ୟଙ୍ଗ ଇଣ୍ଡିଆ ସମ୍ପତି ଅସ୍ଥାୟୀ ଜବତକୁ ନେଇ ତେଜିଲା ରାଜନୀତି ।ଇଡି ଉପରେ ବିରୋଧୀ ଉଠାଇଲେ ପ୍ରଶ୍ନ, ବିଜେପିକୁ କଲେ ଦାୟୀ

କନକ ବ୍ୟୁରୋ : ନ୍ୟାସନାଲ ହେରଲ୍ଡ ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ଦୁନିଆରେ ଝଡ଼ ଦେଖାଦେଇଛି । ଇଡିର କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି । ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଜାଣିଶୁଣି ଏଭଳି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟସଭା ସାଂସଦ କପିଲଲ ସିବଲ କହିଛନ୍ତି ଆଇନ କ’ଣ କହୁଛି ତାହା ଇଡି ଜାଣିବା ଉଚିତ । ସେପଟେ ବିରୋଧୀ କହିଛନ୍ତି ନିର୍ବାଚନ ସମୟରେ ବିଜେପି ସରକାରୀ ତଦନ୍ତକାରୀ ସଂସ୍ଥାକୁ ହାତ ମୁଠାକୁ ନିଅନ୍ତି ଓ ବିରୋଧୀଙ୍କ ବିରୋଧରେ ଷଡଯନ୍ତ୍ର ରଚନ୍ତି । ଯଦି କୌଣସି ବିରୋଧୀ ବିଜେପିରେ ସାମିଲ ହୁଅନ୍ତି ତେବେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏନି ।

ସେପଟେ କଂଗ୍ରେସ ଓ ବିରୋଧୀଙ୍କୁ ଜବାବ ଦେଇଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତ ସ୍ୱାଧୀନତା ସଂଗ୍ରାମ ସମୟରେ ସମ୍ପତି ଉପରେ ମଧ୍ୟ ଗାନ୍ଧୀ ପରିବାର କବଜା କରି ଆସୁଛି । ଲୋକତନ୍ତ୍ରରେ ଏହା ଏକ ଲଜ୍ଜାଜନକ ଘଟଣା ଅଟେ ।

ମଙ୍ଗଳବାର କଂଗ୍ରେସ ସହ ସମ୍ବନ୍ଧିତ ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (ଏଜେଏଲ) ଓ ୟଙ୍ଗ ଇଣ୍ଡିଆର ୭୫୦ କୋଟି ଟଙ୍କାଙ୍କୁ ଅସ୍ଥାୟୀ ଭାବେ ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମନିଂ ଲଣ୍ଡରିଙ୍ଗ ମାମଲାରେ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଜବତ ହୋଇଥିବା ସମ୍ପତି ମଧ୍ୟରୁ ଏଜେଏଲର ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷେ୍ନø ସମେତ କିଛି ଜାଗାର ସମ୍ପତ୍ତି ସାମିଲ ଅଛି । ଏହି ସମ୍ପତିର ମୂଲ୍ୟ ୬୬୧ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ସେହିଭଳି ଜବତ ୟଙ୍ଗ ଇଣ୍ଡିଆର ସମ୍ପତି ୯୦ କୋଟିରୁ ଅଧିକ ହେବ । ମାମଲାରେ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ପଚରାଉଚରା କରିସାରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

The post ୟଙ୍ଗ ଇଣ୍ଡିଆ ସମ୍ପତି ଅସ୍ଥାୟୀ ଜବତକୁ ନେଇ ତେଜିଲା ରାଜନୀତି ।ଇଡି ଉପରେ ବିରୋଧୀ ଉଠାଇଲେ ପ୍ରଶ୍ନ, ବିଜେପିକୁ କଲେ ଦାୟୀ first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁକାଶ୍ମୀରରେ ଚାଲିଛି ବଡ ଧରଣର ଏନକାଉଁଟର । ସେନା–ଆତଙ୍କୀ ଗୁଳିବିନିମୟରେ ୩ଜଣ ଭାରତୀୟ ଯବାନ ସହିଦ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ରଜୌରୀ ଅନନ୍ତନାଗ ସେକ୍ଟରରେ ଆତଙ୍କବାଦୀ-ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ, ୩ଯବାନ ସହୀଦ ହୋଇଥିବା ସୂଚନା । ଆତଙ୍କୀଙ୍କୁ ନିପାତ ପାଇଁ ଭାରତୀୟ ସେନା ପକ୍ଷରୁ ଜୋରଦାର କରାଯାଇଛି ସର୍ଚ୍ଚ ଅପରେସନ । ରଜୌରୀ ଅଂଚଳରେ କିଛି ଆତଙ୍କୀ ଲୁଚି ରହିଥିବା ପରେ ଖବର ପାଇବା ପରେ ସେନା ପକ୍ଷରୁ ଆତଙ୍କୀ ଆଡ୍ଡା ଉପରକୁ ଗୁଳିମାଡ କରାଯାଇଥିଲା । ଆତଙ୍କୀଙ୍କ ସହ ଗୁଳି ବିନିମୟରେ ୩ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଧରାମସାଲର ବାଜିମାଲ ଅଚଳରେ ଭାରତୀୟ ସେନା ଓ ଜମ୍ମୁ ପୋଲିସ ପକ୍ଷରୁ ମିଳିତ ଅପରେସନ ଜାରି ରହିଛି । ଏହା ପୂର୍ବରୁ ଗତ ୧୮ତାରିଖରେ ରଜୌରୀ ଅଂଚଳରେ ସର୍ଚ୍ଚ ଅପରେସନରେ ଭାରତୀୟ ଯବାନ ୫ଆତଙ୍କୀଙ୍କୁ ନିପାତ କରିଥିଲେ ।

The post ଜମ୍ମୁକାଶ୍ମୀରରେ ଚାଲିଛି ବଡ ଧରଣର ଏନକାଉଁଟର । ସେନା–ଆତଙ୍କୀ ଗୁଳିବିନିମୟରେ ୩ଜଣ ଭାରତୀୟ ଯବାନ ସହିଦ first appeared on Kanak News.

from Kanak News
via <a href="https://ifttt.com/?

ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେଉ ରାମାୟଣ, ମହାଭାରତ

କନକ ବ୍ୟୁରୋ : ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହୋଇପାରେ ରାମାୟଣ, ମହାଭାରତ । ଏନେଇ ଏନସିଇଆରଟିର ୭ ଜଣିଆ କମିଟି ସୁପାରିଶ କରିଛି । ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି । ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ସୁପାରିଶ କରାଯାଇଛି । ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ବା ଏନ୍ସିଇଆରଟିର ୭ଜଣିଆ କମିଟି ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅର୍ନ୍ତଭୁକ୍ତ କରିବା ଲାଗି ସୁପାରିଶ କରିଛି । ଏହାସହ ଶ୍ରେଣୀ ଗୃହ କାନ୍ଥରେ ସମ୍ବିଧାନର ମୁଖବନ୍ଧ ମଧ୍ୟ ଲେଖାଯିବାକୁ ପରାମର୍ଶ ଦିଆଯାଇଥିବା କମିଟିର ଅଧ୍ୟକ୍ଷ ସିଆଇ ଆଇଜାକ କହିଛନ୍ତି । ୭ଜଣିଆ କମିଟିର ସୁପାରିଶକୁ ଏବେ ଜାତୀୟ ସିଲାବସ ଏବଂ ଶିକ୍ଷାଦାନ, ଶିକ୍ଷା ସାମଗ୍ରୀର ବିକାଶ ପାଇଁ ଗଠିତ ୧୯ଜଣିଆ କମିଟି ନିକଟକୁ ପଠାଯିବ । କମିଟି ଦ୍ୱାରା ଏହାର ସମୀକ୍ଷା ପରେ ଚୂଡାନ୍ତ ନିଷ୍ପତି ନିଆଯିବ । ରାମାୟଣ ଓ ମହାଭାରତ ଗ୍ରନ୍ଥର ବିଷୟବସ୍ତୁକୁ ସାମାଜିକ ବିଜ୍ଞାନ ସିଲାବସରେ ସ୍ଥାନିତ କରାଗଲେ ଏହା ଅତ୍ୟନ୍ତ ଫଳପ୍ରଦ ହୋଇପାରିବ ବୋଲି କମିଟି କହିଛି ।

The post ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେଉ ରାମାୟଣ, ମହାଭାରତ first appeared on Kanak News.

from Kanak News
via <a href="https://ifttt.com/?

ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା!

କନକ ବ୍ୟୁରୋ : ଉତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ସାମ୍ନାରେ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ, ବଡ଼ ଆଶ୍ୱସ୍ତି ଆଣିଦେଇଛି । ଫସିରହିଥିବା ଶ୍ରମିକମାନେ ଶୀଘ୍ର ଉଦ୍ଧାର ପାଇବେ ବୋଲି ଆଶା ସଂଚାର ହୋଇଛି । ସୁଡ଼ଙ୍ଗର ଭଗ୍ନାବଶେଷ ଦେଇ ସମାନ୍ତରାଳ ଭାବେ ଯେଉଁ ପାଇପ ଖଞ୍ଜା ଯାଉଛି, ତାହା ପ୍ରାୟ ୬୭ ପ୍ରତିଶତ ପ୍ରବେଶ କରିସାରିଛି । ଆଉ ମାତ୍ର କିଛି ମିଟରେ ପରେ ଶ୍ରମିକଙ୍କ ପାଖରେ ଏହି ପାଇପ ପହଂଚିଯିବ । ଏବଂ ପ୍ରାୟ ୯୦୦ ମିଟର ଗୋଲେଇର ଏହି ପାଇପ୍ ଦେଇ ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ । ତେଣୁ ଆଗାମୀ କିଛି ଘଂଟା ଉଦ୍ଧାରକାରୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସଡକ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ମହମୁଦ ଅହମ୍ମଦ ।

ବଡକଥା ହେଉଛି ଶ୍ରମିକମାନଙ୍କ ସହ ଯୋଗାଯୋଗ ଆହୁରି ସହଜ ହୋଇଛି । ମଙ୍ଗଳବାରଠାରୁ ଶ୍ରମିକମାନଙ୍କ ପାଖରେ ପହଂଚିସାରିଥିବା ୬ ଇଂଚ୍ ଓସାରର ଏକ ପାଇପ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିପାରୁଛି । ଯାହାକୁ କୁହାଯାଉଛି ଦ୍ୱିତୀୟ ଲାଇଫ ଲାଇନ୍ । ଏହି ପାଇପ ଜରିଆରେ ଶ୍ରମିକଙ୍କୁ ରୁଟି, ତରକାରୀ, ଖେଚେଡି଼, ଦଲିଆ, କମଳା, କଦଳି ଭଳି ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଟି-ସାର୍ଟ, ଅନ୍ତଃବସ୍ତ୍ର, ଟୁଥପେଷ୍ଟ ଓ ସାବୁନ ଆଦି ଯୋଗାଇ ଦିଆଯାଇଛି । ଗତ ୧୨ ତାରିଖରୁ ଉତରାଖଣ୍ଡର ଏହି ସୁଡଙ୍ଗ ଭିତରେ ୪୧ ଜଣ ଶ୍ରମିକ ଫସିରହିଛନ୍ତି । ଏମାନଙ୍କ ଉଦ୍ଧାର ନେଇ ସାକାରାତ୍ମକ ଖବର ଆସିବା ପରେ ଆଶ୍ୱସ୍ତ ହୋଇଛନ୍ତି ଓଡିଶାରୁ ଯାଇଥିବା ୫ ଶ୍ରମିକଙ୍କ ପରିବାର ।

ଗୋଟିଏ ପଟେ ଆମେରିକାରୁ ଅଣାଯାଇଥିବା ଆର୍ଥ ଅଗର ମେସିନ୍ ସାହାଯ୍ୟରେ ଏକ ପାଇପ ସୁଡଙ୍ଗର ସମାନ୍ତରାଳ ଭାବେ ଖଞ୍ଜା ଯାଉଛି । ଅନ୍ୟପଟେ ସୁଡଙ୍ଗର ଉପରପଟୁ ତେରେଛା ଭାବେ ଆଉଏକ ବିକଳ୍ପ ବାଟ ମଧ୍ୟ କରାଯାଉଛି । ଏଥିପାଇଁ ବର୍ଡର ରୋଡ ଅର୍ଗାନାଇଜେସନ୍- ବିଆରଓ ଏକ ରାସ୍ତା ତିଆରି କରିଥିଲା । ଏହାଫଳରେ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ସମ୍ଭବ ହେବ । ବିଭିନ୍ନ ପ୍ରକାର ବାଧା ଓ ବାରମ୍ବାର ଯୋଜନା ପରିବର୍ତନ ସତ୍ୱେ ଏବେ ଶ୍ରମିକଙ୍କ ମୁକ୍ତି ନେଇ ଆଶା ଦେଖା ଦେଇଛି । ଶୀଘ୍ର ଶ୍ରମିକମାନେ ବାହାରକୁ ବାହାରିଲେ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି ।

The post ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା! first appeared on Kanak News.

from Kanak News
via <a href="https://ifttt.com/?

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଜବାବ ରଖିଲା ପତଞ୍ଜଳୀ । ଅଭିଯୋଗକୁ ଖଣ୍ଡନ କଲେ ଯୋଗଗୁରୁ ବାବା ରାମଦେବ

କନକ ବ୍ୟୁରୋ : ପତଞ୍ଜଳୀକୁ ସୁପ୍ରିମକୋର୍ଟ ତାଗିଦ କରିବା ପରେ ଏବେ ଏନେଇ ସାମ୍ବାଦିକ ସମ୍ମିଳୀନରେ ସଫେଇ ରଖିଛନ୍ତି ଯୋଗ ଗୁରୁବାବା ରାମଦେବ । ରାମଦେବ କହିଛନ୍ତି ପତଞ୍ଜଳୀ ନିକଟରେ ସେହି ସବୁ ଅଭିଜ୍ଞତା ଓ ଅନୁଭୂତି ରହିଛି ଯାହା ଦ୍ୱାରା ସାରାବିଶ୍ୱରେ ବିଶ୍ୱସନୀୟ ସ୍ୱାସ୍ଥ୍ୟସେବା ଯୋଗାଇପାରୁଛି । ପତଞ୍ଜଳୀ ଏଲୋପାଥୀ ଔଷଧ ଓ ଚିକିତ୍ସା ବିରୋଧରେ ମିଛ, ଭୁଲ ଓ ଭ୍ରମାତ୍ମକ ବିଜ୍ଞାପନ କରିନି । ପତଞ୍ଜଳୀ ବିରୋଧରେ ଅପ୍ରଚାର କରାଯାଉଛି । ମେଡିକାଲ ଚିକିତ୍ସାରେ ରୋଗକୁ ନେଇ ମିଛ ଖବର ପ୍ରଚାର ଓ ଲୋକଙ୍କୁ ଭୟଭୀତ କରାଯାଉଛି । ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଅଧିକରୁ ଅଧିକ ଔଷଧ କିଭଳି ବିକ୍ରି ହେବ । ପତଞ୍ଜଳୀ ଔଷଧ ଅପେକ୍ଷା ଯୋଗ, ପ୍ରାଣାୟମକୁ ଅଧିକ ଗୁରୁତ୍ୱ ଦିଏ । ଏଥିସହ ସେ କହିଛନ୍ତି ସୁପ୍ରିମକୋର୍ଟ ନିକଟରେ ହାଜର ହେବାକୁ ସେ ପ୍ରସ୍ତୁତ । କୋର୍ଟଙ୍କ ନିକଟରେ ନିଜ ଚିକିତ୍ସା ଅଧ୍ୟୟନକୁ ଉପସ୍ଥାପନ କରିବାକୁ ସେ ଅନୁମତି ମଧ୍ୟ ଲୋଡିଛନ୍ତି । ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ମୃତ୍ୟୁଦଣ୍ଡ ପାଇଁ ମଧ୍ୟ ପ୍ରସ୍ତୁତ । ରାମଦେବ ଏକଥାର ଦାବି କରିଛନ୍ତି ଯେ ୧୯୪୦ ମସିହାରେ ଡ୍ରଗ ଆଣ୍ଡ ମ୍ୟାଜିକ ଆକ୍ଟଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ଅନେକ ତ୍ରୁଟି ରହିଛି । ଏଥିରେ ହସ୍ତକ୍ଷେପ କରନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ । ସେ ଆହୁରି ମଧ୍ୟ କହିଛନ୍ତି ମାଫିଆଙ୍କ ବିରୋଧରେ ଆମ ଲଢେଇ ଜାରି ରହିବ । ଭୟଭୀତ ହେବେନି କି ହାର ମାନିବେନି । ମଙ୍ଗଳବାର ଆଧୁନିକ ଔଷଧ ଓ ଟିକାକରଣ ବିରୋଧରେ ପତଂଜଳୀ ଆୟୁବେର୍ଦର ବିଜ୍ଞାପନରେ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । କୌଣସି ବିଭ୍ରାନ୍ତିକ, ଭୁଲ ବିଜ୍ଞାପନ ଓ ମିଥ୍ୟା ଦାବି ନକରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଯଦି ରୋଗ ଭଲ କରିବାରେ ପତଞ୍ଜଳୀର ଦାବି ଭୁଲ ପ୍ରମାଣିତ ହୁଏ ତେବେ ପ୍ରତ୍ୟେକ ଉତ୍ପାଦକ ପିଛା କୋଟିଏ ଟଙ୍କାର ଜରିମାନା ଲାଗୁ କରାଯିବ ବୋଲି ଚେତାବନୀ ଦେଇଥିଲେ କୋର୍ଟ । ଭାରତୀୟ ମେଡିକାଲ ଆସୋସିଏଶନ ପତଞ୍ଜଳି ବିଜ୍ଞାପନ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରିଥିଲେ ।

The post ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଜବାବ ରଖିଲା ପତଞ୍ଜଳୀ । ଅଭିଯୋଗକୁ ଖଣ୍ଡନ କଲେ ଯୋଗଗୁରୁ ବାବା ରାମଦେବ first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ

କନକ ବ୍ୟୁରୋ : ଜାନୁଆରୀ ୧୫ରୁ ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚ । ଆରମ୍ଭ ହେବ ବରଗଡ ଧନୁଯାତ୍ରା । ୨୫ ତାରିଖ ଯାଏଁ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ପାଲଟିବ ଗୋପପୁର । ବିଶ୍ୱର ବଡ ମୁକ୍ତାକାଶ ରଙ୍ଗମଂଚରେ କୃଷ୍ଣଜନ୍ମଠୁ ଆରମ୍ଭ କରି କଂସବଧ ଯାଏଁ ବିଭିନ୍ନ ଦୃଶ୍ୟ ଅଭିନୀତ ହେବ । ବରଗଡ ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ୭୬ତମ ଧନୁଯାତ୍ରା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି ।

The post ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ first appeared on Kanak News.

from Kanak News
via <a href="https://ifttt.com/?

ଚିକ୍କଣ କଥା କହି ଟଙ୍କା ଚଳୁ! ମୋଟିଭେସନାଲ ସ୍ପିକର ଲୁଟିନେଲେ କୋଟି କୋଟି

କନକ ବ୍ୟୁରୋ : ନିିତିନ ମୋହନ ଲାଲ , ମୋଟିଭେସନାଲ ସ୍ପିକର । ଦିଲ୍ଲୀରେ ଅଫିସ । ନିତିନ ନିଜ ଅଫିସ ଜରିଆରେ ଜଣେ ବ୍ୟକ୍ତି ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ସମସ୍ୟାର ସମାଧାନ କରିଦିଅନ୍ତି ବୋଲି ଦାବି କରିଥାନ୍ତି । ବିଭିନ୍ନ ଅନଲାଇନ ଆପ୍ଲିକେଶନରେ ସକ୍ରିୟ ରହିଥାନ୍ତି । କିନ୍ତୁ ଏହି ନିତିନ ମୋହନ ଏବେ ମିଠା କଥା କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ଭୁବନେଶ୍ୱରର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ଲୋକେ । କେବଳ ଓଡିଶା ନୁହେଁ , ଅନ୍ୟ ରାଜ୍ୟର ଲୋକେ ବି ଏହି ଠକାମିର ଶିକାର ହୋଇଥିବା ଅଭିଯୋଗ ହେଇଛି । ବିଶେଷ କରି ଅସୁବିଧାରେ ପଡିଥିବା ଯୁବତୀ ଓ ମହିଳା ମାନେ ଏହି ସ୍କାମରେ ଅଧିକ ଭାବରେ ଫସିଥିବା ଜଣାପଡିଛି ।

ନିତିନ ମୋହନ ମୋଟିଭେସନାଲ ସ୍ପିକର,ଲାଇଫ କୋଚ,ସ୍ପିରିଚୁଆଲ ହିଲର,ନ୍ୟୁମୋରୋଲଜିଷ୍ଟ ଇତ୍ୟାଦି ହିସାବରେ ନିଜ ପରିଚୟ ଦିଅନ୍ତି । ସୋସିଆଲ ମିଡିଆରେ ଜୀବନର ସବୁ ସମସ୍ୟାର ସମାଧାନ ସ୍ପିରିଚୁଆଲ ହିଲିଂ ମାଧ୍ୟମରେ ହୋଇପାରିବ ବୋଲି ପ୍ରଚାର ପ୍ରସାର କରନ୍ତି । ୟୁଟ୍ୟୁବ ରେ ନିଜର ମୋଟିଭେସନାଲ ଭିଡିଓ ପୋଷ୍ଟ କରି ଲୋକଙ୍କୁ ଆକୃଷ୍ଟ କରନ୍ତି । ସମସ୍ୟାରେ ଫସିଥିବା ଲୋକ ଏଥିରେ ଆକୃଷ୍ଟ ହୋଇ ତାଙ୍କ ସହ ଯୋଗାଯୋଗ କରନ୍ତି ।

ପରବର୍ତୀ ସମୟରେ କାଉନସେଲିଂ କରି ହଜାର ଟଙ୍କାର ଏକ କୋର୍ସ କିଣିବାକୁ କହନ୍ତି , କୋର୍ସ କିଣିବା ପରେ ଆରମ୍ଭ ହୁଏ ଭିଡିଓ କନଫରେନ୍ସ, ଏହା ପରେ ଲୋକଙ୍କ ସମସ୍ୟା ସମାଧାନ ହୁଏନି,
ଲୋକେ ଅଭିଯୋଗ କରିବା ପରେ ପୁଣି ଏକ କୋର୍ସ କିଣିବାକୁ ବାଧ୍ୟ କରାଯାଏ , ଏହି ନୂଆ କୋର୍ସର ମୁଲ୍ୟ ଦୁଇରୁ ତିନି ଲକ୍ଷ ଟଙ୍କା ହୋଇଥାଏ । ଏଥିରେ ଜଡିତ ବ୍ୟକ୍ତିଙ୍କର ଏଭଳି ମାଇଣ୍ଡ ୱାସ କରାଯାଇଥାଏ ଯେ ସଂପୃକ୍ତ ବ୍ୟକ୍ତି ଜଣକ ଟଙ୍କା ଦେବାକୁ ବାଧ୍ୟ ହୋଇଥାନ୍ତି ।

ଟଙ୍କା ଫେରି ପାଇବା ପାଇଁ ନିତିନଙ୍କ ସହ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ଫାଇଦା ମିଳିନାହିଁ । ତେଣୁ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସାରା ଭାରତରୁ ଏକଜୁଟ ହୋଇ ଏକ କମିଟି ଗଠନ କରିଛନ୍ତି ଲୋକେ । ଟଙ୍କା ଫେରି ପାଇବା ପାଇଁ ଭୁବନେଶ୍ୱର ସ୍ଥିତ ଅର୍ଥନୈତିକ ଅପରାଧ ଶାଖାର ଦ୍ୱାରସ୍ଥ ହୋଇଛନ୍ତି ।

The post ଚିକ୍କଣ କଥା କହି ଟଙ୍କା ଚଳୁ! ମୋଟିଭେସନାଲ ସ୍ପିକର ଲୁଟିନେଲେ କୋଟି କୋଟି first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀ ରାସ୍ତାରେ ବସ୍ତିବାସିନ୍ଦା । ଜମିପଟ୍ଟା ଦାବିରେ ରାସ୍ତାଜାମ

କନକ ବ୍ୟୁରୋ : ରାଜସ୍ୱ ଜମି ପଟ୍ଟା ପ୍ରଦାନ ଦାବିରେ ରାଜଧାନୀରେ ତେଜିଛି ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇ ଗର୍ଜ୍ଜନ କରିଛନ୍ତି ଭୁବନେଶ୍ୱର ସାଲିଆ ସାହି ବସ୍ତିବାସିନ୍ଦା । ଶହ ଶହ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ବିଧାନସଭା ଘେରାଉ ପାଇଁ ବିଶାଳ ଶୋଭାଯାତ୍ରା କରି ଯାଉଥିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ପୋଲିସ ଅଟକାଇବାରୁ ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଥିଲେ । ଆଉ ବେଶ କିଛି ସମୟ ମୁହାଁମୁହିଁ ହେବା ପରେ ବିକ୍ଷୋଭପ୍ରଦର୍ଶନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ ।

ବସ୍ତିବାସିନ୍ଦା କହିିବା କଥା, ରାଜଧାନୀରେ ବସ୍ତିକୁ ସର୍ଭେ କରାଯାଇ ଜମି ପଟ୍ଟା ପ୍ରଦାନ କରାଯାଉଛି । କିନ୍ତୁ ସାଲିଆସାହିକୁ ସର୍ଭେରୁ ବାଦ ଦିଆଯାଇଛି । ସାଲିଆ ସାହି ଜଙ୍ଗଲ ଜମିରେ ଥିବାରୁ ୨୦୧୭ ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଆଇନରେ ଜମି ଦିଆଯାଇ ପାରିବ ନାହିଁ ବୋଲି କୁହାଯାଉଛି । ଏଥିସହ ବସ୍ତି ଭିତରେ ୨ଶହ ଫୁଟର ରାସ୍ତା ନାମରେ ସର୍ଭେ କରାଯାଇ ବସ୍ତି ବାସିନ୍ଦାଙ୍କୁ ଟ୍ରାଂଜିଟ କ୍ୟାମ୍ପକୁ ଠେଲି ଦେବାକୁ ଚକ୍ରାନ୍ତ କରଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ସାଲିଆସାହି ବସ୍ତିବାସିନ୍ଦାଙ୍କୁ ୬ଶହ ବର୍ଗ ଫୁଟର ଜମିପଟ୍ଟା ପ୍ରଦାନ ସହ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାକୁ ଦାବି କରିଛନ୍ତି । ତେବେ ନିୟମ ଅନୁସାରେ ସବୁକିଛି କରାଯାଉଛି ବୋଲି କହିଛନ୍ତି ବିଏମସି କମିସନର ।

ଭୁବନେଶ୍ୱରର ସବୁଠାରୁ ବଡ ବସ୍ତି ସାଲିଆ ସାହି । ଏହି ବସ୍ତିରେ ହଜାର ହଜାର ଲୋକ ରହୁଛନ୍ତି । ତେଣୁ ଆଗକୁ ନିର୍ବାଚନ ଥିବାରୁ, ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

The post ରାଜଧାନୀ ରାସ୍ତାରେ ବସ୍ତିବାସିନ୍ଦା । ଜମିପଟ୍ଟା ଦାବିରେ ରାସ୍ତାଜାମ first appeared on Kanak News.

from Kanak News
via <a href="https://ifttt.com/?

ଗ୍ରୀସର ଏଥେନ୍ସରେ ଅନୁଷ୍ଠିତ ୧୯ତମ ପ୍ୟାନେଲେନିକ୍ ହୋମିଓପାଥିକ ସମ୍ମିଳନୀରେ ନିଜ ରିସର୍ଚ୍ଚ ପେପର ଉପସ୍ଥାପନ କରିବେ ଝାରସୁଗୁଡାର ଜଣାଶୁଣା ଡାକ୍ତର ।

କନକ ବ୍ୟୁରୋ: ଝାରସୁଗୁଡାର ଜେଡିଏସ୍ ହୋମିଓପାଥିକ୍ ହସ୍ପିଟାଲର ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ହୋମିଓପାଥ୍ ଡକ୍ଟର ଦେଓଶ୍ଲୋକ ଶର୍ମାଙ୍କ ପୁଅ ଡକ୍ଟର ଜିତେଶ ଶର୍ମା, ଗ୍ରୀସର ଏଥେନ୍ସରେ ଅନୁଷ୍ଠିତ ୨୪ ନଭେମ୍ବର ୨୦୨୩ରେ ୧୯ ତମ ପ୍ୟାନେଲେନିକ୍ ହୋମିଓପାଥିକ ସମ୍ମିଳନୀରେ ଏକ ଭୂମିପୂଜନ ଅନୁସନ୍ଧାନ କାଗଜ ଉପସ୍ଥାପନ କରିବାକୁ ମନୋନୀତ ହୋଇଛନ୍ତି । ହୋମିଓପାଥିକ ଔଷଧରେ ତାଙ୍କର ପାରଦର୍ଶିତା ପାଇଁ ଡକ୍ଟର ଜିତେଶ ଶର୍ମା ସ୍ୱୀକୃତିପ୍ରାପ୍ତ, ବିଭିନ୍ନ ଆନ୍ତର୍ଜାତୀୟ ସମ୍ମିଳନୀରେ ଧ୍ୟାନ ଆକର୍ଷଣ କରିଥିବା ମାମଲାଗୁଡ଼ିକର ସଫଳ ଚିକିତ୍ସା କରିଥିଲେ।

ହେଲେନିକ୍ ହୋମିଓପାଥିକ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ହେଉଛି ଏକ ସମ୍ମାନଜନକ ପ୍ଲାଟଫର୍ମ ଯାହା ସମଗ୍ର ବିଶ୍ୱରୁ ହୋମିଓପାଥି କ୍ଷେତ୍ରରେ ଅଗ୍ରଣୀ ମନକୁ ଏକତ୍ର କରିଥାଏ । ଡକ୍ଟର ଜିତେଶ ଶର୍ମାଙ୍କ କାଗଜରେ ମହିଳାମାନଙ୍କ ଠାରେ ହେମୋରାଜିକ୍ ଓଭାରିଆନ୍ ସିଷ୍ଟ ର ସଫଳ ଚିକିତ୍ସା ଏବଂ ଡିଜେରେଟିଭ୍ ଡିସ୍କ ବ୍ୟାଧିରେ ହୋମିଓପାଥିକ୍ ଚିକିତ୍ସା ଉପରେ ଧ୍ୟାନ ଦିଆଯିବ ଏବଂ ଏହି ବିକଳ୍ପ ଚିକିତ୍ସା ପଦ୍ଧତିର ଫଳପ୍ରଦତା ଦର୍ଶାଯିବ।

ଡକ୍ଟର ଜିତେଶ ଶର୍ମାଙ୍କ ଉପସ୍ଥାପନା ହୋମିଓପାଥିକ ଔଷଧର ପ୍ରଭାବକୁ ଆଲୋକିତ କରିବାକୁ ଆଶା କରାଯାଉଛି, ଜଟିଳ ଚିକିତ୍ସା ଅବସ୍ଥାକୁ ସମାଧାନ କରିବାରେ ଏହାର ସମ୍ଭାବନାକୁ ଗୁରୁତ୍ୱ ଦେଇଛି। ଏହି ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଡକ୍ଟର ଦେଓଶ୍ଲୋକ ଶର୍ମାଙ୍କ ସାନପୁଅ ଭାବରେ ଡକ୍ଟର ଜିତେଶ ଶର୍ମା ତାଙ୍କ ପିତାଙ୍କ ଉତ୍ତରାଧିକାରୀ ବହନ କରିବା ଏବଂ ହୋମିଓପାଥିର ଉନ୍ନତିରେ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଡକ୍ଟର ଜିତେଶ ଶର୍ମାଙ୍କ ନିର୍ଦ୍ଦେଶନାରେ ଥିବା ଜେଡିଏସ୍ ହୋମିଓପାଥିକ୍ ହସ୍ପିଟାଲ୍, ହୋମିଓପାଥିକ୍ ଚିକିତ୍ସାରେ ଉତ୍କର୍ଷତା ପାଇଁ ଏକ କେନ୍ଦ୍ର ପାଲଟିଛି। ଏଥେନ୍ସରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଉପସ୍ଥାପନ କରିବାର ଏହି ସୁଯୋଗ ଡକ୍ଟର ଜିତେଶ ଶର୍ମାଙ୍କ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟକୁ ଚିହ୍ନିତ କରି କ୍ଷେତ୍ର ପ୍ରତି ତାଙ୍କର ଉତ୍ସର୍ଗୀକୃତ ପ୍ରଦର୍ଶନ କରିଥିଲେ।

ଡକ୍ଟର ଜିତେଶ ଶର୍ମା ଏହାପୂର୍ବରୁ ବିଭିନ୍ନ ଆନ୍ତର୍ଜାତୀୟ ହୋମିଓପାଥିକ ସମ୍ମିଳନୀରେ ଅନେକ ସଫଳତାର ସହ ଚିକିତ୍ସିତ ମାମଲା ଉପସ୍ଥାପନ କରିଥିଲେ ଏବଂ ଏହି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସ୍ୱୀକୃତି ଲାଭ କରିଥିଲେ। ଏଥେନ୍ସରେ ହେବାକୁ ଥିବା ଉପସ୍ଥାପନା ବିଶ୍ୱ ସ୍ତରରେ ହୋମିଓପାଥିକ ଔଷଧର ସମ୍ଭାବନାକୁ ଆହୁରି ଆଲୋକିତ କରିବ ବୋଲି ଆଶା କରାଯାଉଛି ।

ଝାରସୁଗୁଡା ଏବଂ ଏହାର ବାହାରେ ଡକ୍ଟର ଜିତେଶ ଶର୍ମାଙ୍କ ଅନୁସନ୍ଧାନ ଉପସ୍ଥାପନାର ଫଳାଫଳକୁ ଉତ୍ସାହର ସହିତ ଆଶା କରୁଛନ୍ତି । ହୋମିଓପାଥିକ ଔଷଧ ବିଶ୍ୱରେ ଗ୍ରହଣ କରିବାରେ ସହାୟକ ହେବ ବୋଲି ଆଶା କରୁଛି । ଏଥେନ୍ସରେ ଅନୁଷ୍ଠିତ ଏହି ସମ୍ମିଳନୀ ଡକ୍ଟର ଜିତେଶ ଶର୍ମାଙ୍କ ପାଇଁ ନିଜର ଜ୍ଞାନ ବାଣ୍ଟିବା, ସହକର୍ମୀମାନଙ୍କ ସହ ଭାବ ବିନିମୟ କରିବା ଏବଂ ହୋମିଓପାଥି କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ ।

The post ଗ୍ରୀସର ଏଥେନ୍ସରେ ଅନୁଷ୍ଠିତ ୧୯ତମ ପ୍ୟାନେଲେନିକ୍ ହୋମିଓପାଥିକ ସମ୍ମିଳନୀରେ ନିଜ ରିସର୍ଚ୍ଚ ପେପର ଉପସ୍ଥାପନ କରିବେ ଝାରସୁଗୁଡାର ଜଣାଶୁଣା ଡାକ୍ତର । first appeared on Kanak News.

from Kanak News
via <a href="https://ifttt.com/?

କିଛି ପେଟ୍ରୋଲ ପମ୍ପ ନାମରେ ସାଂଘାତିକ ଅଭିଯୋଗ । ତେଲର ମାନ ଓ ମାପକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାହକ

କନକ ବ୍ୟୁରୋ : ଗାଡ଼ିରେ ପକାଉଥିବା ପେଟ୍ରୋଲ୍ର ମାନ ଠିକ୍ ଅଛି ତ? ଯେଉଁ ପରିମାଣର ପେଟ୍ରୋଲ ପକାଉଛନ୍ତି, ପ୍ରକୃତରେ ସେତିକି ମିଳୁଛି ତ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଥାଏ । ଏବେ ସାବଧାନ ହୋଇଯାଆନ୍ତୁ, କାରଣ କିଛି ପେଟ୍ରୋଲ ପମ୍ପରେ ହେଉଛି ବ୍ୟାପକ ହେରଫେର । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି, ତାହା ଅତି ଉଦବେଗଜନକ ।

ନଜର ପକାନ୍ତୁ, ବିଧାନସଭାର ଏହି ଅଣତାରକା ପ୍ରଶ୍ନ ଓ ଏହାର ଉତର ଉପରେ ।
ପେଟ୍ରୋଲ ପମ୍ପରେ ମାପକ ଓ ମାନକରେ ତ୍ରୁଟି ବିଚ୍ୟୁତି ନେଇ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଲିଖିତ ଉତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ।
ମାପକରେ ତ୍ରୁଟି ଯୋଗୁଁ ୩ ବର୍ଷରେ ହୋଇଛି ୮୩ ମାମଲା । ଆଦାୟ ହୋଇଛି ୧୦ ଲକ୍ଷ ୬୬ ହଜାର ଟଙ୍କାର ଜରିମାନା

ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ଅଚାନକ ଚଢ଼ାଉ କରାଯାଇ ଜାଲିଆତି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ ମକଦ୍ଦମା କରାଯାଇ ଫାଇନ ଆଦାୟ ହୋଇଛି ।
୨୦୨୦-୨୧
ପେଟ୍ରୋଲ ପମ୍ପ ବିରୋଧରେ ହୋଇଛି ୩୭ ମାମଲା
ମାପକରେ ତ୍ରୁଟି ପାଇଁ ଆଦାୟ ହୋଇଛି ୪ ଲକ୍ଷ ୬ ହଜାର ଟଙ୍କା ଫାଇନ
୨୦୨୧-୨୨
ଦାୟର ହୋଇଛି ୨୨ଟି ମାମଲା
୩ ଲକ୍ଷ ୪୩ ହଜାର ଟଙ୍କାର ଫାଇନ ଆଦାୟ
୨୦୨୨-୨୩
୨୪ଟି ମକଦ୍ଦମା କରାଯାଇଛି
ଆଦାୟ ହୋଇଛି ୩ ଲକ୍ଷ ୧୭ ହଜାର ଟଙ୍କାର ଜରିମାନା

ଏହିସବୁ ମାମଲା ହୋଇଛି ମାପକକୁ ନେଇ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଆମେ ଯେତିକି ପରିମାଣର ପେଟ୍ରୋଲ ପକାଉଛୁ, ସେତିକି ପରିମାଣର ପେଟ୍ରୋଲ ଦେଉନାହାନ୍ତି କିଛି ପେଟ୍ରୋଲ ପମ୍ପ । ଅର୍ଥାତ ଓଜନରେ ହେରଫେର କରାଯାଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକରେ ଜାଲିଆତି କରା ଯାଉଥିବା ନେଇ ଅନେକ ଅଭିଯୋଗ ଆସିଥାଏ । ଏସଂପର୍କିତ ଅଣତାରକା ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗତ ତିନି ବର୍ଷର ହିସାବ ଦେଇଛନ୍ତି । ସେହିପରି ମନ୍ତ୍ରୀ କହିଛନ୍ତି, ତୈଳ ବିପଣନ କଂପାନୀଗୁଡିକର କ୍ୱାଲିଟି ଆସୁରାନ୍ସ ସେଲ ଓ ଭିଜିଲାନ୍ସ ୱିଙ୍ଗ ଦ୍ୱାରା ପେଟ୍ରୋଲର ମାନକ ନିର୍ଦ୍ଧାରଣ ପାଇଁ ନିୟମିତ ତଦାରଖ କରାଯାଇଥାଏ । କ୍ୱାଲିଟି ବା ମାନକରେ ତ୍ରୁଟିବିଚ୍ୟୁତି ଦେଖାଗଲେ ସଂପୃକ୍ତ ପେଟ୍ରୋଲ ପମ୍ପଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।

The post କିଛି ପେଟ୍ରୋଲ ପମ୍ପ ନାମରେ ସାଂଘାତିକ ଅଭିଯୋଗ । ତେଲର ମାନ ଓ ମାପକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାହକ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started