ପରେ ସେମାନଙ୍କୁ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀକୁ ହସ୍ତାନ୍ତର କରାଯିବ। ମୁକ୍ତ ହେବାକୁ ଥିବା ଅଧିକାଂଶ ପାଲେଷ୍ଟାଇନ ବନ୍ଦୀ ଇସ୍ରାଏଲ୍ ଅଧିକୃତ ୱେଷ୍ଟବ୍ଯାଙ୍କରେ ରହିବେ ଆଉକିଛି ଗାଜାକୁ ଯିବେ ।

The post ପ୍ରତି ୧୦ ଜଣ  ବନ୍ଧକଙ୍କ ବଦଳରେ ଗୋଟିଏ ଦିନର ଅସ୍ତ୍ରବିରତି । ହମାସକୁ ନେତାନ୍ୟାହୁ ଦେଲେ ଏହି ନୂତନ ପ୍ରସ୍ତାବ first appeared on Kanak News.

from Kanak News
via <a href="https://ifttt.com/?

କୁକୁର ପାଇଁ ବିଜ୍ଞାପନ । ପିପିଲିରୁ ଆସିଲା ଅଜବ ଦୃଶ୍ୟ । ପୋଷା କୁକୁର ହଜିଥିବା ନେଇ ବିଜ୍ଞାପନ ଦେଲେ ମାଲିକ

କନକ ବ୍ୟୁରୋ: କୁକୁର ପାଇଁ ବିଜ୍ଞାପନ । ନିଜ ପୋଷା କୁକୁର ହଜିଥିବା ବେଳେ ଏନେଇ ବିଜ୍ଞାପନ ଦେଇଛନ୍ତି କୁକୁର ମାଲିକ । ହଜିଥିବା କୁକରୁ ଖୋଜିଦେବାକୁ ଯୋଗଯୋଗ ନମ୍ବର ଦେଇଛନ୍ତି ।

ପିପିଲି ଦାଣ୍ଡମୁକୁନ୍ଦପୁରରେ ଜଣେ ମହିଳାଙ୍କ ପୋଷା କୁକୁର ଚୋରି ଘଟଣା ପରେ ମହିଳା ଜଣକ କୁକୁରଟିକୁ ଖୋଜି ଅଣିବାକୁ ଅନୁରୋଧ କରିଛନ୍ତି । କୁକୁରଟି ଦାଣ୍ଡରେ ବୁଲୁଥିବା ସମୟେରେ କେହି ଚୋରି କରି ନେଇଯାଇଥିବା କହିଛନ୍ତି ମହିଳା ଜଣକ । କୁକୁରଟି ବାହାରେ ଥିବା ବେଳେ ଏକ ସ୍କୁଟିରେ ଚୋର ମାନେ କୁକୁରଟିକୁ ଦାଣ୍ଡରୁ ଉଠାଇ ନେଇଛନ୍ତି । କୁକୁରଟି ସ୍ପିଜ୍ ପ୍ରଜାତିର ହୋଇଥିବା ବେଳେ ତାକୁ ୩ ବର୍ଷ ।

The post କୁକୁର ପାଇଁ ବିଜ୍ଞାପନ । ପିପିଲିରୁ ଆସିଲା ଅଜବ ଦୃଶ୍ୟ । ପୋଷା କୁକୁର ହଜିଥିବା ନେଇ ବିଜ୍ଞାପନ ଦେଲେ ମାଲିକ first appeared on Kanak News.

from Kanak News
via <a href="https://ifttt.com/?

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ବିକ୍ଷୋଭ । ହଷ୍ଟେଲରେ ଏକାଧିକ ସମସ୍ୟା ନେଇ ଦେଲେ ଧାରଣା ।

କନକ ବ୍ୟୁରୋ: ହଷ୍ଟେଲରେ ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ । ସମସ୍ୟାର ସମଧାନ ନହେବାରୁ ଏକାଠି ହୋଇ ରାସ୍ତାରେ ଧାରଣାରେ ବସିଛନ୍ତି । କୋରାପୁଟ ସୁନାବେଡାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରୀ ହଷ୍ଟେଲରେ ବିଭିନ୍ନ ସମସ୍ୟା । ପିଲାମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ବେଳେ ସଠିକ୍ ଭାବେ ସଫେଇ କରାଯାଉନି । ଏପରିକି ପ୍ରତି ଦିନ ବିଦ୍ୟୁତ ସମସ୍ୟାରୁ ପାଣି ସମସ୍ୟା ଲାଗି ରହିଛି ।

ବିଭିନ୍ନ ସମସ୍ୟା ନେଇ ବାରମ୍ବାର କୂଳପତିଙ୍କୁ ଅବଗତ କରାଯାଇଛି । ହେଲେ ହଷ୍ଟେଲ ସମସ୍ୟାରେ କୌଣସି ସୁଧାର ଆସିପାରିନି । ସମସ୍ୟା ବହୁବାର ଜଣାଉଥିଲେ ବି ଏଯାଏ ଏହାର ସମାଧାନ ହେଉନି । ଯାହାକୁ ବିରୋଧ କରିବା ସହ ଆଜି ରାଜରାସ୍ତାକୁ ଓହ୍ଲାଇ ଧାରଣାରେ ବସିଛନ୍ତି ଛାତ୍ରୀ ମାନେ । ଯେପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବାର ଦେଇଛନ୍ତି ଚେତାବନୀ ।

The post କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ବିକ୍ଷୋଭ । ହଷ୍ଟେଲରେ ଏକାଧିକ ସମସ୍ୟା ନେଇ ଦେଲେ ଧାରଣା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started