
କନକ ବ୍ୟୁରୋ: ଡ୍ରେସ୍ ନିଅ, ଆମକୁ ଶିକ୍ଷକ ଦିଅ । ତୁମ ଖାଇବା ନିଅ, ଆମକୁ ଶିକ୍ଷକ ଓ ପିଅନ ଦିଅ । ଶିକ୍ଷକ ଅଭାବ ଓ ସ୍କୁଲର ଅନ୍ୟ ସମସ୍ୟାକୁ ନେଇ ଏପରି ଭାବେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏହି ଦୃଶ୍ୟ ହେଉଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଚଳ ଥାନା ଅନ୍ତର୍ଗତ ଦକ୍ଷିଣଶ୍ୱର ହାଇସ୍କୁଲର ।
ପିନ୍ଧିଥିବା ୟୁନିଫର୍ମକୁ ସ୍କୁଲ ପରିସରରେ ପିଙ୍ଗିବା ସହ ସ୍କୁଲ ଅଫିସରେ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ବିଦ୍ୟାଳୟରେ ୬ଟି ଶ୍ରେଣୀରେ ୩୦୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ ଅଛନ୍ତି । ଜଣେ ପିଅନ ରହିଥିବା ବେଳେ କିରାଣୀ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଗୋଟେ ଗୋଟେ ଶ୍ରେଣୀରେ ସେକ୍ସନ ନଥିବାରୁ ୧୨୦ ଜଣ ଏକାଠି ବସୁଛନ୍ତି । ଏହାର ପ୍ରତିବାଦରେ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ ।
The post ଡ୍ରେସ ନିଅ, ଶିକ୍ଷକ ଦିଅ: ସ୍କୁଲ ୟୁନିଫର୍ମ ପିଙ୍ଗି ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ପଟ୍ଟାମୁଣ୍ଡାଇ ଦକ୍ଷିଣେଶ୍ୱର ହାଇସ୍କୁଲର ଘଟଣା । first appeared on Kanak News.
from Kanak News
via <a href="https://ifttt.com/?









